Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୩ ରେ ରାଜଭବନ ଘେରାଉ କରିବ କଂଗ୍ରେସ 

ଭୁବନେଶ୍ୱର: ଭାରତବର୍ଷର କୋଟି କୋଟି ଜନସାଧାରଣଙ୍କ ଏଲଆଇସିରେ ସଂଚିତ ଅର୍ଥ ଏବଂ ବ୍ୟାଙ୍କ ମାନଙ୍କରେ ଜମାରାଶିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାପ ଯୋଗୁଁ ଅତି ଚଂଚକତା କରି ଆଦାନୀ ଗ୍ରୁଫ ଅଫ କମ୍ପାନୀ ମାନଙ୍କରେ ହଜାର ହଜାର କୋଟି ପୁଞ୍ଜି ବିନିଯୋଗ କରାଯାଇଛି। ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବାପରେ ଆଜି ଭାରତୀୟ ଷ୍ଟକ ବଜାରରେ ଆଦାନୀ ଗ୍ରୁଫ ଅଫ କମ୍ପାନୀଜ୍‌ର ସମସ୍ତ ସେୟାର ଗୁଡ଼ିକ ବହୁ କମ୍ ମୂଲ୍ୟରେ ଖରିଦାରୀ ହେଉଛି।

ଏପରିକି ଏହି ସମସ୍ତ କମ୍ପାନୀର ସେୟାର ଗୁଡ଼ିକର ମୂଲ୍ୟ ଏତେ ହ୍ରାସ ପାଇଛି ଯଦ୍ୱାରା କି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଅନ୍ୟାନ୍ୟ ବ୍ୟାଙ୍କ ମାନଙ୍କ ସହିତ ଏଲଆଇସି ର ହଜାର ହଜାର କୋଟି ଟଙ୍କା କ୍ଷତି ସହିଲେଣି। ଆଶଂକା କରାଯାଉଛି ଏହି କ୍ଷତି ଆସନ୍ତା ଦିନମାନଙ୍କରେ ଆହୁରି ବହୁତ ଅଧିକ ହୋଇଯିବ। ଏହାଦ୍ୱାରା ଭାରତ ବର୍ଷର କୋଟି କୋଟି ଜନାତଙ୍କର ବହୁ ଆର୍ଥିକ କ୍ଷତି ଘଟିବ ଏସବୁ ଜାଣିସୁଣି ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳ ଏ ବାବଦରେ ପାଟି ଖୋଲୁ ନାହାନ୍ତି। ୨୦୧୪ ମସିହା ବେଳକୁ ଆଦାନୀ ବିଶ୍ୱ ଧନୀ ତାଲିକାରେ ୬୦୯ ନମ୍ବର ଥିଲା ବେଳେ ୨୦୨୨ ମସିହା ଜାନୁଆରୀ ମାସ ୨୪ ତାରିଖ ସୁଦ୍ଧା ଆଦାନୀ ବିଶ୍ୱର ବର୍ଷର ଦ୍ୱିତୀୟ ବୃହତମ ଧନୀ ତାଲିକାରେ ସ୍ଥାନ ପାଇଥିଲେ। କିନ୍ତୁ ତାଙ୍କର ବେନାମୀ କାରବାର ଏବଂ ତାଙ୍କ କମ୍ପାନୀ ଗୁଡ଼ିକର ଆର୍ଥିକ ସ୍ଥିତିର ସଂପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବାପରେ ତାଙ୍କର ସ୍ଥାନ ଆଜି ୪୦ତମ ସ୍ଥାନରେ ପଂହଚିଛି ଏପରିକି ସେ ଯେଉଁ ସ୍ୱଳ୍ପମିଆଦି ଋଣ ଏବଂ ଦୀର୍ଘ ମିଆଦି ଋଣର ପରିଷୋଧ କରିବାପାଇଁ ତାଙ୍କ ପାଖରେ ଆବଶକୀୟ ଅର୍ଥ ନାହିଁ ବୋଲି ଜଣାପଡ଼ିଲାଣି।

ଆଜି ପ୍ରଦେଶ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପୌରହିତରେ ଆସନ୍ତା ମାର୍ଚ୍ଚମାସ ୧୩ ତାରିଖ ଦିନ ରାଜ୍ୟ କଂଗ୍ରେସ ଆଦାନୀ-ମୋଦି ସଂପର୍କ ଯୋଗୁଁ ଭାରତ ବର୍ଷର ଅର୍ଥନୀତି ଏବଂ ଭାରତୀୟ ବ୍ୟାଙ୍କ ଓ ଏଲଆଇସିର ପ୍ରଚୁର କ୍ଷତି ଯୋଗୁଁ ଭାରତ ବର୍ଷର କୋଟି କୋଟି ଜନସାଧାରଣଙ୍କ ଅର୍ଥ କିଭଳି ମୋଦି ସରକାର ନିଜର ବନ୍ଧୁ ଆଦାନୀଙ୍କୁ ଟେକି ଦେଇଛନ୍ତି ତାହାକୁ ବିରୋଧ କରି ରାଜଭବନ ଘେରାଉ କରାଯିବା ନିଷ୍ପତିକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହା ସହିତ ଗ୍ୟାସର ଅହେତୁକ ଦର ବୃଦ୍ଧି, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଦୁଷ୍କର୍ମ ଇତ୍ୟାଦି ସମସ୍ୟାକୁ ନେଇ କଂଗ୍ରେସ ଦଳ ରାଜ ଭବନ ଘେରାଉ କରିବ ବୋଲି ନିଷ୍ପତି ନିଆଗଲା।

ଏହି ପ୍ରସ୍ତୁତି ବୈଠକରେ ଶିବାନନ୍ଦ ରାୟ, ରବି ମଲ୍ଲିକ, ବିଭୁତି ମିଶ୍ର, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, କିଶୋର ଜେନା, ସୁରେଶ କୁମାର ମହାପାତ୍ର, ବିଶ୍ୱଜିତ ଦାଶ, ଜୟନ୍ତ ମହାନ୍ତି, ଜାନକୀ ବଲ୍ଲଭ ପଟ୍ଟନାୟକ, ମାନସ ଆଚାର୍ଯ୍ୟ, ମନୋଜ ସାହୁ, ଶ୍ରୀନିବାସ ରାଉତରାୟ, ଜୟନ୍ତ ଭୋଇ, ବେଣୁ ଭୋଇ, ରଜନୀ ମହାନ୍ତି, ୟାସିର ନୱାଜ, ଚିନ୍ମୟ ସୁନ୍ଦର ଦାସ, ମିହିର ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ମିତ୍ରଭାନୁ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ଲଲାଟେନ୍ଦୁ ଦାଶ, ଜୟକୃଷ୍ଣ ପଟ୍ଟନାୟକ, ସନ୍ତୋଷ ନନ୍ଦ, କିଷାନ ପଣ୍ଡା, ପ୍ରଦୀପ୍ତ କୁମାର ଦାସ, ସୁବ୍ରତ ଦାସ, ସୁଦୀପ୍ତ କର, ପ୍ରଦୀପ ସ୍ୱାଇଁ, ପ୍ରଣତୀ ମିଶ୍ର, କନକ ମଲ୍ଲିକ, ବଟକୃଷ୍ଣ ରାଉତରାୟ, ରଞ୍ଜିତ ପାତ୍ର, ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଅଗଷ୍ଟ ୫ ତାରିଖରେ ରାଜଭବନ ଘେରାଉ କରିବ ପ୍ରଦେଶ କଂଗ୍ରେସ, କାରଣ କଣ ??

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ଅଗଷ୍ଟ ୫ ତାରିଖ ଦିନ ୧୦ ଘଟିକା ସମୟରେ “ରାଜଭବନ ଘେରାଉ” କରାଯିବ ବୋଲି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ “ଅଛେଦିନ”ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ଏହି ୮ବର୍ଷ ଭିତରେ “ଅଛେଦିନ” ପରିବର୍ତେ ଭାରତର ଜନସାଧାରଣର ଦୁର୍ବିସହ ଜୀବନ ବିତାଉଛନ୍ତି। ୨୦୧୪ ମସିହାରେ ୧୫.୨ କେଜି ଘରୋଇ ରନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୦୮୦ ଟଙ୍କା ପାର ହୋଇ ସାରିଲାଣି। ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି। ଲୋକଙ୍କ ପେଟକୁ ଲାତମାରି କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲରୁ ୨୫ ଲକ୍ଷ ୫୦ ହଜାର କୋଟିରୁ ଅଧିକ ରାଜସ୍ୱ ଆୟ କରିସାରିଛନ୍ତି।

