ଭୁବନେଶ୍ବର: ମୁମ୍ବାଇର ହସପିଟାଲ ବେଡରୁ ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ପବିତ୍ର ରଥଯାତ୍ରା ହୋଇଥିବାରୁ ସେ ଅସୁସ୍ଥ ହୋଇଥିଲେ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାଁନ୍ତି। ସେ କହିଛନ୍ତି ଯେ, ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ନମସ୍କାର, ରଥଯାତ୍ରା ଉପଲକ୍ଷେ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
ସ୍ପଣ୍ଡଲାଇଟ ଅପରେସନ ପାଇଁ ନବୀନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଛି। ଡାକ୍ତରଙ୍କ ଅବଜରଭେସନ ପାଇଁ ସେ ବର୍ତ୍ତମାନ କ୍ୟାବିନରେ ଅଛନ୍ତି। କିଛିଦିନ ପରେ ସେ ଓଡିଶା ଫେରିବେ ବୋଲି ଜଣାପଡିଛି।