Categories
ଆଞ୍ଚଳିକ

ଚୌକିକୁ ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ କଳି, ସରକାରୀ କାର୍ଯ୍ୟରେ ବିଶୃଙ୍ଖଳା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦିଗପହଣ୍ଡି ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୌକି କଳି ଲାଗିଥିବା ଖବର ଦାଣ୍ଡରେ ପଡି ହାଟରେ ଗଡୁଛି।

ଖବରରୁ ପ୍ରକାଶ ଯେ, ଦିଗପହଣ୍ଡି ପୁର୍ତ୍ତ ବିଭାଗ ଉପଖଣ୍ଡ ଅଧିକାରୀ ନାରାୟଣ ବେହେରାଙ୍କ ଗତ ଜୁନ ୩ ତାରିଖରୁ ବଦଳି ହୋଇଛି ଓ ତାଙ୍କରି ସ୍ଥାନରେ କାର୍ତ୍ତିକେଶ୍ଵର ପ୍ରଧାନଙ୍କୁ ଯୋଗଦାନ ଅନୁମତି ମିଳିଛି। କିନ୍ତୁ ନାରାୟଣ ବେହେରା ଏକ ସ୍ଥଗିତ ଆଦେଶ ଆଣି ପଦବୀ ରୁ ଅନ୍ତର ହୋଇନାହାନ୍ତି। ଯାହାର ଅବଧି ମାତ୍ର ୨୮ ଦିନ ଥିଲା। ଏହା ସତ୍ତ୍ୱେ ସେ ଅସୁସ୍ଥତା ଦେଖାଇ ଛୁଟି ଦରଖାସ୍ତ ଦେଇ ଅଫିସକୁ ଆସୁନାହାନ୍ତି। ଯାହା ଫଳରେ କାର୍ତ୍ତିକେଶ୍ଵର ପ୍ରଧାନ ଏଠି ଖାଲିରେ ପଡି ରହିଛନ୍ତି। ଯାହାକୁ ନେଇ ସରକାରୀ କାର୍ଯ୍ୟକ୍ରମରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି ହେଉଛି।

Categories
ବିଶେଷ ଖବର

୫-ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର

ଭୁବନେଶ୍ଵର: ୫-ଟି ଉପକ୍ରମରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର।
ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି। ଦୁଇଟି ପର୍ଯ୍ୟାୟରେ ଏହି କାମ କରାଯିବ ଏବଂ ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ କେବଳ ଗଞ୍ଜାମ ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି। ମା’ଙ୍କ ପୂଜା ନିମନ୍ତେ ପ୍ରତିଦିନ ଓଡିଶା ଓ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି। ତେଣୁ ଭକ୍ତ ମାନଙ୍କ ସୁବିଧା ତଥା ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ମୁଖ୍ୟ ମନ୍ଦିରର  ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ। ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ,  ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ Chit ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ।
ସେହିପରି ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ହସ୍ତ ପଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା,  ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ। ଏହାସହିତ ବିଭିନ୍ନ  କାର୍ଯ୍ୟ ରେ ବ୍ୟବହାର ପାଇଁ ହଲ, ପୂଜକ ମାନଙ୍କ ପାଇଁ ଗୃହ, ମନ୍ଦିର ରୋଷଘର, ଭୋଗମଣ୍ଡପ   ମଧ୍ୟ ନିର୍ମାଣ କରାଯିବ। ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକ ସଜ୍ଜା ମଧ୍ୟ କରାଯିବ।
ମନ୍ଦିରକୁ ଯାଇଥିବା ରାସ୍ତାର ଉନ୍ନତୀକରଣ, ପାର୍କିଂ ବ୍ୟବସ୍ଥା, ଶୌଚାଳୟ, landscaping ସହିତ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ୍  ନିକଟରେ ବୁଢୀ ଠାକୁରାଣୀଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶ ସମ୍ପର୍କରେ  ପୂଜକ, ସ୍ଥାନୀୟ ଜନତା, ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ।
Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପିତାତଳି ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ୩ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ଆହତ କାମେଶ୍ଵର ବର୍ତ୍ତମାନ ବିଶାଖାପାଟଣର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ପକ୍ଷରେ ବ୍ରହ୍ମପୁର ଏସ୍ ପି ଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ୩ ଜଣ ଅଭିଯୁକ୍ତ ଯଥା କେ କୃଷ୍ଣ ମୁର୍ତ୍ତି, କେ ପାଲେୟା ଓ ଏସ୍ କାହ୍ନେୟାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗାଁ ରେ ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥି ସହିତ ଗାଁ ଛକରେ କିଛି ଉଠା ଦୋକାନୀମାନେ ଖୋଲାଖୋଲି ମଦ ବ୍ୟବସାୟ କରୁଥିବା ଖବର ପୋଲିସ ପ୍ରଶାସନର ହସ୍ତଗତ ପରେ ୪ ଟି କ୍ୟବିନ୍ କୁ ତହସିଲଦାର ତଥା ମାଜିଷ୍ଟ୍ରେଟ ବିଶ୍ବରଂଜନ କହଁରଙ୍କ ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି।

