Categories
ଆଞ୍ଚଳିକ

ଭବାନୀପାଟଣାଠାରେ ଜନଶୁଣାଣି ଶିବିର ଅନୁଷ୍ଠିତ, ଥିଲେ ୮୮ଜଣ ଆବେଦନକାରୀ

କଳାହାଣ୍ଡି: ଆଜି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ , ଭବାନୀପାଟଣା ଡ ବିଶ୍ୱଜିତ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୮୮ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୭୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ଆର୍ଥିକ ସହାୟତା ରୂପେ ନର୍ଲା କିଡ଼ିଂ ର ଯୋସ୍ନା ଶବର ଙ୍କୁ ୧୦୦୦୦ ଟଙ୍କା, ଜୁନାଗଡ ଗଉଡଛେଣ୍ଡିଆ ର ସାଇବତି ଝାଙ୍କର ଙ୍କୁ ୫୦୦୦ ଟଙ୍କା, ଭବାନୀପାଟଣାର ନିକୁ ନାୟକଙ୍କୁ ୨୦୦୦ ଟଙ୍କା, ଜୁନାଗଡ ଭଇଁରିଗୁଡ଼ା ର ମରୁଆ ନାଏକଙ୍କୁ ୫୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।ସହକାରୀ ଜିଲ୍ଲାପାଳ ଧୀରୋଜ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜିଓ ପକ୍ଷରୁ ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି। ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି। ଜିଓ ପକ୍ଷରୁ ପୂର୍ବରୁ ରାଜ୍ୟର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ନାଲ୍‌କୋ-ଅନୁଗୁଳ, ତାଳଚେର ସହରରେ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରାଯାଇଥିଲା।

ଜାତୀୟ ସ୍ତରରେ ୧୦ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୩୪ଟି ଅଧିକ ସହରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ବିଷୟରେ ଆଜି ରିଲାଏନ୍ସ ଜିଓ ପକ୍ଷରୁ ଘୋଷଣା କରାଯାଇଛି ଯାହା ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି। ଏହି ସବୁ ସହରଗୁଡ଼ିକ ମଧ୍ୟରୁ ଅଧିକାଂଶ ସହରରେ ପ୍ରଥମ ଟେଲିକମ୍ ଅପରେଟର ଭାବେ ଭବିଷ୍ୟତଧର୍ମୀ ଓ ଯୁଗାନ୍ତକାରୀ ଟ୍ରୁ ୫ଜି ସେବା ପ୍ରଦାନ କରି ଭାରତର ଡିଜିଟାଲ୍ ରୂପାନ୍ତରଣ ଦିଗରେ ଜିଓ କାର୍ଯ୍ୟ କରୁଛି। ଆଜିଠାରୁ ଏହି ସହରଗୁଡ଼ିକର ଜନତା ଓ ବ୍ୟବସାୟ ପାଇଁ ହାଇ ସ୍ପିଡ୍‌, ଲୋ-ଲାଟେନ୍‌ସି, ଷ୍ଟାଣ୍ଡ୍‌-ଏଲୋନ୍ ଟ୍ରୁ-୫ଜି ସେବାର ଉନ୍ନତ ପ୍ରଯୁକ୍ତି ଉପଲବ୍ଧ ହୋଇଛି ଯାହା ଏହି ଅଂଚଳର ପର୍ଯ୍ୟଟନ, ମାନୁଫାକ୍‌ଚରିଂ, ଏସ୍‌ଏମ୍‌ଇ, ଇ-ଗଭର୍ଣ୍ଣାସ୍‌, ଶିକ୍ଷା, ସ୍ୱାସ୍ଥ୍ୟ ସେବା, କୃଷି, ଅଟୋମେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ଗେମିଂ ଓ ଆଇଟି ଭଳି କ୍ଷେତ୍ରରେ ନୂଆ ଅଭିବୃଦ୍ଧିର ସୁଯୋଗକୁ ଉନ୍ମୁକ୍ତ କରିଛି।

ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଏହି ସହରଗୁଡ଼ିକରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ କରିଥିବାରୁ ଆମେ ଗର୍ବିତ। ଏହି ସହରଗୁଡ଼ିକର ନିୟୁତାଧିକ ଜିଓ ବ୍ୟବହାରକାରୀମାନଙ୍କ ଲାଗି ଏହା ଆମର କୃତଜ୍ଞତା ସଦୃଶ ଯେଉଁଠାରେ ଜିଓ ଟ୍ରୁ-୫ଜି ପ୍ରଯୁକ୍ତିର ଲାଭକୁ ସେମାନେ ଉପଭୋଗ କରିବେ। ପ୍ରତି ଭାରତୀୟଙ୍କୁ ଟ୍ରୁ-୫ଜି ସେବା ପ୍ରଦାନ କରିବା ଲାଗି ଜିଓର ଇଞ୍ଜିନିୟରମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଦ୍ୱାରା ଏହି ପ୍ରଯୁକ୍ତିର ରୂପାନ୍ତରିତ ଶକ୍ତି ଓ ଉଲ୍ଲେଖନୀୟ ଲାଭକୁ ଦେଶର ପ୍ରତିଟି ନାଗରିକ ଅନୁଭବ କରିପାରିବେ।

୨୦୨୩ ଡିସେମ୍ବର ସୁଦ୍ଧା ଦେଶର ପ୍ରତିଟି ସହରରେ ଜିଓ ଟ୍ରୁ-୫ଜି ସେବା ପହଂଚିବ। ଭାରତକୁ ଏକ ଡିଜିଟାଲ୍ ସମାଜରେ ରୂପାନ୍ତରିତ କରିବା ଲାଗି ଜିଓର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ସ୍ୱୀକୃତି। ଏହି ଅଂଚଳଗୁଡ଼ିକୁ ଡିଜିଟାଇଜ୍ କରିବା ଲାଗି ସହଯୋଗ ପ୍ରଦାନ କରିଥିବାରୁ ଆମେ ଉକ୍ତ ରାଜ୍ୟଗୁଡ଼ିକର ସରକାର ଓ ପ୍ରଶାସନ ନିକଟରେ କୃତଜ୍ଞ ହୋଇରହିବୁ।’’

ଜିଓ ଟ୍ରୁ-୫ଜିର ତିନି ପ୍ରକାର ବିଶେଷ ଲାଭ ରହିଛି ଯାହା ଏହାକୁ ଭାରତରେ ଏକମାତ୍ର ଟ୍ରୁ-୫ଜି ନେଟୱର୍କ କରି ଗଢିତୋଳିଛି:

୪ଜି ନେଟୱର୍କ ଉପରେ ଶୂନ୍ୟ ନିର୍ଭରଶୀଳତା ସହିତ ଷ୍ଟାଣ୍ଡ୍‌-ଏଲୋନ ୫ଜି ସଂରଚନା
୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ, ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ସର୍ବବୃହତ ଏବଂ ସର୍ବୋତମ ୫ଜି ସ୍ପେକ୍ଟ୍ରମର ସମ୍ମିଶ୍ରଣ କ୍ୟାରିୟର ଆଗ୍ରିଗେସନ୍ ଭଳି ଏକ ନୂତନ ଅତ୍ୟାଧୁନିକ ପ୍ରଯୁକ୍ତି ଉପଯୋଗରେ ପ୍ରତିବନ୍ଧକଶୂନ୍ୟ ଭାବରେ ଏହା ୫ଜି ଫ୍ରିକ୍ୱେନ୍ସିଗୁଡିକୁ ଗୋଟିଏ ମଜଭୁତ ‘ଡାଟା ହାଇୱେ’ରେ ପରିଣତ କରୁଛି।

ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ୨୦୨୩ ମାର୍ଚ୍ଚ ୧୫ଠାରୁ ଏହି ୩୪ଟି ସହରରେ ଜିଓ ବ୍ୟବହରକାରୀମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ।

ଓଡିଶାର ସହରଗୁଡ଼ିକର ତାଲିକା:

୧- ଭବାନୀପାଟଣା

୨- ଜଟଣୀ

୩- ଖୋର୍ଦ୍ଧା

୪- ସୁନ୍ଦରଗଡ

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତା ରେ ପଲିଟେକନିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୩ ଦିନିଆଁ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ
ବିକାଶ ତାଲିମ ଶିବିର ଶୁଭାରମ୍ଭ ହୋଇ ଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ବିଶ୍ୱଜିତ ଦାସ ଉପ ଜିଲ୍ଲାପାଳ ଭବାନୀପାଟଣା ଏବଂ ମୁଖ୍ୟ ବକ୍ତା ଭାବରେ ଅମୁଲ୍ୟ କୁମାର ପଣ୍ଡା ପ୍ରିନ୍ସିପାଲ ପୋଲିଟେକନିକ କଲେଜ ଭବାନୀପାଟଣା, ସମ୍ମାନିତ ଅତିଥି ଭାବରେ ମନୋଜ କୁମାର ବେହେରା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଳାହାଣ୍ଡି, ଅଶୋକ କୁମାର ପଟ୍ଟନାୟକ କର୍ତ୍ତବ୍ୟ ଅନୁଷ୍ଠାନ ମୁଖ୍ୟ, ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅଭିଭାଷଣ ରଖିଥିଲେ।

ଲେଖାପାଳ ଦୂତିଆ ବନଛୋର ମଞ୍ଚ ପରିଚାଳନା କରିଥିଲେ। ଆଜିର ପ୍ରତ୍ୟେକ ଯୁବକଙ୍କ ପାଖରେ କିଛି ନାଁ କିଛି ଅନ୍ତର୍ନିହିତ ଗୁଣ ଭରି ରହିଛି। ସେହି ଗୁଣ ମାଧ୍ୟମରେ ସେମାନେ ସମାଜ ପ୍ରତି ଥିବା ତାଙ୍କର ଦାୟିତ୍ୱକୁ ନିର୍ବାହ କରି ପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ପରେ ପ୍ରଶିକ୍ଷକ ଅଶୋକ କୁମାର ପଟ୍ଟନାୟକ ଓ ସଂଜୀବ କୁମାର ସାହୁ ଉପସ୍ଥିତ ପ୍ରଶିକ୍ଷାର୍ଥୀ ଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହି ପ୍ରଶିକ୍ଷଣ ୩ ଦିନ ପ୍ରଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କ୍ଲବରୁ ପ୍ରଶିକ୍ଷାର୍ଥୀମାନେ ଆସି ପ୍ରଶିକ୍ଷଣ ନେବେ ବୋଲି ଜିଲ୍ଲା ଯୁବ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ପ୍ରଶିକ୍ଷଣ ଶିବିରକୁ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର କୋପ୍ନେଶ୍ଵର ବେମାଲ, ଯଶୋବନ୍ତ ରଣା, ମମତା ପ୍ରଧାନ, ରାହୁଲ ତାଣ୍ଡି, ଶମ୍ଭୁ ବିଶି, ଚୁଳମଣୀ ମାଝୀ ଏମିଟୀଏସ ଦୁଲ୍ଲଵ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସ୍ଥାନୀୟ ଓସୱାନ ସେଣ୍ଟର୍ ଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁ୍ଷ୍ଠ।ନ ମାନଙ୍କରେ ଯେପରି ରାସାୟନିକ ଦୁର୍ଘଟଣା ନ ଘଟେ, ସେଥି ପ୍ରତି ବିଶେଷ ଯତ୍ନବାନ୍ ଏବଂ ଜୀବନହାନୀ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଗୁରୁତ୍ୱାରୋପ କରିବା ସହ ଆପାତକାଳୀନ ଟିମର ଅଧିକାରୀ ଦାୟିତ୍ବବାନ ହେଲେ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ।

ବୈଠକରେ ରାସାୟନିକ ପଦାର୍ଥ ବହନ କାରୀ ଭାରୀଯାନ ଗୁଡ଼ିକ ଚଳାଚଳ କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ତଥା ପ୍ରଶାସନିକ ଅଧିକାରୀଙ୍କ ସହ ଶିଳ୍ପାନୁଷ୍ଠ।ନ କର୍ମକର୍ତ୍ତା ସମନ୍ଵୟ ରକ୍ଷାକରି ଏ ଦିଗରେ ଯତ୍ନବାନ୍ ହେବାକୁ ମତପ୍ରକାଶ ପାଇଥିଲା। ଦୈବାତ କୌଣସି ଅଘଟଣ ଘଟିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ମିଳିତଭାବେ କାର୍ଯ୍ୟାନୁଷ୍ଠ।ନ ନେବାକୁ ସହମତି ପ୍ରକାଶ ପାଇଲା। ଜିଲ୍ଳାପାଳ ସମସ୍ତ ଶିଳ୍ପାନୁଷ୍ଠାନର ଆପାତ କାଳୀନ କର୍ମଚାରୀମାନଙ୍କୁ ସମୂହସ୍ୱ।ର୍ଥ ଦୃଷ୍ଟିରୁ ସବୁ ବେଳେ ସତର୍କ ରହିବା ସହ ନିୟମିତ ବ୍ୟବଧାନରେ ମକ୍ ଡ୍ରିଲ୍ ଅଭ୍ୟାସ ଏବଂ ସଚେତନତା କର୍ମଶାଳା ଆୟୋଜନ କରିବାକୁ କହିଥିଲେ। ନିକଟ ଅତୀତରେ ପାଷ୍ଟିକୁଡ଼ି ନିକଟରେ ଗ୍ୟାସ୍ ଟ୍ୟାଙ୍କର ଦର୍ଘଟଣା ଗସ୍ତ ହୋଇ ଗ୍ୟାସ୍ ଲିକ୍ ହୋଇଥିଲା ଏବଂ ପ୍ରଶାସନ ସହ ବଲାଙ୍ଗୀରରୁ ଭାରତ ଗ୍ୟାସ୍ କମ୍ପାନୀ, ବେଦାନ୍ତରୁ ଅଗ୍ନିଶମ ଦଳ ସହଯୋଗରେ ତୁରନ୍ତ ସମସ୍ୟାର ସମାଧାନ ହୋଇଯାଇଥିଲା।

