Categories
ଆଜିର ଖବର ଜାତୀୟ ଖବର

‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଦେଶବ୍ୟାପୀ ୫୨ କୋଟିରୁ ଅଧିକ ବୃକ୍ଷରୋପଣ

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏକ୍ସ ରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ଦେଶ ବୃକ୍ଷରୋପଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏହି ଅଭିଯାନ ଅଧୀନରେ ସମଗ୍ର ଭାରତରେ ୫୨ କୋଟିରୁ ଅଧିକ ଚାରା ରୋପଣ କରାଯାଇଛି।

​ବିଶ୍ୱ ପରିବେଶ ଦିବସ ୦୫.୦୬.୨୦୨୪ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ ପେଡ୍ ମା କେ ନାମ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ମାଧ୍ୟମରେ ଏକ ଉନ୍ନତ ପୃଥିବୀ ଏବଂ ସ୍ଥାୟୀ ବିକାଶରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବୃକ୍ଷରୋପଣ ଉପରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି: ଚଳିତ ବର୍ଷ ଲାଗିବ ୫ କୋଟି ଗଛ

ଭୁବନେଶ୍ଵର: ଏଥର ପରିବେଶକୁ ନେଇ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୫ କୋଟି ଗଛ ଲାଗିବ ବୋଲି ନିଷ୍ପତ୍ତି ହୋଇଛି। ବୃକ୍ଷରୋପଣକୁ ନେଇ ଜଙ୍ଗଲ ଓ ପରିବେଶ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।

ପରିବେଶ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ଏଥର ୧୮ ମାସିଆ ଚାରା ପରିବର୍ତ୍ତେ ବୃକ୍ଷରୋପଣ ପାଇଁ ୩୦ ମାସିଆ ଚାରା ଦିଆଯିବ। ତେବେ ସେଥିରେ ବ୍ୟବହୃତ ପଲିଥିନ ସବୁ ପରିବେଶ ଅନୁକୂଳ ପଲିଥିନ ରହିବ। ସେହିଭଳି ରାଜ୍ୟରେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ତାଳ ଗଛ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରାୟ ୧୯ ଲକ୍ଷ ତାଳ ଗଛ ଲଗାଇବା ପାଇଁ କୁହାଯାଇଛି। ଏହାପୂର୍ବରୁ ରାଜ୍ୟ ସରକାର ତାଳ ଗଛ କାଟିବା ଉପରେ ପ୍ରତିବନ୍ଧକ ଲଗାଇସାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ କରିବା ସହ ବିଶ୍ୱ ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ‘ମିଶନ ଲାଇଫ’ ଆହ୍ୱାନ କ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଇଆଇଏମ ସମ୍ବଲପୁର ସ୍ଥାନୀୟ ଅଞ୍ଚଳର ଅପାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ନୂଆ ନୂଆ ବିଷୟ ଆରମ୍ଭ କରିବାକୁ ଯାଉଛି। ସମ୍ବଲପୁର ଜିଲ୍ଲାର ବୁଣାକାର ମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଭିତ୍ତିକ ଅର୍ଥନୀତିକୁ ବଢାଇବା ପାଇଁ କୃଷକ ମାନଙ୍କ କାପାସିଟି ବିଲଡିଂ ବୃଦ୍ଧି କରିବା ଦିଗରେ ଶିକ୍ଷାନୁଷ୍ଠାନ ଯୋଜନା କରିଛି। ଏହାସହ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସପାଲଟି, କାଉନସିଲର, ଚେୟାରମ୍ୟାନ ଅର୍ଥାତ୍ ସ୍ଥାନୀୟ ପ୍ରଶାସନର କାପାସିଟି ବିଲଡିଂ ବଢାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ସେ କହିଛନ୍ତି, ସମ୍ବଲପୁର ଆମ ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳୀ। ମାଆ ସମଲେଇ ଏଠାରେ ବିରାଜମାନ। ଏହି ଅଞ୍ଚଳରେ ହୀରାକୁଦ ବନ୍ଧ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା ଇଞ୍ଜିନିୟରିଂ କଲେଜ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ଅଛି। ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳ ଏକ ବୌଦ୍ଧିକ କେନ୍ଦ୍ରରେ ପରିଣତ ହେବ। ଖୁବ ଶୀଘ୍ର ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଏଠାରେ ଇନକ୍ୟୁବେସନ ସେଣ୍ଟର ସ୍ଥାପନା ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି କାରଣରୁ ସମ୍ବଲପୁର ଭଳି ଅଞ୍ଚଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ଭଳି ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି। ଦୁଇଟି ବ୍ୟାଚରେ ୬୦୦ ପିଲା ପାଠ ପଢ଼ିବେ ଏବଂ ଏଥିପାଇଁ ୩୦ ଜଣ ପ୍ରାଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ମାନଙ୍କ ନିଯୁକ୍ତି ହୋଇ ସାରିଛି। ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ଏହି ଶିକ୍ଷାନୁଷ୍ଠାନକୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ।

