Categories
ଆଞ୍ଚଳିକ

ବାଣପୁର: ସୁନାବେଶରେ ଝଟକିଲେ ରଙ୍କନାଥ ଓ ଚକାଦେବ

ବାଣପୁର (ସୀତାରାମ ଅଗ୍ରୱାଲ): ଚଳିତ ବର୍ଷ ବାଣପୁର ଆରାଧ୍ୟ ଦେବତା ପ୍ରଭୁ ରଙ୍କନାଥ ଦେବଙ୍କର ରଥଯାତ୍ରା ବହୁ ଧୂମଧାମରେ ପାଳିତ ହୋଇଥିବା ବେଳେ ଆଜି ସୁନାବେଶରେ ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ସୋମବାର ବିଷର ପାଟଣା ଠାରେ ଥିବା ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ରଥରେ ବିରାଜମାନ କରିଥିଲେ ମହାପ୍ରଭୁ। ମଙ୍ଗଳବାର ଦଶମୀ ତିଥି ଥିବାରୁ ଆଜି ଏକାଦଶୀ ତିଥିରେ ପ୍ରଭୁଙ୍କର ସୁନାବେଶ ହୋଇଥିଲା। ରଥରେ ସମସ୍ତ ନୀତିକାନ୍ତି ସମ୍ପାଦନ କରାଯାଇ ରଥାରୁଢ଼ ବିଗ୍ରହ ମାନଙ୍କର ଅପରାହ୍ନରେ ସୁନା ଅଳଙ୍କାରରେ ମଣ୍ଡିତ କରାଯାଇଥିଲା।

ସନ୍ଧ୍ୟାରେ ବାଣପୁର ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ରଙ୍କନାଥଙ୍କ ସୁନାବେଶ ଦେଖିବାକୁ ଭିଡ଼ ଜମାଇଥିଲେ।

ଏହି ପରିପ୍ରେକ୍ଷୀରେ ମନ୍ଦିର କମିଟି ତରଫରୁ ଶୃଙ୍ଖଳିତ ଦର୍ଶନ ନିମିତ୍ତ ସୁବନ୍ଦୋବ୍ୟସ୍ତ କରାଯାଇଥିଲା। ପୋଲିସ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରି ଶ୍ରଦ୍ଧାଳୁ ମାନେ କିପରି ଧାଡିରେ ଠାକୁରଙ୍କୁ ଦର୍ଶନ କରିବେ ତାହା ପରିଚାଳନା କରିଥିଲା।

ଅନୁରୂପ ଭାବେ ପଲଟନ ଠାରେ ଚକାଦେବଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ମହଣ ମହଣ ସୁନା ଅଳଙ୍କାରରେ ଝଟସୁଛନ୍ତି ଶ୍ରୀ ଜିୟୁ, ଭକ୍ତଙ୍କ ପ୍ରବଳ ଗହଳି

ପୁରୀ: ଆଜି ମହାପ୍ରଭୃଙ୍କର ସୁନାବେଶ। ମହଣ ମହଣ ସୁନାରେ ଝଟକୁଛନ୍ତି ତିନିଠାକୁର। ପ୍ରଭୃ ବଳଭଦ୍ର, ମା ସୁଭଦ୍ରା ଏବଂ ପ୍ରଭୃ ଜଗନ୍ନାଥଙ୍କ ସୁନାବେଶ ଦେଖି ଭକ୍ତ ହୋଇଛି ବିଭୋର। ଆଜି ରାତି ଏଗାରଟା ପର୍ଯ୍ୟନ୍ତ ଏହି ସୁନାବେଶ ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ଧରି ସୁନାବେଶ କରାଯାଇଥିଲା। ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ର ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ସୁନାବେଶରେ ସଜ୍ଜିତ କରିଥିଲେ। ଭକ୍ତମାନେ ସୁରୁଖୁରରୁ ଶ୍ରୀଜିୟୁଙ୍କ ଦର୍ଶ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ରତ୍ନ ଭଣ୍ଡାର ଓ ସୁନାବେଶକୁ ନେଇ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆକର୍ଷଣୀୟ ବାଲୁକା କଳା

