Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର

ସୁପ୍ରିମକୋର୍ଟଙ୍କ ବଡ ରାୟ,ଏଣିକି ଝିଅମାନେ ଏନଡିଏ ପରୀକ୍ଷାରେ ନେଇପାରିବେ ଭାଗ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଏନଡିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ଏନଡିଏରେ ଆଡମିଶନ ନିଷ୍ପତ୍ତି ନିଆଯିବ। କିନ୍ତୁ ସୁପ୍ରିମକୋର୍ଟ ଆଜି ବଡ ରାୟ ଦେଇଛନ୍ତି। ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଭାଗ ନେବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଏପର୍ଯ୍ୟନ୍ତ ଅନୁମତି ଦିଆଯାଇନଥିଲା।

ଆବେଦନକାରୀ ଆଡଭୋକେଟ୍ କୁଶ କାଲରା କୋର୍ଟଙ୍କୁ କହିଛନ୍ତି ଯେ, ସ୍ନାତକୋତ୍ତର ପରେ ହିଁ ମହିଳାମାନଙ୍କୁ ସେନାରେ ଯୋଗଦେବାକୁ ଅନୁମତି ଦିଆଯାଇଛି। ସେମାନଙ୍କ ପାଇଁ ସର୍ବନିମ୍ନ ବୟସ ମଧ୍ୟ ୨୧ ବର୍ଷ ରଖାଯାଇଛି | ଯେଉଁଠାରେ ପୁଅମାନେ କେବଳ ଦ୍ୱାଦଶ ପରେ ଏନଡିଏ ରେ ଯୋଗଦେବାକୁ ଅନୁମତି ପାଇଛନ୍ତି।

ଏହିପରି, ମହିଳାମାନେ ନିଜେ ପୁରୁଷଙ୍କ ଅପେକ୍ଷା ଏକ ଭଲ ସ୍ଥିତିରେ ପହଞ୍ଚିବାର ସମ୍ଭାବନା କମ୍ ଥାଏ। ଏହା ସମାନତାର ଅଧିକାରର ଉଲ୍ଲଂଘନ। ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ହ୍ରିକିକେଶ ରୟଙ୍କ ଏକ ଖଣ୍ଡପୀଠ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଥିଲା।

ଆବେଦନରେ କ’ଣ କୁହାଯାଇଥିଲା?:

ଏହି ଆବେଦନରେ ଲେଖାଯାଇଥିଲା କି, କେବଳ ବାଳକମାନେ ନ୍ୟାସନାଲ ଡିଫେନ୍ସ ଏକାଡେମୀ ଏବଂ ନାଭାଲ ଏକାଡେମୀରେ ଆଡମିଶନ ପାଆନ୍ତି, ଯାହା ସେନାରେ ଯୁବକ ଅଧିକାରୀ ନିଯୁକ୍ତ କରିଥାଏ। ଏହା କରିବା ଦ୍ଵାରା ଯୋଗ୍ୟ ଝିଅମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥାଏ, ଯେଉଁମାନେ ସେନାରେ ଯୋଗଦେବାକୁ ଏବଂ ଦେଶ ସେବା କରିବାକୁ ଚାହୁଁଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦେଶକୁ ମିଳିପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି: ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ଏହି ୯ ଟି ନାମକୁ କରାଗଲା ସୁପାରିଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୯ ଟି ଖାଲି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଲେଜିୟମର ବୈଠକ ପରେ ୯ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପାରିଶ କେନ୍ଦ୍ରକୁ ପଠାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ବିଚାରପତି ଅଛନ୍ତି। ଏଥିସହ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟରେ ସିଧାସଳଖ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି।

ଯେଉଁମାନଙ୍କର ନାମ କେନ୍ଦ୍ରକୁ ପଠାଯାଇଛି ସେମାନେ ହେଲେ: –

୧- ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି ହିମା କୋହଲି

୨- କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବି.ଭି ନାଗରତ୍ନା

୩- ଗୁଜୁରାଟ ହାଇକୋର୍ଟର ଜଜ୍ ବେଲା ତ୍ରିବେଦୀ

୪- ବରିଷ୍ଠ ଆଡଭୋକେଟ୍ ପିଏସ୍ ନରସିଂହଙ୍କୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି କରିବାକୁ ସୁପାରିଶ କରାଯାଇଛି।

୫- କର୍ଣ୍ଣାଟକ ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ଓକା

୬- ଗୁଜୁରାଟ ହାଇକୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ

୭- ସିକ୍କିମ ହାଇକୋର୍ଟର ପ୍ରଧାନ ବିଚାରପତି ଜେ.କେ ମାହେଶ୍ୱରୀ

୮- ଜଷ୍ଟିସ ସିଟି ରବିନ୍ଦ୍ରକୁମାର, କେରଳ ହାଇକୋର୍ଟର ବିଚାରପତି

୯- ମାଡ୍ରାସ ହାଇକୋର୍ଟର ବିଚାରପତି ଏମ.ଏମ ସୁନ୍ଦରେଶ

ଯଦି କେନ୍ଦ୍ର ଏହି ସମସ୍ତ ସୁପାରିଶକୁ ଗ୍ରହଣ କରେ, ତେବେ ଭବିଷ୍ୟତରେ ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ପିଏସ୍ ନରସିଂହ ଭାରତର ପ୍ରଧାନ ବିଚାରପତି ହୋଇପାରିବେ। ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ କୌଣସି ମହିଳା ପ୍ରଧାନ ବିଚାରପତି ନାହାଁନ୍ତି। ଜଷ୍ଟିସ ନାଗରତ୍ନା ରୂପରେ ଭାରତକୁ ପ୍ରଥମ ମହିଳା ପ୍ରଧାନ ବିଚାରପତି ମିଳିପାରନ୍ତି।

Categories
ଆଜିର ଖବର ଜାତୀୟ ଖବର

ପେଗାଶସ୍ ଗୁପ୍ତଚର ମାମଲାରେ କେନ୍ଦ୍ର ସରକାରକୁ ନୋଟିସ ଜାରୀ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ଚଳିତ ସଂସଦ ଅଧିବେସନରେ ପେଗାଶସ ଗୁପ୍ତଚର ମାମଲା ହାଙ୍ଗମା ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏହି ମାମଲା କୋର୍ଟରେ ପହଁଚିଛି। ଆଜି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଏନ ଭି ରମଣାଙ୍କ ବେଞ୍ଚ ଏହାର ଶୁଣାଣି କରି କେନ୍ଦ୍ରକୁ ନୋଟିସ ଜାରୀ କରିଛନ୍ତି। ଏହି ବେଞ୍ଚ କହିଛନ୍ତି ଯେ, ଯେଉଁ ଅଭିଯୋଗ ଆସିଛି ତାହାର ଜବାବ କେନ୍ଦ୍ର ସରକାର ରଖିବା ଆବଶ୍ୟକ।

ଦେଶର ସୁରକ୍ଷା ସଂପର୍କିତ ଉପରେ ବେଞ୍ଚ କୌଣସି ତଥ୍ୟ ମାଗୁ ନାହିଁ। ହେଲେ ସାଧାରଣ ନାଗରିକମାନେ ଯେଉଁ ଅଭିଯୋଗ କରିଛନ୍ତି ତାହା ଉପରେ କେନ୍ଦ୍ର ଜବାବ ରଖୁ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଆଉ 10 ଦିନ ପରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ସୁପ୍ରିମକୋର୍ଟରେ ପେଗାସସ୍ ମାମଲାର ଶୁଣାଣି: ଯଦି ଗଣମାଧ୍ୟମର ରିପୋର୍ଟ ସତ ତେବେ ଅଭିଯୋଗ ଗମ୍ଭୀର ଅଟେ

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ୯ ଟି ଆବେଦନ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଇଣ୍ଡିଆର ଏଡିଟର୍ସ ଗିଲ୍ଡ ଏବଂ ବରିଷ୍ଠ ସାମ୍ବାଦିକ ଏନ. ରାମ ତଥା ଶଶି କୁମାର ଦେଇଥିବା ଆବେଦନଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

କୋର୍ଟ କହିଛନ୍ତି ଯେ, ଯଦି ଗଣମାଧ୍ୟମର ରିପୋର୍ଟ ସତ୍ୟ ତେବେ ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହି ମାମଲାରେ ପିଏଲ୍ ଦାଖଲ କରିଥିବା ଆଡଭୋକେଟ୍ ଏମ୍.ଏଲ୍ ଶର୍ମା ଶୁଣାଣି ସମୟରେ କପିଲ ସିବଲଙ୍କୁ ଅଟକାଇଥିଲେ, ପରେ ମୁଖ୍ୟ ବିଚାରପତି ଏହାକୁ ବିରୋଧ କରିଥିଲେ। ଶର୍ମାଙ୍କୁ ସିଜେଆଇ ରାମନା କହିଛନ୍ତି ଯେ, “ଖବରକାଗଜ କଟିଙ୍ଗ ବ୍ୟତୀତ ଆପଣଙ୍କ ପାଖରେ ସବିଶେଷ ତଥ୍ୟ କ’ଣ ରହିଛି? ଆପଣ ଚାହୁଁଛନ୍ତି କି, ଆମେ ଏହାର ଅନୁସନ୍ଧାନ କରିବୁ ଏବଂ ତଥ୍ୟ ସଂଗ୍ରହ କରିବୁ? ଏହା ଜନହିତ ଯାଚିକା ଦାଖଲ କରିବାର ଉପାୟ ନୁହେଁ।”

ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କହିଛନ୍ତି ଯେ, ବିଦେଶୀ କମ୍ପାନୀ ମଧ୍ୟ ଏହି ମାମଲାରେ ଜଡିତ ଅଛନ୍ତି। ଏହା ଏକ ଜଟିଳ ପ୍ରସଙ୍ଗ। କେହି ନୋଟିସ୍ ନେବାକୁ କେନ୍ଦ୍ର ତରଫରୁ ହାଜର ହେବା ଉଚିତ୍। ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଅଗଷ୍ଟ ୧୦ ତାରିଖରେ ହେବ।

Categories
ଆଜିର ଖବର ରାଜ୍ୟ ଖବର

ସୁପ୍ରିମକୋର୍ଟ ଗାଇଡ ଲାଇନ୍ ଉଲଂଘନ କରି ତିନି ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଖଣି ପାଣ୍ଠି ନେଇଯିବା ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶାହା କମିଶନ ବସି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲାପରେ ଖଣି କମ୍ପାନୀଙ୍କ ଉପରେ ବିପୁଳ ଜୋରିମାନା ହୋଇଥିଲା। ଏହି ବିପୁଳ ଜୋରିମାନାରୁ ରକ୍ଷା ପାଇବା ପାଇଁ ଖଣି କମ୍ପାନୀମାନେ ବୁଦ୍ଧି କରି ଆଇବିଏମ୍ ଦ୍ୱାରା ଏହାର ସାନି ମୂଲ୍ୟାଙ୍କନ କରି ଯଥେଷ୍ଟ ପରିମାରଣ ରିହାତି ପାଇଥିଲେ।

ମାତ୍ର ଏହା ପରେ ମଧ୍ୟ ଏହି ଅର୍ଥ ଦେବାକୁ ଟାଳଟୁଳ ନୀତି ଅବଲମ୍ବନ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରା ଭର୍ତ୍ସିତ ହେଲା ପରେ ଏହି ଅର୍ଥ ଦାଖଲ କରିଥିଲେ। ଏହି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆନଯାଇ ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରି ଏହାକୁ ଖଣି ଖୋଳା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳର ସାଧାରଣ ଲୋକ ଓ ବିଶେଷକରି ଆଦିବାସୀମାନଙ୍କ ଜୀବିକା ପାଇଁ ଖର୍ଚ୍ଚ କରିବା ସହ ଏହି ଅର୍ଥ ଅନ୍ୟତ୍ର ଖର୍ଚ୍ଚ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ସୁପ୍ରିମକୋର୍ଟର ଗାଇଡ଼ ଲାଇନ୍ ଉଲଂଘନ କରି ଏହି ଅର୍ଥକୁ ଜୁନ୍ ୧୧ ଏପ୍ରିଲ ଓ ସେପ୍ଟେମ୍ବରରେ କୌଣସି କାରଣ ନଦର୍ଶାଇ ପଇସା ଉଠାଇନେଇ ୧୪ ସେପ୍ଟେମ୍ବରରେ ଏହାକୁ ରେଗୁଲାରାଇଜ କଲେ। ନିର୍ଦ୍ଦିଷ୍ଟ ଭାବେ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରାନଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଅର୍ଥ ବିନିଯୋଗ କରାଗଲା। ଲୋକଙ୍କ ଜୀବିକା ପାଇଁ ଅର୍ଥ ଖର୍ଚ୍ଚ କରାନଯାଇ ଏଲ୍ ଆଣ୍ଡ ଟି ଭଳି ବଡ଼ କମ୍ପାନୀକୁ ୨୨୦୦ କୋଟିର ଠିକା ଦିଆଯାଇ ଅଗ୍ରୀମ ୬୦୦ କୋଟି ଦିଆଗଲା।

ଆଜି ଲୋୟର ପିଏମ୍‌ଜିରେ ଏହି ବିସଙ୍ଗତି ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନସ୍ଥଳରେ ବିଶିଷ୍ଟ ଆଡ଼ଭୋକେଟ ଶିବାନନ୍ଦ ରାୟ, କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣ ସାହୁ, ଗାନ୍ଧୀବାଦୀ ତଥା ସର୍ବୋଦୟ ନେତା ଶୈଳଜ ରବି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯଦି ଏହି ଅର୍ଥକୁ ଆଦିବାସୀଙ୍କ ମଧ୍ୟରେ ସିଧାସଳଖ ବଣ୍ଟା ଯାଇଥାନ୍ତା, ତେବେ ଘରପିଛା ୨୦ ହଜାର ଟଙ୍କା ପଡ଼ିଥାନ୍ତା। କିନ୍ତୁ ସରକାର ସୁପ୍ରିମକୋର୍ଟଙ୍କ ଗାଇଡ଼ ଲାଇନକୁ ମାନିଲେ ନାହିଁ। କେନ୍ଦୁଝର ନାଗରିକ ମଞ୍ଚର କିରଣ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସରକାର କେଉଁ ଉଦ୍ଦେଶ୍ୟରେ ଏତେ ବିପୁଳ ଅର୍ଥରାଶି ନିର୍ଦ୍ଦିଷ୍ଟ ତିନୋଟି ଜିଲ୍ଲାବାସୀଙ୍କ ଅର୍ଥ ଉଠାଇନେଲେ ସେ କଥା କେଉଁଠାରେ ସ୍ପଷ୍ଟ କରିନାହାଁନ୍ତି।

ଆଗାମୀ ଦିନରେ ଏହାକୁ ନେଇ ନ୍ୟାୟାଳୟରେ ମକଦ୍ଦମା କରାଯିବ ବୋଲି ବରିଷ୍ଠ ଆଡ଼ଭୋକେଟ ଶିବାନନ୍ଦ ରାୟ କହିଥିଲେ। ଶୈଳଜ ରବି ଆଶ୍ଚର୍ଯ୍ୟପ୍ରକଟ କରି ଏଭଳି ଘଟଣା କିଭଳି ଘଟୁଛି ବୋଲି କହିଥିଲେ? ସର୍ବୋଦୟ ମଣ୍ଡଳ ସମ୍ପାଦକ ରମାକାନ୍ତ ମଣ୍ଡଳ, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଓ ସହ ସଂଯୋଜକ ନିମାଇଁ ରାୟ ଆଗାମୀ ଦିନରେ କ୍ଷତିଗ୍ରସ୍ତ ତିନୋଟି ଜିଲ୍ଲାର ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁରେନ୍ଦ୍ରନାଥ ମହାରଣା, ନିରଞ୍ଜନ ପ୍ରଧାନ, କୃଷ୍ଣଚନ୍ଦ୍ର ବେହେରା, ମଧୁମିତା ସାମଲ, କଳ୍ପନା ମହାନ୍ତି, ଅପର୍ଣ୍ଣା ନାୟକ, ଭୁବନେଶ୍ୱର ଛାତ୍ର ସଂଗଠନ ସଭାପତି ଅମିତ ଜେନା, ଯଶୋବନ୍ତ ଦାସ, ସତ୍ୟଜିତ ମହାନ୍ତି, ଅମରଜିତ ସ୍ୱାଇଁ, ଅବିନାଶ ଦାସ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ଗୁପ୍ତଚର ମାମଲା: ଆସନ୍ତା ସପ୍ତାହରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ଆଜି ପ୍ରଧାନ ବିଚାରପତି ଏନ. ରମଣଙ୍କ ବେଞ୍ଚ ଆଗରେ ଏହି ପ୍ରସଙ୍ଗ ଉଠିଥିଲା। ଯାହା ଉପରେ ଆସନ୍ତା ସପ୍ତାହରେ ସେ ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ପେଗାସସ୍ ଗୁପ୍ତଚର ମାମଲାକୁ ନେଇ ସଂସଦର ଚଳିତ ମୌସୁମୀ ଅଧିବେଶନ ବାଧାପ୍ରାପ୍ତ ହୋଇଛି। ବିରୋଧୀ ଦଳ ଏହି ଘଟଣାକୁ ନେଇ ଉଭୟ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଉଛି। ସଂସଦ ଅଧିବେଶନ ଆରମ୍ଭ ହେବାର ସାତ ଦିନରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ବିରୋଧୀ ସାଂସଦଙ୍କ ଉତ୍ତେଜନା ଓ ବିରୋଧ ଯୋଗୁଁ ଅଧିକାଂଶ ସମୟ ଗୃହ କାର୍ଯ୍ୟ ବନ୍ଦ ରହୁଛି।

Categories
ଆଜିର ଖବର ଜାତୀୟ ଖବର

ପେଗାସସ୍ ଗୁପ୍ତଚର ମାମଲା: ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଦ୍ଵାରା ତଦନ୍ତ କରିବାକୁ ଦାବି

ନୂଆଦିଲ୍ଲୀ: ପେଗାସସ୍ ସ୍ପାଇୱେୟାର୍ (ପେଗାସସ୍ ସ୍ପାଇୱେୟାର୍ କେସ୍) ମାଧ୍ୟମରେ ଗୁପ୍ତଚର ମାମଲା ସାମ୍ନାକୁ ଆସିବା ପରେ ବିରୋଧୀ ମାନେ କ୍ରମାଗତ ଭାବେ ସରକାରଙ୍କୁ ଆକ୍ରମଣ କରୁଛନ୍ତି। ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ସାଂସଦମାନେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି କରି ରାଜ୍ୟସଭା ଏବଂ ଲୋକସଭା ସ୍ଥଗିତ ରଖିବାକୁ ବାଧ୍ୟ କରିଥିଲେ। ବିରୋଧୀ ଗୁପ୍ତଚର ଦୁର୍ନୀତିର ତଦନ୍ତ ଦାବି କରୁଛନ୍ତି। ଏହି ସମୟରେ ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ଗଠନ କରି ଏହି ଘଟଣାର ତଦନ୍ତ ଦାବି କରିଛି।

ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ଏସଆଇଟି ସ୍ଥାପନ କରି ପେଗାସସ୍ ସ୍ପାଇୱେୟାର୍ ବିବାଦର ତଦନ୍ତ କରାଯିବା ଉଚିତ୍। ଦେଶର ଗୁରୁତ୍ୱପୂର୍ଣ୍ଣ ନେତା, ସାମ୍ବାଦିକ ଏବଂ ଅନ୍ୟମାନଙ୍କ ଫୋନ୍ ହ୍ୟାକ୍ ସାମ୍ନାକୁ ଆସିଛି। ଏହି ବିବାଦରେ ସୁପ୍ରିମ୍ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। ଯେଉଁ ମହିଳା ପୂର୍ବତନ ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ତାଙ୍କର ମଧ୍ୟ ଫୋନ୍ ହ୍ୟାକ୍ କରାଯାଇଥିଲା।

ସେ ଆହୁରି କହିଛନ୍ତି ଯେ, ଏହି ବିବାଦ ପ୍ରଥମେ ଏପ୍ରିଲରେ ଆସିଥିଲା ଏବଂ ପରେ ନଭେମ୍ବରରେ ରାଫାଲ ଚୁକ୍ତିରେ ଏକ କ୍ଳିନ ଚିଟ୍ ଦିଆଯାଇଥିଲା। ଏହି ସମଗ୍ର ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍। ଏହା ମଧ୍ୟ ଗୋପନୀୟତା ଉଲ୍ଲଂଘନ ମାମଲା। ଏହା ଏକ ସାଧାରଣ ମାମଲା ନୁହେଁ। ତେଣୁ କେବଳ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଏସଆଇଟି ଦ୍ଵାରା ଏହି ମାମଲାର ତଦନ୍ତ କରାଯିବା ଆବଶ୍ୟକ।

