Categories
ଆଜିର ଖବର ଜାତୀୟ ଖବର

ସର୍ବଭାରତୀୟ ରେଲୱେ ବକ୍ସିଂ ଚାମ୍ପିଅନସିପରେ ପୂର୍ବତଟ ରେଳପଥର ସଫଳତା

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ସର୍ବଭାରତୀୟ ରେଲୱେ ବକ୍ସିଂ ଚାମ୍ପିଅନସିପରେ ପୂର୍ବତଟ ରେଳପଥ ଚାରିଟି ସମ୍ମାନଜନକ ପଦକ ହାସଲ କରି ତାରକା ପ୍ରଦର୍ଶନ କରିଥିଲା। ପୁରୁଷ ଦଳ ଦୁଇଟି ରୌପ୍ୟ ପଦକ ଜିତିଥିବାବେଳେ ମହିଳା ଦଳ ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ହାସଲ କରି ଜାତୀୟ ସ୍ତରରେ ସେମାନଙ୍କର ଆଭିମୁଖ୍ୟ ଏବଂ ନିଷ୍ଠା ପ୍ରତିଫଳିତ କରିଛନ୍ତି।

ପୂର୍ବତଟ ରେଳପଥ ବକ୍ସିଂ ଖେଳାଳି ମାନଙ୍କର ସଫଳତାକୁ ସ୍ୱୀକୃତି ଦେଇ ଛଅ ଜଣ ବିଶିଷ୍ଟ ଖେଳାଳି – ପୁରୁଷ ଦଳର ତିନିଜଣ ଏବଂ ମହିଳା ଦଳର ତିନିଜଣ – ଜାତୀୟ ବକ୍ସିଂ ଦଳକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି, ଯାହା ପୂର୍ବତ ରେଳପଥ ଖେଳାଳି ମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ପ୍ରଦର୍ଶନ।

ଆଜି ଭୁବନେଶ୍ୱର ଠାରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ବ୍ୟକ୍ତିଗତ ଭାବେ ବିଜୟ ବକ୍ସରମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର କଠିନ ପରିଶ୍ରମ ଏବଂ ନିଷ୍ଠାକୁ ପ୍ରଶଂସା କରିଥିଲେ। ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ସେ ତାଙ୍କର ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କୁ ଉଭୟ ରେଳବାଇ ଏବଂ ଦେଶକୁ ଗର୍ବିତ କରିବାକୁ ଉତ୍ସାହିତ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶାର ରୋହିତ ପାତ୍ର

ଭୁବନେଶ୍ଵର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟ ରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ ପ୍ରେସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଇଂଲଣ୍ଡର ୱିଲ ଆଣ୍ଡର୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ଜ୍ୟାକ୍ ଗ୍ରାହାମଙ୍କ ଭଳି ଶୀର୍ଷ ଆଥଲେଟ୍ଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରି ରୋହିତଙ୍କ ଏହି ଉଲ୍ଲେଖନୀୟ ପ୍ରଦର୍ଶନ ବିଶ୍ୱ ସ୍ତରରେ ଚମତ୍କାର ପ୍ରଦର୍ଶନ କରିବା ସହ ଏହି ପଦକ ହାସଲ କରି ଭାରତ ଏବଂ ତାଙ୍କ ବିଶ୍ୱବିଦ୍ୟାଳୟ ଏବଂ ତାଙ୍କ ସହର କୋରାପୁଟକୁ ଗର୍ବିତ କରିଛନ୍ତି।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ରୋହିତଙ୍କ ଏହି ସଫଳତା କେବଳ ବିଶ୍ୱବିଦ୍ୟାଳୟ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗର୍ବ ଆଣିଛି ବୋଲି ଆଲୋକପାତ କରିଥିଲେ। ରୋହିତଙ୍କ ବିଜୟ କେବଳ ତାଙ୍କ ପାଇଁ ନୁହେଁ ବରଂ ଆମ ବିଶ୍ୱବିଦ୍ୟାଳୟ, ଆମ ରାଜ୍ୟ ଏବଂ ଆମ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ତାଙ୍କର କର୍ତବ୍ୟ ଏବଂ ନିଷ୍ଠା ତାଙ୍କୁ ବିଶ୍ୱରେ ଏକ ସ୍ବତନ୍ତ ପରିଚୟ ସୃଷ୍ଟି କରିପାରିଛି। ଆଦିବାସୀ ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା କୋରାପୁଟରେ ଏହି ସଫଳତା ଏବେ ପାୱାରଲିଫ୍ଟିଂ ଚାମ୍ପିୟନ ସୃଷ୍ଟି ପାଇଁ କୋରାପୁଟ ପରିଚିତ ହେବ ବୋଲି ପ୍ରଫେସର ତ୍ରିପାଠୀ କହିଛନ୍ତି।

