Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ମତଦାନକୁ ସଫଳ କରିବାରେ ସମ୍ପୃକ୍ତ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ଏପ୍ରିଲ ୧୯ ତାରିଖରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ୭ଟି ପର୍ଯ୍ୟାୟରେ ଚାଲିଥିବା ଲୋକସଭା ସାଧାରଣ ନିର୍ବାଚନ ୨୦୨୪ ପାଇଁ ଆଜି ମତଦାନ ଶେଷ ହୋଇଛି। ଅଷ୍ଟାଦଶ ଲୋକସଭା ଗଠନ ପାଇଁ ଭାରତୀୟ ଭୋଟରମାନେ ଭୋଟ୍ ଦେବାର ଅଧିକାର ସାବ୍ୟସ୍ତ କରିଛନ୍ତି। ଭାରତୀୟ ଗଣତନ୍ତ୍ର ଓ ଭାରତୀୟ ନିର୍ବାଚନ ପୁଣି ଥରେ ଚମତ୍କାର କରିଛି। ଜାତି, ବର୍ଣ୍ଣ, ଧର୍ମ, ସାମାଜିକ- ଆର୍ଥିକ ଓ ଶିକ୍ଷାଗତ ପୃଷ୍ଠଭୂମି ନିର୍ବିଶେଷରେ ମହାନ ଭାରତୀୟ ଭୋଟରମାନେ ପୁଣି ଥରେ ଏହା କରିଛନ୍ତି। ପ୍ରକୃତ ବିଜେତା ହେଉଛନ୍ତି ଭାରତୀୟ ଭୋଟର।

ମତଦାତାମାନେ ସେମାନଙ୍କର ଅନେକ ଆହ୍ୱାନ ଏବଂ ଦ୍ୱନ୍ଦ୍ୱକୁ ଅତିକ୍ରମ କରି ମତଦାନ କେନ୍ଦ୍ରକୁ ପ୍ରବେଶ କରିଥିବାରୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ସମେତ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର, ଡ. ସୁଖବୀର ସିଂହ ସାନ୍ଧୁ ଏବଂ ଭାରତ ନିର୍ବାଚନ ଆୟୋଗ ପରିବାରର ସମସ୍ତ ସଦସ୍ୟ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ଆୟୋଗ ଆନ୍ତରିକତାର ସହ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଓ ପ୍ରଶଂସା କରିଛନ୍ତି। ନିଜର ଦୃଢ଼ ଅଂଶଗ୍ରହଣ ମାଧ୍ୟମରେ ଭୋଟରମାନେ ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତାମାନଙ୍କ ଆସ୍ଥାକୁ ବୃଦ୍ଧି କରିଛନ୍ତି, ଯେତେବେଳେ ସେମାନେ ସାଧାରଣ ଭାରତୀୟଙ୍କୁ ମତାଧିକାର କ୍ଷମତା ହସ୍ତାନ୍ତର କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟାପକ ଅଂଶଗ୍ରହଣ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଭାବନାକୁ ପୁନର୍ବାର ପ୍ରମାଣିତ କରେ।

ସମଗ୍ର ଦେଶରେ ଭୋଟରଙ୍କୁ ସୁରୁଖୁରୁରେ, ଶାନ୍ତିପୂର୍ଣ୍ଣ ଏବଂ ଉତ୍ସବମୁଖର ବାତାବରଣ ପ୍ରଦାନ କରିବା, କଠିନ ପାଣିପାଗ, କଠିନ ଅଞ୍ଚଳ ଭଳି ଲଜିଷ୍ଟିକ୍ ଚ୍ୟାଲେଞ୍ଜ ଏବଂ ବିବିଧ ଜନସଂଖ୍ୟାରେ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ସୁରକ୍ଷା ବାହିନୀ ସମେତ ସମଗ୍ର ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷଙ୍କ ସମର୍ପଣ ଓ ପ୍ରତିବଦ୍ଧତା ଲାଗି ନିର୍ବାଚନ ଆୟୋଗ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆୟୋଗ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ଭାରତୀୟ ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରବିନ୍ଦୁ ଅଟନ୍ତି ।

ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ ଗଣମାଧ୍ୟମର ଅବଦାନ ପାଇଁ ଆୟୋଗ ଧନ୍ୟବାଦ ଜଣାଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆୟୋଗ ସର୍ବଦା ଗଣମାଧ୍ୟମକୁ ସହଯୋଗୀ ଭାବେ ବିବେଚନା କରି ଆସୁଛନ୍ତି।

ଶତାୟୁ, ବୟସ୍କ, ଭିନ୍ନକ୍ଷମ ଓ କିନ୍ନରଙ୍କ ଭୋଟ୍ ର ଗୁରୁତ୍ବ ଅନେକଙ୍କ ପାଇଁ, ବିଶେଷ କରି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି ଆୟୋଗ କହିଛନ୍ତି । ଯୁବପିଢ଼ି ଗଣତନ୍ତ୍ରକୁ ଆଗକୁ ବଢ଼ାଇବେ। ଭାରତର ପରବର୍ତ୍ତୀ ପିଢ଼ିର ଭୋଟରମାନେ ଏହି ଅଂଶଗ୍ରହଣକୁ ଆହୁରି ଉଚ୍ଚତାରେ ପହଞ୍ଚାଇବେ ବୋଲି ଇସିଆଇ ଆଶା ରଖିଛି।

ମତଦାନ ସମୟରେ ଭୋଟର, ରାଜନୈତିକ ଦଳ, ପ୍ରାର୍ଥୀ, ନିର୍ବାଚନ କର୍ମଚାରୀ ଏବଂ ସୁରକ୍ଷା ବାହିନୀର ମିଳିତ ପ୍ରୟାସ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଛି, ଯାହାକି ବହୁତ ସମ୍ମାନ ଓ ପ୍ରଶଂସାଯୋଗ୍ୟ। ସାମୂହିକ ପ୍ରୟାସ ଯୋଗୁଁ ଆମେ ଲୋକମାନେ ଗଣତନ୍ତ୍ରର ଚକାକୁ ବୁଲାଇ ରଖିଛୁ ବୋଲି ଆୟୋଗ ମତ ରଖିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ କଂଗ୍ରେସର ବଡ କାର୍ଯ୍ୟାନୁଷ୍ଠାନ, ୬ ବର୍ଷ ବହିଷ୍କୃତ ହେଲେ ଏହି ନେତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବର୍ତ୍ତମାନ ଏହାର ଶେଷ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ ତାରିଖରେ ସପ୍ତମ ଏବଂ ଶେଷ ପର୍ଯ୍ୟାୟ ପାଇଁ ଭୋଟିଂ ଅନୁଷ୍ଠିତ ହେବ। ୫୭ ଟି ଲୋକସଭା ଆସନରେ ଭୋଟ୍ ଦେବା ପୂର୍ବରୁ କଂଗ୍ରେସ ଓଡିଶାରେ ବଡ ପଦକ୍ଷେପ ନେଇଛି। ସଞ୍ଜୟ ତ୍ରିପାଠୀଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ଦଳରୁ ବହିଷ୍କାର କରିଛି। ସଞ୍ଜୟ ତ୍ରିପାଠୀ ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଓଡିଶାରେ କେତେ ସିଟ୍ ଉପରେ ଭୋଟ୍ ଗ୍ରହଣ କରାଯିବ?:

ଲୋକସଭା ନିର୍ବାଚନ ସହିତ ଏଥର ଓଡିଶାରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଉଛି। ଶନିବାର ଦିନ ଶେଷ ପର୍ଯ୍ୟାୟ ନିର୍ବାଚନରେ ​​୬ ଟି ଲୋକସଭା ଆସନ ଏବଂ ରାଜ୍ୟର ୪୨ ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କହିବାନୁସାରେ, ଓଡ଼ିଶାରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ରୀୟ ବାହିନୀର ୧୨୧ କମ୍ପାନୀ ନିୟୋଜିତ ହୋଇଛନ୍ତି।

ଏହା ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ରାଜ୍ୟରେ ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳରୁ ନିଲମ୍ବିତ ହୋଇଥିବା ତିନିଜଣ ନେତାଙ୍କ ଦଳରେ ସାମିଲ କରିଥିଲା। ଓଡିଶାରେ କଂଗ୍ରେସ ବହିଷ୍କୃତ ଦଳର ନେତା ମହମ୍ମଦ ମୋକିମ, ରାଜ୍ୟ କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ଵାଳ ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆଙ୍କ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିଛି।

ଶେଷ ପର୍ଯ୍ୟାୟ ଭୋଟ୍ ପୂର୍ବରୁ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓଡିଶାରେ ଏକ ରାଲିରେ ଯୋଗ ଦେଇ ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) କୁ ହଟାଇବାକୁ ଦାବି କରିଥିଲେ। ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ସେ ବିଜେପି ଏବଂ ବିଜେଡିକୁ ପରସ୍ପର ସହ ମେଣ୍ଟ କରିଥିବା ଅଭିଯୋଗ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

Lok Sabha Election Phase 3 Voting: ଶାନ୍ତି ଶୃଙ୍ଖଳାରେ ଚାଲିଛି 3ୟ ପର୍ଯ୍ୟାୟ ମତଦାନ

Lok Sabha Election Phase 3 Voting: ଦେଶର 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 93 ଟି ଆସନରେ ଆଜି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଚାଲିଛି। ଏହି ପର୍ଯ୍ୟାୟରେ ମୋଟ 1 ଲକ୍ଷ 85 ହଜାର ବୁଥରେ ମତଦାନ କରାଯାଉଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। 

ଏହି ପର୍ଯ୍ୟାୟରେ ବହୁ ହେଭି ୱେଟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେଥିରେ ରହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁପ୍ରିୟା ସୁଲେ ପ୍ରମୁଖ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୨୦୨୪ ଲୋକସଭା ନିର୍ବାଚନ: ଟିକେଟ ଫେରାଇଲା ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁଚରିତା

ଭୁବନେଶ୍ଵର: ୨୦୨୪ ଲୋକସଭା ନିର୍ବାଚନ ମଧ୍ୟରେ ପୁରୀ ଲୋକସଭା ଆସନରୁ ଏକ ବଡ ଖବର ଆସୁଛି। ପୁରୀ ଲୋକସଭା ଆସରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ସେ ଦଳୀୟ ଟିକେଟ ଫେରସ୍ତ କରିଥିବା ଜଣାପଡିଛି।

ଦଳରୁ ଟିକେଟ ମିଳିଥିବା ବେଳେ ନିର୍ବାଚନ ଖର୍ଚ୍ଚ ବାବଦକୁ ଅର୍ଥ ନମିଳିବାରୁ ସେ ଟିକେଟ ଫେରେଇଦେଇଥିବା କୁହାଯାଉଛି।

ଏଆଇସିସି ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖି ସୁଚରିତା ଏହା ଜଣାଇଛନ୍ତି। ଅର୍ଥାଭାବ ପାଇଁ ପ୍ରଚାର ମଧ୍ୟ ଠିକରେ ହୋଇପାରୁନଥିବା ଜଣାଇଛନ୍ତି। ଲୋକସଭା ଅଧୀନରେ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି, ତେଣୁ ମୁଁ ପ୍ରାର୍ଥୀ ବଦଳାଇବାକୁ ଅନୁରୋଧ କରିଥିଲି ବୋଲି ସୁଚରିତା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଭୋଟ ଗ୍ରହଣ ଦିନ ଲୋକସଭା ପ୍ରାର୍ଥୀଙ୍କର ହେଲା ଦେହାନ୍ତ, କଣ ହେବ ସେଠାକାର ନିର୍ବାଚନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୋରାଦାବାଦ ଲୋକସଭା ଆସନରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ତାହା ହେଲା ଭୋଟ ଗ୍ରହଣ ସରିବା ପରେ ବିଜେପିର ଲୋକସଭା ପ୍ରାର୍ଥୀଙ୍କର ପରଲୋକ ଘଟିଗଲା। ତାଙ୍କ ନାମ ହେଉଛି କନୱର ସର୍ବେଶ ସିଂ। ତାଙ୍କର ବୟସ 71 ବର୍ଷ ହେବ।

ମୋରଦାବାଦରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯାଇଥିଲା। ସେଥିରେ ବିଜେପି କନୱରଙ୍କୁ ପ୍ରାର୍ଥୀ କରିଥିଲା। ଭୋଟ ଗ୍ରହଣ ଦିନ ତାଙ୍କର ଦେହ ଖରାପ ହେଲା। ଫଳରେ ସେ ନିଜ ଭୋଟ ନ ଦେଇପାରି ନୂଆଦିଲ୍ଲୀର ଏମସରେ ଭର୍ତ୍ତି ହେଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ହୋଇଗଲା।

ବର୍ତ୍ତମାନ ସେଠାରେ ଉପନିର୍ବାଚନ ହେବ ନା କଣ କରାଯିବ ସେ ନେଇ ସମସ୍ତେ ଦ୍ବନ୍ଦରରେ ରହିଲେ। ପରବର୍ତ୍ତି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଲେ ଯେ, ମୋରାଦାବାଦ ମତଦାନ ସଂରକ୍ଷଣ କରି ରଖାଯାଇଛି। ଯେଉଁ ଦିନ ଗଣତି ତାରିଖ ରହିଛି ସେହିଦିନ ଗଣତି ହେବ। ଯଦି ମୃତ ପ୍ରାର୍ଥୀ ବିଜୟୀ ହୋଇଥାନ୍ତି ତେବେ ସେଠାରେ ଉପନିର୍ବାଚନ ହେବ। ଯଦି ସେ ପରାଜୟ ହୋଇଥିବା ତେବେ ବିଜୟୀ ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ଆଉ ଉପନିର୍ବାଚନ ହେବ ନାହିଁ।