ବୃକ୍ଷରୋପଣ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ  ପ୍ରଧାନମନ୍ତ୍ରୀ ବିଶ୍ୱ ପର୍ଯ୍ୟାବରଣକୁ ସୁରକ୍ଷା ଦେବା ପାଇଁ ମିଶନ ଲାଇଫର ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଇଆଇଏମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଓ ସ୍ଥାନୀୟ ନାଗରିକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଥିବା ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ସହ ପାଠ୍ୟକ୍ରମ ସହ ଜଡ଼ିତ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଆଇଏମଏସ କ୍ୟାମ୍ପସ ସମ୍ପର୍କରେ ସୁବିଧା ଅସୁବିଧା ପଚାରି ବୁଝିଥିଲେ। କ୍ୟାମ୍ପସ ବୁଲିବା ସହ ଡିଜିଟାଲ ଶ୍ରେଣୀ ଗୃହ ବୁଲି ଦେଖିଥିଲେ। ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜି-୨୦ ଜନଭାଗିଦାରୀ ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଜନସଚେତନତା ସୃଷ୍ଟି କରିବା ଲାଗି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏନସିଇଆରଟି ପକ୍ଷରୁରୁ ଜି୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ କାର୍ଯ୍ୟକ୍ରମର ନେତୃତ୍ୱ ନେବା ସହିତ କ୍ୟାମ୍ପସ ପରିସରରେ ବୃକ୍ଷରୋପଣ କରିଥିଲେ। ପ୍ରତିଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ଏଥିରେ ଭାଗ ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଅଭିଯାନକୁ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମରେ ଏକ ବୃକ୍ଷରୋପଣ କରିବା ସହିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏହି ସମ୍ପର୍କିତ ଲୋଗୋକୁ ଉନ୍ମୋଚନ କରି ଉଦ୍‌ଘାଟନ କରିଛନ୍ତି। ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ନାମରେ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପରିବେଶବିତ୍ ଡଃ ଭଗବାନ ପ୍ରକାଶ ଜୟୀରାଜ ଗୁରୁଙ୍କ ନାମରେ, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ନାମରେ, ବିଶିଷ୍ଟ ଶିକ୍ଷାବିତ୍ ତଥା ମହାବୀର ଗ୍ରୁପ୍ ଅଫ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ଗନ୍ଧର୍ବ ଚନ୍ଦ୍ର ନାୟକ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ନାମରେ, ପ୍ରେରଣାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କୃତିବାସ ପାଟ୍ଟଶାଣୀଙ୍କ ନାମରେ, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ଓ ସିଗ୍‌ମା ପବ୍ଲିକ ସ୍କୁଲ୍ ଗ୍ରୀନ୍ ଆର୍ମି ଶାଖାର ଛାତଛାତ୍ରୀମାନେ ମହାପୁରୁଷମାନଙ୍କ ନାମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୃକ୍ଷରୋପଣ କରିଥିଲେ।

ଏହା ପରେ ଏକ ଶୋଭାଯାତ୍ରା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ତଥା ବୃକ୍ଷରୋପଣ କରିବା ସମ୍ପର୍କରେ ନାରା ଦେଇ ପହଞ୍ôଚବା ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଅଭିଯାନର ଲୋଗୋକୁ ଉନ୍ମୋଚନ କରି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ, ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମ୍ପୃକ୍ତ ଥିବାରୁ ଏହାର ଜନସଂଖ୍ୟା, କଳକାରଖାନା, ମଟରଗାଡ଼ି ଆଦି ଦିନକୁ ଦିନ ବଢିବାରେ ଲାଗିଛି। ତେଣୁ ସେହି ଅନୁପାତରେ ବ୍ୟାପକ ବୃକ୍ଷରୋପଣ କରାନଗଲେ ଜିଲ୍ଲାର ସବୁଜିମା ତଥା ପରିବେଶ ସୁରକ୍ଷା ହୋଇପାରିବ ନାହିଁ। ଏଥିପାଇଁ ସେ ନିଜ ଛାତ୍ର ଜୀବନରୁ ନିଜ ଗାଁରେ ସବୁଜ କ୍ଲବ ଗଠନ କରି କିପରି ବୃକ୍ଷରୋପଣ ମହାପୁରୁଷ ମାନଙ୍କ ନାମରେ କରୁଥିଲେ ତାହାର ଉଦାହରଣ ଦେବା ସହିତ ଜିଲ୍ଲାର ସମସ୍ତ ସ୍କୁଲ୍‌, କଲେଜ, ମହିଳା ସମିତି, କ୍ଲବ, ସାମାଜିକ ଅନୁଷ୍ଠାନ ତଥା ସାଧାରଣ ଜନତା ଏହି ମହାନ୍ ଅଭିଯାନରେ ସାମିଲ୍ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଏଥିରେ ପ୍ରେରଣାର ଅଧ୍ୟକ୍ଷ ଡଃ ଶ୍ରୀଚନ୍ଦନ ବକ୍ତବ୍ୟ ପ୍ରଦାନ କରି କହିଲେ, ଖୋର୍ଦ୍ଧା ଜିଲ୍ଲାର ସମସ୍ତବର୍ଗର ଜନସାଧାରଣ ତଥା ବିଭିନ୍ନ ସାମାଜିକ ତଥା ସାଂସ୍କୃତି ଅନୁଷ୍ଠାନର ଏହି ଅଭିଯାନକୁ ସଫଳ କରିବା ପାଇଁ ସହଯୋଗ କରିବା ନିମନ୍ତେ ସେ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଃ ଭଗବାନ ପ୍ରକାଶ, ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାହି, ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର, ଶିକ୍ଷାବିତ୍ ଡଃ ଗନ୍ଧର୍ବ ନାୟକ, ନିୟୁ ଥିଙ୍କିଙ୍ଗ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଏହାକୁ ଏକ ଗଣଆନ୍ଦୋଳନରେ ପରିଣତ କରିବାକୁ ପ୍ରସ୍ତାବ ଦେଇଥିଲେ।

ଏହି ଅବସରରେ ଡଃ ଗନ୍ଧର୍ବ ନାୟକଙ୍କୁ ସବୁଜ ସଂଗ୍ରାମୀ ସମ୍ମାନ, ଡଃ ଶ୍ରୀନିବାସ ଘଟୁଆରୀଙ୍କୁ ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ, ସିଗ୍‌ମା ପବ୍ଲିକ ସ୍କୁଲ୍‌କୁ ଶ୍ରେଷ୍ଠ ଗ୍ରୀନ୍ ଆର୍ମି ସ୍କୁଲ୍‌, ଆସ୍‌ମା ସାମାଜିକ ଅନୁଷ୍ଠାନକୁ ସବୁଜ କ୍ଲବ ସମ୍ମାନ, ଇଦ୍‌ରିସ୍ ଖାନ ଓ ଦେବାଶିଷ ମହାନ୍ତିଙ୍କୁ ଗ୍ରୀନ ଆର୍ମି କମାଣ୍ଡାଣ୍ଟ ସମ୍ମାନ, ଖୋର୍ଦ୍ଧା ବିକାଶ ମଞ୍ଚର ନାରୀ ସମାଜସେବିକା ମାନଙ୍କୁ ଗ୍ରୀନ୍ କ୍ୟାପଟେନ ସମ୍ମାନ ତଥା ମହାବୀର ଗ୍ରୁପ୍ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଅଜୟ ସ୍ୱାଇଁଙ୍କୁ ବୃକ୍ଷପ୍ରେମୀ ଭାବେ ସମ୍ମାନିତ କରାଯାଇଥିଲା।

