Categories
ଆଜିର ଖବର ରାଜ୍ୟ ଖବର

ରେଳ ପଥରୁ ମିଳିଲା ଯୁବକଙ୍କ ମୃତଦେହ: ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଖୋଡାସିଙ୍ଗି ଗୋପାଳପୁର ଓଭରବ୍ରିଜ୍ ତଳେ ରେଳ ଲାଇନ୍ ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ରେଳ ଚକା ତଳେ ମୁଣ୍ଡ ଦେଇ ଆତ୍ମହତ୍ୟା କରିଥିବାର ଜଣାପଡିଛି। ମୃତ ଯୁବକର ପରିଚୟ ଜଣାପଡିନାହିଁ। କିନ୍ତୁ ସେ ଲୋଚାପଡା ଅଞ୍ଚଳର ବୋଲି ଉପସ୍ଥିତ ଲୋକମାନଙ୍କ ଠାରୁ ପ୍ରକାଶ।

ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଇଛନ୍ତି ଓ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଛାତ୍ରଙ୍କୁ ପ୍ରଥମେ ଶେରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଆହତ ଛାତ୍ର ଓ ଆକ୍ରମଣକାରୀ ଛାତ୍ର ଉଭୟେ ନବମ ଶ୍ରେଣୀରେ ପାଠ ପଢନ୍ତି। କିଛି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି କଥା ଏତେ ଉଗ୍ର ରୂପ ନେଇଥିଲା ଯେ, ଜଣେ ଛାତ୍ର ଛୁରୀ ସାହାଯ୍ୟରେ ଅନ୍ୟ ଛାତ୍ରକୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିବା ବେଳେ ଉପସ୍ଥିତ ଅନ୍ୟ ମାନେ ତାକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗୁଳି ମାଡ଼ରେ ଯୁବକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଥାନା ଅନ୍ତର୍ଗତ କୁଶପଲୀ ଗ୍ରାମର ନିଲୁ ବିଷୋୟୀ ନାମକ ଜଣେ ଯୁବକକୁ ଗୁଳି ମାଡ଼ ହୋଇଛି ଓ ସେ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ଜଣାପଡିଛି ଯେ ଆହତ ନିଲୁ ରାସ୍ତାରେ ଛିଡା ହୋଇଥିବା ବେଳେ ହଠାତ୍ କିଛି ଯୁବକ ଆସି ତାଙ୍କ ଉପରକୁ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚମାଖଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତକାଲି ମଧ୍ୟରାତ୍ରିରେ ଚମାଖଣ୍ଡି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ କାର ଭାରସାମ୍ୟ ହରାଇ ବିଦ୍ୟୁତ୍ ପୋଲକୁ ଧକ୍କା ଦେଇଛି। ଯେଉଁଥିରେରେ କାରରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତ ଯୁବକଙ୍କ ନାମ ଦେବାଶିଷ ଚୌଧୁରୀ। ସେହିଭଳି ଗୁରୁତର ଦ୍ୱୟ ହେଲେ ଅମନ ସିଂ ଓ ଦେବାଶିଷ ପାଢ଼ୀ। ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

କାର ଏବଂ ମୃତାହତ ବ୍ୟକ୍ତି ମାନେ ବିଜିପୁର ନେହେରୁ ନଗର ଅଞ୍ଚଳର ହୋଇଥିବା ନେଇ ଅନୁମାନ କରାଯାଉଛି। ଖବର ପାଇ ଚମାଖଣ୍ଡି ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ଆରୋଗ୍ୟ ଭାରତୀର ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହର ଗାନ୍ଧୀ ନଗର ଠାରେ ଆରୋଗ୍ୟ ଭାରତୀ ଓ ମହର୍ଷି ଦୟାନନ୍ଦ ଯୋଗ କେନ୍ଦ୍ର ମିଳିତ ଯୋଗ ଶିବିର ପୂର୍ଣ୍ଣ ଚନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ, ଯୋଗ ଭାରତୀ ଉତ୍କଳ ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ଡା. ଏ. ବାଳକୃଷ୍ଣ ଯୋଗଦେଇ ଯୋଗ ପ୍ରଦର୍ଶନ ସହ କହିଲେ ଯୋଗ ଆଜି ଋଷି ମାନଙ୍କ ମଧ୍ୟରେ ସୀମିତ ନରହି ବୈଶ୍ୱିକ ସ୍ଵାସ୍ଥ୍ୟ ସଂଜୀବନୀ ହୋଇ ପାରିଛି। ଯୋଗ ଦ୍ଵାରା ମନ ଶରୀର ବିନା ମୂଲ୍ୟରେ ବିନା ପ୍ରତିକ୍ରିୟାରେ ଦୁଃସାଧ୍ୟ ରୋଗ ସବୁ ଭଲ ହୋଇ ପାରୁଛି ଏଣୁ ସମସ୍ତେ ନିତ୍ୟ ଯୋଗ ପ୍ରାଣାୟାମ ଆସନ କରିବାକୁ ପରମର୍ଶ ଦେଇଥିଲେ। କେଉଁ ଯୋଗ ଦ୍ଵାରା କେଉଁ ରୋଗ ଭଲ ହେଉଛି ବିଷଦ ଭାବେ କହିଥିଲେ।