ଫଳରେ ସେହି ଆସନର ସମସ୍ତ ପ୍ରାର୍ଥୀ ଏପରି କି ଭୋଟରମାନେ ମଧ୍ୟ ଗଣତି ତାରିଖକୁ ଅପେକ୍ଷା କରି ରହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆଜି ଠାରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆଜି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।

ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ, ଗୋଆ, ଗୁଜରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଲୋକସଭା ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ୨୦୨୪ ପାଇଁ ନାମାଙ୍କନପତ୍ର ଦାଖଲ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଲୋକସଭା ନିର୍ବାଚନ ୨୦୨୪ରେ ହେବାକୁ ଥିବା ୧୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୯୪ଟି ସଂସଦୀୟ କ୍ଷେତ୍ର (ପିସି) ପାଇଁ ଆସନ୍ତାକାଲି ଅର୍ଥାତ୍ ୧୨.୦୪.୨୦୨୪ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ମତଦାନ ସ୍ଥଗିତ ରହିଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ପିସି ନିର୍ବାଚନ ପାଇଁ ମଧ୍ୟ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ।

ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ସ୍ଥଗିତ ନିର୍ବାଚନ ସହ ଏହି ୯୪ଟି ସଂସଦୀୟ କ୍ଷେତ୍ରରେ ମତଦାନ ୦୭.୦୫.୨୦୨୪ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ମଧ୍ୟପ୍ରଦେଶର ୨୯-ବେତୁଲ (ଏସଟି) ସଂସଦୀୟ କ୍ଷେତ୍ରରେ ନିର୍ବାଚନ ବହୁଜନ ସମାଜ ପାର୍ଟିର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ସ୍ଥଗିତ ରଖାଯାଇଥିଲା।

ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ହେଲା ଆସାମ, ବିହାର, ଛତିଶଗଡ଼, ଦାଦରା ଓ ନଗର ହାଭେଲି ଏବଂ ଦାମନ ଓ ଦିଉ, ଗୋଆ, ଗୁଜରାଟ, ଜମ୍ମୁ ଓ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି କୁ ବଡ ଝଟକା!: ଦଳ ଛାଡିଲେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ଵର: ଆଜି ଓଡିଶା ବିଜେପି କୁ ବଡ ଝଟକା ଲାଗିଛି। ୨୦୧୯ ଲୋକସଭା ନିର୍ବାଚନର ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଦଳ ଛାଡିଛନ୍ତି। ଆଜି ସେ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି।

ରାଜ୍ୟ ସଭାପତିଙ୍କୁ ସେ ଲେଖିଛନ୍ତି ଯେ, ଅତ୍ୟନ୍ତ ଦୁଃଖର ସହିତ ବିଜେପିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି। ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି। ପାର୍ଟି ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତା ସହିତ ତୁଲାଇଛି। ତେବେ ବିଭିନ୍ନ ସାଙ୍ଗଠନିକ ଓ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିପାରେ ପାର୍ଟି ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ। କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧ କଲି। ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି। ଲୋକଙ୍କ ସେବା ଓ ଓଡିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି ବୋଲି ସେ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଲୋକସଭା ପାଇଁ ଓଡିଶାର ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କଲା ବିଜେପି, କେବଳ ଘୋଷଣାକୁ ଅପେକ୍ଷା

ଭୁବନେଶ୍ବର: ବର୍ତ୍ତମାନ କେବେ ନିର୍ବାଚନ ହେବ ତାହା ଘୋଷଣା ହୋଇ ନାହିଁ। ହେଲେ କିଏ ଆଗୁଆ ଲୋକସଭା ପ୍ରାର୍ଥି ଘୋଷଣା କରିବ ସେ ନେଇ ରାଜନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଦ୍ବନ୍ଦିତା। ଏହା ବିଶେଷ କରି ଜାତୀୟ ରାଜୈନିତକ ଦଳ ଭିତରେ ବେଶୀ ପରିଲକ୍ଷିତ ହୋଇଛି। ଓଡିଶା ଲୋକସଭା ପାଇଁ ଖୁବ ଶିଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ ବୋଲି କହିସାରିଛି।

ଏହାପରେ ଅନ୍ୟତମ ଜାତୀୟ ଦଳ ବିଜେପି ମଧ୍ୟ ଖୁବ ଶିଘ୍ର ପ୍ରାର୍ଥୀ ଘୋଷଣା କରୁଛି ବୋଲି ଜଣାପଡିଛି। ଆସନ୍ତା ସପ୍ତାହରେ ବିଜେପି ଦେଶର ପ୍ରାୟ ଶହେଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ ବୋଲି ଚର୍ଚ୍ଚା ଚାଲିଛି। ସେହି ଅନୁସାରେ ବିଜେପି ଓଡିଶାର ପାଞ୍ଚଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବୋଲି ଜଣାପଡିଛି।

ତେବେ ଓଡିଶାର କେଉଁ ପାଞ୍ଚଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବ ସେ ନେଇ ରାଜ୍ୟନୈତିକ ଦଳ ଭିତରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ବିଶେଷ କରି ବିଜେପି ନେତାମାନେ ବଡ ଆତଙ୍କିତ ଅବସ୍ଥାରେ ଅଛନ୍ତି। କାରଣ ଦିଲ୍ଲୀ ନେତାମାନେ ତାଙ୍କୁ ଟିକେଟ ଦେବେ ନା କାଟିବେ ସେ ନେଇ ସନ୍ଦେହ ମଧ୍ୟରେ ଅଛନ୍ତି। ବିଶେଷ କରି ଯେଉଁମାନେ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଶା କରିଛନ୍ତି ସେମାନଙ୍କର ଏବେ ନିଦ ହଜିଯାଇଛି।

କେବଳ ବିଜେପି ନେତା ନୁହଁନ୍ତି ଅନ୍ୟଦଳର ଲୋକସଭା ପ୍ରାର୍ଥୀମାନେ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। କାରଣ ତାଙ୍କ ଆସନରେ ବିଜେପି କାହାକୁ ପ୍ରାର୍ଥୀ କରିବ ସେମାନେ ଅନେଇ ବସିଛନ୍ତି। ତାଙ୍କ ବିରୋଧରେ ଟାଣୁଆ ନେତାଙ୍କୁ ଟିକେଟ ମିଳୁଛି ନା ଦୁର୍ବଳ ପ୍ରାର୍ଥୀ ଲଢେଇ କରିବେ ଅପେକ୍ଷା କରିଛନ୍ତି। ସେହି ଅନୁସାରେ ସେମାନେ ତାଙ୍କର ହିସାବ କିତାବ କରିବେ। ସେହି ଅନୁସାରେ ନିର୍ବାଚନ ପାଣ୍ଠି ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ।

ତେବେ ଦିଲ୍ଲୀ ସୁତ୍ର ଅନୁସାରେ ଓଡିଶାର ଯେଉଁ ପାଞ୍ଚଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଆଗୁଆ ଘୋଷଣା ହେବ ସେଗୁଡିକ ହେଉଛି ଭୁବନେଶ୍ବର, ପୁରୀ, ବଲାଙ୍ଗିର, ସମ୍ବଲପୁର ଏବଂ ସୁନ୍ଦରଗଡ। ଆଉ ପ୍ରାର୍ଥୀମାନେ ହେଲେ ଭୁବନେଶ୍ବରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର ଏବଂ ବଲାଙ୍ଗିରରୁ ସଙ୍ଗୀତା କୁମାରୀ ସିଂହଦେଓ।

ସେହିପରି ସମ୍ବଲପୁର ଆସନଟି ବହୁ ଦିନ ହେଲା ଚର୍ଚ୍ଚାରେ ରହିଛି। କାରଣ ସେଠାରୁ ପ୍ରାର୍ଥୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେଥିପାଇଁ ଧର୍ମେନ୍ଦ୍ର ବହୁ ପୂର୍ବରୁ ସମ୍ବଲପୁରରେ ଡେରା ପକାଇ ବସି ରହିଛନ୍ତି। ସେ ସେଠାରୁ ପ୍ରାର୍ଥୀ ହେବେ ବୋଲି ଚୁଡାନ୍ତ ହୋଇସାରିଛି। ସେହିପରି ସୁନ୍ଦରଗଡରୁ ଜୁଏଲ ଓରାମ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି। କେବଳ ଘୋଷଣାକୁ ଅପେକ୍ଷା କରାଯାଇଛି ବୋଲି ଜଣାପଡିଛି।

ଏହି ପାଞ୍ଚଟି ଆସନ ବିଜେପିର ପ୍ରଥମ ପସନ୍ଦ ଆସନ ବୋଲି କୁହାଯାଉଛି। କାରଣ ଏହି ଆସନରେ ଦଳ ନିଶ୍ଚିତ ବିଜୟ ଲାଭ କରିବ ବୋଲି ଧରିନେଇଛି। ସେଥିପାଇଁ ବହୁ ପୂର୍ବରୁ ଏହି ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାର ଆରମ୍ଭ କରିଦେଇଛନ୍ତି। ତେବେ ଏମାନଙ୍କ ବିରୋଧରେ ବିଜେଡି କେଉଁ ପ୍ରକାରର ପ୍ରାର୍ଥୀ ଦେବ ତାହାକୁ ନେଇ ହାରିବା ଜିତିବା ନିର୍ଭର କରୁଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ବିଶ୍ୱର ଅନ୍ୟ କୌଣସି ନିର୍ବାଚନ କାହିଁକି ଭାରତ ସହ ସମକକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ନିର୍ବାଚନ ଆୟୋଗ। ସେ ନିଜ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ବାଚନ କମିଶନ ଦେଇଥିବା ତଥ୍ୟ ଦର୍ଶାଉଛି ଯେ ବିଶ୍ୱର ଅନ୍ୟ କୌଣସି ନିର୍ବାଚନ କାହିଁକି ଭାରତ ସହ ସମକକ୍ଷ ହୋଇପାରିବ ନାହିଁ। ଆଗାମୀ ନିର୍ବାଚନରେ ପ୍ରାୟ ୯୬ କୋଟି ଭୋଟର ମତଦାନ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଏଥିପାଇଁ ୧୨ ଲକ୍ଷ ମତଦାନ କେନ୍ଦ୍ର ଖୋଲାଯିବ। ଏହି ସବୁ କେନ୍ଦ୍ରରେ ନିର୍ବାଚନ ପରିଚାଳନା ପାଇଁ ଦେଢ଼ କୋଟି କର୍ମଚାରୀ ନିୟୋଜିତ ହେବେ। ୯୬ କୋଟି ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ୪୭ କୋଟି ହେଉଛନ୍ତି ମହିଳା ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ପୁରୁଷଙ୍କ ସଂଖ୍ୟା ୪୮.୯୯ କୋଟି ରହିଛି। ୪୮,୦୦୦ ଜଣଙ୍କୁ ତୃତୀୟ ଲିଙ୍ଗ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି। ୨୦୧୯ ତୁଳନାରେ ଭୋଟରଙ୍କ ସଂଖ୍ୟା ୫.୩% ବୃଦ୍ଧି ପାଇଛି। ଗତ ଲୋକସଭା ନିର୍ବାଚନରେ ମୋଟ ଯୋଗ୍ୟ ଭୋଟରଙ୍କ ସଂଖ୍ୟା ୯୧.୨ କୋଟି ଥିଲା। ଭାରତ ହେଉଛି ବିଶ୍ୱର ସର୍ବବୃହତ ଗଣତନ୍ତ୍ର।

ଏତେ ବଡ଼ ନିର୍ବାଚନ କେଉଁଠି ନାହିଁ

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ମୋଟ ଯୋଗ୍ୟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧ କୋଟି ୭୩ ଲକ୍ଷ ୧୮ରୁ ୧୯ ବର୍ଷ ବୟସର। ୮୧ ଲକ୍ଷ ଭିନ୍ନକ୍ଷମ ଭୋଟର ଅଛନ୍ତି। ୧ କୋଟି ୭୫ ଲକ୍ଷ ଭୋଟରଙ୍କ ବୟସ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ। ୮୦ ବର୍ଷରୁ ଅଧିକ ବୟସର ୧.୭୫ କୋଟି ଭୋଟରଙ୍କ ମଧ୍ୟରୁ ପ୍ରାୟ ୨ ଲକ୍ଷ ୧୦୦ ବର୍ଷରୁ ଅଧିକ ବୟସ୍କ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଶ୍ୱାସନା ଦେଇଛନ୍ତି ଯେ ୨୦୨୪ ଏବଂ ଏହା ପରେ ମତଦାନରେ ଏକ ସୁଖଦ ଅନୁଭୂତି ପ୍ରଦାନ କରିବାକୁ ନିର୍ବାଚନ ଆୟୋଗ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ପ୍ରଚାର ସମୟରେ ସମାନ ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ସେ ପ୍ରତିଶ୍ରୁତିବଦ୍ଧ। ପୃଥିବୀର କୌଣସି ସ୍ଥାନରେ ଏତେ ବଡ଼ ଧରଣର ମତଦାନ ଓ ଲଜିଷ୍ଟିକର ଉଦାହରଣ ନାହିଁ। ନିର୍ବାଚନ କମିଶନଙ୍କ ୭୫ତମ ବାର୍ଷିକୀ ପାଳନ ଅବସରରେ ୧୪ତମ ଜାତୀୟ ମତଦାତା ଦିବସ ଅବସରରେ ଏହି ସୂଚନା ଦିଆଯାଇଛି।