Categories
ବିଶେଷ ଖବର

କଟକ, ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ମଂଜୁରୀ ଲାଭ କରିଥିବା ଅଗ୍ନିଶମ ବିଭାଗର ଏହି ନୂତନ ପଦବୀଗୁଡିକ ହେଲା – ତିନି ଗୋଟି Station Officer, ଚାରିଗୋଟି Leading Fireman, ତିନି ଗୋଟି ହାବିଲଦାର, ତିନି ଗୋଟି Fireman Driver ଏବଂ ୩୦ଟି Fireman ପଦବୀ। ଏହି ନୂତନ ପଦବୀ ସୃଷ୍ଟି ଦ୍ୱାରା ଉପରୋକ୍ତ ତିନୋଟି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ନିରାପତ୍ତା ଅଧିକ ସୁଦୃଢ ହୋଇପାରିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜନୈତିକ ହିଂସାକାଣ୍ଡ ଯୋଗୁଁ ଅଶାନ୍ତ ପିତାତଳି ଗ୍ରାମ, ଘଟଣାସ୍ଥଳରେ ବ୍ରହ୍ମପୁର ଏସ୍ ପି

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଳନ୍ଥରା ଥାନା ପିତାତଳି ଗ୍ରାମରେ ପୁଣି ରାଜନୈତିକ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଯ’ଦ୍ଵାରା ସ୍ପଷ୍ଟ ଦିବାଲୋକରେ ସରପଞ୍ଚଙ୍କ ଜ୍ୱାଇଁ ଏସ୍ କାମେଶ୍ଵରକୁ ସଙ୍ଘବଦ୍ଧ ଆକ୍ରମଣ ହୋଇଛି। ଆହତ କାମେଶ୍ଵର ନିଜ ଘରକୁ ଫେରୁଥିବା ବେଳେ ଆଦର୍ଶ ବିଦ୍ୟାଳୟ ନିକଟରେ ଛକି ରହିଥିବା କିଛି ଯୁବକ ସଶସ୍ତ୍ର ଆକ୍ରମଣ କରିଥିଲେ। ଯାହା ଫଳରେ ତାଙ୍କର ଗୋଡ, ହାତ ଓ ମୁଣ୍ଡରେ ଗଭୀର ଆଘାତ ହୋଇଛି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିଟି ଡ଼ାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅତ୍ୟଧିକ ଚିକିତ୍ସା ପାଇଁ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ପକ୍ଷରେ କାମେଶ୍ଵରଙ୍କ ଏତଲା କ୍ରମେ ପୋଲିସ ୨୦ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ବ୍ରହ୍ମପୁର ଏସ୍ ପି ଡଃ ବିବେକ ଶ୍ରବଣ କୁମାର, ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର, ତାଲିମ ପ୍ରାପ୍ତ ଆଇ ପି ଏସ୍ ଅଧିକାରୀ ଅଙ୍କିତ ବର୍ମା ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କୁ ଆୟତ୍ତ କରିବା ସହ ଅଭିଯୁକ୍ତ ଙ୍କ ଅନୁସନ୍ଧାନ ଚଳାଇଛନ୍ତି।

