Categories
ଆଜିର ଖବର ରାଜ୍ୟ ଖବର

କୃଷି ଅଧିକାରୀ ଖାଇଗଲେ ଅଦା ମଞ୍ଜି!: କୃଷି ସଚିବଙ୍କୁ ଭେଟିଲା ନବ ନିର୍ମାଣ କୃଷକ ସଂଗଠନ

କୁଜଙ୍ଗ: ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଅଧିକାରୀ ଭୂତଚାଷୀଙ୍କୁ ଅଦା ବିହନ ବଂଟାଯିବା ଘଟଣାର ତଦନ୍ତ ଧର୍ମକୁ ଆଖିଠାର ସଦୃଶ ହୋଇଛି। ଅଦା ଚାଷ ଜମିରେ ଚାଷୀଙ୍କୁ ଠିଆ କରି ଫଟୋ ଉଠାଇବା ପରିବର୍ତ୍ତେ କଦଳୀ ବୁଦା ମୂଳେ ଫଟୋ ଉଠାଇ ହରଡ଼ ଘଣାରେ ପଡ଼ିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ। ତତ୍‌ସହିତ ଜଣେ ଚାଷୀକୁ ଗରେଇ ପଂଚାୟତରେ ଠିଆ କରି ଫଟୋ ଉଠାଇବା ସହ ସେହି ଚାଷୀ ଗୋରଡ଼ ପଂଚାୟତରେ ଫଟୋ ଉଠାଯାଇଛି।

ସେହିପରି ଜିଓଟେକ୍‌ରେ ରହିଥିବା ସମୟ ମଧ୍ୟ ଦୁଇ ପଂଚାୟତରେ ଏକ ପ୍ରକାର ଅଛି। ତେବେ ଏହି ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ ଆଜି ଜିଲ୍ଲା କୃଷି ଅଧିକାରୀ ତଥା ଅଦା ବିହନ ବଂଟନ ଘଟଣାର ତଦନ୍ତକାରୀ ଅଫିସର ଅନିଲ୍ କୁମାର ସେଠିଙ୍କ ବିରୁଦ୍ଧରେ କୃଷି ସଚିବଙ୍କୁ ନବ ନିର୍ମାଣ କୃଷକ ସଂଗଠନ ନେତା ବିଷ୍ଣୁ ଚରଣ ସ୍ୱାଇଁ ସାକ୍ଷାତ କରି ଲିଖିତ ଜଣାଇଛନ୍ତି ଯେ, ୭ ଗୁଂଠ ଯାଗାରେ ଅଦା ଚାଷ ପାଇଁ ଜଣେ ଚାଷୀଙ୍କୁ ସରକାର ୭୦ କେଜି ଅଦା ମଞ୍ଜି ଦିଆଯାଉଛି। ମାତ୍ର ବାସ୍ତବରେ ଚାଷୀ ଜଣଙ୍କ ୭ ଗୁଂଠ ଜାଗାରେ ଚାଷ ନ କରି ଶାଗ ପଟାଳି ଭଳି ଜାଗାରେ କିଛି ମଞ୍ଜି ଲଗାଇ ଆଉ ସବୁ ବିକ୍ରି କରିଦେଇଛନ୍ତି।

ଏଥିରେ ସହକାରୀ କୃଷି ନିର୍ଦ୍ଦେଶକ ଓ ବ୍ଲକ୍ କୃଷି ଅଧିକାରୀ ସାମିଲ୍ ରହିଛନ୍ତି। ସଂପୃକ୍ତ ଅଧିକାରୀ ଜଣଙ୍କ ନିଜ ପ୍ରିୟାପ୍ରୀତିଙ୍କ ନାମରେ ଅନେକ ଲାଭ ଦାୟକ ଯୋଜନା କରି ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ କରିଥିବା ନେଇ ସଂଗୀନ୍ ଅଭିଯୋଗ ଆଣିଛନ୍ତି।

ଅନ୍ୟପକ୍ଷରେ ୨୪ ଘଂଟା ମଧ୍ୟରେ ଦୁର୍ନିତୀଖୋର୍ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ କୃଷି ସଚିବ କହିଥିବା ଶ୍ରୀଯୁକ୍ତ ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି।

