Categories
ଆଜିର ଖବର ରାଜ୍ୟ ଖବର

ଛତ୍ରପୁର: ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଯୁବକ ଗୁରୁତର

କୈଳାଶ ଚନ୍ଦ୍ର ଚୌଧୁରୀ

ଛତ୍ରପୁର: ଗତକାଲି ସନ୍ଧ୍ୟାରେ ଛତ୍ରପୁର ରେଳ ଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନରୁ ଖସି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଭୁବନେଶ୍ୱର ଯାଉଥିବା ଉକ୍ତ ଟ୍ରେନର କୌଣସି କାରଣ ବଶତଃ ଏହି ଯୁବକ ଜଣକ ଖସିଯିବାରୁ ଗୋଡ଼ରେ ଆଘାତ ଲାଗି ଗୁରୁତର ଆହତ ହୋଇଛନ୍ତି। ରେଲୱେ ପୋଲିସ ପ୍ରଥମେ ତାଙ୍କୁ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ କରାଇ ବର୍ତ୍ତମାନ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି।

ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ହାଜିପୁର ଗ୍ରାମର ପ୍ରଭାତ ଲେଙ୍କା ଓ ତାଙ୍କର ବାପାଙ୍କ ନାମ ସୁକଦେବ ଲେଙ୍କା। ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବକଙ୍କ ପରିସ୍ଥିତି ବର୍ତ୍ତମାନ ଭଲ ଅଛି। ସେ ଘର ଲୋକଙ୍କ ସହ ମିଶିବାକୁ ଚାହୁଁଛନ୍ତି ବୋଲି ଛତ୍ରପୁର ରେଲୱେ ଥାନା ମୁଖ୍ୟ ସିପାହୀ କମଲ କୁମାର ପଣ୍ଡା ସୁଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରୁ ଛାଡୁଥିବା ଆଉ ତିନିଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ଭଳି କୋଚ ବ୍ୟବସ୍ଥା

ଭୁବନେଶ୍ୱର: କେଏସଆର ବେଙ୍ଗାଲୁରୁ – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲାରେ ବର୍ତ୍ତମାନ ଆଧୁନିକ LHB କୋଚ ଉପଲବ୍ଧ।

ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ତିନୋଟି ଟ୍ରେନରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଇବାପାଇଁ ନିଷ୍ପତ୍ତି ନିଆଯାଇଅଛି। ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର-କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ସ୍ପେଶାଲକୁ ରାଜଧାନୀ କୋଚ ଭଳି ଯାତ୍ରା ସୁବିଧାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଆହୁରି ଦୁଇଟି ଟ୍ରେନରେ ଏହି ସୁବିଧା ଯୋଗାଇବାକୁ ମଧ୍ୟ ଘୋଷଣା କରିଥିଲେ।

ଏହି ଟ୍ରେନ ଦ୍ବୟ ହେଲା ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଏବଂ ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ଉପରୋକ୍ତ ଟ୍ରେନରେ ଆଧୁନିକ LHB କୋଚ୍ ସଂଯୋଗ କରାଇ ଏହି ସୁବିଧା ଯୋଗାଇ ଦେଇଛି। ଏହି କୋଚଗୁଡ଼ିକ ହେଉଛି ଅଗ୍ନି ନିରାପତ୍ତା, କମ୍ ରକ୍ଷଣାବେକ୍ଷଣ, ଅଧିକ ଯାତ୍ରୀ ପରିବହନ କ୍ଷମତା, ଅଧିକ ସୁରକ୍ଷିତ ଏବଂ ଆରାମଦାୟକ ଯାତ୍ରା ଅଭିଜ୍ଞତା।

18463/18464 ଭୁବନେଶ୍ୱର – କେଏସଆର ବେଙ୍ଗାଲୁରୁ ସିଟି – ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ ଦ୍ୱାରା LHB କୋଚ ସହିତ ସେବା 05.07.2022 ଠାରୁ ଭୁବନେଶ୍ୱରରୁ ଏବଂ 06.07.2022 ଠାରୁ ବେଙ୍ଗାଲୁରୁ ଠାରୁ ଉପଲବ୍ଧ କରାଯାଇ ଅଛି।

12281/12282 ଭୁବନେଶ୍ୱର – ନୂଆଦିଲ୍ଲୀ – ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସ ଦ୍ୱାରା LHB କୋଚ ସୁବିଧା ସହିତ ଚଳାଚଳ 13.07.2022 ଠାରୁ ଭୁବନେଶ୍ୱରରୁ ଏବଂ 14.07.2022 ଠାରୁ ନୂଆଦିଲ୍ଲୀରୁ ଚଳାଚଳ କରାଯିବ।

