Categories
ଆଜିର ଖବର ରାଜ୍ୟ ଖବର

ଆମ ଓଡିଶା ନବୀନ ଓଡିଶାକୁ ନେଇ ବିରୋଧୀଙ୍କ ବିରୋଧ, ଜୟନାରାୟଣ କହିଲେ ଏପରି କଥା

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ଓଡିଶା ନବୀନ ଓଡିଶା ଯୋଜନା’କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ତୀବ୍ର ବିରୋଧ କରିଛନ୍ତି।

ଏହି ଯୋଜନାକୁ ଜୟନାରାୟଣ କଟାକ୍ଷ କରି କହିଛନ୍ତି ଯେ ଏହା ବାସ୍ତବରେ ହେଉଛି ନବୀନ ଓଡିଶା ଲୁଟ୍ ଓଡିଶା। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪୦୦୦କୋଟି ଟଙ୍କାରୁ ୫୦ପ୍ରତିଶତ ପିସି ହାରରେ ୨୦୦୦କୋଟି ଟଙ୍କା ବିଜୁ ଜନତା ଦଳ ସରକାର ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ଖାଲି ସେତିକି ନୁହେଁ, ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଦଳୀୟ ଚିହ୍ନକୁ ବ୍ୟବହାର କରି ଏକ ଘୃଣ୍ୟ ପରମ୍ପରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜ୍ଞାପନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜୁ ଜନତା ଦଳର ଲୋକପ୍ରିୟତା ରସାତଳ ହୋଇଛି। ସେଥିପାଇଁ ସେମାନେ ଏବେ ସରକାରୀ ଯୋଜନାରେ ନିଜର ଦଳୀୟ ଚିହ୍ନକୁ ଥୋପିବା ପାଇଁ ଅପଚେଷ୍ଟା କରିଛନ୍ତି । ସରକାରୀ ବିଜ୍ଞାପନରେ କୌଣସି ବି ହାଲତରେ ଦଳୀୟ ଚିହ୍ନ, ଦଳୀୟ ପ୍ରଚାର କରାଯାଇ ପାରିବନାହିଁ।

ଆଜି ରାଜ୍ୟ ସରକାର ସମସ୍ତ ନୀତିନିୟମକୁ ଭାଙ୍ଗି ଯେଉଁ ଭଳି ଭାବରେ ସରକାରୀ ଅର୍ଥରେ ବିଜୁ ଜନତା ଦଳର ଚିହ୍ନର ପ୍ରଚାର କରିଛନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ନିର୍ବାଚନ: ବିଜେପି ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା, ଏହି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଶିବରାଜ

ନୂଆଦିଲ୍ଲୀ: ଏହି ସମୟର ସବୁଠାରୁ ବଡ ଖବର ମଧ୍ୟପ୍ରଦେଶରୁ ଆସୁଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ୫୭ ନାମ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ବଡ ଚେହେରା ଅନ୍ତର୍ଭୁକ୍ତ। ଏହି ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଶିବରାଜ ସିଂ ଚୌହାନ ବୁଦ୍ଧନି ଆସନରୁ ନିର୍ବାଚନ ଲଢିବେ। ମଧ୍ୟପ୍ରଦେଶ ସହିତ ବିଜେପି ଛତିଶଗଡ ଏବଂ ରାଜସ୍ଥାନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି।

Categories
ବିଶେଷ ଖବର

NCP କାହାର?: ଆଜି ଶୁଣାଣି କରିବେ ନିର୍ବାଚନ ଆୟୋଗ, ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ପାଇଁ ବଡ ଦିନ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ନାମ ତଥା ନିର୍ବାଚନ ଚିହ୍ନ ଉପରେ ଦାବି ସମ୍ପର୍କରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଆଜି ନିର୍ବାଚନ ଆୟୋଗ ଶୁଣାଣି କରିବାକୁ ଯାଉଛନ୍ତି। ଅଜିତ ପାୱାର ଭାରତ ଜନତା ପାର୍ଟି (ବିଜେପି) ସରକାରରେ ଯୋଗଦେବା ପରେ ଏହି ସମଗ୍ର ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଅଜିତ ମଧ୍ୟ ଏନସିପି ଉପରେ ନିଜର ଦାବି ରଖିଥିଲେ।

ପୁତୁରାଙ୍କ ଏହି ପଦକ୍ଷେପ ବିରୋଧରେ ଦାଦା ଶରଦ ପାୱାର ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ। ବର୍ତ୍ତମାନ ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ ପଡିବ। ଏହାପୂର୍ବରୁ ନିର୍ବାଚନ ଆୟୋଗ ଶରଦ ପାୱାର ଗୋଷ୍ଠୀ ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅଜିତ ପାୱାର ଦଳ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଅଜିତ ପାୱାରଙ୍କୁ ଏନସିପି ସଭାପତି ଘୋଷିତ କରାଯିବା ଉଚିତ ଏବଂ ନିର୍ବାଚନ ଚିହ୍ନ ଆଦେଶ, ୧୯୬୮ ଅନୁଯାୟୀ ପାର୍ଟି ଚିହ୍ନ ମଧ୍ୟ ବଣ୍ଟନ କରାଯିବା ଉଚିତ।

ଏହି ପ୍ରସଙ୍ଗରେ ଶରଦ ପାୱାର କହିଛନ୍ତି ଯେ, ଏନସିପି କିଏ ପ୍ରତିଷ୍ଠା କରିଛି ଏବଂ ପାରତି କାହାର ବୋଲି ସମସ୍ତେ ଭଲଭାବେ ଜାଣିଛନ୍ତି। ଏହା ପରେ ମଧ୍ୟ ଦଳକୁ ନିଜ ହାତ ମୁଠାକୁ ନେବା ପାଇଁ ଉଦ୍ୟମ କରାଯାଉଛି। ନିଷ୍ପତ୍ତି ଯାହା ବି ହୋଇପାରେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ମୁଁ ବିଭିନ୍ନ ଚିହ୍ନ ଉପରେ ଅନେକ ଥର ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛି। ଏଥି ସହ ଅଜିତ ପାୱାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରାଯିବ।

ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ:

ନଭେମ୍ବର ୨୦୧୯ ରେ ବିଜେପି ସହ ସରକାର ଗଠନ କରିବାରେ ତାଙ୍କର ଅସଫଳ ଉଦ୍ୟମ ପରେ ଶରଦ ପାୱାର ଅଜିତ ପାୱାରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଦେଇଥିଲେ।

ଜୁଲାଇ ୨ ତାରିଖ ୨୦୨୩ରେ ଅଜିତ ପାୱାର ଶିବସେନା (ସିନ୍ଦେ ଗ୍ରୁପ୍) + ବିଜେପି ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ (ମୋଟ ୩୭ ଏନସିପି ବିଧାୟକ ମେଣ୍ଟରେ ଯୋଗ ଦେଇଥିଲେ)।

ଜୁଲାଇ ୫ ତାରିଖ ୨୦୨୩ରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଠାରୁ ଦଳର ନିର୍ବାଚନ ଚିହ୍ନ ଏବଂ ତାଙ୍କ ଦଳର ସାଂସଦ ତଥା ବିଧାୟକଙ୍କ ସମର୍ଥନରେ ୪୦ ଟି ଆଫିଡେଭିଟ୍ ଗ୍ରହଣ କରିଥିଲେ (ଏହି ଚିଠି ଜୁନ୍ ୩୦ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା)।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ: ଜେଲରୁ ମୁକୁଳିବା ପରେ ଏଭଳି ଅଭିଯୋଗ ଆଣିଲେ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର କୃଷି ଭବନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ନେତାମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଛାଡି ଦେଇଥିଲା। ଅଭିଷେକ ବାନାର୍ଜୀ ବାହାରକୁ ଆସିବା ମାତ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ରାଜ୍ୟରେ ହାରିଯାଇଥିବାରୁ ବିଜେପି ପଶ୍ଚିମବଙ୍ଗର ଲୋକଙ୍କ ଅଧିକାର ଛଡ଼ାଇ ନେଉଛି।

ଅଭିଷେକ ବାନାର୍ଜୀ ଆହୁରି କହିଛନ୍ତି ଯେ, ଯେଉଁମାନେ ବଙ୍ଗଳାବାସୀଙ୍କ ପାଇଁ ଲଢୁଛନ୍ତି ସେମାନଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦିଆଯାଇଛି। ଆମେ ସେଠାରେ ଶାନ୍ତିରେ ବସିଥିଲୁ, କିନ୍ତୁ ମହିଳାଙ୍କ ସମେତ ଆମ ସମସ୍ତଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଯେଉଁଭଳି ଭାବରେ ଆମକୁ ନିଷ୍ଠୁର ଭାବରେ ଟାଣି ନିଆଯାଇଥିଲା ଏବଂ ଅପମାନିତ କରାଯାଇଥିଲା, ଆଜି ଗଣତନ୍ତ୍ର ପାଇଁ ଏକ କଳା ଦିନ ଏବଂ ଆମର ସାଂସଦମାନେ ଯେପରି ହଇରାଣ ହୋଇଥିଲେ ତାହା ମଧ୍ୟ ସମସ୍ତଙ୍କୁ ଦୃଶ୍ୟମାନ ହେଉଛି।

‘ରାଜଭବନ ଅଭିଯାନ’ ର ଘୋଷଣା:

କୋଲକାତାରେ ‘ରାଜ ଭବନ ଅଭିଯାନ’ ଆହ୍ଵାନ ଦେଇ ଏମସି ନେତା କହିଛନ୍ତି ଯେ, ଏହି ଅଭିଯାନ ଅକ୍ଟୋବର ୫ ତାରିଖ ଅପରାହ୍ନ ୩ ଟାରୁ ଆରମ୍ଭ ହେବ। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଆମେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବୁ ଏବଂ ତାଙ୍କୁ ୫୦ ଲକ୍ଷ ଚିଠି ହସ୍ତାନ୍ତର କରାଯିବ।

କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଂଜନଙ୍କ ଉପରେ ଅଭିଯୋଗ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ସାଧଭି ନିରଂଜନଙ୍କ ସହ ଆମର ସାକ୍ଷାତ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଥିଲା। ଆମେ ତାଙ୍କୁ ୯୦ ମିନିଟ୍ ଅପେକ୍ଷା କରିଥିଲୁ, ଯାହା ପରେ ଆମକୁ କୁହାଯାଇଥିଲା ଯେ, ସେ ଆମ ସହିତ ସାକ୍ଷାତ କରିବାକୁ ସମର୍ଥ ହେବେ ନାହିଁ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ସାଧଭି ନିରଂଜନ ଟିଏମସିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ତୃଣମୁଲ ସାଂସଦଙ୍କୁ ଅପେକ୍ଷା କରି କରି ସେ ୮.୩୦ ରେ ଅଫିସ ଛାଡିଥିଲେ। ତୃଣମୁଲ କଂଗ୍ରେସ ସାଂସଦ ଏବଂ ବଙ୍ଗଳାର ମନ୍ତ୍ରୀଙ୍କ ପ୍ରତିନିଧି ଦଳ ଅଫିସରେ ୬ ଟା ସମୟରେ ସାକ୍ଷାତ ପାଇଁ ସମୟ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଇଣ୍ଡିଆ’ ମେଣ୍ଟରେ ନିତୀଶ କୁମାରଙ୍କ ପ୍ରୟାସକୁ ନେଇ ବଡ଼ ଖୁଲାସା କଲେ ଏଚଡି ଦେବେଗୌଡା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ସଂଗଠିତ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟରେ ଅନ୍ତର୍ଭୁକ୍ତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଷୟରେ ବରିଷ୍ଠ ନେତା ଏଚଡି ଦେବେଗୌଡା ଏକ ବଡ଼ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ, ୪ ମାସ ପୂର୍ବେ ଜେଡିୟୁ ନେତା ନୀତୀଶ କୁମାର ତାଙ୍କୁ ତାଙ୍କ ସହ ଆସିବାକୁ ପ୍ରସ୍ତାବ ଦେଇଥିଲେ।

ଜନତା ଦଳ ସେକୁଲାର (ଜେଡିଏସ) ମୁଖ୍ୟ ଦେବଗୌଡା କହିଛନ୍ତି ଯେ, ନୀତୀଶ କୁମାର ଜନତା ଦଳର ପୂର୍ବତନ ଗୋଷ୍ଠୀକୁ ମିଶାଇ ‘ଜନତା ଫ୍ରିଡମ ଫ୍ରଣ୍ଟ’ ଗଠନ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଏକ ଅଫର ମଧ୍ୟ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ଦାବି କରିଛନ୍ତି ଯେ, ସେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସହିତ ଯିବାକୁ ମନା କରି ଦେଇଥିଲେ ଏବଂ ତାଙ୍କୁ କଂଗ୍ରେସରୁ ମିଳିଥିବା ବିଶ୍ୱାସଘାତକତାକୁ ମନେ ପକାଇ ଦେଇଥିଲେ।

ଦେବ ଗୌଡା ଆଉ କ’ଣ କହିଥିଲେ?:

ଏନଡିଟିଭି କୁ ଦେଇଥିବା ଏକ ସାକ୍ଷାତକାରରେ ଦେବ ଗୌଡା କହିଛନ୍ତି ଯେ, ସେ ନୀତୀଶ କୁମାରଙ୍କ ପ୍ରତିନିଧୀଙ୍କୁ କହିଥିଲେ ଯେ ତାଙ୍କୁ ୯୧ ବର୍ଷ ବୟସ ହୋଇଛି ଏବଂ କୌଣସି ଜାତୀୟ ପଦବୀ ପାଇଁ ତାଙ୍କର ଅଭିଳାଷ ନାହିଁ। ନୀତୀଶ କୁମାର ଏବଂ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ କରାଯିବା ସମ୍ପର୍କରେ ଦେବ ଗୌଡାଙ୍କ ବିବୃତ୍ତି ଚର୍ଚ୍ଚାରେ ରହିଛି।

ସେ କହିଛନ୍ତି ଯେ, “ପ୍ରାୟ ଚାରିମାସ ପୂର୍ବେ ନୀତୀଶ କୁମାର ତାଙ୍କ ଦଳର ସଭାପତି ତଥା ଅନ୍ୟ ବରିଷ୍ଠ ନେତାମାନଙ୍କୁ ମୋତେ ମନାଇବା ପାଇଁ ପଠାଇଥିଲେ କିନ୍ତୁ ମୁଁ ଏଥିରେ ସହମତ ନଥିଲି। ମୁଁ ସେମାନଙ୍କୁ କହିଥିଲି ଯେ, ମୁଁ କଂଗ୍ରେସର ବିଶ୍ୱାସଘାତକତା ଦେଖିଛି। ଯଦି ଆପଣ ଆଗକୁ ବଢିବାକୁ ଚାହାଁନ୍ତି, ତେବେ ଅନ୍ୟ ଦଳଗୁଡିକ ସହ ଯୋଗାଯୋଗ କରିପାରିବେ।”

ସାକ୍ଷାତକାରରେ ଦେବ ଗୌଡା କହିଛନ୍ତି ଯେ, ସେମାନେ (କଂଗ୍ରେସ) କର୍ଣ୍ଣାଟକରୁ ଜେଡିଏସ୍ ହଟାଇବେ ବୋଲି ଭାବୁଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ତାଙ୍କୁ ରାଜନୀତିକୁ ଆଣିଥିଲି, କିନ୍ତୁ ଆଜି ସେ କହିଛନ୍ତି ଯେ ଯଦି ଜେଡିଏସ୍ ଆସେ (ବିରୋଧୀ ଦଳ ମେଣ୍ଟ) ତେବେ ସେ ଏଥିରୁ ବାହାରିଯିବେ।

ସୂଚନାଯୋଗ୍ୟ ଯେ, ୨୦୧୮ ରେ ଜେଡିଏସ୍ ଏବଂ କଂଗ୍ରେସ ମିଳିତ ଭାବେ କର୍ଣ୍ଣାଟକରେ ସରକାର ଗଠନ କରିଥିଲେ, କିନ୍ତୁ ଏହି ମେଣ୍ଟ ଦୀର୍ଘ ଦିନ ଧରି ରହିଲା ନାହିଁ। ଏଥର ଜେଡିଏସ୍ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେପି ସହିତ ଏକ ମେଣ୍ଟ ଗଠନ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଜେପି ଘୋଷଣା କଲା ଯୁବମୋର୍ଚ୍ଚା ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଆଜି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଶ୍ୱଜିତ ଷଡଙ୍ଗୀ, ସଂଗ୍ରାମ ପାତ୍ର, ନିଳାଦ୍ରୀ ପାତ୍ର, ଅଙ୍କୁଶ ବର୍ମା, ସଞ୍ଜଳୀ ମୁର୍ମୁ, ପ୍ରକାଶ ମଲ୍ଲିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ ଦୀପକ ଗୋଚ୍ଛାୟତ ଓ ସୁଜିତ୍ ସିଂହ; ରାଜ୍ୟ ସଂପାଦକ ଭାବେ ସୁବ୍ରତ ବିଶ୍ୱାଳ, ଜୀବନ ରାଉତ, ଗଗନ ଓଝା, ମାନସ ସାହୁ, ଟୁଟୁନ ପାତ୍ର ଓ ପ୍ରଶାନ୍ତ ପାଇକରାୟ; କୋଷାଧ୍ୟକ୍ଷ ଭାବେ ରାଜେଶ ମହାକୁଡ ଏବଂ ସହ କୋଷାଧ୍ୟକ୍ଷ ଭାବେ ଆଶୁତୋଷ ସାହୁଙ୍କୁ ନିଆଯାଇଛି।

ସେହିପରି କାର୍ଯ୍ୟାଳୟ ସଂପାଦକ ଭାବେ ଆଶୁତୋଷ ବେହେରା; ଗଣମାଧ୍ୟମ ସଂଯୋଜକ ଭାବେ ସ୍ମରଜିତ୍ ମହାନ୍ତି; ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ଯୁବ ମୋର୍ଚ୍ଚାର ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକ ଭାବେ ୭୭ ଜଣ; ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୯ ଜଣ; ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୩୧ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପଣ୍ଡା ପ୍ରେସ୍ ବାର୍ତାରେ ଜଣାଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।

ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ।

ଏହି ସମୟରେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ବିଜେପି ସଦସ୍ୟ ଦେଖାଇଥିଲେ। ଏହାପରେ ବାଚସ୍ପତିଙ୍କ ଉପରକୁ ଏହି ଡାଲି ଫିଙ୍ଗିଥିଲେ। ଏହାକୁ ନେଇ ମୁକେଶ ମହାଲିଙ୍ଗ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଡାଲି ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ଡାଲି ଉପହାର ଦେବା ପାଇଁ ଆଣିଥିଲୁ। ହେଲେ ବାଚସ୍ପତି ନିର୍ଦ୍ଦଳିୟ ନିଷ୍ପତି ନେବା କଥା ତାହା କଲେ ନାହିଁ।

ସେହିପରି ମୋହନ ମାଝି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ବିନା ଦୋଷରେ ସସପେଣ୍ଡ କରାଯାଇଛି। ମୁଁ ଡାଲି ଆଣି ନାହିଁ କି ଫୋପାଡି ନାହିଁ। ହେଲେ ମୋତେ କାହିଁକି ସସପେଣ୍ଡ କରାଗଲା ମୁଁ ଜାଣି ପାରୁ ନାହିଁ। ସେ ଡାଲି ଭଲ ପାଉଛନ୍ତି ବୋଲି ଆମ ବିଧାୟକ ତାଙ୍କୁ ଉପହାର ଦେବାକୁ ଆଣିଥିଲେ। ହେଲେ ମୁଁ ଏହା କରି ନାହିଁ।

ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ମୋତେ ଗୃହରେ ମେଣ୍ଟାଲ ଡିସଅଡର ବୋଲି କହିଲେ। ତାହାକୁ ଗୃହର ବିବରଣୀରୁ ବାଦ ଦେବା ପାଇଁ ଆମେ ବାଚସ୍ପତିଙ୍କୁ କହିଲୁ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପକ୍ଷ ନୁହଁନ୍ତି। ସେ ଦଳୀୟ ନେତାଙ୍କ ପରି ବ୍ୟବହାର କରୁଛନ୍ତି।

 

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, ମାଳବିକା ଦେବୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଳାହାଣ୍ଡି ଲୋକସଭାର ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ ଏବଂ ଶ୍ରୀମତୀ ମାଳବିକା ଦେବୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର-ରାମପୁର ରାଜ ପରିବାରର ଶ୍ରୀମତୀ ସଂଯୁକ୍ତା ସିଂହଦେଓ ଏବଂ ତନ୍ମୟ ପ୍ରସାଦ ସିଂଦେଓ ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଦେଶ ତଥା ରାଜ୍ୟର ସାମୁହିକ ବିକାଶ ପାଇଁ ପ୍ରକୃତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ଗତ ୯ ବର୍ଷର ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି।

ସାଧାରଣ କାର୍ଯ୍ୟକର୍ତା ଭାବେ ପାର୍ଟିର ସଂଗଠନକୁ ସୁଦୃଢ କରିବା ଏବଂ ବିଜେପିର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୋ ବାପା ସ୍ୱର୍ଗତଃ ବିକ୍ରମ କେଶରୀ ଦେଓଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ହେଉଛି ମୋର ପ୍ରାଥମିକତା।

ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ହେବ ଶ୍ରୀ ଦେଓ କହିଛନ୍ତି।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଦୁଇ ଥରର ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରେବତୀ ନାୟକ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଧାଂଶୁ ଶେଖର ନାୟକ ଆଜି ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି ।

ଏଥିସହ ବନ୍ତ ବ୍ଲକର ପୂର୍ବତନ ବିଜେଡି ସଭାପତି କମଳାକାନ୍ତ ସାହୁ, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ପଣ୍ଡା, କୃପାସିନ୍ଧୁ ସେଠୀ, ପୂର୍ବତନ ସମିତି ସଭ୍ୟ ସୁବାଷ ଚନ୍ଦ୍ର ଜେନା, ସୁଜାତା ସେଠୀ ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ବିଜେପିରେ ଯୋଗଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି। ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି। ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଆଗାମୀ ଦିନରେ ଓଡିଶାରେ ମଧ୍ୟ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବ। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଓ ସରୋଜ କର, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଦିଲ୍ଲୀ ସିଏମ ନିବାସ ମାମଲାରେ ତଦନ୍ତ ଆରମ୍ଭ କଲା ସିବିଆଇ, ବିଜେପିକୁ ଟାର୍ଗେଟ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ନବୀକରଣରେ ଅପଚୟ ବ୍ୟୟ କିମ୍ବା ଆର୍ଥିକ ଅନିୟମିତତା ହୋଇଛି କି ନାହିଁ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୩ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ବାସଭବନର ନବୀକରଣ ସହ ଜଡିତ ସମସ୍ତ ଦଲିଲ ଦାଖଲ କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ PWD ବିଭାଗକୁ କହିଛି। ସିଏମ୍ ବାସଭବନର ନବୀକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ସମୟରେ ଆମ୍ ଆଦମୀ ପାର୍ଟି (ଏଏପି) ର ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। AAP କହିଛି ଯେ, ବିଜେପି ଯେତେ ଚାହିଁବ ତଦନ୍ତ କରିପାରିବ, କିନ୍ତୁ ଏହା ପୂର୍ବରୁ କିଛି ବାହାରି ନଥିଲା। ଏବେ କିଛି ବାହାରିବ ନାହିଁ।

