Categories
ଆଜିର ଖବର ରାଜ୍ୟ ଖବର

ମତୋ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉଚ୍ଚ ଶିକ୍ଷା ମନ୍ତ୍ରୀ: ଶ୍ରେଣୀ ଗୃହ ପ୍ରତିଷ୍ଠା ପାଇଁ ୧ କୋଟି ଟଙ୍କା ମଞ୍ଜୁର

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ ସ୍ନାତକ ମହାବିଦ୍ୟାଳୟର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ଶ୍ରେଣୀ ଗୃହ ପ୍ରତିଷ୍ଠା ପାଇଁ ୧ କୋଟି ଟଙ୍କା ମଞ୍ଜୁର କରି ଥିବାରୁ ଛାତ୍ର ଛାତ୍ରୀ ଶିକ୍ଷକ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଏଥିରେ ମନ୍ତ୍ରୀଙ୍କ ସହିତ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ, ବିଜେପି ନେତା କମଳା ସୂତାର, ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ଜୟ ଦେବ ବିଶ୍ବାଳ, ପ୍ରମୁଖ ଯୋଗ ଦେଇ ଉଦ୍ ବୋଧନ ଦେଇ ଥିଲେ।

ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷାରୁ କେହି ବଞ୍ଚିତ ହେବେ ନାହଁ, ଶିକ୍ଷାର ପ୍ରଚାର ପ୍ରସାର ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ଅର୍ଥ ଆସୁଥିବାରୁ ରାଜ୍ୟର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଢାଞ୍ଚା ଏବଂ ବିକାଶ ପ୍ରଗତି ଦିଗରେ ଉନ୍ନତି ଘଟିବ ବୋଲି କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କଲେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି

ଭୁବନେଶ୍ଵର: ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଆଜି ଭଦ୍ରକ ଜିଲ୍ଲାର ବିଭିନ୍ନ ଧାନମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ସେ ଚାନ୍ଦବାଲି ବ୍ଲକ ସମେତ ଜିଲ୍ଲାର ଅନ୍ୟ କେତେକ ଧାନମଣ୍ଡି ପରିଦର୍ଶନ କରିଥିଲେ। ଧାନ କିଣାକୁ ନେଇ ଚାଷୀ ଏବଂ ମଣ୍ଡି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଶ୍ରୀ ସାହୁ କହିଛନ୍ତି, ରାଜ୍ୟ ସରକାର ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣୁଛନ୍ତି। ଧାନ କିଣାକୁ ସ୍ବଚ୍ଛ ଏବଂ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧାନକିଣାରେ ବିଶୃଙ୍ଖଳା କିମ୍ବା ଅସାଧୁ ଉପାୟ ଅବଲମ୍ବନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭଦ୍ରକ ଜିଲ୍ଲାରେ ରଙ୍ଗର ପର୍ବ ହୋଲି ଶାନ୍ତିପୂର୍ଣ୍ଣଭାବେ ପାଳିତ

ଭୁବନେଶ୍ଵର: ଭଦ୍ରକ ଜିଲ୍ଲାରେ ରଙ୍ଗର ପର୍ବ ହୋଲି ଶାନ୍ତିପୂର୍ଣ୍ଣଭାବେ ପାଳିତ ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ଏବଂ ଦୋଳ ମେଳଣରେ ଯୋଗ ଦେଇଥିଲେ।

ଚାନ୍ଦବାଲି ବ୍ଲକର ମତୋ ଅଞ୍ଚଳରେ ଅନୁଷ୍ଠିତ ପ୍ରାଚୀନ ଦେଶ ମେଳଣରେ ଶ୍ରୀ ସାମଲ ଯୋଗଦେଇ ବିମାନରେ ଆସିଥିବା ରାଧାକୃଷ୍ଣଙ୍କୁ ଅବୀର ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବରଙ୍ଗପୁର ଜିଲ୍ଲାରେ ପ୍ରୋଟିନ ଯୁକ୍ତ ମକା ଓ ଧାନ ବିହନ ବଣ୍ଟନ

