Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବିଷାକ୍ତ ପଦାର୍ଥ ପାନ କରି ମାଁ ଓ ଦୁଇ ପୁଅ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଗଞ୍ଜାମ ଥାନା ଅର୍ନ୍ତଗତ ପାଲିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭଳି ଘଟଣା ବିଷ କ୍ରିୟା ଜନିତ ମୃତ୍ୟୁ ଓ ନିଜେ ମାଁ ମାମି ରେଡ଼ି ରାଜେଶ୍ ଓ ମିନା ଦୁଇ ପିଲାକୁ ବିଷ ଦେଲା ପରେ ନିଜେ ବିଷ ପାନ କରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି।

ଖବର ପାଇ ଗଞ୍ଜାମ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ନାଚୁଣୀ: ବିଷ ପାନ କରି ଆତ୍ମହତ୍ୟା କଲେ ବୃଦ୍ଧ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅଞ୍ଚଳରେ ଏକ ଅପମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଉକ୍ତ ଥାନା ଅନ୍ତର୍ଗତ ଖଜୁରିଆ ଗ୍ରାମର ବିଦେଶୀ ପ୍ରଧାନ (୭୮) ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୋଲିସ ସୂଚନା ମୁତାବକ ବିଦେଶୀଙ୍କ ପତ୍ନୀ ହବିଷ ପାଇଁ ପୁରୀ ଯାଇଥିବା ବେଳେ ଗତକାଲି ବିଦେଶୀ ପତ୍ନୀଙ୍କୁ ଘରକୁ ଫେରି ଆସିବା ପାଇଁ ଜିଦି କରିଥିଲେ। ତେବେ ପତ୍ନୀ ନ ଆସିବାରୁ ରାଗରେ ବିଷପାନ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗମ୍ଭାରୀମୁଣ୍ଡା ଏବଂ ପରେ ଟାଙ୍ଗୀ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ନାଚୁଣୀ ପୋଲିସ ଶବ ଜବତ କରି କେସ ନମ୍ବର ୧୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛି।