Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ବରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟୀକା ଡୋଜ: ଅପେକ୍ଷାରତ ଲୋକଙ୍କୁ ମିଳିବ ପ୍ରାଥମିକତା

ଭୁବନେଶ୍ବର: ଆଜି ଭୁବନେଶ୍ଵରରେ ୨ ଲକ୍ଷ କୋଭିସିଲ୍ଡ ଟୀକା ଡୋଜ ପହଞ୍ଚିଛି। ଦ୍ଵିତୀୟ ଡୋଜ ଅପେକ୍ଷାରେ ଥିବା ୪୫ ବର୍ଷର ବର୍ଗର ଲୋକଙ୍କୁ ପ୍ରଥମେ ଏହି ଟୀକା ମିଳିବ।

ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟରେ ମୋଟ ୪୫ ବର୍ଷରୁ ଉର୍ଦ୍ଧ୍ଵ ବର୍ଗରେ ମୋଟ ୧ କୋଟି ୧୬ ଲକ୍ଷ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଲକ୍ଷ ୫୫ ହଜାର ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୨୩ ଲକ୍ଷ ୪୩ ହଜାର ଲୋକ ଦ୍ଵିତୀୟ ଡୋଜ ପାଇଁ ଅପେକ୍ଷାରତ ଅଛନ୍ତି। ଏଯାବତ ୫ ଲକ୍ଷ ୯୬ ହଜାର ଲୋକ ଦ୍ଵିତୀୟ ଡୋଜ ନେଇସାରିଲେଣି। ପାଖାପାଖି ୧୭ ଲକ୍ଷ ଲୋକ ଦ୍ଵିତୀୟ ଡୋଜ ନେବାକୁ ଅପେକ୍ଷାରେ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଲକଡାଉନ ସମୟରେ ଥାନାକୁ ଯିବାକୁ ମନା: ଫୋନ କଲେ ଘରକୁ ଆସି ଏତଲା ସଂଗ୍ରହ କରିବ ପୋଲିସ

ଭୁବନେଶ୍ବର: ଲକଡାଉନ ସମୟରେ କମିଶନରେଟ ପୋଲିସ ଭୁବନେଶ୍ଵର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ଏହି ସମୟରେ କୋଣସି ଅଭିଯୋଗ ଥିଲେ ଥାନାକୁ ନଯାଇ ଫୋନ ମାଧ୍ୟମରେ ଅଭିଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲକଡଉନ ସମୟରେ ଚୋରୀ, ଡକାୟତି କିମ୍ବା ଅନ୍ୟ କିଛି ଅସୁବିଧା ହୋଇଥିଲେ ଫୋନ ମାଧ୍ୟମରେ ପୋଲିସକୁ ସୂଚନା ଦେବାପାଇଁ କୁହାଯାଇଛି।

୧୦୦ ନମ୍ବରରେ କିମ୍ବା ସମ୍ପୃକ୍ତ ଥାନା ଆଇଆଇସିଙ୍କୁ ଫୋନ କରି ଅଭିଯୋଗ ଜଣାଇବା ପାଇଁ ଲୋକଙ୍କୁ କୁହାଯାଇଛି। ଅଭିଯୋଗକାରୀଙ୍କ ସବିଶେଷ ତଥ୍ୟ ସଂଗ୍ରହ କରି ଘରେ ଏତଲା ସଂଗ୍ରହ କରିବ ପୋଲିସ। ଏବଂ ଏନେଇ ପୋଲିସ ତୁରନ୍ତ ଘରେ ପହଞ୍ଚି ଅଭିଯୋଗ ପତ୍ର ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିବ। ଏହାଦ୍ବାରା ତଦନ୍ତରେ କିଛି ଅବହେଳା କରାଯିବନି। ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସଫଳ ହେଲା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍: ପଞ୍ଜୀକରଣ କରିଥିବା ବ୍ୟକ୍ତି ୩ ରୁ ନେବେ ଟୀକା

ଭୁବନେଶ୍ଵର: ଭୁବନେଶ୍ଵରରେ ଚାଲିଥିବା ତୃତୀୟ ପର୍ଯ୍ୟାୟ ଟୀକାକରଣର ଟ୍ରାଏଲ୍ ରନ୍ ସଫଳ ହୋଇଛି। ଆଜି ଆଇଆରସି ଭିଲେଜ ମେଡିକାଲରୁ ଟ୍ରାଏଲ୍ ରନ୍ ଆରମ୍ଭ ହୋଇଥିଲା। ଏହି ଟ୍ରାଏଲ୍ ରନ୍ ରେ ୫୦ ଜଣ ଟୀକା ନେଇଥିଲେ।

