Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟଙ୍କ ସୁଚନା ଅନୁଯାୟୀ ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ମଧ୍ୟରେ ୧୨୭ ଗୋଟି ରାସ୍ତା ଦୁର୍ଘଟଣା ଘଟି ୭୫ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଗତବର୍ଷ ଏହି ସମୟରେ ୧୪୭ ଟି ରାସ୍ତା ଦୁର୍ଘଟଣା ଘଟିଥିଲା।

ଯଦିଓ ଦୁର୍ଘଟଣା ହାର ଗତ ବର୍ଷ ଅପେକ୍ଷା କମିଛି କିନ୍ତୁ ମୃତ୍ୟୁହାର ଅଧିକ ରହିଛି ଏବଂ ଏହାର ମୁଖ୍ୟ କାରଣ ମଦ୍ୟପାନ କରି ଦୃତ ବେଗରେ ଗାଡ଼ି ଚଳାଇ ରାସ୍ତା ପାର୍ଶ୍ବ ବୃକ୍ଷ, ପୋଲ ବାଡ଼, ଡିଭାଇଡରରେ ପିଟି ହୋଇ ନିଜସ୍ବ ମୃତ୍ୟୁର ବାହାକ ହେଉଛନ୍ତି।

କମିଟି ରିପୋର୍ଟ ଅନୁଯାୟୀ ଛତିଗୁଡ଼ାରୁ ନର୍ଲା, ଛତିଗୁଡାରୁ କିଡ଼ିଂ, ବାନେରରୁ ଲଡୁ ଗାଁ, ଧର୍ମଗଡରୁ କୋକସରା (ତାରାପୁର ), ମୁଖିଗୁଡାରୁ ମହୁଲପାଟଣା ରାସ୍ତାର ଆବଶ୍ୟକ ମରାମତି ଏବଂ ଯଥାଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଏସ ଇ (ଆର୍ ଏଣ୍ଡ ବି)ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଭବାନୀପାଟଣା ବାଇପାସ୍ ରାସ୍ତା କାର୍ଯ୍ୟ ଅତ୍ୟନ୍ତ ଧିର ଗତିରେ ଚାଲୁଥିବାରୁ ଜିଲ୍ଲାପାଳ ଏହାର ୱାନ ୱେ ରାସ୍ତା ଶୀଘ୍ର ସଂପୂର୍ଣ୍ଣ କରି ଭାରି ଯାନ ପରିବହନ ପାଇଁ ଶୀଘ୍ର କାମ ସମାପନ କରିବାକୁ ଆର୍ ଏଣ୍ଡ ବି କୁ ନିର୍ଦ୍ଦେଶ ଦେଇଥିଲେ। କମିଟି ସଭ୍ୟ ରାସ୍ତା ଅବରୋଧ କୁ ହଟାଇବା, ରାସ୍ତା ମରାମତି, ଅବକାରୀ ବିଭାଗର ରାସ୍ତା ପାର୍ଶ୍ଵ ଦୋକାନର ମାଦକ ଦ୍ରବ୍ୟ ଚଢାଉ ଓ ଜବତ, ହେଲମେଟ ଓ ସିଟ୍ ବେଲଟ୍ ବାରମ୍ବାର ଚେକିଙ୍ଗ, ଦୃତ ଗତି ଫାଇନ୍, ଦୁର୍ଘଟଣା ପ୍ରବଣ ସ୍ଥାନ ଓ ମୁଖ୍ୟ ଛକ ମାନଙ୍କରେ ଟ୍ରାଫିକ ନିୟମ ଉଲଘଂନ କଲେ ସିସି ଟିଭି ଦ୍ଵାରା ଚାଲାଣ କାଟିବା, ମାଲ ପରିବହନ ଗାଡ଼ି ମାନଙ୍କରେ ଯାତ୍ରୀ ନେବା ଗାଡ଼ିକୁ ଜବତ କରିବା, ମଦ୍ୟପାନ କରି ଗାଡ଼ିଚାଳକଙ୍କୁ ବ୍ରେଥ ଏନାଲାଇଜର ଦ୍ବାରା ପରୀକ୍ଷା କରି ଫାଇନ୍ ଓ ଲାଇସେନ୍ସ ବାତିଲ ବ୍ୟବସ୍ଥା, ରାସ୍ତା ସଚେତନତା ଉପରେ ଗୁରୁତ୍ବ ଦେଲେ ଅନେକାଂଶରେ ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ମତ ଦେଇଥିଲେ।

ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟ ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନ ଆବେଦନ ଓ ସଚେତନତା କ୍ୟାମ୍ପ କରିବାକୁ ଆର୍ ଟି ଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଲକ୍ଷ୍ୟ ଧାର୍ଯ୍ୟ ୪ କୋଟି ୬୬ ଲକ୍ଷ ଉପରେ ପରିବହନ ବିଭାଗ ୪ କୋଟି ୩୩ ଲକ୍ଷ ରାଜସ୍ବ ଆଦାୟ କରିଛି ଯାହାକି ୯୩ ପ୍ରତିଶତ ବୋଲି ଆର୍ ଟି ଓ ଗୃହରେ ସୂଚନା ଦେଇଥିଲେ।

ଯେଉଁ ରାସ୍ତାରେ ରାସ୍ତା ନିରାପତ୍ତା ସାଇନ୍ ବୋର୍ଡ, ସତର୍କତା ବାର୍ତ୍ତା, ସୋଲାର ବ୍ଲିଙ୍କର,ଗତି ସୀମା ବୋର୍ଡ ନାହିଁ ତାହା ଲଗାଇବାକୁ ଶୀଘ୍ର ପଦକ୍ଷେପ ନେବାକୁ ଏନ୍ ଏଚ ଏବଂ ଆର୍ ବି ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଗତ ଜାନୁୟାରୀ ରୁ ଏପ୍ରିଲ ମାସରେ ଜିଲ୍ଲାରେ ଆର୍ ଟି ଓ ଓ ପୋଲିସ ବିଭାଗ ଦ୍ଵାରା ଦୃତ ଗାଡ଼ି ଚାଳନା ପାଇଁ ୪୨୮,ବିନା ହେଲମେଟ ଓ ସିଟ୍ ବେଲ୍ଟ ଅପରାଧ ପାଇଁ ୧୨୭, ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧ ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି।

ବୈଠକରେ ଡି ପି ଏଚ ଓ, ଉପଖଣ୍ଡ ଆରକ୍ଷୀ ଅଧିକାରୀ( ସଦର) ଭବାନୀପାଟଣା, ଇ ଈ, ଏନ୍ ଏଚ, ଏ ଇ ଈ, ଆର୍ ଏଣ୍ଡ ବି, ଇ ଈ ଆର୍ ଡ଼ ବ୍ଲୁ ଡି ଭବାନୀପାଟଣା,/କେସିଙ୍ଗା,ଅବକାରୀ ଅଧିକ୍ଷକ, ଇ ଓ, ମ୍ୟୁନିସିପାଲଟି, ଭବାନୀପାଟଣା/ଏନ୍ ଏ ସି, କେସିଙ୍ଗା,କେସିଙ୍ଗା ଏବଂ ଜୁନାଗଡ ଟ୍ରକ ମାଲିକ ସଂଘ ସଭାପତି, ଓ ଏସ ଆର୍ ଟି ସି ଅଧିକାରୀ, ସଭ୍ୟ ସାମ୍ବାଦିକ ଶାନ୍ତନୁ ବେହେରା ଓ ଉମା ଶଙ୍କର କର,ଡି ଆଇ ପି ଆର୍ ଓ,ଆର୍ ଟି ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଏବଂ ତାଙ୍କ ସମର୍ଥକ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ମୟୂରଭଞ୍ଜର ଯୁବ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଶ୍ରୀ ରାକେଶ ସିଂ।

ଶ୍ରୀ ସିଂଙ୍କ ସହ ବାରିପଦା ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ଉପସଭାପତି ସୈାଜିତ କୁମାର ବେସ୍ରା, ଯୁବ କଂଗ୍ରେସ ନେତା ବେଣୁଧର ବେହେରା, ନରେନ୍ଦ୍ର ବେହେରା, ଟୁନା ବେହେରା, ଶିବଧର ବେହେରା, ଫତେ ସୋରେନ, ନରେନ୍ଦ୍ର ସିଂ, କର୍ଜି ମୁର୍ମୁ, ଦୁଃଖିଶ୍ୟାମ ହାଂସଦା, ଯୁବ ସଂଗଠକ ଶିବଶଙ୍କର ସିଂ, ବିଜୁ କୁମାର ସିଂ, ଚଟିଆ ସିଂ, ସଚିଦାନନ୍ଦ ସିଂ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ପ୍ରଦୀପ ପୁରୋହିତ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି କଳା, ସଂସ୍କୃତି ଓ ଐତିହ୍ୟ ତଥା ପରମ୍ପରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିଥିବା ଆଦିବାସୀ, ଜନଜାତିର ଅସ୍ମିତା ଓ ଆତ୍ମସମ୍ମାନ ରକ୍ଷା କରିବା ସହିତ ସେମାନଙ୍କ ଜୀବନ ଜୀବିକାରେ ସୁଧାର ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ, ଏ ଦିଗରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ସଶକ୍ତ ଆଦିବାସୀ ସମାଜ ଗଠନ ସହିତ ସମୃଦ୍ଧ ରାଜ୍ୟ ଗଠନରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଆଜି ସ୍ଥାନୀୟ ଟାଉନହଲଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ମୁଖ୍ୟଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ଜିଲ୍ଲାପାଳ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ପି. ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସ୍ବର୍ଣ୍ଣ ଚମ୍ପା ମାଝୀ, ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସେହିପରି ହଲବା ସମାଜର ଜିଲ୍ଲା ସଭାପତି ସହଦେବ ନେଗୀ, ବିଞ୍ଝାଲ ସମାଜ ସଭାପତି ସମ୍ପଦ ବରିହା, କନ୍ଧ ସମାଜର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ଭତ୍ରା ସମାଜର ସଭାପତି କୈଳାସ ଚନ୍ଦ୍ର ମାଝୀ, ମିର୍ଦ୍ଧା ସମାଜର ସଭାପତି ସ୍ୱୟଂମ୍ବର ମିର୍ଦ୍ଧା, ଧ୍ରୁବଗଣ୍ଡ ସମାଜର ସଭାପତି ଜଗମୋହନ ମାଝୀ, ଗଣ୍ଡ ସମାଜର ସଭାପତି ପଦ୍ମନ ପାତ୍ର, ଆଦିବାସୀ ସଙ୍ଘର ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଋତୁରାଜ ମାଝୀ, ବଂଜାରା ସମାଜର ସଭାପତି ଲଳିତ ନାଏକ ଏହି ଅବସରରେ ମଂଚାସୀନ ଥିଲେ। ଜିଲ୍ଲା ଯୋଜନା ସମ୍ମନ୍ଵୟ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ସଭା ପରିଚାଳନା କରିଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ବର୍ଗର ଆଦିବାସୀ ଜନଜାତି ସମୁହର ବହୁସଂଖ୍ୟକ ନେତୃ ସ୍ଥାନୀୟ ପୁରୁଷ, ମହିଳା ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ପ୍ରଶାସନର ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୩୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୬ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୦୬ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୪ ଜଣ ଙ୍କୁ ସହାୟତା ମଞ୍ଜୁର କରାଯାଇଥିଲା।

