Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ବାଲୁଗାଁ ଅବକାରୀ ଏଏସଆଇ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଭିଜିଲାନ୍ସ ପଞ୍ଝାରେ ଅବକାରୀ ଅଧିକାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଅବକାରୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରିଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଶ୍ରୀ ଦାସଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପାଇବା ପରେ ତତ୍ପର ହୋଇଉଠିଛି ଓଡ଼ିଶା ଭିଜିଲାନ୍ସ। ଆଜି ସକାଳୁ ଓଡିଶା ଭିଜିଲାନ୍ସର ୪ ଡ଼ିଏସପି, ୬ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ମାନେ ଏକକାଳୀନ ଭାବେ ଶ୍ରୀ ଦାସଙ୍କ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ, ବାଲୁଗାଁ ଭଡ଼ା ସୂତ୍ରରେ ରହୁଥିବା ଘରେ, ନୟାଗଡ଼ ସ୍ଥିତ ନିଜ ବାସଭବନ ଓ ନୟାଗଡସ୍ଥିତ ଭଡ଼ା ସୂତ୍ରରେ ରହୁଥିବା ଘରେ ଚଢ଼ାଉ କରିଛନ୍ତି। ବର୍ତ୍ତମାନ ସୁଦୀପ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଭିଜିଲାନ୍ସ।

ସୂଚନା ଥାଉକି ସୁଦୀପ୍ତଙ୍କ ଛଅ ମାସ ତଳେ ବାଲୁଗାଁ ଅବକାରୀ ଏଏସଆଇ ଭାବେ ବଦଳି ହୋଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ଚାନ୍ଦିପୁର ଥାନା ଅଧିକାରୀ, ମାସିକ ଚାନ୍ଦା ନେବା ବେଳେ ଧରାହେଲେ ଥାନା ବାବୁ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି  ଓ ଏଏସ୍ଆଇ ଭିଜିଲାନ୍ସ ପଞ୍ଝାରେ ଫସିଯାଇଛନ୍ତି। ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ବଳି ମହାନ୍ତି ମାସିକିଆ ଚାନ୍ଦା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମଦ ଦୋକାନୀଙ୍କ ଠାରୁ ମାସିକ ଚାନ୍ଦା ଭାବେ ୫୦ ହଜାର ଟଙ୍କା ନେବା ବେଳେ ଥାନା ଅଧିକାରୀ ଧରାପଡିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏପଟସେପଟ କରି ଏହି ଦୁଇ କୋଠା ସହ କରିଥିଲେ ବହୁ ସଂପତ୍ତି, ହେଲେ ଧରିନେଲା ଭିଜିଲାନ୍ସ

ଭୁବନେଶ୍ବର: ତାଙ୍କର ଚାକିରୀ ଥିଲା ସାଧାରଣ ଯୋଗାଣ ଅଧିକାରୀ। ହେଲେ ସେ ମାସକୁ ଯେତିକି ଦରମା ପାଉଥିଲେ ତାହାର ବହୁ ଗୁଣା ଅଧିକ ସଂପତ୍ତିର ହେଲେ ମାଲିକ। ଏପଟସେପଟ କରି ଭୁବନେଶ୍ବରରେ କଲେ ବହୁତଳ ପ୍ରାସାଦ। ହେଲେ ଭାଗ୍ୟ ଖରାପ। ଏ ସବୁ ଧରିନେଲା ଭିଜିଲାନ୍ସ।

ଆଜି ଭିଜିଲାନ୍ସ ବିଭାଗର ଅଧିକାରୀମାନେ ନୟାଗଡ ସାଧାରଣ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ କୋଠାବାଡି ସବୁ ଚଢାଉ କରିଛନ୍ତି। ପୂର୍ବରୁ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅନୁମାନ କରି ଭିଜିଲାନ୍ସ ଏହି ଚଢାଉ କରିଛି। ଆଜି ବଜେନ୍ଦ୍ରଙ୍କର ପାଞ୍ଚୋଟି ସ୍ଥାନରେ ଏହି ଚଢାଉ କରାଯାଇଛି। ସେଥିରେ ରହିଛି ଭୁବନେଶ୍ବରରେ ଦୁଇଟି ବଡ କୋଠା ସହିତ ନିମାପଡାରେ ଏକ ଫାର୍ମ ହାଉସ।

ଏହି ଚଢାଉରେ ଦୁଇ ଜଣ ଡିଏସପି, ଛଅ ଜଣ ଇନସ୍ପେକ୍ଟର ନିୟୋଜିତ ହୋଇଛନ୍ତି। ଏବେ ସୁଦ୍ଧା ଚଢାଉ ଜାରୀ ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ତାଲିକା ଆସିପାରି ନାହିଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରାରେ ଚାଲିଥିଲା କରତକଳ, ଜବତ କଲା ଭିଜିଲାନ୍ସ

ଭୁବନେଶ୍ବର: ଆଜି ଚୋରାରେ ଚାଲିଥିବା ଏକ କରତ କଳକୁ ଜବତ କରିଛି ଓଡିଶା ଭିଜିଲାନ୍ସ ବିଭାଗ। ଖବର ପାଇବା ପରେ ଆଜି ଭୋରରୁ ଭିଜିଲାନ୍ସ ଏବଂ ବନ ବିଭାଗ ମିଳିତ ଭାବେ ଏହି କରତ କଳ ଉପରେ ଚଢାଉ କରିଥିଲେ। ଫଳରେ ସେହି ସ୍ଥାନରୁ ଜବତ ହୋଇଥିଲା 10 ଲକ୍ଷ ଟଙ୍କାର ଶାଗୁଆନ କାଠ।

ଏହ କରତ କଳଟି ବାଲେଶ୍ବର ଜିଲ୍ଲାର କମରଦା ଥାନା ଅଧିନରେ ଥିବା କେଶବ କମରଦା ବଜାରରେ ଥିଲା। ପୂର୍ବରୁ ସେଠାରେ କେବେକେବେ କାଠ କଟାଯାଉଥିଲା। ହେଲେ ପୋଲିସ କୌଣସି ଟେର ପାଇ ପାରି ନ ଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ପଞ୍ଝାରେ ଜଗତସିଂହପୁର ଉପ-ଜିଲ୍ଲାପାଳ: ୯ ଟି ସ୍ଥାନରେ ଏକକାଳୀନ ଚଢାଉ

ଜଗତସିଂହପୁର: ଭିଜିଲାନ୍ସ ପଞ୍ଝାରେ ପୁଣି ଏକ ବରିଷ୍ଠ ଅଧିକାରୀ। ଆଜି ଜଗତସିଂହପୁର ଉପ-ଜିଲ୍ଲାପାଳ ଚିତ୍ତରଞ୍ଜନ ପିଲ୍ଲାଙ୍କ ୯ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଉପ-ଜିଲ୍ଲାପାଳଙ୍କ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଏହି ଚଢାଉ କରିଛି। ଏହି ଚଢାଉରେ ୨ ଜଣ ଡିଏସପି, ୧୪ ଇନସପେକ୍ଟର, ୬ ଏଏସଆଇ ଏହି ଚଢାଉରେ ସାମିଲ ହୋଇଛନ୍ତି। ତେବେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ନୋଟିସ ପରେ ଉକ୍ତ ଚଢାଉ ଜାରି ରହିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ପୋଲିସ ବାବୁ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଆଉ ଜଣେ ଥାନା ଅଧିକାରୀଙ୍କୁ ଭିଜିଲାନ୍ସ ଚଢାଉ କରିଛି। ଭୁବନେଶ୍ବରର ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।

ଭୁବନେଶ୍ବରର ପାଇକନଗରରେ ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନା ନଛିପୁରରେ ଥିବା ପୈତୃକ ବାସଭବନ ଓ ତମାଣ୍ଡୋ ଥାନାର ଅଫିସରେ ଏକକାଳୀନ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ ଜଣ ଇନସିପେକ୍ଟର ଓ ୬ଜଣ ଏସ ଆଇ ସାମିଲ ଥିବା ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ

ଖୋର୍ଦ୍ଧା: ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା। ସୂଚନା ଅନୁଯାୟୀ ଶ୍ରୀ ପରିଡ଼ା ଏକ ଧାନ ମିଲ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜଣେ ବ୍ୟବସାୟୀଙ୍କ ନିକଟରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ। ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିବା ସହ ଭୁବନେଶ୍ୱର ଭୋଇନଗର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଣ୍ଟ୍ରାକ୍ଟରଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଇଂଜିନିୟର

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଜଣେ କଣ୍ଟ୍ରାକ୍ଟରଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି ଜଣେ ଆସିଷ୍ଟାଣ୍ଡ ଇଂଜିନିୟର। ସେ ହେଉଛନ୍ତି ଗଂଜାମ ବ୍ଲକର ବଂଶୀଧର ପରିଡା। ସେ ଜଣେ କଣ୍ଟ୍ରାକ୍ଟରଠାରୁ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ରଙ୍ଗ ହାତରେ ଧରିଛି। ଏଥିସହିତ ଭିଜିଲାନସ ତରଫରୁ ତାଙ୍କ ଅଫିସ ଓ ଘର ଉପରେ ଚଢାଉ ଜାରି ରଖିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଶ୍ରୀ ପରିଡା ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ବିଲ କରାଇଦେବା ପାଇଁ ଲାଞ୍ଚ ମାଗିଥିଲେ। ଏମଜିଏନଆରଜି କାମରେ ସେହି କଣ୍ଟ୍ରାକ୍ଟର ରୋଡ କାମ ପାଇଁ ମୋରମ ବିଛାଇଥିଲେ। ଏହାପରେ ବିଲ କରିବା କଥା। ହେଲେ ଶ୍ରୀ ପରିଡା ବିଲ ନ କରି ତାଙ୍କୁ ବୁଲାଇବାରେ ଲାଗିଲେ। ଶେଷରେ ଲାଞ୍ଚ ଦେଲେ ବିଲ ହେବ ବୋଲି କହିବା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା। ତାଙ୍କ ପ୍ୟାଣ୍ଟ ପଛ ପକେଟରୁ ଏହି ଟଙ୍କା ଭିଜିଲାନ୍ସ ଜବତ କରିଛି। ତାଙ୍କ ନାମରେ ମାମଲା ଋଜୁ କରାଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଡିଏସପିଙ୍କୁ ଧରିଲା ଭିଜିଲାନ୍ସ, କୋଇଲା ପରିବହନ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ

କଟକ: ଆଜି ଭିଜିଲାନ୍ସ ଜଣେ ଡିଏସପି ଇନଚାର୍ଯ୍ୟଙ୍କୁ ରଙ୍ଗ ହାତରେ ଧରିଛି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ସଦର ଥାନାରେ କାର୍ଯ୍ୟରତ ଅଭିନବ ଡାଳୁଅ। ସେ ଜଣେ ବ୍ୟବସାୟୀଙ୍କଠାରୁ 30 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି। ତାଙ୍କ ହାତରୁ ଏହି ଟଙ୍କା ଜବତ କରାଯିବା ସହିତ 8ଟି ସ୍ଥାନରେ ଏକକାଳୀନ ଚଢାଉ ଜାରୀ ରହିଛି।

ଘଟଣାରୁ ଜଣାପଡିଛି ଯେ, ଅଭିନବ ଜଣେ କୋଇଲା ପରିବହନ ବ୍ୟବସାୟୀଙ୍କୁ ଧମକ ଚମକ ଦେଉଥିଲେ। ଟଙ୍କା ନ ଦେଲେ ସେ ତାଙ୍କର ପରିବହନ ବନ୍ଦ କରିଦେବେ ବୋଲି କହୁଥିଲେ। ଏଥିରେ ବ୍ୟବସାୟୀ ଡରି ତାଙ୍କୁ ପୂର୍ବରୁ 15 ହଜାର ଟଙ୍କା ଦେଇଥିଲେ। ହେଲେ ସେଥିରେ ସେ ସନ୍ତୁଷ୍ଠ ହେଲେ ନାହିଁ। ପୁଣି ଟଙ୍କା ମାଗିଲେ। ଏଥରେ ସେ 30 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍କୁଲ ବିଇଓଙ୍କୁ ଧରିଲା ଭିଜିଲାନ୍ସ, ଶିକ୍ଷକଙ୍କଠାରୁ ପନ୍ଦର ହଜାର ଟଙ୍କା ନେଉଥିଲେ ଲାଞ୍ଚ

କଟକ: ଜଣେ ସ୍କୁଲ ଶିକ୍ଷକଙ୍କର ବକେୟା ରାଶି ପ୍ରଦାନ କରିବା ପାଇଁ ବିଇଓ ଖେଳ ଖେଳୁଥିଲେ। କହିଲେ ଟଙ୍କା ନ ଦେଲେ ବକେୟା ପ୍ରଦାନ ହେବ ନାହିଁ। ଆଲୋଚନାରେ କଥା ଛିଣ୍ଡିଲା 60 ହଜାର ଟଙ୍କା ନେବେ। ସେହି ଅନୁସାରେ ପ୍ରଥମେ ସେ 15 ହଜାର ଟଙ୍କା ନେବେ। ହେଲେ ଘଟଣାଟି କେଉଁଆଡେ ଯାଉଛି ବିଇଓ ଜାଣିପାରିଲେ ନାହିଁ। ଯେଉଁଦିନ ସେ ଲାଞ୍ଚ ଟଙ୍କା ଗ୍ରହଣ କଲେ ସେହିଠାରେ ଧରିଲା ଭିଜିଲାନ୍ସ।