ଚଳିତ ବର୍ଷ ମେ ମାସରେ ଦିଲ୍ଲୀ ଏଲଜି ଭି.କେ ସକ୍ସେନା ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ତଦନ୍ତ ଦାବି କରିଥିଲେ। ଦିଲ୍ଲୀ ସିଏମ ବାସଭବନରେ ହୋଇଥିବା ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ଦ୍ୱାରା CAG ଦ୍ୱାରା ଏକ ସ୍ୱତନ୍ତ୍ର ଅଡ଼ିଟ୍ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀ ସିଏମଙ୍କ ବାସଭବନ ୬- ଫ୍ଲାଗ ଷ୍ଟାଫ ରୋଡରେ ଅବସ୍ଥିତ। ସିବିଆଇ ପିଡବ୍ଲ୍ୟୁଡି ବିଭାଗରୁ ଟେଣ୍ଡର ପ୍ରଦାନ (ନାଇଟ୍) ନୋଟିସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପରିବର୍ତ୍ତନ ସମ୍ପର୍କରେ ସମୟ ସମୟରେ ନୋଟିସ୍ ଜାରି ସମ୍ପର୍କରେ ସୂଚନା ମାଗିଛି। ଏହା କୁହାଯାଉଛି ଯେ ପ୍ରାଥମିକ ତଦନ୍ତ ଏକ ଅପରାଧିକ ମାମଲା ନୁହେଁ, କିନ୍ତୁ ଏହା ଅପରାଧିକ ତଦନ୍ତ ଆରମ୍ଭ। ଯଦି ଭୁଲ୍ ପ୍ରମାଣ ମିଳେ ତେବେ ସିବିଆଇ ଏକ ମାମଲା ପଞ୍ଜିକରଣ କରିବ।

ଆମ୍ ଆଦମୀ ପାର୍ଟି କ’ଣ କହିଲା?:

AAP କହିଛନ୍ତି, ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ବ୍ୟବହାର କରିଛି। ଆଜି ସମଗ୍ର ଦେଶରେ କେବଳ ଆମ୍ ଆଦମୀ ପାର୍ଟି ଅଛି ଯାହା ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରି ଭୋଟ୍ ମାଗିଛି। କିନ୍ତୁ ଗରିବ ଲୋକଙ୍କୁ ଭଲ ଶିକ୍ଷା ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସୁବିଧା ପାଇବାକୁ ବିଜେପି ଚାହୁଁନାହିଁ। ଏହା ସହ ବିଜେପିର ଧର୍ମ ଏବଂ ଜାତି ରାଜନୀତି ପରାସ୍ତ ହେବ।

ଦଳ କହିଛି ଯେ, ଏହି କାରଣରୁ ଦେଶର ଶ୍ରେଷ୍ଠ ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ରଖାଯାଇଛି। ବର୍ତ୍ତମାନ ସମସ୍ତ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିବା ପାଇଁ ନିୟୋଜିତ ହୋଇଛନ୍ତି। କିନ୍ତୁ ଦିଲ୍ଲୀର ଦୁଇ କୋଟି ଲୋକଙ୍କ ପ୍ରେମ ଏବଂ ଆଶୀର୍ବାଦ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅଛି।

AAP କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ୫୦ ରୁ ଅଧିକ ମାମଲା ଦାୟର କରିଛନ୍ତି ଏବଂ ତଦନ୍ତ ଶେଷ କରିଛନ୍ତି। ସେଥିରେ କୌଣସି ଜିନିଷ ମିଳିନାହିଁ। ଏଥିରୁ ମଧ୍ୟ କିଛି ମିଳିବ ନାହିଁ। ବିଜେପି ଯେତେ ତଦନ୍ତ କରିଲେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ ଜାରି ରଖିବେ। ଅରବିନ୍ଦ କେଜ୍ରିୱାଲ ଶପଥ ନେଇଛନ୍ତି ଯେ, ସେ ଭାରତକୁ ବିଶ୍ୱର ଏକ ନମ୍ବର ଦେଶରେ ପରିଣତ କରିବେ। ଏଥିପାଇଁ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ।

ଦିଲ୍ଲୀ ସିଏମ ହାଉସକୁ ନେଇ ବିଜେପି ଏହି ଦାବି କରିଛି:

ଦିଲ୍ଲୀ ସିଏମ ହାଉସ ସମ୍ପର୍କରେ ଦିଲ୍ଲୀ ବିଜେପି ଅନେକ ଅଭିଯୋଗ ଆଣିଛି। ବିଜେପି ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ କୋଭିଡର ୧୬ ମାସରେ ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବା ତାଙ୍କ ସମ୍ବେଦନଶୀଳତାର ଏକ ବଡ଼ ପ୍ରମାଣ। ବିଜେପି ମୁଖପାତ୍ର ସମ୍ବିଟ୍ ପାତ୍ର କହିଛନ୍ତି ଯେ, ଆବାସ ପାଇଁ କିଣାଯାଇଥିବା ଆଠଟି ପରଦା ମଧ୍ୟରୁ ଗୋଟିଏର ମୂଲ୍ୟ ୭.୯୪ ଲକ୍ଷରୁ ଅଧିକ ହୋଇଥିବାବେଳେ ସବୁଠାରୁ ଶସ୍ତା ପରଦା ମୂଲ୍ୟ ୩.୫୭ ଲକ୍ଷ ଟଙ୍କା ରହିଛି। ଡା ପାତ୍ର କହିଛନ୍ତି ଯେ, ଭିଏତନାମରୁ ୧.୧୫ କୋଟିରୁ ଅଧିକ ମୂଲ୍ୟର ମାର୍ବଲ ଅଣାଯାଇଥିବାବେଳେ ପୂର୍ବ ନିର୍ମିତ କାଠ କାନ୍ଥରେ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଇସ୍କନ ଉପରେ ମନେକା ଗାନ୍ଧୀଙ୍କ ଅଭିଯୋଗ ପରେ ବିଜେପିକୁ ଟାର୍ଗେଟ କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଇସ୍କନ ଉପରେ ବିଜେପି ସାଂସଦ ମନେକା ଗାନ୍ଧୀଙ୍କ ବିବୃତ୍ତି ପରେ ରାଜନୈତିକ ଲଢେଇ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି।

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିଜେପି ଲୋକମାନେ ପ୍ରଥମେ ଜମି ମାଫିଆଙ୍କ ସହ ମିଶି ରାଧାସ୍ୱାମୀ ସତସଙ୍ଗକୁ ଟାର୍ଗେଟ କରିଥିଲେ ଏବଂ ବର୍ତ୍ତମାନ ବିଜେପି ଲୋକମାନେ ଗୋପାଳକ ପ୍ରଭୁ କୃଷ୍ଣଙ୍କ ପୂଜକମାନଙ୍କ ବିରୁଦ୍ଧରେ ଗାଈ ବିକ୍ରି କରୁଥିବା ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗ ଦ୍ୱାରା ସାରା ବିଶ୍ୱରେ ଇସ୍କନ ଅନୁଗାମୀମାନେ ବ୍ୟଥିତ ଏବଂ ଦୁଃଖିତ।

ବିଜେପି ଉପରେ ଅଖିଳେଶ ଯାଦବଙ୍କ ଆକ୍ରମଣ:

ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଜେପି ସରକାରଙ୍କୁ ଏକ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ, କାରଣ ଏହା କେବଳ ରାଜ୍ୟ ଏବଂ ଦେଶ ସହିତ ନୁହେଁ, ଅନ୍ତର୍ଜାତୀୟ ପ୍ରତିଛବି ସହିତ ମଧ୍ୟ ଜଡିତ। କାରଣ କୃଷ୍ଣ ଚେତନା ପାଇଁ ଉତ୍ସର୍ଗୀକୃତ ISKCON ସମଗ୍ର ବିଶ୍ୱରେ ବ୍ୟାପିଛି। ଜନସାଧାରଣଙ୍କ ପ୍ରଶ୍ନ ହେଉଛି ଯେ, ବିଜେପିର ଲୋକମାନେ ସମାଜରେ ଏପରି ଶତ୍ରୁତା ବିସ୍ତାର କରିବାକୁ ଚାହୁଁଛନ୍ତି ଏବଂ କାହାର ଆଦେଶରେ? ISKCON ବିରୋଧରେ ହୋଇଥିବା ଅଭିଯୋଗ ଏକ ବଡ଼ ଷଡଯନ୍ତ୍ରର ସଙ୍କେତ ଅଟେ।

ISKCON ବିରୋଧରେ ମାନେକା ଗାନ୍ଧୀଙ୍କ ଅଭିଯୋଗ:

ମାନେକା ଗାନ୍ଧୀ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କଂଶନସନେସ (ISKCON) କୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ISKCON ଏହାର ଗୋଶାଳାର ଗାଈମାନଙ୍କୁ କଂସାଇମାନଙ୍କୁ ବିକ୍ରି କରୁଛି। ଗୋଶାଳାର ରକ୍ଷଣାବେକ୍ଷଣ ନାମରେ ଏହା ସରକାରଙ୍କଠାରୁ ଲାଭ ପାଇଥାଏ |

ଆନ୍ଧ୍ରପ୍ରଦେଶର ISKCON ର ଅନନ୍ତପୁର ଗୋଶାଳା ଗସ୍ତ ବିଷୟରେ ଉଲ୍ଲେଖ କରି ବିଜେପି ସାଂସଦ କହିଛନ୍ତି ଯେ, ସେ ସେଠାରେ ଗାଈ ପାଇଲେ ନାହିଁ ଯାହା କ୍ଷୀର ଦେଉଥିଲେ। ସେଠାରେ ଗୋଟିଏ ବି ବାଛୁରୀ ମଧ୍ୟ ନଥିଲେ। ଏହାର ଅର୍ଥ ସବୁ ବିକ୍ରି ହୋଇଥିଲେ।

ଏହି ଅଭିଯୋଗ ଉପରେ ISKCON କ’ଣ କହିଛି?:

ତେବେ, ISKCON ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି। ଇସ୍କନ୍ ଜାତୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦା ଦାସ କହିଛନ୍ତି ଯେ, କେବଳ ଭାରତରେ ନୁହେଁ ବିଶ୍ୱବ୍ୟାପୀ ଗାଈ ଓ ଷଣ୍ଢର ସୁରକ୍ଷା ତଥା ଯତ୍ନ ନେବାରେ ଧାର୍ମିକ ସଂଗଠନ ଆଗରେ ରହିଛି। ଗାଈ ଓ ଷଣ୍ଢ ସେମାନଙ୍କର ଜୀବନସାରା ଯତ୍ନ ନିଅନ୍ତି ଏବଂ କଂସାଇମାନଙ୍କୁ ବିକ୍ରୟ କରାଯାଏ ନାହିଁ, ଯେପରି ଅଭିଯୋଗ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ରାଜନୈତିକ ତାପମାତ୍ରା ବୃଦ୍ଧି: କୈଳାଶ ବିଜୟବର୍ଗିୟଙ୍କୁ ବିଜେପି ଟିକେଟ୍ ଦେବା ପରେ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟଙ୍କୁ ଇନ୍ଦୋର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ କଂଗ୍ରେସ ଶିବିରରେ ଆତଙ୍କ ଖେଳିଯାଇଛି। ବାସ୍ତବରେ, ଅଦ୍ୟାବଧି କଂଗ୍ରେସ ବିଧାନସଭା ଆସନ ନମ୍ବର ୱାନକୁ ସୁରକ୍ଷିତ ବୋଲି ବିଚାର କରୁଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ ଏଥର ମଧ୍ୟ ସଞ୍ଜୟ ଶୁକ୍ଲା ଏଠାରୁ ଟିକେଟ ପାଇବେ। ୨୦୧୮ ରେ ସଞ୍ଜୟ ଶୁକ୍ଲା ଏଠାରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବିଜେପିର ସୁଦର୍ଶନ ଗୁପ୍ତାଙ୍କୁ ପରାସ୍ତ କରିଥିଲେ। କୈଳାଶ ବିଜୟବର୍ଗିୟଙ୍କୁ ପ୍ରାର୍ଥୀ ଘୋଷିତ କରାଯିବା ପରେ ବର୍ତ୍ତମାନ ବିଧାୟକ ସଞ୍ଜୟ ଶୁକ୍ଲାଙ୍କ ଏକ ବଡ ବିବୃତ୍ତି ବାହାରିଛି।