ବୈଠକ ରେ ସି.ଡି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର, ଡି.ଏସ.ପି ବି.ସେଠୀ, ଅତିରିକ୍ତ ନିର୍ଦ୍ଦେଶକ କାରଖାନା ତଥା ବାସ୍ପିତ ନିର୍ଦ୍ଦେଶାଳୟ ଚନ୍ଦ୍ରଶେଖର ବେହେରା, ଜିଲ୍ଲା ଅଗ୍ନିଶମ ଅଧିକାରୀ ବିଶ୍ଵନାଥ ମୁଣ୍ଡା, ଆଞ୍ଚଳିକ ଅଧିକାରୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ଼ା ହେମନ୍ତ ନାଥ ନାୟକ, ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା, ସି.ଡ଼ି.ଏ.ଓ ପ୍ରଦୀପ କୁମାର ସାହୁ, ଓମଫେଡ ଅଧିକାରୀ ବିଷ୍ଣଚରଣ ପ୍ରଧାନ, ଗାୟତ୍ରୀ ଏଗ୍ରୋ ର ଅମିତ୍ ଅଗ୍ରୱାଲ, ମୁଖିଗୁଡ଼ା ସ୍ଥିତ ଅପର୍ ଇନ୍ଦ୍ର।ବତି ପାୱର୍ ଷ୍ଟେସନ୍ ର ପ୍ରମୋଦ ବେହେରା, କେ.ଜି.ଏନ୍ ଗ୍ୟାସ୍, ଜୁନାଗଡ ର ମହମ୍ମଦ ଜାଫର, ଡେପୁଟି ଫାୟର ଅଫିସର୍ ଶରତ ଚନ୍ଦ୍ର ମଲ୍ଲିକ ଏବଂ ଡି.ପି.ଏଚ୍.ଓ ଡ଼ଃ ରାକେଶ ସାହୁ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୋଦ ଖିଲୋ ଧନ୍ୟବାଦ୍ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ସଂଘ ମାନଙ୍କ ସହଯୋଗ ରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭବାନୀପାଟଣା ଠାରେ ପାଳିତ ହୋଇଯାଇଛି। ସକାଳେ ପ୍ରଥମେ ଜିଲ୍ଲାପାଳ ପି ଅନ୍ୱେଷ। ରେଡ୍ଡୀଙ୍କ ଦ୍ଵାରା ପତାକା ଦେଖାଇ ଭିନ୍ନକ୍ଷମ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ବିଜୁ କଲ୍ୟାଣ ମଣ୍ଡପ ଯାଏଁ ଯାଇଥିଲା। ଶୋଭାଯାତ୍ରା ସେଠାରେ ପହଂଚିବା ପରେ ଅନ୍ତର୍ଜାତୀୟ ଦିବସ ପାଳନ ପାଇଁ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହି ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ରଞ୍ଜନ ମିତ୍ର ମୁଖ୍ୟ ଅତିଥି, ଜିଲ୍ଲା ଆଇନ ସେବା ପ୍ରାଧିକାରଣର ସମ୍ପାଦକ ଶୁଭ ଗୌତମ ମିଶ୍ର ସ୍ୱତନ୍ତ୍ର ଅତିଥି, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଯୋଧନ ବିଶି, ଜିଲ୍ଲା ପରିଷଦ ସଭ୍ୟ ତଥା ଭିନ୍ନକ୍ଷମ ମଞ୍ଚର ମୁଖ୍ୟ ସୁରେଶ ଚୌଧୁରୀ ଓ ଭିନ୍ନକ୍ଷମ ଫେଡେରେସନର ମୁଖ୍ୟ ହେମନ୍ତ ତାଣ୍ଡି ଅତିଥି ଭାବେ ଯୋଗଦେଇଥିଲେ।

ଏହି ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ସଭାପତିତ୍ୱ କରିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ୧୪ ଜଣ ଭିନ୍ନକ୍ଷମ ଦମ୍ପତି ଙ୍କୁ ବିବାହ ପ୍ରୋସ୍ଥାହନ ରାଶି ପ୍ରଦାନ ସହ ୨୪ ଜଣ ଭିନ୍ନକ୍ଷମଙ୍କୁ ଆତ୍ମ ନିଯୁକ୍ତି ସହାୟକ ଉପକରଣ ମାନ ବଣ୍ଟନ, ଭିନ୍ନକ୍ଷମ ମାନଙ୍କୁ ସହାୟକ ଉପକରଣ ଯଥା ଟ୍ରାଇ ସାଇକେଲ,ହୁଇଲ ଚେୟାର ଇତ୍ୟାଦି ପ୍ରଦାନ କରାଯାଇଛି।

ଜିଲ୍ଲାରେ ଭିନ୍ନକ୍ଷମ ସଶକ୍ତିକରଣରେ ସକ୍ରିୟ ସହଯୋଗ କରୁଥିବା ୩ ଜଣ ସୁରେଶ ଚୌଧୁରୀ, ହେମନ୍ତ ତାଣ୍ଡି ଓ ଡୋଳାମଣି ପ୍ରଧାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ଉତ୍ସବରେ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହିତ କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଭବାନୀପାଟଣା ଠାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ପ୍ରଥମ କ୍ରୀଡା ପ୍ରତିଯୋଗିତା କଳାହାଣ୍ଡି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ସଭାପତିତ୍ବରେ ପାଞ୍ଚ ଦିନିଆ କ୍ରୀଡା ପତିଯୋଗିତା ଉଦଯାପିତ ହୋଇ ଯାଇଛି। କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ୧୮ଟି ମହାବିଦ୍ୟାଳୟ ଏଥିରେ ଭାଗ ନେଇଥିଲେ। ୧୯ ତାରିଖ କୁଳପତିଙ୍କ କରକମଳରେ ଚେସ ଏବଂ କାରମ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିଲା। ଚେସ ପ୍ରତିଯୋଗିତାରେ ପ୍ରଗତି ମହାବିଦ୍ୟାଳୟର ତୁଷାର କାନ୍ତ ସାହୁ ବିଜୟୀ ହୋଇଥିବା ବେଳେ କାରରମ୍ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ର ସୌମ୍ୟ ରଂଜନ ତ୍ରିପାଠୀ ବିଜୟୀ ହୋଇଥିଲେ। କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦ ତାରିଖ ଦିନ ଉଦ୍ଘାଟିତ ହୋଇଥିଲା ଏବଂ ଚାରିଦିନ ଧରି ୟୁନିଭରସିଟି ଖେଳ ପଡିଆ ଏବଂ ରିଜର୍ଭ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଠର ଟି ଦଳ ଭାଗ ନେଇଥିଲେ। ପ୍ରଥମେ ପଞ୍ଚାୟତ ମହାବିଦ୍ୟାଳୟ ନାର୍ଲା ନୂଆପଡା ମହାମାୟା କଲେଜ କୁ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହୋଇଥିଲା। ୨୪ ତାରିଖ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ନେସନାଲ୍ କଲେଜ ନୂଆପଡାକୁ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା।

ଫାଇନାଲ ମ୍ୟାଚରେ ନର୍ଲା କଲେଜ ଟସ୍ ଜିଣି ପ୍ରତିପକ୍ଷ କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପାଞ୍ଚ ଉଇକେଟ ବିନିମୟରେ ୧୮୭ ରନ ସଂଗ୍ରହ କରିଥିଲା। ୧୮୮ ରନ ର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ୍ ବିନିମୟରେ ୧୬୨ ରନ ସଂଗ୍ରହ କରି ପାରିଥିଲା। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଏହି ମ୍ୟାଚ କୁ ୨୫ ରନ ବ୍ୟବଧାନରେ ବିଜୟ ଲାଭ କରି ପ୍ରଥମ ଆନ୍ତ ମହାବିଦ୍ୟାଳୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିଲା। ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସେରିଜ୍ କଳାହାଣ୍ଡି ବିଶ୍ଵବିଦ୍ୟାଳୟ କ୍ରିକେଟ ଦଳର କ୍ୟାପଟେନ ନରେନ୍ଦ୍ର କୁମାର ବାଗ ହାତେଇ ଥିଲେ। କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଅଭିଳାଷ ପୁରୋହିତ କୁ ବେଷ୍ଟ୍ ବୋଲର ର ମାନ୍ୟତା ମିଳିଥିଲା ଏବଂ ପଞ୍ଚାୟତ ସମିତି ମହାବିଦ୍ୟାଳୟ ନର୍ଲା ର ଯଶୋବନ୍ତ ମାଝିଙ୍କୁ ଵେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ପୁରସ୍କୃତ କରା ହେଇଥିଲା।

ଆଜିର ମ୍ୟାଚରେ ରାନର୍ସ ଅଫ ଦଳକୁ କୁଳପତି ଟ୍ରଫି ପ୍ରଦନ କରିଥିଲେ ଏବଂ ବିଜୟୀ ଦଳକୁ ମୁଖ୍ୟ ଅତିଥି ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଭାରତ ଭୂଷଣ ଦେଓ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସୁବ୍ରତ ବହିଦାର, ଡି ଆଇ ପି ଆର୍ ଓ ମନୋଜ ବେହେରା, ପୂର୍ବତନ ରଣଜୀ ଖେଳାଳି ପ୍ରସନ୍ନ ସାହାଣୀ, ପି କେ ସାହୁ, ସତ୍ୟନାରାୟଣ ମହାପାତ୍ର, ରଘୁନାଥ ମିଶ୍ର, ଲୁଡୁ ସାସନି, ଜୟଦେବ ସାହୁ ପ୍ରଭୃତି ଯୋଗ ଦେଇଥିଲେ।

ଆଜିର ଖେଳକୁ ପରିଚାଳନା କରିଥିଲେ ଓ ସି ଏ ଆମ୍ପାୟର ବୁଲୁ ସିଂହ ଏବଂ ସୁମିତ ପଟ୍ଟନାୟକ। ଏଇ କ୍ରୀଡା ମହୋସବ କୁ ପରିଚାଳନା କରିଥିଲେ ଡକ୍ଟର ଘନଶ୍ୟାମ ବେହେରା , ପ୍ରଦୀପ କୁମାର ପ୍ରଧାନ ଏବଂ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଗଣ। ଧାରା ବିବରଣୀ ପ୍ରଦାନ କରିଥିଲେ ଶ୍ରୀ ଅଂଶୁମାନ ବାବୁ। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଖେଳକୁ ଉପଭୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳଙ୍କ ଅଭିନବ ପଦକ୍ଷେପ: ସମସ୍ତ ବିଭାଗୀୟ ସ୍କିମର ସଫଳ ରୂପାୟନ ପାଇଁ ସମନ୍ନୟ ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ଠାରେ କଳାହାଣ୍ଡି ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଥର ପାଇଁ ବ୍ଲକ ସ୍ତର ରେ ବିଭିନ୍ନ ବିଭାଗୀୟ ସ୍କିମର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