ଏଠାରେ ସୂଚନା ଥାଉ କି ସନ୍ ସିଟିରେ ଅନୁଷ୍ଠିତ ଏହି ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ ଗତ ଅକ୍ଟୋବର 4ତାରିଖରୁ ଆରମ୍ଭ ହୋଇଯାଇଛି ଏବଂ ଏହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ରୋହିତ ତାଙ୍କ ପିତା ଓ ଭାଇଙ୍କୁ ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ଶ୍ରେୟ ଦେଇଛନ୍ତି ଏବଂ ସେମାନଙ୍କନିରନ୍ତର ସମର୍ଥନକୁ ତାଙ୍କ ସଫଳତା ପଛରେ ପ୍ରେରକ ଶକ୍ତି ବୋଲି ଦର୍ଶାଇଛନ୍ତି। ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଅନୁଷ୍ଠିତ ଜାତୀୟ ପାୱାରଲିଫ୍ଟିଂ ପ୍ରତିଯୋଗିତାରେ ୩ଟି ସ୍ୱର୍ଣ୍ଣ ପଦକ ଓ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଉଥିଲେ।

କ୍ରୀଡ଼ାରେ ଉତ୍କୃଷ୍ଟ ହେବା ବ୍ୟତୀତ ରୋହିତ ସମନ୍ବିତ ଗଣିତର ସ୍ନାତକୋତ୍ତର ଛାତ୍ର ଭାବରେ ନିଜର ଶିକ୍ଷାଗତ କାର୍ଯ୍ୟକୁ ସନ୍ତୁଳିତ କରିବା ଜାରି ରଖିଛନ୍ତି, ଯାହା ତାଙ୍କ ସଫଳତାରେ ଅଧିକ ଭିନ୍ନତା ଯୋଡିଛି। ସମଗ୍ର ବିଶ୍ୱବିଦ୍ୟାଳୟ ସମୁଦାୟ ରୋହିତଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି ବୋଲି ବିଶ୍ବବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି। ରୋହିତ ପାତ୍ର ଭାରତୀୟ ପାୱାରଲିଫ୍ଟିଂରେ ଜଣେ ଉଦୀୟମାନ ତାରକା ଏବଂ କୋରାପୁଟ ତଥା ଏହା ବାହାରେ ଯୁବବର୍ଗଙ୍କ ପାଇଁ ଆଦର୍ଶ ଭାବରେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବାରୁ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୪୭ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶାଦ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;

“ପାରାଲିମ୍ପିକ୍ସ ୨୦୨୪ରେ ପୁରୁଷ ହାଇ ଜମ୍ପ୍ ଟି୪୭ ଇଭେଣ୍ଟ୍‌ରେ ରୌପ୍ୟ ପଦକ ଜିତି  ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ନିଶାଦ୍‌ଙ୍କୁ ଅଭିନନ୍ଦନ! ସେ ଆମ ସମସ୍ତଙ୍କୁ ଦେଖାଇଦେଇଛନ୍ତି ଯେ ଉତ୍ସାହ ଏବଂ ନିଷ୍ଠା ସହିତ ସବୁକିଛି ସମ୍ଭବ। ଭାରତ ଗୌରବାନ୍ୱିତ ହୋଇଛି।”

Categories
ଆଜିର ଖବର ଖେଳ ଜାତୀୟ ଖବର

ମହିଳା ୨୦୦ ମିଟର ଓ ଟି-୧୨ରେ ରୌପ୍ୟ ପଦକ ଜିତିଥିବାରୁ ସିମରନ୍‌ ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୋ ଏସୀୟ ପାରା ଗେମ୍ସରେ ମହିଳା ୨୦୦ ମିଟର – ଟି୧୨ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭବିଷ୍ୟତ ପାଇଁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି: ମହିଳା ୨୦୦ ମିଟର- ଟି-୧୨ ଇଭେଣ୍ଟରେ ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ ସିମରନଙ୍କୁ ଅଭିନନ୍ଦନ। ଏହି ଅବିଶ୍ୱସନୀୟ ଉପଲବ୍ଧିକୁ ଭାରତ ଗର୍ବର ସହ ପାଳନ କରୁଛି। ଭବିଷ୍ୟତର ସଫଳ ପ୍ରୟାସ ପାଇଁ ଅନେକ ଅନେକ ଶୁଭେଚ୍ଛା।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ଜାଭେଲିନ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା କିଶୋର ଜେନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ‘‘ଏସୀୟ କ୍ରୀଡ଼ାରେ ପୁରୁଷ ଜାଭେଲିନ୍‌ରେ ଆମର ସଫଳତା ଉଲ୍ଲେଖନୀୟ। ଭାରତକୁ ରୌପ୍ୟ ପଦକ ମଧ୍ୟ ଆସିଛି। ଏହି ପ୍ରତିଯୋଗିତାରେ ଏହି ଚମତ୍କାର ରୌପ୍ୟ ପଦକ ଜିତିଥିବାରୁ କିଶୋର ଜେନାଙ୍କୁ ଅଭିନନ୍ଦନ। ଏହି ବିଜୟକୁ ଦେଶ ପ୍ରଶଂସା କରୁଛି।’’

Categories
ଆଜିର ଖବର ଖେଳ ଜାତୀୟ ଖବର

ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ନେହା ଠାକୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ନେହା ଠାକୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  ‘ନିଷ୍ଠା ଏବଂ ଦୃଢ଼ତାର ଏକ ଚମତ୍କାର ଉଦାହରଣ! ନେହା ଠାକୁର ଗର୍ଲ୍ସ ଡିଙ୍ଗି-ଆଇଏଲସିଏ୪ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ଅସାଧାରଣ ପ୍ରଦର୍ଶନ ତାଙ୍କ ପ୍ରତିଭା ଏବଂ କଠିନ ପରିଶ୍ରମର ପ୍ରମାଣ। ତାଙ୍କୁ ଶୁଭେଚ୍ଛା ଏବଂ ତାଙ୍କ ଭବିଷ୍ୟତ ପାଇଁ ଶୁଭକାମନା।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ସୁଟିଂରେ ଭାରତକୁ ଆଉ ୨ ଟି ପଦକ, ସିଫ୍ତ କୌର ଜିତିଲେ ସ୍ୱର୍ଣ୍ଣ, ଆଶିଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଆଜି ଭାରତୀୟ ଦଳ ଏସିଆନ୍ ଗେମ୍ସ-୨୦୨୩ ରେ ଭାରତ ପାଇଁ ଅଧିକ ପଦକ ଜିତିବାକୁ ଚେଷ୍ଟା କରିବ। ଆଜି ବ୍ୟକ୍ତିଗତ ଏବଂ ଟିମ ଇଭେଣ୍ଟରେ ୨ ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟରମାନେ ନିଜର ପ୍ରାଧାନ୍ୟ ବଜାୟ ରଖିଛନ୍ତି। ଟିମ ଇଭେଣ୍ଟରେ ପୂର୍ବରୁ ରୌପ୍ୟ ପଦକ ଜିତିଥିବା ସିଫ୍ତ କୌର ଶର୍ମା ଏବଂ ଆଶି ଚୋକ୍ସି ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏପର୍ଯ୍ୟନ୍ତ ଭାରତ ଆଜି ଚାରିଟି ପଦକ ଜିତିଛି। ଭାରତ ଏସିଆନ୍ ଗେମ୍ସରେ ଏପର୍ଯ୍ୟନ୍ତ ମୋଟ ୧୮ ଟି ପଦକ ଜିତିଛି। ଯେଉଁଥିରେ ୫ ଟି ସ୍ୱର୍ଣ୍ଣ ପଦକ ଅଛି।