ସଦର ବ୍ଲକର ରିଶି ଗାଁ ପଞ୍ଚାୟତର ତପସ୍ଵିନୀ ବାଗଙ୍କୁ ୫୦୦୦ ଟଙ୍କା ଏବଂ ନିଲା ଦେଇ ଙ୍କୁ ୨୦୦୦ ଟଙ୍କା, କୋକସରା ବ୍ଲକ ଆମପାଣିର ବୈଜନ୍ତି ସୁନଙ୍କୁ ୫୦୦୦ ଟଙ୍କା, ଜୁନାଗଡ଼ ବ୍ଲକର ଛୋରିଆଗଡ ଗ୍ରାମର ସଚ୍ଚିଦାନନ୍ଦ ନାଏକଙ୍କୁ ୫୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଟେମଲାଲ ଦୁବେ ଅଧ୍ୟକ୍ଷତା କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ସମ୍ମାନିତ ଅତିଥି ଭାବେ ଆୟୋଜକ ସମ୍ପାଦକ ଜୟରାମ ସାହୁ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ। ବୋର୍ଡା ଜନତା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ନିଶଙ୍କ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶଗଡା ହାଇସ୍କଲ ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷୟିତ୍ରୀ ଶୃତି ସିଲଭା ପଣ୍ଡା ଓ ବର୍ଷାରାଣୀ ତ୍ରିପାଠୀ ମଂଚ ପରିଚାଳନା କରିଥିଲେ।

ସମଗ୍ର ୧୩ଟି ବ୍ଲକରୁ ମନୋନୀତ ୬୩ଟି ବିଜ୍ଞାନ ପ୍ରକଳ୍ପ ମାନଙ୍କ ବାଲ୍ ବୈଜ୍ଞାନିକମାନଙ୍କ ଦ୍ୱାରା ଏଥିରେ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଅଧ୍ୟାପକ ତ୍ରିନାଥ ବିଷୋୟୀ, ଭି. ସୁରେନ୍ଦ୍ରନାଥ ରାଓ, ଅଟଳବିହାରୀ ନାୟକ, ରୁଦ୍ରମାଧବ ନାଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରଦର୍ଶନୀ ଉପଲକ୍ଷେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାର ୧୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କୁଇଜ ମାଷ୍ଟର ଭାବେ ଶୁଭେନ୍ଦୁ ଶେଖର ବେହେରା, ପ୍ରକାଶ ମିଶ୍ର, ଶ୍ରୀନିବାସ ସେନାପତି, ବିଜୟାନନ୍ଦ ହୋତା, ସୋମନାଥ ସାହୁ ପ୍ରମୁଖ କୁଇଜ ପରିଚାଳନା କରିଥିଲେ।

ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ସାଜିଥିଲା ପ୍ରକୃତି ବନ୍ଧୁ ରବୀନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଲୋକଖେଳ ଓ ବିଜ୍ଞାନ ଆଧାରିତ ବାଲୁକା କଳା। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହାକୁ ପରିଚାଳନା କରିଥିଲେ ଶିକ୍ଷକ ରବି କାନୁନଗୋ, ମଙ୍ଗୁଳୁ ପ୍ରଧାନ ଓ ଦୀପ୍ତିମୟୀ ସିଂ।

ବିଜ୍ଞାନ ସମ୍ପର୍କିତ ଯାଦୁକାରୀ ପ୍ରଦର୍ଶନ ଦେଖେଇଥିଲେ ଶିକ୍ଷକ ସନ୍ତୋଷ କର ଓ ନିରୋଜ ସାହୁ। ଏଥିରେ ପ୍ରଦର୍ଶନୀ କମିଟିର ସମସ୍ତ ସଦସ୍ୟ ତଥା ପୋଲିସ ହାଇସ୍କୁଲ୍ ର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।

Categories
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବାର୍ଷିକ ନିଯୁକ୍ତି ମେଳା: ବିଭିନ୍ନ ସଂସ୍ଥା ସହିତ ସହବନ୍ଧିତ ହେଲେ ୧୦୪୫ ଯୁବକ ଯୁବତୀ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଆଜି ଭବାନୀପାଟଣା ସ୍ଥିତ ଡି ଆଇ ଇ ଟି ସ୍କୁଲ ପଡିଆ ରେ ଜିଲ୍ଲା ପ୍ରଶାସନ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳା ରେ ୨୮ ଟି ନିଯୁକ୍ତି ଦାତା ସଂସ୍ଥା ଓ ୧୦ ଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଯୋଗ ଦେଇଥିଲେ।

ଏହି ମେଳା ରେ ୨୬୭୫ ଜଣ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ଭାଗ ନେଇଥିଲେ ଓ ୧୦୪୫ ଜଣ ବିଭିନ୍ନ ସଂସ୍ଥା ସହିତ ସହବନ୍ଧିତ ହୋଇଥିଲେ। ଏହି ମେଳା ରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟଳୟ ର କୁଳପତି ପ୍ରଫେସର ସଞ୍ଜୟ ଶତପଥି ,କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଯୁବ କଲ୍ୟାଣ ଅଧିକାରୀ ମଧୁଲିକା ସା ପ୍ରମୁଖ ଯୁବକ ଯୁବତୀ ମାନଙ୍କୁ ଏହି ସୁଯୋଗ ର ଫାଇଦା ନେବା ପାଇଁ ପରାମର୍ଶ ଦେଇଥିଲେ। ଏହି ନିଯୁକ୍ତି ମେଳା ରେ ୟୋକହାମା ଟାୟାର, ବିଶାଖାପାଟଣା, ହେଟେରୋ ଲାବ, ରିଲିଆନ୍ସ ଜିଓ, ପିଆଜିଓ ଅଟୋମୋବିଲ, ମୁଥୁତ ଫାଇନାନ୍ସ, ଏଲ୍ ଏଣ୍ଡ ଟି ଆଦି ୨୯ ଟି କମ୍ପାନୀ ଭାଗ ନେଇଥିଲେ।

ତାଲିମ ଭିତିକ ସଂସ୍ଥା ମଧ୍ୟରେ ବେଦାନ୍ତ, ଶାହୀ ଏକ୍ସପୋର୍ଟ, ସି ଟି ଟି ସି, ଡାଟା ପ୍ରୋ ଭଳି ୧୦ ଗୋଟି ସଂସ୍ଥା ଯୋଗ ଦେଇଥିଲେ। ଏହି ମେଳା ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିବା ବେଳେ, ଜିଲ୍ଲା ସୂଚନା ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି ସି ଇ ଓ ଓର୍ମାସ ଜର୍ଜ କେର୍କେଟା, ଶିଶୁ ସୁରକ୍ଷା ଅଧିକାରୀ ଅଂଶୁମାନ ବାବୁ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଅମ୍ବୁଜ ତିୱାରୀ, ସରକାରୀ ଆଇ ଟି ଆଇ ଭବାନୀପାଟଣାର ସରୋଜ କୁମାର ବେହେରା ଆଦି କାର୍ଯ୍ୟକ୍ରମ ପରିଚାଳନା ରେ ସାହାଯ୍ୟ କରିଥିଲେ।

ଏହି ମେଳା ରେ ଦକ୍ଷତା ବିକାଶ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ସମ୍ମାନିତ କରାଯାଇଥିଲା।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ନର୍ଲା ଭୁପିନ୍ଦର ସିଂ ଯୋଗଦେଇ ଥିଲେ। ସଭା ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ଵଳନ ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ଵେଶର ସାହୁ ଏହି ଦିବସର ମହତ୍ତ୍ଵ ତଥା କୃଷି ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମୃତ୍ତିକା ସ୍ୱାସ୍ଥ୍ୟ ସମ୍ପର୍କିତ ଯୋଜନା ଉପରେ ଆଲୋକପାତ କରିଥିଲେ।

ସଭାରେ ବିଧାୟକ ଭବାନୀପାଟଣାଙ୍କର ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ବ୍ଲକ ଆତ୍ମା ଅଧ୍ୟକ୍ଷ, ଉଦ୍ୟାନ ଉପ ନିର୍ଦ୍ଦେଶକ କିଶୋର ମହାଲିଂ, କୃଷି ବିଜ୍ଞାନ କେନ୍ଦ୍ରର ତଥା ଆଞ୍ଚଳିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକଗଣ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। କୃଷି ବିଭାଗ ତରଫରୁ ଅନୁଷ୍ଠିତ ପୋଷ୍ଟର ପ୍ରତିଯୋଗିତା ରେ ସଫଳ ହୋଇଥିବା ଗଣନାଥପୁର ଉନ୍ନୀତ ସରକାରୀ ହାଇସ୍କୁଲ ର ୬ ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ସଭାରେ ଟ୍ରଫି ଓ ମାନ୍ୟପତ୍ର ପ୍ରଦାନ କରାଯାଇଥିଲା।

ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର ପରିସରରେ ଇଫକୋ, କରମଣ୍ଡଳ ଓ ପାରାଦୀପ ଫସଫେଟ ଲିମିଟେଡ ସାରା କମ୍ପାନୀ ତରଫରୁ ଷ୍ଟଲ ର ବ୍ୟବସ୍ଥା କରାଯାଇଥିଲା। ଏହି ସଭାରେ ଭବାନୀପାଟଣା ବ୍ଲକ କୃଷି ଅଧିକାରୀ, କୃଷି କର୍ମଚାରୀ ମାନେ ସାହାଯ୍ୟ ସହଯୋଗ ପ୍ରଦାନ କରି ସଭାକୁ ସାଫଲ୍ୟମଣ୍ଡିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପି ସି ଏବଂ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଶୁକ୍ରବାର ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସ୍ତରୀୟ ପି ସି ଏବଂ ପି ଏନ୍ ଡି ଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସି ଡ଼ି ଏମ ଓ କଳାହାଣ୍ଡି ଡ ସୁଚେତା ପାଣି ଜିଲ୍ଲା ରେ ପୂର୍ବ ଗର୍ଭ ଧାରଣ ଓ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ସମ୍ବଧିୟ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ଓ ସ୍ଵୀକୃତି ଦେଇଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ। ଜିଲ୍ଲାରେ ସରକାରୀ ସ୍ତରରେ ୪ ଟି ଭବାନୀପାଟଣା ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, କେସିଙ୍ଗା ଓ ଏମ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଘରୋଇ କ୍ଷେତ୍ରରେ ଭବାନୀପାଟଣାରେ ୯ ଟି , ଧର୍ମଗଡ ରେ ୫ ଟି, କେସିଙ୍ଗା ରେ ୨ ଟି, ଜୁନାଗଡ ରେ ୩ଟି, ନର୍ଲା ରେ ୧ ଟି ଏବଂ ଲାଞ୍ଜିଗଡ ରେ ୧ ଟି ଅଲଟ୍ରା ସାଉଣ୍ଡ ଡାକ୍ତର ସହ ଚାଲୁଅଛି।

ଜିଲ୍ଲାପାଳ ଗୃହରେ ଶିଶୁ କନ୍ୟାର ହ୍ରାସ ଓ ଲିଙ୍ଗଗତ ଅସମାନତା କୁ ଦୂର କରିବାକୁ ହେଲେ ଭ୍ରୁଣ ହତ୍ୟା ଭଳି ଜଘନ୍ୟ ଅପରାଧ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ବିରୋଧ ରେ ପଦକ୍ଷେପ ନେବାକୁ ସି ଡି ଏମ ଓ ଙ୍କୁ କହିଥିଲେ। ଯେହେତୁ ଶିଶୁ କନ୍ୟାର ହ୍ରାସ ର ଏକ ପ୍ରମୁଖ କାରଣ ମା ଗର୍ଭ ରେ ଥିବା ଭ୍ରୁଣକୁ ନଷ୍ଟ କରିବା ଏବଂ ଏଥିପାଇଁ ବେଆଇନ ଲିଙ୍ଗ ନିରୂପଣ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ କୁ ଅଭିନବ ଉପାୟରେ, କୌଶଳରେ ଅଚାନକ ଚଢ଼ାଉ ଏବଂ ଧରିବା ପାଇଁ ପଦକ୍ଷେପ ନେବାକୁ ଚଢାଉ ଟିମ୍ ର ସଦସ୍ୟଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ ସଚେତନତା ସୃଷ୍ଟି, ବେଆଇନ ଲିଙ୍ଗ ନିରୂପଣ ବିଷୟରେ ଖବର ଦେବା ବ୍ୟକିଙ୍କ ପରିଚୟ ଗୋପନ ରଖିବାକୁ ସି ଡି ଏମ ଓ ଙ୍କୁ କହିଥିଲେ।

ବୈଠକରେ ଏ ଡି ଏମ ଓ (ଏମ ଏସ) ଡ ରଞ୍ଜନ ମିତ୍ର,ଶିଶୁ ରୋଗ ବିଶେଷଜ୍ଞ ଡ ବିଜୟ କମ୍ପ, ଡି ପି ଏଚ୍ ସି ଓ ଭାରତୀ ବ୍ରହ୍ମା, ଡି ଆଇ ପି ଆର୍ ଓ ମନୋଜ ବେହେରାଙ୍କ ସମେତ ଦାପ୍ତା, ସେବା ଜଗତ, ଜନ ସାହାଯ୍ୟ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧି, ସ୍ବାସ୍ଥ୍ୟବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ନିଖିଳ ଭାରତ ସମବାୟ ସପ୍ତାହ- ୨୦୨୩ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ଜିଲ୍ଲାସ୍ତରୀୟ ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ସ୍ଥାନୀୟ ଟାଉନ ହଲ ଠାରେ ଗିରିଶ ଚନ୍ଦ୍ର ବେହେରା, ସଭାପତି, ଭବାନିପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ପୌରହିତରେ ମହାସମାରୋହରେ ପାଳନ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ଅଧ୍ୟକ୍ଷ୍ୟ ଜିଲ୍ଲା ପରିଷଦ କଳାହାଣ୍ଡି ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ବିଧାୟକ ଧର୍ମଗଡ଼ ମୌସଧି ବାଗ, ଅଧ୍ୟକ୍ଷ୍ୟା ଭବାନୀପାଟଣା ପୌର ପାଳିକା ସଂଯୁକ୍ତା ବେହେରା ସମ୍ମାନିତ ଅତିଥିରୂପେ ଯୋଗଦାନ କରି ଜିଲ୍ଲାରେ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ କରିବା ସହ ଚାଷୀ ମାନଙ୍କୁ ଋଣ ଓ ଅନ୍ୟ ସହାୟତା,ସମୃଦ୍ଧି ପାଇଁ ମତ ରଖିଥିଲେ।

ଏହି ସଭାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଉପନିବନ୍ଧକ ସମବାୟ ସମିତି କଳାହାଣ୍ଡି ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ  କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଧେଶକ ବୃନ୍ଧ ତଥା ପାକ୍ସ ଓ ଲାମ୍ପ୍ପ ର ସଭାପତି ଓ ନିର୍ଦ୍ଦେଶକ ଅଂଶ ଗ୍ରହଣ କରିଥିଲେ। ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କଳାହାଣ୍ଡି/ ଗଣମାଧ୍ୟମ ପ୍ରତିନିଧି / ସମବାୟ ବିଭାଗର ଅବସରପ୍ରାପ୍ତ  କର୍ମଚାରୀ ଓ  ବୁଦ୍ଧିଜୀବୀ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ରୂପ କେଶରୀ ଦଳାଇ ମଞ୍ଚ ପରିଚାଳନା କରିଥିବାବେଳେ ଭବନାଥ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗର, ସମବାୟ ବ୍ୟାଙ୍କ ଓ ନିୟନ୍ତ୍ରିତ ବଜାର କମିଟି ଭବାନୀପାଟଣା ଓ କେସିଙ୍ଗାର କର୍ମଚାରୀ ମାନେ ସହଯୋଗ କରିଥିଲେ। ସଭା ପରିଚାଳନା ସହଯୋଗରେ ସମବାୟ ବ୍ୟାଙ୍କର ସୁରେଶ ଶତପଥି ଓ ଚକ୍ରଧର ଦାଶ ଓ ଆର ଏମ ସି ର    କୁନୁ ପାଢୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Categories
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୯ ରୁ ମାର୍ଚ୍ଚ ୩୧ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକର ମଣ୍ଡି ରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ନର୍ଲା ବିଧାୟକ ଭୁପିନ୍ଦର ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଉପ ଜିଲ୍ଲାପାଳ ଧର୍ମଗଡ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ. ବିଶ୍ୱଜିତ୍ ଦାସ, ବି ସି ସି ବି ବ୍ୟାଙ୍କ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ବେହେରା, ଲୋକସଭା ସାଂସଦ, କଳାହାଣ୍ଡି, ଭବାନୀପାଟଣା, ଧର୍ମଗଡ ଓ ଜୁନାଗଡ ବିଧାୟକଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡି ରେ ପର୍ଯ୍ୟାପ୍ତ ସୁବିଧା ,ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ି କୁ ଜବତ କରିବା ଉପରେ ମତ ଦେଇଥିଲେ। ନର୍ଲା ବିଧାୟକ ଭୁପିନ୍ଦର ସିଂହ ଗତ ଖରିଫ ରେ ମଣ୍ଡି ରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନ ପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀମାନେ କଟଣି ଛଟଣୀର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ସଭାରେ ଗନି ବ୍ୟାଗ୍ ର ଅସୁବିଧା, ମଣ୍ଡି ରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ , ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନ ର ଉପଲବ୍ଧି ଉପରେ ଆଲୋଚନା ହୋଇଥିଲା। ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା।