ପ୍ରୋଜେକ୍ଟର ସ୍ଲାଇଡ୍ ମାଧ୍ୟମରେ କୃଷି, ଉଦ୍ୟାନ, ଜଳଛାୟା ଓ କଫି ଉନ୍ନୟନ, ପ୍ରାଣୀ ସମ୍ପଦ, ଜୀବିକା ମିଶନ୍, ମିଶନ ଶକ୍ତି, ଶିଳ୍ପ, କର୍ମ ନିୟୋଜନ ଓ ଦକ୍ଷତା ବିକାଶ, ମଙ୍ଗଳ, ଓରମାସ୍, ମନରେଗା, ଆଦିବାସୀ ଉନ୍ନୟନ, ଶ୍ରମ, ଦକ୍ଷତା, ସଂସ୍କୃତି, କ୍ରୀଡା, ଶିଶୁ ସୁରକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ବିଭାଗ ର ବିଭିନ୍ନ ଜନ ଶିବିର, କଲ୍ୟାଣକାରୀ ସ୍କିମ ରେ ଲୋକଙ୍କ ସହଭାଗିତା, ହିତାଧିକାରୀଙ୍କ ଲାଭ ଓ ଅଧିକ ରୁ ଅଧିକ ଜନ ସଚେତନତା ଆଣିବା ତଥା ବ୍ଲକ୍ ସ୍ତରରେ ଅବସ୍ଥାପିତ ବ୍ଲକ୍ ସ୍ତରର ଅଧିକାରୀ ଏହି ଯୋଜନା କୁ ଜାଣି କିଭଳି ଲୋକଙ୍କୁ ସଚେତନ କରିବେ ଏବଂ ହିତାଧିକାରୀଙ୍କ ଚୟନ କରିବେ ତା ଉପରେ ଦୀର୍ଘ ୫ ଘଣ୍ଟା ଧରି ବିସ୍ତୃତ ଭାବେ ପ୍ରଦର୍ଶନ କରାଗଲା।ପ୍ରତ୍ୟେକ ବିଭାଗର ବିଭିନ୍ନ ସ୍କିମ ଉପରେ ସମ୍ପୃକ୍ତ ବିଭାଗୀୟ ଉପସ୍ଥିତ ସମସ୍ତ ବ୍ଲକ ଅଧିକାରୀଙ୍କୁ ବୁଝାଇଥିଲେ। ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସ୍କୀମ ପ୍ରଦର୍ଶନ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଅନ୍ୟାନ୍ୟ ବ୍ଲକ୍ ସ୍ତରର ଅଧିକାରମାନଙ୍କ ଠାରୁ ଜାଣିବା ପାଇଁ ଉତ୍ତର ଲୋଡ଼ି ଥିଲେ। ସରକାରଙ୍କ ଦ୍ଵାରା ପ୍ରଣୟନ ବିଭିନ୍ନ ଯୋଜନା କୁ ଲୋକେ ଜାଣନ୍ତୁ, ଲାଭ ଉଠାନ୍ତୁ ତଥା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହେଉ , ଏହା ହିଁ ସମନ୍ନୟ ବୈଠକର ମୂଳ ଉଦ୍ଦେଶ୍ୟ।

କୃଷି ବିଭାଗର ଓଡ଼ିଶା ମିଲେଟ୍ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସମନ୍ୱିତ କୃଷି, କୃଷକ ଓଡ଼ିଶା ପୋର୍ଟାଲ୍, ଗୋ ସୁଗମ, ଉଦ୍ୟାନ ବିଭାଗ ର ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଖାଦ୍ୟ ଯୋଜନା, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହଭାଗିତା, ମୃତ୍ତିକା ସଂରକ୍ଷଣ ତରଫରୁ କଳାହାଣ୍ଡିରେ କଫି ଉନ୍ନୟନ, ମନରେଗା ପୋଖରୀ, ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବ୍ରୟଲର ଫାର୍ମ, ଲେୟର ଫାର୍ମ, ଛେଳି ଚାଷ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ପଶୁ ପାଳନ, ମତ୍ସ୍ୟ ବିଭାଗରୁ ପୋଖରୀ ଯୋଜନା, ବ।ୟୋ ଫ୍ଲକ୍ ଯୋଜନା, ମିଶନ ଶକ୍ତି ବିଭାଗର ଗୋଷ୍ଠୀ ଋଣ, ମିଶନ ଶକ୍ତି କାଫେ, ମିଶନ ଶକ୍ତି ଗୃହ, ଜୀବିକା କାର୍ଯ୍ୟ ସ୍ଥଳୀ, ନିୟୋଜନ ଓ ଦକ୍ଷତା ତରଫ ରୁ ପ୍ରଧାନମନ୍ତ୍ରୀ କର୍ମ ନିଯୁକ୍ତି ଯୋଜନା, ମାଇକ୍ରୋ ଫୁଡ୍ ପ୍ରୋସେସିଂ, ଜିଲ୍ଲା ଦକ୍ଷତା ବିକାଶ, ଯୋଜନା, ଜବ ଡ୍ରାଇଭ୍, ଜନ ଶିକ୍ଷା ସଂସ୍ଥାନ, ଆତ୍ମନିଯୁକ୍ତି ତାଲିମ୍, ମଙ୍ଗଳ ବିଭାଗ ତରଫରୁ ବିଭିନ୍ନ ପ୍ରୋତ୍ସାହନ ଶିକ୍ଷା ବୃତ୍ତି, ଶ୍ରମ ବିଭାଗ ତରଫରୁ ଶ୍ରମ କାର୍ଡ, ଶ୍ରମ କାର୍ଡ ଧାରୀଙ୍କ ପାଇଁ କଲ୍ୟାଣ ଯୋଜନା ଓ ସହାୟତା କ୍ରୀଡା ବିଭାଗ ତରଫରୁ ମିନି ଷ୍ଟାଡିୟମ, ଯୁବ ଉତ୍ସବ, କ୍ରୀଡାର ବିକାଶ ତଥା ପଞ୍ଚାୟତ ସ୍ତରରୁ ଖେଳ କୁଦ ପ୍ରତିଯୋଗିତା, ଶିଶୁ ସୁରକ୍ଷା ବିଭାଗ ତରଫରୁ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବେଟି ବଚାଓ ବେଟି ପଢ଼ାଓ, ପୋଷ୍ୟ ସନ୍ତାନ ଏଭଳି ବିଭିନ୍ନ ବିଭାଗର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ପ୍ରଦର୍ଶିତ ହୋଇଥିଲା।

ସଭାରେ ସି.ଡି.ଏମ.ଓ, ସି.ଡି.ଏ.ଓ , ଡି.ଡି.ଏଚ୍, ଡି.ଏଫ୍.ଓ, ଡି.ଏସ.ଡବ୍ଲୁ.ଓ, ଡି.ଡବ୍ଲୁ.ଓ, ଡି.ସି.ପି.ଓ, ଡି.ଏସ.ଓ, ଡି.ଇ.ଓ, ଓର୍ମ।ଶ୍ ,ଡି.ପି.ଏମ, ( ଓ.ଏଲ.ଏମ୍), ଡି.ପି.ଏମ ( ମିଶନ ଶକ୍ତି), ଜି.ଏମ ( ଡି.ଆଇ.ସି), ଡି.ଆଇ.ପି.ଆର୍.ଓ, ପି.ଏ ( ଆଇ.ଟି.ଡି.ଏ) , ଡି.ସି.ଓ, ଡି.ପି.ଏମ., ଏନ୍.ଏଚ୍.ଏମ, ସମସ୍ତ ବ୍ଲକ୍ ର ବି.ଡି.ଓ, ସି.ଡ଼ି.ପି.ଓ, ବ୍ଲକ ସ୍ତରର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସଭାଟିକୁ ପରିଚାଳନା କରିଥିଲେ ଡି ଡି ( ପ୍ଲାନିଁଙ୍ଗ), ଡି ପି ଏମ ୟୁ, ଶ୍ରୀକାନ୍ତ ଦଳେଇ। ବୈଠକ କୁ ସଫଳ କରିବାରେ ଇ-ଗଭର୍ଣଂ।ସ୍ ମ୍ୟାନେଜର ସଂଜିବ ଚୌଧୁରୀ , ଜୀବିକା ଏକ୍ସ୍ପର୍ଟ କୁମୁଦିନୀ ମିଶ୍ର, ଟି.ଏଲ.(ଡୁଡା), ବିମଳ କୁମାର ସାହୁ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ “ବାଲ୍ୟ ବିବାହ ନିରୋଧ” କରିବା ପ୍ରୟାସ ପାଇଁ ରଥ ଶୁଭାରମ୍ଭ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ଦିବା ୯ ଘଣ୍ଟାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମୁଖରେ “ବାଲ୍ୟ ବିବାହ” ରୋକିବା ସମ୍ବନ୍ଧୀୟ ଏକ ସଚେତନମୂଳକ ରଥଯାତ୍ରା କରିବା କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲପାଳ ସୁଶାନ୍ତ କୁମାର ପଟେଲ୍ ଯୋଗଦାନ କରି ପତାକା ପ୍ରଦର୍ଶନପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଅତିରିକ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, କଳାହାଣ୍ଡି, କାର୍ଯ୍ୟକ୍ରମ ଅଧିକାରୀ, କଳାହାଣ୍ଡି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କଳାହାଣ୍ଡି, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ଭବାନୀପାଟଣା, ସହରାଞ୍ଚଳ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି ସଂଯୋଜିକା, କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଭ୍ୟା, ବ୍ଲକ୍ ପ୍ରକଳ୍ପ ସଂଯୋଜିକ। , ଭବାନୀପାଟଣା, ସହରାଞ୍ଚଳ, ମହିଳା ପରିଦର୍ଶିକା ସେକ୍ଟର i,ii, & iii ଏବଂ ଅଙ୍ଗନୱାଡ଼ି କର୍ମୀ ତଥା ବ୍ଲକ୍ ମହାସଂଘର ସଭାନେତ୍ରୀ, ସମ୍ପାଦିକା, କୋଷାଧ୍ୟକ୍ଷଙ୍କ ସହିତ ସ୍ଵୟଂ ସହାୟକ ଦଳର ସଭ୍ୟା ମାନେ ବହୁ ସଂଖ୍ୟା ରେ ଯୋଗ ଦାନ କରି ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିବାରେ ସହାୟକ ହୋଇଥିଲେ।

ଏହା ପରେ ବାଲ୍ୟ ବିବାହ ରୋକିବା ନିମନ୍ତେ ବିଭିନ୍ନ ସଚେତନ ମୂଳକ ‘ପ୍ଲା କାର୍ଡ’ ଧରି ସ୍ଲୋଗାନ ଦେଇଥିଲେ। ପରେ ପରେ ରଥଟି ବିଭିନ୍ନ ଗ୍ରାମ ଗସ୍ତ କରି ସଚେତନମୂଳକ ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ବାହାରିଥିଲା।

“ଆସନ୍ତୁ ଆମେ ସମସ୍ତେ ମିଶି ବାଲ୍ୟ ବିବାହ ରୋକିବା”;
“ବାଲ୍ୟ ବିବାହ ଏକ ସାମାଜିକ କଳଙ୍କ”: ଏହାକୁ ଆମେ ଗାଁ ଗାଁ ରେ ପ୍ରଚାର କରିବା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ମାଣ୍ଡିଆ ଦିବସ ଉପଲକ୍ଷେ କ୍ଷୁଦ୍ର ଶସ୍ୟ ଖାଦ୍ୟ ମେଳା ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟର ପୁନଃ ପ୍ରଚଳନ ନିମନ୍ତେ ଓଡିଶା ସରକାରଙ୍କ ଦ୍ୱାରା କୃଷି ଓ କୃଷକ କଲ୍ୟାଣ ବିଭାଗ ତରଫରୁ ୧୦ ନଭେମ୍ବର ଠାରୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଉଛି। ପୁଷ୍ଟିସାର ଫସଲର ଗୁରୁତ୍ୱକୁ ଉପଲବ୍ଧି କରି ସାରା ଦେଶରେ ପ୍ରଥମ ରାଜ୍ୟ ଭାବରେ ଆମେ ଏହି ମାଣ୍ଡିଆ ଦିବସ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବ୍ଲକ ସ୍ତରୀୟ ଏବଂ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା। କଳାହାଣ୍ଡି ଵିଶ୍ଵ ବିଦ୍ୟାଳୟରେ ମଧ୍ୟ ଏକ କ୍ଷୁଦ୍ରଶସ୍ୟ ଖାଦ୍ୟ ମେଳା ର ଆୟୋଜନ କରାଯାଇଥିଲା। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟ ର କୁଳପତି, ଡ଼ଃ ସଂଜୟ ଶତପଥି, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଡ଼ଃ ଅମିତାଭ ପଣ୍ଡା, ଜିଲ୍ଲା ସୂଚନା ଅଧିକାରୀ ମନୋଜ ବେହେରା, ମୃତ୍ୟୁଞ୍ଜୟ ନାୟକ ବ୍ଲକ କାର୍ଯ୍ୟାଳୟ, ଭବାନୀପାଟଣା, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓଡିଶା ମିଲ୍ଲେଟ୍ସ ମିଶନ ଜିତୁ ନାୟକ, ଉପ କୃଷି ଅଧିକାରୀ ଭବାନୀପାଟଣା, ବ୍ଲକ ସ୍ତରୀୟ ମିଲ୍ଲେଟ୍ସ ମିଶନ ସଂଚାଳକ ସଂସ୍ଥା ଦାପ୍ତା, କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀବୃନ୍ଦ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ କ୍ଷୁଦ୍ରଶସ୍ୟ ଜାତୀୟ ଖାଦ୍ୟ ଏବଂ ତାହାର ମହତ୍ଵ, ମାଣ୍ଡିଆ ଦିବସ ପାଳନ ର ମୂଳ ଲକ୍ଷ୍ୟ, ଓଡିଶା ମିଲ୍ଲେଟ୍ସ ମିଶନ ର ଉଦ୍ଦେଶ୍ୟ ବିଷୟରେ ଅବଗତ କରା ଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଲାହାଣ୍ଡି: ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ସ୍ଥାନୀୟ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଏବଂ ଦୌରା ଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ଓ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶୁଭ ଗୌତମ ମିଶ୍ର ଏହି ଶିବିର ଆୟୋଜନ ର ଉଦେଶ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ।