Categories
ଅପରାଧ ଆଜିର ଖବର ଖେଳ ଜାତୀୟ ଖବର

ଇତିହାସ ରଚିଲେ ମିରାବାଇ ଚାନୁ, ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ଜିତିଲେ ରୌପ୍ୟ ପଦକ

ନୂଆଦିଲ୍ଲୀ: ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମିରାବାଇ ଚାନୁ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ଇତିହାସ ସୃଷ୍ଟି କରିଛନ୍ତି। ସେ ୨୦୦ କିଲୋଗ୍ରାମ ଓଜନ ଉଠାଇ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଛନ୍ତି। ଏହି ସମୟରେ ଚାଇନାର ଭାରୋତ୍ତୋଳକ ଜିଆଙ୍ଗ ହୁଇହୁଆ ୨୦୬ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ, ଅନ୍ୟ ଜଣେ ଚାଇନାର ଭାରୋତ୍ତୋଳକ ହୁ ଜିହୁଇ ୧୯୮ କିଲୋଗ୍ରାମ ଉଠାଇ ପୋଡିୟମରେ ପ୍ରବେଶ କରିଛନ୍ତି। ଜିହୁଇ ୪୯ କିଲୋଗ୍ରାମ ବର୍ଗରେ ଅଲିମ୍ପିକ୍ ଚାମ୍ପିଅନ୍ ହୋଇଥିଲେ। ସେ ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

କଲମ୍ବିଆର ବୋଗୋଟାଠାରେ ଆୟୋଜିତ ଭାରୋତ୍ତୋଳନ ବିଶ୍ୱ ଚାମ୍ପିଅନସିପରେ ମୀରାଙ୍କ ଯାତ୍ରା ସହଜ ନଥିଲା। ସେ ଆଘାତ ସହ ସଂଘର୍ଷ କରୁଥିଲେ। କିନ୍ତୁ ତାଙ୍କ ଉତ୍ସାହରେ କମ ନଥିଲା। ସେ କ୍ଳିନ ଆଣ୍ଡ ଜର୍କରେ ୧୧୩ କିଲୋଗ୍ରାମ ଉଠାଇ ରୌପ୍ୟ ପଦକ ଜିତିଥିଲେ। ଅବଶ୍ୟ, ସ୍ନାଚ୍ ଉଦ୍ୟମ ସମୟରେ ସେ ଭାର ଉଠାଇବାବେଳେ ଭାରସାମ୍ୟ ହରାଇଥିଲେ, କିନ୍ତୁ ସେ ଚମତ୍କାର ଢଙ୍ଗରେ ତାହାକୁ ରକ୍ଷା କରିଥିଲେ। ଏପରି ପରିସ୍ଥିତିରେ ସେ ନିଜ ଶରୀର ଉପରେ ନିୟନ୍ତ୍ରଣ ରଖି ଆଣ୍ଠୁ ଏବଂ ତଳ ଶରୀରକୁ ସାହାରା ଦେଇଥିଲେ। ମିରାବାଇ ସ୍ନାଗରେ ୮୭ କିଲୋଗ୍ରାମ ଉଠାଇଲେ। ଏହିପରି ଭାବରେ ସେ ସମୁଦାୟ ୨୦୦ କିଲୋଗ୍ରାମ ଭାର ଉଠାଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର ରାଜ୍ୟ ଖବର

ସର୍ବଭାରତୀୟ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଲେ ଓଡିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀର ଦୁଇ ଖେଳାଳି

ଭୁବନେଶ୍ୱର: ହରିୟାଣାର ପଞ୍ଚକୁଲା ଠାରେ ଅନୁଷ୍ଠିତ ପ୍ରଥମ ଅଶ୍ୱିନୀ ଗୁପ୍ତା ମେମୋରିଆଲ ସର୍ବଭାରତୀୟ ସବଜୁନିୟର ରାକିଙ୍ଗ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଓଡିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ଦୁଇ ଖେଳାଳି ରୌପ୍ୟ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ଓଡ଼ିଶା ସାଇ ବ୍ୟାଡ଼ମିନଟନ ଏକାଡେମୀର ମୋଟ ୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସମସ୍ତ ଖେଳାଳି ମନେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଏଥିରେ ୧୭ ବର୍ଷରୁ କମ ମିକ୍ସ ଡବଲସରେ ଓଡିଶାର ପ୍ରଗତି ପରିଡା ଏବଂ ଭାର୍ଗବ ରାମ ରନର୍ସ-ଅପ ହେବା ସହ ରୌପ୍ୟ ପଦକ ହାସଲ କରିଛନ୍ତି।

