Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍
ବିଶେଷ ଖବର

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ବାତିଲ ହେଲା ଏହି ଟ୍ରେନ୍

August 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯାତ୍ରୀବାହୀ ଟ୍ରେନ୍
ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ମେମୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନସ୍ଥ କେନ୍ଦୁଆପଦା–ଭଦ୍ରକ–କଟକ ସେକ୍ସନରେ ୩ୟ ଲାଇନ୍ କମିଶନିଂ ପାଇଁ କେନ୍ଦୁଆପଦା ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପରିପ୍ରେକ୍ଷୀରେ, କାର୍ଯ୍ୟର ସୁରକ୍ଷିତ ଓ ସୁଗମ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ କେତେକ ଟ୍ରେନ୍ ସେବାକୁ ସାମୟିକ ଭାବେ ନିୟନ୍ତ୍ରଣ କରାଯିବ।

ଏହି ଅନୁଯାୟୀ, ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ଉଲ୍ଲେଖିତ ତାରିଖରେ ବାତିଲ, ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ) କରାଯିବ।

ଟ୍ରେନ୍ ସେବା ବାତିଲ

* ୬୮୪୩୮ କଟକ–ଭଦ୍ରକ ମେମୁ ଟ୍ରେନ୍‌ ୨୯ ଓ ୩୦ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ।

* ୬୮୪୩୭ ଭଦ୍ରକ–କଟକ ମେମୁ ଟ୍ରେନ୍‌ ୨୯ ଓ ୩୦ ଅଗଷ୍ଟ ୨୦୨୬ ତାରିଖରେ ବାତିଲ ରହିବ।

ଟ୍ରେନ୍‌ର ସର୍ଟ-ଟର୍ମିନେଟ୍ (ଆଂଶିକ ବାତିଲ), ସର୍ଟ-ଓରିଜିନେଟ୍ (ଆଂଶିକ ଆରମ୍ଭ)

* ୬୮୪୨୪ କଟକ–ଭଦ୍ରକ ମେମୁ ଟ୍ରେନ୍‌ ୨୯ ଓ ୩୦ ଅଗଷ୍ଟ ୨୦୨୬ ତାରିଖରେ ଭଦ୍ରକ ପରିବର୍ତ୍ତେ ଯାଜପୁର କେନ୍ଦୁଝର ରୋଡ୍ ଠାରେ ସ୍ୱଳ୍ପ-ସମାପ୍ତ ହେବ।

* ୬୮୪୨୩ ଭଦ୍ରକ–କଟକ ମେମୁ ଟ୍ରେନ୍‌ ୨୯ ଓ ୩୦ ଅଗଷ୍ଟ ୨୦୨୬ ତରିଖରେ କଟକ ପରିବର୍ତ୍ତେ ଯାଜପୁର କେନ୍ଦୁଝର ରୋଡ୍ ଠାରୁ ଯାତ୍ରା ଆରମ୍ଭ କରିବ।

* ୧୮୦୩୭ ଖଡ଼ଗପୁର–ଯାଜପୁର କେନ୍ଦୁଝର ରୋଡ୍ ଏକ୍ସପ୍ରେସ୍ ଟ୍ରେନ୍‌ ୨୭ରୁ ୨୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଯାଜପୁର କେନ୍ଦୁଝର ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରେ ଯାତ୍ରା ସମାପ୍ତ କରିବ।

* ୧୮୦୩୮ ଯାଜପୁର କେନ୍ଦୁଝର ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍‌ ୨୮ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଯାଜପୁର କେନ୍ଦୁଝର ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରୁ ଯାତ୍ରା ଆରମ୍ଭ କରିବ।

* ୧୮୦୨୧ ଖଡ଼ଗପୁର–ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ ଟ୍ରେନ୍‌ ୨୭ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରେ ଯାତ୍ରା ସମାପ୍ତ କରିବ।

* ୧୮୦୨୨ ଖୋର୍ଦ୍ଧା ରୋଡ୍–ଖଡ଼ଗପୁର ଏକ୍ସପ୍ରେସ୍ ଟ୍ରେନ୍‌ ୨୭ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତ୍ତେ ଭଦ୍ରକ ଠାରୁ ଯାତ୍ରା ଆରମ୍ଭ କରିବ।

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

ଆଧୁନିକୀକରଣ କାର୍ଯ୍ୟ କେନ୍ଦୁଆପଦା ଷ୍ଟେସନ କେନ୍ଦୁଆପଦା–ଭଦ୍ରକ–କଟକ ସେକ୍ସନ ଖୋର୍ଦ୍ଧା ରୋଡ୍ ଡିଭିଜନ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ ଟ୍ରେନ୍ ସେବା ବାତିଲ
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ସିଏସ୍‌ଆର୍ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

October 11, 2026

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ ରାଜ୍ୟପାଳ, ବୁଲି ଦେଖିଲେ ହୀରାକୁଦ ଡ୍ୟାମ୍

October 11, 2026
Latest News

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.