ଆରମ୍ଭରୁ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ ହୋଇଥିଲା

ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆରମ୍ଭରୁ ମତଦାନରେ ମହିଳାଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ବିଆର ଆମ୍ବେଦକରଙ୍କୁ ଶ୍ରେୟ ଦେଇଛନ୍ତି। ଆମ୍ବେଦକର ୧୯୨୮ ମସିହାରେ ମହିଳାଙ୍କ ମତଦାନ ଅଧିକାର ପ୍ରସଙ୍ଗ ଉଠାଇଥିଲେ। ମତଦାନ ପ୍ରତିଶତ ବୃଦ୍ଧି ନେଇ ମଧ୍ୟ ଇସିଆଇ ଉଲ୍ଲେଖ କରିଛି।

ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି ଯେ ଗତ କିଛିବର୍ଷ ମଧ୍ୟରେ ବହୁତ କିଛି କରାଯାଇଛି। ୧୯୫୨ ମସିହାରେ ଏଠାରେ ୧୭୩.୨ ନିୟୁତ ଭୋଟର ଥିଲେ। ଆଜି ଏହି ସଂଖ୍ୟା ୯୬ କୋଟିରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୪୭ କୋଟି ମହିଳା ଭୋଟର ରହିଛନ୍ତି। ପ୍ରଥମ ସାଧାରଣ ନିର୍ବାଚନରେ ମତଦାନ ହାର ୪୫% ଥିବାବେଳେ ଗତ ସାଧାରଣ ନିର୍ବାଚନରେ ଏହା ୬୭%କୁ ବୃଦ୍ଧି ପାଇଛି। ଏସବୁ ସତ୍ତ୍ୱେ ୩୦ କୋଟି ଭୋଟର ଭୋଟ ଦେଉନାହାନ୍ତି। ମତଦାନ ପ୍ରତିଶତ ବୃଦ୍ଧି କ୍ଷେତ୍ରରେ ସହରାଞ୍ଚଳ ଲୋକଙ୍କ ମଧ୍ୟରେ ଆଗ୍ରହର ଅଭାବ, ଯୁବ ଉଦାସୀନତା ଏବଂ ପ୍ରବାସୀ ଶ୍ରମିକ ପ୍ରମୁଖ ଆହ୍ୱାନ। ଇସିଆଇ ଏହି ତିନୋଟି ଦିଗକୁ ଟାର୍ଗେଟ କରୁଛି।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ଦ୍ବନ୍ଦରେ କଟକ ସାଂସଦ ଭର୍ତ୍ତୁହରି ମହତାବ; ନା ହୋଇପାରୁଛନ୍ତି ବିଜେଡିର ନା ବିଜେପିର

ଭୁବନେଶ୍ବର: କଟକର ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା। ତାହାର କାରଣ ହେଉଛି ଯେ, ବର୍ତ୍ତମାନ ଭର୍ତ୍ତୁହରି ମହତାବଙ୍କୁ ବିଜେଡି ଟିକେଟ ଦେବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ବର୍ତ୍ତମାନ ପାରିପାର୍ଶିକ ସ୍ଥିତିକୁ ଦେଖିଲେ ବିଜେଡିର ଭର୍ତ୍ତହରିଙ୍କ ସହିତ ସଂପର୍କ ଭଲ ନାହିଁ। ସେଥିପାଇଁ ଏପରି ଦ୍ବନ୍ଦ ଉପୁଜିବାରେ ଲାଗିଛି।

ଗତ ନିର୍ବାଚନରେ ଭର୍ତ୍ତୁହରିଙ୍କୁ ଟିକେଟ ନ ଦେବା ପାଇଁ ବିଜେଡି ଚିନ୍ତାକରିଥଲା। ହେଲେ ଶେଷ ମୂର୍ହୁର୍ତ୍ତରେ ତାଙ୍କୁ ଟିକେଟ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲା। ହେଲେ ଏଥର ଦଳ ଆଉ ତାଙ୍କୁ ରିପିଟି କରିବ ନାହିଁ ବୋଲି ଜଣାପଡିଛି। କାରଣ ପ୍ରଥମତଃ ନିର୍ବାଚନମଣ୍ଡଳିରେ ତାଙ୍କର ଲୋକ ସଂପର୍କ ଭଲ ନାହିଁ। ଅନ୍ୟପଟେ ତାଙ୍କର କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ନେତାଙ୍କ ସହିତ ମଧ୍ୟ ସଂପର୍କ ଭଲ ନାହିଁ।

ବର୍ତ୍ତମାନ ଭର୍ତ୍ତୁହରିଙ୍କ ଗତିପଥରୁ ସ୍ପଷ୍ଟ ଅନୁମାନ କରିହେଉଛି ଯେ, ସେ ବିଜେଡିରୁ ଦୂରେଇ ଯାଉଛନ୍ତି ଆଉ ବିଜେପି ସହିତ ସଂପର୍କ ଦୃଢ କରିବାରେ ଲାଗିଛନ୍ତି। ନିକଟରେ ସେ ବିଜେପି ଚାଣକ୍ୟ ଅମିତ ସାହାଙ୍କୁ ସାକ୍ଷାତ କରିଥିଲେ। ଅବଶ୍ୟ ସାଂସଦ ହିସାବରେ ତାଙ୍କୁ ସାକ୍ଷାତ କରିବାରେ କୌଣସି ଅସୁବିଧା ନାହିଁ। ହେଲେ ବର୍ତ୍ତମାନ ସାରା ଦେଶ ନିର୍ବାଚନ ମୁହାଁ ହେଉଥିବା ବେଳେ ଶାହାଙ୍କୁ ଏକାକି ସାକ୍ଷାତ କରିବା ନିଶ୍ଚିତ ଚର୍ଚ୍ଚା ହେବ।

ସେତିକି ନୁହେଁ ଭର୍ତ୍ତୁହରିଙ୍କ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସଂପର୍କ ବହୁ ନିବିଡ। କାରଣ ନୂଆ ଦିଲ୍ଲୀରେ କୌଣସି ଓଡିଆ କାର୍ଯ୍ୟକ୍ରମ ହେଲେ ସେଥିରେ ଭର୍ତ୍ତୁହରିଙ୍କୁ ହିଁ ନିମନ୍ତ୍ରଣ କରିବା ପାଇଁ ଧର୍ମେନ୍ଦ୍ର କୁଆଡେ ସୁପାରିଶ କରନ୍ତି। ଫଳରେ ଦିଲ୍ଲୀର ବହୁ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଭର୍ତ୍ତୁହରିଙ୍କ ଯୋଡି ଦେଖିବାକୁ ମିଳିଛି।

ଗୋଟିଏ ପଟେ ବିଜେପି ସହିତ ଭର୍ତ୍ତୁହରି ଯୋଡି ହେଉଥିବା ବେଳେ ଅନ୍ୟପଟେ ବିଜେଡି ସହିତ ତାଙ୍କର ସଂପର୍କ ଛିଣ୍ଡିବାରେ ଲାଗିଛି। କାରଣ କଟକରେ ବିଜେଡିର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଭର୍ତ୍ତୁହରିଙ୍କର ଆଉ ଦେଖାମିଳୁ ନାହିଁ। ତାଙ୍କୁ ଡକାଯାଉ ନାହିଁ କି ସେ ଆସୁ ନାହାଁନ୍ତି ତାହା ଅବଶ୍ୟ ଭିନ୍ନ କଥା। ହେଲେ ଏହା ସ୍ପଷ୍ଟ ଯେ, ବିଜେଡିର ବହୁ କର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ରହୁ ନାହିଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ କଟକ କାର୍ଯ୍ୟକ୍ରମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁ ନାହିଁ। ଯାହା ରାଜନୀତି ମହଲରେ ବେଶ ଆଲୋଚନା ଚାଲିଛି।

ତେବେ ଚର୍ଚ୍ଚା ଅନୁସାରେ ସେ କୁଆଡେ ବିଜେଡି ଛାଡି ବିଜେପିରୁ ଲୋକସଭା ପ୍ରାର୍ଥୀ ହେବେ। ହେଲେ ସେଥିରେ ଏକ କେଁ ପୁରାଇଛନ୍ତି ଅଶ୍ବନୀ ବୈଷ୍ଣବ। କାରଣ କଟକ ଲୋକସଭା ପାଇଁ ବର୍ତ୍ତମାନ ବିଜେପିର କେହି ପ୍ରାର୍ଥୀ ନାହାଁନ୍ତି। ଗତଥର ପ୍ରାର୍ଥୀ ହୋଇଥିବା ପ୍ରକାଶ ମିଶ୍ର ଆଉ ସକ୍ରିୟ ନାହାଁନ୍ତି। ତେଣୁ ବିଜେପି ଏଥର ନୂଆ ପ୍ରାର୍ଥଙ୍କୁ ଦେବ। ସେଥିପାଇଁ ସେହି ଆସନ ଉପରେ ଆଖି ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

କେବଳ କଟକ ନୁହେଁ ଅଶ୍ବିନୀ ବାଲେଶ୍ବର ଆସନକୁ ମଧ୍ୟ ସଂରକ୍ଷିତ କରି ରଖିଛନ୍ତି। ଯଦି ଦଳ ପ୍ରତାପ ଷଡଙ୍ଗୀଙ୍କୁ ପୁଣି ଟିକେଟ ଦିଏ ତେବେ ସେ କଟକରୁ ପ୍ରାର୍ଥୀ ହେବେ। ଫଳରେ ବିଜେପିରୁ ଟିକେଟ ନେବା ପାଇଁ ଭର୍ତ୍ତୁହରି ଯେଉଁ ଆଶା କରି ବସିଛନ୍ତି ତାହା ଫସର ଫାଟିଯାଉଛି।

ଗୋଟିଏ ପଟେ ବିଜେଡି ତାଙ୍କୁ ହତାଦାର କରୁଥିବା ବେଳେ ଅନ୍ୟପଟେ ବିଜେପି ମଧ୍ୟ ତାଙ୍କୁ ଉଚିତ ଗୁରୁତ୍ବ ଦେବ ନାହିଁ ବୋଲି ଭର୍ତ୍ତୁହରିଙ୍କ ସନ୍ଦେହ ସୃଷ୍ଟି ହେଲାଣି। ଫଳରେ ସେ ଏଥର ନିର୍ବାଚନରେ କଣ କରିବେ ସେ ନେଇ ଦ୍ବନ୍ଦରେ ଅଛନ୍ତି। କାରଣ ସେ ବିନା କୌଣସି ଦଳୀୟ ଟିକେଟରେ ଏକାକୀ ଲଢି ଜିତିବା ସମ୍ଭାବନା ନାହିଁ। ସେଥିପାଇଁ ଏଥର ଲୋକସଭା ନିର୍ବାଚନ ଭର୍ତ୍ତୁହରିଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ ବୋଲି ଜଣାପଡିଲାଣି।

Categories
ଆଜିର ଖବର ଜାତୀୟ ଖବର

‘ଦେଶ ପାଇଁ ଦାନ’ ଅଭିଯାନରୁ ୧ ମାସରେ କଂଗ୍ରେସକୁ କେତେ ମିଳିଲା?

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ ଗତ ଏକ ମାସ ମଧ୍ୟରେ ୧୫ କୋଟି ଟଙ୍କା ପାଇଛି। କୋଷାଧ୍ୟକ୍ଷ ଅଜୟ ମାକେନ କହିଛନ୍ତି ଯେ ଦଳ ଡିସେମ୍ବର ୧୮ରେ ଅନଲାଇନ ଦାନ ଅଭିଯାନ ଆରମ୍ଭ କରିଥିଲା ଏବଂ ୩୧ ଦିନରେ ଏହା ୧୫ କୋଟି ଟଙ୍କା ସଂଗ୍ରହ କରିଛି।

୧ ମାସରେ ମିଳିଲା ୧୫ କୋଟି ଟଙ୍କା ଦାନ

ଅଜୟ ମାକେନ ଏକ୍ସରେ ଲେଖିଛନ୍ତି, ‘ଆଜି ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଆମ ଅଭିଯାନର ୩୧ତମ ଦିନ। ଆମେ ତିନି ଲକ୍ଷରୁ ଅଧିକ ବୈଧ କାରବାର ମାଧ୍ୟମରେ ସଫଳତାର ସହ ୧୫ କୋଟି ଟଙ୍କା ସଂଗ୍ରହ କରିଛୁ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଡିସେମ୍ବର ୧୮ ରେ ‘ଦେଶ ପାଇଁ ଦାନ’ ଅଭିଯାନର ଶୁଭାରମ୍ଭ କରିଥିଲେ ଏବଂ ପ୍ରଥମ ଦିନରେ ଦଳକୁ ୧.୩୮ ଲକ୍ଷ ଟଙ୍କା ଦାନ ମିଳିଥିଲା। ଚଳିତ ବର୍ଷ ଶେଷଭାଗରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଦଳ ପାଇଁ ସମ୍ବଳ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି।

ଦେଶ ପାଇଁ ଦାନ ଅଭିଯାନ କ’ଣ?

ଦେଶ ପାଇଁ ଦାନ ଅଭିଯାନ ହେଉଛି କଂଗ୍ରେସ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅନଲାଇନ କ୍ରାଉଡଫଣ୍ଡିଂ ଅଭିଯାନ। ୨୦୨୩ ଡିସେମ୍ବର ୧୮ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଜରିଆରେ କଂଗ୍ରେସ ଦଳ ଦେଶବାସୀଙ୍କୁ ୧୩୮, ୧୩୮୦, ୧୩,୮୦୦ ଟଙ୍କା ବା ୧୦ ଗୁଣ ଟଙ୍କା ଦାନ କରିବାକୁ ନିବେଦନ କରିଛି।

କଂଗ୍ରେସ କହିଛି ଯେ, ଏହି ଅଭିଯାନ ଦଳର ୧୩୮ ବର୍ଷର ଯାତ୍ରାର ଏକ ଉତ୍ସବ ଏବଂ ଏହି ପଦକ୍ଷେପ ୧୯୨୦-୨୧ ରେ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ ସ୍ୱରାଜ କୋଷ’ ରୁ ପ୍ରେରିତ। ସମ୍ବଳର ସମାନ ବଣ୍ଟନ ଏବଂ ସୁଯୋଗରେ ସମୃଦ୍ଧ ଭାରତ ଗଠନ ପାଇଁ ଦଳକୁ ସଶକ୍ତ କରିବା ଏହାର ଲକ୍ଷ୍ୟ।

Categories
ଜାତୀୟ ଖବର ବିଶେଷ ଖବର

ଲୋକସଭାରେ ୪୦୦ ଟାର୍ଗେଟ ହାସଲ ବିଜୟର ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଅନ୍ୟ ରାଜନୈତିକ ପ୍ରସଙ୍ଗ ବ୍ୟତୀତ ବିଜେପିର ସର୍ବାଧିକ ଫୋକସ୍ ଦୁଇଟି ଶ୍ରେଣୀ ଉପରେ ରହିଛି। ଏମାନେ ହେଉଛନ୍ତି ହିତାଧିକାରୀ ଓ ପ୍ରଥମ ଥର ଭୋଟର। କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀମାନେ ସେମାନଙ୍କ ପାଇଁ ଏକ ବଡ଼ ଭୋଟ୍ ବ୍ୟାଙ୍କ ବୋଲି ବିଜେପି ବିଶ୍ୱାସ କରୁଛି। ଏହି ହିତାଧିକାରୀମାନେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି। ସେହିପରି ବିଜେପି ମଧ୍ୟ ପ୍ରଥମ ଥର ଭୋଟରଙ୍କୁ ନିଜ ନିକଟତର ରଖିବାକୁ ଚାହୁଁଛି। ବିଜେପିର ପ୍ରତ୍ୟେକ ବୈଠକରେ ପ୍ରଥମ ଥର ଭୋଟର ଓ ହିତାଧିକାରୀଙ୍କ ଉପରେ ଫୋକସ୍ ରଖିବାକୁ କର୍ମୀ ଓ ନେତାଙ୍କୁ କୁହାଯାଇଛି।

ବିଜେପି କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଲୋକସଭା ନିର୍ବାଚନ ପାଇଁ ବିଜୟର ମନ୍ତ୍ର ଦେଇଛନ୍ତି। ହିତାଧିକାରୀ ଓ ପ୍ରଥମ ଥର ମତଦାତାଙ୍କ ଉପରେ ମଧ୍ୟ ତାଙ୍କର ଫୋକସ ରହିଥିଲା। ମୋଦି ବିଜେପି କର୍ମୀଙ୍କୁ ନିଜ ବୁଥ୍ ଉପରେ ଧ୍ୟାନ ଦେବାକୁ କହିଛନ୍ତି। ପଡ଼ୋଶୀ ଏବଂ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇବାକୁ ଜୋର ଦେଇଛନ୍ତି।

ଏଥିସହିତ ଯଦି ଲୋକମାନଙ୍କର କୌଣସି ପ୍ରକାରର ସମସ୍ୟା ରହିଛି, ତେବେ ତାଙ୍କ କଥା ଶୁଣନ୍ତୁ, ବୁଝନ୍ତୁ ଓ ଏହାର ସମାଧାନ କରିବାରେ ସହାୟତା କରନ୍ତୁ ବୋଲି ମୋଦି କହିଛନ୍ତି। ନିଜ ବୁଥ୍ ଅଞ୍ଚଳକୁ ଆସୁଥିବା ରାସ୍ତାକଡ଼ ଦୋକାନୀଙ୍କ ସହ ଯୋଗାଯୋଗ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବାକୁ ମୋଦି କର୍ମୀମାନଙ୍କୁ କହିଛନ୍ତି। ଦଳୀୟ କର୍ମୀମାନେ ପ୍ରଥମ ଥର ଭୋଟରଙ୍କ ସହ ଯୋଗାଯୋଗ କରି ପ୍ରଥମ ଥର ମତଦାତାଙ୍କ ନାମ ଭୋଟର ତାଲିକାରେ ଥିବା ସୁନିଶ୍ଚିତ କରିବା ଉଚିତ ବୋଲି ମୋଦି କହିଛନ୍ତି।

ପ୍ରଥମ ଥର ମତଦାତା ପାଇଁ କମିଟି ଗଠନ

ଜଣେ ବିଜେପି ନେତା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ଏକ ବଡ଼ ବର୍ଗ ଅଛନ୍ତି। ପାଖାପାଖି ୮୦ କୋଟି ହିତାଧିକାରୀ ଅଛନ୍ତି ଯେଉଁମାନେ ଅତି କମରେ ଗୋଟିଏ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ପାଉଛନ୍ତି। ଯେଉଁମାନେ କଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି ସେମାନେ ବୁଝିଛନ୍ତି ଯେ କେନ୍ଦ୍ର ସରକାର ସେମାନଙ୍କ ପାଇଁ କାମ କରିଛନ୍ତି ଏବଂ ସେମାନଙ୍କ ପରି କୋଟି କୋଟି ଲୋକଙ୍କ ପାଇଁ କାମ କରିଛନ୍ତି। ସେଥିପାଇଁ ଆମେ ଶ୍ରମିକମାନଙ୍କୁ ବାରମ୍ବାର ହିତାଧିକାରୀଙ୍କୁ ଭେଟିବାକୁ କହୁଛୁ। ବିଜେପି ନେତାଙ୍କ କହିବା ଅନୁଯାୟୀ, ପ୍ରଥମ ଥର ମତଦାତାମାନେ ଆରମ୍ଭରୁ ବିଜେପି ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଦେଶ କିପରି କ୍ରମାଗତଭାବେ ଆଗକୁ ବଢୁଛି ତାହା ଯୁବପିଢ଼ି ବୁଝିପାରୁଛନ୍ତି। ସେମାନେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଛନ୍ତି ଏବଂ ଦେଶ ଓ ବିଶ୍ୱର ଗତିବିଧିକୁ ଜାଣନ୍ତି। ପ୍ରଥମ ଥର ଭୋଟରଙ୍କ ଉପରେ ଫୋକସ କରିବା ପାଇଁ ବିଜେପି ନିଜର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ ଏକ କମିଟି ମଧ୍ୟ ଗଠନ କରିଛି।

Categories
ଆଜିର ଖବର ଜାତୀୟ ଖବର

ଇଣ୍ଡିଆ କିମ୍ବା ଏନଡିଏ, କେଉଁ ମେଣ୍ଟରେ ଯୋଗଦେବେ ମାୟାବତୀ?, ଜନ୍ମଦିନରେ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି। ସେ ଉଭୟ ଇଣ୍ଡିଆ ଏବଂ ଏନଡିଏ ମେଣ୍ଟରେ ଯୋଗଦେବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ, ବିଏସପି କେବଳ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ମେଣ୍ଟରେ କୌଣସି ଭୋଟ୍ ସ୍ଥାନାନ୍ତର ହୁଏନାହିଁ। ଆମ ଦଳ କେବଳ ଲୋକସଭା ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଆମେ ଇଣ୍ଡି ମେଣ୍ଟରେ ଯୋଗଦେବୁ ନାହିଁ।

ସେ କହିଛନ୍ତି ଯେ ଆମ ଦଳ କେବଳ ଲୋକସଭା ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଆମେ କୌଣସି ମେଣ୍ଟକୁ ଯିବୁ ନାହିଁ। ୨୦୦୭ ବର୍ଷ ଭଳି, ଆମ ଦଳ ଲୋକସଭାରେ ମଧ୍ୟ ଭଲ ଫଳାଫଳ ଦେବ। ଆମ ଦଳର ସର୍ବୋଚ୍ଚ ନେତୃତ୍ୱ ଏକ ଦଳିତଙ୍କ ହାତରେ। ଯଦି ସେମାନେ ଏକ ମେଣ୍ଟ ଗଠନ କରନ୍ତି, ତେବେ ଆମେ ଭୋଟ ପାଇବୁ। କିନ୍ତୁ ଆମକୁ ସବର୍ଣ୍ଣଙ୍କର ଭୋଟ୍ ମିଳେନାହିଁ, ବିଶେଷ କରି ଉଚ୍ଚ ଜାତିର ଭୋଟ୍।

ମାୟାବତୀ କହିଛନ୍ତି ଯେ, ମେଣ୍ଟରେ ନିର୍ବାଚନ ଲଢିବା ଦ୍ୱାରା ବିଏସପି କୁ କ୍ଷତି ଘଟେ। ଦେଶର ଅଧିକାଂଶ ଦଳ ବିଏସପି ସହିତ ମେଣ୍ଟ କରିବାକୁ ଚାହୁଁଛନ୍ତି। ମାୟାବତୀ ମଧ୍ୟ ଇଭିଏମ୍ ସିଷ୍ଟମ ଯେକୌଣସି ସମୟରେ ବିଫଳ ହୋଇପାରେ ବୋଲି ସମ୍ଭାବନାକୁ ପ୍ରକାଶ କରିଛନ୍ତି।

ବିଏସପି ମୁଖ୍ୟ କହିଛନ୍ତି ଯେ, ଯଦି ମୋ ଦଳର କର୍ମୀମାନେ ଲୋକସଭା ନିର୍ବାଚନରେ ​​ଭଲ ଫଳାଫଳ ଆଣନ୍ତି, ତେବେ ଏହା ମୋ ପାଇଁ ଏକ ଉପହାର ହେବ।

Categories
ବିଶେଷ ଖବର

ଲୋକସଭା ନିର୍ବାଚନ: ସପା ସହିତ ଦିଲ୍ଲୀ ବୈଠକ ସ୍ଥଗିତ ରଖିଲା କଂଗ୍ରେସ, ଆସନ ବୁଝାମଣାକୁ ନେଇ ବିବାଦ ଜାରି

ନୂଆଦିଲ୍ଲୀ: ୟୁପିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି (ଏସପି) ମଧ୍ୟରେ ଆସନ ବଣ୍ଟନକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ଦିଲ୍ଲୀରେ ଆସନ ବଣ୍ଟନକୁ ନେଇ ଦୁଇ ଦଳର ନେତାଙ୍କ ମଧ୍ୟରେ ବୈଠକ ହେବାର ଥିଲା। କଂଗ୍ରେସର ବ୍ୟସ୍ତତା ଦର୍ଶାଇ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ କରିଦେଇଛି। ସପାର ଜଣେ ନେତା କହିଛନ୍ତି ଯେ ହୋମୱାର୍କ ନାହିଁ ବୋଲି କହି କଂଗ୍ରେସ ବୈଠକ ତାରିଖକୁ ଆଗକୁ ବଢ଼ିବାକୁ କହିଛି। ତେବେ ହଠାତ୍ ବୈଠକ ସ୍ଥଗିତ ରହୁଥିବାରୁ ଏସପି ଭିତରେ ମଧ୍ୟ ଅସନ୍ତୋଷର ସ୍ୱର ଉଠିବାରେ ଲାଗିଛି।

ସପା ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନ ନେଇ ସପାର ମୁଖ୍ୟ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ଏବଂ କଂଗ୍ରେସର ମେଣ୍ଟ କମିଟି ଅଧ୍ୟକ୍ଷ ମୁକୁଲ ୱାସନିକଙ୍କ ମଧ୍ୟରେ ଗତ ମଙ୍ଗଳବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଅଖିଳେଶ ଆଲୋଚନା ପାଇଁ ଏକ ୫ ଜଣିଆ ଟିମ୍ ଗଠନ କରିଥିଲେ, ଯେଉଁଥିରେ ରାମଗୋପାଳ ଯାଦବ, ରାଜ୍ୟସଭା ସାଂସଦ ଜାଭେଦ ଅଲ୍ଲୀ, ବିଧାୟକ ଲାଲଜୀ ବର୍ମା ଓ ସଂଗ୍ରାମ ସିଂହ ଯାଦବ ଏବଂ ପୂର୍ବତନ ବିଧାୟକ ଉଦୟବୀରଙ୍କୁ ମଧ୍ୟ ସାମିଲ କରାଯାଇଛି। ଶୁକ୍ରବାର ଦିଲ୍ଲୀରେ ଏସପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଏକ ବୈଠକ ହେବାର ଥିଲା।

ସପା ସହିତ କଂଗ୍ରେସର ପୁଣି ଧୋକା

ମିଳିଥିବା ସୂଚନା ଅନୁଯାୟୀ, କିଛି ସପା ନେତା ମଧ୍ୟ ଦିଲ୍ଲୀରେ ପହଞ୍ଚିଥିଲେ, କିନ୍ତୁ କଂଗ୍ରେସ ଏହି ବୈଠକକୁ ସ୍ଥଗିତ ରଖିଥିଲା। ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ରାମ ଗୋପାଳ ଯାଦବଙ୍କୁ ଫୋନ୍ କରି କହିଥିଲେ ଯେ ମେଣ୍ଟ କମିଟି ସଭାପତି ମୁକୁଲ ଓ୍ୱାସନିକ ଏବଂ ୟୁପି ପ୍ରଭାରୀ ଅବିନାଶ ପାଣ୍ଡେଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ବୈଠକ ସମ୍ଭବ ନୁହେଁ। ରାଜ୍ୟ ସଂଗଠନ ରାହୁଳଙ୍କ ଯାତ୍ରାରେ ବ୍ୟସ୍ତ ଥିବାରୁ ହୋମୱାର୍କ କରାଯାଇନାହିଁ।