ସୂଚନାଯୋଗ୍ୟ, କୁଜଙ୍ଗ ବ୍ଲକ୍ ୨୮ ଗୋଟି ପଂଚାୟତର ୨୦ ଜଣ ଚାଷୀଙ୍କ ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ୧୪ କ୍ୱିଂଟାଲ ଅଦା ମଞ୍ଜି ଆସିଥିଲା। ମାତ୍ର ଅସାଧୂ କର୍ମଚାରୀ ବାସ୍ତବରେ ଚାଷକରୁଥିବା ସଫଳ ଚାଷୀଙ୍କୁ ଏହି ଅଦା ମଞ୍ଜି ପ୍ରଦାନ ନ କରି କିଛି ବେପାରୀ ଓ ଥିଲାବାଲାଙ୍କୁ ଅଦା ବିହନ ବିକ୍ରି କରିଦେଇଥିଲେ। ଏ ନେଇ ଅଦା ମଞ୍ଜି ବଂଟନ ଅନିୟମିତତା ନେଇ କୃଷି ମନ୍ତ୍ରୀ, କୃଷି ସଚିବ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ, ଜିଲ୍ଲାପାଳଙ୍କୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ତଦନ୍ତ ପାଇଁ ଦାବି କରାଯାଇଥିଲା। ଫଳରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗତ ୮ ତାରିଖ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଅନିଲ୍ କୁମାର ସେଠୀ ଓ ବିରିଡ଼ି ବ୍ଲକ୍ ଉଦ୍ୟାନ କୃଷି ଅଧିକାରୀ ସ୍ମରଣୀକା ଦାସ ମିଳିତଭାବେ କୁଜଙ୍ଗ ବ୍ଲକ୍ ଗସ୍ତ କରି ଚାଷୀଙ୍କ ତାଲିକା ସଂଗ୍ରହ କରିବା ସହିତ ଚାଷ କରାଯାଇଥିବା ଜମି ପରିଦର୍ଶନ କରିଥିଲେ।

ତେବେ ଏହି ପରିଦର୍ଶନ ସମୟରେ କିଛି ଅଦା ଚାଷ ହୋଇଥିବା ଜମିର ଫଟୋ ଉଠାଇବା ପରିବର୍ତ୍ତେ କଦଳୀ ବୁଦାମୁଳେ ଫଟୋ ଉଠାଇ ଫସିଥିଲେ। ଏହି ଫଟୋ ଉଠାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅଧିକାରୀ ଦ୍ୱୟଙ୍କୁ ସମାଲୋଚନା କରାଯାଇଥିଲା। ତେବେ ଆଜି ନବ ନିର୍ମାଣ କୃଷକ ସଂଗଠନ ନେତା ବିଷ୍ଣୁ ସ୍ୱାଇଁ କୃଷି ସଚିବଙ୍କୁ ଭେଟି ଉକ୍ତ ଅଧିକାରୀ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଦୁର୍ନିତୀଖୋର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବିକରିଛନ୍ତି।

ଅନ୍ୟପକ୍ଷରେ ବର୍ଷ ବର୍ଷ ଧରି ଏଭଳି ଯୋଜନାରେ କେତେ ଚାଷୀ ସଫଳ ହୋଇଛନ୍ତି ତଥା କେତେଜଣ ସ୍ୱାବଲମ୍ବୀ ହେଲେଣି ତାହାର କିଛି ତଥ୍ୟ ବିଭାଗୀୟ ଅଧିକାରୀଙ୍କ ପାଖରେ ତାଲିକା ନଥିବାରୁ ଏହି ଯୋଜନା ସବୁ ଭେଳିକି ବୋଲି ଚାଷୀ ସଂଗଠନ ଅଭିଯୋଗ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଟା ପାୱାର ବିରୋଧରେ ଗର୍ଜନ କରିବ ନବନିର୍ମାଣ କୃଷକ ସଂଗଠନ, ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଟାଟା ପାୱାର ବିରୋଧରେ ଆସନ୍ତାକାଲି ଭୁବନେଶ୍ବରରେ ଗର୍ଜନ କରିବ ନବ ନିର୍ମାଣ କୃଷକ ସଂଗଠନ। ସୋମବାର ସକାଳ 11 ଟାରେ ଏକ ବିଶାଳ ଶୋଭାଯାତ୍ରା ବାହାରି ପିଏମଜି ଛକ ଆଡିକୁ ଯିବ। ସେଠାରେ ବିକ୍ଷୋଭକାରୀ ବିଧାନସଭା ଘେରାଉ କରିବେ। ଏ ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ମୁଖ୍ୟତଃ ଟାଟା ପାୱାର ରାଜ୍ୟର ଶକ୍ତି ବିତରଣ ହାତକୁ ନେବା ପରେ କୃଷକ ତଥା ବିଦ୍ୟୁତ ଗ୍ରାହକଙ୍କୁ ହଇରାଣ କରିବାରେ ଲାଗିଛି। ସେଥିପାଇଁ ଟାଟା ପାୱାର ଫେରିଯିବା ନେଇ ଆନ୍ଦୋଳନ କରାଯିବ। ସେହିପରି ସଂଗଠନର ପୂର୍ବ ଦାବୀ କୃଷକଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବୀ ମଧ୍ୟ ରହିବ।