Categories
ଆଞ୍ଚଳିକ

ସବୁଜ ଭାରତ ତରଫରୁ ବୃକ୍ଷରୋପଣ

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ସବୁଜ ଭାରତ ତରଫରୁ ଭୁବନେଶ୍ୱରସ୍ଥିତ ୟୁ.ପି.ଏଚ୍‌.ସି. ହସ୍ପିଟାଲଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହରିଜନ ସେବକ ସଂଘ ରାଜ୍ୟ ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ଯୋଗଦେଇ ବିଭିନ୍ନ ଫୁଲଚାରା ରୋପଣ କରିବା ସହିତ ସବୁଜ ଭାରତର ଏଭଳି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ମନୁଷ୍ୟ ଓ ବୃକ୍ଷ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି। ବୃକ୍ଷ ବିନା ମଣିଷ ବଞ୍ôଚବା ଅସମ୍ଭବ। କିନ୍ତୁ ଆଜିର ସମାଜରେଭ ମନୁଷ୍ୟମାନେ ଗଛଟିଏ ଲଗାଇବା ବଦଳରେ ବୃକ୍ଷକୁ ଛେଦନ କରିବାରେ ଲାଗିଛନ୍ତି। ଫଳରେ ପରିବେଶ ପ୍ରଦୂଷଣ ହେବା ସହିତ ଜଳବାୟୁ ପରିବର୍ତ୍ତନରେ ମଧ୍ୟ ଘୋର ସଙ୍କଟ ଦେଖା ଦେଉଛି। ତେଣୁ ବୃକ୍ଷ ଛେଦନ କିରବା ପରିବର୍ତ୍ତେ ପ୍ରତ୍ୟେକ ମଣିଷ ଗୋଟିଏ ଗୋଟିଏ ବୃକ୍ଷ ଲଗାଇବା ଦରକାର। ସମ୍ମାନିତ ଅତିଥି ଭାବେ ୟୁ.ପି.ଏଚ୍‌.ସି. ମେଡ଼ିକାଲ ଇନ୍‌ଚାର୍ଜ ଡଃ ପୂର୍ଣ୍ଣଚନ୍ଦ୍ର ରଥ ଯୋଗଦେଇ କହିଲେ, ସବୁଜ ଭାରତ ଅନୁଷ୍ଠାନ ଓ ଏହାର କର୍ମକର୍ତ୍ତାମାନେ ହେଲେ ମୋ ବାମ ଓ ଡ଼ାହାର ହାତ। ସେମାନଙ୍କ ବିନା ମୁଁ ପାଦେ ଆଗକୁ ବଢିପାରିବି ନାହିଁ। ସୋମନେ ମୋତେ ଓ ମୋ ଅନୁଷ୍ଠାନକୁ ଯେତେ ସାହାଯ୍ୟ କରୁଛନ୍ତି, ତାକୁ ମୁଁ କେବେ ଭୁଲିପାରିବି ନାହିଁ।

ସବୁଜ ଭାରତର ଅଧ୍ୟକ୍ଷ ସତ୍ୟବ୍ରତ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସବିତାରାଣୀ ମିଶ୍ର, ଆସ ପଢାଇବାର ଆବାହକ ପ୍ରତ୍ୟୟ ପ୍ରଶାନ୍ତ ମହାନ୍ତି, ପ୍ରଫେସର ରମେଶ ଚନ୍ଦ୍ର ପାତାଳସିଂ, ମୁକ୍ତେଶ୍ୱର କଳାକାରର ଉପସଭାପତି ବୈକୁଣ୍ଠ ଭୋଇ, ସୁଶ୍ରୀ ସଙ୍ଗୀତା ଦାସ, ରଶ୍ମିତା ମୁଖୀ, ପୁଷ୍ପାଞ୍ଜଳି, ପ୍ରଶାନ୍ତ ଭୋଇ, ପ୍ରଫେସର ରୁପାଲି ସାହୁ, ନୀଳମଣି ମିଶ୍ର, ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଯୋଗଦେଇ ବିଭିନ୍ନ ଫୁଲଗଛ ରୋପଣ କରିଥିଲେ।