Categories
RathJatra ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁରୀ ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା ପ୍ରସଙ୍ଗ: ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରଂକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇନାହାନ୍ତି। କେବଳ ପୁରୀରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ପୁରୀ ବ୍ୟତିତ ଅନ୍ୟ ସ୍ଥାନରେ ରଥଯାତ୍ରା କରିବା ପାଇଁ ଦାବି ହେଉଥିଲା। ଏନେଇ ଓଡିଶା ଉଚ୍ଚ ନ୍ୟାୟଳୟରେ ଏକ ଆବେଦନ କରାଯାଇଥିଲା। ହେଲେ ଓଡିଶା ଉଚ୍ଚ ନ୍ୟାୟଳୟ ଏହାର ଶୁଣାଣି କରି କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ତେବେ ଏହାକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ଏହାର ବିଚାର କରି ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସହିତ ସହମତ ହୋଇଛନ୍ତି। ଫଳରେ ଅନ୍ୟ ସହରରେ ରଥଯାତ୍ରା ଅନୁଷ୍ଠିତ କରାଇବା ଲାଗି ହୋଇଥିବା ଆବେଦନ ଖାରଜ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର

କରୋନାରେ ମୃତକଙ୍କ ପରିବାରକୁ ଦିଆଯାଉ କ୍ଷତିପୂରଣ: ୬ ସପ୍ତାହରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସହାୟତା ରାଶି ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ କେତେ ଦିଆଯିବ, ତାହା ଅଦାଲତ ସ୍ଥିର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେ ଲାଗି କେନ୍ଦ୍ର ସରକାର ସ୍ଥିର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତଙ୍କୁ କେନ୍ଦ୍ର ସରକାର ଜଣାଇଦେଇଛନ୍ତି।

ତେବେ କେନ୍ଦ୍ର ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ ରାଶି ନିର୍ଣ୍ଣୟ କରିପାରିବେ ବୋଲି କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ ସରକାର କ୍ଷତିପୂରଣ ସ୍ଥିର କରିପାରିବ। ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ୬ ସପ୍ତାହ ସମୟ ଦେଇଛନ୍ତି। ସେପଟେ କୋଭିଡ ସହ ଜଡିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ସହ ପୂର୍ବରୁ ଦିଆଯାଇଥିବା ପ୍ରମାଣପତ୍ର ଗୁଡ଼ିକର ସଂଶୋଧନ କରାଯିବା ଉଚିତ ବୋଲି କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁଲାଇ ୩୧ ତାରିଖ ସୁଦ୍ଧା ‘ୱାନ ନେସନ, ୱାନ ରାସନ କାର୍ଡ’ ଲାଗୁ କରିବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ‘ୱାନ ନେସନ, ୱାନ ରାସନ କାର୍ଡ’ ଯୋଜନା ପାଇଁ ଡେଡଲାଇନ ଦିଆଯାଇଛି। ଜୁଲାଇ ୩୧ ତାରିଖ ସୁଦ୍ଧା ୱାନ ନେସନ, ୱାନ ରାସନ କାର୍ଡ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ର ସରକାରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନଆଇସି ସହ ପରାମର୍ଶ କରି ସ୍ଵତନ୍ତ୍ର ପୋର୍ଟାଲ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟ କହିଛନ୍ତି। ଏହି ପୋର୍ଟାଲରେ ପ୍ରବାସୀ ଏବଂ ଅଂସଗଠିତ ଶ୍ରମିକଙ୍କୁ ପଞ୍ଜୀକରଣ କରିବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ପୋର୍ଟାଲରେ ପଞ୍ଜୀକୃତ କରାଯାଇ ଜୁଲାଇ ୩୧ ତାରିଖ ସୁଦ୍ଧା ଏହି ଯୋଜନାକୁ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସମୟସୀମା ଯେପରି ବୃଦ୍ଧି ହେବ ନାହିଁ, ସେଥିଲାଗି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

କରୋନାଜନିତ ମୃତ୍ୟୁ ପାଇଁ ଦେଇହେବନି ୪ ଲକ୍ଷ: ଶେଷ ହୋଇଯିବ ଏସଡିଆରଏଫ ଟଙ୍କା, ସୁପ୍ରିମକୋର୍ଟରେ ଉତ୍ତର ରଖିଲା କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ରଖିଛି। କରୋନାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ୪-୪ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛି।

ଆବେଦନକାରୀଙ୍କ କହିବା ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ୨୦୧୫ ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟୀ ଦ୍ଵାରା ଗାଇଡଲାଇନ ଜାରି କରାଯାଇ ବିପର୍ଯ୍ୟୟ ସମୟରେ ମୃତ ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରାବଧାନ ଅଛି। ତେଣୁ ଏହି ଆଧାରରେ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବା ଉଚିତ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ ଜଣାଇଥିଲେ।