ଏହି ଅବସରରେ ଅର୍ଥାଭାବ ହେତୁ ଆଇନ ସହାୟତା ପାଇବାକୁ ଯୋଗ୍ୟ ବ୍ୟକ୍ତି ନିଜର ନାର୍ଯ୍ୟ ଅଧିକାର ଓ ନ୍ୟାୟ ସହ ଆଇନଗତ ସାହାଯ୍ୟ କିଭଳି ପାଇପାରିବେ ଏବଂ ସରକାରଙ୍କ ବିଭିନ୍ନ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ,ତଥା ନିଜକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ସଚେତନତା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଓ ଦୌରା ଜଜ୍ ଆଇନ ସେବା ପୃଷ୍ଠଭୂମି, ନିଃଶୁଳ୍କ ଆଇନ ସେବା, ଆଇନ ସେବା ପାଇଁ ଯୋଗ୍ୟତା ତଥା ଆଇନ ସହାୟତା ଉପରେ ବିସ୍ତୃତ ଭାବେ ମତ ପ୍ରକାଶ କରି ସମାଜର ନିସ୍ୱ, ଦଙ୍ଗା ପ୍ରପଡ଼ିତ, ଶିଶୁ ଓ ମହିଳାଙ୍କ ପାଇଁ ଆଇନ ସହାୟତା ଓ ଏ ଦିଗରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଏବଂ ମେଗା ଆଇନ ସଚେତନତା ଶିବିର ସ୍ଥାପନ ଉପରେ କହିଥିଲେ।

ଶିବିରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶୁଭଞ୍ଜନ ମହାନ୍ତି,ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକ୍ସୋ) ସୁବ୍ରତ କୁମାର ପଟ୍ଟନାୟକ,ବରିଷ୍ଠ ଦେୱାନି ଜଜ୍ ସମାପିକା ମହାନ୍ତି, ରେଜିଷ୍ଟାର ଦେୱାନି ଅଦାଲତ ରଶ୍ମିରେଖା ପାତ୍ର, ବରିଷ୍ଠ ଦେୱାନି ଜଜ୍ (ମହିଳା ଅଦାଲତ ) ଅନୁଶୃତି ଚୌଧୁରୀ, ବରିଷ୍ଠ ଦେୱାନି ଜଜ୍ ( ଏଲ୍ ଆର୍ ଏଣ୍ଡ ଏଲ୍ ଟିଭି) ଶ୍ରିଦୀପ ମିଶ୍ର, ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କେସିଙ୍ଗା ହୃଷୀକେଶ ଖେମୁଣ୍ଡୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୟପାଟଣା ପ୍ରତାପ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଦ୍ଵାରା ଘରୋଇ ହିଂସା, ଏସିଡ ଆଘାତ, ଯୌତକ ନିର୍ଯାତନା ଉପରେ କ୍ଷୁଦ୍ର ନାଟିକା ପରିବେଷଣ କରି ଆଇନ ସହାୟତା ଉପରେ ସଚେତନତା ସୃଷ୍ଟି କରିଥିଲେ। ମସ୍ୟ ବିଭାଗ, ପ୍ରାଣୀ ସମ୍ପଦ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଶ୍ରମ ବିଭାଗ ତରଫରୁ ହିତାଧିକାରୀଙ୍କୁ ଅତିଥିଙ୍କ ଦ୍ଵାରା ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା।

ଏହି ଅବସରରେ ବିଭିନ୍ନ ବିଭାଗ ଦ୍ଵାରା ଷ୍ଟଲ୍ ସ୍ଥାପନ କରାଯାଇ ବିଭିନ୍ନ ସ୍କିମ୍ ର ସୂଚନା ହିତାଧିକାରୀମାନଙ୍କୁ ଦିଆଯାଇଥିଲା। ଅଧ୍ୟାପକ ଶୁଭେନ୍ଦୁ ମହାପାତ୍ର ଏବଂ ନମିତା ମିଶ୍ର ସଭା ସଂଯୋଜନା କରିଥିଲେ।ଶିବିରରେ ବାର୍ କର୍ମକର୍ତ୍ତା, ଆଇନଜୀବୀ, ଡି ଏଲ୍ ଓ, ଡି ପି ଏମ (ଓ ଏଲ୍ ଏମ), ଜି ଏମ, ଡି ଆଇ ସି, ଡି ଆଇ ପି ଆର୍ ଓ, ଡି ଏସ୍ ଏସ୍ ଓ, ଡି ଏଫ୍ ଓ, ଓରମାସ ଅଧିକାରୀ, ହିତାଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ କପା ଫସଲ କ୍ରୟ ସମ୍ବନ୍ଧୀୟ ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଚଳିତ ୨୦୨୨ – ୨୩ ମସିହା କପା ଫସଲ ର କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ସାଂସଦ ବସନ୍ତ ପଣ୍ଡା, ଜୁନାଗଡ଼ର ବିଧାୟକ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ୍, ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଆଲୋଚନା ଆରମ୍ଭ କରି ଚଳିତ ବର୍ଷ କପା ଚାଷ ଉପରେ ଆଲୋକପାତ କରିଥିଲେ। ବିଗତ ବର୍ଷ ୬୬୬୧୬ ହେକ୍ଟର. ତୁଳନା ରେ ଚଳିତ ବର୍ଷ ୭୦୭୮୦ ହେକ୍ଟର ଜମିରେ କପା ଚାଷ ହୋଇଥିବା ସେ ସୂଚନା ଦେଇଥିଲେ। ବିଗତ ବର୍ଷ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ଦରରେ କପା ବିକ୍ରୟ କରି ଲାଭବାନ ହୋଇଥିଲେ। ଏ ବର୍ଷ ମଧ୍ୟ ଚାଷୀ ମାନେ ଅଧିକ ଦରରେ ବିକ୍ରୀ ବଟା କରି ଲାଭବାନ ହେବାର ଆଶାବ୍ୟକ୍ତ କରିଥିଲେ।

ଚଳିତ ବର୍ଷର କପା ର ସର୍ବନିମ୍ନ ସହାୟକ ମୂଲ୍ୟ ୬୩୮୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିବା ସଭାରେ ଆଲୋଚନା କରାଯାଇଥିଲା। ଭାରତୀୟ କପା ନିଗମର ଶାଖା ପରିଚାଳକ ଜିଲ୍ଲାରେ କର୍ଲାପଡ଼ା, ଉତ୍କେଲା ଓ ଉଛଲା ଠାରେ ୩ ଟି କପା ମଣ୍ଡି ଖୋଲିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଥିଲେ। ଲୋକ ପ୍ରତିନିଧିଗଣ ତଥା ଜିଲ୍ଲାପାଳ ମହୋଦୟା ଜିଲ୍ଲାରେ କପାର ବିକ୍ରିବଟା ଯେପରି ସୁଚାରୁରୁପେ ହୋଇ ପାରିବ ସେହି ନିମନ୍ତେ କପା ମିଲ୍ ମାଲିକ, କପା ବ୍ୟବସାୟୀ, ଭାରତୀୟ କପା ନିଗମ ତଥା ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ। ଚଳିତ ବର୍ଷ ପ୍ରାୟ ୮ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନ ହେବ ବୋଲି ସଭାରେ ସୂଚନା ଦିଆଯାଇଥିଲା। ତେଣୁ ଚଳିତ ବର୍ଷ ଜୁନାଗଡ଼ ବ୍ଲକର ତଳଜାରିଙ୍ଗ, ନର୍ଲା ବ୍ଲକର ଟୁଟିଂ ଏବଂ କର୍ଲାମୁଣ୍ଡା ବ୍ଲକର ରିଶିଡା ଠାରେ ୩ ଟି ଅତିରିକ୍ତ ମଣ୍ଡି ଚାଲୁ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରଖା ଯାଇଥିଲା।

ସଭାରେ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧି, ପଦାଧିକାରୀବୃନ୍ଦ, ମିଲର, କପା ବ୍ୟବସାୟୀ ଓ ଚାଷୀ ପ୍ରତିନିଧିମାନଙ୍କୁ ସି ଡି ଏ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗିୟ ମୁଖ୍ୟ ଡଃ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ସମସ୍ତଙ୍କୁ ସ୍ବାଗତ କରି ଦିବସ ପାଳନ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ଡି ଏସ୍ ପି ଭିଜିଲାନ୍ସ ସଦାନଦ ପାଣି ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବାରେ ବିଭାଗ ର ବିଭିନ୍ନ ପଦକ୍ଷେପ ଓ ସଚେତନତା ସୃଷ୍ଟି କରିବା ଉପରେ ବିଭିନ୍ନ ବିବରଣୀ ପ୍ରଦାନ କରିଥିଲେ। ସଭାର ଅଧ୍ୟକ୍ଷ ଜିଲ୍ଲାପାଳ ଙ୍କ ନେତୃତ୍ୱ ରେ ସମସ୍ତେ ଦୁର୍ନୀତି ର ମୂଳୋତ୍ପାଟନ ନିମନ୍ତେ ଶପଥ ପାଠ କରିଥିଲେ। ଗୃହରେ ଥିବା ଏଲ୍ଇଡି ସ୍କ୍ରିନ ରେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓ ଦୁର୍ନୀତି ନିବାରଣ ବିଭାଗର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ଉପରେ ଭିଡିଓ କ୍ଲିପ୍ ଦେଖିଥିଲେ।

ଏହି ଅବସରରେ ସକାଳ ୯.୦୦ ଘ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ମିଶନ୍ ଶକ୍ତି,ନେହେରୁ ଯୁବ କେନ୍ଦ୍ରର ସଭ୍ୟ,ବିଭିନ୍ନ କଲେଜର ଛାତ୍ର ଛାତ୍ରୀ,ବିଭାଗୀୟ ଅଧିକାରୀ ଏକ ବିରାଟ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସଚେତନତା ସୃଷ୍ଟି କରିଥିଲେ ଏବଂ ମାଇକ ଦ୍ୱାରା ସ୍ଲୋଗାନ ଦିଆଯାଇଥିଲା।ସଭାରେ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ନିଜ ନିଜ ବକ୍ତବ୍ୟରେ ଦୁର୍ନୀତି ଏକ ସାମାଜିକ ବ୍ୟାଧି ଏବଂ ଦେଶର ପ୍ରଗତିରେ ଏହା ଏକ ବଡ଼ ପ୍ରତିବନ୍ଧକ। ଏହାକୁ ସମୁଳେ ବିନାଶ କରିବା ପାଇଁ ସବୁ ସ୍ତରରେ ସଚେତନତା ସୃଷ୍ଟି କରିବା ସହ ଜନସେବା କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରିବାକୁ ଆହ୍ବାନ କରିଥିଲେ।

ସପ୍ତାହ ପାଳନ ଅବସରରେ କଲେଜ ଓ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ଡି ଆଇ ପି ଆର୍ ଓ ମନୋଜ ବେହେରା ସଭାକୁ ପରିଚାଳନା କରିଥିଲେ।

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ଡବ୍ଲୁ ଓ, ଡି ଏସ୍ ଡବ୍ଲୁ ଓ, ଯୁବ ସଂଯୋଜକ, ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ବିଭାଗୀୟ ଅଧିକାରୀ, ଭିଜିଲାନ୍ସ ବିଭାଗର ସୁଶାନ୍ତ ପଟ୍ଟନାୟକ, ଶରତ ବେହେରା, ରାଜେଶ ନାୟକ, ବିଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଲହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକ ରେ ଚଳିତ ବର୍ଷ ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଡିସେମ୍ବର ୧ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଉପରେ ବିଶେଷ ଆଲୋଚନା ହୋଇଥିଲା।

ବୈଠକରେ ଲୋକସଭା ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୂଷଣ, ଭବାନୀପାଟଣା ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ, ନର୍ଲା ଓ ଭବାନୀପାଟଣା ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ।

ବୈଠକରେ ପ୍ରଥମେ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ସମସ୍ତଙ୍କୁ ସ୍ଵାଗତ କରି ଏଜେଣ୍ଡା ଅନୁଯାୟୀ ସଭା କାର୍ଯ୍ୟକୁ ଆଗେଇଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ଉପରେ ମତ ଦେଇଥିଲେ।

ସାଂସଦ ଶ୍ରୀ ପଣ୍ଡା ଗତ ଖରିଫରେ ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରି ମିଲର ମାନେ ନିଜର କର୍ମଚାରୀ ନ ପଠାଇ ଦଲାଲ ମାଧ୍ୟମରେ ଧାନ ଉଠାଉ ଥିବାରୁ ଚାଷୀ ମାନେ କଟଣି ଛଟଣୀର ଶିକାର ହେଉଛନ୍ତି ପ୍ରକାଶ କରି ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଥିଲେ। ଏହି ବିଷୟକୁ ନେଇ ଜିଲ୍ଲାପାଳ ସମସ୍ତ ମିଲର ନିଜର ଏଜେଣ୍ଟ ଓ ଷ୍ଟାଫ୍ ଙ୍କ ତାଲିକା ସି ଏସ୍ ଓ ଙ୍କୁ ଦେବେ ଓ ସେମାନଙ୍କୁ ଆଇ ଡି କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ।

ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ମଣ୍ଡିରେ ଦଲାଲର ପ୍ରବେଶକୁ କଟକଣା ଲଗାଯାଇ କଟଣି ଛଟଣୀ ଯୋଗୁଁ ଚାଷୀ କିଭଳି ଆର୍ଥିକ କ୍ଷତିଗ୍ରସ୍ତ ହେଉଛନ୍ତି ନିଜ ମଣ୍ଡିଗସ୍ତ ଅନୁଭୂତିକୁ ପ୍ରକାଶ କଲେ ଏବଂ ସେଭଳି ମିଲର ଦ୍ଵାରା ସଂଯୋଗ ହୋଇଥିବା ଟ୍ରାନ୍ସପୋର୍ଟ ୟୁନିଆନର ଟ୍ରକ୍ ମାନଙ୍କ ଅନିୟମିତ ଚାଳନା ଯୋଗୁ ଚାଷୀମାନେ ଅନେକ ମଣ୍ଡିରେ ସପ୍ତାହ ପର୍ଯ୍ୟନ୍ତ ଧାନ ବିକ୍ରୟରେ ଅସୁବିଧା ଭୋଗ କରୁଛନ୍ତି ଓ ଅନେକ ଟୋକନ୍ ସୀମା ସମାପ୍ତ ହୋଇଯିବ ଭୟରେ କମ୍ ଦରରେ ଦଲାଲକୁ ବିକ୍ରି କରୁଛନ୍ତି ଏହାକୁ ବିଶେଷ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।

ସାଂସଦ ଶ୍ରୀ ପଣ୍ଡା ଅଭାବୀ ବିକ୍ରିକୁ ରୋକିବା ପାଇଁ ନିର୍ଦ୍ଧିଷ୍ଟ ପ୍ରମୁଖ ଆର୍ ଏମ ସି ମଣ୍ଡି ବର୍ଷ ସାରା ଖୋଲିବାକୁ ପ୍ରସ୍ତାବ ଦିଆଯାଉ ବୋଲି କହିଥିଲେ। ସଭାରେ ଗନି ବ୍ୟାଗ୍ ର ଅସୁବିଧା, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ, ଟୋକନ୍ ସମୟ ସୀମା ଓ ଜିଲ୍ଲାପାଳଙ୍କୁ କ୍ଷମତା ଉପରେ ଆଲୋଚନା ହୋଇଥିଲା। ସଭାରେ ଚାଷୀ ପ୍ରତିନିଧି, ମିଲର ତଥା ପ୍ରସାଶନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା ଅସୁବିଧାରେ କରିବାକୁ ସର୍ବସମ୍ମତି ପ୍ରକାଶ ପାଇଲା।

ଚଳିତ ବର୍ଷ ଏଫ୍ ଏ କ୍ୟୁ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୪୦ ଟଙ୍କା ଏବଂ ଗ୍ରେଡ ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୦୬୦ ଟଙ୍କା ରଖାଯାଇଛି। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ ପାଇଁ ଜିଲ୍ଲାରେ ୯୮୩୩୭ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି।ଚଳିତ ଖରିଫ ଋତୁ ରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଖରିଫ ୨୦୨୨-୨୩ ରେ ଭବାନୀପାଟଣା ଓ ଧର୍ମଗଡ ସବ ଡିଭିଜନ ରେ ୭୪ ଟି ପାକ୍ସ,୧୭୫ ଟି ଧାନ ସଂଗ୍ରହ କେନ୍ଦ୍ର,୩୩ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ କରାଯିବ।

ଏହା ବ୍ୟତୀତ ଧାନ ବିକ୍ରୟ ପାଇଁ ଅସୁବିଧା ଭୋଗୁଥିବା ଚାଷୀ ମାନଙ୍କ ପାଇଁ ଅତିରିକ୍ତ ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ଜୁନାଗଡ ବିଧାୟକ ତଥା ସାଂସଦ କେତେକ ସ୍ଥାନ ର ଅନ୍ତର୍ଭୁକ୍ତ କରିବାପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ରେ ପ୍ରତ୍ୟେକ ସ୍ତରର ଚାଷୀଙ୍କୁ ଗୁରୁତ୍ଵ ଦିଆ ଯାଉ ନ ଥିବାରୁ ଚାଷୀଙ୍କ ସମସ୍ୟା ଠିକ ଭାବରେ ଉପସ୍ଥାପନ କରାଯାଇ ପାରୁନଥିବା ଚାଷୀ ମହଲରେ ଆଲୋଚନା ହେଉଛି।

ଅନ୍ୟ ପକ୍ଷରେ କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ଉଚିତ୍ ମର୍ଯ୍ୟାଦା ଦିଆ ଯାଉ ନ ଥିବା ଏବଂ ମିଲର୍ସ ମାନଙ୍କୁ ସୁହାଇବା ଭଳି କାମ କରାଯାଉ ଥିବା ଏପରିକି ରେଜୁଲେଶନ ର କୌଣସି କାର୍ଯ୍ୟକାରୀ ହେଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ସଭାରେ ଚାଷୀ ପ୍ରତିନିଧି ଦୀପ୍ତି ରଞ୍ଜନ ପ୍ରହରାଜ, ବିଶିଷ୍ଟ ଚାଷୀ ପ୍ରଶାନ୍ତ ପଟ୍ଟଯୋଶୀ, ମିଲର ସଭାପତି ନଳିନୀ ପଟ୍ଟଯୋଶୀ, ମହେଶ ଅଗ୍ରୱାଲ, ବିଭିନ୍ନ ବ୍ଲକରୁ ଚାଷୀ ପ୍ରତିନିଧି, ପାକ୍ସ୍, ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୋଲ ଭୁସୁଡ଼ି ତଳକୁ ଖସିଲା ଦୁଇ କାର, ଅଳ୍ପକେ ବର୍ତ୍ତିଲେ ସାତ ଯାତ୍ରୀ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ୍ ରୁ ଥୁଆମୂଳ ରାମପୁର ପୂର୍ତ୍ତ ବିଭାଗର ରାଜ୍ୟ ରାଜପଥର ୪୪ ନମ୍ବର ରାସ୍ତାରେ ଥିବା ଭାଗିରଥି ପାର୍କ ନିକଟସ୍ଥ ବ୍ରିଜ୍ ଅଚାନକ ଭୁଶୁଡ଼ିବାରୁ ୨ଟି ଚଳନ୍ତା କାର ଭଗ୍ନବ୍ରିଜ୍ ତଳକୁ ଖସିପଡି ଥିଲା। ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଭବାନୀପାଟଣାରୁ ଫୁର୍ଲିଝରଣ ପରିଦର୍ଶନରେ ଦୁଇଟି ପରିବାର ଯିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରାଯାଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଯୋଗୁଁ ଭବାନୀପାଟଣା ଠାରୁ ଥୁଆମୂଳ ରାମପୁର ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି।

ପ୍ରାୟତଃ ୧୯୩୫ ମସିହାରେ ନିର୍ମିତ ଏହି ବ୍ରିଜ୍ ଗତ କିଛି ବର୍ଷ ତଳେ ରାସ୍ତା ମରାମତି ଓ ପ୍ରସାରିତ କରାଯିବା ସମୟରେ ବିଭାଗ ପକ୍ଷରୁ ଅଣଦେଖା କରାଯାଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିବାର ଆଲୋଚନା ହେଉଛି। ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ରାସ୍ତା ନିର୍ମାଣ କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କର ଏଭଳି ଅଣଦେଖା ଦାୟିତ୍ବ ହୀନତାର ପରିଚୟ ଦେଉଥିବାର ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ।

ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ବିଭାଗୀୟ ଦୋଷ ଲୁଚାଇବାକୁ ଯାଇ ପୁରୁଣା ବ୍ରିଜ ଇଟାରେ ତିଆରି ହୋଇଥିବା ହେତୁ ଭୁସିଡି ପଡିଥିବା କହୁଥିବା ବେଳେ ରାସ୍ତା ଉନ୍ନତିକରଣ ସମୟରେ ତଦନ୍ତ ସମ୍ପର୍କରେ ନୀରବ ରହୁଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଏହାର ଉପଯୁକ୍ତ ମରାମତି ଅବା ବିକଳ୍ପ ରାସ୍ତା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାର ଆବଶ୍ୟକ ଥିଲା। କିନ୍ତୁ ପ୍ରଶାସନ ଏହା କରି ନଥିବାରୁ ଆଜି ଏକ ବଡ଼ ଅଘଟଣ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହି ଅଘଟଣ ପାଇଁ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ସାଧାରଣରେ ସମ୍ପୂର୍ଣ୍ଣ ଭାବରେ ଦାୟୀ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ପ୍ରତିବର୍ଷ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୩ ବର୍ଷ ତଳେ ଘଟିଥିବା ପ୍ରଳୟଙ୍କରୀ ତଥା ମହା ବିନାଶକାରୀ ମହାବାତ୍ୟାର ଭୟଙ୍କର ବିନାଶକୁ ଆଖି ଆଗରେ ରଖି ଏହି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଉଛି। ବିପର୍ଯ୍ୟୟ ପୂର୍ବରୁ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ମୁକାବିଲା, ବିପର୍ଯ୍ୟୟ ପରେ ଥଇଥାନ ଓ ପୁନଃ ସଂସ୍ଥାପନ ଏବଂ ଏହାର ସୁପରିଚାଳନା ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ଥାଏ।ବର୍ତ୍ତମାନ ଚଳିତ ବର୍ଷଠାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ଗ୍ରାମ ପଞ୍ଚାୟତ କୁ ମଧ୍ୟ ଦାୟିତ୍ଵ ନିର୍ବାହ କରାଯାଇଛି।

ପ୍ରଥମେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ସୂଚନା ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଉପ ଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ନିଜ ବକ୍ତବ୍ୟରେ ମହାବାତ୍ୟାର ଅନୁଭୂତି,ସରକାରଙ୍କ ରଣନୀତି ଓ ସଫଳ ମୁକାବିଲା ଉପରେ ବିସ୍ତୃତ ବିବରଣୀ ଦେଇଥିଲେ। ତହସିଲଦାର କଳାହାଣ୍ଡି ଉପେନ୍ଦ୍ର ଲୁହା ବିପର୍ଯ୍ୟୟ ପରିଚାଳନା ରେ ପ୍ରଶାସନ ର ଭୂମିକା ଓ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁଁ ଆଜି ଓଡିଶା ବିଶ୍ୱରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି ଉପରେ ମତ ରଖିଥିଲେ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପରାମର୍ଶଦାତା ଓସ୍ଡମା କଳାହାଣ୍ଡି ପ୍ରଦୋଷ ଜେନା ଜିଲ୍ଲାରେ ୪ ଗୋଟି ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ,ଗ୍ରାମପଞ୍ଚାୟତ ସ୍ତରରେ ସ୍ବେଛାସେବୀ, ଆପଦାମିତ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ର ତାଲିମ, ମୋଡେଲ ବ୍ଲକ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଜୁନାଗଡ ପଞ୍ଚାୟତ ସମିତି ଓ ମୋଡେଲ ଗ୍ରାମପଞ୍ଚାୟତ ବିପର୍ଜୟ ପରିଚାଳନାରେ ବଣିଜରା ଗ୍ରାମ ପଞ୍ଚାୟତ କୁ ଅନ୍ତର୍ଭୁକ୍ତ ଉପରେ ସୂଚନା ଦେଇଥିଲେ।

ସଭାର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଚନ୍ଦନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନାକୁ ସର୍ବାଗ୍ରେ ସ୍ଥାନ ଦିଆଯାଇଛି ଏବଂ ଏଥିପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ବୋଲି ମତ ରଖିଥିଲେ ।ସଭାରେ ହାଇସ୍କୁଲ ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅଧ୍ୟକ୍ଷ ପୁରସ୍କାର ପ୍ରଦାନ କରିଥିଲେ।

ଅଗ୍ନିଶମ ଅଧିକାରୀ ସନତ ପ୍ରଧାନ ନିଜ ଟିମ୍ ସହ ବିପର୍ଯ୍ୟୟ ପରିଚାଳନା ରେ ବିଭିନ୍ନ ଉପକରଣ ର ଉପଯୋଗ ଉପରେ ପ୍ରଦର୍ଶନ କରିଥିଲେ।ସଭାରେ ଏମ ରାମପୁର, କର୍ଲାମୁଣ୍ଡା, କେସିଙ୍ଗା, ଥୁଆମୂଳ ରାମପୁର, ନର୍ଲା ର ତହସିଲଦାର, ଜିଲ୍ଲା ଜରୁରୀ ଶାଖା ଅଧିକାରୀ ପ୍ରମୋଦ କୁମାର ଖିଲୋ ଓ କର୍ମଚାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ପ୍ରଥମ ଜିଲ୍ଲା ସ୍ତରୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ସଚିନ ପାୱାର ପ୍ରମୁଖ ଯୋଗ ଦେଇଥିଲେ।