ଏଠାରେ ସତ୍ୟନାରାୟଣ ପଟ୍ଟନାୟକ, ଲକ୍ଷ୍ମୀନାରାୟଣ ପାତ୍ର , ପୂର୍ଣ୍ଣିମା ବେହେରା, ବିଭୂତି ଭୂଷଣ ପଣ୍ଡା, ଗୋପିନାଥ ବେହେରା, ସୁଦର୍ଶନ ପଣ୍ଡା, ଇନ୍ଦିରା ପଟ୍ଟନାୟକ, କେ.ସୁଧିର ଆଦି ବହୁ ସଭ୍ଯ ଯୋଗଦେଇ ଯୋଗାଭ୍ୟାସ କରିଥିଲେ।

Categories
ଆଞ୍ଚଳିକ

ବିଜୁ ପଟ୍ଟନାୟକ ପାର୍କ ନିକଟରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ନିକଟସ୍ଥ ଭେଣ୍ଡିଂ ଜୋନ୍ ଭିତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ହେଲେ ମୁତ୍ୟୁର କାରଣ ଜଣା ପଡ଼ିନାହିଁ। କିନ୍ତୁ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଆଲୋଚନା ହେଉଛି।

ଖବର ପାଇ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

Categories
ଆଞ୍ଚଳିକ ରାଜ୍ୟ ଖବର

ବ୍ରହ୍ମପୁରରେ ବିଶ୍ଵ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ନିରାକରଣ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆଇ ଏସ୍ ଆର ଡି ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଆଇ ଏସ୍ ଆର ଡି ନିର୍ଦ୍ଦେଶକ ସୁଧୀର ସାବତଙ୍କ ସଂଯୋଜନାରେ ବୁଧବାର ପୁର୍ବାହ୍ନରେ ବ୍ରହ୍ମପୁର ରେଳଷ୍ଟେସନ ଠାରୁ ଏକ ଏକ ସମାବେଶ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ରାଜ୍ୟ କାଜୁ ନିଗମର ପୁର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପତାକା ଦେଖାଇ ଶୋଭାଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ଉପସ୍ଥିତ ଅତିଥି, ନିର୍ଦ୍ଦେଶକ ସୁଧୀର ସାବତ ଶ୍ରମିକ ନେତା ଶରତ ପଣ୍ଡା, ସମାଜସେବୀ ସୁଶାନ୍ତ ସାବତ ଓ ବ୍ରହ୍ମପୁର ରେଳଷ୍ଟେସନ ଷ୍ଟେସନ ପରିଚାଳକ ପ୍ରମୁଖ ଆଜିର ସମାଜରେ ଶିଶୁ ମାନେ ପାଠ ନ ପଢି ଶ୍ରମିକ ଭାବେ କାମ କରିବା ପାଇଁ ବାହାରକୁ ଚାଲିଯାଉଛନ୍ତି। ଏହି ଭଳି ପରିସ୍ଥିତିରେ ଏହାର ମୁଳତ୍ପାଟନ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସକ୍ଷୀ କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀ, ଆଇନ ସହାୟିକା ସ୍ନେହମୟୀ ପାଢ଼ୀ, ପ୍ରିତୀ ସରିତା ଓ ପାର୍ବତୀ ମଲିକ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କର୍କଟ ବିଜୟୀ ଦିବସରେ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କ୍ରାନ୍ତି ପକ୍ଷରୁ ଜାତୀୟ କର୍କଟ ବିଜୟୀ ଦିବସ ସହ ବ୍ରହ୍ମପୁର ସମର ମହତ୍ସୋବ ପାଳିତ ହୋଇଛି। କର୍କଟ ପୀଡିତଙ୍କ ମୁହଁରେ ହସ ଫୁଟାଇବାକୁ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ “କ୍ରାନ୍ତି” ପକ୍ଷରୁ ନିଆରା ପ୍ରୟାସ ଅନୁଷ୍ଠିତ ହୋଇଛି।

ଦିନକୁ ଦିନ ବୃଦ୍ଧି ପାଉଛି କର୍କଟ ରୋଗ। କୋମଳ ମତି ଶିଶୁ ଠାରୁ ଯୁବକ ଯୁବତୀମାନେ ଏବଂ ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ଶିକାର ହେଉଛନ୍ତି। ଏପରି ସ୍ଥଳେ ସଚେତନ ହିଁ ଏକମାତ୍ର ପନ୍ଥା। ସୋମବାର ଜାତୀୟ ନ୍ୟାସନାଲ କ୍ୟାନସର ସର୍ଭାଇଭର ଦିବସରେ ଏହି ବାର୍ତ୍ତା ରଖିଛନ୍ତି ମୁଖକର୍କଟ ରୋଗୀ ତଥା କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ। ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନଠାରେ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ ଆୟୋଜିତ ଜାତୀୟ କର୍କଟ ବିଜୟୀ ଦିବସରେ ଅନେକ କର୍କଟ ବିଜୟୀ ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଛି।

ପ୍ରଥମେ ସମସ୍ତ ଅତିଥି ଓ କର୍କଟ ଯୋଦ୍ଧାମାନେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ରୁପେ ଅବସରପ୍ରାପ୍ତ ଏସ. ଇ ତଥା କର୍କଟ ଯୋଦ୍ଧା ଇଁ. ଗୋପାଳ କୃଷ୍ଣ ପଣ୍ଡା ଯୋଗଦେଇଥିବାବେକେ ଅନ୍ୟତମ ଅତିଥି ରୂପେ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଚେଷ୍ଟ ଓ ଟିବିର ଆସିଷ୍ଟାଣ୍ଟ ପ୍ରଫେସର ଡ. ପ୍ରୀୟଜିତ୍ ଜେନା, ବିଶାଖପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ର ରେଡିଆସନ୍ ଅଙ୍କୋଲୋଜି ମୁଖ୍ୟ ଡ. କାହୁଁ ଚରଣ ପାତ୍ର ଓ ଆମ୍ବପୁଆସ୍ଥିତ ଚିରାଗ ଗ୍ଲୋବାଲ ସ୍କୁଲର ଚେୟାରମେନ ଈଂ ଜିତେନ୍ଦ୍ର କୁମାର ପଣ୍ଡା ଯୋଗଦେଇ କର୍କଟ ରୋଗର ବିଭିନ୍ନ ଚିକିତ୍ସା ପଦ୍ଧତି ଉପରେ ଟିକିନିଖି ବୁଝାଇଥିଲେ।କର୍କଟ ରୋଗରେ ପୀଡିତ ରୋଗୀ କେବେ ବି ଭୟଭୀତ ନ ହେବାପାଇଁ ପରାମର୍ଶ ଦେଉଥିଲେ ମୁଖ୍ୟ ଅତିଥି ଇଁ ପଣ୍ଡା। କର୍କଟ ରୋଗର ଜୀବନ ଯୁଦ୍ଧରେ ଜିତି ଥିବା ଯୋଦ୍ଧା ପୀଡିତ ମାନେ ନିଜର ଅନୁଭୂତି ସମ୍ପର୍କରେ କହିଥିଲେ।

କ୍ୟାନସର ରୋଗୀ ମାନେ ଅନ୍ୟ ରୋଗୀମାନଙ୍କ ପ୍ରେରଣା ହୁଅନ୍ତୁ ବୋଲି କହିଛନ୍ତି ମୁଖ କର୍କଟ ରୋଗୀ ଡଃ ଦାଶ। ଏହି ପରିପେକ୍ଷିରେ ବ୍ରହ୍ମପୁର ସମର ଫେଷ୍ଟିଭାଲ ନାମରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାର ୫୦୦ ଜଣ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।କ୍ରାନ୍ତି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପରିବେଷିତ “ଜୀବନ ଯୁଦ୍ଧରେ ବିଜୟୀ” ନୃତ୍ୟ ଉପସ୍ଥିତ ଜନସାଧାରଣଙ୍କ ମନରେ କୋହ ସୃଷ୍ଟି କରି ପାରିଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ, ରାଜାରାମ ପାଢ଼ୀ , ସରୋଜ କୁମାର ସାହୁ,ଚର୍ଚ୍ଚିକା ଦାଶ, ସିଗ୍ନାଧା ମହାରଣା,ଅନିଲ କୁମାର ସେଠୀ, ମିନତୀ ପଟ୍ଟନାୟକ,ପରମାନନ୍ଦ ପଣ୍ଡା, ଧନଞ୍ଜୟ ପାଣିଗ୍ରାହୀ,ମାନସ ରଥ, ଏମ.ମାଧବ ପତ୍ର,ଚିନ୍ନୟାନନ୍ଦ ଦାଶ, ସୁଭ୍ରାଂଶି ମହାରଣା ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ ସଦସ୍ୟା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଓ ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ତୁଳସୀ ନଗର ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଯାଇଛି। ଗଣେଶ ମିସ୍ତ୍ରୀ ନାମକ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଗଣେଶ ଏକ ଔଷଧ ଦୋକାନ ନିକଟରେ ଛିଡ଼ା ହୋଇଥିବା ବେଳେ ହଠାତ୍ କିଛି ଯୁବକ ଆସି ତାଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆକ୍ରମଣର କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅନୁସନ୍ଧାନ କରୁଚି।

Categories
ଆଜିର ଖବର ରାଜ୍ୟ ଖବର

ଲାଞ୍ଜିପଲି ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଜଣା ବୃଦ୍ଧଙ୍କ ପ୍ରାଣହାନୀ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲି ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ଏକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବୃଦ୍ଧଙ୍କ ବିୟୋଗ ଘଟିଛି। ମୃତ ବୃଦ୍ଧଙ୍କର ପରିଚୟ ମିଳିନାହିଁ। ଅନ୍ୟ ପକ୍ଷରେ ଦୁର୍ଘଟଣା ଗସ୍ତ ଗାଡ଼ିର ମଧ୍ୟ ସନ୍ଧାନ ମିଳୁନଥିବା ଜଣାପଡିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରର ବ୍ରହ୍ମାନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ “କ୍ରାନ୍ତି “ଓ ସରକାରୀ ଆଇ ଟି ଆଇ ଶିକ୍ଷାନୁଷ୍ଠାନ ମିଳିତ ସହଯୋଗରେ ବିଶ୍ବ ତମାଖୁ ବର୍ଜନ ଦିବସ ସଚେତନତା କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି। ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ଃ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ବରିଷ୍ଟ ମଧୁମେୟ ଡାକ୍ତର ସୁନିଲ କୋଟା, ଏମ .କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଟିବି ରୋଗ ବିଶେଷଜ୍ଞ ସହକାରୀ ପ୍ରଫେସର ଡାକ୍ତର ପ୍ରୀୟଜୀତ ଜେନା ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧକ୍ଷ ଇଁ ରଜତ ପାଣିଗ୍ରାହିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ତମାଖୁ ସେବନର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ୧୫୦୦ ଛାତ୍ରଛାତ୍ରୀଙ୍କୁ ନେଇ ଏକ କର୍କଟ ରୋଗର ଲୋଗ ଉପରେ ମାନବ ଶୃଙ୍ଖଳ ମାଧ୍ୟମ ରେ ତମାଖୁ ମୁକ୍ତ ଭାରତ ଗଠନ ପାଇଁ ବଜ୍ର ଶପଥ ନେଇଥିଲେ।

କ୍ରାନ୍ତିର ଡଃ ଦାଶ ସେ ଜଣେ ମୁଖ କର୍କଟ ରୋଗୀ ହୋଇ ଥିବା ଯୋଗୁଁ ସେ ତାଙ୍କର କଷ୍ଟ ଓ ଯନ୍ତ୍ରଣା ମାଧ୍ୟମରେ ସମସ୍ତଙ୍କୁ ସଚେତନତା କରି କିପରି ତମାଖୁ ମୁକ୍ତ ଭାରତ ହୋଇ ପାରିବ ବୋଲି ହାତଯୋଡି ନିବେଦନ କରିଥିଲେ।ପରେ ପରେ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ୟୁ ସି ପି ଇଞ୍ଜିନିୟରିଂ ସ୍କୁଲ୍ ସମ୍ମୁଖରେ ଛିଡ଼ା ହୋଇ ଜନସାଧାରଣ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା କରିଥିଲେ।

ଏହି ସମସ୍ତ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଚର୍ଚ୍ଚିକା ଦାଶ, ସିଗ୍ନାଧା ମହାରଣା,ଅନିଲ କୁମାର ସେଠୀ, ପରମାନନ୍ଦ ପଣ୍ଡା, ଚିନ୍ନୟାନନ୍ଦ ଦାଶ, ସୁଭ୍ରାଂଶି ମହାରଣା ସମେତ କ୍ରାନ୍ତି ଅନୁଷ୍ଠାନ ର ସମସ୍ତ ସଦସ୍ୟ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗର ହାତ ବଢ଼ାଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁରରେ ଗୁଳିକାଣ୍ଡ, ଦୁଇ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରସ୍ଥିତ କାଜୁ ବଗିଚାରେ ଗୁଳିକାଣ୍ଡ ଘଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ଵୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଆହତ ଦ୍ଵୟ ଅବକାଶ ଜାନୀ ଓ ରଘୁନାଥ ଜାନୀ ନିଜ ଗ୍ରାମ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ପୋକସୁଙ୍ଗା ଗ୍ରାମରେ କାଜୁ ତୋଳୁଥିବା ସମୟରେ ହଠାତ ପଛପଟୁ କିଏ ଗୁଳି ଚଳାଇଥିଲେ ଓ ଉଭୟଙ୍କ ବାମ ଗୋଡରେ ଗୁରୁତର ଆଘାତ ଲାଗିଛି। କିନ୍ତୁ ଗୁଳିକାଣ୍ଡ ଘଟାଇଥିବା ଲୋକଙ୍କୁ ସେମାନେ ଦେଖି ନାହାନ୍ତି।

ଖବର ପାଇ ବୁଗୁଡ଼ା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଓ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି ଓ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୋଲସରା ସହର ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ଗଣେଶ ଖଟେଇ ନାମରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଯେଉଁଥିରେ ସେ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ମଠ ସାହିର ଗଣେଶ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରିବା ବାଟରେ ପୁର୍ବରୁ ଛକି ରହିଥିବା କିଛି ଯୁବକ ହଠାତ୍ ଗଣେଶ ମୁଣ୍ଡକୁ ଲକ୍ଷ କରି ଗୁଳି ଚଳାଇଥିଲେ। କିନ୍ତୁ ଲକ୍ଷ ଭେଦ ନହୋଇ ଗଣେଶଙ୍କ କାନକୁ ବାଜିବାରୁ ସେ ରକ୍ତ ଜୁଡୁବଡୁ ଅବସ୍ଥାରେ ତଳେ ପଡିଥିବା ବେଳେ ଏସ୍ ଡି ପି ଓ ରଜନୀ କାନ୍ତ ସାମଲ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ତାଙ୍କୁ ପୋଲସରା ଡାକ୍ତରଖାନାକୁ ପଠାଇଥିଲେ ଏବଂ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି।

ଘଟଣାସ୍ଥଳରୁ ଦୁଇଟି ମୋଟରସାଇକେଲ, ଗୋଟିଏ ମୋବାଇଲ ଫୋନ, କଳା ମୁଖା, ଚପଲ ଓ ୩ ଟି ଖୋକା ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରୁଛି। ଆଜିର ଏହି ଘଟଣା ପୁର୍ବ ଶତୃତାରୁ ହୋଇଛି ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ତେଜିଲା ବ୍ରହ୍ମପୁର ରାଜନୀତି, ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ଶିବ ଦାସ

ବ୍ରହ୍ମପୁର: ତେଜିଲା ବ୍ରହ୍ମପୁର ରାଜନୀତି। ଗତକାଲି ରାତିରେ ବ୍ରହ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ବିଧାନସଭା ପ୍ରାର୍ଥୀ ଶିବ ଦାସ। ଗତକାଲି ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାସଙ୍କ ଅଞ୍ଚଳରେ ଭୋଟି ଚାଲିଛି ବୋଲି ଅଭିଯୋଗ ହେଲା। ତାହା ଜାଣିବା ପାଇଁ ପ୍ରଦୀପ ଗୋସାଣୀନୂଆଗାଁ ଯାଇଥିଲେ।

ସେଠାରେ ଶିବ ଦାସ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସେହି ଗହଳି ଭିତରେ ଶିବ ଶଙ୍କର ଦାସ ପ୍ରଦୀପଙ୍କ ଛାତିକୁ ଶକ୍ତ ମୁଥା ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ପ୍ରଦୀପଙ୍କୁ ପ୍ରଥମେ ବ୍ରହ୍ମପୁର ହସପିଟାଲ ଏବଂ ଆଜି ଭୁବନେଶ୍ବର ଏମସକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଅଭିଯୋଗରେ ପୋଲିସ ଶିବଙ୍କୁ ଥାନାରେ ଅଟକ ରଖିଥିଲା। ତେବେ ଆଜି ତାଙ୍କୁ ଗିରଫ କରାଯାଇଛି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ମଧୁମେହ ଚିକିତ୍ସା ଓ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ଏକ ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ବ୍ରହ୍ମପୁର ଏବଂ ଏହାର ନିକଟବର୍ତ୍ତୀ ଅଂଚଳବାସୀଙ୍କ ନିମନ୍ତେ ଆୟୋଜିତ ଏହି ଚିକିତ୍ସା ଓ ସଚେତନତା ଶିବିରରେ ୧୫୦ ରୁ ଊର୍ଦ୍ଧ୍ୱ ପୁରୁଷ ଓ ସ୍ତ୍ରୀ ଯୋଗ ଦେଇଥିଲେ।

ରବିବାର ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବା ସହ ଖାଦ୍ୟ ଗ୍ରହଣ, ବ୍ୟାୟାମ ଏବଂ ସୁସ୍ଥ ଜୀବନ ଶୈଳୀ ବିଷୟରେ ପରାମର୍ଶ ଦେଇଥିଲେ। ଶିବିରକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତ ନମୁନା ପରୀକ୍ଷା କରିବା ସହ ଆଖି ପରୀକ୍ଷା (ରେଟିନୋସ୍କୋପି), ରକ୍ତଚାପ ପରୀକ୍ଷା ଓ ଡାଇବେଟିସ୍‌ରେ ପାଦର ଯତ୍ନ ସମ୍ବନ୍ଧୀୟ ଚିକିତ୍ସା କରାଯାଇଥିଲା।

ଏହି ଅବସରରେ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ଯେ ହସ୍ପିଟାଲ୍ ପକ୍ଷରୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଚତୁର୍ଥ ରବିବାର ଦିନ ମାଗଣା ମଧୁମେହ ଚିକିତ୍ସା ଶିବିରର ଆୟୋଜନ କରାଯିବ। ଏହି ଶିବିର ସକାଳ ୯ ରୁ ଦିନ ୧ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ତେଣୁ ଜନସାଧାରଣ ମଧୁମେହ ରୋଗ ସମ୍ପର୍କିତ ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

ରବିବାର ଶିବିରରେ ରୋଗୀମାନଙ୍କର ଡାଇବେଟିସ୍ ସମ୍ପର୍କିତ ସଚେତନତା ଯେପରି କି ଏହି ରୋଗର ସମସ୍ୟା, ଜଟିଳତା ଓ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ନିଜ ଜୀବନ ଶୈଳୀରେ କିଭଳି ପରିବର୍ତନ ଆଣିପାରିବେ ଓ ପାଦର ଯଦ୍ନ ନେଇପାରିବେ ସେ ନେଇ ପରାମର୍ଶ ଦିଆଯିବା ସହ ଯେଉଁମାନେ ଦୀର୍ଘ ବର୍ଷ ଧରି ମଧୁମେହ ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ସେମାନେ କିଭଳି ଏ ରୋଗ ସମ୍ପର୍କରେ ଅଧିକ ଜାଣିବେ ଓ ନିଜର ଚିକିତ୍ସା କରାଇବେ ସେ ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞମାନେ ବୁଝାଇ ଦେଇଥିଲେ।

ଏଥି ସହିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିବିସି, ଏଚ୍‌ବିଏ୧ସି, ଏଫ୍‌ବିଏସ୍‌, ପିପିବିଏସ୍‌, କିଡ୍‌ନୀ ଫଙ୍କସନ୍ ଟେଷ୍ଟ, ଲିପିଡ ପ୍ରୋଫାଇଲ୍ (କୋଲେଷ୍ଟ୍ରାଲ୍ ଟେଷ୍ଟିଂ) ଓ ୟୁରିନ୍ ଆର୍‌/ଏମ୍ ଭଳି ସ୍ୱାସ୍ଥ୍ୟ ପରୀକ୍ଷାର ପ୍ୟାକେଜ୍‌ରେ ରିହାତି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ମଧୁମେହ ଭଳି ସମସ୍ୟା ସମ୍ପର୍କରେ ଅନେକେ ଅବଗତ ନଥିବା ବେଳେ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଜରିଆରେ ଏହି ରୋଗ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି।

ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁର ଓ ଆଖପାଖ ଅଂଚଳର ଲୋକଙ୍କ ପାଇଁ ସମ୍ ହସ୍ପିଟାଲ୍ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରୟାସ କରୁଛି ଯେପରିକି ସେମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ସେହିପରି ମଧୁମେହ ବିଶେଷଜ୍ଞ ଡାକ୍ତର ଅମର କୁମାର ଦାସ କହିଥିଲେ ଯେ ମଧୁମେହ ରୋଗର କାରଣ ଜାଣିବା ସହ ରୋଗୀଙ୍କୁ ଚିହ୍ନଟ କିରବା ଓ ଜଟିଳତା ବିଷୟରେ ସଚେତନତା ସୃଷ୍ଟି ଏହି ଶିବିରର ଲକ୍ଷ୍ୟ।

ଏହି ଶିବିରରେ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡାକ୍ତର ଜୀବନ ପ୍ରଧାନ ଓ ଚକ୍ଷୁ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ସ୍ନିଗ୍ଧା ରୋଗୀମାନଙ୍କୁ ପରୀକ୍ଷା କରିଥିଲେ। ହସ୍ପିଟାଲ୍‌ର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଶିବିରକୁ ସୁଚାରରୂପେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଓଡିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା: ବ୍ରହ୍ମପୁର ଜନସଭାକୁ କରିବେ ସମ୍ଭୋଧିତ

ଭୁବନେଶ୍ୱର: ଓଡିଶାରେ ଏଥର, ବିଜେପି ସରକାର। ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତ୍ତନର ନିର୍ବାଚନ ହେବ। ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ। ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି। ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଆଜି ବ୍ରହ୍ମପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଶ୍ରୀ ନଡ୍ଡା ୨୮ ତାରିଖ ଅପରାହ୍ନରେ ଭୁବନେଶ୍ୱର ପହଂଚିବା ପରେ ସିଧାସଳଖ ବ୍ରହ୍ମପୁର ଗସ୍ତ କରି ଆମ୍ବପୁଆଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ଭୋଧନ କରିବେ। ଏହା ପରେ ଶ୍ରୀ ନଡ୍ଡା ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶ୍ରୀ ନଡ୍ଡା ଗୋପାଳପୁରଠାରେ ରାତ୍ରଯାପନ କରିବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ୨୯ ତାରିଖ ସକାଳେ ଭୁବନେଶ୍ୱର ଫେରି ଆସି ପ୍ରତ୍ୟାବର୍ତ୍ତନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବ୍ରହ୍ମପୁର: ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବୈଦ୍ୟନାଥ ନଗର ପୋଲିସ ଥାନା ଅନ୍ତର୍ଗତ ବ୍ରହ୍ମା ନଗର ସାହି ଭିତରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଯୁବକଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ କର୍ପୋରେଟର ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ଖବର ଦେଇଥିଲେ। ଏହାପରେ କର୍ପୋରେଟର ପ୍ରଶାନ୍ତ ତୁରନ୍ତ ପୋଲିସକୁ ଏନେଇ ସୂଚନା ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଞ୍ଚନାମା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବ୍ରହ୍ମପୁର ସମ୍ ହସ୍ପିଟାଲରେ ସଂକ୍ରମଣ ପ୍ରତିହତ କରିବା ଉପରେ ଅଲୋଚନାଚକ୍ର ଆୟୋଜିତ

ବ୍ରହ୍ମପୁର: ହସ୍ପିଟାଲରେ ସଂକ୍ରମଣ ନିବାରଣ ନିମନ୍ତେ ବିଭିନ୍ନ ଆବଶ୍ୟକୀୟ ପଦକ୍ଷେପ ଉପରେ ଏଠାରେ ସିତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲରେ ନିକଟରେ ଏକ କଂଟିନ୍ୟୁୟିଂ ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ହସ୍ପିଟାଲ୍ ପରିବେଶରେ ହାତ ପରିଷ୍କାର ରଖିବା, ନିଜର ସୁରକ୍ଷା ଉପକରଣର ବ୍ୟବହାର, ବାୟୋମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣରୁ ପୃଥକ ରହିବା ଓ ବ୍ୟବହୃତ ହେଉଥିବା ଉପକରଣ ଗୁଡ଼ିକୁ ଜୀବାଣୁ ରହିତ କରିବା ଆଦି ପଦକ୍ଷେପ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଅତ୍ୟନ୍ତ ଆବଶ୍ୟକୀୟ ଅଟେ।

ଏହି ଆଲୋଚନାଚକ୍ରରେ ପୁଡୁଚେରୀ ସ୍ଥିତ ଜବାହର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ର କ୍ଲିନିକାଲ୍ ମାଇକ୍ରୋବାୟୋଲଜିଷ୍ଟ ଡ଼.ଅପୂର୍ବ ଏସ୍. ଶାସ୍ତ୍ରୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଡ଼. ଶାସ୍ତ୍ରୀ ହସ୍ପିଟାଲ୍ରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଉପରେ ବିଶେଷ ଗବେଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମକୁ ହସ୍ପିଟାଲ୍ ର ଡାଇରେକ୍ଟର ଦେବ ପ୍ରସାଦ ଦାଶ ଆୟୋଜନ କରିଥିବା ବେଳେ ଏହାର ମେଡିକାଲ୍ ସୁପରିଟେଣ୍ଡେଂଟ ଡ଼. ଆନନ୍ଦ ଶାସ୍ତ୍ରୀ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତାଙ୍କୁ ଡ. ଇ. ସଞ୍ଜୀବ ରାଓ ସମ୍ବର୍ଦ୍ଧିତ କରିଥିଲେ ଏବଂ ଡ. ମନୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ମାନସିକ ଦଣ୍ଡୁଆ ଭକ୍ତଙ୍କ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଦୁଇ ମୃତ, ୭ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଭୋରରେ ବ୍ରହ୍ମପୁରରୁ କ୍ଷତ୍ରିୟ ବରପୁର ଅଭିମୁଖେ ଯାଉଥିବା ଏକ ପିକ୍ଅପ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡିଟି ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଛି। ଯାହା ଫଳରେ ଗାଡ଼ିରେ ବସିଥିବା ମାନସିକ ଦଣ୍ଡୁଆ ଭକ୍ତମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଦଣ୍ଡୁଆ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୁଚନା ଅନୁଯାୟୀ ଜଣାପଡିଛି ଯେ, ଦହିମୁଣ୍ଡଳି ଗ୍ରାମ ଦଣ୍ଡନାଚ ଗୋଷ୍ଠୀର ଦଣ୍ଡୁଆ ମାନେ ଉକ୍ତ ଗାଡିରେ ଯିବା ବେଳେ ଏହି ଭଳି ଘଟଣା ଘଟିଛି। ମୃତ୍ୟୁ ବରଣ କରିଥିବା ଦଣ୍ଡୁଆ ମାନଙ୍କର ପରିଚୟ ମିଳିନାହିଁ। ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ସାଂସଦ ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି କଲା ଦଳର ଉପସଭାପତି ସହ ଇସ୍ତାହାର କମିଟର ଅଧ୍ୟକ୍ଷ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବଡ ପଦବୀ ପ୍ରଦାନ କରିଛି। ତାଙ୍କୁ ଦଳର ଉପସଭାପତି କରିବା ସହିତ ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ କରାଯାଇଛି। ଏ ନେଇ ଦଳତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସେଥିରେ ଉଲ୍ଲେଖ କରାଯାଇଛି ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ଉପସଭାପତି ଦାୟିତ୍ବ ପ୍ରଦାନ କାରଯାଇଛି। ଏଥିସହିତ ତାଙ୍କୁ ଦଳର ଇସ୍ତାହାର କମିଟ ଅଧ୍ୟକ୍ଷ ମଧ୍ୟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଜୁଆ ଆଡ୍ଡା ଉପରେ ଚଢାଉ: ନଗଦ ଟଙ୍କା ସହ ୬ ଜୁଆଡି ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଖାଜା ସାହିଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଟାଉନ ଥାନା ପୋଲିସ ଚଢ଼ାଉ କରି ୬ ଜୁଆଡିଙ୍କୁ ଗିରଫ କରିଛି। ଏହା ସହ ନଗଦ ୩୬,୬୫୦ ଟଙ୍କା ଓ ୬ ଦାମିକା ମୋବାଇଲ ଫୋନ ଜବତ୍ ପୋଲିସ ଜବତ କରିଛି। ଜୁଆ ଖେଳରେ ସମ୍ପୃକ୍ତ ଜୁଆଡି ମାନଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।