Categories
ଆଞ୍ଚଳିକ

ସବୁଜ ଭାରତ ତରଫରୁ ୟୁପିଏସ୍ ହସ୍ପିଟାଲ ପରିସରରେ ବୃକ୍ଷରୋପଣ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ‘ସବୁଜ ଭାରତ’ ପକ୍ଷରୁ ସହିଦ ନଗରସ୍ଥିତ ୟୁପିଏସ୍ ହସ୍ପିଟାଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷର ଉପସ୍ଥିତି ନିତାନ୍ତ ଜରୁରୀ। ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ କଲେ ଏହା ପରିବେଶ ପ୍ରଦୂଷଣକୁ ଦୂର କରିବା ସହିତ ଅମ୍ଲାଜନର ଆବଶ୍ୟକତାକୁ ପୂରଣ କରିବା ଦିଗରେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥି ଭାବେ ପୂର୍ବତନ କର୍ପୋରେଟର ଶାଶ୍ୱତୀ ମିଶ୍ର, ପ୍ରଫେସର ରୁପା ସାହୁ, ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ, ବିଶିଷ୍ଟ ସମାଜସେବୀ ବାବା ପଞ୍ଚଦେବ, ସମାଜସେବୀ ଲୁଲୁ ସାମନ୍ତ, ଏସ୍‌.ଆଇ ଏ.ବି. ମେଘାଲି, ଏସ୍‌.ଏଚ୍‌.ଜି ସାଇକୃପା, କବିତା ସୁବୁଦ୍ଧି, ଜ୍ୟୋତିର୍ମୟୀ ପଟ୍ଟନାୟକ, ରୁପାଲି ସାହୁ, ଜୟନ୍ତୀ ପଣ୍ଡା, ଲକ୍ଷ୍ମୀଧର ବେହେରା, ମନୋରଞ୍ଜନ ନାୟକ, ସାମ୍ବାଦିକ ଅଖିଳ ନାୟକ, ଜ୍ୟୋସ୍ନାରାଣୀ ଜେନା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ଗଛର ଉପକାରିତା ଉପରେ ଆଲୋକପାତ କରିଥିଲେ। ଏଥିରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ ସହ ବୃକ୍ଷରୋପଣ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳନ ହେବା ସହିତ ବୃକ୍ଷରୋପଣ କରାଯାଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରିୟରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଏସ୍.ଡି.ଜେମ୍ ଋତୁପର୍ଣ୍ଣା ମିଶ୍ର, ଜେ.ଏମ୍.ଏଫ୍.ସି ମହମ୍ମଦ ଶାହା ଫୟଜଲ୍ ଓ ଝିଲିଲିନା ନାୟକ ଏବଂ ଫରେଷ୍ଟ ରେଞ୍ଜ ଅଫିସର ବଳରାମ ସାହୁ, ଫରେଷ୍ଟର ସୁକାନ୍ତ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ପାରାଲିଗାଲ୍ ସ୍ୱେଚ୍ଛାସେବୀ ଅବନିକାନ୍ତ ମହାରଣାଙ୍କ ସମେତ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନନ୍ଦା ପାଢୀ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ବୃକ୍ଷରୋପଣ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତ ବ୍ୟକ୍ତି ସରକାରଙ୍କ କୋଭିଡ୍ ନିୟମ ପାଳନ କରି ସାମାଜିକ ଦୂରତା ଅବଲମ୍ବନ କରିଥିଲେ।