ଏହିପରି ଘଟଣାଟି କେଉଁଝର ଜିଲ୍ଲାର ଘଟଗାଁରେ ଘଟିଛି। ସେଠାରେ ଅବସ୍ଥାପିତ ବିଇଓ ଅଭୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କଠାରୁ 15 ହଜାର ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କର ତିନୋଟି ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ବିଇଓଙ୍କୁ ଭିଜିଲାନ୍ସ ତାଙ୍କ ହେପାଜତରେ ରଖିଥିବାର ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ: ଭିଜିଲାନ୍ସ ଦ୍ଵାରା ଗିରଫ ହେଲେ ଅଚ୍ୟୁତପୁର ରାଜସ୍ୱ ନିରିକ୍ଷକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଅଚ୍ୟୁତପୁର ରାଜସ୍ୱ ନିରିକ୍ଷକ ଗୌରାଙ୍ଗ ଶବର ବୁଧବାର ଦିନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଛଣଗିରି ଗ୍ରାମପଞ୍ଚାୟତ ଦେଉଳି ଗ୍ରାମର ଦିପକ ପ୍ରଧାନ ଓରଫ କାହ୍ନାଙ୍କ ଦଲିଲରୁ ପଟ୍ଟା କରାଇଦେବାକୁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ଜଣାପଡିଛି।

ଭୁବନେଶ୍ୱର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ହୋଇଥିଲା ଚଢ଼ାଉ। ଭିଜିଲାନ୍ସ ଟିମ ଅଚ୍ୟୁତପୁର ରାଜସ୍ୱ ନିରିକ୍ଷକ ଅଫିସ ଓ ଟାଙ୍ଗୀ ତହସିଲ ଅଫସରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମୃତ ପ୍ରମାଣ ପତ୍ର ଦେବା ପାଇଁ ଡାକ୍ତରଖାନା କର୍ମଚାରୀ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ମୃତ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ଏହିପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ହଳଦିଆ ସିଏଚସି ରେ ଘଟିଛି। ଆଜି ଦିନ ପ୍ରାୟ 12ଟା ବେଳେ ସେଠାକାର କ୍ଲର୍କ ଅନୁପ କୁମାର ଶତପଥୀ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଶ୍ରୀ ଶତପଥୀ ଜଣେ ଅଭିଯୋଗକାରୀଙ୍କ ଜେଜେ ବାପାଙ୍କ ମୃତ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କର ପୈତୃକ ସଂପତ୍ତି ବିକ୍ରି ପାଇଁ ସେ ଏହି ଆବେଦନ କରିଥିଲେ। ହେଲେ ଶ୍ରୀ ଶତପଥୀ ତାଙ୍କୁ ବହୁବାର ଅଫିସକୁ ଦଉଡାଇଥିଲେ। ଶେଷରେ ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବିକ ଆଜି ଭିଜିଲାନ୍ସ ତାଙ୍କୁ ଧରିବା ସହିତ ତାଙ୍କ ହାତରୁ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରିଛି। ତାଙ୍କ ନାମରେ ମାମଲା ଋଜୁ ପରେ ଅଧିକ ତଦନ୍ତ ଚାଲିଛି।

Categories
ଅପରାଧ ବିଶେଷ ଖବର

ଆହୁରି ବାହାରୁଛି ଟଙ୍କା ଓ ସୁନା, ମୋଟ ହେଲା ସାଢେ ତିନି କୋଟି, ଏବେବି ଭିଜିଲାନସର ଚଢାଉ ଜାରୀ

ଭୁବନେଶ୍ବର: ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ସହାୟକ ଇଂଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କ ସଂପର୍କିୟଙ୍କ ଘରୁ ଆହୁରି ଟଙ୍କା ବାହାରୁଛି। ପ୍ରଥମେ ତାଙ୍କର ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରୁ ଟଙ୍କା ଜବତ ହୋଇଥିଲା ସେହି ଟଙ୍କା ଦିନରାତି ଗଣିବା ପରେ ଜଣାପଡିଥିଲା ଯେ ତାହା ଦୁଇ କୋଟି।

କେବଳ ଟଙ୍କା ନୁହେଁ ସେଦିନ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ ରହିଛି ୨୦ଟି ସୁନା ବିସ୍କୁଟ। ଯାହାର ଓଜନ ୫୮୦ ଗ୍ରାମ ବୋଲି ଜଣାପଡିଛି।

ପଢନ୍ତୁ- ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ତେବେ ଆଜିର ସଦ୍ୟତମ ସୂଚନା ଅନୁସାରେ କଳ୍ପନାଙ୍କ ଭଉଣୀଙ୍କ ଘରୁ ମଧ୍ୟ ଆଜି ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କ ଭଉଣୀ ଅର୍ଥାତ ରାଉଳଙ୍କ ଶାଳିଙ୍କ ଘରୁ ଆଜି ସକାଳେ ଏହି ଟଙ୍କା ଜବତ କରାଯାଇଛି।