ସିଟ୍ ଏବଂ ସହଯୋଗୀଙ୍କୁ ନେଇ ଚାପ

ଦୁଇ ଦଳ ମଧ୍ୟରେ ବୈଠକ ସ୍ଥଗିତ ରଖାଯିବା କାରଣ ନେଇ କଳ୍ପନାଜଳ୍ପନା ଜାରି ରହିଛି। କୁହାଯାଉଛି ଯେ କଂଗ୍ରେସ ବିଏସପିର ସମ୍ଭାବନା ଖୋଜୁଛି। ଜାନୁଆରୀ ୧୫ ହେଉଛି ବିଏସପି ସୁପ୍ରିମୋ ମାୟାବତୀଙ୍କ ଜନ୍ମଦିନ। ସେହିଦିନ ମାୟାବତୀଙ୍କ ଆଭିମୁଖ୍ୟ ଉପରେ କଂଗ୍ରେସର ନଜର ରହିଛି, ତେଣୁ ସେପର୍ଯ୍ୟନ୍ତ ଏହାକୁ ଅପେକ୍ଷା କରାଯାଉଛି । ସେହିପରି ୨୦୧୯ ଲୋକସଭା ଓ ୨୦୨୨ ବିଧାନସଭା ନିର୍ବାଚନ ଆଧାରରେ ଆସନ ବଣ୍ଟନ ପାଇଁ ସପା ଦାବି କରୁଥିବା ଚର୍ଚ୍ଚା ହେଉଛି। ଏହି ଆଧାରରେ କଂଗ୍ରେସ ପାଇଁ ୧୦ଟି ଆସନ ଦାବି କରିବା କଷ୍ଟକର ହୋଇପଡ଼ିଛି, ତେଣୁ ଏହି ପ୍ରସଙ୍ଗ ଉଠାଯାଉନାହିଁ।

ଏସପିର କ୍ଷୋଭ ପ୍ରକାଶ

ସମାଜବାଦୀ ମିଡିଆ ସେଲର ହ୍ୟାଣ୍ଡେଲ ମଧ୍ୟ ବୈଠକ ସ୍ଥଗିତ ରଖିଥିବାରୁ କଂଗ୍ରେସକୁ ସମାଲୋଚନା କରିଛି। ଏହି ହ୍ୟାଣ୍ଡେଲକୁ ଏସପି ମିଡିଆ ସେଲର ଅଫିସିଆଲ ହ୍ୟାଣ୍ଡେଲ ବୋଲି ଦାବି କରାଯାଇଛି। ଏହି କାର୍ଯ୍ୟକଳାପ ଯୋଗୁଁ କଂଗ୍ରେସ ୩ଟି ରାଜ୍ୟକୁ ବିଜେପି ହାତରେ ଟେକି ଦେଇଛି। ଏବେ ଲୋକସଭାରେ ମଧ୍ୟ ମେଣ୍ଟ ଓ ସହଯୋଗୀ ଦଳକୁ ନେଇ ଗମ୍ଭୀର ନୁହଁନ୍ତି। ଯେତେବେଳେ ସପା ପ୍ରତିନିଧି ଦଳ ଦିଲ୍ଲୀରେ ପହଞ୍ଚିଥିଲେ, ସେତେବେଳେ ଆସନ ବଣ୍ଟନ ବୈଠକକୁ ସ୍ଥଗିତ ରଖାଯାଇଥିଲା।

ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ

ତେବେ ପରେ ଏହି ପୋଷ୍ଟକୁ ଡିଲିଟ୍ କରି ଦିଆଯାଇଥିଲା। ଜଣେ ଏସପି ନେତା କହିଛନ୍ତି ଯେ ଯଦି ବୈଠକ ଯଦି ସ୍ଥଗିତ ରଖାଗଲା, ତେବେ ସେମାନେ ପୂର୍ବରୁ ସୂଚନା ଦେଇଥାନ୍ତେ। ବୈଠକ ଡାକି ସ୍ଥଗିତ ରଖିବା ଭୁଲ। ତେବେ ୩/୪ ଦିନ ପରେ ଆଉ ଏକ ବୈଠକ ବସିବ।

Categories
ବିଶେଷ ଖବର

ଶେଷ ହେବ ଇଣ୍ଡି ମେଣ୍ଟର ଆଶା!, ମାୟାବତୀଙ୍କୁ ନେଇ ଏହି ଦାବି କ’ଣ କହିଲେ ଏଆଇଏମଆଇଏମ୍ ନେତା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ୍ ନ୍ୟାସନାଲ ଡେଭଲପିଂ ଇନକ୍ଲୁସିଭ୍ ଆଲାଏନ୍ସ ଅର୍ଥାତ୍ ଇଣ୍ଡି ମେଣ୍ଟ ବ୍ୟାନରରେ ଏସପି, ଆରଏଲଡି, ଅପନା ଦଳ କାମେରୱାଡି ଏବଂ କଂଗ୍ରେସ ଏକାଠି ଥିବାବେଳେ ବିଜେପି ସହ ଏସବିଏସପି, ନିଶାଦ ପାର୍ଟି ଏବଂ ଅପନା ଦଳ ଏସ ମିଳିତଭାବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବ୍ୟାନରରେ ଅଛନ୍ତି।

ତେବେ ବିଏସପି ଉଭୟ ମେଣ୍ଟରୁ ନିଜକୁ ଦୂରେଇ ରଖିଛି। ସେପଟେ ବହୁଜନ ସମାଜ ପାର୍ଟି ଓ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନଙ୍କ ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଭିତରେ ଏଆଇଏମଆଇଏମ ନେତା ଅସୀମ ୱାକର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ତାଙ୍କୁ (ମାୟାବତୀଙ୍କୁ) ସମ୍ମାନ ଦେଉଛୁ ଏବଂ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର କରାଯାଏ, ତେବେ ଆମେ (ମୁସଲମାନ) ତାଙ୍କୁ ସମର୍ଥନ କରିବୁ।

ମାୟାବତୀ ଜଣେ ଭଲ ପ୍ରଶାସକ

ମେଣ୍ଟ ପ୍ରସଙ୍ଗରେ ୱାକର କହିଛନ୍ତି ଯେ ବିରୋଧୀ ଦଳରେ ଥିବା କାହାକୁ ମେଣ୍ଟର ଚେହେରା କରାଯିବ । ମମତା (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ନିଜର ମତାମତ ଦେଇଛନ୍ତି। ମୁଁ ମୋର ମତାମତ ଦେଉଛି। ଆମେ ୟୁପିରେ କାହା ସହ ମେଣ୍ଟ କଥା କହୁନାହୁଁ। ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ ବୋଲି ମୁସଲମାନମାନେ ମତ ରଖିଛନ୍ତି। ସେ ଜଣେ ଦଳିତ ଏବଂ ଜଣେ ଭଲ ପ୍ରଶାସକ।

ଯଦି ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରାଭାବେ ଉପସ୍ଥାପନ କରାଯାଏ, ତେବେ ବିଜେପିର ପାଦ ଥରିଯିବ ବୋଲି ସେ କହିଛନ୍ତି। ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରାଯାଏ, ତେବେ ମାୟାବତୀଙ୍କ ଜାତିର ୧୫ ପ୍ରତିଶତ ଏବଂ ମୁସଲମାନଙ୍କର ୨୦ ପ୍ରତିଶତ-ମୋଟ ୩୫ ପ୍ରତିଶତରୁ ଭୋଟ ଗଣତି ଆରମ୍ଭ ହେବ।

Categories
ବିଶେଷ ଖବର

ବଙ୍ଗଳାରେ ଇଣ୍ଡି ମେଣ୍ଟ ଉପରେ ସଙ୍କଟ!: କଂଗ୍ରେସ କମିଟିକୁ ଭେଟିବ ନି ଟିଏମସି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଆସନ ବଣ୍ଟନକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟରେ ସାମିଲ ଥିବା ଦଳମାନଙ୍କ ସହ ବାରମ୍ବାର ବୈଠକ କରୁଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଆସନ ବଣ୍ଟନ ନେଇ କଂଗ୍ରେସ ସହ ବୈଠକ କରିବ ନାହିଁ।

ଟିଏମସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଇଣ୍ଡି ମେଣ୍ଟ କମିଟି ବୈଠକକୁ ଦଳ କୌଣସି ନେତାଙ୍କୁ ପଠାଇବ ନାହିଁ। କାରଣ ଟିଏମସି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ମାତ୍ର ୨ଟି ଆସନ କଂଗ୍ରେସକୁ ଦେବାକୁ ରାଜି ହୋଇଛି।

ଏଗୁଡ଼ିକ ଖୁବ୍ କମ୍ ଆସନ ହୋଇଥିବାରୁ ସେମାନେ ପ୍ରସ୍ତୁତ ନୁହଁନ୍ତି ବୋଲି କଂଗ୍ରେସ କହିଛି। ଏଭଳି ସ୍ଥିତିରେ ଏହାକୁ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପଶ୍ଚିମବଙ୍ଗରେ ୬ରୁ ୧୦ଟି ଆସନରେ ଲଢ଼ିବାକୁ ଦାବି କରୁଛି।

କ’ଣ କହିଲା ଟିଏମସି?

ଟିଏମସିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଗତ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସକୁ ଦୁଇଟି ଆସନ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ସେ କହିଛନ୍ତି ଯେ ୪୨ଟି ଆସନରୁ କଂଗ୍ରେସ ୩୯ଟି ଆସନରେ ୫ ପ୍ରତିଶତରୁ କମ୍ ଭୋଟ ପାଇଛି।

୨୦୨୧ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୨.୯୩ ପ୍ରତିଶତ ଭୋଟ ମିଳିଥିଲା। ୨୦୧୬ରେ ଦଳକୁ ୧୨.୨୫ ପ୍ରତିଶତ ଭୋଟ ମିଳିଥିଲା। ଏଭଳି ସ୍ଥିତିରେ କଂଗ୍ରେସ ନେତୃତ୍ୱଙ୍କୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏହା ବଙ୍ଗଳାରେ ଏକ ଦୁର୍ବଳ ଦଳ।

ଟିଏମସି ଅନ୍ୟ ରାଜ୍ୟରୁ ମଧ୍ୟ ନିର୍ବାଚନ ଲଢ଼ିବାକୁ ଚାହୁଁଛି

ଟିଏମସି ସହ ଜଡ଼ିତ ସୂତ୍ରରୁ ପ୍ରକାଶ ଯେ କେବଳ ଦଳର ମୁଖ୍ୟ ମମତା ବାନାର୍ଜୀ ହିଁ ବଙ୍ଗଳାର ଆସନ ବଣ୍ଟନ ଫର୍ମୁଲା ପରିବର୍ତ୍ତନ କରିପାରିବେ। ଏହାବ୍ୟତୀତ ମେଘାଳୟ ଓ ଆସାମରେ ଗୋଟିଏ ଲେଖାଏଁ ଆସନରେ ଲଢ଼ିବାକୁ ଦଳ ଚାହୁଁଛି।

ନିକଟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ମମତା ବାନାର୍ଜୀ କହୁଛନ୍ତି ଯେ ସେ ଆମକୁ ବଙ୍ଗଳାରେ ୨ଟି ଆସନ ଦେବେ। ଏହି ଆସନରେ କଂଗ୍ରେସ ସାଂସଦ ରହିଛନ୍ତି। ଏଭଳି ସ୍ଥିତିରେ ଟିଏମସି କ’ଣ ଦେଉଛି ନୂଆ?

କଂଗ୍ରେସର ଇଣ୍ଡି ମେଣ୍ଟ କମିଟି ବର୍ତ୍ତମାନ ସୁଦ୍ଧା ଉଦ୍ଧବ ଠାକରେଙ୍କ ଶିବସେନା, ଶରଦ ପାୱାରଙ୍କ ଏନସିପି, ଆରଜେଡି, ସମାଜବାଦୀ ପାର୍ଟି ଏବଂ ଆମ୍ ଆଦମୀ ପାର୍ଟି ସହିତ ବୈଠକ କରିସାରିଛି। ୨୦୧୪ ଲୋକସଭା ନିର୍ବାଚନରେ ଟିଏମସି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନମଧ୍ୟରୁ ୨୨ଟିରେ ବିଜୟୀ ହୋଇଥିଲା। ବିଜେପି ୧୮ଟି ଓ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିଲା।

Categories
ବିଶେଷ ଖବର

ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା: କାହିଁକି ଏହି ୫ଟି ରାଜ୍ୟରେ ନେତାଙ୍କ ପାଇଁ ଆସନ ଖୋଜୁଛି କଂଗ୍ରେସ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଘୋଷଣା ପୂର୍ବରୁ ଇଣ୍ଡି ମେଣ୍ଟର ୨୮ଟି ଦଳ ମଧ୍ୟରେ ଆସନ ବଣ୍ଟନକୁ ନେଇ ବିତର୍କ ଜାରି ରହିଛି। ମେଣ୍ଟରେ ଆସନ ବୁଝାମଣା କେନ୍ଦ୍ରରେ କଂଗ୍ରେସ ରହିଛି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଦଳ ଅଶୋକ ଗେହଲଟ, ମୁକୁଲ ୱାସନିକଙ୍କ ସମେତ ୫ ଜଣ ବଡ଼ ନେତାଙ୍କୁ ନିଯୁକ୍ତ କରିଛି।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ, ବିହାର, ବେଙ୍ଗଲ, ମହାରାଷ୍ଟ୍ର ଓ ତାମିଲନାଡୁରେ ଦଳ ସହଯୋଗୀ ଦଳମାନଙ୍କଠାରୁ ଆସନ ଚାହୁଁଛି। ଏହାର ୨ଟି ମୁଖ୍ୟ କାରଣ ରହିଛି-

