Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ନୁଆଁଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଭିନ୍ନକ୍ଷମ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଖବର ହସ୍ତଗତ ହୋଇଛି।

ବ୍ରହ୍ମପୁର ପୋଲିସ ଥାନା ଅନ୍ତର୍ଗତ କ. ନୁଆଗାଁ ଚୌଧୁରୀ ଟିକରପଡା ଗ୍ରାମରେ ଘଟିଥିବା ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା ସାହୁ ହତ୍ୟା ଅଭିଯୋଗରେ ରୁବିତା ନାମକ ଜଣେ ମହିଳା ଓ ପଦ୍ମନ ସାହୁ ନାମକ ଜଣେ ଯୁବକ ସହ ଦୁଇ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ଅଭିଯୁକ୍ତ ଉକ୍ତ ମହିଳା ରୁବିତା ଭୁବନେଶ୍ୱରରେ ରହୁଛନ୍ତି ଓ ବେଳେ ବେଳେ ଗ୍ରାମକୁ ଆସନ୍ତି। ଏହା ମଧ୍ୟରେ ଅଭିଯୁକ୍ତ ଯୁବକ ପଦ୍ମନ ସାହୁ ସହ ଉକ୍ତ ମହିଳାଙ୍କ ଅନୈତିକ ସମ୍ପର୍କ ରହିଥିବା ମୃତ ବିଷ୍ଣୁପ୍ରିୟା ଦେଖିଥିଲା ଓ ସେ କାଳେ ଉକ୍ତ ଖବର ଗ୍ରାମରେ ପ୍ରଘଟ କରିଦେବ ଭାବି ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଅଭିଯୁକ୍ତ ଦ୍ବୟ ଯୋଜନା କରିଥିଲେ ଓ ଗତ ୮ ତାରିଖ ଦିନ ରୁବିତା ବିଷ୍ଣୁପ୍ରିୟାକୁ ଘରକୁ ଡ଼ାକି ନେଇ ତକିଆରେ ବିଷ୍ଣୁପ୍ରିୟାର ତଣ୍ଟି ଚିପି ଶ୍ଵାସରୁଦ୍ଧ କରି ହତ୍ୟା କରିବା ପରେ ତାକୁ ତା ପରଦିନ ପଡୋଶୀ ଘରର ପଛପଟ ବାରଣ୍ଡାରେ ପକାଇ ଦେଇଥିଲା ଓ ଭୁବନେଶ୍ବର ଚାଲିଯାଇଥିଲ।

ଗତ ୯ ତାରିଖ ଦିନ ବିଷ୍ଣୁପ୍ରିୟାର ଶବକୁ ଦେଖି ଗାଁ ଲୋକେ ଦେପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରି ଥିଲେ ଓ ପଡ଼ୋଶୀ ମହିଳା ରୁବିତା ଘରୁ ବିଷ୍ଣୁପ୍ରିୟାର ମୁଣ୍ଡ କ୍ଲିପ୍, ଚାଦର ଓ ଭଙ୍ଗା ଚୁଡ଼ି ଇତ୍ୟାଦି ପାଇବା ପରେ ଗଭୀର ତଦନ୍ତ ଚଳାଇ ଘଟଣାର ପର୍ଦ୍ଧାଫାଶ କରିଥିଲେ। ଏଥି ସହିତ ପୋଲିସ ତଦନ୍ତ ବେଳେ ଉକ୍ତ ମହିଳାଙ୍କ ଘରୁ ରକ୍ତଭିଜା ତକିଆ ଓ ଲୁଗା ପାଇଛନ୍ତି।

Categories
ଆଞ୍ଚଳିକ

ବ୍ରହ୍ମପୁରରେ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁରରେ ୩୪ ତମ ସଡ଼କ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଛି। ଇତ୍ୟବସରରେ ପୁରୁଣା ବସଷ୍ଟାଣ୍ଡ ଠାରେ ବ୍ରହ୍ମପୁର ସ୍କେଟିଂ ଏକାଡେମୀ ଓ ଏନ୍ ସି ସି ସି କ୍ୟାଡେଟ ମାନଙ୍କୁ ନେଇ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣା ବିବେକ ଏମ୍ ଏକ ସଚେତନତା ସଭା କରିବା ନିଜେ ପତାକା ଦେଖାଇ ଟ୍ରାଫିକ ସଚେତନତା ମୋଟରସାଇକେଲ ଶୋଭାଯାତ୍ରା ର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ୍ ଡି ପି ଓ ରାଜୀବ ଲୋଚନ ପଣ୍ଡା, ଡିଏସପି ଅକ୍ଷୟ କୁମାର ନାୟକ,ସନ୍ତୋଷିନୀ ଓରାମ, ଟାଉନ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ଓ ଟ୍ରାଫିକ ଥାନା ଅଧିକାରୀଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଜନିତ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟରେ ଯମରାଜ ଓ ଚିତ୍ରଗୁପ୍ତ ବେଶରେ ଦୁଇ କଳାକାର ଅମାନିଆ ଗାଡ଼ି ଚାଳକ ମାନଙ୍କୁ ଗଦା ପ୍ରହାର କରି ଟ୍ରାଫିକ ସଚେତନତା କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ରାଉରକେଲା ଓ ବ୍ରହ୍ମପୁର ସହରରେ ଟ୍ରୁ-୫ଜି ସେବା ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏହା ପୂର୍ବରୁ ଜାନୁଆରି ୫ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୁପାର ସହର କଟକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।
ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆଜିଠାରୁ ଉପଲବ୍ଧ ହୋଇଛି। ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍‌ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ ସହରରେ ଆଜିଠାରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି।

ରାଉରକେଲା ଓ ବ୍ରହ୍ମପୁର ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯିବା ସହିତ ଏବେ ଓଡ଼ିଶାର ଚାରିଟି ସହରରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି। ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଇସ୍ପାତ ସହର ରାଉରକେଲା ପାଇଁ ଜିଓ ଟ୍ରୁ-୫ଜି ପରିବର୍ତନର ବାର୍ତାବହ ସାବ୍ୟସ୍ତ ହେବ ଏବଂ ଉଭୟ ନାଗରିକ ଓ ପରିଦର୍ଶକମାନଙ୍କୁ ଏହା ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ। ରାଉରକେଲାରେ ଜିଓ ଟ୍ରୁ-୫ଜି ଡାଟା ଏଭଳି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌କୁ ଏହା ଭୁବନେଶ୍ୱରର ସହ ମିଳିତ ଭାବେ ଆୟୋଜନ କରୁଛି। ସେହିଭଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ବ୍ୟବହାର କରିପାରିବେ। ଏଠାରେ ଉଲ୍ଳେଖଯୋଗ୍ୟ ଯେ ରାଜ୍ୟର ଦୁଇ ତୃତୀୟାଂଶ ଡାଟା ବଜାର ଅଂଶ ଜିଓ ପାଖରେ ରହିଥିବା ବେଳେ ଓଡ଼ିଶାରେ ପ୍ରତିି ତିନି ଜଣ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି।

ଜାନୁଆରି ୧୪ ତାରିଖରୁ ରାଉରକେଲା ଓ ବ୍ରହ୍ମପୁର ସହରର ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ, ଯାହା ଦ୍ୱାରା ସେମାନେ ବିନା ଅତିିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ହାସଲ କରିପାରିବେ।

ସେବାର ଶୁଭାରମ୍ଭ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ପ୍ର୍ରଯୁକ୍ତି ହେଉଛି ଶ୍ରେଷ୍ଠ ଏକତା ସୃଷ୍ଟିକାରୀ। ମକର ସଂକ୍ରାନ୍ତି, ଲୋହରି, ପୋଙ୍ଗଲ ଓ ବିହୁ ଭଳି ପବିତ୍ର ଉତ୍ସବ ସମୟରେ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରିବା ଏବଂ ଓଡ଼ିଶା, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ପାଂଚଟି ରାଜ୍ୟରେ ଏହି ସେବାକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରଣ କରିଥିବାରୁ ଜିଓ ଗର୍ବିତ ମନେ କରୁଛି।

ସାରା ଦେଶରେ ଟ୍ରୁ-୫ଜିର ଶୁଭାରମ୍ଭର ଗତି ଆହୁରି ତ୍ୱରାନ୍ୱିତ କରାଯାଇଥିବା ବେଳେ ଆମେ ଏହା ଘୋଷଣା କରି ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଜିଓ ଟ୍ରୁ-୫ଜି ସେବାକୁ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଶୁଭାରମ୍ଭ କରାଯାଇଛି। ଆମେ ଚାହୁଛୁ ଯେ ୨୦୨୩ରେ ପ୍ରତି ଜିଓ ଗ୍ରାହକ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଯୁଗାନ୍ତକାରୀ ଲାଭକୁ ଉପଭୋଗ କରନ୍ତୁ।’’

ଆଜିଠାରୁ ଜିଓ ଟ୍ରୁ-୫ଜି ନେଟ୍‌ୱର୍କ ସହ ଯୋଡ଼ିହୋଇଥିବା ଏହି ନୂଆ ସହରଗୁଡ଼ିକ ହେଉଛି ଦେଶର ପ୍ରମୁଖ ପର୍ଯ୍ୟଟନ, ବାଣିଜ୍ୟ ଓ ଶିଳ୍ପ ସ୍ଥଳ। ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହ ଏହି ଅଂଚଳର ଗ୍ରାହକମାନେ ଶ୍ରେଷ୍ଠ ଟେଲିକମ୍ ଯୋଗାଯୋଗ ସେବା ପାଇବା ସହ ଇ-ଗଭର୍ଣ୍ଣାସ, ଶିକ୍ଷା, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ, ସ୍ୱାସ୍ଥ୍ୟ ସେବା, କୃଷି, ଆଇଟି ଓ ଏସ୍‌ଏମ୍‌ଇ ଆଦି କ୍ଷେତ୍ରରେ ବ୍ୟାପକ ସୁଯୋଗ ପାଇପାରିବେ।

ଜିଓ ଟ୍ରୁ-୫ଜିକୁ ବ୍ୟାପକ କରିବା ଏବଂ ସାରା ଦେଶର ଗ୍ରାହକମାନଙ୍କ ପାଖରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ପହଂଚାଇବା ସୁନିଶ୍ଚିତ କରିବା ଲାଗି ଆମ ଉଦ୍ୟମରେ ଆମେ ସବୁ ରାଜ୍ୟର ସରକାରଙ୍କ ସହ ମିଶି କାର୍ଯ୍ୟ ଜାରି ରଖିଛୁ।’’

Categories
ଅପରାଧ ଆଞ୍ଚଳିକ

ବ୍ରହ୍ମପୁର: ଆଙ୍କୁଲି ହାଇସ୍କୁଲ ଛକରେ ଗୋଷ୍ଠୀ ସଂଘର୍ଷ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଆଙ୍କୁଲି ହାଇସ୍କୁଲ ଛକରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଖବର ହସ୍ତଗତ ହୋଇଛି। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ହାଇସ୍କୁଲ ଛକରେ ନିକଟସ୍ଥ ପଣ୍ଡା କଲୋନୀର କିଛି ଯୁବକ ଓ ଆଙ୍କୁଲିର କିଛି ଯୁବକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଯେଉଁଥିରେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିବା ସହ ଘଟଣାସ୍ଥଳରୁ ଗୋଟିଏ ମଟରସାଇକେଲ ଓ କାତି ଜବତ୍ କରିଛି। ଏହି ମାମଲାରେ କିଛି ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ପିକଅପ୍ ଭ୍ୟାନ୍ ଧକ୍କାରେ ସାଇକେଲ ଚାଳକ ମୃତ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ହରଡ଼ାଖଣ୍ଡି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ହରଡ଼ାଖଣ୍ଡି ଛକରେ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଯୋଗୁଁ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ହରଡ଼ାଖଣ୍ଡି ଛକରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ସହ ଆଖ ପାଖରେ ଥିବା ଗୋଟିଏ ସ୍କୁଟି ଓ ବାଇକକୁ ଧକ୍କା ଦେଇଥିଲା। ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି।ଯାହାଫଳରେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ
ହରଡ଼ାଖଣ୍ଡି ଧର୍ମ ନଗର ସାହିର ବାବୁଲା ଗୌଡ଼ ବୋଲି ଜଣାପଡିଛି।