ନିକଟରେ ଡ୍ରାଇଭର ସଂଘ ବିଧାନସଭା ଘେରାଉ କରି ପୋଲିସକୁ ଲହୁଲୁହାଣ କରିଦେଇଥିଲେ। ତାହାକୁ ନଜରରେ ରଖି ବର୍ତ୍ତମାନ କୃଷକ ସଂଗଠନ ପାଇଁ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାରେ ଚକା ବନ୍ଦ କରିବ ନବ ନିର୍ମାଣ କୃଷକ ସଂଗଠନ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର, ନୂଆଦିଲ୍ଲୀରେ କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ, ଭାରତୀୟ କିସାନ ୟୁନିଅନ ଆଜି ଦେଶ ବ୍ୟାପି ଚକା ବନ୍ଦ ଡାକରା ଦେଇଛି। ତିନି ଘଣ୍ଟା ପାଇଁ ଏହି ଆନ୍ଦୋଳନ ହେବ। ଏହି ବନ୍ଦ ଦିନ 12ଟା ରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିବ। ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାଏତ ଏହି ଆହ୍ବାନ ଦେଇଛନ୍ତି।

ସେହିପରି ଓଡିଶାରେ ଏହି ବନ୍ଦକୁ ସମର୍ଥନ କରିଛି ନବ ନିର୍ମାଣ କୃଷକ ସଂଗଠନ। ଏହାର କର୍ମିମାନେ ଭୁବନେଶ୍ବରର ମୁଖ୍ୟରାସ୍ତାରେ ଚକାବନ୍ଦ କରିବେ। ସେହିପରି ସଂଗଠନର ବିଭିନ୍ନ ଜିଲ୍ଲାରେ ଥିବା କର୍ମିମାନେ ମଧ୍ୟ ରାଜରାସ୍ତା ବନ୍ଦ କରିବେ ବୋଲି ନିଷ୍ପତି କରାଯାଇଛି। ଏ ନେଇ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ସଂଗଠନର ଘୋଷଣା ପରେ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କୃଷି ବିଲ ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ, ଓଡିଶାରେ ନବ ନିର୍ମାଣ କୃଷକ ସଂଗଠନ କରିବ ବନ୍ଦ

ଭୁବନେଶ୍ବର, ସଂସଦରେ ପାଶ ହୋଇଥିବା କୃଷି ବିଲକୁ ବିରୋଧ କରି ବହୁ ଚାଷି ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ମୁଖ୍ୟତଃ କେନ୍ଦ୍ର ସରକାର ଏହି ବିଲରେ ପ୍ରକୃତ ଚାଷିଙ୍କ କଲ୍ୟାଣ ପାଇଁ କିଛି ନାହିଁ। ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ସେଥିପାଇଁ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବୀ କରିଛନ୍ତି। ଓଡିଶାର ପ୍ରମୁଖ ନବନିର୍ମାଣ କୃଷକ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛି। ଆସନ୍ତାକାଲି ସଂଗଠନ ରାଜଧାନୀରେ ବିକ୍ଷୋଭ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷକ ସଂଗଠନ ଦ୍ବାରା ଭାରତ ବନ୍ଦ ଆନ୍ଦୋଳନରେ ଯୋଗ ଦେବ ନବ ନିର୍ମାଣ କୃଷକ ସଂଗଠନ