ଭୁବନେଶ୍ଵର: ସୁନାମି ବାତ୍ୟା ପ୍ରବଣ ଅଞ୍ଚଳ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ସାନ କୃଷ୍ଣପୁର ଗ୍ରାମକୁ ମିଳିତ ଜାତିସଂଘ ର ୯ ଜଣ ପ୍ରତିନିଧି ଦଳ ପହଞ୍ଚି ଅନୁଧ୍ୟାନ କରିଛନ୍ତି।ଏହି ପ୍ରତିନିଧୂ ଦଳରେ ଜାତିସଂଘ ମୁଖ୍ୟ ରାଧୋକା ବାର୍ଷା, ଉଇଲ ମହାନ୍ ଲୋନ୍, ସର୍ବଜିତ୍ ସହୋଟା,ଓମ୍ ଖାରେ, ବାଙ୍ଗଲା ଦେଶ ର ୟୁ ଏନ୍ ଅଧୂକାରୀ ହର୍ଷ ଦ ଜି ଜର୍ମାନ ରେଡକ୍ରସ ର ଶ୍ରୀ ଗୌରବ,ବିପର୍ଯ୍ୟ ‌ୟ ପରିଚାଳନା ର ମୁଖ୍ୟ ଅନି ମେଶ ପ୍ରକାଶ,ସମେତ ୯ ଜଣ ପ୍ରତିନିଧୂ ଦଳ ସାନ ସାନ କୃଷ୍ଣପୁର, ବଡ ହାବେଲି ସାହି, ଅଢୁଆଁ,ମୋହନ ପୁର ଏପରି ୪ ଟି ସୁନାମି ପ୍ରବଣ ଗ୍ରାମ ର ଜନ ସାଧାରଣ ଏବଂ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ବନ୍ୟା ବାତ୍ୟା କୁ ଭୟ ନ କରି ମୁକାବିଲାକରିବା ରିବା ସହ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ଏବଂ ମକ୍ ଡ୍ରିଲ ଅନୁଷ୍ଠିତ ହାଇଥିଲା।

ଏହି ଅବସର ରରେ ଭଦ୍ରକ କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଅତିରିକୁ ଜିଲ୍ଲାପାଳ ଳ ଶାନୁନୁ ମହାନ୍ତି,ଜିଲ୍ଲା ଜିଲ୍ଲା ଜରୁରୀ କାଳୀନ ଅଧୂକାରୀ ତନିତା କର,ଙ୍କ [ଖ ଯୋଗ ଦେଇ ସମେତ ୯ ଜଣ ଜାତିସଂଘ ପ୍ରତିନିଧୂ ପ୍ରମୁଖ ପ୍ରାକୃତିକ ବିପର୍ଜୟ କୁ କିପରି ମୁକାବିଲା କରା ଯାଇ ପାରିବ ସମସ୍ତେ ଏ ଦିଗରେ ସଜାଗ ସତର୍କ ସଚେତନ ରହିବାକୁ ମହାପର୍ଣ ରେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକ ଜିଲ୍ଲାରେ ହେବ ୩୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ପାଇଁ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ କରି ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ସ୍ମରଣ କରିଥିଲେ ଏବଂ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ ।

ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସେଠାରେ ଜିଲ୍ଲା ମୁଖ୍ୟାଳୟ ପାଇଁ ଏକ ୩୦୦ ଶଯ୍ୟାବିଶିଷ୍ଟ ହସ୍‌ପିଟାଲ ବିଲ୍‌ଡିଂର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଦ୍ରକ ଜିଲ୍ଲାରେ ୯୫୦ କୋଟି ଟଙ୍କାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରି ରହିଛି । ଏହାଦ୍ବାରା ୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ ।

ଭଦ୍ରକରେ ମିଶନ ଶକ୍ତିର ମା ମାନେ ଭଲ କାମ କରୁଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରଙ୍କ ବିଭିନ୍ନ ଯୋଜନାରେ ସହଭାଗୀ ହୋଇଛନ୍ତି। ଚଳିତ ବର୍ଷ ସେମାନେ ୨୪୫ କୋଟି ଟଙ୍କା ଋଣ ସୁବିଧା ପାଇପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ମା ମାନଙ୍କର ନୁହେଁ, ସାରା ସମାଜରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣିବ ବୋଲି ସେ କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଭଦ୍ରକର 5ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ର ଘୋଷଣା କଲା ଭଦ୍ରକ ଜିଲ୍ଲା ପ୍ରଶାସନ

ଭଦ୍ରକ : ଭଦ୍ରକ ଜିଲ୍ଲାର 5ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ କରାଯାଇଛି । ବାସୁଦେବପୁରର ତିନୋଟି ପଞ୍ଚାୟତ, ଭଣ୍ଡାରିପୋଖରୀରର 2ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ବାସୁଦେବପୁରର ବିନାୟକପୁର, ପଦମପୁର, ଲକ୍ଷ୍ମୀଦାସପୁର ଆଦି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକର ରହଣିଆ, ତେସିଙ୍ଗା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ପ୍ରଶାସନ । ଉଭୟ ବ୍ଲକରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକର 5 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି । ବାସୁଦେବପୁରର ତିନି ଓ ଭଣ୍ଡାରୀପୋଖରୀରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫର କଡା ପଦକ୍ଷେପ ନିଆଯାଇଛି ।