ପ୍ରକାଶ ଥାଉକି ଚିକିଟି ନିର୍ବାଚନ ମଣ୍ଡଳୀର ଏହି ଅଞ୍ଚଳରେ ପ୍ରାୟ ରାଜନୈତିକ ବିବାଦ ଉପୁଜି ହିଂସାକାଣ୍ଡ ସୃଷ୍ଟି ହେଉଛି। ଯ’ଦ୍ଵାରା ସାଧାରଣ ଲୋକ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏହି ଗ୍ରାମରେ ତୁରନ୍ତ ଏକ ପୋଲିସ ଫାଣ୍ଡିର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରୁ ପ୍ରକାଶ। କାରଣ ପୁର୍ବରୁ ଏହି ଭଳି ଅନେକ ଘଟଣା ଘଟିଛି ଓ ଏଥିରେ ବହୁ ବ୍ୟକ୍ତି ବିଶେଷ ଙ୍କର ଧନ ଜୀବନ ବିପନ୍ନ ହେଉଛି।

Categories
ଆଞ୍ଚଳିକ

ବାପାକୁ ଆକ୍ରମଣ କରି ପୌଷ୍ୟପୁତ୍ର ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଗୌତମୀ ଗ୍ରାମର ପି ମନିକେଶ୍ଵର ରେଡି ନାମକ ଜଣେ ଯୁବକକୁ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୁଚନାରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ୟୁ ଆପାରାଓ ନାମରେ ଜଣେ ବ୍ୟକ୍ତିଙ୍କ କୌଣସି ସନ୍ତାନ ନଥିବାରୁ ସେ ମନିକେଶ୍ଵରକୁ ପୌଷ୍ୟ ସନ୍ତାନ ରୁପେ ପାଳିଥିଲେ। କିନ୍ତୁ ମନିକେଶ୍ଵର ବିଭିନ୍ନ ସମୟରେ ବାପାକୁ ଗାଳିଗୁଲଜ ଓ ମାଡ଼ ମାରି ଅର୍ଥ ମାଗି ମଦ ପିଇ ଅଶାନ୍ତ କରୁଥିଲା। ଏଥିପାଇଁ ସେ ପୁର୍ବରୁ ସେ ଜେଲ୍ ଯାଇ ଜାମିନରେ ଆସି ପୁଣି ଆପାରାଓ ଙ୍କ ଜମି ଚାଷ କରୁଥିବା ରୟିତ ବାବୁ ସ୍ୱାଇଁକୁ ଗାଳିଗୁଲଜ କରି ନିଜ ବାପାର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା। ଯ’ଦ୍ଵାରା ଆପାରାଓ ସଦର ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ନଂ ୩୩୮/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ: ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନନ୍ତେଇ ଗ୍ରାମର ସୁଶାନ୍ତ ରେଡ଼ି ନିଜ ଦୋକାନ ବନ୍ଦ କରି ଘରକୁ ଗଲା ବେଳେ ହଠାତ୍ ତିନି ଜଣ ଯୁବକ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଯାହା ଫଳରେ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଶାନ୍ତଙ୍କ ସ୍ତ୍ରୀ ବନିତା ରେଡି ଦିଗପହଣ୍ଡି ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ମାନଙ୍କର ଅନୁସନ୍ଧାନ ଚଳାଇଥିଲା। ଗତକାଲି ସୁନୀଲ ନାୟକ ଓ ନାରାୟଣ ସେଠୀ ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ହେଲେ ମୁଖ୍ୟ ଅଭିଯୁକ୍ତ ମଙ୍ଗଳା ସେଠୀ ଘଟଣା ପରଠାରୁ ଫେରାର ଅଛି।

ଘଟଣାରୁ ପ୍ରକାଶ ଯେ ଆହତ ସୁଶାନ୍ତ ସହ ମଙ୍ଗଳା ସହ ପୁର୍ବରୁ ଶତ୍ରୁତା ଥିଲା। ଯ’ଦ୍ଵାରା ମଙ୍ଗଳା ଅନ୍ୟ ଦୁଇ ସାଙ୍ଗକୁ ନେଇ ବାଟରେ ଛକି ଆକ୍ରମଣ କରିଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୈଦ୍ୟନାଥ ପୁର ଥାନା ରାମନଗର ୩ ୟ ଗଳିରେ ରହୁଥିବା ସୁନୀତା ପଣ୍ଡା ନାମ୍ନୀ ଜନୈକ ମହିଳାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ସ୍ବାମୀଙ୍କ ନାମ ସୁଶାନ୍ତ ପଣ୍ଡା ଓ ଉଭୟେ ଉକ୍ତ ଘରେ ରହୁଥିଲେ। ତାଙ୍କର ଦୁଇଟି ପୁତ୍ର ସନ୍ତାନ ଅଛନ୍ତି।

ମହିଳାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ସାହିପଡିଶା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ମାରପିଟ୍ ଘଟଣାରେ ୭ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ବୁଧବାର ରାତିରେ ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭର ମଧ୍ୟରେ ମାରପିଟ୍ ଘଟଣାରେ ପୋଲିସ ଉଭୟ ପକ୍ଷଙ୍କ ୭ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗୁରୁତର ଆହତ ଜ୍ୟୋତି କୃଷ୍ଣ ବେହେରାଙ୍କ ଅଭିଯୋଗ ପ୍ରକାରେ ସମେଶ ପାତ୍ର, ସୁବ୍ରତ ନାୟକ, ମନୋଜ ମହାନ୍ତି, ବିଟୁନା ନାୟକ ଓ ଜୟସେନ ନାୟକଙ୍କୁ ଗିରଫ କରାଯାଇଛି।

ଅପରପକ୍ଷରେ ଗୋବିନ୍ଦ ପୁଣ୍ଡିଙ୍କ ଅଭିଯୋଗ ଅନୁଯାୟୀ ଜ୍ୟୋତି କୃଷ୍ଣ ବେହେରା ଓ ରାକେଶ କୁମାର ଭୂୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବର୍ତ୍ତମାନ ତଦନ୍ତ ଚାଲିଛି ଓ ତଦନ୍ତ ବେଳେ ଅନ୍ୟ ଯେଉଁମାନଙ୍କର ସମ୍ପ୍ରକ୍ତିର ପ୍ରମାଣ ମିଳିବ ସେହିମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଥାନାଧିକାରୀଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଅଟୋ ଭିତରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ବଡଡାକ୍ତରଖାନା ପରିସରରେ ଏକ ଅଟୋ ଭିତରୁ ଜନୈକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଜଣାପଡିଛି। ଡାକ୍ତରଖାନା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଶବ ସୁରକ୍ଷା ଗୃହରେ ଶବକୁ ରଖି ତଦନ୍ତ ଆରମ୍ଭ କରିଛନ୍ତି।

ସୁଚନା ଥାଉକି ଲୋଚାପଡା ଅଞ୍ଚଳର ଜନୈକ ଅଟୋ ଚାଳକ ତାଙ୍କର ଅଟୋକୁ ଉକ୍ତ ସ୍ଥାନରେ ରଖି ବାହାରକୁ ବୁଲିବାକୁ ଯାଇ ଆସି ଦେଖିଲା ବେଳକୁ ଏହି ଭଳି ଘଟଣା ଘଟିଛି ଓ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପଦକ୍ଷେପ ଗ୍ରହଣ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆଇନଜୀବୀଙ୍କୁ ଆକ୍ରମଣ ଓ ଦାଦାବଟି ଅଭିଯୋଗରେ ସଦର ଥାନାରେ ମାମଲା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ବାଳକୃଷ୍ଣ ଚୌଧୁରୀ ନାମକ ଜଣେ ଆଇନଜୀବିଙ୍କୁ ହତ୍ୟା ଧମକ ଓ ଦାଦାବଟି ଅଭିଯୋଗରେ ସଦର ଥାନାରେ ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗ ପାଇ ପୋଲିସ ଏତଲା ନଂ ୩୧୬/୨୦୨୩ ଅନୁସାରେ ମକଦ୍ଦମା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା ଉକ୍ତ ଆଇନଜୀବୀଙ୍କ ଘର ପାଖରେ ଅଳିଆ ଆବର୍ଜ୍ଜନା ପକାଇଥିଲେ। ଏହି କାର୍ଯ୍ୟକୁ ଆଇନଜୀବୀ ଜଣଙ୍କ ଆପତ୍ତି କରିବାରୁ ମହିଳାଙ୍କ ସ୍ବାମୀ ଏକ ଧାରୁଆ ଖଣ୍ଡା ଧରି ଆଇନଜୀବୀଙ୍କ ଚେମ୍ବର୍ ଭିତରକୁ ଯାଇ ହତ୍ୟାର ଧମକ ଦେବା ସହ ଆଜିଠାରୁ ପ୍ରତ୍ୟେକ ମାସରେ ବଟି ଦାବି କରିଥିଲେ। ନଚେତ ଏହି ଖଣ୍ଡାରେ ତୋତେ ହତ୍ୟା କରିବି ବୋଲି ଧମକ ଦେଇଥିଲେ। ବାଧ୍ୟ ହୋଇ ଆଇନଜୀବୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ନାବାଳିକାକୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ଜେଲ୍ ଦଣ୍ଡ ଓ ଜରିମାନା