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ତାପମାତ୍ରା ବଢୁଛି। ଭାରତୀୟ ଜନତା ପାର୍ଟି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟଙ୍କୁ ପ୍ରାର୍ଥୀ ତାଲିକାରେ ସାମିଲ କରାଯାଇଛି। ବିଧାନସଭା ନିର୍ବାଚନରେ ​​ଦଳର ବରିଷ୍ଠ ନେତାମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଜେପିର ଉଦ୍ଦେଶ୍ୟ ସ୍ପଷ୍ଟ ଯେ, ମଧ୍ୟପ୍ରଦେଶରେ ପୁଣି ଥରେ ସରକାର ଏବଂ କ୍ଷମତା ହାସଲ କରିବାକୁ ଚାହୁଁଛି।

ସେଥିପାଇଁ ବିଧାନସଭା ନିର୍ବାଚନ ପାଇଁ ବଡ ନେତାମାନଙ୍କୁ ଟିକେଟ୍ ଦିଆଯାଉଛି, କିନ୍ତୁ ଏସବୁ ମଧ୍ୟରେ କଂଗ୍ରେସରୁ ମଧ୍ୟ ପ୍ରତିକ୍ରିୟା ଆସୁଛି, ଏହି ପ୍ରସଙ୍ଗରେ ଇନ୍ଦୋର ବିଧାନସଭା-୧ ର ବିଧାୟକ ସଞ୍ଜୟ ଶୁକ୍ଲା ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି ଯେ, କୈଳାଶ ବିଜୟବର୍ଗିୟ ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇ ଜଣେ ନୁହେଁ ବରଂ ଦୁଇ ପୁଅକୁ ବଳିଦାନ ଦେଇଛନ୍ତି।

ସଞ୍ଜୟ ଶୁକ୍ଲା କ’ଣ କହିଥିଲେ?:

ବାସ୍ତବରେ, ଯେତେବେଳେ ସାମ୍ବାଦିକ ବିଧାୟକ ସଞ୍ଜୟ ଶୁକ୍ଲାଙ୍କୁ ଭେଟିବାକୁ ଆସିଥିଲେ, ସେ କହିଥିଲେ ଯେ ଅନେକ ସମୟରେ ଦେଖାଯାଏ ଯେ ଜଣେ ପିତା ନିଜ ପୁଅର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟିରେ କୈଳାଶ ବିଜୟବର୍ଗିୟ ଏହାର ବିପରୀତ କାର୍ଯ୍ୟ କରିଛନ୍ତି। ପୁନର୍ବାର ପୁଅ ଆକାଶଙ୍କୁ ଟିକେଟ ପାଇବା ପରିବର୍ତ୍ତେ ସେ ନିଜେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଭଲ ବୋଲି ଭାବିଛନ୍ତି ଏବଂ ଏହିପରି ସେ ତାଙ୍କର ଦୁଇ ପୁଅଙ୍କୁ ବଳିଦାନ ଦେଇଛନ୍ତି। ଆଗକୁ କଥା ହୋଇ ସଞ୍ଜୟ ଶୁକ୍ଲା କହିଛନ୍ତି ଯେ, ମୁଁ ଦୁଇ ପୁଅ କହୁଛି କାରଣ ମୁଁ ମଧ୍ୟ ତାଙ୍କ ପୁଅ ପରି ଏବଂ କୈଳାଶ ବିଜୟବର୍ଗିୟ ଆଜି ତାଙ୍କର ଦୁଇ ସନ୍ତାନଙ୍କୁ ବଳିଦାନ ଦେଇଛନ୍ତି।

ସଞ୍ଜୟ ଶୁକ୍ଲା ବିଧାନସଭାରେ ବହୁତ ସକ୍ରିୟ ଅଛନ୍ତି:

ବିଧାୟକ ସଞ୍ଜୟ ଶୁକ୍ଲାଙ୍କ ବିଷୟରେ କହିବାକୁ ଗଲେ ସେ ବିଧାୟକ ହେବା ଦିନଠାରୁ ସେ ବିଧାନସଭାରେ ବହୁତ ସକ୍ରିୟ ଥିଲେ। ସଞ୍ଜୟ ଶୁକ୍ଲା ଧାର୍ମିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରିଥିଲେ। ସେ ଏହି ଅଞ୍ଚଳର ଲୋକଙ୍କ ପାଇଁ ଧାର୍ମିକ ଭ୍ରମଣ ମଧ୍ୟ କରିଥିଲେ, ଏହା ବ୍ୟତୀତ ସଞ୍ଜୟ ଶୁକ୍ଲା ମଧ୍ୟ କରୋନା ସମୟରେ ପୀଡିତମାନଙ୍କୁ ବହୁତ ସାହାଯ୍ୟ କରିଥିଲେ।

ବିଧାନସଭା ୧ରେ ଅନେକ ଜଳ ସମସ୍ୟା ଦେଖାଦେଇଥିଲା, ତାଙ୍କର ଘନିଷ୍ଠ ବନ୍ଧୁମାନେ କହିଛନ୍ତି ଯେ ସଞ୍ଜୟ ଶୁକ୍ଲା ତାଙ୍କ ବିଧାନସଭାରେ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିଥିଲେ। ତେବେ ଅପରପକ୍ଷେ, କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ, ବିଧାନସଭାରେ ବିକାଶର ସମ୍ଭାବନା ରହିଛି ଏବଂ ସେଠାରେ ଅନେକ ବେଆଇନ ଉପନିବେଶ ଅଛି, ଯାହା ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ବିକଶିତ ହେବ।

Categories
ବିଶେଷ ଖବର

ମୋଦିଙ୍କ ପଦକ୍ଷେପରେ କଂଗ୍ରେସ ଅପେକ୍ଷା ବିଜେପି ନେତା ଅଧିକ ଚିନ୍ତିତ

ଭୋପାଳ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ଏମିତି ରାଜନୈତିକ ଗୁଗୁଲି ଫିଙ୍ଗିଛନ୍ତି ଯେ ଗୋଟିଏ ଓଭରରେ ୪ ୱିକେଟ୍ ନେଇଥିବା ସିରାଜ ମଧ୍ୟ ସମକକ୍ଷ ହୋଇପାରିବେ ନାହିଁ। ଦିନରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଦ୍ୱାଦଶ ଖେଳାଳି କରିବାକୁ ସଙ୍କେତ ଦେଇଥିବାବେଳେ ସନ୍ଧ୍ୟାରେ ୱିକେଟ୍ ରକ୍ଷକଙ୍କୁ ବ୍ୟାଟିଂ ପାଇଁ କ୍ରିଜକୁ ପଠାଯାଇଥିଲା। ଏହାବ୍ୟତୀତ ସେ ଟିମ୍ ମ୍ୟାନେଜରଙ୍କୁ ‘ଖେଳାଳି’ ମଧ୍ୟ କରିଥିଲେ। ମୋଦିଙ୍କ ଏହି କାରିଗରୀରେ କଂଗ୍ରେସ ଚକିତ ହୋଇଛି। କିନ୍ତୁ ନିଜ ଦଳର ନେତାମାନେ ମଧ୍ୟ କିଛି ବୁଝି ପାରୁନାହାନ୍ତି। ସେମାନେ ପିଚର ଲାଇନ ଦେଖୁଥିବାବେଳକୁ ସେମାନଙ୍କ ଗିଲ୍ ଭାଙ୍ଗି ଯାଇଥିଲା।

ପ୍ରଥମ ଦିନର ଘଟଣା ଏମିତି। ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ନରେନ୍ଦ୍ର ମୋଦି ଭୋପାଳ ଆସି କର୍ମକର୍ତ୍ତା ମହାକୁମ୍ଭକୁ ସମ୍ବୋଧିତ କରିଥିଲେ। କୋଟି କୋଟି ଟଙ୍କା ବ୍ୟୟରେ ଡକାଯାଇଥିବା ଏହି ସମ୍ମିଳନୀରେ ୧୦ ଲକ୍ଷ ବିଜେପି କର୍ମୀ ଏକତ୍ରିତ ହୋଇଥିବା କୁହାଯାଉଛି। କିନ୍ତୁ ଏତେ ଫୋର୍ସ ସତ୍ତ୍ୱେ ଦାବିର ଏକ ଚତୁର୍ଥାଂଶ କର୍ମୀ ପହଞ୍ଚି ପାରିନଥିଲେ।

ଏହି ସମ୍ମିଳନୀରେ ନରେନ୍ଦ୍ର ମୋଦି ହଠାତ୍ ଅନେକ ପରିବର୍ତ୍ତନ କରିଛନ୍ତି। ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିବା ପରିବର୍ତ୍ତେ କେବଳ ମହିଳାଙ୍କ ସହ ତାଙ୍କୁ ସ୍ୱାଗତ କରିଥିଲେ। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଫୁଲ ବର୍ଷାରେ ସେ ପାଦରେ ଚାଲି ଚାଲି ଯାଇଥିଲେ। ଏପରିକି ମଞ୍ଚରେ କେବଳ ମହିଳାମାନେ ତାଙ୍କୁ ସ୍ୱାଗତ କରିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ। ସେ ପୂର୍ବଭଳି ଆକ୍ରମଣାତ୍ମକ ଶୈଳୀରେ କଥା ହୋଇଥିଲେ। ମୋଦି କଂଗ୍ରେସ କଡ଼ା ସମାଲୋଚନା କରିଥିଲେ। ମହିଳା ସଂରକ୍ଷଣ ବିଲର ପୂରା ଶ୍ରେୟ ନେଇଛନ୍ତି। ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରିବାର ଶ୍ରେୟ ନେବାକୁ ମଧ୍ୟ ଭୁଲି ନ ଥିଲେ। ସେ ମଧ୍ୟ ଇଣ୍ଡି ମେଣ୍ଟକୁ ଅହଂକାରୀ କହିବାକୁ ଭୁଲି ନ ଥିଲେ।

ଶିବରାଜ ସିଂହ ଚୌହାନଙ୍କ ନାଁ ନେଇନାହାନ୍ତି

କିନ୍ତୁ ହାତୀଠାରୁ ଅଧିକ ସ୍ମୃତି ଶକ୍ତି ଥିବା ନରେନ୍ଦ୍ର ମୋଦି ତାଙ୍କ ପୂରା ଭାଷଣରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାମ ଉଲ୍ଲେଖ କରିବାକୁ ଭୁଲି ଯାଇଥିଲେ। ସେ ମଞ୍ଚରେ ଶିବରାଜଙ୍କ ଆଡ଼କୁ ଚାହିଁନଥିଲେ କି ତାଙ୍କ ସରକାରଙ୍କ କୌଣସି ଯୋଜନା ବିଷୟରେ ଉଲ୍ଲେଖ କରିନଥିଲେ। ପ୍ରଧାନମନ୍ତ୍ରୀ ଅନେକ ଥର ମହିଳା ସଂରକ୍ଷଣ ବିଲ୍ ବିଷୟରେ ଉଲ୍ଲେଖ କରିଥିଲେ କିନ୍ତୁ ଶିବରାଜଙ୍କ ଲାଡଲି ବେହନା ଯୋଜନା ବିଷୟରେ କିଛି କହି ନ ଥିଲେ। ଶିବରାଜ ଏହି ଯୋଜନା ମାଧ୍ୟମରେ ଗେମ୍ ଚେଞ୍ଜର ହେବାର ସ୍ୱପ୍ନ ଦେଖୁଛନ୍ତି। ଏଥିପାଇଁ ରାଜ୍ୟର ୧ କୋଟି ୩୫ ଲକ୍ଷ ମହିଳାଙ୍କୁ ମାସକୁ ୧୨୫୦ ଟଙ୍କା ଦିଆଯାଉଛି।