ଓଡ଼ିଶା ଖେଳାଳିଙ୍କ ଏହି ବିଜୟ ଆମ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ଯୁଗ୍ମ ଶାସନ ସଚିବ ତଥା ଓଡିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀର ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବ୍ୟାଡମିନଟନ କ୍ରୀଡ଼ାର ଉନ୍ନତି ପାଇଁ କଳିଙ୍ଗ ଷ୍ଟାଡିୟମରେ ବ୍ୟାଡମିଣ୍ଟନ ଏଚପିସି ପ୍ରତିଷ୍ଠା ସହ ଖେଳାଳି ମାନଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ଯେଉଁ ପ୍ରୟାସ ଆରମ୍ଭ ହୋଇଛି ଏହା ତାର ଜ୍ୱଳନ୍ତ ନିଦର୍ଶନ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି।

ଏଠାରେ ସୂଚନା ଯୋଗ୍ୟକି ଓଡ଼ିଶା ସାଇ ବ୍ୟାଡମିଣ୍ଟନ ଏକାଡେମୀ ପିଲାମାନଙ୍କ ଉନ୍ନତ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ଲାଗି ହଷ୍ଟେଲ ସୁବିଧା ସହ ଖାଇବା ପିଇବା ଉନ୍ନତ କୋଚିଂ, ଶାରୀରିକ ସୁସ୍ଥତା ପାଇଁ ଜିମ, ପୁରୁଷ ଓ ମହିଳା ଫିଜିଓ ନିଯୁକ୍ତ କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଟୋକିଓ ପାରାଲିମ୍ପିକ୍ ଗେମ୍ସ: ସୁଟିଂରେ ମନୀଷ ନରୱାଲ ଜିତିଲେ ସ୍ୱର୍ଣ୍ଣ ଏବଂ ସିଂହରାଜଙ୍କୁ ମିଳିଲା ରୌପ୍ୟ ପଦକ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଆଜି ଭାରତ ପାଇଁ ଏକ ଭଲ ଦିନ ବୋଲି ପ୍ରମାଣିତ କରୁଛି। ସୁଟର ମନୀଷ ନରୱାଲ ଭାରତର ଖାତାରେ ଆଉ ଏକ ସ୍ୱର୍ଣ୍ଣ ପଦକ ରଖିଛନ୍ତି। ଏହା ସହ ସିଂହରାଜ ଭାରତ ପାଇଁ ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ଏହି ଦୁଇ ସୁଟର ୫୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ଭାରତ ପାଇଁ ଦୁଇଟି ପଦକ ଜିତିଛନ୍ତି।

ହରିୟାଣାର କାଥୁରା ଗାଁର ବାସିନ୍ଦା ମନୀଷ ନରୱାଲ ମାତ୍ର ୧୯ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଦୁଇଟି ଶଟରେ ମନୀଷ ନରୱାଲ ମାତ୍ର ୧୭.୮ ସ୍କୋର କରିଥିଲେ। କିନ୍ତୁ ଏହା ପରେ ନରୱାଲ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚଟି ସଟ୍ ପରେ ନରୱାଲ ଏହାକୁ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ ଏବଂ ପାଞ୍ଚଟି ସଟ୍ ପରେ ତାଙ୍କ ସ୍କୋର ୪୫.୪ ରେ ପହଞ୍ଚିଥିଲା। ୧୨ ଟି ସଟ୍ ପରେ ମନୀଷ ୧୦୪.୩ ସ୍କୋର ସହିତ ପାଞ୍ଚ ନମ୍ବରରେ ରହିଲେ।