ନରେନ୍ଦ୍ର ମୋଦି ମା’ ମାନଙ୍କ ଆଖିରୁ ଲୁହ ପୋଛିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଗ୍ୟାସର ଦରବୃଦ୍ଧି ଓ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଅହେତୁକ ଦରବୃଦ୍ଧି ଯୋଗୁଁ ମା ମାନେ ଚୁଲି ମୁଣ୍ଡରେ ଲୁହ ଗଡ଼ାଉଛନ୍ତି। ସବୁଠାରୁ ଦୁଃଖର କଥା ଯେତେବେଳେ ୫% ଜିଏସଟି ସାଧାରଣ ଖାଦ୍ୟପଦାର୍ଥ ଉପରେ ଲାଗୁ କରାଗଲା, ହେଲେ ଓଡ଼ିଶାର ଅର୍ଥମନ୍ତ୍ରୀ ଏ ବାବଦରେ ଥରୁଟିଏ ପ୍ରତିବାଦ କଲେ ନାହିଁ। ଓଡ଼ିଶାର ସାଧାରଣ ଲୋକଙ୍କର ମୂଢ଼ି, ଚୁଡ଼ା ନିତିଦିନିଆ ଖାଦ୍ୟ। ଏ ସରକାର କେନ୍ଦ୍ର ସରକାରଙ୍କୁ ଏଥିରେ ମଧ୍ୟ ଜିଏସଟି ଲାଗୁ କରିବାପାଇଁ ସହଯୋଗ କଲେ।

ଠିକ୍ ସେହିଭଳି ଭାବେ ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ୨ଲକ୍ଷ ରୋଜଗାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମଞ୍ଜୁରୀପ୍ରାପ୍ତ ମୂଳ ପଦବୀର ୫୦% ହ୍ରାସକରି କେବଳ ଠିକା ନିଯୁକ୍ତି ଓ ସଂପର୍କୀୟ ମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା କମ୍ପାନୀ ମାଧ୍ୟମରେ ଆଉଟସୋର୍ସିଂ କରି ଏ ରାଜ୍ୟର ଶିକ୍ଷିତ ଯୁବକଯୁବତୀଙ୍କ ସହିତ ପ୍ରତାରଣା କରୁଛି। କେନ୍ଦ୍ର ସରକାରରଙ୍କ ତୃଟିପୂର୍ଣ୍ଣ ଜିଏସଟି ନୀତି ଯୋଗୁ ଭାରତବର୍ଷର ଅଣସଂଗଠିତ କ୍ଷେତ୍ର ଆଜି ସଂପୂର୍ଣ୍ଣ ଉଜୁଡ଼ି ଗଲା। ଯଦ୍ୱରାକି ଭାରତବର୍ଷର ୪୨ କୋଟି ଲୋକ ରୋଜଗାର ହରାଇ ଗରିବି ଭିତରକୁ ଠେଲି ହୋଇଗଲେ। ପ୍ରତିରକ୍ଷାକୁ ଶକ୍ତିଶାଳି କରିବା ପରିବର୍ତେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷ ମିଲିଟାଲିରେ ଅଗ୍ନିପଥ ଯୋଜନା ମାଧ୍ୟମରେ ଠିକା ନିଯୁକ୍ତି କରିବାପାଇଁ ନିଷ୍ପତି ନେଇଛନ୍ତି। ଏହାଦ୍ୱାରା ବହୁ ଶିକ୍ଷିତ ଯୁବକଯୁବତୀଙ୍କର ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହୋଇଯିବ।

ସେନାବାହିନୀରେ ସୈନିକ ସଂଖ୍ୟବି ବର୍ଷକୁ ବର୍ଷ ହ୍ରାସ ପାଇବରେ ଲାଗିବ। ଏ ସବୁକୁ ନେଇ ଆସନ୍ତା ଅଗଷ୍ଟ ୫ ତାରିଖ ରାଜ୍ୟ କଂଗ୍ରେସ ରାଜଭବନ ଘେରାଉ କରାଯିବ। ସେହିଭଳି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଫିସ ବା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜଭବନ ଘେରାଉ କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟବାସୀ ଓ କଂଗ୍ରେସ ନେତୃବର୍ଗଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଟୁ ସମାଲୋଚନା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀକୁ ମିଡିଆ ସେଲର ଆବାହକ ସତ୍ୟପ୍ରକାଶ ନାୟକ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରର ନୂଆ କୃଷି ଆଇନ ବାତିଲ୍ ଦାବିରେ ରାଜଭବନ ଘେରାଉ

ଭୁବନେଶ୍ୱର: କେନ୍ଦ୍ର ସରକାରର ନୂତନ କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଘଭବନ ଘେରାଉ ଡ଼ାକରାକୁ ସମର୍ଥନ ଜଣାଇ ଆଜି ‘ଆମ ଅଧିକାର’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆମ ଅଧିକାର ପକ୍ଷରୁ ଏଜି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା।

କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧୀ ପ୍ଲାକାର୍ଡ଼ ଓ ବ୍ୟାନର ଧରି କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସଂଗଠନର ରାଜ୍ୟ ଅବାହାକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସଞ୍ଜୟ କୁମାର ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର ଓ ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ୍ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଗଠନର ନେତୃବୃନ୍ଦ ଘୋଷଣା କରିଛନ୍ତି।