ବୈଠକରେ ଜନପ୍ରିତିନିଧି ରୂପେ ଭବାନୀପାଟଣା,ଧର୍ମଗଡ,ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଏବଂ କାମଠନା, ପିଲକିଆ ଓ ସରୀୟା ସରପଞ୍ଚ ଯୋଗ ଦେଇଥିଲେ। ବୈଠକରେ ସାଂସଦ ଶ୍ରୀ ପଣ୍ଡାଙ୍କ ଦ୍ଵାରା କେନ୍ଦ୍ରୀୟ ସ୍କିମ୍ ମନରେଗା, ଦିନ ଦୟାଲ ଅନ୍ତୋଦୟ ଯୋଜନା, ଗ୍ରାମୀଣ କୌଶଳ ଯୋଜନା, ଏନ୍ ଏସ୍ ଏ ପି, ପି ଏମ ଜି ଏସ୍ ୱାଇ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ସ୍ୱଚ୍ଛ ଭାରତ ମିଶନ, ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଦିନ ଦୟାଲ ଗ୍ରାମ୍ୟ ଜ୍ୟୋତି, ଫସଲ ବୀମା ଯୋଜନା, ଏନ୍ ଏଚ ଏମ, ସର୍ବ ଶିକ୍ଷା ଅଭିଯାନ, ଆଇ ସି ଡି ଏସ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଉଜ୍ଜ୍ୱଲା ଯୋଜନା, କୃଷି ସ୍ବାସ୍ଥ୍ୟ କାର୍ଡ, ଟେଲିକମ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ଏହି କେନ୍ଦ୍ରୀୟ ସ୍କିମ ଦ୍ଵାରା ଲାଭ ପାଉଥିବା ହିତାଧିକାରୀ, ସ୍କିମର ଅଗ୍ରଗତି,ସଫଳତା,ବିଫଳତା ଉପରେ ସମୀକ୍ଷା କରିଥିଲେ।

ପ୍ରଥମେ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଏହି ସ୍କିମ ର ଲାଭ ଯେପରି ପ୍ରତ୍ୟେକ ଉପଯୁକ୍ତ ହିତାଧିକାରୀ ପାଇପାରିବେ ତାହା ନିଶ୍ଚିତ କରିବାକୁ ଆହ୍ବାନ କରିଥିଲେ।ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ କାର୍ଯ୍ୟ କ୍ଷେତ୍ରରେ ଅଧିକାରୀଗଣ ଗରିବକଲ୍ୟାଣ କୁ ବ୍ରତ କରି ଜିଲ୍ଲା ସାମଗ୍ରିକ ବିକାଶରେ ସହାୟକ ହେବାକୁ ନିବେଦନ କରିଥିଲେ। ସାଂସଦ ବସନ୍ତ ପଣ୍ଡା ବିଭାଗୀୟ ଅଧିକାରୀଙ୍କ ସୁଗୁଣ ,କାର୍ଯ୍ୟନିଷ୍ଠା ଓ ବାରମ୍ବାର ତଦାରଖ ଉପରେ ଏହି କେନ୍ଦ୍ରିୟ ସ୍କିମ୍ ର ସଫଳତା ନିର୍ଭର କରେ ବୋଲି କହିଥିଲେ।

ଜିଲ୍ଲାରେ ୧.୧୦.୨୦୨୨ ସୁଦ୍ଧା ମନରେଗା ଯୋଜନାରେ ୧୫୯୨୪ କାର୍ଯ୍ୟ ଆରମ୍ଭ ହୋଇ ୬୪୦୪ ଟି ସମ୍ପୂର୍ଣ ହୋଇଯାଇଛି।ସେଥିରେ ୧୦୯୬୭୨ ପରିବାର ଙ୍କୁ କାମ ମିଳିଥିବା ବେଳେ ୫୧୪୬ ପରିବାର ୧୦୦ ଦିନର କାର୍ଯ୍ୟ ପାଇଛନ୍ତି। ମନରେଗା ଯୋଜନାରେ ଯେଭଳି ଅଧିକ ରୁ ଅଧିକ ଲୋକ କାମ ପାଇବେ ଓ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ସଂପୃକ୍ତ ଅଧିକାରୀଙ୍କୁ ସାଂସଦ କହିଥିଲେ।

ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ନୟାଗଡ ଜିଲ୍ଲାରେ କିଭଳି ମନରେଗା ଯୋଜନାକୁ ବିନିଯୋଗ କରି ପଞ୍ଚାୟତ ସ୍ତରରେ ପାର୍କ, ଶ୍ମଶାନ, ପୋଖରୀ ପୁନରୁଦ୍ଧାର, ମିନି ଷ୍ଟାଡିୟମ୍ ,କଲ୍ୟାଣମଣ୍ଡପ,ରାସ୍ତା ର ନିର୍ମାଣ କରାଯାଇଛି ତାହାର ଉଦାହରଣ ଆମ ଜିଲ୍ଲାରେ ସୃଷ୍ଟି କରିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଉ ଏବଂ ଗ୍ରାମ୍ୟ ସ୍ତରରେ ବିକାଶକୁ ତ୍ବରାନ୍ବିତ କରିବାକୁ କହିଥିଲେ। ଆର୍ ଡି ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତରରେ ସାଂସଦ ଅସନ୍ତୋଷ ପ୍ରକାଶ କରି ଯନ୍ତ୍ରୀଙ୍କୁ କେବଳ ଜେ ଇ ଙ୍କ ପ୍ରସ୍ତୁତ ବିଲ ପାସ ଓ ଠିକାଦାରଙ୍କ ମର୍ଜିରେ ସବୁ କାମ ଛାଡ଼ିବା ପରିବର୍ତ୍ତେ ନିଜେ କ୍ଷେତ୍ର ପରିଦର୍ଶନ କରନ୍ତୁ ବୋଲି କହିଥିଲେ।

ଜୁନାଗଡ ବିଧାୟକ କ୍ୟାପଟେନ ମିଶ୍ର ଯେଉଁ ଗ୍ରାମକୁ ଆର୍ ଡି ରାସ୍ତାର ଆବଶ୍ୟକ ରହୁଛି ଏବଂ ଏହା ଆଜି ପର୍ଯ୍ୟନ୍ତ ପ୍ରସ୍ତାବ ରେ ଦିଆଯାଇନାହିଁ ତାହାକୁ ଗୁରୁତ୍ଵ ଦିଆଯାଉ ଏବଂ ଗ୍ରାମ୍ୟସ୍ତରରେ ସଂଯୋଗି ରାସ୍ତାକୁ ମଧ୍ୟ ସାମିଲ କରି ଜିଲ୍ଲାପାଳଙ୍କ ମାଧ୍ୟମରେ ଅନୁମୋଦନ ପାଇଁ ଉଚ୍ଚ କତୃପକ୍ଷଙ୍କୁ ପ୍ରେରଣ କରିବାକୁ କହିଥିଲେ। କେଜୁଆଲ ଟ୍ରାକ୍ଟର ମୁଖ୍ୟ ରାସ୍ତାରେ ଯିବାଯୋଗୁ କୋଟି କୋଟି ଟଙ୍କାର ରାସ୍ତା ଶୀଘ୍ର ଖରାପ ହେଉଛି, ରକ୍ଷଣା ବେକ୍ଷଣ ଦାୟିତ୍ଵ ବଢୁଛି ଏବଂ ଦୁର୍ଘଟଣା ମଧ୍ୟ ହେଉଛି ଏଣୁ ଏହାକୁ ରୋକିବାକୁ ଜିଲ୍ଲାପାଳଙ୍କ ଜରିଆରେ ଥାନା ମାନଙ୍କୁ ନିର୍ଦ୍ଦେଶ ଦେବାକୁ ବିଧାୟକ କ୍ୟାପଟେନ ମିଶ୍ର କହିଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ସ୍କିମ୍ ରେ ୨୯.୯.୨୦୨୨ ସୁଦ୍ଧା ଭବାନୀପାଟଣା ସହର ରେ ୯୯୨ ଟି,ଧର୍ମଗଡ ଏନ୍ ଏ ସି ରେ ୬୧୦ ଟି, କେସିଙ୍ଗା ରେ ୬୫୪ ଟି ଜୁନାଗଡ ଏନ୍ ଏ ସି ରେ ୩୨୫ ଟି ଏଭଳି ୨୫୮୧ ଟି ଘର ଯୋଗାଇ ଦିଆଯାଇଛି। ଗ୍ରାମ୍ୟ ସ୍ତରରେ ୨୦୧୬-୧୭ ରୁ ୨୦୨୦-୨୧ ପର୍ଯ୍ୟନ୍ତ ୯୦୬୨୮ ଜଣଙ୍କୁ ଯୋଗାଇ ଦିଆଯାଇ ଲକ୍ଷ୍ୟର ୮୮.୮୮% ହାସଲ ହୋଇଛି। ମଧୁବାବୁ ପେନସନ ଯୋଜନାରେ ୧,୧୭,୧୧୫ ଜଣଙ୍କୁ ଏବଂ ଏନ୍ ଏସ୍ ଏ ପି ଯୋଜନାରେ ୮୦୩୯୫ ଜଣଙ୍କୁ ପେନସନ ଭତା ପାଇଛନ୍ତି।

ସଭାରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନଙ୍କ ସମେତ ସମସ୍ତ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ଭବାନୀପାଟଣା ଠାରେ ଚଳିତ ଛତରଯାତ୍ରା ପର୍ବରେ ପଶୁ ବଳିକୁ ନିରୁତ୍ସାହିତ ନିମନ୍ତେ ସଚେତନତା ବୈଠକ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଭବାନୀପାଟଣା ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଚଳିତ ଛତର ଯାତ୍ରାରେ ପଶୁବଳି କୁ ନିରୁତ୍ସାହିତ କରିବା ତଥା ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଶୁମାନଙ୍କ ପ୍ରତି ନିଷ୍ଠୁରତା,ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ରାୟ, କୋମଳମତି ଶିଶୁ ମାନଙ୍କ ଉପରେ ପ୍ରଭାବ, ନିର୍ଦ୍ଦୟତା ପ୍ରତି ସମ୍ବେଦନଶୀଳର ହ୍ରାସକୁ ଆଖି ଆଗରେ ରଖି ପଶୁବଳି କୁ ନିରୁତ୍ସାହିତ କରିବା ଉଦ୍ଧେଶ୍ୟରେ ଉପସ୍ଥିତ ସମସ୍ତଙ୍କ ମତ ପ୍ରକାଶ ପାଇଁ ଜିଲ୍ଲାପାଳ ଆଗ୍ରହ ପ୍ରକାଶ କରିଥିଲେ।

ସଭାରେ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ମୁଣ୍ଡ, ସମାଜ ସେବୀ ଉତ୍ସବ ସାହୁ, ଓକିଲ ସଂଘ ସଭାପତି ସୁବ୍ରତ ବହିଦାର ତଥା ସାମନ୍ତ ଖମାରୀ ନିଜ ମତ ପ୍ରକାଶ କରି ମା ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ସମୟରେ ମାଙ୍କ ଉଦ୍ଦେଶ୍ୟରେ ପଶୁବଳି ଦେବା ଭକ୍ତ ମାନଙ୍କରେ ସଦିଚ୍ଛା,ମାନସିକ ପୂରଣ ଓ ଭକ୍ତିଭାବ କାହିଁ ବହୁ ବର୍ଷରୁ ଚଳିଆସୁଅଛି ଏବଂ ଏହା କଳାହାଣ୍ଡି ଜନମାନସର ଭାବାବେଗ ସହିତ ଜଡ଼ିତ। ପଶୁବଳି ଦ୍ଵାରା କୋମଳମତି ଶିଶୁ ଓ ସମ୍ବେଦନଶୀଳ ବ୍ୟକ୍ତି ବିଶେଷଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାରୁ ପଶୁବଳିକୁ ନିରୁତ୍ସାହିତ କରିବା ନିମନ୍ତେ ଭକ୍ତ ମନରେ ଏକ ସଚେତନତା ବାର୍ତ୍ତା ଦେବା ପାଇଁ ଗାଁ ଗାଁ ରେ ହୋର୍ଡିଁ, ଲିଫ୍ଲେଟ, ମାଇକ ଦ୍ୱାରା ଘୋଷଣା କଲେ ଧୀରେ ଧୀରେ ଏହା ହ୍ରାସ ପାଇବ ବୋଲି ପ୍ରକାଶ କରିଥିଲେ।