ଏହି ସବୁ ରାଜ୍ୟରେ ଦଳର ସଂଗଠନ ଅତ୍ୟନ୍ତ ଦୁର୍ବଳ । ପଶ୍ଚିମବଙ୍ଗ ଓ ବିହାରରେ ଅନେକ ଜିଲ୍ଲାରେ ଦଳର ସଂଗଠନ ନାହିଁ । ପଶ୍ଚିମବଙ୍ଗରେ ଦଳ ୨ ବର୍ଷ ହେଲା ନୂଆ ସଭାପତି ନିଯୁକ୍ତ କରିପାରିନାହିଁ ।

ବଡ଼ ଚେହେରାକୁ ସାମ୍ନାକୁ ଆଣି କଂଗ୍ରେସ ଭାରତ ମେଣ୍ଟରେ ଅଧିକରୁ ଅଧିକ ଆସନ ହାତେଇବାକୁ ଚେଷ୍ଟା କରୁଛି, ଯାହାଦ୍ୱାରା ୩୦୦ ଆସନରେ ଲଢ଼ିବାର ରଣନୀତି ସହଜରେ ସଫଳ ହୋଇପାରିବ ।

ବିଶେଷଜ୍ଞଙ୍କ ମତରେ ଫେସ୍ ଫର୍ମୁଲା ସହ ଆସନ ବୁଝାମଣାବେଳେ କଂଗ୍ରେସ ୫ଟି ରାଜ୍ୟରେ ଅତି କମରେ ୨୦ଟି ଆସନ ହାସଲ କରିପାରେ ।

ବିହାର: ଜେଡିୟୁ-ଆରଜେଡି ୪ଟି ଆସନ ଦେବାକୁ ପ୍ରସ୍ତୁତ, କଂଗ୍ରେସ ୭ ଟି ଆସନ ଚାହୁଛି

ବିହାରରୁ କଂଗ୍ରେସର ଆସନ ଦାବି କଥା ଆରମ୍ଭ କରିବା । କଂଗ୍ରେସ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମେଣ୍ଟ କରିଛି । ରାଜ୍ୟରେ ୪୦ଟି ଲୋକସଭା ଆସନ ରହିଛି । ନିର୍ଦ୍ଧାରିତ ଫର୍ମୁଲା ଅନୁଯାୟୀ ବିହାରରେ କଂଗ୍ରେସକୁ ୪ଟି ଆସନ ମିଳିବ ବୋଲି କୁହାଯାଉଛି ।

୨୦୦୪ରେ ମଧ୍ୟ କଂଗ୍ରେସ ସମାନ ସଂଖ୍ୟକ ଆସନରେ ଲଢ଼ିଥିଲା । ଏଠାରେ ଅଧିକ ଆସନରେ ଲଢ଼ିବା ପାଇଁ ଦଳ ଫେସ୍ ଫର୍ମୁଲା ପ୍ରସ୍ତୁତ କରିଛି । ଦଳ ଅତି କମରେ ୭ଟି ଆସନ ଦାବି କରୁଛି । ଏଥିପାଇଁ ଦଳ ୭ ଜଣ ନେତାଙ୍କୁ ସାମ୍ନାକୁ ଆଣିଛି ।

କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ କିଶନଗଞ୍ଜରୁ ମହମ୍ମଦ ଜାଭେଦ, କଟିହାରରୁ ତାରିକ୍ ଅନୱର, ପୂର୍ଣ୍ଣିଆ/ସୁପୌଲରୁ ରଞ୍ଜିତ ରଞ୍ଜନ କିମ୍ବା ପପୁ ଯାଦବ, ବେଗୁସରାଇରୁ କହ୍ନେୟା କୁମାର, ସାସାରାମରୁ ମୀରା କୁମାର/ଅଜିତ କୁମାର, ଔରଙ୍ଗାବାଦରୁ ନିଖିଲ ସିଂହ ଏବଂ ବେତିଆରୁ ଅଖିଳେଶ ସିଂହଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି । ୨୦୧୯ରେ କହ୍ନେୟା କୁମାର ସିପିଆଇ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ସେ ଜିତି ପାରିନଥିଲେ ।

ତେବେ କଂଗ୍ରେସର ଏହି ଫର୍ମୁଲାକୁ ଜେଡିୟୁ ବିରୋଧ କରୁଛି । ଜେଡିୟୁ ନେତା କେସି ତ୍ୟାଗୀ କହିଛନ୍ତି- ଏହା ଗ୍ରହଣୀୟ ନୁହେଁ ଏବଂ ଆମେ ଏହାକୁ ବିରୋଧ କରିଛୁ । ଜେଡିୟୁ ବିହାରରେ ଗୋଟିଏ ବି ଆସନ ଛାଡ଼ିବ ନାହିଁ । ସେ କଟିହାର ହେଉ, ସୁପୌଲ ହେଉ ।

ତେବେ ଆପଣମାନେ ତାରିକ୍ ଅନୱାର ଏବଂ ପପୁ ଯାଦବ ପରିବାର ପାଇଁ ଆସନ ଛାଡ଼ିବେ ନାହିଁ କି ? ଏହି ପ୍ରଶ୍ନର ଉତ୍ତରରେ ତ୍ୟାଗୀ କହନ୍ତି- ଆଦୌ ନୁହେଁ । ବଡ଼ ଚେହେରାଙ୍କ ନାଁରେ ଆମେ ଆମ ସାଂସଦମାନଙ୍କୁ କାହାକୁ ହଟାଇବୁ ନାହିଁ ।

କେସି ତ୍ୟାଗୀ ଆହୁରି କହିଛନ୍ତି- ବିହାରରେ କଂଗ୍ରେସ ଯାହାକୁ ତଥାକଥିତ ବଡ଼ ଚେହେରା କହୁଛି, ସେମାନେ ନିଜେ ନିର୍ବାଚନ ଜିତି ପାରୁନାହାନ୍ତି । ବିହାରରେ କେବଳ ଲାଲୁ ଯାଦବ ଓ ନୀତୀଶ କୁମାର ବଡ଼ ଚେହେରା ।

ଦଳ ଏହି ପ୍ରସ୍ତାବକୁ ମେଣ୍ଟ ସହଯୋଗୀଙ୍କ ଆଗରେ ମଧ୍ୟ ରଖିବ । ଗତ ନିର୍ବାଚନରେ ଦଳ କିଶନଗଞ୍ଜ ଆସନରେ ବିଜୟୀ ହୋଇଥିବାବେଳେ କଟିହାର, ସୁପୌଲ ଓ ସାସାରାମରେ ଦଳର ପ୍ରାର୍ଥୀ ମାନେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

ୟୁପି: ମିଳିବ ୭ ଟି ଆସନ, ୧୫ଟି ଆସନ ଦାବି

ଉତ୍ତର ପ୍ରଦେଶରେ ମୋଟ ୮୦ଟି ଲୋକସଭା ଆସନ ରହିଛି ଏବଂ କଂଗ୍ରେସ ଏଠାରେ ଏସପି ଏବଂ ଆରଏଲଡି ସହ ଲଢ଼ିବାକୁ ପ୍ରସ୍ତୁତି ଚଳାଇଛି । ସ୍ଥିରୀକୃତ ସମୀକରଣ ଅନୁଯାୟୀ ଏଠାରେ କଂଗ୍ରେସ ପାଇଁ ୭ଟି ଆସନ ପାଇବା କଷ୍ଟକର ହୋଇପାରେ ।

୨୦୧୯ ନିର୍ବାଚନରେ ରାଏବରେଲି ଆସନରେ କଂଗ୍ରେସ ବିଜୟୀ ହୋଇଥିବାବେଳେ ଆମେଠି, କାନପୁର ଓ ଫତେପୁର ସିକ୍ରିରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଅର୍ଥାତ୍ ମୋଟ ୪ଟି ଆସନରେ ବିଜେପି ସହ କଂଗ୍ରେସର ସିଧାସଳଖ ମୁକାବିଲା ହୋଇଥିଲା ।

୨୦୧୪ରେ କଂଗ୍ରେସ ଆମେଥି ଓ ରାଏବରେଲିରେ ବିଜୟୀ ହୋଇଥିବାବେଳେ ଦଳ ୬ଟି ଆସନରେ ଦ୍ୱିତୀୟ ସ୍ଥାନରେ ଥିଲା । ଏଥିରେ ଗାଜିଆବାଦ, କୁଶିନଗର, ବାରାବାଙ୍କି, କାନପୁର, ଲକ୍ଷ୍ନୌ ଓ ସାହାରନପୁର ଭଳି ଆସନ ରହିଛି ।

ଏଭଳି ସ୍ଥିତିରେ ଦଳ ମଧ୍ୟ ଚେହେରା ଫର୍ମୁଲା ସହ ଆସନ ପାଇବାକୁ ଚେଷ୍ଟା କରୁଛି । ସଲମାନ ଖୁର୍ସିଦ, ଇମ୍ରାନ ପ୍ରତାପଗଡ଼ୀ, ପିଏଲ ପୁନିଆ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରମୋଦ ତିୱାରୀ, ଇମ୍ରାନ ମାସୁଦ, ଅଜୟ ଲଲ୍ଲୁ, ଅଜୟ ରାୟ ଓ ସୁପ୍ରିୟା ଶ୍ରୀନେତଙ୍କ ଭଳି ବଡ଼ ନେତାଙ୍କ ସହାୟତାରେ ଦଳ ୧୫ଟି ଆସନ ହାତେଇବାକୁ ପ୍ରସ୍ତୁତ ହେଉଛି ।

ପଶ୍ଚିମବଙ୍ଗ: ୮ ବଡ଼ ଚେହେରାଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ

ପଶ୍ଚିମବଙ୍ଗରେ ମେଣ୍ଟ ଓ ଆସନ ବଣ୍ଟନକୁ ନେଇ ସମ୍ପୂର୍ଣ୍ଣ ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତୃଣମୂଳ କଂଗ୍ରେସ ଏବଂ ସିପିଏମ୍ ଲଗାତାର ପରସ୍ପର ବିରୋଧରେ ବୟାନ ଦେଉଛନ୍ତି । କଂଗ୍ରେସ ଏଠାରେ ଅତି କମରେ ୮ଟି ଆସନରେ ଲଢ଼ିବାକୁ ଚାହୁଁଛି ।

ତେବେ ନିର୍ଦ୍ଧାରିତ ସମୀକରଣ ଅନୁଯାୟୀ ତୃଣମୂଳ ୫ରୁ ଅଧିକ ଆସନ ଦେବାକୁ ପ୍ରସ୍ତୁତ ନୁହେଁ । ୨୦୧୪ ଓ ୨୦୧୯ରେ କଂଗ୍ରେସ-ଟିଏମସି ମଧ୍ୟରେ ମାତ୍ର ୪ଟି ଆସନରେ ମୁହାଁମୁହିଁ ମୁକାବିଲା ହୋଇଛି ବୋଲି ତୃଣମୂଳ ନେତାମାନେ ଯୁକ୍ତି ବାଢ଼ିଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ଅଧିକ ଆସନ ଦାବି କରିବା ସ୍ଥିତିରେ ନାହିଁ ।

ଏଥିପାଇଁ କଂଗ୍ରେସ ଫେସ୍ ଫର୍ମୁଲା ରଖିଛି । ଏମାନଙ୍କ ମଧ୍ୟରେ ଅଧୀର ରଞ୍ଜନ ଚୌଧୁରୀ, ଅବଦୁଲ ମନ୍ନାନ, ନେପାଳ ମହତୋ, ଇଶୁ ଖାଁ ଚୌଧୁରୀ, ଅବୁ ହୁସେନ ଖାଁ ଚୌଧୁରୀ ଓ ପ୍ରଦୀପ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଅଛନ୍ତି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚେହେରା ଆଧାରରେ ପଶ୍ଚିମବଙ୍ଗରେ ତୃଣମୂଳଠାରୁ ଅଧିକରୁ ଅଧିକ ଆସନ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ମହାରାଷ୍ଟ୍ର: ନେତାଙ୍କୁ ଆଗରେ ରଖି ସର୍ବାଧିକ ଆସନରେ ଲଢ଼ିବାକୁ ରଣନୀତି

ମହାରାଷ୍ଟ୍ରରେ ୬ ମାସ ପୂର୍ବରୁ ଶିବସେନା( ୟୁବିଟି), କଂଗ୍ରେସ ଓ ଏନସିପିରେ ସମାନ ଆସନ ବଣ୍ଟନ ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ କଂଗ୍ରେସ ଚେହେରା ଫର୍ମୁଲା ପ୍ରସ୍ତୁତ କରି ଶିବସେନା (ୟୁବିଟି) ଏବଂ ଏନସିପି ଉପରେ ଚାପ ସୃଷ୍ଟି କରୁଛି ।

ନୂଆ ସମୀକରଣ ଅନୁଯାୟୀ ମହାରାଷ୍ଟ୍ରରେ କଂଗ୍ରେସ ୧୯, ଶିବସେନା ୧୮, ଏନସିପି ୮ ଓ ବହୁଜନ ବିକାଶ ଅଘାଡି ୨ ଏବଂ ରାଜୁ ସେଟ୍ଟୀଙ୍କ ଦଳ ଗୋଟିଏ ଆସନରେ ଲଢ଼ିପାରେ ।
ସବୁଠାରୁ ଅଧିକ ଆସନ ହାତେଇବା ପଛରେ କଂଗ୍ରେସ ମୁହଁ ଖୋଲିଛି । କଂଗ୍ରେସ କହିଛି ଯେ ରାଜ୍ୟରେ ନିର୍ବାଚନ ଲଢ଼ିବା ପାଇଁ ଏନସିପି ପାଖରେ ଅଧିକ ନେତା ନାହାନ୍ତି, ତେଣୁ ଦଳ ସମାନ ଭାଗ ନେଇପାରିବ ନାହିଁ ।