କେହି କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି

ଭାଷଣ ଦେବା ପରେ ମୋଦି ଉଡ଼ି ଯାଇଥିଲେ। କିନ୍ତୁ ଏବେ ଶିବରାଜଙ୍କ କ’ଣ ହେବ ତାହାକୁ ନେଇ ବିଜେପି ନେତା ଓ କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଅପରପକ୍ଷରେ ଶିବରାଜ ଓ ତାଙ୍କ ଘନିଷ୍ଠ ବନ୍ଧୁମାନେ କ’ଣ ଭାବୁଛନ୍ତି ତାହା କେବଳ ଅନୁମାନ କରାଯାଇପାରିବ। ଏବେ ଶିବରାଜ ଏକମାତ୍ର ନୁହଁନ୍ତି ଯିଏ ଦିଲ୍ଲୀ ପ୍ରତି ଆଖି ବୁଜିପାରିବେ। ସମସ୍ତେ ତାଙ୍କ ଅସହାୟତା ଓ ଦୁଃଖକୁ ମୁହଁରେ ଅନୁଭବ କରିଥିଲେ।

ଏହାଛଡ଼ା ଦିଲ୍ଲୀ ଆଉ ଏକ ଗୁଗଲି ଫିଙ୍ଗିଦେଇଥିବା ଚର୍ଚ୍ଚା ହେଉଛି। ଏକ ବଲ୍ ଯାହା ଏକାସାଙ୍ଗରେ ଅନେକ ୱିକେଟରେ ବାଜିଛି। ସେପଟେ ଶିବରାଜଙ୍କୁ ଏପରିଭାବେ ଘେରି ଦିଆଯାଇଥିଲା ଯେପରି ସ୍ପିନରଙ୍କ ବୋଲିଂରେ ଫିଲଡରମାନେ ବ୍ୟାଟ୍ସମ୍ୟାନଙ୍କୁ ଘେରି ରହିଥାନ୍ତି।

ବିଜେପି ହାଇକମାଣ୍ଡ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକା କଂଗ୍ରେସ ପାଇଁ ଏକ ବଡ଼ ଝଟକା ଥିଲା, କିନ୍ତୁ ଏହା ବିଜେପିର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦୋହଲାଇ ଦେଇଛି। ୩୯ ଜଣିଆ ଦ୍ୱିତୀୟ ତାଲିକାରେ ମୋଦି ତାଙ୍କ କ୍ୟାବିନେଟର ୩ ଜଣ ପ୍ରମୁଖ ସଦସ୍ୟଙ୍କ ସମେତ ମୋଟ ୭ ଜଣ ସାଂସଦଙ୍କୁ ବିଧାନସଭା ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି। ଦିଲ୍ଲୀରୁ ଆସିଥିବା ନରେନ୍ଦ୍ର ସିଂହ ତୋମାର କେନ୍ଦ୍ର କୃଷି ମନ୍ତ୍ରୀଭାବେ ରାଜ୍ୟର ନିର୍ବାଚନ ପ୍ରଭାରୀଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ସେ ମୋରେନା ଜିଲ୍ଲାର ଡିମନି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ରାଜ୍ୟମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ଫଗନ ସିଂହ କୁଲସ୍ତେଙ୍କୁ ମଧ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇଛି।

ଶିବରାଜଙ୍କ ସମକକ୍ଷଙ୍କୁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି

ଏହି ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ୪ ଜଣ ସାଂସଦ ଗଣେଶ ସିଂହ, ରାକେଶ ସିଂହ, ଉଦୟ ପ୍ରତାପ ସିଂହ ଓ ରିତି ପାଠକଙ୍କୁ ମଧ୍ୟ ବିଧାନସଭା ଟିକେଟ୍ ଦିଆଯାଇଛି। ଏମାନଙ୍କ ବ୍ୟତୀତ ତାଲିକାରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ନାମ ମଧ୍ୟ ରହିଛି। ଇନ୍ଦୋର ସହରରୁ ତାଙ୍କୁ ବିଧାନସଭା ଟିକେଟ ମଧ୍ୟ ଦିଆଯାଇଛି।

ବିଧାନସଭା ନିର୍ବାଚନରେ ବିଜେପି ହଠାତ୍ ୮ ଜଣ ପ୍ରମୁଖ କେନ୍ଦ୍ରୀୟ ନେତାଙ୍କୁ ପ୍ରାର୍ଥୀ କରିବା ପରେ କଂଗ୍ରେସ ଆଶ୍ଚର୍ଯ୍ୟ ହୋଇଯାଇଛି। ସେପଟେ ବିଜେପି ନେତାମାନେ ସାପ ଭଳି ଗନ୍ଧ ପାଉଛନ୍ତି। ବିଳମ୍ବିତ ରାତିରେ ଆସିଥିବା ଏହି ତାଲିକା ସେମାନଙ୍କୁ ନିଦ ହଜାଇ ଦେଇଛି।

ଅନ୍ୟପକ୍ଷରେ ଶିବରାଜ ସିଂହଙ୍କୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି। ତେବେ ଶିବରାଜ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ଅମିତ ଶାହା ଗତ ମାସରେ ସ୍ପଷ୍ଟ କରିଥିଲେ। ତଥାପି ସେମାନେ ପୂରା ଶକ୍ତି ସହ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିଲେ। ରାଲିରେ ପ୍ରଧାନମନ୍ତ୍ରୀ ତାଙ୍କ ନାମ ନ ରଖିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ସହ ବିଜେପି ଜିତିଲେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଦ୍ୱିତୀୟ ତାଲିକାରେ ରାଜ୍ୟର ୪ ଜଣ ବଡ଼ ନେତାଙ୍କ ନାମ ଦେଖି ସେ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନରେନ୍ଦ୍ର ସିଂହ ତୋମାର, କୈଳାସ ବିଜୟବର୍ଗୀୟ, ପ୍ରହ୍ଲାଦ ସିଂହ ପଟେଲ ଓ ଫଗନ ସିଂହ କୁଲସ୍ତେ ଶିବରାଜଙ୍କ ସମକାଳୀନ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଏହି ୪ ଜଣଙ୍କ ନାମ ମଧ୍ୟ ବେଳେବେଳେ ଚର୍ଚ୍ଚାରେ ରହିଛି। ବିଧାନସଭା ନିର୍ବାଚନରେ ଏହି ୪ ଜଣଙ୍କୁ ଏକାଠି ପ୍ରାର୍ଥୀ କରି ମୋଦି ଶିବରାଜଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଶିବରାଜ ସିଂ ଚୌହାନ ବିନା ନିର୍ବାଚନରେ ଲଢ଼ିବେ ନା ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେପି ସରକାର ଗଠନ ପାଇଁ ପ୍ରଚାର କରିବେ! କାରଣ ମୋଦି ରହିଲେ କିଛି ବି ସମ୍ଭବ! ମୋଦି ଆଜି ମଧ୍ୟ ଏହା କହିଛନ୍ତି।

ଶିବରାଜଙ୍କୁ ସାଥ ଦିଆଯାଉଛି କି ?

ମଧ୍ୟପ୍ରଦେଶ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନେତୃତ୍ୱ ହାତରେ ସର୍ବସାଧାରଣରେ ଅବହେଳିତ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୦ ବର୍ଷ ତଳେ ମୋଦିଙ୍କ ସମକକ୍ଷ ହୋଇ ୧୭ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହି ବିଜେପିରେ ରେକର୍ଡ ସୃଷ୍ଟି କରିଥିବା ଶିବରାଜ ଆଜି କିଛି କହିପାରୁନାହାନ୍ତି। ଲାଡଲି ବେହନା ଯୋଜନା ମାଧ୍ୟମରେ ସେ ପ୍ରତ୍ୟେକ ଗାଁ ଓ ସହରର କାନ୍ଥରେ ନିଜର ନାମ ଲେଖିଛନ୍ତି। ତାଙ୍କ ନିଜ ଦଳ ଏହାକୁ ପୋଛି ଦେଉଛି। ସେମାନେ କେବଳ ଦେଖୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଜେଡିଏସ୍ ସୁପ୍ରିମୋଙ୍କ ଉପରେ ଦଳର ବିଧାୟକଙ୍କ ବିଦ୍ରୋହୀ ମନୋଭାବ, ବିଜେପି ସହ ମେଣ୍ଟରେ ଅସନ୍ତୁଷ୍ଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜନତା ଦଳ ସେକୁଲାର ସମସ୍ୟା ବଢିବାରେ ଲାଗିଛି। ବିଜେପି ସହ ମେଣ୍ଟ ହେବା ପରେ ମୁସଲମାନ ନେତାମାନେ ଜେଡିଏସ ଛାଡୁଛନ୍ତି। ବର୍ତ୍ତମାନ ଆଉ ଦୁଇଟି ମୋର୍ଚ୍ଚା ଖୋଲିଛି। କର୍ଣ୍ଣାଟକର ଦେବଦୁର୍ଗାର ବିଧାୟକ କରିଆମା ନାୟକଙ୍କ ଏହି ମେଣ୍ଟ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାବେଳେ କେରଳରେ ଉଭୟ ଦଳର ବିଧାୟକ ଏକ ଚେତାବନୀ ଦେଇଛନ୍ତି ଯେ, ଜେଡିଏସ୍ କୁ ନିଷ୍ପତ୍ତି ବଦଳାଇବା ଆବଶ୍ୟକ, ନଚେତ ସେମାନେ ଏନଡିଏ କିମ୍ବା ବିଜେପି ସହ ଛିଡା ହୋଇପାରିବେ ନାହିଁ। ଏହି କାରଣରୁ, ଜେଡିଏସ୍ ସୁପ୍ରିମୋ ଏଚଡି ଦେବଗୌଡା ଏକ କଷ୍ଟଦାୟକ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ତାଙ୍କ କହିବାନୁସାରେ, ସେ ତାଙ୍କ ଦଳ ଜେଡିଏସର ଭବିଷ୍ୟତ ପାଇଁ ବିଜେପିରେ ଯୋଗ ଦେଇଛନ୍ତି। ତେବେ ସେ ବିଜେପିରେ ଯୋଗଦେବା ମାତ୍ରେ ତାଙ୍କ ଦଳର ମୁସଲମାନ ନେତାମାନେ ଦଳରୁ ଅଲଗା ହେବା ଆରମ୍ଭ କରିଥିଲେ।

କରିଆମା ନାୟକ କହିଛନ୍ତି ଯେ ମୋ ପାର୍ଟୀ ମୋ ପାଇଁ ଭଗବାନ ଏବଂ ଆମ ଦଳର ସମସ୍ତ ବରିଷ୍ଠମାନେ ମୋ ପାଇଁ ଭଗବାନଙ୍କ ପରି ଅଟନ୍ତି। ମୁଁ ସେମାନଙ୍କ ନିଷ୍ପତ୍ତି ଉପରେ କୌଣସି ବିବୃତ୍ତି ଦେବି ନାହିଁ, କିନ୍ତୁ ମୋ ନିର୍ବାଚନମଣ୍ଡଳୀରେ କୌଣସି ମୂଲ୍ୟରେ ମେଣ୍ଟହେବ ନାହିଁ। ମୁଁ ସେଥିରେ ଅଟଳ ରହିଛି। ଆମ ଲୋକମାନେ ଯାହା ନିଷ୍ପତ୍ତି ନିଅନ୍ତି, ଏହା ମୋର ନିଷ୍ପତ୍ତି। ମୋ ନିର୍ବାଚନମଣ୍ଡଳୀରେ କୋକୁନାସି ମେଣ୍ଟ ହେବ ନାହିଁ।