ସେହିଭଳି 22805/22806 ଭୁବନେଶ୍ୱର – ଆନନ୍ଦ ବିହାର (ଦିଲ୍ଲୀ) – ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ ଭାୟା ଅନୁଗୁଳ ଓ ରାଉରକେଲା ଟ୍ରେନ ରେ LHB କୋଚ ସୁବିଧା 16.07.2022 ଠାରୁ ଭୁବନେଶ୍ୱରରୁ ଏବଂ 18.07.2022 ଠାରୁ ଆନନ୍ଦ ବିହାରରୁ ଚଳାଚଳ କରାଯିବ।

ଏହା ସହିତ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ଆହୁରି ଅଧିକ ଟ୍ରେନ ମାନଙ୍କରେ ମଧ୍ୟ ଏହି ସୁବିଧା ଯୋଗାଇଦିଆଯାଇଅଛି। ଏହି ଟ୍ରେନ ଗୁଡିକ ହେଲା 22869/22870 ବିଶାଖାପାଟଣା-ଚେନ୍ନାଇ-ବିଶାଖାପାଟଣା ଏକ୍ସପ୍ରେସ ବିଶାଖାପାଟଣା ଠାରୁ ଜୁଲାଇ ମାସ 11 ତାରିଖ ଠାରୁ ଏବଂ ଚେନ୍ନାଇ ଠାରୁ ଜୁଲାଇ ମାସ 12 ତାରିଖ ଠାରୁ ସେବା ଯୋଗାଇବ।

ଏହି ସୁବିଧା ମଧ୍ୟ 18503/18504 ବିଶାଖାପାଟଣା-ସାଇ ନଗର ସିରିଡ଼ି-ବିଶାଖାପାଟଣା ଏକ୍ସପ୍ରେସରେ ଉପଲବ୍ଧ କରାଯାଇଅଛି। ଏହି ସୁବିଧା ବିଶାଖାପାଟଣା ଠାରୁ ଜୁଲାଇ ମାସ 7 ତାରିଖ ଠାରୁ ଏବଂ ସାଇ ନଗର ସିରିଡ଼ି ଠାରୁ ଜୁଲାଇ ମାସ 8 ତାରିଖ ଠାରୁ ଉପଲବ୍ଧ କରାଯାଇଅଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ ମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 49 ଟି ଟ୍ରେନ ରେ ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସୁବିଧା ପରି କୋଚ୍ ଉପଲବ୍ଧ କରାଯାଇଅଛି।

ଏହା ବ୍ୟତୀତ, ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଚଳାଚଳ କରୁଥିବା ଦୁଇଟି ଗୁରୁତ୍ୱପୂର୍ଣ ଟ୍ରେନ ଯଥା 12839/12840 ହାଓଡ଼ା-ଚେନ୍ନାଇ-ହାଓଡ଼ା ମେଲ ଏବଂ 12841/12842 ହାଓଡ଼ା-ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ ଟ୍ରେନରେ ମଧ୍ୟ ଏହି ସୁବିଧା 5 ଜୁଲାଇ, 2022 ଠାରୁ ହାଓଡ଼ା / ଶାଲୀମାର ଠାରୁ ଯୋଗାଇ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ତିନି ଦିନ ପାଇଁ ଆଂଶିକ ବାତିଲ ହେବ ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ରେଳବାଇର ବାଙ୍ଗାଲୋର ଡିଭିଜନ୍ ଅନ୍ତର୍ଗତ ୟେଲହଙ୍କା ଏବଂ ପେନୁକୋଣ୍ଡା ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ହିନ୍ଦୁପୁର ଏବଂ ଦେବରାପଲ୍ଲୀ ଷ୍ଟେସନରେ ନନ-ଇଣ୍ଟର ଲକିଂ କାର୍ଯ୍ୟ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି କିଛି ଟ୍ରେନ୍କୁ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ଆଂଶିକ ବାତିଲ କରାଯାଉଛି।

ଉପରୋକ୍ତ ଟ୍ରେନଗୁଡିକ ମଧ୍ୟରୁ 18463/18464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ଉଭୟ ଦିଗରୁ ତିନି ଦିନ ପାଇଁ ଆଂଶିକ ବାତିଲ କରାଯିବ।