ସୁଚନା ଅନୁସାରେ କୋକସରା, ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା ବ୍ଲକରେ ନଭେମ୍ବର ୨୯ ତାରିଖ, ଭବାନୀପାଟଣା,କେସିଙ୍ଗା, ଧର୍ମଗଡ଼, ଜୁନାଗଡ,ଗୋଲାମୁଣ୍ଡା, ଜୟପାଟଣା, କଲମପୁର ବ୍ଲକରେ ଡିସେମ୍ବର ୧ ତାରିଖ ଏବଂ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନ ର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୧୮୩/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୨୦୩/- ଟଙ୍କା ରଖାଯାଇଛି। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୧,୧୨,୨୮୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚଳିତ ଖରିଫ ଋତୁରେ ୧୮୨୭୭୭ ହେକ୍ଟର ଧାନ ହୋଇଥିବା ଜମିରୁ ୭,୮୨,୯୫୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଖରିଫ ୨୦୨୩-୨୪ ରେ ଭବାନୀପାଟଣା ଓ ଧର୍ମଗଡ ସବ-ଡିଭିଜନ ରେ ୭୪ ଟି ପାକ୍ସ, ୨୧୩ ଟି ଧାନ ସଂଗ୍ରହ କେନ୍ଦ୍ର, ୩୨ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ। ସଭାରେ ବିଭାଗୀୟ ଅଧିକାରୀ, ଜିଲ୍ଲା ଚାଷୀ ପ୍ରତିନିଧ , ମିଲର ସଭାପତି,ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ, ଗ୍ରାହକ ହଇରାଣ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଭବାନୀପାଟଣା କେନ୍ଦ୍ର ସମବାୟ ବେଙ୍କ କର୍ମଚାରୀ ସଂଘ ର ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲାର ସମସ୍ତ ବେଙ୍କ ଶାଖା ରେ କର୍ମଚାରୀ ମାନେ ଧର୍ମଘଟ ରେ ସାମିଲ ହୋଇଛନ୍ତି। ଫଳତଃ ଜିଲ୍ଲାର ସମସ୍ତ ସମବାୟ ବେଙ୍କ ଶାଖା ଗୁଡିକରେ ବେଙ୍କ ସେବା ବନ୍ଦ ରହିବା ହେତୁ ଗ୍ରାହକ ମାନେ ହଇରାଣ ହରକତ ହେଉଥିବା ଦେଖା ଯାଉଛି। ସପ୍ତମ ବେତନ କମିଶନ ବକେୟା ପ୍ରଦାନ, ପେନସନ କର୍ପସ ଫଣ୍ଡ କାର୍ଯ୍ୟକାରୀ କରିବା, କେନ୍ଦ୍ର ସମବାୟ ବେଙ୍କ ର ପୁନର୍ବିନ୍ୟାସ କରିବା ସମେତ ତିନି ଦଫା ଦାବି ନେଇ ବେଙ୍କ କର୍ମଚାରୀ ସଂଘ ଧର୍ମଘଟ ଆହ୍ବାନ କରିଥିବା ଜଣାପଡିଛି।

ଭବାନୀପାଟଣା ଶାଖା ରେ ଜିଲ୍ଲା ସଭାପତି ଙ୍କ ନେତୃତ୍ବ ରେ ଧାରଣା ଦେଇଥିବା ବେଳେ ଜୁନାଗଡ ଶାଖାରେ ପରିକାଳକ ବୁଦ୍ଧିମାନ ପାତ୍ର ଙ୍କ ନେତୃତ୍ଵ ରେ ଧାରଣା ଦିଆ ଯାଇଥିବା ଦେଖା ଯାଇଥିଲା। ଗ୍ରାହକ ମାନେ ବେଙ୍କ ସେବା ପାଇ ନ ପାରି ହଇରାଣ ହେଉଥିବା ଦେଖା ଯାଇଥିଲା। ଜିଲ୍ଲାର ସମସ୍ତ ବେଙ୍କ ଶାଖା ଧର୍ମଘଟରେ ସାମିଲ ହୋଇଥିବା ଜଣା ପଡିଛି। ଅକ୍ଟୋବର ୨୫ ତାରିଖ ରୁ ୨୭ ପର୍ଯ୍ୟନ୍ତ କୁ ଏହି ଧର୍ମଘଟ ଡାକରା ଦିଆ ଯାଇଥିବା ବେଳେ ଦାବି ପୂରଣ ନ ହେଲେ ନଭେମ୍ବର ୧୪ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି କରାଯାଇଥିବା ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ  ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ 2023 ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ ସଞ୍ଜୟ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡା ଅଜୟ କୁମାର ମିଶ୍ର, ପୁର୍ବତନ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଏବଂ ବର୍ତ୍ତମାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପେଶ କୁମାର ହୋତା, ସଦସ୍ୟ ଭାରତ କୁମାର ପଣ୍ଡା, ସଦସ୍ୟ ସଞ୍ଜୟ କୁମାର ଏବଂ ସଦସ୍ୟ ଅଶୋକ କୁମାର ଚୌଧୁରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଏବଂ ସ୍ଵର୍ଣ୍ଣଲତା ମହାନ୍ତି ଏବଂ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସାହ କାର୍ଯ୍ୟକ୍ରମରେ ଜିଲର 13 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର 180 ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀଙ୍କ ମଧ୍ୟରେ 100 ମିଟର ଦୌଡ ପ୍ରତିଯୋଗୀତା ଏବଂ 200 ମିଟର  ଦୌଡ, ଲମ୍ବଡିଆ, ଉଚ୍ଚଡିଆଁ, ଚେସ, କେରମ ଓ ଫୁଟବଲ ପ୍ରତୋଯୋଗିତାରେ ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ। 100 ମିଟର ଦୌଡ ରେ ବାଳକ ବିଭାଗର ଶୁଭମ ମାଝୀ (NSM), 200 ମିଟର ଦଉଡାରେ ବାଳକ ବିଭାଗର ମାଣିକ ନାୟକ (BSS), ଉଚ୍ଚଡିଆଁରେ ମାଣିକ ନାୟକ ( BSS ), ଲମ୍ବଡିଆଁରେ ସୁରେନ୍ଦ୍ର ସୁନାନୀ (NSS), ଚେସ ରେ ସୁଶାନ୍ତ ରାଉତ (BGSN), କେରମରେ ମାଣ୍ଟୁ ମାଝୀ (BSS) ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି।

ବାଳିକା ବିଭାଗରେ 100 ମିଟର ଦୌଡ ରେ ରାଇମତି ମାଝୀ (NSS), 200 ମିଟର ଦୌଡରେ ରାଇମତି ମାଝୀ (NSS), ଉଚ୍ଚ ଡିଆଁ ରେ ପୂଜା ମାଝୀ (NSM), ଲମ୍ବ ଡିଆଁ ରେ ବେଲମତି ମାଝୀ (NSS), କ୍ୟାରମରେ ଗୌରୀ ଜାଲ ( jashoda ), ଚେସରେ ଲୋପମୁଦ୍ରା ବିହାରୀ ( EMI ) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଫୁଟବଲ ପ୍ରତିଯୋଗିତାରେ ବାଳକ ବିଭାଗର ( NSM ) ଏବଂ ବାଳିକା ବିଭାଗରେ (NSS) ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି।

ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଦୁଲାଳ ସେନାପତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବର୍ତ୍ତମାନର ଅଧ୍ୟକ୍ଷ ରୁପେଶ ହୋତା, ପୂର୍ବତନ ଅଧ୍ୟକ୍ଷ ଡା: ଅଜୟ ମିଶ୍ର ଏବଂ ରାଜେଶ ନାୟକ ତଥା ସମସ୍ତ ସଦସ୍ୟ ଗଣ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟଗଣ, ବିଭିନ୍ନ ଖେଳକୁଦ କୁ ପରିଚାଳନା କରୁଥିବା PET ଓ ବିଚାରକ ବୃନ୍ଦ ତଥା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶେଷରେ ଉତ୍ସାହ 2023 ର ଧ୍ଵଜା ଅବତରଣ କରାଯାଇ କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜୀବ ନିଷ୍ଠୁରତା ନିରୋଧ ଆଇନ ଓ ପଶୁ କଲ୍ୟାଣ ସଚେତନତା ଶିବିର ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ , କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ  “ ଜିଲ୍ଲାସ୍ତରୀୟ ଜୀବ ନିଷ୍ଠୁରତା ନୀରୋଧ ଆଇନ ଓ ପଶୁକଲ୍ୟାଣ ସଚେତନତା ଶିବିର” ଅନୁଷ୍ଠିତ ହୋଇଯାଇଛି।ସଭାରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିଲେ। ପ୍ରଥମେ ଡଃ ହେମନ୍ତ କୁମାର ପ୍ରଧାନ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇଥିଲେ।

ଡଃ ଅଶୋକ ପଣ୍ଡା, ଅତିରିକ୍ତ ଜିଲ୍ଲାପ୍ରାଣୀ ଚିକିତ୍ସାଧାରୀ ( ଜୀବେ କଲ୍ୟାଣ ), କଳାହାଣ୍ଡି, ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜୀବେ କଲ୍ୟାଣ କାର୍ଯ୍ୟକ୍ରମ ତଥା ରାଜ୍ୟ ସରକାରଙ୍କ ତରଫରୁ ପ୍ରଣୀତ ବିଭିନ୍ନ ଯୋଜନା ବିଷୟରେ ଜଣାଇଥିଲେ। ବିଶେଷ ଭାବରେ ବୁଲା , ପରିତ୍ୟକ୍ତ ଓ ରୋଗୀଣା ଗାଇ, ଷଣ୍ଡ, କୁକୁର ଓ ଅନ୍ୟ ଗୃହ ପାଳିତ ପଶୁ ଙ୍କୁ ଉଦ୍ଧାର, ଯତ୍ନ ଓ ଚିକିତ୍ସା ଉପରେ ସବିଶେଷ ସୂଚନା ଦେଇଥିଲେ।ସଭାରେ ଜିଲ୍ଲାପାଳ ଭବାନୀପାଟଣା ମୁନିସିପାଲିଟିରେ ବୁଲା ଗାଇ ଗୋରୁଙ୍କ ନିୟନ୍ତ୍ରଣର ଆବଶ୍ୟକ ରହୁଛି ଏବଂ ଏଥିପାଇଁ ସ୍ଵେଚ୍ଛାକୃତ ଭାବେ ଏକ ଗୋଶାଳା ସ୍ଥାପନ କରାଗଲେ ବିକ୍ଷିପ୍ତ ଭାବେ ରାସ୍ତା ଘାଟରେ ବୁଲୁଥିବା ନିଜେ ଦୁର୍ଘଟଣା ଓ ଦୁର୍ଘଟଣାର କାରଣ ହେଉଥିବା ପଶୁଙ୍କୁ ରକ୍ଷା କରାଯାଇପାରନ୍ତା ବୋଲି କହିଥିଲେ।

ପ୍ରାଣୀସମ୍ପଦ ବିଭାଗ ତରଫରୁ ପଶୁଜନ୍ତୁ ଙ୍କ ପାଇଁ ଆମ୍ବୁଲାନ୍ସ ର ବ୍ୟବସ୍ଥା ୨୪*୭ କରାଯାଇଛି ଏବଂ ଏଥିପାଇଁ ଯେ କୌଣସି ବ୍ୟକ୍ତି ହେଲ୍ପ ଲାଇନ ନମ୍ବର ୧୯୬୨ କୁ ଫୋନ କଲ୍ କରି ଆହତ ରୋଗିଣା ପଶୁକୁ ସାହାଯ୍ୟ କରିପାରିବେ।ସଭାର ଆଲୋଚନାଚକ୍ରରେ ସଂଜୀବ ଯୋଶୀ, ସୁପ୍ରିମକୋର୍ଟ ଆଇନଜୀବୀ ଜୀବେ ନିଷ୍ଠୁରତା ଆଇନ ଉପରେ ପ୍ରାରବ୍ଧ ଭାବରେ କହିଥିଲେ। ଆଲୋଚନାଚକ୍ରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ପ୍ରତ୍ୟକ୍ଷ ରୂପେ ଅଂଶଗ୍ରହଣ କରିଥିଲେ।