ପୁରୀ: ଆଜି ହେଉଛି ମହାପ୍ରଭୃଙ୍କର ସୁନାବେଶ ଏବଂ ଆସନ୍ତାକାଲି ମହାପ୍ରଭୃଙ୍କ ଭିତର ରତ୍ନ ଭଣ୍ଡାର ଖୋଲାଯିବ। ଏସବୁକୁ ନେଇ ପୁରୀ ବେଳାଭୂମିରେ ନିର୍ମାଣ ହୋଇଛି ଆକର୍ଷଣୀୟ ବାଲୁକା କଳା। ଯାହାକୁ ତିଆରି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଏହିକଳାରେ ସୁଦର୍ଶନ ପ୍ରଭୃ ଜଗନ୍ନାଥଙ୍କ ଏକ ବାଲୁକା ପ୍ରତିକୃତି କରିଛନ୍ତି। ସେଥିରେ ସେ ସୁନାର ମୁକୁଟ ତିଆରି କରିଛନ୍ତି। ଏଥିରେ ଏପରି ବାଲୁକା ରଂଗ ଦିଆଯାଇଛି ତାହା ସତ ସୁନା ପରି ଝଟକିବାରେ ଲାଗିଛି। ସେହିପରି ରତ୍ନ ଭଣ୍ଡାରରେ ଥିବା ବିଭିନ୍ନ ସୁର୍ଣ୍ଣ ଅଳଙ୍କାରର ଏକ ପ୍ରତିକାତ୍ମକ ବାଲୁକା କଳା ତିଆରି କରିଛନ୍ତି। ବର୍ତ୍ତମାନ ରଥଯାତ୍ରା ପାଇଁ ପୁରୀରେ ଭିଡ ଥିବା ବେଳେ ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇପାରିଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ପାଇଁ ସେବା ବୃଦ୍ଧି: ସୁନାବେଶ ଓ ଅଧରପଣା ପାଇଁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ଵର: ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ଏବଂ ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-2024 ସମୟରେ ପୁରୀକୁ ଚଳାଚଳ କରୁଥିବା ନିୟମିତ ଟ୍ରେନରେ ଯାତ୍ରୀଭିଡ଼କୁ ଏଡ଼ାଇବା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ପଡୋଶୀ ରାଜ୍ୟ ମାନଙ୍କରୁ ପୁରୀ କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇବ ବ୍ୟବସ୍ଥା କରିଛି।

ତୀର୍ଥଯାତ୍ରୀ ଓ ଭକ୍ତ ମାନଙ୍କର ସୁବିଧା ପାଇଁ ପୁରୀକୁ ନିୟମିତ ଟ୍ରେନ୍ ବ୍ୟତୀତ, ସୁନାବେଶ ପାଇଁ 43 ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ଅଧରପଣା ପାଇଁ 33 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଅଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଅଛି।

ପୂର୍ବତଟ ରେଳପଥ ପୁରୀରେ ରଥ ଯାତ୍ରା ମହୋତ୍ସବ ପାଇଁ 315 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। 5 ଜୁଲାଇରୁ 15 ଜୁଲାଇ, 2024 ମଧ୍ୟରେ ପୂର୍ବ ତଟ ରେଳପଥ ପୁରୀକୁ ଓ ପୁରୀ ଠାରୁ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ମଧ୍ୟରେ 239 ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇ ସାରିଛି।

ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦୀପ, ଅନୁଗୁଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଳପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ।

ସେହିଭଳି ପାରାଦୀପ, ଅନୁଗୁଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ।

ଯାତ୍ରୀମାନଙ୍କର ଅତିରିକ୍ତ ଭିଡକୁ ଦୂର କରିବା ପାଇଁ ପୂର୍ବ ତଟ ରେଳପଥ ଭଦ୍ରକ, ପାରାଦୀପ, ଅନୁଗୁଳ, ପଲାସା, କେନ୍ଦୁଝରଗ, ଦଶପଲ୍ଲା, ବ୍ରହ୍ମପୁରକୁ ପୁରୀ ଠାରୁ ଓ ତା’ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା ରଖିଛି।

ଭକ୍ତ ଏବଂ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି। ଯାତ୍ରୀମାନଙ୍କ ସମସ୍ୟା ତଥା ଟ୍ରେନ୍ ଚଳାଚଳ ସୁଗମ କରାଇବା ପାଇଁ 24 ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଷ୍ଟେସନରେ ବ୍ୟାପକ ଘୋଷଣା ଏବଂ ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ମାଧ୍ୟମରେ ଟିକେଟ୍ ସୁଗମ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ରଥ ଯାତ୍ରା ସମୟରେ ରେଳବାଇ ଦ୍ୱାରା ଯାତ୍ରୀମାନଙ୍କ ସୁବିଧା ପାଇଁ କାର୍ଯ୍ୟକାରୀ ହୋଇଥିବା ପଦକ୍ଷେପଗୁଡ଼ିକ ହେଉଛି – ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ/ ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ମୋବାଇଲ୍ ଆପ୍ ଉପରେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ / UTS, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ମେଳା ଶେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ୍ ସୁବିଧା ଏବଂ ଆମ୍ବୁଲାନ୍ସ, ଅନବରତ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ବ୍ୟବସ୍ଥା ଇତ୍ୟାଦି।

ଅତିରିକ୍ତ ବ୍ୟବସ୍ଥା ଏବଂ ସୁବିଧା

ଭକ୍ତ ଓ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରେଳ ମନ୍ତ୍ରଣାଳୟ ବିଭିନ୍ନ ସୁବିଧା ଯୋଗାଇ ଦେଇଛି:

24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ: ଯାତ୍ରୀ ସମସ୍ୟାକୁ ସମାଧାନ କରିବା ଏବଂ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା।

ପ୍ରଭାବଶାଳୀ ଘୋଷଣା: ଯାତ୍ରୀ ସୂଚନା ଓ ଷ୍ଟେସନରେ ସ୍ୱଚ୍ଛ ଯୋଗାଯୋଗ ସୁନିଶ୍ଚିତ କରିବା ସହିତ ଷ୍ଟେସନ ମାନଙ୍କ ଠାରେ ଟ୍ରେନକୁ ଚଢିବା ଓ ଟ୍ରେନ୍ରୁ ଓହ୍ଲାଇବା ସମ୍ପର୍କରେ ସୂଚନା ଦେବା ଇତ୍ୟାଦି।

ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର: ସୁଗମ ଏବଂ ଶୀଘ୍ର ଟିକେଟ୍ ବିତରଣ କରାଇବା।

ଯାତ୍ରୀ ସୁବିଧା ପାଇଁ ପଦକ୍ଷେପ:

• ଭିଡ଼ ପରିଚାଳନା
• ଟ୍ରେନ୍ ସୂଚନା ସିଷ୍ଟମ୍ / ଅନୁସନ୍ଧାନ କାଉଣ୍ଟର
• ଭିଡିଓ କାନ୍ଥ ପ୍ରଦର୍ଶନ
• ମୋବାଇଲ୍ ଆପ୍ ରେ UTS / ଅଣସଂରକ୍ଷିତ ଟିକେଟ ପ୍ରଣାଳୀ
• ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର
• ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର / ଶେଡ୍ ଏବଂ ମେଳା ଶେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା
• କ୍ୟାଟରିଂ ଏବଂ ଆତିଥ୍ୟ
• ଡାକ୍ତରୀ ସୁବିଧା ଏବଂ ଆମ୍ବୁଲାନ୍ସ
• ଅନବରତ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ

ପୂର୍ବତଟ ରେଳପଥ ରଥଯାତ୍ରା ମହୋତ୍ସବ ସମୟରେ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ, ଆରାମଦାୟକ ଏବଂ ସୁବିଧାଜନକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ରାଜ୍ୟ ଖବର

ବାହୁଡା ଯାତ୍ରା ଓ ସୁନାବେଶ ଦେଖିବା ପାଇଁ ଯାଉଛନ୍ତି କି ପୁରୀ?: ଏହି ଉପାୟରେ ଦେଖିପାରିବେ ଟ୍ରାଫିକ ବ୍ୟବସ୍ଥା

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା। ତେଣୁ ଏଥିପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ବାହୁଡ଼ାଯାତ୍ରା ଦେଖିବା ପାଇଁ ଏବେ ବି ଭକ୍ତମାନେ ପୁରୀ ଅଭିମୁଖେ ଯାତ୍ରା କରୁଛନ୍ତି। ତେବେ ପୋଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ପ୍ରୟାସ ଜାରି ରହିଛି। ଯାହାଦ୍ୱାରା ଶ୍ରଦ୍ଧାଳୁମାନଙ୍କର କୌଣସି ଅସୁବିଧା ହେବ ନାହିଁ।

ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ଓ ସୁନାବେଶ ଦିନ ଶ୍ରଦ୍ଧାଳୁଙ୍କ ସୁବିଧା ନିମନ୍ତେ ପୋଲିସ୍ ବିଭାଗ ପକ୍ଷରୁ ଟ୍ରାଫିକ ପରିଚାଳନା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନିମ୍ନ କ୍ୟୁଆର୍ କୋଡ୍ ସ୍କାନ୍ କରି “ରିଅଲ୍ ଟାଇମ୍ ଟ୍ରାଫିକ୍ ଅପଡେଟ୍‌” ପ୍ରାପ୍ତ କରନ୍ତୁ। ହ୍ପାଟ୍‌ସ୍ ଆପ୍ ଚାଟ୍ ବୋଟ୍ ଜରିଆରେ ମଧ୍ୟ ଟ୍ରାଫିକ ବିବରଣୀ ପ୍ରାପ୍ତ କରି ସୁଗମ ଦର୍ଶନ କରନ୍ତୁ। ସେଥିପାଇଁ ହ୍ବାଟସ୍‌ଆପ୍ ନମ୍ବର 99099 07675 ଜାରି କରାଯାଇଛି।

Image

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେଲେ ତିନି ଠାକୁର, କାଲି ଅଧରପଣା

ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି। ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି। ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ। ଆଜି ମଧ୍ୟାହ୍ନ ଧୂପ­ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ। ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା।

ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ।

ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ। ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଶ୍‌ ଅଧିକ ରହିଛି।

ଆସନ୍ତାକାଲି ରଥରେ ଅନୁଷ୍ଠିତ ହେବ ଅଧରପଣା ନୀତି। ରଥ ଉପରେ ତିନୋଟି ବଡ ମାଟି ହାଣ୍ଡିରେ ପଣା ଭୋଗ କରାଯିବ। ଏହି ଭୋଗ ସରିବା ପରେ ସେହି ମାଟି ହାଣ୍ଡିକୁ ସେହିଠାରେ ଭାଙ୍ଗି ଦିଆଯିବ। ଏହାପରେ ଶନିବାର ଦିନ ମହାପ୍ରଭୃ ରଥରୁ ରତ୍ନ ସିଂହାସନକୁ ବିଜେ କରିବେ।

Categories
ଆଞ୍ଚଳିକ

ବାଣପୁର: ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସୁନାବେଶ, ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଏହି ତିଥିରେ ଜଗତର ନାଥ ଜଗନ୍ନାଥ ସୁନାବେଶ ହୁଅନ୍ତି। ପୁରୀରେ ସୁନାବେଶ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥଯାତ୍ରା ଓ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୁଏ।

ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ରଙ୍କନାଥ ଦେବଙ୍କ ପୀଠରେ ପୁରୀ ରୀତିନୀତି ଅନୁଯାୟୀ ୧୦ ଦିନ ବ୍ୟାପି ରଥଯାତ୍ରା ନିତି ଅନୁଷ୍ଠିତ ହେଉଛି। ପ୍ରଭୁ ରଙ୍କନାଥ ବାହୁଡା଼ ଦଶମୀରେ ମାଉସୀମା ଘରୁ ଫେରି ମନ୍ଦିର ସିଂହଦ୍ୱାର ନିକଟରେ ରଥାରୁଢ଼ ହୋଇଛନ୍ତି।

ଆଜି ଦକ୍ଷିଣ ମୁଖା ହୋଇ ରହିଥିବା ତିନି ରଥରେ ଠାକୁରଙ୍କ ମଙ୍ଗଳ ଆଳତି, ନୀତିକାନ୍ତି, ଶ୍ରୀଙ୍ଗରେ ଚନ୍ଦନ ସମାପନ ପରେ ପ୍ରଭୁଙ୍କର ସୁନାବେଶ କରାଯାଇଥିଲା। କିରିଟି, କୁଣ୍ଡଳ, ଚିତା ପ୍ରଭୃତି ସୁନା ଅଳଙ୍କାର ଆଭୂଷଣରେ ପ୍ରଭୁ ରଙ୍କନାଥ ଅତି ସୁନ୍ଦର ଦେଖାଯାଉଛନ୍ତି। ସନ୍ଧ୍ୟା ସମୟ ଠାରୁ ଠାକୁରଙ୍କ ସୁନାବେଶ ଦର୍ଶନ ନିମନ୍ତେ ଭକ୍ତ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ହରିବୋଲ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇପଡ଼ିଛି। ଭକ୍ତମାନେ ଦୀପ ଜାଳି ଭୋଗ ଲଗାଇ ମନୂଆ ଠାକୁରଙ୍କୁ ମନରକଥା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ ରାଜ୍ୟ ଖବର

ଦୁଇ ବର୍ଷ ପରେ ରଥରେ ତିନି ଠାକୁରଙ୍କ ସୁନାବେଶ ଦେଖି ଭକ୍ତ ବିଭୋର

ପୁରୀ: ଆଜି ପୁରୀ ବଡଦାଣ୍ଡରେ ତିନିଠାକୁରଙ୍କ ସୁନାବେଶ ଦେଖି ଭକ୍ତ ମନ ପାଗଳ ହୋଇଯାଇଛି। କାରଣ କରୋନା ପାଇଁ ଗତ ଦୁଇବର୍ଷ ଧରି ପ୍ରଭୃଙ୍କ ସୁନା ବେଶ ଭକ୍ତ ଦେଖିବାରେ ବଞ୍ଚିତ ହୋଇଥିଲେ। ହେଲେ ଆଜି ତାହା ପୁରଣ ହୋଇଛି। ରଥରେ ବଡ ଠାକୁର ବଳଭଦ୍ର, ମା ସୁଭଦ୍ରା ଏବଂ ପ୍ରଭୃ ଜଗନ୍ନାଥଙ୍କୁ ସେବକମାନେ ମହଣ ମହ ସୁନାର ଅଳଙ୍କାର ଲାଗି କରିଛନ୍ତି।

ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପରେ, ପ୍ରାୟ ୨ଘଣ୍ଟା ଧରି ସୁନାବେଶ କରାଯାଇଥିଲା। ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ, ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ର ବାଡ଼ରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡ଼ରେ ସୁନାବେଶରେ ସଜ୍ଜିତ କରିଥିଲେ। ଭକ୍ତମାନେ ସୁରୁଖୁରରୁ ଶ୍ରୀଜିୟୁଙ୍କ ଦର୍ଶ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ବିନା ଭକ୍ତରେ ଶେଷ ହେଲା ଶ୍ରୀଜିୟୁଙ୍କ ସୁନାବେଶ, ବାକି ରହିଲା ଅଧରପଣା ଆଉ ନିଳାଦ୍ରୀବିଜେ

ପୁରୀ, ବିନା ଭକ୍ତରେ ମହାପ୍ରଭୃଙ୍କ ସୁନାବେଶ ସଂପର୍ଣ୍ଣ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ନିତି ସଂପର୍ଣ୍ଣ ହୋଇଛି। ପୂଜା ବିଧି ଅନୁସାରେ ଅପରାହ୍ନରେ ଶ୍ରୀଜିୟୁଙ୍କ ସୁନାବେଶ ଆରମ୍ଭ ହୋଇଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ସୁନାବେଶରେ ସଜାଯାଇଥିଲା।

ଏଥିରେ ପଂରପରା ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ଓଡ଼ିଆଣୀ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ, ହରିଡ଼ା କଦମ୍ବ ମାଳି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା ଅଳଙ୍କାରରେ ସଜେଇ ହୋଇଛନ୍ତି।

ସେହିପରି ବଡ଼ଠାକୁର ବଳଭଦ୍ର ମଧ୍ୟ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳୀ, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ହଳ ଓ ମୂଷଳ, ବାହାଡ଼ା ମାଳି, ବାଘ ନଖ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମର ପଟିରେ ବେଶ ହୋଇଛନ୍ତି ଏବଂ ଦେବୀ ସୁଭାଦ୍ରାଙ୍କୁ ମଧ୍ୟ ବିରୀଟ, ଓଡ଼ିଆଣୀ, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ୨ଟି ତଗଡ଼ି ଏବଂ ସେବତୀ ମାଳିରେ ଆଭୂଷିତ କରାଯାଇଛି।