ଘଟଣାସ୍ଥଳରେ ବଡ ବଜାର ଥାନା ପୁଲିସ ଓ ଟ୍ରାଫିକ ପୁଲିସ ପହଞ୍ଚି ପିକଅପ୍ ଭ୍ୟାନ୍ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବ୍ରହ୍ମପୁର ସହରର ବଡ଼ବଜାରରେ ‘ଟ୍ରେଣ୍ଡ୍‌ସ’ର ନୂଆ ‌ଷ୍ଟୋର ଶୁଭାରମ୍ଭ 

ବ୍ରହ୍ମପୁର/ଭୁବନେଶ୍ବର: ଦେଶର ସର୍ବବୃହତ୍ ଏବଂ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲ୍‌ର ପୋଷାକ ଏବଂ ଆସେସୋରିଜ୍ ସ୍ପେସାଲିଟି ଚେନ୍ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁର ସହରର ବଡ଼ବଜାରଠାରେ ଏକ ନୂଆ ଅତ୍ୟାଧୁନିକ ଷ୍ଟୋର ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁରରେ ଟ୍ରେଣ୍ଡ୍‌ସର ଏହା ତୃତୀୟ ଷ୍ଟୋର।

ଟ୍ରେଣ୍ଡ୍‌ସ ହିଁ ବାସ୍ତବରେ ଭାରତରେ ଫେସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଂଚାଇବାରେ ସମର୍ଥ ହୋଇଛି। ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାଏର-୧, ଟାଏର-୨ ସହର ଏବଂ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଂଚି ଗ୍ରାହକଙ୍କ ସହିତ ସଂପର୍କ ମଜଭୁତ କରିଛି। ଏଥିସହିତ ଭାରତର ଲୋକପ୍ରିୟ ଫେସନ ସପିଂ କେନ୍ଦ୍ରରେ ପରିଣତ ହୋଇଛି।

ବ୍ରହ୍ମପୁରର ବଡ଼ବଜାର ସ୍ଥିତ ଟ୍ରେଣ୍ଡ୍‌ସ ଷ୍ଟୋରରେ ଅତ୍ୟାଧୁନିକ ରୂପ ସହିତ କିଣାକିଣି ବେଳେ ଗ୍ରାହକମ‌ାନେ ଯେଭଳି ଉତ୍ତମ ପରିବେଶର ଅନୁଭୂତି ପାଇବେ ତାହା ଉପରେ ଧ୍ୟାନ ଦିଆଯାଇଛି। ଏଠାରେ ଉକ୍ତ ଅଞ୍ଚଳର ଗ୍ରାହକଙ୍କ ମଧ୍ୟରେ ପ୍ରାସଙ୍ଗିକ ଥିବା ଆକର୍ଷଣୀୟ ରେଞ୍ଜ୍‌ର ଉତ୍ତମ ଗୁଣମାନ ଓ ଫେସନଯୁକ୍ତ ସାମଗ୍ରୀ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ବିଶେଷକରି ଗ୍ରାହକଙ୍କୁ ସେମାନଙ୍କ ଅର୍ଥର ସର୍ବାଧିକ ମୂଲ୍ୟ ପ୍ରଦାନ କରିବା ଏବଂ ପକେଟକୁ ସୁହାଇବା ଭଳି ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି। ବ୍ରହ୍ମପୁର ସହରର ଗ୍ରାହକମାନେ ଏଠାରେ ଟ୍ରେଣ୍ଡି ଓମେନ୍‌ସ ୱେର, ମେନ୍ସ ୱେର, କିଡ୍‌ସ ୱେର ଏବଂ ଫେସନ ଆସେସୋରିଜ୍‌ ଆକର୍ଷଣୀୟ ମୂଲ୍ୟରେ କ୍ରୟ କରିପାରିବେ।

ଏଥିସହିତ ନୂଆ ନୂଆ ଫେସନ ପୋଷାକ ଆଶ୍ଚର୍ଯ୍ୟ କରିବା ଭଳି ମୂଲ୍ୟରେ ଉପଲବ୍ଧ ହେଉଛି। ୭୮୦୦ ବର୍ଗ ଫୁଟ୍‌ ପରିମିତ ସ୍ଥାନରେ ଖୋଲିଥିବା ବ୍ରହ୍ମପୁରର ଏହି ତୃତୀୟ ଟ୍ରେଣ୍ଡ୍‌ସ ‌ଷ୍ଟୋରରେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଉଦ୍‌ଘାଟନୀ ଅଫର ରହିଛି। ଗ୍ରାହକମାନେ ୩୯୯୯ ଟଙ୍କାର କିଣାକିଣି ଉପରେ ୩୯୯୯ ଟଙ୍କା ମୂଲ୍ୟର ସାମଗ୍ରୀ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କ୍ରୟ ଉପରେ ଗ୍ରାହକମାନେ ୪୦୦୦ ଟଙ୍କାର କୁପନ ସଂପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଫେସନ୍‌ ସାମଗ୍ରୀ ସପିଂର ନୂଆ ଅଭିଜ୍ଞତା ପାଇବା ପାଇଁ ବ୍ରହ୍ମପୁରର ବଡ଼ ବଜାର ଟ୍ରେଣ୍ଡ୍‌ସ ଷ୍ଟୋରକୁ ଗ୍ରାହକମାନେ ଆସିବା ପାଇଁ ଆହ୍ବାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଡିସେମ୍ବର ୨ ରେ ମୁକ୍ତିଲାଭ କରିବ ‘ପ୍ରତୀକ୍ଷା”: ବ୍ରହ୍ମପୁରରେ ପ୍ରମୋସନ୍ ପାଇଁ ଟିମ୍

ଭୁବନେଶ୍ବର: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥୁପାଇଁ ରାଜ୍ୟର ଅନେକ ପ୍ରମୁଖ ଅଞ୍ଚଳରେ ‘ପ୍ରତୀକ୍ଷା’ ଟିମ ଦ୍ବାରା ଜୋରସୋରରେ ପ୍ରମୋସନ କାର୍ଯ୍ୟ ଚାଲିଛି। ରାଉରକେଲା,ବାଲେଶ୍ବର, ମୟୁରଭଞ୍ଜ, ଖୋର୍ଦ୍ଧା ଆଦି ଅଞ୍ଚଳରେ ପ୍ରଚାର ପ୍ରସାର କରିବା ପରେ ଆଜି ‘ପ୍ରତୀକ୍ଷା’ ଟିମ ରେଶମ ସହର ବ୍ରହ୍ମପୁର ଯାଇଥିଲେ।

ସାଇ କୁମାର ଓ ସଚିନ୍‌ ପଣ୍ଡାଙ୍କ ପରିଚାଳନାରେସର୍ବ ପ୍ରଥମେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରିସରରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ଅଭିନେତା ଦୀପନ୍ବିତ, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଲାଇନ୍ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡେଇ,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେବା ସହ ଚଳଚ୍ଚିତ୍ରଟି ଦେଖୁବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ କୁଳପତି ଦାୟିତ୍ୱରେ ଥିବା ପ୍ରଫେସର ପ୍ରତାପ ମହାନ୍ତି ଏବଂ ରେଜିଷ୍ଟାର ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କ ସହ ଛାତ୍ର-ଛାତ୍ରୀମାନଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ପ୍ରତୀକ୍ଷା’ ଟିମକୁ ଉତ୍ସାହିତ କରିବା ସହ ଚଳଚ୍ଚିତ୍ର ଦେଖୁବା ପାଇଁ ସହମତି ପ୍ରଦାନ କରିଥିଲେ । ପରେ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ମଧ୍ୟ ଚଳଚ୍ଚିତ୍ରଟିର ପ୍ରଚାର କରାଯାଇଥିଲା ।

ପରିଶେଷରେ ରାମଲିଙ୍ଗମ ଟ୍ୟାଙ୍କ ପାଖରେ ଆୟୋଜିତ ପ୍ରେସ ମିଟରେ ଯୋଗଦେଇ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ଉପସ୍ଥିତ ବରିଷ୍ଠ ନାଗରିକଙ୍କ ସମେତ ସମସ୍ତଙ୍କୁ ଚଳଚ୍ଚିତ୍ରଟି ଦେଖିବା ସହ ‘ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ’ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରାଯାଇଥୁଲା ।

ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ବପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଡଗୋମେରି ସିକ୍କିନଠାରେ ‘ପ୍ରତୀକ୍ଷା’ର ୱାର୍ଲ୍ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି ଏବଂ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଜୁରୀ ମେମ୍ବର ତଥା ଦର୍ଶକଙ୍କ ଦ୍ବାରା ବହୁଳ ଭାବରେ ଆଦୃତ ହୋଇ ରାଜ୍ୟ ପାଇଁ ଗୌରବ ହାସଲ କରିଛି ।

Categories
ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ, ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପହଞ୍ଚିଲା।

ପୂର୍ବରୁ ଛତ୍ରପୁର, ପୁରୁଷୋତ୍ତମପୁର, ବ୍ରହ୍ମପୁର, ଶେରଗଡ ଓ ହିଞ୍ଜିଳିକାଟୁରେ ଗୋଟିଏ ଲେଖାଏ ସରକାରୀ ଆଇଟିଆଇ କାର୍ଯ୍ୟ କରୁଛି। ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ଦ୍ବାରା ସେ ଅଞ୍ଚଳର ଜନସାଧାରଣ ବହୁ ଦିନର ଦାବୀ ପୂରଣ ହୋଇପାରିଛି।

Categories
ଆଜିର ଖବର ଜାତୀୟ ଖବର

ବ୍ରହ୍ମପୁର ଓ ନନ୍ଦେଡ ମଧ୍ୟରେ ଚାଲିବ ଏକ ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଏହାର ସମୟ

ଭୁବନେଶ୍ବର: ଟ୍ରେନ ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଅନ୍ୟ ନିୟମିତ ଟ୍ରେନରେ ଯାତ୍ରୀଙ୍କ ଅତିରିକ୍ତ ଭିଡକୁ ଏଡ଼ାଇବା ପାଇଁ ବ୍ରହ୍ମପୁର ଏବଂ ନନ୍ଦେଡ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି।

୦୭୪୩୧ ନନ୍ଦେଡ-ବ୍ରହ୍ମପୁର ସ୍ପେଶାଲ ଏକ୍ସପ୍ରେସ ମଇ ମାସ ୭ ରୁ ୨୮ ତାରିଖ ମଧ୍ୟରେ ନନ୍ଦେଡରୁ ପ୍ରତ୍ୟେକ ଶନିବାର ଦିନ ଅପରାହ୍ନ ୩ଘ.୨୫ମି.ରେ ଛାଡି ବ୍ରହ୍ମପୁର ଠାରେ ତା’ପରଦିନ ଅପରାହ୍ନ ୨ଘ.୩୦ମି.ରେ ପହଞ୍ଚିବ।

ଫେରିବା ମାର୍ଗରେ, ୦୭୪୩୨ ବ୍ରହ୍ମପୁର-ନନ୍ଦେଡ୍ ସ୍ପେଶାଲ୍ ଟ୍ରେନ ମଇ ମାସ ୮ ରୁ ୨୯ ତାରିଖ ମଧ୍ୟରେ ବ୍ରହ୍ମପୁରରୁ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ ୪ଘ.୩୦ମି.ରେ ଛାଡି ତା’ପରଦିନ ଅପରାହ୍ନ ୩ଘ.୪୫ମି.ରେ ନନ୍ଦେଡରେ ପହଞ୍ଚିବ।

ଏହି ଟ୍ରେନ୍ ରେ ଗୋଟିଏ ଏସି ପ୍ରଥମ ଶ୍ରେଣୀ, ଦୁଇଟି ଏସି-୨ ଟାୟାର୍, ଛଅଟି ଏସି -୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ ତଥା ଜେନେରେଟର କାର୍ ଏବଂ ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗଜନ କୋଚ ଉପଲବ୍ଧ ଥିବାବେଳେ ବ୍ରହ୍ମପୁର ଓ ନନ୍ଦେଡ୍ ମଧ୍ୟରେ ଏହା ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

Categories
ଆଜିର ଖବର ରାଜ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ: ୫ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ବ୍ରହ୍ମପୁର ରୁରାଲ ୱାର୍କ୍ସ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ଚଢାଉ ଜାରି ରଖିଛି। ଜଣେ ଡିଏସପିଙ୍କ ନେତୃତ୍ଵରେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଛାନଭିନ୍ କରାଯାଉଛି।

ଚଢାଉ ବେଳେ ଭିଜିଲାନ୍ସ ବିଭାଗକୁ ଜଗନ୍ନାଥ ଏବଂ ତାଙ୍କ ପୁଅ ଆସହଯୋଗ କରିଥିବା ସୂଚନା ରହିଛି। କିନ୍ତୁ ଘର କବାଟ ଭାଙ୍ଗି ଭିଜିଲାନ୍ସ ବିଭାଗ ଛାନଭିନ୍ କରିଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜଗନ୍ନାଥ ସେଠିଙ୍କ ଘରୁ ପ୍ରାୟ ୧୬ ଲକ୍ଷ ୭୦ ହଜାର ଟଙ୍କା ମିଳିଥିବା ସୂଚନା ରହିଛି।

Categories
ବିଶେଷ ଖବର

୩ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି, ଜାଣନ୍ତୁ ଭୁବନେଶ୍ଵରରୁ ଲଢିବେ କିଏ

ଭୁବନେଶ୍ଵର: ଆଜି ବିଜୁ ଜନତା ଦଳ ମହାନଗର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି। ୩ ମହାନଗର ଯଥା ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ଭୁବନେଶ୍ଵର ମହାନଗର ପାଇଁ ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ କରାଯାଇଥିବା ବେଳେ କଟକ ମହାନଗର ପାଇଁ ସାଂସଦ ସୁବାସ ସିଂହ ଏବଂ ବ୍ରହ୍ମପୁର ମହାନଗର ପାଇଁ ସଙ୍ଘମିତ୍ରା ଦଳାଇଙ୍କୁ ମେୟର ପ୍ରାର୍ଥୀ କରାଯାଇଛି।

ତେବେ ଏହା ପୂର୍ବରୁ ଭୁବନେଶ୍ଵର ମହାନଗର ପାଇଁ କଂଗ୍ରେସ ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ପକ୍ଷରୁ ଭୁବନେଶ୍ଵର ମହାନଗରର ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରାର୍ଥୀ ଘୋଷଣା କରାଯାଇନାହିଁ।

Categories
ଅପରାଧ ଆଜିର ଖବର

ବ୍ରହ୍ମପୁର: ୪୦ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଛତ୍ରପୁର ଷ୍ଟେସନ ନିକଟରୁ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜେ ଏହି ଚଢାଉରେ ସାମିଲ ଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ରାତି ୧୦ ଟା ସମୟରେ ଛତ୍ରପୁର ରେଳଷ୍ଟେସନରୁ ପୁରୀ -ତିରୁପତି ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ଏହାପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଛତ୍ରପୁର ଷ୍ଟେସନରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଜଣେ ଯୁବକ ପ୍ରାୟ ୪୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ କରୁଥିଲା। ଯୁବକ ଜଣଙ୍କ ଠାରୁ ଗଞ୍ଜେଇ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଯୁବକ ବ୍ରହ୍ମପୁର ସହରର ଶୁଭମ୍ ପଟ୍ଟନାୟକ ବୋଲି ସୂଚନା ରହିଛି। ଚଢାଉ ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ତାଙ୍କ ପିଏସଓ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଏବଂ ଡ୍ରାଇଭର ଓ ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ। ଜବତ ଗଞ୍ଜେଇ ସୁରଟକୁ ଚାଲାଣ ହେଉଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର: ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଆଜି ଅପରାହ୍ନରେ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପ-ଜିଲ୍ଲାପାଳ ଭି. କିର୍ତ୍ତୀ ୱାସନଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କରୋନାର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମଗୁଡିକୁ ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଉପ-ଜିଲ୍ଲାପାଳ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ କୋଭିଡ ନିୟମ ମାନି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା।

ଏହି ସମାରୋହ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ପାଳନ କରାଯିବ।  କେବଳ ପୋଲିସ ବାହିନୀ ପ୍ୟାରେଡ଼ରେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ଅନ୍ୟ କୌଣସି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡ଼ରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ। ଏହା ଛଡ଼ା କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବନାହିଁ। ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଅଂଶଗ୍ରହଣ କରିପାରିବେ ନାହିଁ। ମହାମାରୀ କୋଭିଡ ସମୟରେ ଜନସାଧାରଣଙ୍କୁ ଉତ୍ତୋମ ସେବା ଯୋଗାଇଥିବା କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ସଫେଇ କର୍ମଚାରୀଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ।

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ୪.୩୦ମି. ସମୟରେ ବ୍ରହ୍ମପୁର ସହରରେ ରାମଧୂନ ପରିବେଷଣ କରାଯିବ। ସକାଳ ୭.୦୦ ଘଣ୍ଟା ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାଙ୍କରେ ଜାତୀୟ ପତାକା ଉତ୍ତୋଳନ କରିବେ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ସକାଳ ୮.୩୦ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ଏବଂ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯିବ।

ସେହିପରି ବିଦ୍ୟାଳୟ ସ୍ତରରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଓ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ।  ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଇ-ନିମନ୍ତ୍ରଣ ଦ୍ୱାରା ଆମନ୍ତ୍ରିତ କରାଯିବ।  ଅତିଥି ମାନଙ୍କ ପ୍ରବେଶ ପଥରେ ସାନିଟାଇଜର ରଖାଯିବ ବୋଲି ଉପ-ଜିଲ୍ଲାପାଳ କହିଥିଲେ।

ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ଆର୍.ଆଇ. ଅଫ୍ ପୋଲିସ ଦିଲୀପ କୁମାର ବେହେରା, ସିଟି ହେଲଥ ଅଫିସର ଡ଼ା.ମାନସ ରଞ୍ଜନ ପଣ୍ଡା, ଡ଼ଃ.ଯତୀନ ବିଷଇ,ଏନ.ସି.ସି ଅଫିସର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ପ୍ରଦୀପ କୁମାର ପଟନାୟକ, ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ। ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଲୋକନାଥ ଶତପଥୀ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୩ ମହାନଗର ନିଗମର ମେୟର ପଦବୀ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସହିତ ରାଜ୍ୟରେ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେଥିପାଇଁ ରାଜ୍ୟରେ ମହାନଗର ନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଭୁବନେଶ୍ୱର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ କଟକ ମହାନଗର ନିଗମର ମେୟର ପଦବୀକୁ ଅଣସଂରକ୍ଷିତ ଓ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ତେବେ ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ସହ ଏହା ଉପରେ ଆପତ୍ତି-ଅଭିଯୋଗ ଥିଲେ ୧୫ଦିନ ମଧ୍ୟରେ ପୌର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

କାଠରେ ଶ୍ରୀମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ ବ୍ରହ୍ମପୁର ବାଳକ ଦିଲ୍ଲୀପ ମହାରଣା, ଯେ ଦେଖୁଛି ହେଉଛି ଆଶ୍ଚର୍ଯ୍ୟ

ବ୍ରହ୍ମପୁର, ବର୍ତ୍ତମାନ କରୋନା ପରିସ୍ଥିତିରେ କେହି ଶ୍ରୀମନ୍ଦିର ଯିବା ସମ୍ଭବ ହୋଇପାରୁ ନାହିଁ। ହେଲେ ଘରେ ବସି କିମ୍ବା ପାଖ ମନ୍ଦିରକୁ ଯାଇ ଭକ୍ତମାନେ ନିଜର ଅଭିଳାଷାକୁ ପରିପୂରଣ କରୁଛନ୍ତି। ତେବେ ଏସବୁଥିରୁ ଯେଉଁମାନେ ବଞ୍ଚିତ ସେମାନେ ଘରେ ବସି ଧ୍ୟାନ କରୁଛନ୍ତି। ଏସବୁ ଘଡିଷନ୍ଧି ମୂହୁର୍ତ୍ତରେ ଘରେ ବସି ଅନେକ ଲୋକ ନିଜନିଜ ମାଧ୍ୟମରେ ଭକ୍ତି ଅର୍ଘ ଦେଉଛନ୍ତି।

ସେମିତି ଜଣେ ବାଳକ ହେଉଛନ୍ତି ବ୍ରହ୍ମପୁର ସହରର ସାନ ରେଡ୍ଡିକା ସାହିର ଦିଲୀପ ମହାରଣା। ଯାହାର ବୟସ ୧୮ ବର୍ଷ। ପିତା ଭଗବାନ ମହାରଣା ଏବଂ ମାତା ଝୁନୁ ମହାରଣା ସେ ବର୍ତ୍ତମାନ ଖଲ୍ଲିକୋଟ କଲେଜରେ ଯୁକ୍ତତିନି ବାଣିଜ୍ୟର ପ୍ରଥମ ବର୍ଷର ଛାତ୍ର। ଦିଲୀପ ଚଳିତ ରଥଯାତ୍ରା ଅବସରରେ ପୁରୀ ଶ୍ରୀ ଜଗନ୍ନାଥଙ୍କ ଏକ କାଠରେ ତିଆରି ୪ ଇଞ୍ଚି ମୂଳ ପୀଠ ସହ ୫.୬ ଇଞ୍ଚର, ଏକ ଜଗନ୍ନାଥଙ୍କର ଶ୍ରୀମନ୍ଦିର ନିର୍ମାଣ କରିଛନ୍ତି।

ଏହି ମନ୍ଦିରଟିକୁ ଯେ କେହି ଦେଖିଛୁ ସେ ଆଶ୍ଚର୍ଯ୍ୟ ହେଉଛି। କାରଣ ଦୂରରୁ ଯେ କେହି ଦେଖିବ ଅବିକଳ  ଶ୍ରୀମନ୍ଦିରର ଭ୍ରମ ସୃଷ୍ଟି କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ମନ୍ଦିର ଭିତରେ ଛୋଟଛୋଟ ମନ୍ଦିର ମଧ୍ୟ ସେ କାଠରେ ନିର୍ମାଣ କରିଛନ୍ତି। ଶ୍ରୀ ମନ୍ଦିରର ଭିତରେ ମେଘନାଦ ପାଚେରୀ ମୁଖ୍ୟ ମନ୍ଦିର ଜଗମୋହନ ଭୋଗ ମଣ୍ଡପ ତା ସହ ନୀଳଚକ୍ର ଏବଂ ପତିତ ପାବନ ବାନା।

ମନ୍ଦିର ବେଢା ଭିତରେ ଭିତର ବେଢା ଛୋଟ ବଡ଼ ୧୦ ରୁ ଅଧିକ ମନ୍ଦିର ଚାରି ଦ୍ୱାର ସିଂହ ଅଶ୍ୱ ବ୍ୟାଘ୍ର ଏବଂ ହସ୍ତୀ ଦ୍ୱାର ତା ସହ ଅରୁଣ ସ୍ତମ୍ବ ଏବଂ ଏକ ଇଞ୍ଚର ପତିତ ପାବନ ବିଗ୍ରହ ବି ଖୋଦିତ ହେଇଚି। ଏହି ମନ୍ଦିର ତିଆରି କରିବା ପାଇଁ ଦିଲୀପକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ ସମୟ ଲାଗିଥିଲା।

ଆଗରୁ ସେ ଏକ ଇଞ୍ଚର ଦୁର୍ଗାଙ୍କର ମୂର୍ତ୍ତି ରାମ ମନ୍ଦିର କରି ଇଣ୍ଡିଆ ଏବଂ ଏସିଆ ବୁକ ଅଫ ରେକର୍ଡ୍ସରେ ନିଜକୁ ଗ୍ରାଣ୍ଡ ମାଷ୍ଟର ଭାବରେ ସ୍ଥାନୀୟ କରିଛନ୍ତି। ଆଜି ଶ୍ରୀମନ୍ଦିର ତିଆରି ପଛରେ ତାଙ୍କୁ ତାଙ୍କ ମାମୁଁ ବାସ୍ତୁବିତ ସାନ୍ୟାସୀ ମହାରଣା ପ୍ରେରଣା ଦେଇଥିବା ସହ ତାଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହରାଣ ସହଯୋଗ କରିଥିଲେ।

କରୋନା ମହାମାରୀ ଭିତରେ ଲୋକ ମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ସୁଯୋଗ ନ ପାଉଥିବା ବେଳେ। ତାଙ୍କ ହାତରେ ତିଆରି ଏହି କୀର୍ତିରାଜିକୁ ସେ ଆମ ରାଜ୍ୟ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବ୍ରହ୍ମପୁର: ଆଜି ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କରିଛନ୍ତି। ମୋଟ ୨ କୋଟି ଟଙ୍କାରେ ଏହି ପ୍ଳାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୨୦ ହଜାର ଲିଟର ଅମ୍ଳଜାନ ଉତ୍ପାଦନ ହେବ। ଏହାଦ୍ବାରା ଦକ୍ଷିଣ ଓଡିଶା ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଫଟୋ ଖବର

କୋଭିଡ କଟକଣା ଭିତରେ ଶେଷ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

କୋଭିଡ କଟକଣା ଭିତରେ ଶେଷ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

Categories
ଆଜିର ଖବର ରାଜ୍ୟ ଖବର

ଗଞ୍ଜାମ ପାଇଁ ନୂଆ ନିୟମ ଜାରି କଲେ ଜିଲ୍ଲାପାଳ: ଏହି ସବୁ ଦିନରେ ଲାଗିବ କଟକଣା

ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା ଜାରି କରାଯାଇଛି। ନୂଆ କଟକଣା ଅନୁଯାୟୀ, ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର ଓ ରବିବାର ଦିନ ବନ୍ଦ ରହିବ। ସେହିପରି ପ୍ରତି ସୋମବାର ଦିନ ରାମଲିଙ୍ଗମ ପାର୍କ ଓ ତାମ୍ପରା ହ୍ରଦ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତି ବୁଧବାର ବନ୍ଦ ରହିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଥାନା ପାଖରେ ଥିବା ଦୋକାନରୁ ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଦୋକାନକୁ ଲୁଟେରା କରିଛନ୍ତି ଟାର୍ଗେଟ୍। ରାତ୍ରି ସମୟରେ ସଟର ଭାଙ୍ଗି ଲୁଟି ନେଇଛନ୍ତି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ। କୋର୍ଟପେଟା ଛକ ରୋହିଣୀ ଡ଼ାଇଗ୍ନୋଷ୍ଟିକ୍ ଓ ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନ ପାଖରେ ଥିବା ଦୋକାନରୁ ଗତକାଲି ରାତିରେ କିଛି ଦୁବୃର୍ତ୍ତ ସଟର ତାଲା ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଏତେ ଉଚ୍ଚ ସୁରକ୍ଷା ସଂପନ୍ନ ଅଂଚଳରେ ମଧ୍ୟ ଚୋରମାନେ ନିର୍ଭୟରେ କିଭଳି ଏହି ଦୋକାନର ସଟର ଭାଙ୍ଗି ଲୁଟ୍ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି। ଯଦି ପୋଲିସର ନାକନିଶ ତଳେ ଏଭଳି ଲୁଟ୍ ହେବ ତେବେ ସାହି ସାହି ମଧ୍ୟର ଅବସ୍ଥା କ’ଣ ହେବ ଲୋକେ ଭୟଭୀତ ହେଉଛନ୍ତି।

ସୂଚନାଯୋଗ୍ୟ ଏହି ଦୋକାନକୁ ଲାଗି ରାଜାରାଣୀ କମ୍ପେ୍ଲକ୍ସ ଓ ଆଇସିଆଇସିଆଇ ବ୍ୟାଙ୍କ ରହିଛି। ଏହି ଦୁଇ ଅନୁଷ୍ଠାନରେ ରାତ୍ରୀକାଳୀନ ସିକ୍ୟୁରିଟି ଗାର୍ଡ଼ ମଧ୍ୟ ଜଗି ରହୁଛନ୍ତି। ଏସବୁ ସତ୍ତ୍ୱେ ଚୋରମାନେ ନିର୍ଭୟରେ ତାହା ସାହସିକତାର ପରିଚୟ ଦେଇଛନ୍ତି। ଏହାକୁ ଦେଖିଲେ ପୋଲିସ୍‌ର କାର୍ଯ୍ୟଦକ୍ଷତା ଏବଂ ପେଟ୍ରୋଲିଂ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତକିଛି ଦିନ ହେଲା ଏହି ଥାନା ଅଂଚଳରେ ଚୋରି ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଥିବା ଯୋଗୁଁ ପୋଲିସ୍‌ର ନିଦ ହଜାଇ ଦେଇଛି। ବୈଦ୍ୟନାଥପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିବାବେଳେ ଦୋକାନ ମଧ୍ୟରୁ ୫ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କବାଟ ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସଦରଥାନା ଅଂଚଳ ବର୍ତ୍ତମାନ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଏଠାରେ କୌଣସି ନାଁ କୌଣସି ଅଘଟଣର ସୂଚନା ମିଳୁଥିବାବେଳେ ଗତ ସପ୍ତାହ ମଧ୍ୟରେ ଏହା ଚରମ ସୀମାରେ ପହଞ୍ଚିଛି।

ସପ୍ତାହ ମଧ୍ୟରେ ଦୁଇଦୁଇଟି ହତ୍ୟା, ଡ଼ାକ୍ତରଙ୍କ ଆକ୍ରମଣ, ଆଇନଶୃଙ୍ଖଳା ଠିକ୍ ନଥିବାରୁ ରାସ୍ତାରୋକ ଆଦି ଘଟଣା ଘଟିବାରେ ଲାଗିଛି। ସଦ୍ୟ ଘଟଣାକ୍ରମେ ଏହି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମରୁ ଗତରାତିରେ କବାଟ ଭାଙ୍ଗି ଜନୈକ ବ୍ୟକ୍ତିଙ୍କ ଘରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ମଧ୍ୟରାତ୍ର ସମୟରେ ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମର ରଘୁନାଥ ମଠସାହିରେ ରହୁଥିବା ସୀମାଞ୍ଚଳ ସାମଲଙ୍କ ଘରର ପଛପଟ କବାଟ ଭାଙ୍ଗି ପଶିଥିଲେ । ଘର ମଧ୍ୟରେ ଥିବା ତିନି ତିନିଟା ଆଲମିରା ଭାଙ୍ଗି ପ୍ରାୟ ଦୁଇଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫୦ହଜାର ନଗଦ ଟଙ୍କା ଏବଂ ରୂପା ସାମଗ୍ରୀ ଚୋରି କରି ନେଇଯାଇଥିଲେ। ପରେ ଏନେଇ ସଦରଥାନାରେ ଅଭିଯୋଗ ହେବା ପରେ ଥାନା କେସ ନଂ ୬୩/୨୧ରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ତେବେ ଗତକାଲି ଘରର ମୂରବି ସୀମାଞ୍ଚଳ ଘରେ ନଥିବା ବେଳେ ଘରେ କେବଳ ତାଙ୍କର ବୋହୂ ରହୁଥିଲା। ଏହାର ସୁରାକ୍ ପାଇ ଚୋରମାନେ ଘରେ କଳାକନା ବୁଲାଇଥିବା ଆଶଙ୍କା କରାଯାଉଛି। ତେବେ ସଦରଥାନା ଅଂଚଳରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି ନହେବାରୁ ଦିନକୁ ଦିନ ଏଭଳି ଘଟଣାମାନ ଘଟିବାରେ ଲାଗିଛି।

Categories
ଆଞ୍ଚଳିକ

ଏ.ବି.ଭି.ପି ରାଜ୍ୟ ସହ ସଂଯୋଜକ ହେଲେ ବାଲିକୁଦାର ଭବରଞ୍ଜନ

ରମେଶ ମହାନ୍ତି
ଜଗତସିଂହପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୪୫ତମ ରାଜ୍ୟ ଅଧିବେଶନ ମାର୍ଚ୍ଚ ୬, ୭ ଦୁଇଦିନ ଧରି ବ୍ରହ୍ମପୁରରେ ହୋଇଥିଲା। ଏହି ଅବସରରେ ୨୦୨୧-୨୦୨୨ ର ନୂଆ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାନେତ୍ରୀ ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଭବରଞ୍ଜନ ବେହେରା (ଆକାଶ) ଙ୍କୁ ରାଜ୍ୟ ସହ ସଂଯୋଜକ ଭାବେ ରାଜ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି।

ଭବରଞ୍ଜନଙ୍କ ଘର ବାଲିକୁଦା ବ୍ଲକ ରାହଣ ପଞ୍ଚାୟତରେ। ସେ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ରାଜନୀତି ବିଭାଗ ସମ୍ନାନରେ ପଢିଲା ବେଳେ ବିଦ୍ୟାର୍ଥୀ ପରିଷଦ ପାଇଁ କାର୍ଯ୍ୟ କରି ଆସୁଥିଲେ। ସେ ୨୦୧୮ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଲୋକପ୍ରଶାସନରେ ସ୍ନାତକ କରୁଛନ୍ତି।

ବର୍ତ୍ତମାନ ସେ ବାଣୀବିହାରର କ୍ୟାମ୍ପସ ୟୁନିଟ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଶ୍ୱର ସର୍ଵବୃହତମ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡିଶାର ରାଜ୍ୟ ସହ ସଂଯୋଜକ ଭାବେ ନିର୍ବାଚିତ କରାଯାଇଥିବାରୁ ଜିଲ୍ଲାର ଛାତ୍ର ଛାତ୍ରୀ ସମେତ ବାଣୀବିହାରର ଛାତ୍ର ଛାତ୍ରୀଙ୍କ ତରଫରୁ ଅନେକ ଶୁଭେଚ୍ଛା ଦିଆଯାଇଛି।