Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ନିଆଳି ଓ ନିମାପଡାରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

ଭୁବନେଶ୍ବର: ଆଜି ଶେଷ ହେଉଛି ଓଡିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର। ସେଥିପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପ୍ରଚାରକୁ ଜୋରଦାର କରିଛନ୍ତି।  ସେ ଆଜି ଜଗତସିଂହପୁର ଲୋକସଭା ଅଧିନରେ ଥିବା ନିଆଳି ଓ ନିମାପଡାରେ ପ୍ରଚାର କରିଛନ୍ତି। ନିଆଳିର ତାଙ୍କୁ ବିଶାଳ ଜନସମୁଦ୍ର ସ୍ୱାଗତ କରିଥିଲେ। ସେଠାରେ ସେ ଜନସମୁଦ୍ରକୁ ବିଜେଡିର ପ୍ରତିଶୃତିକୁ ପ୍ରଶ୍ନ ଆକାରରେ ପଚାରିଥିଲେ। ଯାହାର ଉତ୍ତର ନବୀନ ପଟ୍ଟନାୟକ ବୋଲି ଲୋକେ କହିଥିଲେ।

• ପାଣ୍ଡିଆନ ପଚାରିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି ? ବି.ଏସ୍‍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି ? ମଧୁବାବୁ ପେନ୍‍ସନରେ ଭତ୍ତା କିଏ ଦଉଛି ? ଲକ୍ଷ୍ମୀ ବସରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ – ନବୀନ ପଟ୍ଟନାୟକ

• ସେହିପରି ନିଆଳିକୁ ଏନ୍‍.ଏ.ସି. କିଏ କରିଛନ୍ତି ? ଉତ୍ତର – ନବୀନ ପଟ୍ଟନାୟକ
• ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା କିଏ ଦେଇଛି ? – ନବୀନ ପଟ୍ଟନାୟକ
• ନିଆଳି ଅଞ୍ଚଳର ମଠ, ମନ୍ଦିର, ଚର୍ଚ୍ଚ, ମସ୍‍ଜିଦ୍‍ ଆଦି ପୂଜାସ୍ଥଳର ରୂପାନ୍ତର କିଏ କରିଛି – ନବୀନ ପଟ୍ଟନାୟକ
• ସମସ୍ତେ ଜାଣିଛନ୍ତି ସାରା ଓଡ଼ିଶା ଏକ ସ୍ୱରରେ କହୁଛି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ
• ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼ କରିବେ
• ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦେବେ
• ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ ଦେବେ, ମା’ମାନଙ୍କ ଅନୁରୋଧକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରକ୍ଷା କରିଛନ୍ତି

ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି। ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି। ଆପଣମାନେ ତା’ର ଜବାବ ଦିଅନ୍ତୁ। ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ୭୦ ହଜାର ମାର୍ଜିନରେ ଜିତାନ୍ତୁ ବୋଲି ପାଣ୍ଡିଆନ କହିଥିଲେ।

ସେହିପରି ନିମାପଡ଼ାରେ ମଧ୍ୟ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର କରିଥିଲେ। ସେ କହିଥିଲେ ଯେ, ଏ ସରକାର ହେଉଛି ଆପଣମାନଙ୍କ ସରକାର, ଚାଷୀଭାଇମାନଙ୍କ ସରକାର, ଯୁବପିଢ଼ିର ସରକାର। ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ।  ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦେବେ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି, ମୁଁ ତାଙ୍କୁ କହିବାକୁ ଚାହେଁ ଯେ, ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି, ବାଜପେୟୀଙ୍କ ସରକାରରେ ନବୀନ ବାବୁ କ୍ୟାବିନେଟ୍‍ ମନ୍ତ୍ରୀ ଥିଲେ, ଆପଣ ସେତେବେଳେ ଓକିଲାତି କରୁଥିଲେ।  ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ଠାରୁ ସଂସ୍କାର ଶିଖନ୍ତୁ, ଓଡ଼ିଶା କେବେ ଅତିଥିଙ୍କୁ ଏମାଟିରେ ଅସମ୍ମାନିତ କରେ ନାହିଁ, ମହାପ୍ରଭୁ ତାଙ୍କୁ ସଦ୍‍ବୁଦ୍ଧି ଦିଅନ୍ତୁ, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ବିରୋଧୀ ଦଳ ବିଜୁ ଜନତା ଦଳର କର୍ମୀମାନଙ୍କୁ ଧମକ ଦେଉଛନ୍ତି, ଆକ୍ରମଣ କରୁଛନ୍ତି, ଏଇଟା ଭଲ ନୁହେଁ, ଆମେ କୌଣସି କର୍ମୀଙ୍କ ଦେହରେ କାହାକୁ ହାତ ଲଗେଇବାକୁ ଦେବୁନାହିଁ।  ମୁଖ୍ୟମନ୍ତ୍ରୀ ଶାନ୍ତିରେ ବିଶ୍ୱାସ କରନ୍ତି।  ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ମାଲକାନଗିରିରୁ ମୟୁରଭଞ୍ଜ, ସୁନ୍ଦରଗଡ଼ରୁ ଜଗତ୍‍ସିଂହପୁର ପର୍ଯ୍ୟନ୍ତ ଜାଣିଗଲେଣି, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପାଣ୍ଡିଆନ କହିଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ନିଆଳି ମାଧବ ମନ୍ଦିର ପରିଦର୍ଶନ କଲେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି

ଭୁବନେଶ୍ବର: ଆଜି ନିଆଳିର ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି ଓଟିଡିସିର ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି। ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ରୂପେ ପରିଚିତ ନିଆଳି ମାଧବ ମନ୍ଦିରର ସାମଗ୍ରିକ ବିକାଶ ଲକ୍ଷ୍ୟରେ ଏହି ପ୍ରାଚୀନ ମନ୍ଦିରକୁ ସେ ବୁଲି ଦେଖିଛନ୍ତି। ପୁରୀ ଶ୍ରୀମନ୍ଦିର ରୀତିନୀତି ସହ ଏହି ମାଧବାନନ୍ଦଜୀଉ ମନ୍ଦିରର ଭୂମିକା ଜଡ଼ିତ ଥିବାରୁ ଏହି ପୁରାତନ ମନ୍ଦିରଟିର ସଂରକ୍ଷଣ, ରକ୍ଷଣାବେକ୍ଷଣ ତଥା ସୌନ୍ଦର୍ଯ୍ୟକରଣର ଆବଶ୍ୟକତା ରହିଛି।

ଅଧ୍ୟକ୍ଷ ଡଃ ମହାନ୍ତି ଉକ୍ତ ମନ୍ଦିର ପରିଦର୍ଶନ କରିବା ସହ ଏହାର ଭିତ୍ତିଭୂମିର ବିକାଶ ପାଇଁ ମନ୍ଦିରର ପୂଜକ, ସେବକ ଗୋଷ୍ଠୀ, ସ୍ଥାନୀୟ ବାସିନ୍ଦା ଏବଂ ସରକାରୀ ଅଧିକାରୀଙ୍କ ସହିତ ସବିଶେଷ ଆଲୋଚନା କରି ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ଏହି ମନ୍ଦିରର ସାମଗ୍ରିକ ଉନ୍ନତି ଦ୍ୱାରା ଉକ୍ତ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ଉପଯୁକ୍ତ ବିକାଶ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବା ବୋଲି ମତ ପ୍ରକାଶ ପାଇଥିଲା।

ପୁରାଣ ପ୍ରସିଦ୍ଧ ପ୍ରାଚୀ ନଦୀ ତଟରେ ଅବସ୍ଥିତ ଏହି ମନ୍ଦିରର ବିକାଶ ସହ ଏଠାକୁ ଆସୁଥିବା ପର‌୍ୟ୍ୟଟକମାନଙ୍କ ସୁବିଧା ନିମନ୍ତେ ପାରିପାର୍ଶ୍ଵିକ ଉନ୍ନତି ଦିଗରେ ସମ୍ଭାବ୍ୟ ପଦକ୍ଷେପ ନିଆଯିବା ସଂପର୍କରେ ମଧ୍ୟ ଡଃ. ମହାନ୍ତି ଆଲୋଚନା କରିଥିଲେ। ଏହି ଅବସରରେ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ସାଂସଦ ପ୍ରତିନିଧି ଆଦିତ୍ୟ ପାଣି, ବିଶିଷ୍ଟ ଐତିହାସିକା ଓ ଲେଖିକା ଶ୍ରଦ୍ଧାଞ୍ଜଳି କାନୁନଗୋ, ପରିବେଶବିତ୍ ପିତାମ୍ବର ରାଉତ, ସମିତି ସଭ୍ୟ ଅବିନାଶ ପ୍ରଧାନ ଓ ସ୍ଥାନୀୟ ସରପଞ୍ଚ ବାବୁରାମ ମଲ୍ଲିକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ନିଆଳି ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ 

ଭୁବନେଶ୍ୱର/କଟକ: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର କଟକ ଜିଲ୍ଲାର ନିଆଳି ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ନିଆଳି ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ନିଆଳି ସହର ତଥା ନିକଟବର୍ତ୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ନିଆଳି ସହରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୭୭୦୦ ବର୍ଗଫୁଟ ପରିମିତି ରହିଛି। ଏହି ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୪୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ନିଆଳି ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଜାତୀୟ ଖବର ରାଜ୍ୟ ଖବର

48 ଘଣ୍ଟା ପାଇଁ ନିଆଳି ବ୍ଲକର 5ଟି ପଞ୍ଚାୟତ୍‌ ସଟ୍‌ଡାଉନ୍‌

ନିଆାଳି : କଟକ ଜିଲ୍ଲା ନିଆଳିରେ 6 କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ବ୍ଲକ୍‌ର 5 ପଞ୍ଚାୟତକୁ ଶଟଡାଉନ୍ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ 5ଟି ପଞ୍ଚାୟତକୁ 48 ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ।

ଆଜି ସକାଳୁ  ଗୁରୁବାର ସକାଳ ପର୍ଯ୍ୟନ୍ତ 48 ଘଣ୍ଟା ସଟ୍‌ଡାଉନ୍‌ କରାଯାଇଛି । ନିଆଳି, ନୂଆଗାଁ, ବାହାରଣା, ମାଧବ ଓ ରତନପୁର ପଞ୍ଚାୟତକୁ ସଟ୍‌ଡାଉନ୍‌ କରାଯାଇଛି । ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି 5ଟି ପଞ୍ଚାୟତର ସରପଞ୍ଚ । ନିଆଳି ମେଡିକାଲ ଓପିଡି 72 ଘଣ୍ଟା ପାଇଁ ବନ୍ଦ ନିର୍ଦ୍ଦେଶ ରହିଛି । ଚାରିଜଣ ଷ୍ଟାଫ୍‌ ଆକ୍ରାନ୍ତ ଯୋଗୁଁ ଓପିଡି ବନ୍ଦ ପାଇଁ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି ।