Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ହେଲେ ତହସିଲଦାର

ଭୁବନେଶ୍ବର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ତହସିଲଦାର ଧରା ପଡିଛନ୍ତି। ରାଇକିଆ ତହସିଲଦାର ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତହସିଲଦାର ଚକ୍ରଧର ପାଢୀ ଜବତ ଟ୍ରାକ୍ଟର ଛାଡିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଥିଲା। ତହସିଲଦାରଙ୍କ ବାଲିଗୁଡା ସରକାରୀ ବାସଭବନରେ ଲାଞ୍ଚ ନେଉଥିଲେ। ସେଠାରୁ ତହସିଲଦାରଙ୍କୁ ଭିଜିଲାନ୍ସ ଗିରଫ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ହାତକୁ ଗଲା ପ୍ରଦୀପଙ୍କ ମାମଲା

ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି। ଏବଂ ଆସନ୍ତା 2 ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଆସନ୍ତା ଫେବୃୟାରୀ 12 ତାରିଖରେ ଏହି ମାମଲାର ପରବର୍ତ୍ତିୀ ଶୁଣାଣି ହେବ।

ସୂଚନାଯୋଗ୍ୟ,  ଗତ 7 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିଶ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବକେୟା ଦରମା ଦେବାକୁ ଟଙ୍କା ଦାବୀ: ଭିଜିଲାନ୍ସ ପଂଝାରେ କୋକସରା ସିଡିପିଓ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଜୟନ୍ତୀ ମହାନ୍ତି ନିଜ ଅଧିନସ୍ଥ ଜନୈକ ଅଙ୍ଗନୱାଡି କର୍ମୀଂକ ଠାରୁ ଲାଂଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡିଥିବା ଜଣାପଡିଛି।

ମିଳିଥିବା ତଥ୍ୟ ଅନୁସାରେ କୋକସରା ବ୍ଲକର ସୁନାମାଲ ଗ୍ରାମର ଅଙ୍ଗନୱାଡି କର୍ମୀ ଆରତୀ ଧଙ୍ଗଡାମାଝୀଙ୍କର ବିଗତ ତିନି ମାସର ବକେୟା ଦରମା ମଂଜୁର କରିଦେବାକୁ ପାଂଚ ହଜାର ଟଂକା ଦାବୀ କରିଥିଲେ। ଏସଂପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୨୭ ତା.୦୨.୧୨.୨୦୨୦ ଦୁର୍ନୀତି ନିବାରଣ ଆଇନ୨୦୧୮ ଧାରା ୭ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଥିଲା।

ତଦନୁସାରେ ଅଙ୍ଗନୱାଡି କର୍ମୀ ଜଣକ ସିଡିପିଓଙ୍କୁ ଲାଂଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ତଦନ୍ତ କରୁଥିବା ଭିଜିଲାନ୍ସ ଟିମ ଘଟଣାସ୍ଥଳରୁ ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ସିଇଟି ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ। ଘାଟିକିଆ ସ୍ଥିତ ସିଇଟି ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରସନ୍ନ କୁମାର ମିଶ୍ର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ବାସଭବନରେ ଚଢାଉ କରାଯାଇଛି। ଭୁବନେଶ୍ବର ଖଣ୍ଡଗିରି ବାରି ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍‌ ଚାଲିଛି।

ଭିଜିଲାନ୍ସ ବିଭାଗର ଏକ ଟିମ୍ ପ୍ରସନ୍ନଙ୍କ ଘର ଛାନଭିନ୍ ଚଳାଇଛି। ଛାନଭିନ୍ ବେଳେ କିଛି ଜମି କାଗଜପତ୍ର ମିଳିଥିବା ବେଳେ ତାଙ୍କର ୮ଟି ବ୍ୟାଙ୍କରେ ଆକାଉଣ୍ଟ ରହିଥିବା ଜଣାପଡିଛି। ତେବେ ତାଙ୍କର ମୋଟ୍ କେତେ ସମ୍ପତ୍ତି  ରହିଛି ତାହାକୁ ନେଇ ଭିଜିଲାନ୍ସ ବିଭାଗ ଆକଳନ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି : ଭିଜିଲାନ୍ସ ଜାଲରେ ପଡିଛନ୍ତି ଅଧ୍ୟାପକ । ଅଧ୍ୟାପକ ଜଣକ ହେଉଛନ୍ତି ଜି. ନାଗେଶ୍ବର ରାଓ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼ ଚାଲିଛି । ପାରଳାଖେମୁଣ୍ଡି ରାଧାଗୋବିନ୍ଦ ନଗର ସମେତ 6ଟି ଘରେ ରେଡ଼ କରାଯାଇଛି । ମିଳିଥିବା ସୂଚନା ମୁତାବକ ଜି. ନାଗେଶ୍ଵର ରାଓ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡିସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଏଜୁକେସନର ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା 30ଲକ୍ଷ ଟଙ୍କାରୁ ଅଧିକ ନଗଦ ମିଳିଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଅନ୍ୟାନ୍ୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଗାଡ଼ି ମିଳିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ପୌର ପରିଷଦ ନିର୍ବାହୀ ଅଧିକାରୀ

ଦେବଗଡ଼ :ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ ପୌର ପରିଷଦର ଜଣେ ନିର୍ବାହୀ ଅଧିକାରୀ । ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ଦାଶରଥୀ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ ଚାଲିଛି।  କୁଞ୍ଜବନଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ 4 ଟି ସ୍ଥାନରେ ଭିଜିଲାନ୍ସଟିମ୍‌ ଚଢ଼ଉ କରୁଛି। ତାଙ୍କ ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସ୍ଥିତ ଶ୍ୱଶୁର ଘର ଓ ଗଣ୍ଡଗରା ସ୍ଥିତ ପୈତୃକ ଘରେ ବି ଚଢଉ ଚାଲିଛି।

Categories
ଆଜିର ଖବର ରାଜ୍ୟ ଖବର

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷୟିତ୍ରୀ : ବୟସ ପ୍ରମାଣପତ୍ର ପାଇଁ ଦୁଇ ହଜାର ଟଙ୍କାର ଲାଞ୍ଚ ନେଇ ଧରାପଡିଲେ

ସମୀକ୍ଷା ବ୍ୟୁରୋ

ବାଙ୍କୀ : ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ । ଲାଞ୍ଚ ନେବା ଅଭିଯୋଗରେ କଟକ ତୁଳସୀପୁର ରଙ୍ଗଣୀ ସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁରର ରଙ୍ଗଣିସାହି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।  ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇ ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଗିରଫ କରିଛି ।  ବୟସ ପ୍ରମାଣପତ୍ର ଦେବାକୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିପ୍ରଭା ଶତପଥୀ । ପ୍ରଧାନଶିକ୍ଷୟିତ୍ରୀଙ୍କ ବାଙ୍କୀସହର ସ୍ଥିତ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।