ବୋଲଗଡ଼, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ଦୁଇଟି କୃଷି ବିଲକୁ ବିରୋଧ କରି ସାରା ଭାରତ ବର୍ଷର କୃଷକ ସଂଗଠନଗୁଡିକ ଆସନ୍ତା 25 ତାରିଖରେ ଭାରତ ବନ୍ଦ କରୁଛନ୍ତି। ସେଥିରେ ନବନିର୍ମାଣ କୃଷକ ସଂଗଠନ ଅଂଶଗ୍ରହଣ କରିବ ବୋଲି ଏକ ସାମ୍ବାଦିକ  ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି।

ସେ କହିଲେ ଯେ, କୃଷି ବିଧେୟକ ସମୃଦ୍ଧିର ପଥ ବାହାର କରିଛି ବୋଲି ସରକାର ଯେଉଁ ପ୍ରଚାର କରୁଛନ୍ତି, ଏହା ମିଥ୍ୟା । ବିଗତ ଦିନରେ ସରକାର ସ୍ୱାମୀନାଥନ କମିଶନ ସୁପାରିଶ ଲାଗୁ କରିବା ଏବଂ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପ୍ରସଙ୍ଗରେ ଚାଷୀମାନଙ୍କ ସହ ପ୍ରତାରଣା କରିଛନ୍ତି । ସରକାର ସବୁବେଳେ ମାତ୍ରାଧିକ କର୍ପୋରେଟ ପ୍ରତି ରହିଆସିଥିବା କାରଣରୁ ଏବେ ଏହି ନୂଆ ବିଧେୟକରେ କର୍ପୋରେଟଙ୍କ କୃଷିକ୍ଷେତ୍ରକୁ କବ୍‌ଜା କରିବାର ବାଟ ଫିଟିଯାଇଛି । ଏହି ବିଗତ ବର୍ଷମାନଙ୍କରେ ଇନ୍‌ସୁରାନ୍ସ କମ୍ପାନୀମାନେ କେତେ ଚାଷୀଙ୍କୁ ଲୁଟ୍ କରିଛନ୍ତି ତାହା ସମସ୍ତଙ୍କୁ ଜଣା।

ଏହା ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରୁ ଯଦି ସରକାର ନିୟନ୍ତ୍ରଣ ଉଠାଇ ଦେବେ ତେବେ କମ୍ପାନୀମାନଙ୍କ ଚାଷୀ ଓ ଖାଉଟିଙ୍କୁ ଶୋଷଣ କରିବାର କୌଣସି ବାଧକ ରହିବ ନାହିଁ । କମ୍ପାନୀମାନେ ଡ଼ାଲି, ତେଲ ବଜାରରେ କେତେ ବିକିଲା ବେଳେ ସରକାର କେତେ ଟଙ୍କାରେ ଚାଷୀଙ୍କ ଠାରୁ କିଣିଛନ୍ତି । ନୂଆ କୃଷିନୀତି ଦଲାଲରାଜକୁ ସମାପ୍ତ କରିବ ବୋଲି କୁହାଗଲା ବେଳେ ପ୍ରକୃତ ପକ୍ଷେ ପୁରା ଦଲାଲରାଜ ଆରମ୍ଭ ହେବ।

ଏଣୁ କୃଷକମାନଙ୍କ ମଣ୍ଡି ବ୍ୟବସ୍ଥା ରହିବ, ଏହି ନୂଆ ବିଧେୟକରେ ମଣ୍ଡି ବିରୋଧୀ ଷଡ଼ଯନ୍ତ୍ର ନାହିଁ କହିବା ହାସ୍ୟସ୍ପଦ। ୨୫ ତାରିଖ ବନ୍ଦରେ ସାରା ଓଡ଼ିଶାର ସମସ୍ତ ଜିଲ୍ଲାର ନେତୃମଣ୍ଡଳୀ ଓ କର୍ମକର୍ତ୍ତା ଏହି ବନ୍ଦ ଓ ହରତାଳରେ ଯୋଗ ଦେବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାଶ, ରାଜ୍ୟ କମିଟି ସଭ୍ୟ ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ କିଶୋର ଉପସ୍ଥିତ ଥିଲେ। ପ୍ରଭାବୀ ଢଙ୍ଗରେ ବନ୍ଦ ପାଳନ କରାଯିବ ଓ ବନ୍ଦ ମାଧ୍ୟମରେ ଚାଷୀମାନେ ସେମାନଙ୍କ ଷଡ଼ଯନ୍ତ୍ର ବିଷୟରେ ଅବଗତ ହେବେ ବୋଲି କୃଷକ ନେତାମାନେ କହିଛନ୍ତି ।