ଡଃ କେଦାର ନାଥ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାରେ ଅନ୍ୟ ମାନଂକ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ୍ ଅଧ୍ୟକ୍ଷ,ସରପଞ୍ଚ ,ଏ ଡି ପି ଏଚ ଓ, ଡି ଆଇ ପି ଆର୍ ଓ,ସହକାରୀ ଜିଲ୍ଲାପାଳ, ଡି ଏଫ୍ ଓ, ସ୍ବେଛାସେବୀ ସଂସ୍ଥା ଦାପ୍ତା, ଆତ୍ମା,ଗୋପାଳ  ଗୋଶାଳା କେସିଙ୍ଗା କର୍ମକର୍ତ୍ତା, ପ୍ରାଣୀ ସମ୍ପଦ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ” ଅନୁଷ୍ଠିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ-୨୦୨୩” ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଭବାନୀପାଟଣା ଉପଜିଲ୍ଲାପାଳ ଡ଼.ବିଶ୍ୱଜିତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରୂପେଶ ହୋତା, ସଦସ୍ୟ ସଞ୍ଜୟ କୁମାର, ଭାରତ ପଣ୍ଡା, ଅଶୋକ ଚୌଧୁରୀ, ସଦସ୍ୟା ବସନ୍ତ ପଟ୍ଟନାୟକ, କିଶୋର ନ୍ୟାୟ ବୋର୍ଡର ସଦସ୍ୟା ଭବାନୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମହକ କାର୍ଯ୍ୟକ୍ରମ ରେ ଜିଲ୍ଲାର ୧୩ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଦୁଇଶହ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀ ମାନଙ୍କ ମଧ୍ୟରେ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ କ୍ୟୁଜ, ଚିତ୍ରଙ୍କନ, ବକ୍ତୃତା, ଏକକ ସଙ୍ଗୀତ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ ଅୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡୀ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଓ ସଦସ୍ୟ, କିଶୋର ନ୍ୟାୟ ବୋର୍ଡ ସଦସ୍ୟା, ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ଶିଶୁ ମଙ୍ଗଳ ସମିତି ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଅତିଥି ଭାବରେ ଯୋଗଦେଇ କୃତି ଅନ୍ତେବାସୀ ମାନଙ୍କୁ ପୁରସ୍କୃତ କରିଥିଲେ।

ବରିଷ୍ଠ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଅନ୍ତେବାସୀ ବରିଷ୍ଠ ବିଭାଗର ଚିତ୍ରଙ୍କନରେ ପ୍ରଥମ ଡମ୍ବରୁ ମଝି, ଏକକ କଣ୍ଠ ସଂଗୀତରେ ଭୂମିସୁତା ନାଏକ, ବକ୍ତୃତା ରେ ସୁରମା ଜାଲ, କ୍ୟୁଜରେ ଦେବକି ନାଏକ, ଦଳଗତ ନୃତ୍ୟରେ ନେହେରୁ ସେବା ସଂଘ ଓ କନିଷ୍ଠ ବିଭାଗରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିତ୍ରଙ୍କନ ରେ ମଣ୍ଟୁ ମାଝୀ, ଏକକ କଣ୍ଠ ସଂଗୀତରେ ଶମ୍ଭୁ ମାଝୀ, ବକ୍ତୃତାରେ ଗୋବିନ୍ଦ ଦାଶ, କ୍ୟୁଜ ରେ ଗୁଲଶନ କୁମାର ଓ ଦଳଗତ ନୃତ୍ୟରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ମହକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଏହି ଅବସରରେ ଆନ୍ତଃର୍ଜାତିକ ଶିଶୁ କନ୍ୟା ଦିବସ ମଧ୍ୟ ଅୟୋଜିତ ହୋଇଥିଲା ଓ ଜିଲ୍ଲାର ୧୩ ଗୋଟି ବ୍ଲକର ବୋର୍ଡ, ସିବିଏସଇ ଓ ଆଇସିଏସଇ ପରୀକ୍ଷାରେ ଦଶମ ଶ୍ରେଣୀରେ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସହ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଭାରପ୍ରାପ୍ତ ଆନୁଷ୍ଠାନିକ ଯତ୍ନ ଅଧିକାରୀ ଅଂଶୁମାନ ବାବୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଣ ଆନୁଷ୍ଠାନିକ ଯତ୍ନ ଅଧିକାରୀ ରାଜଲଷ୍ମୀ ଦାଶ, ଶୁଭାଶିଷ ପାଣିଗ୍ରାହୀ, ସୁଧାଂଶୁ ମହାପାତ୍ର, ପ୍ରତୀକ ପଟ୍ଟନାୟକ, ଜୟଶ୍ରୀ ପାଣି, ଗୁରୁ ପ୍ରସାଦ ନାଏକ, ଅବିନାଶ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ରବିବାର ଦିନ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟ ରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଯୋଗାଭ୍ୟାସରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର କହଁର ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ. ଅନ୍ୟତମ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସେଲିଷ୍ଟିନ ଟୀଗା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ସହକାରୀ ଜିଲ୍ଲାପାଳ ଦିଲ୍ଲୀପ କୁମାର ପାତ୍ର,ବରିଷ୍ଠ ନାଗରିକ ସଂଘ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀଏବଂ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚକ୍ଷୁ ପରୀକ୍ଷା ହୋଇଥିଲା।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହିତ ପୂର୍ବରୁ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ନାଗରିକ ମାନଙ୍କ ଦ୍ଵାରା ସଂଗୀତ ପରିବେଷଣ ଏବଂ ମ୍ୟାଜିକ ଶୋ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା।ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜୁନାଗଡ଼ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ସେ ଯୁଗ ଆଉ ନାହିଁ, ଏବେ କଳାହାଣ୍ଡିକୁ ଉଡିବ ଉଡାଜାହାଜ, ଡିଜିସିଏ ତରଫରୁ ମିଳିଲା ଅନୁମତି

ଭୁବନେଶ୍ବର: ଖୁବ ଶିଘ୍ର କଳାହାଣ୍ଡିକୁ ଉଡିବ ଉଡାଜାହାଜ। ଏ ନେଇ ଡିଜିସିଏ ବା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନ ଅନୁମତି ପ୍ରଦାନ କରିଛନ୍ତି। ଗତକାଲି ଡିଜିସିଏ କଳାହାଣ୍ଡିର ଉତ୍କେଳା ବିମାନ ବନ୍ଦରକୁ ଅପରେସନାଲ ବିମାନ ବନ୍ଦର ଭାବେ ଲାଇସେନସ ପ୍ରଦାନ କରିଛି। ଫଳରେ ଭବାନୀପାଟଣର ଏହି ଉତକେଲା ବିମାନବନ୍ଦରକୁ ବିମାନ ଉଡାଣ ଆରମ୍ଭ ହେବ।

ଡିଜିସିଏ ତରଫରୁ ଏକ ଟିମ ଭବାନୀ ପାଟଣା ଆସି ସେଠାରେ ଦୁଇଦିନ ଧରି ବିମାନବନ୍ଦର ବିମାନ ଚଳାଚଳ ପାଇଁ ଉପଯୁକ୍ତ କି ନାହଁ ଅନୁଧ୍ୟାନ କରିଥିଲେ। ସେମାନେ ଦିଲ୍ଲୀ ଫେରିଯିବା ପରେ ତାଙ୍କର ରିପୋର୍ଟ ଆଧାରରେ ଏହି ଅନୁମତି ପ୍ରଦାନ କରାଯାଇଛି। ପ୍ରଥମେ ଏହି  ଉତ୍କେଳା ବିମାନ ବନ୍ଦରକୁ  2B ଲାଇସେନସ ପ୍ରଦାନ କରାଯାଇଛି। ଖୁବ ଶିଘ୍ର ଭୁବନେଶ୍ବରରୁ ଭବାନୀପାଟଣକୁ ବିମାନ ଉଡିବ ବୋଲି ଜଣାପଡିଛି।

 

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ନ ମିଳିବା ପ୍ରସଙ୍ଗ: ବିଜୁ ଛାତ୍ର ଜନତା ଦଳର ଦାବି ପତ୍ର ପ୍ରଦାନ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାରେ ପଢୁଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ଅତ୍ୟନ୍ତ ବିଳମ୍ବ ପର୍ଯ୍ୟନ୍ତ ନ ମିଳିବା ପ୍ରସଙ୍ଗରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ଦଳ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳସଚିବ ପିତାମ୍ବର ଭୋଇ ଏବଂ ପିଜି କାଉନସିଲ ଅଧ୍ୟକ୍ଷ ମେଜର ଡ଼ଃ ଜୟଦେବ ସାହୁଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।

ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ ସାହୁ, ରାଜ୍ୟ ଛାତ୍ର ବିଜେଡ଼ି ଉପ ସଭାପତି ଅଭିଷେକ ମହାପାତ୍ର, ଜିତେନ୍ଦ୍ର ବେହେରା, ନବୀନ ନାୟକ, ରୁଦ୍ର ବେହେରା, ପ୍ରକାଶ ସାହୁ, ପ୍ରେମ ତାଣ୍ଡି, ବରୁଣ ରାଉତ ପ୍ରମୁଖ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ଅନୁପସ୍ଥିତିରେ କୁଳସଚିବଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅଧିନରେ ପାଠ ପଢିଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର ଶିଘ୍ର ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭବାନୀପାଟଣାକୁ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାର ଉଚ୍ଚ ଶିକ୍ଷା ବିକାଶରେ ଆଉ ଏକ ଫର୍ଦ ଯୋଡ଼ି ୨୦୧୯ ମସିହାରେ ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଇଥିଲେ।

କଳାହାଣ୍ଡି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ୫୦ ଟି କଲେଜ ଅନୁବନ୍ଧିତ ହେବାସହ ୨୦୨୦ ମସିହା ଠାରୁ ନୂତନ ପାଠପଢ଼ା ଆରମ୍ଭ ହୋଇଥିଲା। ପୂର୍ବରୁ ୨୦୧୭ରୁ ୨୦୨୦ ମସିହା ମଧ୍ୟରେ ଯେଉଁ ମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇ ୨୦୨୦,୨୦୨୧ ଏବଂ ୨୦୨୨ ମସିହାରେ ସ୍ନାତକ ପାସ୍ କରିଥିଲେ ସେମାନେ ଏ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ପାଇନାହାନ୍ତି। ସେହିପରି ୨୦୧୯-୨୧ ବ୍ୟାଚ୍ ର ସ୍ନାତକୋତ୍ତର ଛାତ୍ର ଛାତ୍ରୀ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରମାଣ ପତ୍ର ପାଇବାରେ ବଞ୍ଚିତ ହୋଇଛନ୍ତି। ପ୍ରମାଣପତ୍ର ନଥିବା ଯୋଗୁଁ ଅନେକ ଛାତ୍ର ଛାତ୍ରୀ ରାଜ୍ୟ ବାହାରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ପିଏଚଡ଼ି ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପଡ଼ିବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଟୁଇଟର ମାଧ୍ୟମରେ ଛାତ୍ର ମାନେ ଖୋଲାଖୋଲି କଳାହାଣ୍ଡି ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ବିରୁଦ୍ଧରେ ନିଜର ଅସନ୍ତୋଷ ଜାହିର କରିଛନ୍ତି।

କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର କିଭଳି ମିଳିପାରିବ ସେ ନେଇ କୌଣସି ପ୍ରକାର ତ୍ୱରିତ ଏବଂ ଠୋସ ପଦକ୍ଷେପ ନେଉନଥିବାରୁ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି। ଏପରି କି କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅଧିନରେ ସ୍ନାତକୋତ୍ତର ପଢିଥିବା ପ୍ରଥମ ବ୍ୟାଚ୍ ଛାତ୍ର ଛାତ୍ରୀ ମଧ୍ୟ କେବଳ ପ୍ରୋଭିଜିନାଲ ସାର୍ଟିଫିକେଟ ପାଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପାସ୍ କରିଥିବା ଛାତ୍ର ଛାତ୍ରୀଙ୍କ ପ୍ରମାଣ ପତ୍ର ପ୍ରସଙ୍ଗରେ କୁଳସଚିବ ଡ଼ଃ ନୃପରାଜ ସାହୁଙ୍କୁ ପଚରାଯିବାରୁ ସେ କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ କୌଣସି ଚିଠି ପାଇନଥିବା ଏବଂ ଭବାନୀପାଟଣା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରୀକ୍ଷା ଫଳ ବାହାର ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସବିଶେଷ ତଥ୍ୟ ନଦେବା ଆଦି ପାଲଟା ପ୍ରଶ୍ନ କରିଛନ୍ତି।

ଏହି ପ୍ରସଙ୍ଗରେ ଉଭୟ ବିଶ୍ବବିଦ୍ୟାଳୟ କୁଳସଚିବ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ ଯାହାହେଉ କଳାହାଣ୍ଡି ବିଶ୍ବବିଦ୍ୟାଳୟ କତୃପକ୍ଷ ଏହାର ସମାଧାନ ପାଇଁ ଶିଘ୍ର ପଦକ୍ଷେପ ନେବା ଦରକାର ବୋଲି ବିଜୁ ଛାତ୍ର ଜନତା ଦଳ, ଅଭିଭାବକ ସଂଘ, ପୁରାତନ ଛାତ୍ର ସଂଘ ପକ୍ଷରୁ ଦାବି ହେଉଛି।

ଏହି ସମସ୍ୟାର ସମାଧାନ ୧୫ ଦିନ ମଧ୍ୟରେ ନହେଲେ ଛାତ୍ର ଛାତ୍ରୀ ଧାରଣା ଦେବାସହ ଅନ୍ୟାନ୍ୟ ପନ୍ଥା ଗ୍ରହଣ କରିବେ ବୋଲି ଲିଖିତ ଭାବେ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ କୁଳସଚିବଙ୍କୁ ଜଣାଇବା ସହ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ସଚିବ ପ୍ରମୁଖଙ୍କୁ ଦାବୀପତ୍ର ର ଏକ ନକଲ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଖରିଫ ଋତୁ ୨୦୨୩ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଚଳିତ ଖରିଫ୍ ଋତୁ୨୦୨୩ ବର୍ଷ ପାଇଁ ଏକ କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସର୍ବପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କଳାହାଣ୍ଡି ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଗତ ଖରିଫ ଋତୁ ୨୦୨୨-୨୩ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଓ ଉପଲବ୍ଧି ଗୃହରେ ଉପସ୍ଥାପନ କରିଥିଲେ ଓ ଚଳିତ ଖରିଫ ଋତୁର ଧାର୍ଯ୍ୟ ଲକ୍ଷ୍ୟ ଉପସ୍ଥାପନ କରିଥିଲେ। ଚଳିତ ଖରିଫ ଋତୁରେ ଧାନ ୧୮୪୧୬୧ ହେକ୍ଟର ଏବଂ ଅଣ ଧାନ ୧୯୯୫୬୦ ହେକ୍ଟର ରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅଣଧାନରେ ମକା ୧୬୭୫୧ହେକ୍ଟର, କ୍ଷୁଦ୍ର ଶସ୍ୟ ୮୬୫୧ହେକ୍ଟର, ଡାଲି ଜାତୀୟ ଶସ୍ୟ ୬୮୦୫୫ ହେକ୍ଟର, ତୈଳବୀଜ ୧୨୯୩୪ ହେକ୍ଟର, କପା ଜାତୀୟ ୭୨୪୪୭ହେକ୍ଟର, ପନିପରିବା ୧୭୬୭୭ ହେକ୍ଟର, ମସଲା ଜାତୀୟ ୨୪୨୩ ହେକ୍ଟର, ଆଖୁ ୬୦୦ ହେକ୍ଟର ଏଭଳି ସମୁଦାୟ ୩,୮୩,୭୨୧ ହେକ୍ଟର ଜମିରେ ଚାଷର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ବୈଠକରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ସୂଚନା ଦେଇଥିଲେ।

ଧାନ ହେକ୍ଟର ପ୍ରତି ହାରାହାରି ଉତ୍ପାଦନ ୪୮ କ୍ଵିଣ୍ଟାଲ ଏବଂ ସମୁଦାୟ ମୋଟ ୮୮୩୯୭୨.୮୦ ମ୍ୟାଟ୍ରିକ ଟନ ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି।। ଏଥିମଧ୍ୟରୁ ବିଭିନ୍ନ ଜଳ ସେଚନ ବ୍ୟବସ୍ଥା ଦ୍ଵାରା ୨୫୪୮୦୪ ହେକ୍ଟର ଜଳସେଚିତ ଏବଂ ୧୨୮୯୧୭ ହେକ୍ଟର ଅଣ ଜଳସେଚିତ ଜମିରେ ଚାଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଥିଲେ।ବୃହତ୍ ଜଳସେଚନ ଏବଂ ଅନ୍ୟାନ୍ୟ ଜଳସେଚନ ବିଭାଗର ଯନ୍ତ୍ରୀ ବର୍ଷା ଠିକ୍ ହେଲେ ଧାର୍ଯ୍ୟ ଜଳସେଚନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।

ବୃହତ୍ ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଗତ ୭/୭/୨୦୨୨ରୁ ଇନ୍ଦ୍ରାବତୀ ଜଳସେଚନ କେନାଲରେ ଜଳ ଛଡାଯାଉଛି ଏବଂ ଏହା ନଭେମ୍ବର ୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ କରିଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଚଳିତ ଖରିଫ ଋତୁ ୨୦୨୨ପାଇଁ ବିଭିନ୍ନ ରାସାୟନିକ ସାର ୭୭.୭ କିଲୋ ପ୍ରତି ହେକ୍ଟର ଥିବା ବେଳେ ଚଳିତ ଖରିଫ ଋତୁ ୨୦୨୩ ପାଇଁ ୮୧.୭୦ ପ୍ରତି ହେକ୍ଟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସେଭଳି ଭୂମି ପୋଷଣ ଅଭିଜାନ ରେ ୨୦୨୩-୨୪ ବର୍ଷ ପାଇଁ ୨୫୦୦୦ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଫସଲର ବିବିଧକରଣ ଯୋଜନାରେ ଚଳିତ ବର୍ଷ ୨୭୦୦୦ ହେକ୍ଟର ଜମିରେ ଧାନ ଚାଷ ନ କରି କପା, ଡାଲି ଜାତୀୟ, କ୍ଷୁଦ୍ର ଶସ୍ୟ, ପରିବା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ମିଲ୍ଲେଟ କ୍ଷୁଦ୍ର ଶସ୍ୟ ର ଉତ୍ପାଦନ ପାଇଁ ୮ ଟି ବ୍ଲକ ଭବାନୀପାଟଣା, ଥିଆମୁଲ ରାମପୁର, ନର୍ଲା, ଲାଞ୍ଜିଗଡ, କର୍ଲାମୁଣ୍ଡା, ଏମ ରାମପୁର, କୋକସରା, ଗୋଲାମୁଣ୍ଡା ରେ ୮୨୯୫ ହେକ୍ଟର ଜମିରେ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜଳନିଧି, ସୌରୋ ଜଳନିଧି,କୃଷି ଯାନ୍ତ୍ରିକ ରଣ,ବଳରାମ ଯୋଜନା,ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି, ଉନ୍ନତ ବିହନ ଉତ୍ପାଦନ, ସାର ଓ ଔଷଧ ସିଂଚନରେ ଡ୍ରୋନର ବ୍ୟବହାର, ନକଲି ବିହନ, ସାର ଓ କୀଟନାଶକ ଚଢାଉ ଉପରେ ସି ଡି ଏ ଓ କହିଥିଲେ। ଖରିଫ୍ ଋତୁ ୨୦୨୩-୨୪ ପାଇଁ ଚାଷୀମାନଙ୍କୁ ୧୭୭୧୧୭.୭ ଲକ୍ଷ ଟଙ୍କାର ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଧିକ ରୁ ଅଧିକ ଚାଷୀ ଯେଭଳି ଅନ୍ତର୍ଭୁକ୍ତ ହେବେ ସେଥି ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଖରିଫ୍ ଋତୁ ପାଇଁ ଧାନ ବିହନ ୨୦୯୦୦ କ୍ଵିଣ୍ଟାଲ, ମୁଗ ବିହନ ୯୫୦ କ୍ଵିଣ୍ଟାଲ,ହରଡ ବିହନ ୯୦୧ କ୍ଵିଣ୍ଟାଲ, ବିରି ବିହନ୧୦୨୧ କ୍ଵିଣ୍ଟାଲ, ଚିନାବାଦାମ ବିହନ ୧୦୫୦ କ୍ଵିଣ୍ଟାଲ ଚାଷୀ ମାନଙ୍କୁ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଉଛି। ଉତ୍ତମ ଧାନ ଓ ଅଣଧାନ ବିହନ ମାନଙ୍କୁ ତନଖି କରି ଉଚିତ୍ ମୂଲ୍ୟରେ ଚାଷୀ ମାନଙ୍କୁ ସମୟ ପୂର୍ବରୁ ବିହନ ଯୋଗାଣ ପାଇଁ ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ସହ ସମନ୍ୱୟ ରକ୍ଷା କରି ଚାଷୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ କରି କଳାହାଣ୍ଡି ଚାଷୀ ଯେଭଳି ଚାଷ ସମ୍ପର୍କିତ ସମସ୍ତ ସରକାରୀ ସହାୟତା ପାଇପାରିବେ ତା ଉପରେ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏସ ଇ, ଇନ୍ଦ୍ରାବତୀ ଜଳସେଚନ ଅନିଲ ପାଣିଗ୍ରାହୀ, ଡି ଆର୍ ସି ଏସ ପ୍ରମୋଦ ସାହୁ, ଡି ଡି ଏଚ କିଶୋର ମହାଲିଂ, ଇ ଈ, ଓ ଏଲ ଆଇ ସି ବେଣୁ ଚରଣ ବେହେରା, ଇଫ୍କୋ ମ୍ୟାନେଜର ଗଣେଶ ପାଢ଼ୀ, ଏସ ଇ, ଏମ ଆଇ ଏ ଚକ୍ରବର୍ତ୍ତୀ, ଇ ଈ, ମେଗା ଲିଫ୍ଟ ସତ୍ୟନାରାୟଣ ପଟ୍ଟନାୟକ, ଏସ ଇ ଅପର ଇନ୍ଦ୍ରାବତୀ ତପନ କୁମାର ପାତ୍ର ଡି ଆଇ ପି ଆର୍ ଓ ମନୋଜ ବେହେରାଙ୍କ ସମେତ ଜଳସମ୍ପଦ ବିଭାଗ, କୃଷି, ମୃତ୍ତିକା ସଂରକ୍ଷଣ, ବ୍ୟାଙ୍କ୍, ଉଦ୍ୟାନ, ସମବାୟ ବିଭାଗର କର୍ମଚାରୀ, ସମସ୍ତ ବ୍ଲକ୍ କୃଷି ଅଧିକାରୀଙ୍କ ସମେତ ବୈଠକରେ ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ଅନ୍ତର୍ଗତ ଚାଷୀ ପ୍ରଶାନ୍ତ ପାଟ୍ଟଯୋଶୀ, ଦିପ୍ତି ପ୍ରହରାଜ, ସୁଧିର ପୁଟେଲ, ମଧୁସୂଦନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ପ୍ରଥମ ଦିଶା କମିଟି ୨୦୨୩-୨୪ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୨୦୨୩-୨୪ ବର୍ଷର ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି, ଅତିରିକ୍ତ ଉନ୍ନୟନ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ୱାନ୍ ପ୍ରମୁଖ ଯୋଗ ଦେଇଥିଲେ।

ଏହା ସହିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ଜୁନାଗଡ, କେସିଙ୍ଗା, ଧର୍ମଗଡ ଏନ୍ ଏ ସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରଥମେ ଜିଲ୍ଲାପାଳ କଳାହାଣ୍ଡି “ଦିଶା” ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧି ଏବଂ ସଭା ଅଧ୍ୟକ୍ଷ ଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଦିଶା ଅଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚ ର ମୂଲ୍ୟାଙ୍କନ, ବିଭିନ୍ନ ସ୍କିମ୍ ର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତା ର କାରଣ ଓ ତର୍ଜମା ଉପରେ ଆଲୋଚନା କରିବାପାଇଁ କହିବା ସହ ଏଜେଣ୍ଡା ପାଠ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ କହିଥିଲେ।ଅତିରିକ୍ତ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦର୍ୱାନ୍ ଏଯେଣ୍ଡା ଅନୁଯାୟୀ ଅନୁପାଳନ ବିବରଣୀ ପାଠ କରିଥିଲେ।

ବୈଠକରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ସ୍କିମ୍ ମନରେଗା, ଦିନ ଦୟାଲ ଅନ୍ତୋଦୟ ଯୋଜନା, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍ ଏସ୍ ଏ ପି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ ଓ ସହର), ଜାତୀୟ ପାନୀୟ ଜଳ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଦିନ୍ ଦୟାଲ ଉପାଧାୟ ଗ୍ରାମ୍ୟ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍ ଏଚ ଏମ, ଆଇ ସି ଡ଼ି ଏସ୍, ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା, କୃଷି ସ୍ବାସ୍ଥ୍ୟ କାର୍ଡ, କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ, ରେଲୱେ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଏହି ଉପରୋକ୍ତ ସ୍କିମ୍ ରେ ଲାଭ ପାଉଥିବା ହିତାଧିକାରୀ, ସ୍କିମ୍ ର ଅଗ୍ରଗତି,ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ଉପରେ ସମୀକ୍ଷା କରିଥିଲେ। ବିଧାୟକ ଜୁନାଗଡ ଶ୍ରୀ ମିଶ୍ର ଜିଲ୍ଲାରେ ଏହି ଯୋଜନା ର ସଫଳତା ହାସଲ ପାଇଁ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ,ସରପଞ୍ଚ ଓ ଜନ ପ୍ରତିନିଧି ନିଜ ଅଞ୍ଚଳର ବିକାଶ ପାଇଁ ଆଗଭର ହୋଇ ବିଭାଗୀୟ ଅଧିକାରୀଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ସମ୍ୟନ୍ନୟ ରଖିବାକୁ କହିଥିଲେ।

ଜିଲ୍ଲାରେ ମନରେଗା ଯୋଜନାରେ ୧୩ ଟି ବ୍ଲକରେ ୨୦୨୨-୨୩ ରେ ୩୩୮୧ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ୧୬୩୮୦୧ ପରିବାର ତଥା ୨୭୪୧୯୧ ଜଣ ହିତାଧକାରୀ ଲାଭ ପାଇଛନ୍ତି। ୭୭ଟି ଅମୃତ ସରୋବର ଖନନ ଲକ୍ଷ୍ୟ ଧାର୍ଯ୍ୟ ରୁ ଏପର୍ଯ୍ୟନ୍ତ ୧୨ ଟି ଶେଷ ଏବଂ ୫୬ଟି କାର୍ଯ୍ୟ ଆରମ୍ଭ ହୋଇଅଛି ଏବଂ ୩୫୦୨ ଟି ରାସ୍ତା ଅନୁମୋଦନ ହୋଇ ୧୩୮୯ ଟି ର କାର୍ଯ୍ୟ ଆରମ୍ଭ ହୋଇଛି।ସେଭଳି ଗ୍ରାମ୍ୟ ରାସ୍ତା ସଂଯୋଗିକରଣ ରେ ୧୪୫୩ ଟି ଅନୁମୋଦିତ ହୋଇ ୧୫୬ ଟି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ସହର) ଯୋଜନା ରେ ୮.୬.୨୦୨୩ ସୁଦ୍ଧା ସଂଶୋଧିତ ୪୪୨୮ ଅନୁମୋଦିତ ଗୃହରୁ ୩୨୫୦ଜଣ ଙ୍କୁ ଘର ଯୋଗାଇ ଦିଆଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ଯୋଜନା ୨୦୧୬ ରୁ ୨୦୨୧ ମଧ୍ୟରେ ଲକ୍ଷ୍ୟ ଧାର୍ଯ୍ୟ ୧୦୧୯୭୧ ରୁ ୯୨୧୧୫ ଗୃହ ନିର୍ମାଣ ହୋଇ ୯୦.୩୩ ପ୍ରତିଶତ ପୂରଣ ହୋଇଛି ଓ ହିତାଧିକାରୀଙ୍କୁ ଆବଣ୍ଟନ କରାଯାଇଛି। ସ୍ୱଚ୍ଛ ଭାରତ ମିଶନ ରେ ୮.୬.୨୦୨୩ ସୁଦ୍ଧା ୫୮୫୦ ଲକ୍ଷ୍ୟ ଧାର୍ଯ୍ୟରୁ ୫୩୨୩ ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଦ୍ଵାରା ୨୦୨୨-୨୩ ସୁଦ୍ଧା ଜଳ ଜୀବନ ମିଶନ ରେ ୧୨୮ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ୭୮୫୨୪ ଏବଂ ବସୁଧା ରେ ୫୪ ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ୫୧୨୭୮ ଜଣ ପାନୀୟ ଜଳ ଯୋଗାଣ ରେ ସହଯୋଗ ପାଇଛନ୍ତି।୨୦୨୨-୨୩ ସୁଦ୍ଧା ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ୨୫୦୦୦ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇ ୩୨୦୭୩ ବଣ୍ଟନ କରାଯାଇଛି ।ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଜନା ରେ ୧୩ ଟି ବ୍ଲକର ୨୧୬୬ ଟି ସ୍କୁଲ ର ୧୮୬୭୪୬ ଜଣ ଛାତ୍ର ଛାତ୍ରୀ ଅନ୍ତର୍ଭୁକ୍ତ ହୋଇ ଲାଭ ପାଉଛନ୍ତି। ସେଥିମଧ୍ୟରୁ ୨୦୨୧ ଟି ରନ୍ଧନ ଶାଳ ସ୍କୁଲ କମିଟି ଏବଂ ୧୪୫ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଛି। ସାଂସଦ ଶ୍ରୀ ପଣ୍ଡା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଗତ ୨୦୧୪ -୧୫ ରୁ ୨୦୨୨ – ୨୩ ପର୍ଯ୍ୟନ୍ତ କେତେ ଅନୁଦାନ ଅର୍ଥ , କାର୍ଯ୍ୟ ନିର୍ବାହ, ଲକ୍ଷ୍ୟ ପୁରଣ ଉପରେ ସବିଶେଷ ସମୀକ୍ଷା କରିଥିଲେ।