ତେବେ ମେ ୩ ତାରିଖରୁ ୧୮ ରୁ ୪୪ ବର୍ଷ ବର୍ଗର ଟୀକାକରଣ ଆରମ୍ଭ ହେବ। ପଞ୍ଜୀକରଣ କରିଥିବା ବ୍ୟକ୍ତି ହିଁ କେବଳ ମେ’ ୩ ରୁ ଟୀକା ନେଇପାରିବେ। ଆଜି ଅପରାହ୍ନରୁ ସ୍ଲଟ ଅଫ ଆପଏଣ୍ଟ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ସରକାରୀ ହସ୍ପିଟାଲରେ ଟୀକାକରଣ କରାଯିବ। ଏକ ସାଙ୍ଗରେ ୪୫ ରୁ ଉର୍ଦ୍ଧ୍ଵ ଏବଂ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟୀକା ଦିଆଯିବ। ସେଥିପାଇଁ ଉଭୟ ବର୍ଗ ପାଇଁ ମେଡିକାଲରେ ଅଲଗା ଅଲଗା ବ୍ୟବସ୍ଥା କରାଯିବ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବେଟିଂ ରାକେଟ୍ ର ପର୍ଦ୍ଦାଫାଶ କଲା କମିଶନରେଟ ପୋଲିସ: ୫୦ ଲକ୍ଷ ଜବତ, ୭ ଗିରଫ

ଭୁବନେଶ୍ବର: ଦେଶରେ ଇଣ୍ଡିଆନ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଛି। ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟରେ ବେଟିଂ ରାକେଟ ସକ୍ରିୟ ରହୁଥିବା ବେଳେ ଚଳିତ ଆଇପିଏଲରେ ମଧ୍ୟ ଏହା ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ଵରରେ ଏକ ବଡ ଧରଣର ବେଟିଂ ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ।

ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଓୟୋ ରୁମରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ବେଟିଂ ଚାଲିଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଏନେଇ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହା ସହ  ଗୋଟିଏ କାରକୁ ମଧ୍ୟ ପୋଲିସ ଜବତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର ରିଙ୍ଗ୍ ରୋଡ୍ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ: ଜମି ଅଧିଗ୍ରହଣ ପାଇଁ ୬ ଶହ କୋଟି ଦେବ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର ରିଙ୍ଗ ରୋଡ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭୁବନେଶ୍ଵର ଚତୁପାର୍ଶ୍ବରେ ଏହି ରୋଡ ନିର୍ମାଣ ହେବ। ୬ ଲେନ ବିଶିଷ୍ଟ ଏହ ରୋଡ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ଼ ଏବଂ ଚୌଦ୍ଵାର ଦେଇ ଯିବ। ତେବେ ରାଜ୍ୟ ସରକାର ଏହି ପ୍ରକଳ୍ପର ଜମି ଅଧିଗ୍ରହଣ ପାଇଁ ୬ ଶହ କୋଟି ଟଙ୍କା ବହନ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ପ୍ରମୁଖ ହାଟଗୁଡିକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଲା ବିଏମସି

ଭୁବନେଶ୍ଵର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବିଏମସି ଏକ ବଡ ନିଷ୍ପତ୍ତି ନେଇଛି। ଭୁବନେଶ୍ବରରେ ହାଟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ୟୁନି-୧ ହାଟକୁ ୟୁନିଟ-୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତରିତ କରାଯିବ। ବ୍ରହ୍ମେଶ୍ଵର ହାଟକୁ ବ୍ରହ୍ମେଶ୍ଵର ମେଳଣ ପଡିଆକୁ ସ୍ଥାନାନ୍ତରିତ କରାଯିବ। ଲିଙ୍ଗରାଜ ହାଟକୁ ବିଏମସି ମାରକେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରାଯିବ।

ତେବେ ସୋମବାର ଠାରୁ ଏହି ସବୁ ହାଟକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜିଠୁ ୟୁନିଟ-୪ ହାଟକୁ ଶାସ୍ତ୍ରୀନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵର ଏମ୍ସ ହସ୍ପିଟାଲର ଓପିଡି ସେବାକୁ ଅସ୍ଥାୟୀ ଭାବେ କରାଗଲା ବନ୍ଦ