ଭୁବନେଶ୍ୱର ଠାରୁ ଛାଡୁଥିବା 18463 ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ 12 ରୁ 14 ଡିସେମ୍ବର, 2021 ପର୍ଯ୍ୟନ୍ତ ସତ୍ୟସାଇ ପ୍ରଶାନ୍ତି ନିଳୟମ ପର୍ଯ୍ୟନ୍ତ ଚଳାଚଳ କରିବ।  ସେହିଭଳି, 18464 ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ 13 ରୁ 15 ଡିସେମ୍ବର, 2021 ପର୍ଯ୍ୟନ୍ତ ବାଙ୍ଗାଲୋର ପରିବର୍ତ୍ତେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଷ୍ଟେସନ ଠାରୁ ଭୁବନେଶ୍ୱରକୁ ଯାତ୍ରା କରିବ।

18463/18464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସର ସେବା ଉଭୟ ଦିଗରୁ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାଙ୍ଗାଲୋର ମଧ୍ୟରେ ଏହି ସମୟରେ ବାତିଲ ରହିବ।

Categories
ଆଜିର ଖବର ଜାତୀୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ବାତିଲ ହେଲା ବିଶାଖା ଆଉ ପ୍ରଶାନ୍ତି ଏକ୍ସପ୍ରେସ , ଜାଣନ୍ତୁ କେଉଁଦିନ

ଭୁବନେଶ୍ବର, କୋଟ୍ଟଭାଲାସା-ପାଲାସା ରେଳ ସେକ୍ସନର ଆଲମଣ୍ଡା ଏବଂ କୋରୁକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପାମାର୍ଗ ନିର୍ମାଣ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାଯ୍ୟ ହେଉଥିବାରୁ କେତେକ ଟ୍ରେନ ବାତିଲ କରାଯାଇଛି। ସେଗୁଡିକ ହେଲା…

୦୭୦୧୫ ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱର ରୁ ଜୁଲାଇ ମାସ ୨୦ ତାରିଖ ଦିନ ବାତିଲ ରହିବ ।

୦୮୪୬୩ ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ସ୍ବତନ୍ତ୍ର ଟ୍ରେନ ଭୁବନେଶ୍ୱରରୁ ଏବଂ ୦୭୨୪୪ ରାୟଗଡା-ଗୁଣ୍ଟୁର ବିଶେଷ ଟ୍ରେନ ରାୟଗଡାରୁ ଜୁଲାଇ ମାସ ୧୯ ତାରିଖ ଦିନ ବାତିଲ ରହିବ।

୦୭୦୧୬ ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ବିଶେଷ ଟ୍ରେନ ସିକନ୍ଦରାବାଦରୁ, ଚେନ୍ନାଇରୁ ୦୨୮୨୨ ଚେନ୍ନାଇ-ହାଓଡ଼ା ବିଶେଷ ଟ୍ରେନ, ଭାସ୍କୋରୁ ୦୮୦୪୮ ଭାସ୍କୋ-ହାଓଡ଼ା ବିଶେଷ ଟ୍ରେନ, ଗୁଣ୍ଟୁରରୁ ୦୭୨୪୩ ଗୁଣ୍ଟୁର-ରାୟାଗଡା ବିଶେଷ ଟ୍ରେନ ଏବଂ ହାଓଡ଼ାରୁ ୦୨୮୭୩ ହାଓଡ଼ା-ଯଶୋବନ୍ତପୁର ବିଶେଷ ଟ୍ରେନ ବାତିଲ ରହିବ।

୦୮୪୯୫ ରାମେଶ୍ୱରମ-ଭୁବନେଶ୍ୱର ସ୍ପେଶାଲ ଏବଂ ୦୮୪୬୪ ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ସ୍ପେଶାଲ ଯଥାକ୍ରମେ ରାମେଶ୍ୱରମ ଓ ବାଙ୍ଗାଲୋରରୁ ଜୁଲାଇ ମାସ ୧୮ ତାରିଖ ଦିନ ଏବଂ ହାଓଡ଼ା-ପଣ୍ଡିଚେରୀ ସ୍ପେଶାଲ ଏବଂ ୦୨୮୨୧ ହାଓଡ଼ା-ଚେନ୍ନାଇ ସ୍ପେଶାଲ ହାଓଡ଼ା ଠାରୁ ଜୁଲାଇ ମାସ ୧୯ ତାରିଖ ଦିନ ସର୍ବନିମ୍ନ ଅଧା ଘଣ୍ଟାରୁ ସର୍ବାଧିକ ଦେଢ଼ଘଣ୍ଟା ବିଳମ୍ବରେ ଛାଡିବ।