ଜିଲ୍ଲାରେ ବେଦାନ୍ତ ଆଲୁମିନା ପକ୍ଷରୁ କଳାହାଣ୍ଡି ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାରେ ଅବହେଳା ଏବଂ ଉତ୍କଳ ଆଲୁମିନା ପକ୍ଷରୁ କାହିଁକି ଏ ପର୍ଯ୍ୟନ୍ତ ସ୍ଥାନୀୟ ଆଶାୟୀ ପ୍ରାର୍ଥୀ ଙ୍କୁ ନିଯୁକ୍ତି ନ ଦେଇ ଜିଲ୍ଲାର ଖଣି ଉତ୍ତୋଳନ କରିଚାଲିଛି ଏହି ବିଷୟ ନେଇ ସାଂସଦ ଏବଂ ଜୁନାଗଡ଼ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ପ୍ରଶାସନ ଏହା ଉପରେ ପଦକ୍ଷେପ ନେଉ ବୋଲି କହିଥିଲେ।ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର କଳାହାଣ୍ଡି ର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସହ ରାଜ୍ୟର ଅନୁଦାନ ଅର୍ଥ ର ସଠିକ୍ ବିନିଯୋଗ, ଜିଲ୍ଲାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା କୁ ଅଗ୍ରାଧିକାର ଦେଇ ସମସ୍ତେ ଚେଷ୍ଟା ସହ ଆନ୍ତରିକ ଉଦ୍ୟମ କଲେ ଏହି ସବୁ ଯୋଜନା ର ହିତାଧିକାରୀ ନିଶ୍ଚୟ ପାଇପାରିବେ ବୋଲି କହିଥିଲେ। ସାଂସଦ ତଥା ଅଧ୍ୟକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ , ଆର୍ ଏମ ସି କାର୍ଯ୍ୟଳୟ ଦେଇ ତାରିଣୀ ମନ୍ଦିର ରାସ୍ତା କୁ ଠିକ୍ କରିବା ପାଇଁ ଆର୍ ଡି ନିର୍ବାହୀ ଯନ୍ତ୍ରୀ ଏବଂ ଭବାନୀପାଟଣା ପୌରପାଳିକା ଇ ଓ ଙ୍କୁ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ଉପସ୍ଥିତ ରେଲୱେ କତୃପକ୍ଷ ଙ୍କୁ କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ମାନଙ୍କ ସୁବିଧା ପାଇଁ ବିଶାଖାପାଟଣା- ରାୟଗଡ଼ା ଟ୍ରେନ କୁ ଭବାନୀପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ,ଭୁବନେଶ୍ୱର ରୁ ବଲାଙ୍ଗୀର ସିଟିଂ ବ୍ୟବସ୍ଥା ଟ୍ରେନ କୁ କେସିଙ୍ଗା ପର୍ଯ୍ୟନ୍ତ, ଏବଂ ସମତା ଏକ୍ସପ୍ରେସ କେସିଙ୍ଗା ରୁ ଗୋଟିଏ ଦିନ ଆହ୍ଲାବାଦ ଦେଇ ଦିଲ୍ଲୀ ଯିବାକୁ ପ୍ରସ୍ତାବ ଗ୍ରହଣ କରି ଚିଠି ଲେଖିବା କୁ କହିବା ସହ ରେଲୱେ ବୋର୍ଡ ରେ ଏହି ବିଷୟ କୁ ଗୁରୁତ୍ଵ ଦେବେ ବୋଲି କହିଥିଲେ।ବୈଠକରେ ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ୍ ରାମପୁର , ଲାଞ୍ଜିଗଡ ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା,ଫସଲ ବୀମା,କ୍ଷୁଦ୍ର ଜଳ ସେଚନ, ପୋଷଣ ଯୋଜନା,ବିଦ୍ୟୁତିକରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟଵହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଜିଲ୍ଲାସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜତୀୟ ନିଶା ବ୍ୟବହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ସକାଳ ୮.୦୦ ଟା ରେ ଏକ ସଚେତନ ଶୋଭାଯାତ୍ରାକୁ ଅତିରିକ୍ତ ଜଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଉପଖଣ୍ଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ, ପ୍ରଜାପତି ବ୍ରହ୍ମକୁମାରୀ ଆଶ୍ରମ କର୍ମକର୍ତ୍ତା ଗଣ, ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ଛାତ୍ରଛାତ୍ରୀ, ଏନ୍ ସି ସି, ସ୍କାଉଟ୍, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ।

ପୂର୍ବାହ୍ନ ୧୦.୦୦ ଘଣ୍ଟା ସମୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପୁରସ୍କାର ବିତରଣୀ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସୁବ୍ରତ କୁମାର ନାୟକ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଅନ୍ୟାନ୍ୟ ଅତିଥି ରୂପେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ଧର୍ମଗଡ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶୁଭାଶିଷ ମହାନ୍ତି, କଳାହାଣ୍ଡି ବିଶ୍ଵବିଦ୍ୟାଲୟର ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଏବଂ ପ୍ରଜ୍ଜପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଭବାନୀପାଟଣା ଶାଖା ମୁଖ୍ୟ ଯୋଗ ଦେଇ ଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାକୁ ଜୁନାଗଡ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ପରିଚାଳନା କରିଥିଲେ।

ଏହି ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା (ପ୍ରବନ୍ଧ/ତର୍କ/ସାଧାରଣ ଜ୍ଞାନ) ର ଉତ୍ତିର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲ।

ଏହି ଅବସରରେ ନିଶାରୁ ସଂପୂର୍ଣ୍ଣ ମୁକ୍ତି ପାଇଥିବା ଦୁଇ ଜଣ ବ୍ୟକ୍ତି ଭିକାରୀ ଚରଣ ନାଏକ  ଏବଂ ଦେବାର୍ଚ୍ଚନ୍ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମ ସହଯୋଗରେ ସେମାନେ ନିଶାରୁ ମୁକ୍ତି ପାଇଥିବାର ଅନୁଭୂତି ସଭାରେ ପ୍ରକାଶ କରିଥିଲେ।

ସଭାରେ ଅତିଥିଗଣ ନିଶା ସେବନକୁ ପ୍ରତିରୋଧ କରିବା ପାଇଁ ସଚେତନତା ସୃଷ୍ଟି ସହ ନିଜକୁ ବିଭିନ୍ନ ସକାରାତ୍ମକ ଓ ସୃଜନଶୀଳତା ବୃତ୍ତିରେ ନିୟୋଜନ କରିବା ଉଚିତ ବୋଲି କହିଥିଲେ।

ନିକଟ ଅତୀତରେ ଅବକାରୀ ବିଭାଗ ଦ୍ଵାରା ବିଶେଷ ଚଢାଉ କରାଯାଇ ବହୁ ମାତ୍ରାରେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ରାଉନ ସୁଗର ଜବତ କରାଯାଇଥିବା ଯୋଗୁଁ ଅବକାରୀ ବିଭାଗ କର୍ମଚାରୀଙ୍କୁ ପ୍ରଶଂସା କରଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ସଚେତନତା ରଥ ଜିଲ୍ଲା ର ବିଭିନ୍ନ ବ୍ଲକ , ଏନ୍ ଏ ସି ଅଂଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ ଓ ଶିଶୁ ତଥା କିଶୋର ମାନଙ୍କୁ ବିଭିନ୍ନ କର୍ମସଂସ୍ଥାନ ରେ ନିୟୋଜନ ନିଷେଧ ଉପରେ ସଚେତନତା ସୃଷ୍ଟି କରିବ। ଶିଶୁ ଓ କିଶୋର ( ନିରାକରଣ ଓ ନିୟନ୍ତ୍ରଣ) ୧୯୮୬ ନିୟମ ଅନୁଯାୟୀ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ବିଭିନ୍ନ ବୃତ୍ତି ରେ ନିଯୁକ୍ତି ଦେବା ନିଷେଧ ଏବଂ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋର ମାନଙ୍କୁ ବିପଦ ସଙ୍କୁଳ କର୍ମ ସଂସ୍ଥାନ ଓ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ। ଏଭଳି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ୫୦,୦୦୦ ଟଙ୍କା ଆର୍ଥିକ ଜୋରିମାନା ଓ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ପଡିବ। ଦେଖାଯାଉଛି ବିଭିନ୍ନ ହୋଟେଲ , ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଅସାଧୁ ବ୍ୟବସାୟୀ କମ ପାରିଶ୍ରମିକ ଦେଇ ଶିଶୁ ଶ୍ରମିକ ନିୟୋଜନ କରୁଛନ୍ତି ଏହି ବିଷୟରେ ଜନ ସାଧାରଣ ସଚେତନ ହୋଇ ଶ୍ରମ କାର୍ଯ୍ୟାଳୟ ରେ ଅଭିଯୋଗ କରିପାରିଲେ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ର ସଂକଳ୍ପ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି।

ସଚେତନତା ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳ,ସହକାରୀ ଶ୍ରମ ଅଧିକାରୀ ଜିତମ୍ ମାଝୀ, ଟ୍ରେଡ ୟୁନିଅନ୍ ସଭାପତି ଶିଶିର ପଟ୍ଟନାୟକ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ର କର୍ମଚାରୀ ଅଂଶୁମାନ ବାବୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।