ଭୁବନେଶ୍ବର: କରୋନା ସଂକ୍ରମଣ ଭିତରେ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲର ଓପିଡିକୁ ସାମୟିକ ଭାବେ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲର କିଛି ସ୍ୱାସ୍ଥ୍ୟ କର୍ମୀ ଏବଂ ରୋଗୀ ପଜିଟିଭ ଚିହ୍ନଟ ହେବ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୫ ତାରିଖରୁ ହସ୍ପିଟାଲର ଓପିଡି ଅସ୍ଥାୟୀ ଭାବେ ବନ୍ଦ ରହିବ। ତେବେ ୨୫ ତାରିଖ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିଛନ୍ତି, ସେମାନେ ଓପିଡି ସେବା ପାଇପାରିବେ। କିନ୍ତୁ ଟେଲି ମେଡ଼ିସିନ ସେବା ପୂର୍ବ ଭଳି ଚାଲୁରହିବ।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ ସ୍ଥିତିକୁ ଦେଖି ବନ୍ଦ ହେଲା ଭୁବନେଶ୍ଵରର ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ବର: ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ଼ ସଂକ୍ରମଣ ଯୋଗୁଁ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଧାର୍ମିକ ଅନୁଷ୍ଠାନ ଭିତରକୁ ପ୍ରବେଶ ପାଇଁ ରୋକ ଲାଗିଛି। ଧାର୍ମିକ ଅନୁଷ୍ଠାନରେ କେବଳ ରୀତିକାନ୍ତି ଏବଂ ପୂଜାର୍ଚ୍ଚନା ହୋଇପାରିବ। ବିଭିନ୍ନ ଧର୍ମ ଗୁରୁଙ୍କ ସହ ବିଏମସିର ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ଧାର୍ମିକ ଅନୁଷ୍ଠାନ ପାଇଁ ଏକ ନୂଆ ଗାଇଡଲାଇନ ବିଏମସି ଜାରି କରିବ।

Categories
ଆଜିର ଖବର ରାଜ୍ୟ ଖବର

ବିଷୁବ ସଂକ୍ରାନ୍ତି ଏବଂ ରମଜାନ ପର୍ବ ପାଇଁ କୋଭିଡ଼ କଟକଣା ଜାରି କଲା ବିଏମସି

ଭୁବନେଶ୍ଵର: ଆସନ୍ତାକାଲି ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ଅଞ୍ଚଳରେ କଟକଣା ଲାଗିଛି। ଏହାସହିତ ମୁସଲମାନଙ୍କର ରମଜାନ ପର୍ବ ପାଇଁ ମଧ୍ୟ କଟକଣା ଲାଗିଛି।

ପଣା ସଂକ୍ରାନ୍ତିରେ ସର୍ବସାଧାରଣ ସ୍ଥାନରେ ପଣା ବଣ୍ଟନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। କେବଳ ଧାର୍ମିକ ଅନୁଷ୍ଠାନରେ ସ୍ୱଳ୍ପ ସଂଖ୍ୟକ ସେବାୟତମାନଙ୍କୁ ନେଇ ରୀତିନୀତିରେ ପୂଜା କରିବାକୁ ଅନୁମତି ମିଳିଛି। ଭକ୍ତଙ୍କୁ ଧର୍ମାନୁଷ୍ଠାନ ସମ୍ପୂର୍ଣ୍ଣ ମନା।

ସେହିଭଳି ରମଜାନରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ନମାଜ ପାଠ ପାଇଁ ଅନୁମତି ମିଳିବ। ମାସ୍କ, ସାନିଟାଇଜର ଓ ୬ ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ କରାଯିବ। ତେବେ କଟକଣାକୁ ବିଏମସି ପକ୍ଷରୁ କଡାକଡି ତଦାରଖ କରାଯିବ। ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵରରେ ସିଲ୍ ହେଲା ଆପାର୍ଟମେଣ୍ଟ: ୧୦ ଦିନ ପାଇଁ ଲାଗିଲା କଟକଣା

ଭୁବନେଶ୍ବର: ଭୁବନେଶ୍ଵରରେ ଏକ ଆପାର୍ଟମେଣ୍ଟକୁ ସିଲ୍ କରି ଦିଆଯାଇଛି। ଟଙ୍କପାଣି ରୋଡସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ଏହି ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି।

ଆପାର୍ଟମେଣ୍ଟ ଭିତରୁ କୌଣସି ବ୍ୟକ୍ତି ବାହାରକୁ ଆସିବା ପାଇଁ ବାରଣ କରାଯାଇଥିବା ବେଳେ ବାହାରୁ କେହି ଭିତରକୁ ଯାଇପାରିବେ ନାହିଁ। କେବଳ ସ୍ବୀକୃତିପ୍ରାପ୍ତ ବିଏମସି କର୍ମଚାରୀଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଭୁବନେଶ୍ଵରର ଆଉ ଦୁଇଟି ବିଦ୍ୟାଳୟରେ ପହଞ୍ଚିଲା କରୋନା ଭୂତାଣୁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରୀୟ ବିଦ୍ୟାଳୟରେ ଜଣେ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହିତ ଏକ ଘରୋଇ ସ୍କୁଲରୁ ତିନିଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ଏବେ ପ୍ରି-ବୋର୍ଡ ପରୀକ୍ଷା ଚାଲିଛି। ଶ୍ରେଣୀଗୃହରେ ଉପସ୍ଥିତ ସମସ୍ତ ଛାତ୍ର ଏବଂ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ କ୍ବାରେଣ୍ଟାଇନରେ ରହିବାକୁ କହିଛନ୍ତି। ସମସ୍ତଙ୍କର କରୋନା ପରୀକ୍ଷା କରାଯିବ ବୋଲି ଜଣାପଡିଛି।

