୭୩ ତମ ଗଣତନ୍ତ୍ର ଦିବସ: ଭୁବନେଶ୍ଵରରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ଗଣେଶୀ ଲାଲ

Published: Jan 26, 2022, 10:22 am IST

ଭୁବନେଶ୍ବର: ଦେଶ ଆଜି ୭୩ ତମ ଗଣତନ୍ତ୍ର ଦିବସ ପାଳନ କରୁଛି, ଏହି ଅବସରରେ ଯେଉଁମାନେ ଦେଶ ପାଇଁ ଜୀବନ ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ଦେଶର ରାଜନୈତିକ ଦଳର ମୁଖ୍ୟମାନେ ନିଜ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ଜାତୀୟ ପତାକାକୁ ଅଭିବାଦନ ଜଣାଇଛନ୍ତି।

ଗଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଓଡିଶା ରାଜ୍ୟପାଳ ଗଣେଶ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଜଣାଇଛନ୍ତି। ମହାରାଷ୍ଟ୍ରର ନାଗପୁରର ଆରଏସଏସ ମୁଖ୍ୟାଳୟରେ ମହାନଗର ସଂଗଠକ ରାଜେଶ ଲୋୟା ଜାତୀୟ ପତାକା ଉତ୍ତୋଳନ କରିଥିଲେ। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ମଧ୍ୟ ତିରୁବନନ୍ତପୁରମରେ ଜାତୀୟ ପତାକା ଉତ୍ତୋଳନ କରି ତ୍ରିରଙ୍ଗାକୁ ଅଭିବାଦନ ଜଣାଇଛନ୍ତି। ଏଥି ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଆଜି ପାଟନାରେ ଥିବା ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

ଦେଶର ବିଭିନ୍ନ ଅଞ୍ଚଳରେ ଥିବା ସମସ୍ତ ନାଗରିକ ଓ ଅନୁଷ୍ଠାନଗୁଡ଼ିକ ପୂର୍ଣ୍ଣ ଉତ୍ସାହ ସହିତ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ହିମବୀର ଯବାନମାନେ -୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ୧୫ ହଜାର ଫୁଟ ଉଚ୍ଚତାରେ ଲଦାଖରେ ଭାରତର ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ଅନ୍ୟ ପଟେ, ଉତ୍ତରାଖଣ୍ଡର କୁମାଓଁ ଅଞ୍ଚଳରେ, ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ ଯବାନମାନେ ୧୨ ହଜାର ଫୁଟ ଉଚ୍ଚରେ ଗଣତନ୍ତ୍ର ଦିବସ ପାଳନ କରିଥିଲେ ଏବଂ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।

Related posts