ଏହାପରେ ଗୁରୁବାର ଦିନ ପ୍ରଭୃଙ୍କ ଅଧରପଣା ନିିତି ଅନୁଷ୍ଠିତ ହେବ। ଏଥିରେ ଠାକୁରଙ୍କ ଅଧରକୁ ଛୁଇଁବା ପରି ଉଚ୍ଚତାର ମାଟିହାଣ୍ଡିରେ ପଣାଭୋଗ କରାଯିବ। ଏହାପରେ ସେହି ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବ। ଏହା ପ୍ରଭୃଙ୍କ ରଥ ଉପରେ ଏକ ବିଶେଷ ପୂଜାନିତି। ଅଧର ପଣା ପୂର୍ବରୁ ରଥ ଉପରେ ଶ୍ରୀଜିୟୁଙ୍କ ଯଥାରିତିରେ ପୂଜା କରାଯିବ।

ଆସନ୍ତା 23 ତାରିଖ ଶୁକ୍ରବାରରେ ନିଳାଦ୍ରୀବିଜେ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପ୍ରଶାସନର ସମୟ ନିର୍ଘଣ୍ଟ ଅନୁସାରେ ନିଳାଦ୍ରୀ ବିଜେ ପାଇଁ ପହହଣ୍ଡି ଅପରାହ୍ନ ୪ ଟାରୁ ରାତ୍ରୀ ୧୦ଟା ପଯ୍ୟନ୍ତ ଚାଲିବ। ଏହାପରେ ପ୍ରଭୃଙ୍କ ଚଳିତ ବର୍ଷର ରଥଯାତ୍ରାର ସମାପନ ଘଟିବ।

Categories
RathJatra ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ଶ୍ରୀଜିୟୁଙ୍କର ସୁନାବେଶ, ସେହି କଟକଣା ଭିତରେ ବିରଳ ବେଶ ଧାରଣ କରିବେ ମହାପ୍ରଭୃ

ପୁରୀ, ଆଜି ଶ୍ରୀଜିୟୁଙ୍କର ସୁନାବେଶ ଅନୁଷ୍ଠିତ ହେବ। ରଥଯାତ୍ରା ଏବଂ ବାହୁଡା ପରି ସୁନାବେଶ ମଧ୍ୟ ସେହି  କଟକଣା ଭିତରେ ହେବ। ଏଥିପାଇଁ ସୋମବାରଠାରୁ ପୁରୀରେ କର୍ଫୁଲାଗୁ କରାଯାଇଛି। ଏହି କର୍ଫ୍ୟୁ ବୁଧବାର ରାତି ପର୍ଯ୍ୟନ୍ତ ବଳବତ୍ତର ରହିଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସୁନାବେଶ ସମୟ ନିର୍ଘଣ୍ଟ ଜାରୀ କରିଛନ୍ତି। ସେହି ଅନୁସାରେ

ମଧ୍ୟାହ୍ନ ଧୂପ- ଦିନ ୨ଟାରୁ ୩ଟା ପର୍ଯ୍ୟନ୍ତ

ମଇଲମ- ଅପରାହ୍ନ ୩ଟା ୩୦

ସୁନାବେଶ- ଅପରାହ୍ନ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଚାଲିବ

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀଜୀଉଙ୍କ ସୁନାବେଶ :  ମହଣ ମହଣ ସୁନାରେ ବିଭୂଷିତ ହେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି । ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି । ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ । ଆଜି ମଧ୍ୟାହ୍ନ ଧୂପ­ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ । ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା । ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ।

ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ । ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଶ୍‌ ଅଧିକ ରହିଛି | କିନ୍ତୁ ଚଳିତ ଥର କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ଯାତ୍ରାକୁ ବିନା ଭକ୍ତରେ ଆୟୋଜିତ କରାଯାଉଛି । ଟେଲିଭିଜନ ପରଦାରେ ଭକ୍ତମାନେ ତାଙ୍କ ପ୍ରଭୁଙ୍କ ସୁନାବେଶକୁ ଦେଖୁଛନ୍ତି ।