ମହାରାଷ୍ଟ୍ରରେ ଏଥର ଅଶୋକ ଚୌହାନ, ପୃଥ୍ୱୀରାଜ ଚୌହାନ, ବାଲାସାହେବ ଥୋରାଟ, ନାନା ପଟୋଲେ, ମିଲିନ୍ଦ ଦେଓରା, ମୁକୁଲ ୱାସନିକଙ୍କ ଭଳି ବଡ଼ ନେତାଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି । ଏହି ନାମ ରଖି ସହଯୋଗୀ ଦଳଗୁଡ଼ିକଠାରୁ ଆସନ ମାଗିବା ପାଇଁ ଦଳ ରଣନୀତି ଆପଣାଉଛି ।

ତାମିଲନାଡୁ: ଏଥର ଆଉ ୨ଟି ଆସନ ଦାବି କରୁଛି କଂଗ୍ରେସ, ବଡ଼ ଚେହେରାଙ୍କୁ ଟକ୍କର ଦେବା ନେଇ ଚର୍ଚ୍ଚା

୨୦୧୯ରେ କଂଗ୍ରେସ ତାମିଲନାଡୁରେ ଡିଏମକେ ଓ ବାମପନ୍ଥୀଙ୍କ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା । ଏହି ନିର୍ବାଚନରେ ଡିଏମକେ ତାମିଲନାଡୁରେ କଂଗ୍ରେସକୁ ୯ଟି ଏବଂ ପୁଡୁଚେରୀରେ ଗୋଟିଏ ଆସନ ଦେଇଥିଲା ।

କଂଗ୍ରେସ ଏଥର ୧୨ଟି ଆସନ ଦାବି କରୁଛି । କଂଗ୍ରେସ ତାମିଲନାଡୁରେ ଡିଏମକେଠାରୁ ଆଉ ଦୁଇଟି ଆସନ ଦାବି କରୁଛି । କଂଗ୍ରେସର ଏହି ଦାବିକୁ ଏକ ବଡ଼ ଚେହେରାଭାବେ ଦେଖିବାକୁ ମିଳୁଛି । ଚର୍ଚ୍ଚା ହେଉଛି ଯେ କଂଗ୍ରେସ ତାମିଲନାଡୁର ଗୋଟିଏ ଆସନରୁ ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କୁ ପ୍ରାର୍ଥୀ କରିପାରେ।

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪

ମହିଳା କେନ୍ଦ୍ରୀତ ହୋଇପାରେ ଅନ୍ତରୀଣ ବଜେଟ୍ ୨୦୨୪: କୃଷକଙ୍କ ପାଇଁ ୬ ହଜାରରୁ ୧୨ ହଜାରକୁ ବୃଦ୍ଧି ହେବ ସମ୍ମାନନିଧି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରବେଶ କରିବା ପୂର୍ବରୁ ମୋଦି ସରକାର ମହିଳାଙ୍କ ପାଇଁ ଅନେକ ବଡ଼ ବଡ଼ ଯୋଜନା ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଫେବ୍ରୁଆରି ୧ରେ ଅନ୍ତରୀଣ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ।

ବଜେଟରେ ମହିଳା କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ରାଶି ବାର୍ଷିକ ୬୦୦୦ ଟଙ୍କାରୁ ୧୨୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରିବ। ଏଥିସହ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ମହିଳାଙ୍କ ପାଇଁ ନଗଦ ଟ୍ରାନ୍ସଫର ଯୋଜନା ଆରମ୍ଭ କରିବାକୁ ଯୋଜନା ରହିଛି। ୨୧ ବର୍ଷରୁ ଅଧିକ ବୟସର ଯେଉଁ ମହିଳାମାନେ ସରକାରଙ୍କ କୌଣସି କଲ୍ୟାଣକାରୀ ଯୋଜନାର ଲାଭ ପାଉନାହାନ୍ତି ସେମାନଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ନଗଦ ହସ୍ତାନ୍ତର ଯୋଜନା ଆଣିବାକୁ ବିଚାର କରୁଛନ୍ତି।

ମନରେଗାରେ ମହିଳା ଶ୍ରମିକଙ୍କୁ ପ୍ରାଥମିକତା ଦିଆଯିବ। ବର୍ତ୍ତମାନ ମନରେଗାରେ ମହିଳାଙ୍କ ଭାଗ ୫୯.୨୬% ଥିବାବେଳେ ୨୦୨୦-୨୧ରେ ଏହା ୫୩.୧୯% ଥିଲା। ମହିଳା କୃଷକଙ୍କ ପରିମାଣ ଦ୍ୱିଗୁଣିତ ହେଲେ ସରକାରଙ୍କ ଉପରେ ୧୨୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

ଏହି ଯୋଜନା ଅଧୀନରେ ମୋଦି ସରକାର ଏପର୍ଯ୍ୟନ୍ତ ୧୫ଟି କିସ୍ତିରେ ୨.୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଭାରତରେ ପ୍ରାୟ ୨୬ କୋଟି କୃଷକ ଅଛନ୍ତି। ଦେଶରେ ଜମି ଥିବା କୃଷକମାନଙ୍କ ମଧ୍ୟରୁ ମାତ୍ର ୧୩% ହେଉଛନ୍ତି ମହିଳା।

ମହିଳା କେନ୍ଦ୍ରୀତ ଯୋଜନା ବଜେଟ୍ ୨.୨୩ ଲକ୍ଷ କୋଟି

କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବାରେ ଲାଗିଛି। ଲିଙ୍ଗଗତ ବଜେଟରେ ବାର୍ଷିକ ୩୦% ବୃଦ୍ଧି ଲକ୍ଷ୍ୟ ନେଇ ମୋଦି ସରକାର କାମ କରୁଛନ୍ତି। ଏହା ଅଧୀନରେ ମୋଦି ସରକାର ୨୦୨୩-୨୪ ବଜେଟ ଆକଳନ (ବିଇ)ରେ ମୋଟ ଲିଙ୍ଗ ବଜେଟ ରାଶି (ମନ୍ତ୍ରାଳୟରେ ସମସ୍ତ ମହିଳା ସମ୍ବନ୍ଧୀୟ ଯୋଜନା ପାଇଁ ରାଶି) ଧୀରେ ଧୀରେ ୨.୨୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା କି ୨୦୧୩-୧୪ରେ ୧ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ୧୦ ବର୍ଷ ମଧ୍ୟରେ ଦୁଇଗୁଣରୁ ଅଧିକ ବୃଦ୍ଧି ଘଟିଛି। ଆର୍ଥିକ ବର୍ଷ ୨୦୦୬ରେ ଦେଶର ଲିଙ୍ଗଗତ ବଜେଟ ଥିଲା ୧୪,୩୭୯ କୋଟି ଟଙ୍କା।

ଦେଶରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି ଦେଶର ବେତନ ପ୍ରାପ୍ତ ମହିଳାମାନଙ୍କର ଅର୍ଥନୀତିରେ ବଡ଼ ଅବଦାନ ରହିଛି। ଏନ୍ଏସ୍ଏସ୍ ତଥ୍ୟ ଅନୁଯାୟୀ ଦେଶରେ ଏଭଳି ମହିଳାଙ୍କ ଅବଦାନ ୨୨.୭ ଲକ୍ଷ କୋଟି ଟଙ୍କା, ଯାହା କି ଦେଶର ଜିଡିପିର ପ୍ରାୟ ୭.୫ ପ୍ରତିଶତ। ମତଦାନ କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଆଧିପତ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

୨୦୧୪ରେ ଦେଶରେ ମତଦାନ ହାର ୧୩.୭ କୋଟି ବୃଦ୍ଧି ପାଇ ୫୫ କୋଟିରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୬ ନିୟୁତ ମହିଳା ଥିଲେ। ଏହା ୧୯୬୨-୨୦୦୯ ମଧ୍ୟରେ ହାରାହାରି ମତଦାନ ତୁଳନାରେ ୫.୫ ଗୁଣ ଅଧିକ ଥିଲା।

୨୦୧୯ରେ ଦେଶରେ ୬୨ କୋଟି ଭୋଟ୍ ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୩୦୦ ନିୟୁତ ମହିଳା ଥିଲେ। ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ ଓ ୨୩ରେ ହୋଇଥିବା ବିଧାନସଭା ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ଗତ ୨୩ଟି ବିଧାନସଭା ନିର୍ବାଚନ ମଧ୍ୟରୁ ୧୭ଟିରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଭୋଟ ଦେଇଛନ୍ତି। ୨୦୨୪ରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇପାରେ ବୋଲି ଆକଳନ କରାଯାଇଛି। ମତଦାନରେ ମହିଳାମାନେ ପୁରୁଷଙ୍କୁ ପଛରେ ପକାଇ ପାରିବେ।

ସି ଭୋଟର ଅନୁଯାୟୀ, ମଧ୍ୟପ୍ରଦେଶ ନିର୍ବାଚନରେ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା କ୍ୟାସ୍ ଟ୍ରାନ୍ସଫର ଯୋଜନାରେ ବିଜେପିକୁ ଫାଇଦା ମିଳିଥିଲା। ବିଜେପି କୁ ୫୧% ମହିଳା ଭୋଟ ମିଳିଥିଲା। ସେହିପରି କଂଗ୍ରେସକୁ ୪୬.୨% ଭୋଟ ମିଳିଛି।

ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ କୋଟିପତି ଦିଦିଙ୍କୁ ଗଢ଼ିତୋଳିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ସଂସଦରେ ୩୩% ସଂରକ୍ଷଣ ବିଲ ପାରିତ ହୋଇଛି, ଯାହା ୨୦୨୯ରେ ଲାଗୁ ହେବ। ଶସ୍ତା ଗୃହ ଋଣ ଆଣିବା ଉପରେ ମଧ୍ୟ ବିଚାର କରାଯାଉଛି।

ମହିଳାଙ୍କୁ ଟିକେଟ ଦେବାରେ କଷ୍ଟ ହେଉଛି

୧୦ ବର୍ଷରେ ସିଧାସଳଖ ଆକାଉଣ୍ଟକୁ ୧୬.୮ ଲକ୍ଷ କୋଟି ଟଙ୍କା ପଠାଯାଇଥିଲେ ମଧ୍ୟ ମହିଳାଙ୍କୁ ଟିକେଟ ଦେବାରେ ଅସୁବିଧା ଦେଖାଦେଇଥିଲା। ଗତବର୍ଷ ଶେଷ ଆଡ଼କୁ ୫ଟି ରାଜ୍ୟରେ ନିର୍ବାଚନ ହୋଇଥିଲା। ଏଥିରେ ବିଜେପି ଓ କଂଗ୍ରେସ ମହିଳା ଭୋଟରଙ୍କ ପାଇଁ ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ଆଲୋଚନା କରିଥିଲେ। କିନ୍ତୁ ଏହି ଦଳଗୁଡ଼ିକ ମାତ୍ର ୧୦-୧୫% ମହିଳା ଙ୍କୁ ପ୍ରାର୍ଥୀ କରିଥିଲେ।

୨୦୧୩ ପରେ କେନ୍ଦ୍ର ସରକାର ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ୧୬.୮ ଲକ୍ଷ କୋଟି ଟଙ୍କା ପଠାଇଛନ୍ତି। ସେଥିମଧ୍ୟରୁ ୨୦୨୦-୨୧ରେ ୩୩ ପ୍ରତିଶତ ଟଙ୍କା ପଠାଯାଇଛି। ପ୍ରାୟ ୩୧୯ଟି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସମାନ ଟଙ୍କା ଟ୍ରାନ୍ସଫର କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ପ୍ରାୟ ୭୦ କୋଟି ଲୋକ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର ଯୋଜନାରେ ଉପକୃତ ହୋଇଛନ୍ତି।

Categories
ବିଶେଷ ଖବର

୨% ରୁ କମ୍ ବିଜୟ-ପରାଜୟ ସହ ୪୮ଟି ଆସନରେ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିବ ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ମନ୍ଥନ ଆରମ୍ଭ କରିଛି। ମୋଦିଙ୍କ ଗ୍ୟାରେଣ୍ଟିର ବୟାନ ଦେଉଥିବା ଦଳ ୪୮ଟି ଲୋକସଭା ଆସନରେ ହେଭିୱେଟଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି ଯେଉଁଠାରେ ଗତଥର ବିଜୟ ଓ ପରାଜୟର ବ୍ୟବଧାନ ୨% ରୁ କମ ଥିଲା।

ଯେଉଁ ଆସନରେ ବିଜେପି ୩୫ରୁ ୫୨ ପ୍ରତିଶତରୁ ଅଧିକ ବ୍ୟବଧାନରେ ବିଜୟୀ ହୋଇଛି, ସେଠାରେ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦିଆଯିବ। ଗତ ନିର୍ବାଚନରେ ଦଳ ମୋଟ ୪୮ଟି ଲୋକସଭା ଆସନ ଜିତିଥିଲା, ଯାହା କି ବିଜୟ ବ୍ୟବଧାନ ୦.୨ରୁ ୧.୯୧ ପ୍ରତିଶତ ଥିଲା। ଏମାନଙ୍କ ମଧ୍ୟରୁ ୧୦ ଜଣ ଉତ୍ତରପ୍ରଦେଶର, ଯେଉଁଠାରେ ବିଜେପି ବିଜୟୀ ହୋଇଛି।