ସେପଟେ ଘରୋଇ ବିଦ୍ୟାଳୟର ଆକ୍ରାନ୍ତ ହୋଇଥିବା ତିନିଜଣ ଛାତ୍ର ହଷ୍ଟେଲ ରହୁଥିଲେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ର ଏକ ଟିମ୍ ବିଦ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ନିର୍ଦ୍ଦିଷ୍ଟ ହଷ୍ଟେଲର ସମସ୍ତ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାଜଧାନୀରୁ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ଚନ୍ଦକା ନିକଟରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କରାଯାଇଛି। ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ମୃତ ଦେହକୁ ଉଦ୍ଧାର କରାଯାଇଛି। ମୁଣ୍ଡବିହୀନ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ଚନ୍ଦକା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ମହିଳାଙ୍କ ବୟସ ପାଖାପାଖି ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିଥିବା ମୃତ ଦେହର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ସେଠାରେ ଛୁରି, ମଦ ବୋତଲ, ଔଷଧ, ଗ୍ଲୋବ୍ସ ଆଦି ପଡିରହିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ଏହି ମହିଳାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵର ନକଲି ମୃଦ୍ୟୁ ପାନୀୟ ଘଟଣା: ଗିରଫ ହେଲେ ଫ୍ୟାକ୍ଟ୍ରି ମାଲିକ

ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ଏନେଇ ଗତକାଲି ସେହି ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲା ଏବଂ ଫ୍ୟାକ୍ଟ୍ରିକୁ ସିଲ କରାଯାଇଥିଲା। ତେବେ ଫ୍ୟାକ୍ଟ୍ରି ମାଲିକଙ୍କୁ ଆଜି ଗିରଫ କରାଯାଇଛି। ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ହେଉଥିଲା ଦୁଇ ନମ୍ବରି କାରବାର। ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା। ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଂଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ। ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ ନକଲି ଲେବୁଲ ଲଗାଇ ଅପମିଶ୍ରିତ ମୃଦୁ ପାନୀୟ ତିଆରି ହେଉଥିଲା। ଏହାପରେ ଗାଁ ଗହଳିରେ ବିକ୍ରି ପାଇଁ ବେଶ୍ ଆରାମରେ ପଠାଇ ଦିଆଯାଉଥିଲା। ଏନେଇ ସୂଚନା ପାଇ ପୋଲିସ ନକଲି ଫ୍ୟାକ୍ଟ୍ରି ଉପରେ ଚଢାଉ କରି ସିଲ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀ ଭୁବନେଶ୍ଵରରେ ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ

ଭୁବନେଶ୍ବର: ଆଜି ବିଏମସି ପକ୍ଷରୁ ଭୁବନେଶ୍ଵର ଠାରେ ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟ ଶାସନ ସଚିବ  ଶୁଭାରମ୍ଭ କରିଛନ୍ତି। ବିଏମସି ଅଞ୍ଚଳର ବର୍ଜ୍ୟବସ୍ତୁକୁ ନେଇକି ଖତ ପ୍ରସ୍ତୁତ କରାଯାଇଛି। ଯାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ବିକ୍ରୟ କରାଯାଉଛି। ୫ କିଲୋ ପାକେଟର ମୂଲ୍ୟ ୧୨୫ ଟଙ୍କା ଏବଂ ୨୦ କିଲୋକୁ ୪୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ଵାରା ରାଜଧାନୀ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ରୂପାନ୍ତରିତ କରି ଜୈବିକ ସାରା ରୂପେ ବ୍ୟବହାର କରାଯାଇପାରିବ। ଏହା ସହିତ ପରିବେଶ ପ୍ରଦୂଷଣ ଦାଉରୁ ରକ୍ଷା ମିଳିପାରିବ। କାରଣ ଏହି ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡିରହିବା ଦ୍ଵାରା ପଚି ସଢି ପରିବେଶକୁ ପ୍ରଦୂଷିତ କରୁଥିଲା। ଏତଦବ୍ୟତୀତ ବିଏମସିକୁ ମଧ୍ୟ ରାଜସ୍ୱ ମିଳିପାରିବ।

ଉଲ୍ଲେଖ ଯୋଗ୍ୟ ଯେ, ଫୋନ ମାଧ୍ୟମରେ ‘ମୋ ଖତ’ ମଧ୍ୟ ଅର୍ଡର କରିପାରିବେ। ସେଥିପାଇଁ ୯୧ ୭୮୧ ୫୦୪ ୨୩୩୧ରେ ଫୋନ କରି ଅର୍ଡର କରିପାରିବେ।