Categories
ଆଞ୍ଚଳିକ

ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଣ୍ଟନ

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ଦେଉଳିଆପଡା ସ୍ଥିତ ସିଦ୍ଧେସ୍ୱର ମନ୍ଦିର ପରିସରରେ ବେଗୁନିଆପଡା ବ୍ଲକ ଶାଖା ଋଷିକୁଲ୍ୟା ରୟତ ମହାସଭା ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ୫୦ ରୁ ଊର୍ଦ୍ଧ୍ଵ ବୃକ୍ଷରୋପଣ ସହ ୨୦୦ ଗୋଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ବେଗୁନିଆପଡା ବ୍ଲକର ୨୩ ଗୋଟି ପଞ୍ଚାୟତର କୃଷକ ମାନଙ୍କୁ ୫୦ ହଜାର ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏଥିରେ ରୟତ ମହାସଭା ବେଗୁନିଆପଡ଼ା ବ୍ଳକ ଶାଖାର ସମ୍ପାଦକ ଭାସ୍କର ନାୟକ, ସଭାପତି ଜୋହନ ସ୍ଵାଇଁ, ଆବାହକ ନବକୃଷ୍ଣ ସ୍ଵାଇଁ, ଖଲ୍ଲିକୋଟ ବନାଞ୍ଚଳ ବନରଖି କମଳ ପତିଆର ସମେତ ବୃକ୍ଷପ୍ରେମୀ ଶିବ ମହାରଣା, ପ୍ରଫୁଲ୍ଲ ଡାକୁଆ, ସୁଜିତ୍ ଦଣ୍ଡପାଟ, ନାରାୟଣ ମାଝୀ, ଗୋବିନ୍ଦ ମହାନ୍ତି, ଅଭି ମହାନ୍ତି, ନରି ମହାନ୍ତି, ଶିବାନନ୍ଦ ସାହୁ, ସୁରେଶ ପାତ୍ର, ମିଟୁ ମଲ, ଚିନ୍ମୟ ନାୟକ, ଦିନେଶ କୁମାର ମହାରଣା, ଡାଳୁଆ ମାଝୀ, ପ୍ରଭାତ ମାଝୀ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ବୃକ୍ଷରୋପଣରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଏକତା ସ୍ପୋଟିଙ୍ଗ୍ କ୍ଲବ ପକ୍ଷରୁ ବିଦ୍ୟାଳୟ ଓ ମନ୍ଦିର ପାର୍ଶ୍ଵରେ ବୃକ୍ଷରୋପଣ

ରମେଶ ମହାନ୍ତି

ଜଗତସିଂହପୁର: ବର୍ତ୍ତମାନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି, “ଗ୍ରୀନ ଭିଲେଜ କ୍ଳିନ ଭିଲେଜ” ବିଷୟବସ୍ତୁକୁ ଆଧାର କରି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ନାଉଗାଁ ବ୍ଲକର ତିରୁଣା ପଞ୍ଚାୟତରେ ଏକତା ସ୍ପୋଟିଙ୍ଗ କ୍ଲବ୍ ତିରୁଣା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ଦୁଇଟି ସରକାରୀ ବିଦ୍ୟାଳୟର ଖେଳ ପଡିଆ ଏବଂ ସ୍ୱେବେନେଶ୍ୱର ମନ୍ଦିର ପାର୍ଶ୍ୱରେ ଆକାଶିଆ, ରାଧା ଚୁଡା, ଅଁଳା, ପିଜୁଳି, ବାହାଡା ଏବଂ ଶିଶୁ ଆଦି ବୃକ୍ଷରୋପଣ କରାଯାଇଛି।

ନେହୁରୁ ଯୁବକେନ୍ଦ୍ର ଜଗତସିଂହପୁର ଜିଲ୍ଲା ସଂଯୋଜକ ନିଖିଳ କୋକୋଲା ସହ ସଂଯୋଜକ ପବିତ୍ର ମୋହନ ସୁବୁଧି, ବ୍ଲକ ସଂଯାଜକ ନୃସିଂହ ମହାରଣା, ତିରୁଣା ପଂଚାୟତର ସରପଞ୍ଚ ନିରୁପମା ଦାସ, ନାୟବ ସରପଞ୍ଚ ଦିଜବର ପରିଡା, ସମାଜସେବି ବିଚିତ୍ରାନନ୍ଦ ପଣ୍ଡା ଓ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଏକତା ସ୍ପୋଟିଙ୍ଗ କ୍ଲବ୍ ସଭାପତି ଜ୍ଞାନ ରଞ୍ଜନ ପରିଡା, ଉପଦେଷ୍ଟା ମୁକେଶ ପରିଡା, ସହସଭାପତି ଜ୍ଞାନ ରଞ୍ଜନ ନାୟକ, ସହ କୋଷାଧ୍ୟକ୍ଷ ନୃସିଂହ ପରିଡା, ପ୍ରିୟଦର୍ଶନ ରଥ ଏବଂ ସଭ୍ୟ ସମ୍ପଦ ସ୍ୱାଇଁ ପ୍ରମୁଖ ସୁଚାରୁରୂପେ ସମ୍ପାଦନ କରିଥିଲେ।