ଅନ୍ୟପକ୍ଷରେ ସିଂହରାଜ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିଲେ। ୧୪ ତମ ସଟ୍ ପରେ ସିଂହରାଜ ଚତୁର୍ଥ ନମ୍ବରରେ ରହିଲେ। ୧୪ ତମ ସଟ୍ ପରେ ଅନ୍ତିମ ଇଭେଣ୍ଟରେ କେବଳ ୬ ଜଣ ଖେଳାଳି ରହିଥିଲେ, ସେମାନଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ଖେଳାଳି ସିଂହରାଜ ଏବଂ ମନୀଷ ନରୱାଲ ମଧ୍ୟ ଥିଲେ। ତେବେ ଉଭୟ ଖେଳାଳିଙ୍କୁ ବାହାର ହୋଇଯିବାର ବିପଦରେ ଥିଲା।

କିନ୍ତୁ ୧୫ ତମ ସଟ୍ ପରେ ମନୀଷ ନରୱାଲ ୧୩୩.୪ ସ୍କୋର କରି ତୃତୀୟ ସ୍ଥାନରେ ପହଞ୍ଚିଥିଲେ। ୧୬ ତମ ସଟ୍ ପରେ ସିଂହରାଜ ମଧ୍ୟ ଶ୍ରେଷ୍ଠ ତିନିରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ୨୦ ତମ ସଟ୍ ପରେ ଭାରତ ପାଇଁ ଦୁଇଟି ପଦକ ନିଶ୍ଚିତ କରାଯାଇଥିଲା। ଚାଇନାର ଖେଳାଳିଙ୍କୁ ୭.୫ ସ୍କୋର ସହ ଆଉଟ୍ ହେବାକୁ ପଡିଲା। ଶେଷ ଶଟରେ ମନୀଷ ନରୱାଲ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବାବେଳେ ସିଂହରାଜ ରୌପ୍ୟ ପଦକ ପାଇଥିଲେ।

ସୁଟିଂରେ ଏହି ଦୁଇଟି ପଦକ ସହିତ ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତର ପଦକ ୧୫ ରେ ପହଞ୍ଚିଛି। ପାରାଲିମ୍ପିକ୍ ଗେମ୍ସ ଇତିହାସରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଶନିବାର ଦିନ ବ୍ୟାଡମିଣ୍ଟନରେ ଭାରତ ପାଇଁ ଆଉ ଦୁଇଟି ପଦକ ନିଶ୍ଚିତ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟୋକିଓ ପାରାଲିମ୍ପିକ୍ସରେ ନିଶାଦ କୁମାର ଜିତିଲେ ରୌପ୍ୟ ପଦକ: ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ଟୋକିଓରେ ଖେଳାଯାଉଥିବା ପାରାଲିମ୍ପିକ୍ ଗେମ୍ସରେ ଭାରତର ନିଶାଦ କୁମାର ଇତିହାସ ସୃଷ୍ଟି କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ନିଶାଦ କୁମାର ଦେଶକୁ ଆଉ ଏକ ପଦକ ଦେଇଛନ୍ତି। ସେ ହାଇ ଜମ୍ପରେ ରୌପ୍ୟ ପଦକ ଜିତିଥିଲେ। ପ୍ରତିଭାରେ ସମୃଦ୍ଧ ନିଶାଦ କୁମାର ଚମତ୍କାର ପ୍ରଦର୍ଶନ କରି ଶ୍ରେଷ୍ଠ ୩ ରେ ପହଞ୍ଚିଥିଲେ। ସେ ଆମେରିକାର ୨ ଆଥଲେଟଙ୍କ ସହ ପ୍ରତିଯୋଗୀତା କରିଥିଲେ।

ଟୋକିଓ ପାରାଲିମ୍ପିକ୍ସର ପୁରୁଷ ହାଇ ଜମ୍ପ ଟି-୪୬ ଇଭେଣ୍ଟରେ ନିଶାଦ କୁମାର ରବିବାର ଏକ ଏସୀୟ ରେକର୍ଡ ସହ ରୌପ୍ୟ ପଦକ ଜିତିଛନ୍ତି। କୁମାର ୨.୦୬ ମିଟର ଡେଇଁ ଏକ ଏସୀୟ ରେକର୍ଡ ସ୍ଥାପନ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆମେରିକାର ଡଲାସ୍ ୱାଇଜ୍ ମଧ୍ୟ ରୌପ୍ୟ ପଦକ ପାଇଥିଲେ କାରଣ ସେ ଏବଂ କୁମାର ସମାନ ୨.୦୬ ମିଟର ଡେଇଁଥିଲେ।