ହେଲେ ଏହାର ଉତ୍ତର ରଖି କେନ୍ଦ୍ର ସରକାର କହିଛି ଯେ, ଏହି ନିୟମ କେବଳ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ଲାଗୁ ହେବ। ଯଦି କରୋନାରେ ଏହି ଟଙ୍କା ଖର୍ଚ୍ଚ କରାଯିବ, ତେବେ ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠିର ସବୁ ଅର୍ଥ ଶେଷ ହୋଇଯିବ। ଫଳରେ ବିପର୍ଯ୍ୟୟ ସମୟରେ ଅର୍ଥର ଅଭାବ ଦେଖାଯିବ। ବର୍ତ୍ତମାନ କରୋନା ମହାମାରୀ ସମୟରେ ଅର୍ଥର ଆବଶ୍ୟକ ହେଉଛି ବୋଲି ସରକାର ପକ୍ଷରୁ ସୁପ୍ରିମକୋର୍ଟରେ ଉତ୍ତର ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୁଲାଇ ୩୧ ତାରିଖ ସୁଦ୍ଧା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳ: ଜାଣନ୍ତୁ କେମିତି ହେବ ମୂଲ୍ୟାୟନ

ନୂଆଦିଲ୍ଲୀ: ଜୁଲାଇ ୩୧ ତାରିଖ ସୁଦ୍ଧା ସିବିଏସଇ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଏକ ଫର୍ମୁଲା ପ୍ରସ୍ତୁତ କରାଯାଇଛି। ଦଶମ ଏବଂ ଏକାଦଶ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ହେବ। ମୂଲ୍ଯାୟାନ ସମୟରେ ଦଶମ ଏବଂ ଏକାଦଶ ପରୀକ୍ଷା ଫଳର ୩୦ ପ୍ରତିଶତ ନମ୍ବରକୁ ବିଚାର କରାଯିବାକୁ ଥିବା ବେଳେ ଦ୍ଵାଦଶର ପ୍ରି-ବୋର୍ଡ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ବିଚାରକୁ ନିଆଯିବ। ଏନେଇ ଆଜି ସୁପ୍ରିମକୋର୍ଟଙ୍କୁ ସିବିଏସଇ ବୋର୍ଡ ଅବଗତ କରାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଅମ୍ଳଜାନ ଯୋଗାଣ ତଦାରଖ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ହେଲା ଜାତୀୟ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ୪ ଲକ୍ଷ ଉପରେ ରହିଛି। ଅନେକ ରାଜ୍ୟରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ଏବଂ ଅମ୍ଳଜାନର ଅଭାବ ଦେଖାଦେଇଛି। ଏହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଥିଲେ। ତେଣୁ ଦେଶରେ ଅମ୍ଳଜାନ ବଣ୍ଟନ ତଦାରଖ କରିବା ଲାଗି ସୁପ୍ରିମକୋର୍ଟ ଆଜି ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏଥିରେ ୧୨ ଜଣ ସଦସ୍ୟ ରହିବେ। ବୈଜ୍ଞାନିକ, ଯୁକ୍ତିସଙ୍ଗତ ଏବଂ ନ୍ୟାୟସଙ୍ଗତ ଆଧାରରେ ଜାତୀୟ ଟାସ୍କ ଫୋର୍ସ ରାଜ୍ୟଗୁଡିକୁ ଅମ୍ଳଜାନ ଯୋଗାଣ ପାଇଁ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରିବେ।

Categories
ଆଜିର ଖବର ଜାତୀୟ ଖବର

ଫଳାଫଳ ପରେ ବିଜେପି ଉପରେ ବର୍ଷିଲେ ମମତା: ନିର୍ବାଚନ କମିଶନରଙ୍କ ବିରୋଧରେ ଯିବେ ସୁପ୍ରିମକୋର୍ଟ

କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭୋଟ ଗଣତିରେ ୨୦୦ ରୁ ଉର୍ଦ୍ଧ୍ଵ ଆସନରେ ଟିଏମସି ଆଗୁଆ ଚାଲିଛି। ଟିଏମସିର ଏହି ଫଳାଫଳକୁ ଦେଖି ମମତା ବାନାର୍ଜୀ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି।

ମମତା କହିଛନ୍ତି ଯେ, କେନ୍ଦ୍ରର ଅନେକ ପ୍ରୟାସ ପରେ ମଧ୍ୟ ଆମେ ବଡ ବିଜୟ ହାସଲ କରିବାକୁ ଯାଉଛୁ। ଏହା ବଙ୍ଗଳା ଏବଂ ବଙ୍ଗଳା ଲୋକଙ୍କର ବିଜୟ ଅଟେ। ବଙ୍ଗଳା ଲୋକ ଦେଶକୁ ବଞ୍ଚେଇ ଦେଇଛନ୍ତି। ଆମେ ଦ୍ଵିଶତକ ହାସଲ କରିବୁ ବୋଲି ଆଶା ରଖିଥିଲୁ। ଆମେ କହିଥିଲୁ ‘ଖେଲା ହୋବେ’, ଶେଷରେ ଏହା ହେଲା ଏବଂ ଆମେ ବିଜୟ ଲାଭ କଲୁ। ଏଥିପାଇଁ ବଙ୍ଗଳାର ସମସ୍ତ ଜନତାଙ୍କୁ ଧନ୍ୟବାଦ ଦେଉଛି। ବର୍ତ୍ତମାନ କୋଭିଡ ରୋକିବା ଦିଗରେ କାମ ଆରମ୍ଭ କରିବି। କରୋନା ସଂକ୍ରମଣ ଯୋଗୁଁ ଶପଥ ସମାରୋହକୁ ଛୋଟ କରାଯିବ।