ଭୁବନେଶ୍ବରର ଶାଳିଆ ସାହିରେ ରହୁଥିବା ଏହି ମହିଳାଙ୍କ ଘରେ ଭିଜିଲାନସ ରେଡ କରିଥିଲା। ସେହିପରି ପୋଖରୀପୁଟସ୍ଥିତ କେଶରୀ ଇଷ୍ଟେଟରେ ଏକ ଟ୍ରିପ୍ଲେକ୍ସ କିଣିବା ପାଇଁ ରଖିଥିବା ୭୮ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ମିଳିଛି। ଏଥିସହିତ ୩୫୪ ଗ୍ରାମ ସୁନା ମଧ୍ୟ ଜବତ ହୋଇଛି।

ତେବେ ସୂଚନା ଅନୁସାରେ ବର୍ତ୍ତମାନ କାର୍ତ୍ତିକଶ୍ବର ରାଉଳଙ୍କଠାରୁ ମୋଟ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳ ଟଙ୍କା ଆଉ ଅଧା କିଲୋ ସୁନା, ଭିଜିଲାନ୍ସର ରେକର୍ଡ

ଭୁବନେଶ୍ବର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭିଜିଲାନ୍ସ ବିଭାଗ ଜଣେ ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପାଖରେ ଯେତେ ଟଙ୍କା ପାଇଲେ ତାହା ଏକ ରେକର୍ଡ। ଅର୍ଥାତ ଭିଜିଲାନ୍ସ ପୂର୍ବରୁ ଯେତେ ଚଢାଉ କରିଥିଲେ ସେମାନେ ଏତେ ଟଙ୍କା ଆଉ ସୁନା କେବେ ହାସଲ କରି ନ ଥିଲେ। ଏ କଥା ଖୋଦ ଭିଜିଲାନ୍ସ ବିଭାଗ ଅଧିକାରୀ ସ୍ବୀକାର କରିଛନ୍ତି।

ଘଟଣାଟି ହେଉଛି ବୁଧବାର ଦିନ ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ଜଣେ ସହାୟକ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ତାଙ୍କ ନାମ ହେଉଛି କାର୍ତ୍ତିକଶ୍ବର ରାଉଳ। ସେତେବେଳେ ତାଙ୍କ ଘରୁ ମଧ୍ୟ ବହୁ ଆୟ ବହିଃଭୂତ ସଂପତ୍ତି ଠାବ କରାଯାଇଥିଲା। ସେହି ଚଢାଉ ବେଳେ କାର୍ତ୍ତିକଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘର ମଧ୍ୟ ରେଡ୍ କରାଯାଇଥିଲା।

ତାଙ୍କର ଦ୍ବିତୀୟ ସ୍ତ୍ରୀଙ୍କ ନାମ ହେଉଛି କଳ୍ପନା ପ୍ରଧାନ। ସେ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରେ ରହୁଛନ୍ତି। ସେହି ଫ୍ଲାଟରେ ଭିଜିଲାନସ ଚଢାଉ କରିବା ପରେ ସେଠାରେ ବିପୁଳ ପରିମାଣ ନଗଦ ଟଙ୍କା ଦେଖି ତାଜୁବ ହୋଇଯାଇଥିଲା। ସେହି ଟଙ୍କା ଦିନରାତି ଗଣିବା ପରେ ଗୁରୁବାର ଦିନ ଜଣାପଡିଥିଲା ଯେ ତାହା ଦୁଇ କୋଟି। ଯାହା ଭିଜିଲାନ୍ସ ବିଭାଗର ଏକ ରେକର୍ଡ ବୋଲି କୁହାଯାଇଛି।

କେବଳ ଟଙ୍କା ନୁହେଁ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ ରହିଛି 20ଟି ସୁନା ବିସ୍କୁଟ। ଯାହାର ଓଜନ 580 ଗ୍ରାମ ବୋଲି ଜଣାପଡିଛି।

ବୁଧବାର ଦିନ ଭିଜିଲାନସ କାର୍ତ୍ତିକେଶ୍ୱର ରାଉଳଙ୍କର ବ୍ରହ୍ମପୁର, ଭୁବନେଶ୍ବର ସମେତ 6ଟି ସ୍ଥାନରେ ଚଢାଉ କରିଥିଲେ। ଏହି ଚଢାଉରେ 5 ଜଣ ଡିଏସପି, 11 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ଚଢାଉବେଳେ ତାଙ୍କ ସରକାରୀ ବାସଭବନରୁ ନଗଦ 2 ଲକ୍ଷ 50 ହଜାର 880 ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ବହୁତଳ କୋଠା ମଧ୍ୟ ଜବତ କରାଯାଇଛି।

( ଏଥିରେ ଥିବା ଫଟୋ ତିନୋଟି କୌଣସି ପ୍ରତିକାତ୍ମକ ଫଟୋ ନୁହେଁ, ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଉଠାଯାଇଥିବା ଫଟୋ )

