Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ଭିକେ ପାଣ୍ଡିଆନ

ଚିଲିକା (ସୀତାରାମ ଅଗ୍ରୱାଲ): ଆସନ୍ତା ୨୫ ତାରିଖରେ ପୁରୀ ଲୋକସଭା ଓ ଚିଲିକା ବିଧାନସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀକୁ ପ୍ରଚାର ପାଇଁ ଆସିଥିଲେ ବିଜେଡି ତାରକା ପ୍ରଚାରକ ଭି କେ ପାଣ୍ଡିଆନ।  ସେ ଅପରାହ୍ନ ୪.୩୦ ମିନିଟ ସମୟରେ ବାଣପୁର ପଲଟନ ପଡିଆ ଠାରେ ପହଞ୍ଚି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ। ସେ ଉଭୟ ପୁରୀ ଲୋକସଭା ଓ ଚିଲିକା ବିଧାନସଭାର ଦଳୀୟ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ରଘୁନାଥ ସାହୁଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ।

‘ଜୟ ଜଗନ୍ନାଥ’, ‘ଜୟ ମା ଭଗବତୀ’ରୁ ଭାଷଣ ଆରମ୍ଭ କରି ଓଡିଶା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଉନ୍ନୟନ କାର୍ଯ୍ୟ କରିଥିବାର କହିଥିଲେ ପାଣ୍ଡିଆନ।  ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି। ବାଣପୁରରେ ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି। ମା’ ଭଗବତୀ ମନ୍ଦିର ରୂପାନ୍ତରିକରଣ ଜାରି ରହିଛି।

ଜୁଲାଇ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବେ। ବିଦ୍ୟୁତ ବିଲ ଛାଡ କରିବା ପାଇଁ ଶ୍ରୀ ପଣ୍ଡିଆନ ପୁଣିଥରେ ଏଠାରେ ଦୋହରାଇଛନ୍ତି। ଅନୁରୂପ ଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀଙ୍କୁ ଅବଗତ କରିଥିଲେ ଶ୍ରୀ ପାଣ୍ଡିଆନ।

ମାତ୍ର ସ୍ୱଳ୍ପ ସମୟ ବାଣପୁରରେ ଉପସ୍ଥିତ ରହିବା ପରେ ସେ ହେଲିକପ୍ଟର ଯୋଗେ ରଣପୁର ଯାଇଥିବା ସୂଚନା ମିଳିଛି। ଏହି ଅବସରରେ ଚିଲିକା ବିଧାୟକ ପ୍ରାର୍ଥୀ ରଘୁନାଥ ସାହୁ ଏବଂ ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ରଣପୁରରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ ଶୋ

ରଣପୁର: ଚଳିତ ସାଧାରଣ ନିର୍ବାଚନରେ ପୁରୀ ସାଂସଦ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଅରୂପ ପଟ୍ଟନାୟକ ଓ ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଆଜି ଅପରାହ୍ନରେ ରଣପୁର ଜୋନ୍ ର ଡମସାହି ପଂଚାୟତ ଠାରୁ ନିର୍ବାଚନୀ ପ୍ରଚାର ତଥା ରୋଡ ଶୋ ଆରମ୍ଭ କରଥିବା ସୂଚନା ମିଳିଛି।

ପରେ ଦଳୀୟ କର୍ମୀ ମାନଙ୍କ ଗହଣରେ ସେଠାରୁ ବାହାରି ରଙ୍କ ଦେଉଳି, ଖତିଆ, ଦର୍ପନାରାୟଣପୁର, ବାଉଁଶଗଡ, ବଜ୍ରକୋଟ, ଗୌରାଙ୍ଗପୁର, ପିମ୍ପଲ ଆଦି ପଂଚାୟତ ଓ ରାଜସୁନାଖଳା ଜୋନ୍ ର ବୃନ୍ଦାବନପୁର, ସୁର୍କାବାଡି, କାସନ୍ଦା, ସୁନାଖଳା ଓ ନରେନ୍ଦ୍ରପୁର ଆଦି ଗ୍ରାମପଂଚାୟତରେ ମୁଖ୍ୟମନ୍ତ୍ରୀ ଙ୍କର ବିଭିନ୍ନ ବିକାଶମୂଳକ ଯୋଜନା ଗୁଡିକର ଗୁଣଗାନ କରିବା ସହ ନିର୍ବାଚନୀ ପ୍ରଚାର ତଥା ରୋଡ ଶୋ ଜରିଆରେ ଉଭୟ ପ୍ରାର୍ଥୀ ଭୋଟର ମାନଙ୍କ ନିକଟରେ ପହଂଚି ଦଳ ସପକ୍ଷରେ ନିବେଦନ କରିଥିଲେ।

Categories
PanchayatElection ଆଞ୍ଚଳିକ

ବାଣପୁର: ଥମିଲା ଦ୍ଵିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନୀ ପ୍ରଚାର, ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କଲା ବ୍ଲକ ପ୍ରଶାସନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି।ଆସନ୍ତା ୧୮ତାରିଖରେ ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ହେବ। ଏହି ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ନିର୍ବାଚନୀ ପ୍ରଚାର ଶେଷ ହୋଇଛି। ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି।

୨୩୩ ବୁଥକୁ ବୁଥ ଅଫିସର ସମେତ ପୁଲିଙ୍ଗ ଅଫିସର ମାନଙ୍କୁ ପଠାଯାଇଛି। ଏହା ସହ କିଭଳି ଶୃଙ୍ଖଳିତ ଭାବେ ମତଦାନ ସଂପୁଣ୍ଣ ହେବ, ତାହା ଉପରେ ବାଣପୁର ବ୍ଲକ ପ୍ରଶାସନ ଗୁରୁତ୍ଵ ଦେଇଛି। ସମସ୍ତ ପୋଲିସ ପ୍ରଶାସନ ନିର୍ବାଚନ ଡିଉଟିରେ ଥିବା ସମସ୍ତ କର୍ମଚାରୀମାନେ ୧୮ ତାରିଖ ମତଦାନ ପାଇଁ ପ୍ରସ୍ତୁତ ହୋଇରହିଛନ୍ତି।

ବାଣପୁର ବ୍ଲକରେ ତିନୋଟି ଜୋନରେ ନିର୍ବାଚନ ପାଇଁ ମତଦାନ କରିବେ ଲୋକେ। ବାଣପୁର ବ୍ଲକରେ ୨୩୩ ଟି ବୁଥରେ ୧ ଲକ୍ଷ ୩ ହଜାର ୮ ସହ ୧୩ ଜଣ ଭୋଟର ମତଦାନ କରିବେ। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହେବା ପାଇଁ ବ୍ୟାପକ ପୋଲିସ ଟିମକୁ ନିୟୋଜିତ କରିବା ସହିତ ପାଟ୍ରୋଲିଂର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି।