Categories
ଆଜିର ଖବର ରାଜ୍ୟ ଖବର

ଗଛକୁ ଧକ୍କା ଦେଲା କାର୍: ଚାଳକ ମୃତ, ଦୁଇ ଯୁବକ ଗୁରୁତର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ଗଡ ଥାନା ଅର୍ନ୍ତଗତ ସିଙ୍ଗିପୁର ଛକରେ ଏକ ଗଛକୁ ପିଟି ହୋଇ ଦୁର୍ଘଟଣାର ସମ୍ମୁଖିନ ହୋଇଛି ଏକ କାର୍। ବ୍ରହ୍ମପୁର ସହରର ଦୀପକ ବେହେରା ନାମକ ଜଣେ କାର୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାର୍ ରେ ବସିଥିବା ଦୁଇ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଘଟଣାସ୍ଥଳରୁ ଜଣାପଡିଛି ଯେ, କୌଣସି କାମରେ ଆସି ବ୍ରହ୍ମପୁର ଫେରୁଥିବା ବେଳେ କାର୍ ଚାଳକ ଦୀପକ ଭାରସାମ୍ୟ ହରାଇ ଉକ୍ତ ଗଛକୁ ପିଟି ଦେଇଥିଲା। ଉପସ୍ଥିତ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଉଦ୍ଧାର କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିଭଳି ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୋଖରୀରେ କାର୍ ବୁଡି ଜୀବନ ବୀମା ଶାଖା ପରିଚାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅର୍ନ୍ତଗତ ବାହାରପୁର ଗ୍ରାମର ଶିବ ମନ୍ଦିର ପୋଖରୀ ଭିତରକୁ ଏକ ମୋଟର କାର ଖସି ଆସ୍କା ଜୀବନ ବୀମା ଶାଖା ପରିଚାଳକ ହିମାଂଶୁ ମହାପାତ୍ରଙ୍କର ମୃତ୍ୟୁ ଘଟିଥିଲା ବେଳେ ଉନ୍ନୟନ ଅଧିକାରୀ ସୁଧାଂଶୁ ଶେଖର ସାହୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ସୁଦାମ ଚରଣ ଦାସ ନାମକ ଜଣେ ଜୀବନ ବୀମା ଏଜେଣ୍ଟଙ୍କର ଏକ ଭୋଜି କାର୍ଯ୍ୟରେ ଯୋଗ ଦେଇ ଉକ୍ତ ଦୁଇ ଫେରିବା ପାଇଁ କାର୍ କୁ ପଛକୁ ନେଉଥିବା ବେଳେ ପୋଖରୀ ଭିତରକୁ ଖସି ଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ବଡ଼ ବଡ ବଲା ଜରିଆରେ ଉକ୍ତ ଦୁଇ ଅଧିକାରୀଙ୍କୁ ବାହାର କରି ଚିକିତ୍ସା ପାଇଁ ଧରାକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ହିମାଂଶୁ ମହାପାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଓ ପ୍ରାଥମିକ ଚିକିତ୍ସାପରେ ସୁଧାଂଶୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ପୋଲିସ, ଆସ୍କା ଜୀବନ ବୀମା କାର୍ଯ୍ୟାଳୟ କର୍ମଚାରୀ ଓ ଏଜେଣ୍ଟ୍ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୮୦ ଏକର ଗଂଜେଇ ଚାଷକୁ ନଷ୍ଟକଲା ଅବକାରୀ ବିଭାଗ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବଡ଼ଗଡ଼ ଥାନା ଅନ୍ତର୍ଗତ ଗଉଡ଼ଗୋଠ ପେଡ଼ିପଦର ଘାଟି ଅଂଚଳରେ ଲାଗିଥିବା ପ୍ରାୟ ୮୦ ଏକର ଗଂଜେଇ ଚାଷକୁ ନଷ୍ଟ କରାଯାଇଛି। ଜିଲ୍ଲାପାଳ ଓ ଗଂଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଏକ ସ୍ୱତନ୍ତ୍ର ମିଳିତ ଟିମ୍ ଚଢ଼ାଉ କରିଥିବାବେଳେ ବିପୁଳ ପରିମାଣରେ ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା। ନଷ୍ଟ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅବକାରୀ ବିଭାଗର ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ତା ସୂଚନା ଦେଇଥିଲେ।

ଚଢ଼ାଉରେ ଅବକାରୀ ବିଭାଗ, ପୋଲିସ୍‌, ଅବକାରୀ ଗୁଇନ୍ଦା ସଂସ୍ଥା, ସ୍ଥାନୀୟ ତହସିଲ୍‌ଦାର, ବନ ବିଭାଗର ତିନିଶହ କର୍ମଚାରୀ ମିଳିତ ଭାବେ ସାମିଲ ହୋଇଥିଲେ। ସୋରଡ଼ା ବ୍ଲକ୍ ଗୌଡ଼ଗୋଠ ପଂଚାୟତ ଅଂଚଳ ସମେତ ବହୁ ସ୍ଥାନରେ ଗଂଜେଇ ଚାଷକୁ କାଟି ପୋଡ଼ି ନଷ୍ଟ କରାଯାଇଛି।