Categories
ଆଜିର ଖବର ରାଜ୍ୟ ଖବର

ଜଳସେଚନ ସହାୟକ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ଲାଗିଛନ୍ତି ୩ ଜଣ ଡିଏସପି, ୫ ଇନସ୍ପେକ୍ଟର

କଟକ: ଆଜି ସକାଳୁ ଭିଜିଲାନ୍ସ ବିଭାଗ ଜଣେ ସହାୟକ ଯନ୍ତ୍ରୀଙ୍କ ଘରେ ଚଢାଉ କରିଛନ୍ତି। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ବୈତରଣୀ ଜଳସେଚନ ବିଭାଗର ସହାୟକ ଯନ୍ତ୍ରୀ ଉମେଶ କୁମାର ଶାସନୀ।

ଏହି ଚଢାଉରେ ୩ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୩ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏକକାଳିନ କେଉଁଝର, ଭଦ୍ରକ, ଯାଜପୁର ଏବଂ ଖୋର୍ଧା ଜିଲ୍ଲାର ୮ ଟି ସ୍ଥାନରେ ଏହି ଚଢାଉ ଜାରୀ ରହିଛି। ସେଗୁଡିକ ହେଲା

1-ସରକାର ଜଳସେଚନ କଲୋନୀର କ୍ୱାର୍ଟର୍ ନଂ 2RA / 2, ସାଳପଡା ଜିଲ୍ଲା- କେଉଁଝର

2-ଜଳସେଚନ ଅଫିସ, ସାଳପଡା ଜିଲ୍ଲା- କେଉଁଝର

3-ଭଦ୍ରକ ଟାଉନ୍ ଅପର୍ତ୍ତିବିନ୍ଧାଠାରେ ଥିବା ଏକ ମହଲା ବିଶିଷ୍ଟ ଆବାସିକ ଘର

4-ଫ୍ଲାଟ ନଂ 303 ଶ୍ୟାମ ଏନକ୍ଲେଭ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର,

5- କେଉଁଝରର ନନ୍ଦିପୁର ଥାନା ଅନ୍ତର୍ଗତ ନିଜ ଗାଁ ବେତାରି ଘର

6-ଯାଜପୁର କୁଆଖିଆ ଥାନା ଅଧୀନରେ ଥିବା ମଠସାହିରେ ସମ୍ପର୍କୀୟଙ୍କ ଘର

7-ପ୍ଲଟ୍ ନଂ 1049, ଖତା ନଂ 704/534, ମାଉଜା ଏବଂ PS ବାଲିଅନ୍ତା, ଜିଲ୍ଲା-ଖୋର୍ଦ୍ଧା ରେ ଥିବା ଏକ ଆଉଟ୍ ହାଉସ୍

8- ପ୍ଲଟ୍ ନଂ 11, ଖାତା ନଂ 159, ମାଉଜା- ସୁଦୁସୁଦିଆ, ଥାନା- ଆନନ୍ଦପୁର, ଜିଲ୍ଲା- କେଉଁଝରରେ ଥିବା ଅନ୍ୟ ଏକ ଆଉଟ-ହାଉସ୍

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଏନଏସି ର ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଭିଜିଲାନ୍ସ, ଛଅଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର: ଆଜି ଗୋଟିଏ ପଟେ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ଭିଜିଲାନ୍ସ ଚଢାଉ ମଧ୍ୟ ଜାରି ରହିଛି। ଏଥର ଭିଜିଲାନ୍ସ ଜାଲରେ ଫସିଛନ୍ତି ଏନଏସିର ଆସିଷ୍ଟାଣ୍ଡ ଇଂଜିନିୟର। ତାଙ୍କର ଛଅଟି ସ୍ଥାନରେ ଏକ କାଳୀନ ଚଢାଉ ଜାରି ରହିଛି। ଏଥିରେ ପାଞ୍ଚ ଜଣ ଡିଏସପି, ଆଠଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି। ଏକ କାଳିନ ଖୋର୍ଦ୍ଧା, ଗଜପତି, ଗଂଜାମ ଏବଂ କୋରାପୁଟରେ ଏହି ଚଢାଉ ଚାଲିଛି।

ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଯେଉଁ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ କରାଯାଇଛି ସେ ହେଉଛନ୍ତି ମନୋଜ କୁମାର ପାତ୍ର। ସେ ସୁନାବେଢା ଏନଏସିର ଆସିଷ୍ଟାଣ୍ଡ ଇଂଜିନିୟର ଅଛନ୍ତି। ଜୟପୁର ସ୍ବତନ୍ତ୍ର ଭିଜିଲାନସ କୋର୍ଟର ୱାରଣ୍ଟ ବଳରେ ଏହି ଚଢାଉ କରାଯାଇଛି। ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା

୧. ଫ୍ଲାଟ ନଂ -୧୦୨, କନିକା ଆପାର୍ଟମେଣ୍ଟ, ପୋଖରୀପୁଟ, ଭୁବନେଶ୍ବର

୨. ପାରଳାଖେମୁଣ୍ଡିର ବି ସୀତାପୁରରେ ଅବସ୍ଥିତ ପୈତୃକ ଘର

୩. ବ୍ରହ୍ମପୁରରେ ସମ୍ପର୍କୀୟଙ୍କ ବାସଭବନ

୪. ବ୍ରହ୍ମପୁର ଶକ୍ତିନଗର ଦୁଇଟ ମହଲା କୋଠା

୫.ସୁନାବେଢାରେ ଥିବା ସରକାରୀ ବାସଭବନ

୬. ଅଫିସ୍ ରୁମ୍, NAC ଅଫିସ୍, ସୁନାବେଡା

(ଏଥିରେ ଥିବା ଫଟୋଟି ହେଉଛି ବ୍ରହ୍ମପୁରରେ ଥିବା ତାଙ୍କ ଦୁଇ ମହଲା ଅଟ୍ଟାଳିକା। ଫଟୋ ସୌଜନ୍ୟ-ଓଡିଶା ଭିଜିଲାନ୍ସ )

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେବା ବେଳେ ଧରାପଡିଲେ ଆଉ ଜଣେ ଶିକ୍ଷା ଅଧିକାରୀ

ପାରଳାଖେମୁଣ୍ଡି: ଆଜି ଆଉ ଜଣେ ଶିକ୍ଷା ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଲାଞ୍ଚ ନେବା ବେଳେ ନୂଆଗଡ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କୁ ଭିଜିଲାନ୍ସ ଧରିଛି। ଜଣେ ଶିକ୍ଷକଙ୍କ ଏରିଅର ବିଲ କରେଇଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶ୍ରୀ ନାୟକ ଧରାପଡିଛନ୍ତି। ବର୍ତ୍ତମାନ ଏହି ଶିକ୍ଷା ଅଧିକାରୀଙ୍କ ଘରେ ଏବଂ ଅଫିସରେ ଭିଜିଲାନ୍ସ ଚଢାଉ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ଫସିଲେ ଜଣେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ମୁଣ୍ଡ ଖରାପ ହୋଇଯାଇଛି। କାରଣ ହେଲା ଆଜି ସକାଳୁ ତାଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ ଆରମ୍ଭ କରିଛି। ସେ ହେଲେ ତାଳଚେର ବିଡିଓ ଅଫିସରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁ। ତାଙ୍କର ଚାରୋଟି ସ୍ଥାନରେ ଚଢାଉ ଚାଲିଛି।

ଭିଜିଲାନ୍ସ ତଥ୍ୟ ଅନୁସାରେ ବିରଞ୍ଚିଙ୍କ ଅନୁଗୁଳ ସଦରରେ ଥିବା କୁମୁଦ ଗାଁରେ ତାଙ୍କର ପୌତୃକ ଘର, ଅନୁଗୁଳ ସଦରରେ ଥିବା ତାଙ୍କର ବାସଭବନ, ଢେଙ୍କାନାଳରେ ଥିବା ତାଙ୍କର ସଂପର୍କୀୟ ଘର ଏବଂ ତାଙ୍କ ଅଫିସରେ ଏକକାଳୀନ ଏହି ଚଢାଉ ଜାରି ରହିଛି। ଏଥିରେ 4 ଜଣ ଡିଏସପି ଏବଂ 8 ଜଣ ଇନସ୍ପେକ୍ଟର ସହିତ ବହୁ ଅଧିକାରୀ ସାମିଲ ହୋଇଛନ୍ତି। ତେବେ ଚଢାଉ ଚାଲିଥିବାରୁ କେତେ ଆୟ ବର୍ହିଭୂତ ସଂପତ୍ତି ରହିଛି ତାହାର କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ଭିଜିଲାନ୍ସ ଜାଲରେ ଜଣେ ଏମଡି,ମିଲିଲା ଟଙ୍କା ଆଉ 4ଟି 4 ଚକିଆ ଗାଡି, ଚଢାଉ ଜାରୀ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭିଜିଲାନ୍ସ ଜଣେ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଘରେ ଚଢାଉ କରିଛି। ସେ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ଜାମନକିରା ଲ୍ୟାମ୍ପସ ର ଏମଡି ଫନିନ୍ଦ୍ର ସାହୁ। ଆୟ ବହିଃର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରୀ କରାଯାଇଛି। ଏଥିରେ 3 ଜଣ ଡିଏସପି, 4 ଜଣ ଇନସ୍ପେକ୍ଟର, 4 ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଏମାନେ ଏକକାଳିନ ତାଙ୍କ ଅଫିସ ସହିତ ଆଉ 4ଟି ସ୍ଥାନରେ ଚଢାଉ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ତାଙ୍କ ଘରୁ 2 ଲକ୍ଷ 36 ହଜାର 870 ଟଙ୍କା ଜବତ କରାଯାଇଛି। ଏଥିସହିତ କାଗଜ ପତ୍ର ଯାଞ୍ଚ ପରେ ସମ୍ବଲପୁରରେ 2ଟି ପ୍ଲଟ, 4ଟି ଚାରିଚକିଆ ଗାଡି ଜବତ କରାଯାଇଛି। ଏହି ଚାରୋଟି ଗାଡି ମଧ୍ୟରୁ 3 ଟି ବୋଲେରୋ ଥିବା ବେଳେ ଗୋଟିଏ ଘରୋଇ କାର। ବର୍ତ୍ତମାନ ସୁଦ୍ଧା ସମସ୍ତ ସ୍ଥାନରେ ଚଢାଉ ଜାରୀ ରହିଛି। ସଂଧ୍ୟା ସୁଦ୍ଧା ସଂପୂର୍ଣ୍ଣ ତଥ୍ୟ ଅସିବ ବୋଲି ଭିଜିଲାନସ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ହାତରେ ଧରାପଡିଲେ କନେଷ୍ଟବଳ, ଚକାଚକ୍ କୋଠାରେ ଚାଲିଛି ଚଢାଉ