ଅପରପକ୍ଷେ ନନ୍ଦିଗ୍ରାମ ବିଧାନସଭା ଆସନର ଫଳାଫଳ ଆସିବା ପରେ ମମତା ବାନାର୍ଜୀ ନିର୍ବାଚନ କମିଶନର ଉପରେ ଅଭିଯୋଗ ଆଣିଛନ୍ତି। ଏହି ଫଳାଫଳ ପାଇଁ ନିର୍ବାଚନ କମିଶନ ବିରୋଧରେ ସେ ସୁପ୍ରିମକୋର୍ଟର ଦ୍ଵାରସ୍ତ ହେବେ ବୋଲି କହିଛନ୍ତି। ଏହି ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ୧୯୫୭ ଭୋଟରେ ମମତାଙ୍କୁ ପରାସ୍ତ କରିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କରୋନାକୁ ନେଇ ସାମାଜିକ ଗଣମାଧ୍ୟମରେ କୌଣସି ସୂଚନା ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ବଡ ଆଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ, ବେଡ୍, ଔଷଧକୁ ନେଇ କୌଣସି ପୋଷ୍ଟ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ନାଗରିକ ଦ୍ଵାରା କରାଯାଉଥିବା କରୋନା ସୂଚନା ପୋଷ୍ଟ ଉପରେ କୌଣସି ସରକାର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଗୁଜବ ପ୍ରସାର କରୁଥିବା କହି ଯଦି କୌଣସି ନାଗରିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ, ତେବେ ଅଦାଲତ ଅବମାନନା କେସ ରୁଜ୍ଜୁ କରାଯିବ ବୋଲି କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଡିଜିପିଙ୍କୁ ସୁପ୍ରିମକୋର୍ଟ କଡା ଆଦେଶ ଦେଇଛନ୍ତି।

ସମଗ୍ର ଦେଶରେ ଲୋକେ ଏକ ବଡ ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ନାଗରିକମାନେ ତାଙ୍କର ସମସ୍ୟା ସାମାଜିକ ଗଣମାଧ୍ୟମରେ ଜଣାନ୍ତି, ତେବେ ସେଭଳି ସୂଚନା ଉପରେ କଟକଣା ଜାରି କରିବା ଉଚିତ୍ ନୁହେଁ। ଏହି ମହାମାରୀ ସମୟରେ ସେମାନଙ୍କ ଅଭିଯୋଗ ଶୁଣିବା ଉଚିତ୍। ଆଜି ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ଏନେଇ ଗୁରୁତ୍ବାରୋପ କରିବା ସହ ସମସ୍ତ ସରକାର ଏବଂ ଡିଜିପିଙ୍କୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଆଦେଶ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶପଥ ଗ୍ରହଣ କଲେ ନବନିଯୁକ୍ତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ନେଭି ରମନା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଅଗଷ୍ଟ ୨୬ ତାରିଖ ୨୦୨୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧୀଶ ଏନଭି ରମନା ଦାୟିତ୍ଵରେ ରହିବେ।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ଘଟଣା: ସିବିଆଇ ତଦନ୍ତ ନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ତେବେ ଏହି ମାମଲା ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବରେ ଶୁଣାଣି କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖ ଦିନ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ଆହତ ହୋଇଥିଲେ। ଟିଏମସି ପକ୍ଷରୁ ବିଜେପି ଆକ୍ରମଣ କରିଥିବା ନେଇ ସେହି ସମୟରେ ଅଭିଯୋଗ ହୋଇଥିଲା। ତିନି ଜଣ ଆଇନଜୀବୀ ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଦେଶରେ ସ୍ଵତନ୍ତ୍ର, ନିରପକ୍ଷ ଏବଂ ପାରଦର୍ଶୀ ନିର୍ବାଚନ କରିବା ତଥା ଭବିଷ୍ୟତରେ ଏଭଳି ଘଟଣାର ଯାଞ୍ଚ ପାଇଁ ମାର୍ଗଦର୍ଶିକା ତିଆରି କରିବା ପାଇଁ ଏହି ଯାଚିକାରେ ସେମାନେ ଉଲ୍ଲେଖ କରିଛନ୍ତି। ଯାହା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା: କଟକ ଫ୍ୟାମିଲି କୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ/ଭୁବନେଶ୍ଵର: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଫ୍ୟାମିଲି କୋର୍ଟରେ ହେବ। ଏହି ମାମଲାର ଶୁଣାଣି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହେବା ପାଇଁ ଅନୁଭବ ମହାନ୍ତି ଆବେଦନ କରିଥିଲେ। ବର୍ଷା ପ୍ରିୟଦର୍ଶନୀ ଏହାକୁ ବିରୋଧ କରି ଏହି ମାମଲାକୁ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ତେବେ ଆଜି ସୁପ୍ରିମକୋର୍ଟ ଏହାକୁ କଟକର ଫ୍ୟାମିଲି କୋର୍ଟ ସ୍ଥାନାନ୍ତର ପାଇଁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷାଙ୍କ ଓକିଲ କୃଷ୍ଣା କୁମାର ଏନେଇ ଆଜି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କୋଟିଆରେ ନିର୍ବାଚନ ପ୍ରସଙ୍ଗ: ଆନ୍ଧ୍ରପ୍ରଦେଶକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଭୁବନେଶ୍ବର: କୋଟିଆରେ ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ଜବାବ ତଲବ କରିଛନ୍ତି। ଏନେଇ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ନୋଟିସ କରିଛନ୍ତି। ଏହି ପ୍ରସଙ୍ଗରେ ଆନ୍ଧ୍ରର ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ।