ସର୍ବ ସମ୍ମତିକ୍ରମେ ସଭାରେ ମାଙ୍କ ଛତର ଯାତ୍ରା ସମୟରେ ପ୍ରବଳ ଜନଗହଲିକୁ ଦୃଷ୍ଟିରେ ରଖି କୌଣସି ବ୍ୟକ୍ତି କୌଣସି ଧାରୁଆ ଅସ୍ତ୍ରଶସ୍ତ୍ର ଧରିବା ଏକ ଅପରାଧ ଭାବେ ଗଣାଯିବ ଏବଂ ସେଭଳି ସାଂସ୍କୃତିକ ଦଳରେ ଧାରୁଆ ଅସ୍ତ୍ର ଧରିବା ସଂପୂର୍ଣ୍ଣ ବାରଣ କରାଯାଇଛି। ଜେନାଖାଲ ଠାରୁ ମାଆ ମାଣିକେଶ୍ଵରୀ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଭକ୍ତମାନଙ୍କ ଦର୍ଶନ ପାଇବାର ଅଧିକାର ରହିଛି, ଏଣୁ ପଶୁବଳିକୁ ନିରୁତ୍ସାହିତ କରିବାକୁ ସହରବାସୀଙ୍କୁ ଅନୁରୋଧ କରାଗଲା ବୋଲି ସମସ୍ତେ ମତ ପ୍ରକାଶ କଲେ। ଛତର ଯାତ୍ରା ସମୟରେ ମୁଖ୍ୟରାସ୍ତାକୁ ପରିଷ୍କାର, ପରିଚ୍ଛନ୍ନ ସହ ଆବର୍ଜନା ମୁକ୍ତ କରିବାକୁ ସମସ୍ତେ ଚେଷ୍ଟା କରିବାକୁ ନିବେଦନ କରାଗଲା।

ସଚେତନତା ପାଇଁ ପୌରପରିଷଦ ଦ୍ଵାରା ମାଇକ ଘୋଷଣା, ହୋର୍ଡିଂ ଓ ଲିଫ୍ଲେଟ୍ ବଣ୍ଟନ କରାଯିବ ବୈଠକରେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଟେଲ, ପୌରପରିଷଦ ଅଧ୍ୟକ୍ଷ ସଂଯୁକ୍ତା ବେହେରା, ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ, ତହସିଲଦାର ଉପେନ୍ଦ୍ର ଲୁହା, ଡି ଆଈ ପି ଆର୍ ଓ ମନୋଜ ବେହେରା, ଡି ଏସ ଡବ୍ଲୁ ଓ ଜ୍ୟୋତ୍ସ୍ନାରାଣୀ ପାତ୍ର, ଆଇ ଆଇ ସି ଟାଉନ ଥାନା ପ୍ରଦୀପ ଧାରୁଆ, ଆର୍ ଆଇ ଅଫ ପୋଲିସ ଏ ବିଘ୍ନେଶ୍ୱର ରାଓ, ଅଶୋକ ନେଗୀ, ଶଶି ଚୌଧୁରୀ, ଅଭୟ ନାୟକ, ଜିଲ୍ଲାପାଳଙ୍କ ବିଚାର ଶାଖାର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ!

Categories
ଆଜିର ଖବର ରାଜ୍ୟ ଖବର

ଲଗାଣ ବର୍ଷାରେ ଜୁନାଗଡ, ଧର୍ମଗଡ ଯାତାୟତ ଠପ, ଅସ୍ଥାୟୀ ପୋଲ ଉପରେ ୨ରୁ ୩ଫୁଟ ପାଣି

 ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅଞ୍ଚଳରେ ଜଣ ଜୀବନ ବେହାଲ ହୋଇଛି। ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣାକୁ ସଂଯୋଗ କରୁଥିବା ମୁଖ୍ୟ ରାଜପଥର ବସୁଲ ଓ ବଣ୍ଡାକୁଟୁରା ମଝିରେ ଥିବା ହାଲେର ଜୋର ନାଳରେ ବର୍ତ୍ତମାନ ଏକ ସ୍ଥାୟି ପୋଲ ନିର୍ମାଣ କରାଯାଉଅଛି। କିନ୍ତୁ କିଛି ଦିନ ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଦୁଇ ଦୁଇ ଥର ଆପ୍ରୋଚ ରୋଡ଼ ବା ଅସ୍ଥାୟୀ ପୋଲ ଭାଙ୍ଗିଯାଇ ଧୋଇ ହୋଇ ଯାଇଥିଲା।

କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଗତ ସନ୍ଧ୍ୟା ଠାରୁ ଅସ୍ଥାୟୀ ପୋଲ ଉପରେ ୩ ରୁ ୪ ଫୁଟ ପାଣି ପ୍ରବାହିତ ହେଉ ଥିବା ଦ୍ୱାରା ଯାନବାହନ ଚଲା ଚଳରେ ବାଧା ସୃଷ୍ଟି ହେଉଛି। କିଛି ଦିନ ପୂର୍ବରୁ ଗମନାଗମନ ର ସୁବିଧା ଦୃଷ୍ଟିରୁ ଯୁଦ୍ଧ କାଳୀନ ଭିତ୍ତିରେ ଏହି ନାଳ କୁ ଦୁଇ ଦୁଇ ଥର ମରାମତି କରାଯାଇ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇ ଥିଲା , କିନ୍ତୁ ଆଜି ସେହି ପୋଲ ପୁଣି ଲଗାଣ ବର୍ଷା ଯୋଗୁଁ ଧୋଇ ହେବାକୁ ବସିଲାଣି। ଯାହାଦ୍ୱାରା ଧର୍ମଗଡ଼ ,ଜୁନାଗଡ଼, ଭବାନୀପାଟଣା ରାସ୍ତା ରେ ଲୋକେ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଥିବା ଜଣାଯାଇଛି। ଏହି ଏନ, ଏଚ,୧୩୦ କୁ ନିର୍ମାଣ କରୁଥିବା ସଂସ୍ଥା ର ଯନ୍ତ୍ରି ଓ ଏସ, ଡି,ଓ ଙ୍କ ଖାମଖିଆଳି ନୀତି ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ପ୍ରଶାସନ କିମ୍ବା ନିର୍ମାଣ କାରୀ ସଂସ୍ଥା ମଧ୍ୟ ଜାଣିବା କଥା ଯେ, ବର୍ତ୍ତମାନ ବର୍ଷା ଦିନ ଚାଲିଛି।ତେଣୁ ଭଲ ଭାବରେ ଏପ୍ରୋଚ ରୋଡ଼ ତିଆରି କରିବା କଥା କିନ୍ତୁ ଖାମ ଖିଆଲି ଭାବରେ ନିମ୍ନମାନର କାର୍ଯ୍ୟ କରୁଥିବା ଯୋଗୁଁ ବର୍ତ୍ତମାନ ବର୍ଷା ହେଲେ ବାରମ୍ବାର ଭାଙ୍ଗିଯାଉଛି ଯାହା ଫଳରେ ଲୋକଙ୍କୁ ବହୁ ଅସୁବିଧା ଭୋଗିବା କୁ ପଡୁଥିବା ବେଳେ ଜନ ଅସନ୍ତୋଷ ମଧ୍ୟ ଦେଖା ଦେଇଛି।

ବର୍ତ୍ତମାନ ଦୁଇ କି.ମି ରାସ୍ତା ପାରି ହେବା ବଦଳରେ ୨୦ ରୁ ୩୦ କି ମି ଦୂର ରାସ୍ତା ଅତିକ୍ରମ କରି ବୁଲି କି ଯିବା ଆସିବା କରିବାକୁ ପଡୁଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଉକ୍ତ ରାସ୍ତା ମଧ୍ୟ ଦେଇ ଭାରି ଯାନ ଚଳାଚଳ କୁ ବନ୍ଦ କରି ଦିଆଯାଇଅଛି। ଯଦି ସନ୍ଧ୍ୟା ପର୍ୟ୍ୟନ୍ତ ବର୍ଷା ନ ହୁଏ ତାହା ଯାନ ବାହନ ଚଲା ଚଳରେ ସ୍ୱାଭାବିକ କରି ଦିଆଯିବ ବୋଲି ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଦ୍ଵାରା ଆଇନ ସଚେତନତା କାର୍ଯକ୍ରମ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସକାଳ ୧୧.୦୦ ଘଟିକା ସମୟରେ ସ୍ଥାନୀୟ କଳାହାଣ୍ଡି କୃଷି ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଆନୁକୁଲ୍ୟ ତଥା ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମନ୍ଵୟରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେ ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଡ ମିନତୀ ବେହେରା, ସଭ୍ୟ ସ୍ନେହାଞ୍ଜଳି ମହାନ୍ତି, ଅନ୍ୟତମ ସଭ୍ୟ ସ୍ୱର୍ଣଲତା ସାମଲ, ଭବାନୀପାଟଣା ନଗରପାଳ ସଂଯୁକ୍ତା ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ ଦୁରିଆ, ପରାମର୍ଶଦାତା ଡ ଏନ୍ ଟୁନା ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି କାର୍ଯ୍ୟକ୍ରମ ସମାଜରେ ମହିଳାମାନଙ୍କ ଆତ୍ମସମ୍ମାନ ,ଅଧିକାର ,ନ୍ୟାୟ କୁ ସାବ୍ୟସ୍ତ କରିବା ତଥା ମହିଳାମାନଙ୍କ ପ୍ରତି ହିଂସା,ନିର୍ଯାତନା ଓ ଦମନ କୁ ପ୍ରତିରୋଧ କରିବା ପାଇଁ ଆଇନ୍ ର ପ୍ରଣୟନ , ସମସ୍ତ ଉନ୍ନତିମୂଳକ,ଶାସନ ପ୍ରକ୍ରିୟା ଓ ସମାଜରେ ପୁରୁଷ ମାନଙ୍କ ଭଳି ସମାନ ଅଧିକାର ଦେବା ପାଇଁ ଅଙ୍ଗୀକାରବଦ୍ଧ କୁ ସଚେତନତା ବାର୍ତ୍ତା ଦ୍ଵାରା ସବୁ ସ୍ତରରେ ପହଞ୍ଚାଇବା।ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଦ୍ଵାରା ପ୍ରସ୍ତୁତ “ମହିଳା ମାନଙ୍କ ଜାଣିବା ନିମନ୍ତେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ” ଦୁଇଟି ପୁସ୍ତକ ମହିଳା ମାନଙ୍କ ଅଧିକାର ଓ ନ୍ୟାୟ ପାଇଁ ୨୪ ଟି ଆଇନ୍ ର ବ୍ୟାଖ୍ୟା କରାଯାଇଛି ଏବଂ ତାହା ମହିଳା ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟକ୍ତି ବିଶେଷ ,ଗଣମାଧ୍ୟମ ଗଣମାଧ୍ୟମ ଙ୍କୁ ପ୍ରଦାନ କରାଯାଇଥିଲା।

ସଭାରେ ମୁଖ୍ୟ ଅତିଥି ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ନିଜ ବକ୍ତବ୍ୟ ରେ ମହିଳା ମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ପାଳନ କରୁଛନ୍ତି ଏବଂ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମିସନ ଶକ୍ତି,ସ୍ଵୟଂ ସହାୟକ ଗୋଷ୍ଠୀ, କର୍ମ ସଂସ୍ଥାନର ବିଭିନ୍ନ ସ୍କିମ୍ ପ୍ରଣୟନ କରିଛନ୍ତି। କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରିଥିବା ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ ସ୍ବାସ୍ଥ୍ୟ କର୍ମୀ, ଆଶା କର୍ମୀ, ଡାକ୍ତର, ପ୍ରଶାସନ, ପୋଲିସ, ପୌର କର୍ମଚାରୀଓ ଗଣମାଧ୍ୟମଙ୍କ ଭୂୟସୀ ପ୍ରଶଂସା କରିଥିଲେ।

ଝିଅମାନେ କୌଣସି ଗୁଣରେ କମ୍ ନୁହନ୍ତି ଆଜି ଶିକ୍ଷା, ଗବେଷଣା, ଜନସେବା, ବ୍ୟବସାୟ, ସବୁ କ୍ଷେତ୍ରରେ ଆଗଉଛନ୍ତି ଏବଂ ସେମାନଙ୍କୁ ଆମେ ସହଯୋଗ କରିବା ତଥା ସୁରକ୍ଷା ଦେବା ଆମର ପ୍ରଧାନ କର୍ତ୍ତବ୍ୟ ହେଉ ବୋଲି କହିଥିଲେ। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ପୁରୁଷର ମାନସିକତାର ପରିବର୍ତ୍ତନ ହେଲେ ଆପେ ଆପେ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ କମିଯିବ ବୋଲି କହିଥିଲେ। ମହିଳାଙ୍କ ପ୍ରତି ହିଂସା, ଯୌନ ନିର୍ଯାତନା, ଲିଙ୍ଗ ଗତ ଅସମାନତା, ମାନବ ଚାଲାଣକୁ ରୋକିବା ପାଇଁ ଆଇନର ଶକ୍ତ ପ୍ରଣୟନ ଓ ସମାଜର ଦୃଷ୍ଟିଭଙ୍ଗୀ ଉପରେ ଆଲୋକପାତ କରିଥିଲେ। ମହିଳା ଆୟୋଗ ଅଧ୍ୟକ୍ଷା ଓ ସଭ୍ୟ ରାଜ୍ୟ ମହିଳା ଆୟୋଗ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଓ ଆଇନ ଉପରେ ବିଶେଷ ସୂଚନା ପ୍ରଦାନ କରିଥିଲେ।

କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୧୦ ଜଣଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଆଶା କର୍ମୀ ସ୍ବପ୍ନ ଶବର, ଡ ସଦାନନ୍ଦ ପାଣିଗ୍ରାହୀ, ଭବାନୀପାଟଣା ଥାନା ଅଧିକାରୀ ପ୍ରଦୀପ ଦୁରିଆ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସମାଜ ସେବୀ ଯଶବନ୍ତ ରଣା, ଆଇନଜୀବୀ ଦୀପ୍ତି ରାଣୀ ପଟ୍ଟନାୟକ, ବାଲ୍ୟ ବିବାହ ନିରୋଧ ଅଧିକାରୀ ଦୀପ୍ତି ମାର୍ଗାରେଟ ଖଣ୍ଡପାଣି, ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ସାହୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାର୍ଥ ସାରଥି, ୱାନ୍ ଷ୍ଟପ୍ କେନ୍ଦ୍ରର ବନିତା ଦାସଙ୍କୁ ସମ୍ମାନିତ କରାଯାଇଥିଲା।

ସଭାଟିକୁ ଡି ଏସ୍ ଡବ୍ଲୁ ଓ ଶ୍ରୀମତୀ ଜ୍ୟୋସ୍ନାରାଣୀ ପାତ୍ର ସଞ୍ଚାଳନ କରିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ଆଇ ପି ଆର୍ ଓ ମନୋଜ ବେହେରା, ଏ ଡି ଏସ୍ ଡବ୍ଲୁ ଓ ଅଶୋକ ମୁଣ୍ଡ, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସରପଞ୍ଚ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ସମାଜ ସେବୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା, ନାରୀ ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରିଚାଳନା ବୋର୍ଡର ବୈଠକ ଅନୁଷ୍ଠିତ

କଳାହାଣ୍ଡି: ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ପରିଚାଳନା ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଉପାଧ୍ୟକ୍ଷ ପି ଅନ୍ୱେଷା ରେଡ୍ଡୀ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଟେଲ ,ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ସଚିନ ପାୱାର ପ୍ରକାଶ,ଉପ ଜିଲ୍ଲାପାଳ ,ଭବାନୀପାଟଣା ଡ ବିଶ୍ୱଜିତ୍ ଦାସ,ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର ଙ୍କ ସହ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ,ସଂପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଡି ପି ଏମ ,ଏନ୍ ଏଚ ଏମ ଶ୍ରୀ ଅବନୀ ମହାପାତ୍ର ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗର ରୋଗୀ ସେବା ,ଟୀକାକରଣ,ଆମ୍ବୁଲାନ୍ସ ସୁବିଧା,ଡାକ୍ତର ନିଯୁକ୍ତି, ଭିତ୍ତିଭୂମି ବିକାଶ, କାୟକଳ୍ପ ପୁରସ୍କାର,ସ୍ୱାସ୍ଥ୍ୟ ଶିବିର ,ଡି ଏଚ ଏଚ , ସି ଏଚ ସି ,ପି ଏଚ ସି , ସବ୍ ସେଣ୍ଟର ,ମ୍ୟାଲେରିଆ ଓ ଯକ୍ଷ୍ମା ନିରାକରଣ ନିମନ୍ତେ କାର୍ଯ୍ୟକ୍ରମ ,ଡେଙ୍ଗୁ ପାଇଁ ପଦକ୍ଷେପ ,ଏନ୍ ଟି ଇ ପି ,କୋଭିଡ ବୁଷ୍ଟର ଡୋଜ, କୋଭିଡ ଟେଷ୍ଟ,,ବାଇକ୍ ଆମ୍ବୁଲାନ୍ସ ଇତ୍ୟାଦି ଉପରେ ସବିଶେଷ ବିବରଣୀ ସ୍ଲାଇଡ ମାଧ୍ୟମରେ ଗୃହରେ ପରିବେଷଣ କରିଥିଲେ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହ ଦେଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରି ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କୁ ଗୁରୁତ୍ୱ ଦିଆଯାଇଛି ଏବଂ ସେଥିପାଇଁ ଆଜି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ,ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଏକ ସ୍ୱଚ୍ଛ ଓ ଉଚିତ୍ ପରିବେଶ ମିଳିଛି ଏବଂ ସଦର ଡ଼ାକ୍ତରଖାନା ରେ ଚାପ କମୁଚି।କଳାହାଣ୍ଡି ଜିଲ୍ଲା କାୟାକଳ୍ପ ପୁରସ୍କାର ହାସଲ କରିଛି ଓ ଆଗକୁ ଆହୁରି ଉନ୍ନତ ସେବା ଓ ସୁବିଧା ପାଇଁ ସମସ୍ତ ସ୍ବାସ୍ଥ୍ୟ କର୍ମୀ,ଆଶା କର୍ମୀ,ଅଙ୍ଗନ୍ବାଡି କର୍ମୀ , ସ୍ବାସ୍ଥ୍ୟ ବିଭାଗର ଡାକ୍ତର,ନର୍ସ,ମେଡିକାଲ ଷ୍ଟାଫ୍ ଓ ସଂପୃକ୍ତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସହଯୋଗ ଓ ଅକ୍ଲାନ୍ତ ପରିଶ୍ରମ ପାଇଁ ଅନୁରୋଧ କରିଥିଲେ ।

ଜିଲ୍ଲାପାଳ ସ୍ବାସ୍ଥ୍ୟ ସେବା ଏକ ଜରୁରୀ କାର୍ଯ , ଏଥିରେ ସଂପୃକ୍ତ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ନିଜ ନିଜ ଦାୟିତ୍ଵ କୁ ନିର୍ବାହ କରନ୍ତୁ ଏବଂ ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ ,ରକ୍ତହୀନତା ଦୂରୀକରଣ,ଯକ୍ଷ୍ମା ଓ ମ୍ୟାଲେରିଆ ରୋଗର ନିରାକରଣ,ଶିଶୁ ମୃତ୍ୟୁହାର ତଥା ବର୍ତ୍ତମାନ ସମ୍ଭାବ୍ୟ ଝାଡାବାନ୍ତି ହଇଜା ରୋକିବାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡି ପି ଏଚ ଓ ଡ ରାକେଶ ସାହୁ, ଡି ଏମ ଓ ଡ ମନୋ ମାଝି, ଡି ଆଇ ପି ଆର୍ ଓ ମନୋଜ ବେହେରା,ପ୍ରକାଶ ସେନାପତି,ସନ୍ତୋଷ କୁମାର ବାଗ ଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ଟେକ୍ନିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ

Categories
ଆଜିର ଖବର ରାଜ୍ୟ ଖବର

ଭବାନୀପାଟଣା ଠାରେ ଉଜ୍ଜ୍ୱଳ ଭାରତ ଉଜ୍ଜ୍ୱଳ ଭବିଷ୍ୟତ @୨୦୪୭ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗ୍ରିଡ, ଓ ପି ଟି ସି ଏଲ୍ ଓ ଟିପୀଡ ବ୍ଲୁ ଏଲ ର ମିଳିତ ସହଯୋଗରେ ବିଦ୍ୟୁତ ମହୋତ୍ସବ ପାଳିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ ଯେ ଆଜାଦି କା ଅମୃତ ମହୋତ୍ସବ ପରିପେକ୍ଷିରେ ସାରା ଭାରତବର୍ଷ ରେ ପ୍ରତ୍ୟେକ ଜିଲ୍ଲାରେ ଦୁଇଟି ସ୍ଥାନରେ ୨୫.୭.୨୦୨୨ ରୁ ୩୧.୭.୨୦୨୨ପର୍ଯ୍ୟନ୍ତ ଏହି ମହୋତ୍ସବ ପାଳନ କରାଯାଉଛି।

ଆଜି ଦିବା ୧୧.୦୦ ଘ ସମୟରେ ଆୟୋଜିତ ବିଦ୍ୟୁତ୍ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ପାୱାରଗ୍ରିଡ ସିନିୟର୍ ଜି ଏମ ଏସ କେ ଚାଖି, ଓ ପି ଟି ସି ଏଲ୍ ଜି ଏମ ଅଜୟ କୁମାର ନନ୍ଦ ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାୟକ, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଭବାନୀପାଟଣା ବି ଡି ଓ ବିନୟ ଭୋଇ,ଡେପୁଟି ଇଲେକ୍ଟ୍ରିକାଲ ଇନସ୍ପେକ୍ଟର ଇଂ ସୁଧାକର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତା ରେ ବିଦ୍ୟୁତ ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ପ୍ରମୁଖ ସଫଳତାକୁ ପ୍ରଦର୍ଶିତ କରିବାପାଇଁ ବିଜୁଳି ମହୋତ୍ସବ ଏକ ମାଧ୍ୟମ ଓ ଏହାଦ୍ବାରା ଅଧିକରୁ ଅଧିକ ଜନସାଧାରଣ ବିଦ୍ୟୁତ୍ କ୍ଷେତ୍ରରେ ବିକାଶକୁ ହୃଦୟଙ୍ଗମ କରିବାସହ ତୃଣମୂଳ ସ୍ତରରେ ଏହାର ଉପଯୋଗୀତା ପହଞ୍ଚିବ।

ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦନ ରାଜ୍ୟର ପ୍ରତ୍ୟେକ ଉପଭୋକ୍ତା ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ୍ ସେବା ପାଆନ୍ତୁ ତଥା ଏହି ବିଦ୍ୟୁତ ଉତ୍ପାଦନ ବ୍ୟତୀତ ସୌରଶକ୍ତି, ପବନଚାଳିତ ଶକ୍ତି ଉପରେ ଧ୍ୟାନ ଦେଲେ ଓଡ଼ିଶା ତଥା ଦେଶର ବିକାଶ ଓ ଶିଳ୍ପୀକରଣ ରେ ସାହାଯ୍ୟ ହେବ ବୋଲି କହିଥିଲେ ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍ ସେବାକୁ ଏକ ଜରୁରୀ ସେବା ରୂପେ ଗ୍ରହଣ କରି ବିଭାଗୀୟ ଅଧିକାରୀ ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଦେବା ସହ ହିତାଧିକାରୀଙ୍କୁ ସଠିକ୍ ବିଲ ପ୍ରଦାନ କୁ ଗୁରୁତ୍ୱ ଦେବାକୁ କହିଥିଲେ।ପାୱାରଗ୍ରିଡ ଜି ଏମ ସଞ୍ଜୟ ଚାଖି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଉଥିବା ବିଭିନ୍ନ ଲୋକାଭିମୁଖି କାର୍ଯ ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ବିଦ୍ୟୁତ୍ ଉପଭୋକ୍ତା ନିଜର ଅସୁବିଧା ଓ ଅନୁଭୂତିକୁ ପ୍ରକଟ କରିଥିଲେ।

ସଭାପରେ ବିଦ୍ୟୁତ ସେବା, ଗ୍ରାହକଙ୍କ ଅଧିକାର, ଅକ୍ଷୟ ଶକ୍ତି, ଗ୍ରାମ୍ୟ ବିଦ୍ୟୁତକରଣ, ପାୱାରଗ୍ରିଡ, ବିଦ୍ୟୁତ୍ ସଞ୍ଚୟ ଓ ଅପଚୟ ଉପରେ ୧୦ ମିନିଟ ର ଭିଡ଼ିଓ କ୍ଲିପ୍ ପ୍ରଦର୍ଶିତ ହୋଇଥିଲା। ପରିବର୍ତ୍ତନ ଓ ବିଜୁଳି ଶୀର୍ଷକ ଦୁଇଟି କ୍ଷୁଦ୍ର ନାଟକ କଳାକାରମାନେ ପରିବେଷଣ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଘୁମୁରା ନୃତ୍ୟ ପ୍ରଦର୍ଶନ ହୋଇଥିଲା। ସଭାଟିକୁ ସଞ୍ଚାଳନ କରିଥିଲେ କର ଆଇନଜୀବୀ ସଂଜୀବ କୁମାର ସିଂ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଜିଏମ ଓପିଟିସିଏଲ୍ ଅଜୟ କୁମାର ନନ୍ଦ, ଟିପିଡବ୍ଲୁଏଲ୍ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ମାଟି, ଡି ଆଇ ପି ଆର୍ ଓ ମନୋଜ ବେହେରା, ତହସିଲଦାର ଉପେନ୍ଦ୍ର ଲୁହା, ନିଜାରତ ଅଧିକାରୀ ଶ୍ରୀଶଙ୍କର ନାଗ, ଜିଲ୍ଲା ପରିଷଦ ସଦସ୍ୟ, ବିରୋଧୀ ଦଳ ନେତା ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ବିଦ୍ୟୁତ୍ ଉପଭୋକ୍ତା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ସଭା ପରିଚାଳନା ରେ ପାୱାର ଗ୍ରିଡ ଜି ଏମ ଉମାକାନ୍ତ ଶୁକ୍ଳ, ପାୱାର ଗ୍ରିଡ ମ୍ୟାନେଜର ଆଶୁତୋଷ ଦଳ ବେହେରା, ଏସ୍ ଡି ଓ, ଓପିଟିସିଏଲ୍ ରଞ୍ଜନ କୁମାର ସାହୁ, ପାୱାର ଗ୍ରିଡ କର୍ମଚାରୀ ଡି ବେହେରା ପ୍ରମୁଖ ସହଯୋଗ କରିଥିଲେ।