ଅନ୍ୟ ଜଣେ ଆମେରିକୀୟ ରୋଡେରିକ୍ ଟାଉନ୍ସେଣ୍ଡ ୨.୧୫ ମିଟର ବିଶ୍ୱ ରେକର୍ଡ ଜମ୍ପ ସହିତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ଏହା ହେଉଛି ଭାରତର ଦ୍ୱିତୀୟ ପଦକ। ଏହାପୂର୍ବରୁ ଭାବନା ପଟେଲ ରବିବାର ଦିନ ମହିଳା ସିଙ୍ଗଲ୍ସ ଟେବୁଲ ଟେନିସ ଶ୍ରେଣୀ ୪ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ।

ଟୋକିଓରେ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନିଶାଦ କୁମାର ଜଣେ ଅସାଧାରଣ ଆଥଲେଟ୍, ମୁଁ ଏଥିରେ ବହୁତ ଖୁସି।

ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ନିଶାଦ କୁମାର ହିମାଚଳ ପ୍ରଦେଶର ଉନାରୁ ଆସିଛନ୍ତି। ପାରାଲିମ୍ପିକ୍ ଗେମ୍ସ ଆରମ୍ଭ ପୂର୍ବରୁ ସେ ବାଙ୍ଗାଲୋରର ଏକ କୋଚିଂ କ୍ୟାମ୍ପରେ ମାସ ମାସ ଧରି କଠିନ ପରିଶ୍ରମ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ତାଙ୍କ ଗାଁରେ ତାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରାଯାଉଥିଲା। ଏହି ପଦକ ସହିତ ଗାଁରେ ଖୁସିର ଲହରୀ ଖେଳିଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ପାରାଲିମ୍ପିକ୍ ଗେମ୍ସରେ ଭାରତ ପାଇଁ ପ୍ରଥମ ରୌପ୍ୟ ପଦକ ଜିତିଲେ ଭାବୀନା ପଟେଲ: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ ଗେମ୍ସରେ ରୌପ୍ୟ ପଦକ ଜିତି ଭାରତର ଭାବୀନା ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ଟେବୁଲ୍ ଟେନିସରେ ଭାରତ ପାଇଁ ପଦକ ଜିତିଥିବା ଭାବୀନା ପଟେଲ ହେଉଛନ୍ତି ପ୍ରଥମ ଖେଳାଳି। ଭବୀନା ପଟେଲଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଜୀବନର ଯାତ୍ରା ଯୁବକମାନଙ୍କୁ କ୍ରୀଡ଼ାକୁ ଆସିବାକୁ ପ୍ରେରଣା ଯୋଗାଇବ।

ରୋପ୍ୟ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଭାବୀନା ପଟେଲ ଇତିହାସ ସୃଷ୍ଟି କରିଛନ୍ତି। ଏହି ସଫଳତା ପାଇଁ ଭାବୀନାଙ୍କୁ ଅଭିନନ୍ଦନ। ତାଙ୍କର ଏହି ଯାତ୍ରା ଯୁବକମାନଙ୍କୁ କ୍ରୀଡା ପ୍ରତି ପ୍ରେରଣା ଯୋଗାଇବ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି ଯେ, ଭାବୀନାଙ୍କ ବିଜୟ ଭାରତ ପାଇଁ ଗର୍ବର ବିଷୟ। ରାଷ୍ଟ୍ରପତି କହିଛନ୍ତି ଯେ, ଭାବୀନା ପଟେଲ ରୌପ୍ୟ ପଦକ ଜିତି ଭାରତୀୟ ଦଳକୁ ପ୍ରେରଣା ଦେଇଛନ୍ତି। ଭାବୀନାର ପଦକ ଜିତିବା ଭାରତ ପାଇଁ ଗର୍ବର ବିଷୟ। ଏହି ଅଦ୍ଭୁତ ସଫଳତା ପାଇଁ ମୁଁ ଭବୀନା ପଟେଲଙ୍କୁ ଅଭିନନ୍ଦନ ଜଣାଉଛି।