ବ୍ରହ୍ମପୁର: ଆଜି ସକାଳୁ ବ୍ରହ୍ମପୁର ଭିଜିଲାସ ଟିମ ଜଣେ କନେଷ୍ଟବଳ ଘରେ ଚଢାଉ କରିଛନ୍ତି। ଆୟ ବହିଃରଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ସେ ହେଉଛନ୍ତି ବ୍ରହ୍ମପୁର ପୋଲିସରେ କାର୍ଯ୍ୟ କରୁଥିବା କନେଷ୍ଟବଳ ସୁଦର୍ଶନ ପ୍ରଧାନ। ତାଙ୍କ ଘର ଚଢାଉ ପାଇଁ ଜଣେ ଅତିରିକ୍ତ ଏସପି, ଦୁଇଜଣ ଡିଏସପି, 5 ଜଣ ଇନସ୍ପେକ୍ଟର ସହ ଅନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି।

ଏହି ଚଢାଉ ବ୍ରହ୍ମପୁର ମେନରୋଡ ଲୋଚାପଡାରେ ଥିବା ତିନିମହଲା କୋଠା, ନିମାଖାଣ୍ଡିରେ ଥିବା କୋଠା ସହ ଭଂଜନଗର ଗାମୁଣ୍ଡିରେ ଥିବା ତାଙ୍କ ପୈତୃିକ ଘର। ବର୍ତ୍ତମାନ ତାଙ୍କ ଘରୁ ନଗଦ 5 ଲକ୍ଷ 16 ହଜାର 880 ଟଙ୍କା ଜବତ ହୋଇଛି। ଏହି ଚଢାଉ ଆଜି ଦିନ ତମାମ ଚାଲିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ: ୬ ଟି ଘରେ କରୁଛି ରେଡ୍

ଭୁବନେଶ୍ବର: ଆଜି ଭିଜିଲାନ୍ସ ଜାଲରେ ଜଣେ ଅଙ୍ଗନବାଡି କର୍ମୀ ପଡିଛନ୍ତି। ଅଙ୍ଗନବାଡି କର୍ମୀଙ୍କ ୬ ଟି ଘରେ ଭିଜିଲାନ୍ସ ବିଭାଗ ଏକକାଳୀନ ରେଡ୍ କରିଛି। ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଅଙ୍ଗନବାଡି ଦିଦି କବିତା ମାଥନଙ୍କ ୬ ଟି ଘରକୁ ରେଡ୍ କରାଯାଉଛି। ଭୁବନେଶ୍ଵରର କୋରଡ଼କଣ୍ଟା ଅଙ୍ଗନବାଡି କେନ୍ଦ୍ରରେ କବିତା କାର୍ଯ୍ୟ କରନ୍ତି। ଏହି ସମୟରେ ଭୁବନେଶ୍ଵରର କେଶୁରା ଓ ଝାରପଡାରେ ଏକାଧିକ ବହୁତଳ କୋଠା ଠାବ କରାଯାଇଛି। ଏହାସହ ଅଙ୍ଗନବାଡି ଦିଦିଙ୍କ ପୈତୃକ ଘର ଓ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାର ଶାଶୁ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ କରୁଥିବା ସୂଚନା ରହିଛି।