ଏଥର ଓଡ଼ିଶା, ତାମିଲନାଡୁ, ତେଲେଙ୍ଗାନା, ଆସାମ ଓ ବଙ୍ଗଳା ଆଦି ରାଜ୍ୟରେ ଶକ୍ତିଶାଳୀ ନେତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ବିଜେପିର ନିର୍ବାଚନୀ ପ୍ରଚାର ସହ ଜଡ଼ିତ ଜଣେ ନେତା କହିଛନ୍ତି। ଉତ୍ତରପ୍ରଦେଶ ଓ ବିହାରର କେତେକ ଆସନରେ ମଧ୍ୟ ସମାନ ପରୀକ୍ଷଣ କରାଯିବ।

ତଥ୍ୟ ଦୃଷ୍ଟିରୁ ମହାରାଷ୍ଟ୍ର-ବିହାରରେ ରାଜନୈତିକ ସମୀକରଣ କଷ୍ଟକର ମନେହେଉଥିବାରୁ ଏଠାରେ ବଡ଼ ବ୍ୟବଧାନରେ ଅଧା ଡଜନ ଆସନରେ ଶକ୍ତିଶାଳୀ ପ୍ରାର୍ଥୀ ଦିଆଯିବ।

୪୦ ଆସନରେ ପ୍ରାର୍ଥୀ ବଦଳାଇଲେ ବଡ଼ ପରିବର୍ତ୍ତନ ହୋଇପାରେ

୨୦୧୯ରେ ବିଜେପି ୩୦୩ଟି ଆସନରେ ବିଜୟୀ ହୋଇଥିଲା। ଅନ୍ୟାନ୍ୟ ଦଳ ୨୪୦ଟି ଆସନରେ ବିଜୟୀ ହୋଇଥିଲେ। ସେଥିମଧ୍ୟରୁ କିଛି ଏନଡିଏ, କିଛି ୟୁପିଏ ଏବଂ ଆଉ କିଛି ଥିଲା। ତେଣୁ ୪୦ଟି ଆସନରେ ପ୍ରାର୍ଥୀ ବଦଳାଇଲେ ବଡ଼ ପରିବର୍ତ୍ତନ ଆସିପାରେ। ଏହି ପରିପ୍ରେକ୍ଷୀରେ ୨ ପ୍ରତିଶତରୁ କମ୍ ବ୍ୟବଧାନରେ ୪୮ଟି ଆସନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ବିହାରରେ ନୀତୀଶ ଶିବିର ବିରୋଧୀ ଦଳକୁ ଯାଇଛନ୍ତି।

ମହାରାଷ୍ଟ୍ରରେ ଶିବସେନା-ଏନସିପି ବିଭାଜିତ ହୋଇଛି। ହିନ୍ଦୀ ପଟ୍ଟି ଓ ଗୁଜରାଟରେ ବିଜେପି ଅଧିକାଂଶ ଆସନ ହାସଲ କରିଛି। ୩୫ ପ୍ରତିଶତରୁ ଅଧିକ ଭୋଟ ପାଇ ଜିତିଥିବା ଆସନ ମଧ୍ୟରୁ ବିଜେପିର ୪୨ଟି ଆସନ ରହିଛି।

୪୮ଟି ଆସନରୁ ୨୭ଟି ଆସନରେ ପ୍ରାର୍ଥୀମାନେ ୧% ରୁ କମ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଯେଉଁ ୫୦ଟି ଆସନରେ ବିଜୟ ବ୍ୟବଧାନ ୩୫%ରୁ ଅଧିକ ଥିଲା, ସେଥିରୁ ବିଜେପି ୪୦ରୁ ଅଧିକ ଆସନରେ ବିଜୟୀ ହୋଇଥିଲା।

ଆସନ ବଣ୍ଟନକୁ ନେଇ ବିରୋଧୀ ଇଣ୍ଡି ମେଣ୍ଟର ବିଚାରବିମର୍ଶ

ଅନ୍ୟପକ୍ଷରେ ବିରୋଧୀ ଇଣ୍ଡି ମେଣ୍ଟ ଦଳଗୁଡ଼ିକରେ ଆସନ ବୁଝାମଣା ପାଇଁ ମନ୍ଥନ ଚାଲିଛି। ପଞ୍ଜାବ ଓ ଦିଲ୍ଲୀର ୨୦ଟି ଆସନ ପାଇଁ ବୁଝାମଣା ପାଖେଇ ଆସିବା ପରେ କଂଗ୍ରେସ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରର ୧୬୮ଟି ଆସନର ହିସାବ କରିବା ଉପରେ ଗୁରୁତ୍ୱ ଦେଇଛି। ସବୁଠାରୁ ରୋଚକ ପର୍ଯ୍ୟାୟ ହେଉଛି ୟୁପିର ପ୍ରାୟ ୮୦ଟି ଆସନ। ବିଜେପି ପ୍ରାର୍ଥୀଙ୍କ ବିପକ୍ଷରେ ଏକ ଶକ୍ତିଶାଳୀ ବିରୋଧୀ ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ନିଜକୁ ଦାୟିତ୍ୱ ନେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯଦି କଂଗ୍ରେସ ବିଏସପିକୁ ଏକାଠି ନ ନେବ ତେବେ ପ୍ରତିଦ୍ୱନ୍ଦ୍ୱିତା ତ୍ରିକୋଣୀୟ ହେବ ଏବଂ ବିଜେପିର ବାଟ ସହଜ ହେବ। ଯେକୌଣସି ପରିସ୍ଥିତିରେ ବିଏସପି ସହ ଆଲୋଚନାକୁ ସପା ବିରୋଧ କରୁଛି। ଏଭଳି ସ୍ଥିତିରେ ବିଏସପି ସହ ଏସପିକୁ ମୁକାବିଲା କରିବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ଅର୍ଥାତ୍ କଂଗ୍ରେସ କେବଳ ନିଜ ପାଇଁ ନୁହେଁ, ରାଷ୍ଟ୍ରୀୟ ଲୋକଦଳ ଓ ବିଏସପି ପାଇଁ ମଧ୍ୟ ଆସନ ଦାବି କରିବାକୁ ଫର୍ମୁଲା ପ୍ରସ୍ତୁତ କରିଛି।

୮୦ଟି ଆସନରୁ ୭୬ଟି ଆସନ ପାଇଁ ଆଲୋଚନା ଚାଲିଛି। ଗାନ୍ଧି ପରିବାର ପାଇଁ ୪ଟି ଆସନ ରହିଛି। ବିରୋଧୀ ଶିବିର ଅନୁଭବ କରୁଛି ଯେ ଏଥର ବରୁଣ ଏବଂ ମେନକା ଗାନ୍ଧୀ ମଧ୍ୟ ବିଜେପି ଟିକେଟରେ ମୈଦାନକୁ ଓହ୍ଲାଇବେ ନାହିଁ। ଏଭଳି ସ୍ଥିତିରେ ରାଏବରେଲି, ଆମେଥି ବ୍ୟତୀତ ପିଲିଭିତ ଓ ସୁଲତାନପୁରକୁ ନେଇ ମଧ୍ୟ ସାମୂହିକ ନିଷ୍ପତ୍ତି ନେବାକୁ ପଡ଼ିବ। ଅବଶିଷ୍ଟ ଆସନକୁ ନେଇ କଂଗ୍ରେସ ଏସପି ସହ ଆଲୋଚନା କରିବ।

ଦିଲ୍ଲୀ-ପଞ୍ଜାବରେ କଂଗ୍ରେସ-ଆପ୍‍କୁ ମିଳିବ ଅଧା ଲେଖାଏଁ

ଦିଲ୍ଲୀ ଓ ପଞ୍ଜାବରେ କଂଗ୍ରେସ ଓ ଆପ୍‍କୁ ୨୦ଟି ଲେଖାଏଁ ଆସନରୁ ଅଧା ଲେଖାଏଁ ମିଳିପାରେ। ପଞ୍ଜାବରେ କଂଗ୍ରେସ ୬ରୁ ୭ଟି ଆସନରେ ଲଢ଼ିବ ଏବଂ ଆପ୍ ଦିଲ୍ଲୀରେ ୩ରୁ ୪ଟି ଆସନରେ ଲଢ଼ିବ ବୋଲି ଅନୁମାନ କରାଯାଉଛି। ଗୋଆ, ଗୁଜରାଟ ଓ ହରିୟାଣାରେ ଗୋଟିଏ ଲେଖାଏଁ ଆସନ ଦାବି କରି ଆପ୍ ନିଜର ଆଭିମୁଖ୍ୟକୁ ନରମ କରିଛି। ପରବର୍ତ୍ତୀ ବୈଠକରେ ଆସନ ବଣ୍ଟନ ଚୂଡ଼ାନ୍ତ ହେବ।

ମହାରାଷ୍ଟ୍ରରେ କଂଗ୍ରେସ-ଶିବସେନା ୨୦ରୁ ୨୦ ଟି ଆସନରେ ଲଢ଼ିବେ

ଲୋକସଭାକୁ ୪୮ ଜଣ ସଦସ୍ୟ ପଠାଇଥିବା ମହାରାଷ୍ଟ୍ରରେ କଂଗ୍ରେସ, ଏନସିପି-ଶରଦ ପାୱାର ଏବଂ ଶିବସେନା ଉଦ୍ଧବଙ୍କ ମଧ୍ୟରେ ଏକ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। କଂଗ୍ରେସ ଓ ଶିବସେନାକୁ ୨୦ରୁ ୨୦, ଏନସିପି ଓ ଅନ୍ୟମାନଙ୍କୁ ୮ଟି ଆସନ ମିଳିପାରେ।

ବିହାରରେ ଆରଜେଡି-ଜେଡିୟୁ ୧୬-୧୬ ଆସନ ଜିତିବେ

ବିହାରକୁ ନେଇ ଆସନ ବଣ୍ଟନକୁ ନେଇ ସଫଳତାର ଖବର ଆସିଛି। ରାଜ୍ୟର ୪୦ଟି ଆସନରୁ ରାଷ୍ଟ୍ରୀୟ ଜନତା ଦଳ ଓ ଜନତା ଦଳ (ୟୁନାଇଟେଡ୍) ୧୬ରୁ ୧୬ଟି ଆସନ ପାଇପାରନ୍ତି ଏବଂ କଂଗ୍ରେସ ଓ ବାମପନ୍ଥୀ ଦଳ ୮ଟି ଆସନରେ ଲଢ଼ିବାକୁ ରାଜି ହୋଇପାରନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କଟକରୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଜବାବ ଦେଲେ କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୪ ଲୋକସଭା ନିର୍ବାଚନରେ କଟକରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି। କଟକରୁ ନିର୍ବାଚନ ଲଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନା ଉପରେ କେନ୍ଦ୍ରମନ୍ତ୍ରୀ ଏବେ ନୀରବତା ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ କଟକରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆଗାମୀ ନିର୍ବାଚନରେ ସେ କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ ବୋଲି ଗମ୍ଭୀର କଳ୍ପନାଜଳ୍ପନା ଚାଲିଥିବାବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ତାଙ୍କ ଦଳ ତାଙ୍କୁ ଯାହା ଦାୟିତ୍ୱ ଦେବ ସେ ତାହା କରିବେ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି, ଦଳର ଜଣେ ଶୃଙ୍ଖଳିତ କର୍ମକର୍ତ୍ତା ହିସାବରେ ମୋତେ ଯେଉଁ କାମ ଦିଆଯାଉଛି, ମୁଁ ତାହା ପୂରଣ କରୁଛି। ନିକଟରେ ଦଳ ମୋତେ ମଧ୍ୟପ୍ରଦେଶ ପଠାଇଥିଲା ଏବଂ ମୋତେ ଦିଆଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲି। ଶନିବାର କେନ୍ଦ୍ର ରେଳମନ୍ତ୍ରୀ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ପାଇଁ ଓଡ଼ିଶାରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଦଳୀୟ ସାଙ୍ଗଠନିକ ବୈଠକରେ ମଧ୍ୟ ଯୋଗ ଦେଇଥିଲେ। ଏହାବ୍ୟତୀତ ରବିବାର ବାବା ଧବଳେଶ୍ୱର ଗସ୍ତ କରିବା ପରେ ଆଠଗଡ଼ରେ ଦଳର କୋର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ସମ୍ବୋଧିତ କରି ସାଙ୍ଗଠନିକ କାର୍ଯ୍ୟକଳାପକୁ ସୁଦୃଢ଼ କରିଥିଲେ।

ଦଳର କୋର କମିଟି ବୈଠକରେ ଉଦବୋଧନ ଦେଇ ବୈଷ୍ଣବ କହିଛନ୍ତି, ୨୦୧୪ ପୂର୍ବରୁ ଓଡ଼ିଶା ଅବହେଳିତ ଥିଲା। ସେତେବେଳେ ୟୁପିଏ ସରକାର ରେଳବାଇର ବିକାଶ ପାଇଁ ଓଡ଼ିଶାକୁ ବାର୍ଷିକ ସର୍ବାଧିକ ୮୦୦ କୋଟି ଟଙ୍କା ଦେଇଥିଲେ, ଯେଉଁଥିରେ ମାତ୍ର ୫୦ କିଲୋମିଟର ନୂଆ ରେଳଲାଇନ ବିଛାଯାଇପାରିବ। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ବାର୍ଷିକ ୪୫୦ କିଲୋମିଟର ନୂଆ ରେଳଲାଇନ ବିଛାଯାଉଥିବାବେଳେ ଏବେ ଓଡ଼ିଶାକୁ ୮୦୦ କୋଟି ପରିବର୍ତ୍ତେ ୧୦ ହଜାର କୋଟି ଟଙ୍କା ମିଳୁଛି।