ଜେଡିଏସ୍ ହାଇ କମାଣ୍ଡ ମଧ୍ୟ କେରଳରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି:

ଜେଡିଏସ୍ ହାଇ କମାଣ୍ଡ୍ ଅର୍ଥାତ୍ ଶ୍ରୀ ଦେବଗୌଡା ଏବଂ କୁମାରସ୍ୱାମୀ ମଧ୍ୟ କେରଳରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି। ସେଠାରେ JDS ର ଦୁଇଜଣ ବିଧାୟକ ଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ରାଜ୍ୟ ସରକାରଙ୍କ ବିଦ୍ୟୁତ୍ ମନ୍ତ୍ରୀ। ସେ କହିଛନ୍ତି ଯେ, ଯଦିଓ ଦଳ ଏନଡିଏରେ ଯୋଗ ଦେଇଛି, ଯଦିବା ଜେଡିଏସ ଏନଡିଏ ସହ ମେଣ୍ଟ କରିଛି, ତଥାପି ଦଳ ପୂର୍ବ ଭଳି କେରଳରେ ମେଣ୍ଟ ଜାରି ରଖିବ। ସେ ବିଜେପିକୁ ସମର୍ଥନ କରିପାରିବ ନାହିଁ। ଅନ୍ୟ ବିଧାୟକ ହେଉଛନ୍ତି ଜେଡିଏସର ମାଥ୍ୟୁ ଟି ଥୋମାସ୍, ଯିଏକି ରାଜ୍ୟରେ ଜେଡିଏସ୍ ସଭାପତି ମଧ୍ୟ ଅଛନ୍ତି। ସେ ମଧ୍ୟ ଏହି ମେଣ୍ଟ ବିରୋଧୀ। ବର୍ତ୍ତମାନ ଅକ୍ଟୋବର ପ୍ରଥମ ସପ୍ତାହରେ ଦଳର ରାଜ୍ୟ ୟୁନିଟ୍ ବୈଠକରେ ପରବର୍ତ୍ତୀ ରଣନୀତି ସ୍ଥିର ହେବ।

ଦେବଗୌଡା ଏବଂ କୁମାରସ୍ୱାମୀ ଏହି ପ୍ରସଙ୍ଗରେ କିଛି କହି ନାହାଁନ୍ତି:

ବେଙ୍ଗାଲୁରୁରେ ଦେବ ଗୌଡା ଏବଂ କୁମାରସ୍ୱାମୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତେବେ ଦଳରେ ଚାଲିଥିବା ଅଶାନ୍ତି ସମ୍ପର୍କରେ ସେ କିଛି କହିବାକୁ ମନା କରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ଏକ ପୃଥକ ସାମ୍ବାଦିକ ସମ୍ମିଳନୀ ଡକାଯିବ। ବର୍ତ୍ତମାନ ପାଇଁ, ଉଭୟ କେବଳ କାବେରୀ ବିଷୟରେ କଥା ହେବେ।

Categories
ବିଶେଷ ଖବର

ବିଜେପି ସହ ମେଣ୍ଟ ଭାଙ୍ଗିଲା AIADMK, ବୈଠକରେ ପାରିତ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ତାମିଲନାଡୁରେ ବିଜେପି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଜି ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମୁନେତ୍ର କଷଗମ (AIADMK) ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଏ ବାବଦରେ ଦଳ ଏକ ସଂକଳ୍ପ ପାରିତ କରିଛି।

AIADMK ନେତାଙ୍କ ବୈଠକ ପରେ ଦଳର ଉପ ସଂଯୋଜକ କେ.ପି ମୁନୁସାମି କହିଛନ୍ତି ଯେ AIADMK ଆଜିଠାରୁ ବିଜେପି ଏବଂ ଏନଡିଏ ସହ ସମସ୍ତ ସମ୍ପର୍କ ଭାଙ୍ଗୁଛି। AIADMK କର୍ମୀମାନେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବାଣ ଫୁଟାଇ ଖୁସି ମନାଇଥିଲେ।

ଦଳ କହିଛି ଯେ, “ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ଆମର ସାଧାରଣ ସଚିବ ଇପିଏସ୍ (ଏଡାପଡି ପଲାନିସ୍ୱାମୀ) ଏବଂ ଆମର କର୍ମୀଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି। ଆଜିର ବୈଠକରେ ସର୍ବସମ୍ମତି କ୍ରମେ ଏହି ସଂକଳ୍ପ ପାରିତ ହୋଇଛି।”

AIADMK କ’ଣ କହିଲା?:

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଏଆଇଏଡିଏମକେ କହିଛି ଯେ ଏହା ୨୦୨୪ ଲୋକସଭା ନିର୍ବାଚନରେ ​​ଏକ ପୃଥକ ସାମ୍ମୁଖ୍ୟର ନେତୃତ୍ୱ ନେବ। ବାସ୍ତବରେ, ବର୍ତ୍ତମାନ ଦେଶରେ ଦୁଇଟି ପ୍ରମୁଖ ମେଣ୍ଟ ଅଛି। ଏଥିରେ ଗୋଟିଏ ହେଉଛି ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ ଅନ୍ୟଟି ହେଉଛି କଂଗ୍ରେସ, ଟିଏମସି ଏବଂ ଆମ୍ ଆଦମୀ ପାର୍ଟି ସମେତ ୨୮ ଟି ଦଳର ବିରୋଧୀ ଦଳକୁ ନେଇ ‘ଇଣ୍ଡିଆ’।

ଏଠାରେ ଅନେକ ପାର୍ଟୀ ଅଛି ଯାହା ଉଭୟ ଏନଡିଏ ଏବଂ ‘ଇଣ୍ଡିଆ’ର ଅଂଶ ନୁହନ୍ତି। ତେଲେଙ୍ଗାନା ସିଏମ କେସିଆରର ଭାରତ ରାଷ୍ଟ୍ର ସମିତି, ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଅଲ ଇଣ୍ଡିଆ ମଜଲିସ-ଇ-ଇତ୍ତେହାଦୁଲ ମୁସଲିମ, ଓଡିଶା ସିଏମ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ YSR କଂଗ୍ରେସ ପାର୍ଟି ପରି ଅନେକ ଦଳ ଅଛନ୍ତି।

ବିଜେପି କ’ଣ କହିଲା?:

ଯେତେବେଳେ ବିଜେପି ରାଜ୍ୟ ସଭାପତି କେ ଅନ୍ନାମଲାଇଙ୍କୁ ଏଆଇଏଡିଏମକେ ସହ ମେଣ୍ଟ ଭାଙ୍ଗିବା ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏହା ଉପରେ ଏକ ବିବୃତ୍ତି ଦେବେ ବୋଲି କହିଥିଲେ।

ମେଣ୍ଟ କାହିଁକି ଭାଙ୍ଗିଗଲା?:

ନିକଟରେ ଏଆଇଡିଏମକେ ପ୍ରତିନିଧି ଦଳ ଦିଲ୍ଲୀରେ ବିଜେପି ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଥିଲେ। ଏହି ସମୟରେ ଦଳ ବିଜେପି ରାଜ୍ୟ ମୁଖ୍ୟ କେ ଅନ୍ନାମଲାଇଙ୍କ ତରଫରୁ କ୍ଷମା ମାଗିବା ପାଇଁ ନେତୃତ୍ୱର ହସ୍ତକ୍ଷେପ ଲୋଡିଥିଲେ।

ପିଟିଆଇ ଅନୁଯାୟୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷ ଏମ ଚକ୍ରବର୍ତ୍ତୀ କହିଛନ୍ତି ଯେ, “ଆମ ନେତୃତ୍ୱ ଅନ୍ନାମଲାଇଙ୍କୁ ହଟାଇବା ପାଇଁ ପସନ୍ଦ କରନ୍ତି ନାହିଁ କାରଣ ସେ ଦଳକୁ ମଜବୁତ କରୁଛନ୍ତି ଏବଂ ଦଳକୁ ସୁନ୍ଦର ଭାବେ ବିସ୍ତାର କରୁଛନ୍ତି। ରାଜ୍ୟରେ ସନାତନ ଧର୍ମ ବିବାଦ ସମୟରେ ସେ କେବଳ ଅନ୍ନଦୁରଇଙ୍କ ବିଷୟରେ ଏକ ମନ୍ତବ୍ୟ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ନେତା ଉଦିତ ରାଜଙ୍କ ବଡ ବିବୃତ୍ତି: ଇଣ୍ଡିଆ ମେଣ୍ଟରେ ଅନେକ ଲୋକ ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ବିଜୟ ରଥକୁ ରୋକିବା ପାଇଁ ଗଠିତ ଇଣ୍ଡିଆ ମେଣ୍ଟ ସମ୍ପର୍କରେ କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ଯେ, ଏହି ମେଣ୍ଟରେ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ଲୋକମାନେ କାହାର ପକେଟରେ ନାହାଁନ୍ତି, ବେଳେବେଳେ ନିର୍ବାଚନରେ ​​ମଧ୍ୟ ଲୋକମାନେ ଭୁଲ କରିଦିଅନ୍ତି।

ଏହା ବ୍ୟତୀତ ସଂସଦରେ ବିଜେପି ସାଂସଦ ରମେଶ ବିଧୁଡିଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ସେ କହିଥଲେ ଯେ ଏହା ପୂର୍ବରୁ କେହି ଏପରି ଅଶ୍ଳୀଳ ଭାଷା ବ୍ୟବହାର କରିନାହାଁନ୍ତି। ଜାତିଭେଦ ରାଜନୀତି ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି ଯେ ଜାତି ହେଉଛି ସମାଜର ବାସ୍ତବତା।

ସେ କହିଛନ୍ତି ଯେ, “ବିଜେପି କ୍ଷମତାକୁ ଆସିବା ପରେ ସଂସଦରେ ଅପମାନଜନକ ଶବ୍ଦ ଓ ବାକ୍ୟର ବ୍ୟବହାର ସାଧାରଣ ହୋଇଗଲାଣି। ସେମାନେ (ବିଜେପି) କ’ଣ ଛୋଟ ପିଲା, ଯାହାକୁ ସେମାନେ ପ୍ରେରିତ କରୁଛନ୍ତି? ସେମାନେ ହିଁ ସମସ୍ତଙ୍କୁ ଉତ୍ତେଜିତ କରନ୍ତି। ସଂସଦରେ ପ୍ରବେଶ କରିବାକୁ ଆମେ ଅନେକ ବାଧାବିଘ୍ନ ଅତିକ୍ରମ କରିଥାଉ। ବିଜେପି ସାଂସଦମାନେ ଅପରିପକ୍ୱ ନା ଅଶିକ୍ଷିତ? ବର୍ତ୍ତମାନ ସଂସଦ ଭିତରେ କିମ୍ବା ବାହାରେ ‘ଜୁତା ମାରୋ ସାଲୋଂ କୋ’ ଭଳି ତାଙ୍କ ମନ୍ତବ୍ୟକୁ ଦେଖନ୍ତୁ, ସଂସଦ ଅପମାନଜନକ ବାକ୍ୟରେ ପରିପୂର୍ଣ୍ଣ କିନ୍ତୁ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଏହି ସଂସ୍କୃତି ସେଠାରେ ନଥିଲା। ମୁଁ ସଂସଦରେ ଥିଲି ଏବଂ ତାଙ୍କ ଆଚରଣ କେତେ ଖରାପ ତାହା ମୁଁ କହି ପାରିବି ନାହିଁ।

ବିଏସପି ସାଂସଦ ଦାନିଶ ଅଲିଙ୍କ ବିରୋଧରେ ଆପତ୍ତିଜନକ ତଥା ଭେଦଭାବପୂର୍ଣ୍ଣ ଦଣ୍ଡ ପରେ ବିଜେପି ସାଂସଦ ରମେଶ ବିଧୁଡିଙ୍କ ପ୍ରତିକ୍ରିୟାରେ ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି କହିଛନ୍ତି। ଯେଉଁଥିରେ କୁହାଯାଇଛି ସଂସଦରେ ସାଂସଦ ଅଲିଙ୍କୁ ଏହି ଅପମାନଜନକ ଶବ୍ଦ ବ୍ୟବହାର କରିବ ପାଇଁ ବିଧୁଡିଙ୍କୁ ଉତ୍ତେଜିତ କରାଯାଇଥିଲା।

