ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ଓସିଏସ୍ ଆଶାୟୀଙ୍କ ପାଇଁ ଖୁସିର ଖବର ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଓଡ଼ିଶା ସିଭିଲ ସର୍ଭିସ ଆଶାୟୀଙ୍କୁ ପରୀକ୍ଷା ପାଇଁ ଆଉଥରେ ସୁଯୋଗ ମିଳିବ। ୨୦୧୯, ୨୦୨୦ ଏବଂ ୨୦୨୧ରେ ପରୀକ୍ଷା ଦେଇଥିବା ଓଡ଼ିଶା ସିଭିଲ ସର୍ଭିସ ଆଶାୟୀମାନେ ଏବେ ପୁଣିଥରେ ପରୀକ୍ଷା ଦେଇପାରିବେ। ସେଥିପାଇଁ ବୟସ ସୀମାକୁ କୋହଳ କରାଯାଇଛି। ବୟସ ଅତିକ୍ରମ କରିଥିଲେ ମଧ୍ୟ ପୂର୍ବ ତିନି ବର୍ଷରେ ପରୀକ୍ଷା ଦେଇଥିବା ଆଶାୟୀମାନେ ଆଉଥରେ ସୁଯୋଗ ପାଇବେ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