କୋଟିଆର ତିନୋଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଛି। ଏନେଇ ଓଡିଶା ସରକାର ବିରୋଧ କରିବା ସହ ଆନ୍ଧ୍ର ୧୯୬୮ ମସିହାର ଅଦାଲତ ଅବମାନନା କରୁଥିବା ନେଇ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲା। ଏହି ମାମଲାରେ ତ୍ଵରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଓଡିଶା ସରକାର ଅନୁରୋଧ କରିଥିଲା।

ତେବେ ଆଜି ଏହାର ଶୁଣାଣି କରି ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଶୁକ୍ରବାର ଦିନ ଏହାର ପରବର୍ତ୍ତୀ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Categories
ଆଜିର ଖବର

କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ: ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି

ଭୁବନେଶ୍ବର: ଓଡ଼ିଶାର କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଦୀର୍ଘ ଦିନ ଧରି ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗିରହିଛି। ଏହା ଭିତରେ ଓଡିଶାର କୋଟିଆରେ  ଆନ୍ଧ୍ର ପ୍ରଦେଶ ନିଜର ପଞ୍ଚାୟତ ନିର୍ବାଚନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ରାଜ୍ୟ ସରକାର ବିରୋଧ କରିବା ସହ ଏନେଇ ସୁପ୍ରିମକୋର୍ଟରେ ଦ୍ଵାରସ୍ଥ ହୋଇଥିଲା।

ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ସୁପ୍ରିମକୋର୍ଟଙ୍କୁ ଓଡିଶା ସରକାର ଦର୍ଶାଇଥିଲା। ଏହାର ତ୍ଵରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟକୁ ରାଜ୍ୟ ସରକାର ଅନୁରୋଧ କରିଥିଲା। ତେବେ ଏହାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ କରାଯିବ ବୋଲି ସୂଚନା ରହିଛି।

Categories
ଆଜିର ଖବର ଜାତୀୟ ଖବର

କୃଷି ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ କମିଟିରୁ ନିଜକୁ ଅଲଗା କଲେ ଭୁପିନ୍ଦର ସିଂହ ମାନ

ନୂଆଦିଲ୍ଲୀ: କୃଷି ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ। ଏହି କମିଟିରେ ଭାରତୀୟ କୃଷକ ୟୁନିଅନର ଅଧ୍ୟକ୍ଷ ଭୁପିନ୍ଦର ସିଂହ ମାନ ସଦସ୍ୟ ଥିଲେ। କିନ୍ତୁ ସେ ଆଜି ସେହି କମିଟିର ସଦସ୍ୟ ପଦରୁ ନିଜକୁ ଅଲଗା କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଭୁପିନ୍ଦର ସିଂହ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଏହି କମିଟିର ସଦସ୍ୟ ମନୋନୀତ କରିଥିବାରୁ ଆନ୍ଦୋଳନ କରୁଥିବା କୃଷକମାନେ ବିରୋଧ କରୁଥିଲେ। ସେମାନଙ୍କ କହିବା ମୁତାବକ, ଭୁପିନ୍ଦର ପ୍ରଥମରୁ ଏହି ତିନି ଆଇନକୁ ସମର୍ଥନ କରନ୍ତି। ତେଣୁ ସେ କେବେ କୃଷି ଆନ୍ଦୋଳନକୁ ସମର୍ଥନ କରିବେ ନାହିଁ। ବରଂ ସେ ସରକାରଙ୍କ ନୂତନ ଆଇନକୁ ସମର୍ଥନ କରିବେ।

ତେବେ ଏହି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଭୁପିନ୍ଦର ସିଂହ ମାନ ଏକ ଚିଠି ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଏହି ଚିଠିରେ ଲେଖିଛନ୍ତି ଯେ, କୃଷକ ଓ ସଂଗଠନର ନେତା ହୋଇଥିବା କାରଣରୁ କୃଷକଙ୍କ ଭାବନା ଜାଣି ପାରୁଛି। ମୁଁ ଆମର କୃଷକଙ୍କ ସ୍ଵାର୍ଥ ବିରୋଧରେ କେବେ ଯାଇପାରିବି ନାହିଁ, ସେଥିପାଇଁ ମତେ କେତେ ବଡ ପଦବୀ ମିଳୁନା କାହିଁକି। ମତେ କୋର୍ଟ ଦ୍ଵାରା ଦିଆଯାଇଥିବା ଦାୟିତ୍ଵକୁ ମୁଁ ତୁଲାଇବାରେ ଅସମର୍ଥ ହେଉଛି। ତେଣୁ ମୁଁ ଏହି ପଦବୀରୁ ନିଜକୁ ଅଲଗା କରୁଛି।