Categories
ଆଞ୍ଚଳିକ

ପୋଖରୀରେ ବୁଡି ନାବାଳକର ମୃତ୍ୟୁ: ଡାକ୍ତରଙ୍କ ଅବହେଳାର ଅଭିଯୋଗ ଆଣିଲା ବିଜେପି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କୋଦଳା ଥାନା ଅନ୍ତର୍ଗତ ସମା ଗ୍ରାମ ଖତାଡି ସାହିର ରୁଦ୍ର ପ୍ରସାଦ ବାରିକ ନାମକ ଜଣେ ନାବାଳକ ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶ ଯେ, ନାବାଳକ ରୁଦ୍ର ସକାଳୁ ଘରୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବହୁତ ଖୋଜାଖୋଜି କରି ପାଇନଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ନାବାଳକ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକଙ୍କ ସହ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରି ପ୍ରଥମେ ସମା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରଙ୍କ ଅନୁପସ୍ଥିତ ଯୋଗୁଁ ତାକୁ ଆମ୍ବୁଲାନ୍ସ ଯୋଗେ କୋଦଳା ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ତାକୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ।

ଏହି ଭଳି ପରିସ୍ଥିତିରେ ଡାକ୍ତରଙ୍କ ଅବହେଳା ଯୋଗୁଁ ରୁଦ୍ରର ମୃତ୍ୟୁ ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କୋଦଳା ଚେୟାରମେନ ସୁର୍ଯ୍ୟ ନାରାୟଣ ନାୟକ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା ଡାକ୍ତରଖାନାରେ ପହଞ୍ଚି ହୋହାଲ୍ଲା କରିବା ଡ଼ାକ୍ତରଖାନାର ଅବହେଳା ପାଇଁ ନିନ୍ଦା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଜେପିର ‘ପରିବର୍ତ୍ତନ ଯାତ୍ରା’ରେ ଭାଗ ନେଲେନି ବସୁନ୍ଧରା ରାଜେ: ଅନୁପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜ ଦଳର ପରିବର୍ତ୍ତନ ଯାତ୍ରାର ଶେଷ ପର୍ଯ୍ୟାୟରେ ଅଂଶଗ୍ରହଣ କରିନଥିଲେ। ବିଜେପିର ପରିବର୍ତ୍ତନ ଯାତ୍ରାରେ ଶ୍ରୀମତୀ ରାଜେଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ପରିବର୍ତ୍ତନ ସଂକଳ୍ପ ଯାତ୍ରା ରାଜସ୍ଥାନ ହାଡୌତିର କୋଟା, ବୁନ୍ଦି ଏବଂଝାଲାୱାଡା ଦେଇ ଯାଇଥିଲା। ଝାଲାୱାଡ ହେଉଛି ବସୁନ୍ଧରା ରାଜେଙ୍କ ନିର୍ବାଚନମଣ୍ଡଳୀ। ସେ ଗତ ୩୩ ବର୍ଷ ଧରି ବିଧାୟକ ତଥା ସାଂସଦ ଭାବରେ ଏହି କ୍ଷେତ୍ରର ପ୍ରତିନିଧିତ୍ୱ କରୁଛନ୍ତି। କିନ୍ତୁ ସେ ଏଠାରେ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ଅଂଶଗ୍ରହଣ କରିନଥିଲେ। ବିଧାନସଭା ନିର୍ବାଚନ ପୂର୍ବରୁ ଚାଲିଥିବା ବିଜେପିର ଏହି ପରିବର୍ତ୍ତନ ଯାତ୍ରା ଗୁରୁବାର ସନ୍ଧ୍ୟାରେ କୋଟାରେ ଶେଷ ହୋଇଛି। ଏପରିକି ଏହି ସମୟରେ ବସୁନ୍ଧରା ସେଠାରୁ ନିଖୋଜ ରହିଥିଲେ। ଏହା ପରେ ବିଜେପିରେ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି।

ବସୁନ୍ଧରା ରାଜେ ପରିବର୍ତ୍ତନ ସମାବେଶରେ ଯୋଗ ଦେଇନଥିଲେ ମଧ୍ୟ ତାଙ୍କ ପୁଅ ଦୂଷ୍ୟନ୍ତ ସିଂ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏଥିରେ ଅଂଶଗ୍ରହଣ କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ଉତ୍ସାହ ନଥିଲା। ବସୁନ୍ଧରା ରାଜେଙ୍କ ଅପିଲକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରରେ ଭଲ ଭୋଟ ହାର ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ଆସାମ ସିଏମ ହିମନ୍ତ ବିଶ୍ଵ ସର୍ମା ଏବଂ ଉତ୍ତରାଖଣ୍ଡର ସିଏମ ପୁଷ୍କର ସିଂ ଧାମିଙ୍କ ପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଜେପି ରାଲିରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ସେଠାରେ ଉପସ୍ଥିତ ଥିଲେ, କିନ୍ତୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ନଥିଲେ। ଏ ସମ୍ପର୍କରେ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

ପାର୍ଟୀରେ ସବୁକିଛି ଠିକ୍ ନାହିଁ କି?:

ବିଜେପି ସୂତ୍ରରୁ ପ୍ରକାଶ ଯେ, ବସୁନ୍ଧରା ରାଜେ ପରିବର୍ତ୍ତନ ରାଲିରେ ଯୋଗ ନଦେବା କାରଣ ସେ ଦିଲ୍ଲୀରେ ଅଛନ୍ତି। ସେ କିଛି ବ୍ୟକ୍ତିଗତ କାରଣରୁ ଗୁରୁବାର ଦିଲ୍ଲୀରେ ଉପସ୍ଥିତ ଥିଲେ। ଯେତେବେଳେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବସୁନ୍ଧରାଙ୍କ ଅନୁପସ୍ଥିତି ବିଷୟରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ସେ ଏହାକୁ ଏଡାଇ ଯାଇଥିଲେ। ସେ କହିଥଲେ ଯେ, ଯେତେବେଳେ ଆମେ ଭାରତ ମାତା କି ଜୟ କହିବୁ, ଆମେ ସମସ୍ତେ ଏକଜୁଟ ହୋଇଥାଉ। ତାଙ୍କ କହିବାନୁସାରେ, ଦିଲ୍ଲୀରେ ହାଇକମାଣ୍ଡଙ୍କ ସହିତ ସାକ୍ଷାତ ହେତୁ ବସୁନ୍ଧରା ପରିବର୍ତ୍ତନ ରାଲିରେ ଯୋଗ ଦେଇପାରିନଥିଲେ।

Categories
ଆଜିର ଖବର ଜାତୀୟ ଖବର

ନିର୍ବାଚନ ପୂର୍ବରୁ ସିଏମ୍ ଶିବରାଜଙ୍କୁ ଝଟକା, କଂଗ୍ରେସରେ ଯୋଗଦେବେ ନିଜ ଗଡର ୧୫୦୦ ବିଜେପି କର୍ମୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଦଳ ବଦଳ ରାଜନୀତିରେ କଂଗ୍ରେସ ଶାସକ ଦଳ ଭାରତୀୟ ଜନତା ପାର୍ଟି ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ପ୍ରାୟ ପ୍ରତିଦିନ କିଛି ବିଜେପି ନେତା-କର୍ମୀ କଂଗ୍ରେସର ସଦସ୍ୟତା ଗ୍ରହଣ କରୁଛନ୍ତି। ଏହିକ୍ରମରେ କଂଗ୍ରେସ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଗଡ଼ ବୁଦ୍ଧନୀରେ ଏକ ବଡ଼ ଫାଟ ସୃଷ୍ଟି କରିବାରେ ସଫଳ ହୋଇଛି। ଆଜି ବୁଦ୍ଧନି ଅଞ୍ଚଳର ଶହ ଶହ କର୍ମୀ କଂଗ୍ରେସର ସଦସ୍ୟତା ଗ୍ରହଣ କରିବେ।

ବାସ୍ତବରେ ଆଜି ମଧ୍ୟପ୍ରଦେଶରେ ଦଳ ବଦଳ ରାଜନୀତିରେ କଂଗ୍ରେସ ମାଲୱା-ମହାକୌଶଳ ଅଞ୍ଚଳରେ ବିଜେପିରେ ଫାଟ ସୃଷ୍ଟି ହେବାକୁ ଯାଉଛି। ଏହି ଦଳ ବଦଳ ସମ୍ପର୍କରେ ଆଜି ବିଜେପିର ଅସନ୍ତୁଷ୍ଟ ନେତା ଓ କର୍ମୀମାନେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚି କଂଗ୍ରେସର ସଦସ୍ୟତା ଗ୍ରହଣ କରିବେ। ପିସିସି ମୁଖ୍ୟ କମଲ ନାଥ ପିସିସି କାର୍ଯ୍ୟାଳୟରେ ମହାକୌଶଳ, ନର୍ମଦାପୁରମ୍ ଏବଂ ମାଲୱା ଅଞ୍ଚଳର ଅସନ୍ତୁଷ୍ଟ ବିଜେପି ସଦସ୍ୟଙ୍କୁ କଂଗ୍ରେସ ସଦସ୍ୟତା ପ୍ରଦାନ କରିବେ।

କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବୁଦ୍ଧନୀ ବିଧାନସଭାରୁ କଂଗ୍ରେସ ସଦସ୍ୟତା ଗ୍ରହଣ କରୁଥିବା ବିଜେପି କର୍ମୀ-ନେତାମାନେ ଅଭିଯୋଗ କରୁଛନ୍ତି ଯେ ଆଞ୍ଚଳିକ ବିଜେପିର ବରିଷ୍ଠ ନେତାମାନେ ସେମାନଙ୍କୁ କ୍ରମାଗତ ଭାବରେ ଅବହେଳା କରୁଛନ୍ତି, ଏହାଦ୍ୱାରା ସେମାନେ କଂଗ୍ରେସରେ ଯୋଗ ଦେଇଛନ୍ତି। ହାତ ଧରିବାକୁ ଯାଉଛନ୍ତି ବୁଦ୍ଧନୀଙ୍କ ବିଜେପି ନେତା ରାଜେଶ ପଟେଲଙ୍କ ଅନୁଯାୟୀ ସେ ପ୍ରାୟ ୧୫୦୦ କର୍ମୀଙ୍କ ସହ କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି।

ପ୍ରକାଶ ଯେ, ଭାରତୀୟ ଜନତା ପାର୍ଟି ଏକ ମାସ ପୂର୍ବରୁ ଏହାର ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ନାମ ଘୋଷଣା ହେବା ପରଠାରୁ ଭାରତୀୟ ଜନତା ପାର୍ଟିରେ ଆତଙ୍କ ଖେଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ନେତା ସେମାନଙ୍କ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସରେ ଯୋଗ ଦେଇଛନ୍ତି। ସଦସ୍ୟତା ଗ୍ରହଣ କରୁଥିବା ଲୋକଙ୍କ ମଧ୍ୟରୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସାଥିରେ ଆସି ବିଜେପିରେ ମିଶିଥିବା ନେତାମାନେ ଘରକୁ ଫେରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେପି ତରଫରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

ରଣପୁର: ଆଜି ବିଜେପି ପକ୍ଷରୁ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚମ୍ପାଗଡ଼ ଗ୍ରାମରୁ ଆରମ୍ଭ ହୋଇଥିଲା। ଶହୀଦ ସୁବେଦାର ନିରଞ୍ଜନ ପାଇକରାୟଙ୍କ ସମେତ ଆଜାଦ୍ ହିନ୍ଦ ଫୌଜର ଶହୀଦ ପ୍ରଭାକର ପରିଡା, ଶହୀଦ ପ୍ରକାଶ ମହାରଣାଙ୍କ ଘର ଅଗଣାରୁ ତଥା ଚମ୍ପାଗଡ ଗ୍ରାମର ଘରୁ ମାଟି ସଂଗ୍ରହ କରାଯାଇଥିଲା। ସମସ୍ତ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମବାୟ ମନ୍ତ୍ରୀ ସୁରମା ପାଢ଼ୀ, ପରେଶ ମିଶ୍ର, ନିର୍ମଳ ମତ୍ତଗଜସିଂହ, ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ର କିଛି ଟେଲିଭିଜନ ଆଙ୍କର୍ ଙ୍କ ବହିଷ୍କାର ନିଷ୍ପତ୍ତିକୁ ବିଜେପି ର ଦୃଢ ନିନ୍ଦା

ନୂଆଦିଲ୍ଲୀ: ବିରୋଧୀ ଦଳର ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଇନ୍ସ’ (INDIA) ର ମେଣ୍ଟ ନିଷ୍ପତ୍ତି ନେଇଛି ଯେ, ସେମାନେ ଦେଶର ୧୪ ଟି ଟେଲିଭିଜନ ଆଙ୍କର୍ କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରତିନିଧୀଙ୍କୁ ପଠାଇବେ ନାହିଁ। ଭାରତୀୟ ଜନତା ପାର୍ଟି (ବିଜେପି) ଏହି ପଦକ୍ଷେପକୁ ନିନ୍ଦା କରିଛି। ଦଳର ମୁଖ୍ୟ ମୁଖପାତ୍ର ତଥା ସାଂସଦ ଅନିଲ ବଲୁନି ଏକ ବିବୃତ୍ତିରେ କହିଛନ୍ତି ଯେ, ବିରୋଧୀ ଦଳମାନେ ସେମାନଙ୍କ ଦମନକାରୀ, ଏକଛତ୍ରବାଦୀ ତଥା ନକାରାତ୍ମକ ମାନସିକତା ପ୍ରଦର୍ଶନ କରିଛନ୍ତି।

ଶ୍ରୀ ବଲୁନି କହିଛନ୍ତି ଯେ, ବିଜେପି ଏପରି ବିକୃତ ମାନସିକତାକୁ ଦୃଢ ବିରୋଧ କରୁଛି ଯାହା ଅଭିବ୍ୟକ୍ତିର ସ୍ୱାଧୀନତାକୁ ଅଙ୍କୁଶ ଲଗାଏ। ସେ କହିଛନ୍ତି ଯେ, “ଜରୁରୀକାଳୀନ ସମୟରେ ଗଣମାଧ୍ୟମକୁ ଚୁପ କରାଯାଇଥିଲା ଏବଂ ଏହି ‘ଅହଂକାରୀ’ମେଣ୍ଟରେ ସାମିଲ ଦଳଗୁଡ଼ିକ ସମାନ ଅରାଜକତା ଏବଂ ଜରୁରୀକାଳୀନ ମାନସିକତା ସହିତ କାର୍ଯ୍ୟ କରୁଛନ୍ତି।

ଅନିଲ ବଲୁନି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ, ସାମ୍ବାଦିକମାନଙ୍କୁ ବର୍ଜନ ତଥା ଧମକ ଦେବା ପାଇଁ ଅହଂକାରୀ ମେଣ୍ଟର ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ। ଏହା କେବଳ ସେମାନଙ୍କର ଅତ୍ୟାଚାରୀ ଏବଂ ଏକଛତ୍ରବାଦୀ ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ। ‘ଇଣ୍ଡିଆ’ ମେଣ୍ଟର ଏହି ନିକୃଷ୍ଠ ମାନସିକତାକୁ ବିଜେପି ଦୃଢ ନିନ୍ଦା କରିଛି।

ଅନିଲ ଅଭିଯୋଗ କରିଛନ୍ତି ଯେ, ଗଣମାଧ୍ୟମ ପାଇଁ ଏଭଳି ‘ଖୋଲା ଧମକ’ ଲୋକଙ୍କ ସ୍ୱରକୁ ଦମନ କରିବା ସହ ସମାନ।

ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍ (ଏନବିଡିଏ) କହିଛି ଯେ ବହିଷ୍କାରର ଏହି ନିଷ୍ପତ୍ତି ଏକ ବିପଜ୍ଜନକ ଉଦାହରଣ ହେବ ଏବଂ ଏହା ଗଣତନ୍ତ୍ରର ମୂଲ୍ୟବୋଧ ବିରୁଦ୍ଧ ଅଟେ।

ଏହି ନିଷ୍ପତ୍ତି ଆଲିଆନ୍ସ ‘ଇଣ୍ଡିଆ’ର ମିଡିଆ ସମ୍ପର୍କିତ କମିଟିର ବୈଠକରେ ନିଆଯାଇଛି। ବିରୋଧୀ ଦଳର ଗଣମାଧ୍ୟମ କମିଟି ଏକ ବିବୃତ୍ତିରେ କହିଛି ଯେ, ‘ଇଣ୍ଡିଆ’ ସମନ୍ୱୟ କମିଟି ୧୩ ସେପ୍ଟେମ୍ବର ୨୦୨୩ ରେ ହୋଇଥିବା ବୈଠକରେ ନିଷ୍ପତ୍ତି ଅନୁଯାୟୀ ବିରୋଧୀ ମେଣ୍ଟର ସହଯୋଗୀ ଦଳ ସେମାନଙ୍କ ପ୍ରତିନିଧୀଙ୍କୁ ସୋ ଏବଂ କାର୍ଯ୍ୟକ୍ରମକୁ ପଠାଇବେ ନାହିଁ। ଏହି ବିବୃତ୍ତିରେ ୧୪ ଟି ଆଙ୍କରଙ୍କ ତାଲିକା ବିରୋଧୀ ଦଳ ପ୍ରକାଶ କରିଛି।

କଂଗ୍ରେସର ଗଣମାଧ୍ୟମ ବିଭାଗର ମୁଖ୍ୟ ତଥା ବିରୋଧୀ ଦଳର ମିଡିଆ କମିଟିର ସଦସ୍ୟ ପୱନ ଖେଡା କହିଛନ୍ତି ଯେ, “ପ୍ରତ୍ୟେକ ଦିନ ଅପରାହ୍ନ ୫ ଟାରୁ କିଛି ଚ୍ୟାନେଲରେ ଘୃଣାର ଦୋକାନ ସ୍ଥାପନ କରାଯାଇଥାଏ। ଆମେ ଘୃଣାର ବଜାରର ଗ୍ରାହକ ହେବୁ ନାହିଁ। ଆମର ଲକ୍ଷ୍ୟ ହେଉଛି ‘ଘୃଣା ମୁକ୍ତ ଭାରତ’।

ଶ୍ରୀ ଖେଡା ଏହା ମଧ୍ୟ କହିଛନ୍ତି ଯେ, “ବଡ ହୃଦୟ ସହିତ ନିଷ୍ପତ୍ତି ନିଆଯାଇଛି ଯେ ଆମେ କିଛି ଆଙ୍କର ଶୋ ଏବଂ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବୁ ନାହିଁ। ଆମେ ଆମର ନେତାଙ୍କ ବିରୁଦ୍ଧରେ ଅଯଥା ମନ୍ତବ୍ୟ ଏବଂ ମିଥ୍ୟା ଖବର ବିରୁଦ୍ଧରେ ଲଢୁଛୁ ଏବଂ ସଂଗ୍ରାମ ଜାରି ରଖିବୁ, କିନ୍ତୁ ସମାଜରେ ଘୃଣା ବ୍ୟାପିବାକୁ ଦେବୁ ନାହିଁ। ଘୃଣା ଲୋପ ପାଇବ, ପ୍ରେମ ଜିତିବ।

ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ବିରୋଧୀ ଦଳର ଏହି ପଦକ୍ଷେପକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରିଛନ୍ତି। ସେ X ରେ ପୋଷ୍ଟ କରି କହିଛନ୍ତି ଯେ, ଭାରତରେ ନାଗରିକ ସ୍ଵାଧୀନତାକୁ ବନ୍ଦ କରିବାର ଏକମାତ୍ର ଉଦାହରଣ ଯାହାକୁ ଆମେ ୧୯୭୫ ମସିହାରେ ଜରୁରୀକାଳୀନ ସମୟରେ ଦେଖିଥିଲୁ। ସନାତନ ଧର୍ମ, ସାମ୍ବାଦିକଙ୍କ ବିରୋଧରେ ଏଫଆଇଆର ଏବଂ ଗଣମାଧ୍ୟମର ବହିସ୍କାର କରିବା ଜରୁରୀକାଳିନର ସେହି ଅନ୍ଧକାର ଦିନର ରାଜନୀତି ପ୍ରତିଫଳିତ ହୋଇଛି। ‘INDI Alliance’ ର ଏହା ପ୍ରକୃତ ଚେହେରା।

Categories
ଆଜିର ଖବର ଜାତୀୟ ଖବର

ସଂସଦର ସ୍ୱତନ୍ତ୍ର ଅଧିବେଶନ: ଗୃହରେ ଉପସ୍ଥିତ ରହିବାକୁ ହ୍ଵିପ ଜାରି କଲା ବିଜେପି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବୁଧବାର ସରକାର ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ପ୍ରକାଶ କରିଛନ୍ତି। ସେପଟେ ଭାରତୀୟ ଜନତା ପାର୍ଟି ଏହାର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି। ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବିଜେପି ନିର୍ଦ୍ଦେଶ ଦେଇଛି।

ସେପ୍ଟେମ୍ବର ୧୭ ରେ ସର୍ବଦଳୀୟ ବୈଠକ:

ସେପ୍ଟେମ୍ବର ୧୮ ତାରିଖରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ସେପ୍ଟେମ୍ବର ୧୭ ତାରିଖ ଦିନ ଅପରାହ୍ନ ୪.୩୦ ରେ ଡକାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହା ଘୋଷଣା କରିଥିଲେ। ସେ କହିଛନ୍ତି ଯେ, ଏ ସମ୍ପର୍କରେ ନିମନ୍ତ୍ରଣ ସଂପୃକ୍ତ ନେତାଙ୍କ ନିକଟକୁ ଇ-ମେଲ ମାଧ୍ୟମରେ ପଠାଯାଇଛି। ଚିଠି ମଧ୍ୟ ପଠାଯିବ।

ସ୍ୱତନ୍ତ୍ର ଅଧିବେଶନରେ କୌଣସି ପ୍ରଶ୍ନ କାଳ ରହିବ ନାହିଁ:

ଲୋକସଭା ଏବଂ ରାଜ୍ୟସଭା ସଚିବାଳୟ ନିକଟରେ ସେମାନଙ୍କ ବୁଲେଟିନ୍‌ରେ ସୂଚନା ଦେଇଛନ୍ତି ଯେ, ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ। ସରକାରଙ୍କ କାର୍ଯ୍ୟକାରିତାକୁ ବିଚାରକୁ ନେଇ ଏହା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ କୁହାଯାଇଛି ଯେ, ଏହି ଅଧିବେଶନ ସାଧାରଣତ ସକାଳ ୧୧ ଟାରୁ ୧ ଟା ଏବଂ ତା’ପରେ ଅପରାହ୍ନ ୨ ଟାରୁ ୬ ଟା ପର୍ଯ୍ୟନ୍ତ ଚାଲିବ। ସଚିବାଳୟ ସୂତ୍ର ଅନୁଯାୟୀ, ସ୍ୱତନ୍ତ୍ର ଅଧିବେଶନରେ ଉଭୟ ଘରେ ପ୍ରଶ୍ନ କାଳ ଏବଂ ଅଣ-ସରକାରୀ କାର୍ଯ୍ୟ ହେବ ନାହିଁ।