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦୨୦ ଜୁନ ମାସ ୩ ତାରିଖରେ ଜନୈକା ନାବାଳିକା ନିଜ ସମ୍ପର୍କୀୟଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗରକୁ ଯାଉଥିବା ବେଳେ ସୁବାସ ମହାନ୍ତି ନାମକ ଜଣେ ବ୍ୟକ୍ତି ବାଟରେ ଉକ୍ତ ନାବାଳିକାକୁ ମୋଟରସାଇକେଲରେ ଉଠାଇ ନେଇ ନିକଟସ୍ଥ ଏକ ମନ୍ଦିର ନିକଟ ନିଚ୍ଛାଟିଆ ଜାଗାରେ ଦୁଷ୍କର୍ମ କରିଥିଲା। ସେଠାରୁ ଫେରି ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

ବଡ଼ବଜାର ଥାନା ପୋଲିସ ଏତଲା ନଂ ୧୨୧/୨୦୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ତତ୍କାଳୀନ ଜନୈକା ମହିଳା ଉପନିରୀକ୍ଷକଙ୍କ ଦ୍ଵାରା ତଦନ୍ତ ଚଳାଇ ଠିକ ପରଦିନ ଅଭିଯୁକ୍ତ ସୁବାସକୁ ଗିରଫ କରି ପୋସ୍କ ଅଦାଲତକୁ ଚାଲାଣ କରିଥିଲେ। ମାନ୍ୟବର ଅଦାଲତ ୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ସୁବାସକୁ ୩ ବର୍ଷ କାରାଦଣ୍ଡ ସହ ନଗଦ ୫ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କାହାକୁ କଣ ଦିଆଗଲା ଦାୟିତ୍ବ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏହା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନୂଆ ଘୋଷଣା କରାଯାଇଛି। ସେହି ଅନୁସାରେ ଦଳ କେବଳ ବ୍ରହ୍ମପୁର ମହାନଗର ନିଗମର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛି। ନୂଆ ନିଯୁକ୍ତି ଅନୁସାରେ ବ୍ରହ୍ମପୁର ମହାନଗର ନିଗମର ସଭାପତି ଭାବେ ବିଜୟ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ

ଏଥିରେ 14 ଜଣ ଉପସଭାପତିଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଜଗନ୍ନାଥ ମିଶ୍ରଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ 16 ଜଣ ସାଧାରଣ ସଂପାଦକ ଏବଂ 32 ଜଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ନୂଆ ଘୋଷଣା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡ଼ାକ୍ତରୀ ଛାତ୍ରୀଙ୍କର ମୃତଦେହ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏସ୍ ଆର୍ ଛାତ୍ରୀ ନିବାସରୁ ଡଃ ଶୁଭାନୀ ପଟ୍ଟନାୟକ ନାମ୍ନୀ ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଡଃ ଶୁଭାନୀ ସ୍ନାତକୋତ୍ତର ଡିଗ୍ରୀ ଛାତ୍ରୀ ଅଟନ୍ତି। ତାଙ୍କ ଘର ପୁରୁଷୋତ୍ତମ ପୁର ପାର୍ଥ ସାହି ବୋଲି ଜଣାପଡିଛି। ସେ ମାତ୍ରାଧିକ ନିଦ ବଟିକା ଖାଇଥିବା ରୁମ୍ ମେଟ୍ ଙ୍କ ଠାରୁ ପ୍ରକାଶ। ସେ ଅଚେତ ହେବାର ଦେଖି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ଓ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ସନ୍ଦେହ ଜନକ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଖବରପାଇ ଡାକ୍ତରଖାନା ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାକୁ ଅନ୍ତଃସତ୍ତ୍ଵା ଅଭିଯୋଗରେ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ନିକଟସ୍ଥ ଏକ ଗ୍ରାମର ଜନୈକା ନାବାଳିକା ଜଣେ ଯୁବକ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଦାଖଲ ପାଇଁ ସଦର ଥାନାକୁ ଆସିଥିଲା। ସେତେବେଳେ ତା’ର ସ୍ବାସ୍ଥ୍ୟ ଅବସ୍ଥା ବହୁତ ଖରାପ ଥିବାରୁ ସଦର ଥାନା ପୋଲିସ ନାବାଳିକାକୁ ଚିକିତ୍ସା ପାଇଁ ବଡଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ସମୟରେ ନାବାଳିକା ଜଣକ ଏକ ଶିଶୁ କନ୍ୟା ଜନ୍ମ କରିଥିଲେ।

ନାବାଳିକାର ଅଭିଯୋଗକୁ ଭିତ୍ତି କରି ପୋଲିସ ରାଜେନ୍ଦ୍ର କୁମାର ପଲେଇ ନାମକ ଜଣେ ଯୁବକକୁ ଗିରଫ କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ପକ୍ଷରେ ଗିରଫ ଯୁବକ ଓ ଜନ୍ମିତ ଶିଶୁର ଡି ଏନ୍ ଏ ପରୀକ୍ଷା କରାଯିବ ବୋଲି ସଦର ପୋଲିସଙ୍କ ନିକଟରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରି ମାମଲା: ୫ ଯୁବକ ଗିରଫ, ମାଲିକଙ୍କୁ ଅଳଙ୍କାର ଫେରସ୍ତ କଲା ଟାଉନ ଥାନା ପୋଲିସ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଟାଉନ ଥାନା ଅନ୍ତର୍ଗତ ତୁଳସୀ ନଗର ୮ ମ ଲାଇନର ସି ଏଚ୍ ଭାସ୍କର ରାଓ ଆଚାରୀଙ୍କ ଘରୁ ଗତ ୨୧ ତାରିଖରେ ଏକ ବଡ଼ ଧରଣର ନଗଦ ଟଙ୍କା, ସୁନା ଓ ରୂପା ଅଳଂକାର ଚୋରି ହୋଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୋଲିସ ଏକ ଟିମ୍ ଗଠନ କରି କିଛି ପୁରୁଣା ଚୋରି ରାକେଟକୁ ଧରି ପଚରାଉଚରା କରିବା ବେଳେ କିଛି ଅଭିଯୁକ୍ତଙ୍କଙ୍କ ନାମ ଏହି ଚୋରି ଘଟଣାରେ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ। ଏହି ଆଧାରରେ ପୋଲିସ ଅନୁସନ୍ଧାନ ଚଳାଇ ଏହି କାର୍ଯ୍ୟରେ ସଂପୃକ୍ତ ୫ ଜଣ ଅଭିଯୁକ୍ତ ଯଥା ମହମ୍ମଦ ବଶୀର, ଇରଫାନ୍ ବେଗ୍, ଏସ୍ କେ ଆଶୁ ଓ ଏସ୍ କେ ସମୀର ସମେତ ଚୋରି ଅଳଙ୍କାର କିଣି ମରାମତି ଦୋକାନର ମାଲିକ ଜାକିର ହୁସେନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ସୁଚନା ଅନୁଯାୟୀ ଅଭିଯୋଗକାରି ଭାସ୍କର ରାଓ ଗତ ୨୧ ତାରିଖରେ ସପରିବାର ଘରେ ତାଲା ପକାଇ ବିଶାଖାପାଟଣା ଚାଲିଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ମାନେ ଘର ତାଲା ଭାଙ୍ଗି ୬୦ ଗ୍ରାମ ସୁନା, ୧୦୦ ଗ୍ରାମ ରୁପା ଓ ନଗଦ ୧୭ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା।

ପ୍ରକାଶ ଥାଉକି ଗତ ୨୪ ତାରିଖରେ ଭାସ୍କର ରାଓ ଙ୍କ ଘରେ କାମ କରୁଥିବା ମହିଳା କର୍ମଚାରୀ ଜଣଙ୍କ ତାଙ୍କ ଘରକୁ ଆସି ଦେଖିଲେ ଯେ ଘରର ତାଲା ଭଙ୍ଗା ହୋଇଛି। ଏହି ବିଷୟରେ ଘର ମାଲିକଙ୍କୁ ମହିଳା ଜଣଙ୍କ ଫୋନ୍ କରି ଜଣାଇଥିଲେ। ଭାସ୍କର ନିଜ ଶଳା ସାଇରାମ୍ କୁ ଫୋନ୍ କରି ଜଣାଇଥିଲେ। ସାଇରାମ୍ ଆସି ଦେଖିଲେ ତାଲା ଭାଙ୍ଗି କବାଟ ଖୋଲା ଅଛି ଓ ସେ ଘର ଭିତରକୁ ଯାଇ ଦେଖିଲା ବେଳକୁ ଚୋରି ହୋଇଥିବା ଜାଣି ଭିଣୋଇ କୁ ଖବର ଦେଇଥିଲେ।

ଭାସ୍କର ତତକ୍ଷଣାତ୍ ବ୍ରହ୍ମପୁର ରେ ପହଞ୍ଚି ଚୋରି ଘଟଣାର ଅଭିଯୋଗ କରିଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହେବା ସହ ଚୋରି ହୋଇଥିବା ଅଳଙ୍କାର ଜବତ କରିଥିଲେ ଓ ଜବତ୍ ଅଳଙ୍କାର କୁ ଅଭିଯୋଗକାରୀ ଭାସ୍କର କୁ ଫେରସ୍ତ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ବାମୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିର ଶିବରାମ ସେଠୀ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଶିବାନୀକୁ ତଣ୍ଟିଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୁଚନା ଅନୁଯାୟୀ ଅଭିଯୁକ୍ତ ଶିବରାମ ଗତ କିଛି ବର୍ଷ ପୂର୍ବେ ଶିବାନୀକୁ ବୈଦିକ ରୀତିରେ ବାହା ହୋଇଥିଲା ଓ ବେଳେ ବେଳେ ମନୋମାଳିନ୍ୟ ଘଟୁଥିଲା। କିନ୍ତୁ ଗତ ବୁଧବାର ଦିନ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା। ଏହି ସମୟରେ ଶିବରାମ ସ୍ତ୍ରୀ ଶିବାନୀ କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା।

ଖବର ପାଇ ତାଙ୍କ ଶାଶୁ ସେଠାରେ ପହଞ୍ଚି ଶିବରାମ କୁ ଛଡ଼ାଇବା ବେଳେ ସେ ଶାଶୁମା କୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଥିଲା। ଯାହା ଫଳରେ ଶାଶୁମା ଝିଅ ଶିବାନୀକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ରେ ଭର୍ତ୍ତି କରି ମହିଳା ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ କୁ ଭିତ୍ତି କରି କେଶ୍ ନଂ ୯୦/୨୩ ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଶିବରାମ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଞ୍ଚଳିକ

କରୁଣା ଶାନ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ ଚିକିଟି ବ୍ଳକ ଅନ୍ତର୍ଗତ ଗୋବିନ୍ଦନଗର ଗ୍ରାମରେ ଅବସ୍ଥିତ କରୁଣା ଶାନ୍ତି ଆବାସିକ ଉଚ୍ଚ ମାଧ୍ୟମିକ ବିଞାନ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶତକଡା ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି।

‘ସଲିଡ୍’ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଏହି ଅନୁଷ୍ଠାନ ବିଶେଷ କରି ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ଶ୍ରେଣୀର ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାରେ ପ୍ରୟାସ ଜାରି ରଖିଛି ଓ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୧ ଥର ଏହି ଭଳି ସଫଳତା ହାସଲ କରିଥିବା ଅନୁଷ୍ଠାନ ଅଧ୍ୟକ୍ଷ ଙ୍କ ଠାରୁ ପ୍ରକାଶ। ଚଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଏହି ଅନୁଷ୍ଠାନର ମୋଟ ୯୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୭, ଦ୍ଵିତୀୟ ଶ୍ରେଣୀରେ ୩୬ ଓ ତ୍ରୁତୀୟ ଶ୍ରେଣୀରେ ୭ ଜଣ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନ ର ଗୌରବ ବଢାଇଛନ୍ତି। ଯାହା ଫଳରେ ଅନୁଷ୍ଠାନ ତରଫରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶିକ୍ଷା କ୍ଷେତ୍ରରେ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରକାରୀ ବସ୍ ରେ ଗୁଳିକାଣ୍ଡ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ମାତ୍ର ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବାଲିମେଳା ଠାରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍ ରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ନିକଟରେ ହଠାତ୍ ଗୁଳିକାଣ୍ଡ ଘଟାଇ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ବସ୍ ର କାଚ ଭାଙ୍ଗି ଯାଇଥିବା ଜଣାପଡିଛି। ଘଟଣା ପରେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ବସ୍ କୁ ବୈପାରିଗୁଡା ନେଇ ଅଭିଯୋଗ ଦାଖଲ କରିଥିଲେ ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରୁଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାସ୍ତା କଡ଼ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ସୁକୁଣ୍ଡା ରାସ୍ତାରୁ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ବାଉରୀ ସୁକୁଣ୍ଡା ଗ୍ରାମର ଗଙ୍ଗା ଦାସ ବୋଲି ଜଣାପଡିଛି। ଗଙ୍ଗାଙ୍କୁ କିଏ ହତ୍ୟା କରି ଏଠାରେ ଫୋପାଡି ଦେଇଥିବା ଜଣାପଡିଛି।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ: ଦୁଇ ଯୁବକ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଏପ୍ରିଲ ୨୮ ତାରିଖ ରେ ଦୁଇ ଭଉଣୀ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଦେଖିବାକୁ ଶ୍ରୀରାମ ନଗରର ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। କିନ୍ତୁ ଉକ୍ତ ଦୁଇ ଭଉଣୀ ଘରକୁ ନଫେରିବାରୁ ପରିବାର ଲୋକେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ କରି ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକରେ ଉକ୍ତ ଦୁଇ ଜଣ ଭୁବନେଶ୍ୱର ଯିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ ଓ ନାବାଳିକା ଦ୍ଵୟଙ୍କୁ ପୃଥକ୍ ଭାବେ ଜେରା କରିବା ପରେ ଦୁଇ ଜଣ ଯୁବକ ସେମାନଙ୍କୁ କାର୍ ଯୋଗେ ବ୍ରହ୍ମପୁରରୁ ଆଣି ଚମାଖଣ୍ଡି ଗାଁ ଭିତରେ ଥିବା ଏକ କୁକୁଡ଼ା ଫାର୍ମରେ ରଖି ଦୁଷ୍କର୍ମ କରିଥିଲେ ବୋଲି ଥାନା ଓ ଅଦାଲତରେ ବୟାନ ଦେଇଥିଲେ।

ପରବର୍ତ୍ତୀ ସମୟରେ ପୋଲିସ ଛାନଭିନ୍ କରି ଦୁଇ ଅପହୃତା ଶିତଳାପଲୀ ଗ୍ରାମର ମଣ୍ଟୁ ସେଠୀ ଓ ନିମଖଣ୍ଡି ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ପୁର ଗ୍ରାମର ତୋଫାନ ସେଠୀ ନାମକ ଦୁଇ ଯୁବକଙ୍କୁ ଆଣି ଜେରା କରିବା ପରେ ଉକ୍ତ ନାବାଳିକା ଓ ଏହି ଯୁବକକୁ ଡ଼ାକ୍ତରୀ ମାଇନା କରିବା ପରେ ଯୁବକ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଛନ୍ତିି।