Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତା ଫେବ୍ରୁଆରି ୧୧ରୁ ଦ୍ୱାରକାସ୍ଥିତ ଯଶୋଭୂମିରେ ଅନୁଷ୍ଠିତ ହେବ ଆଇଇଡବ୍ଲ୍ୟୁ, ପେଟ୍ରୋଲିୟମ ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଆଜି ଏକ କାର‌୍ୟ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଭାରତ ସରକାର ଭାରତରେ ହାଇଡ୍ରୋକାର୍ବନ ଶିଳ୍ପର ଅପଷ୍ଟ୍ରିମ୍, ମିଡଷ୍ଟ୍ରିମ୍ ଏବଂ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ଐତିହାସିକ ସଂସ୍କାର ଆଣିଛନ୍ତି।

ଅଶୋଧିତ ତୈଳ ଯୋଗାଣର ବିବିଧତା, ଗ୍ୟାସ ମୂଲ୍ୟ ସଂସ୍କାର ଏବଂ ନୋ-ଗୋ କ୍ଷେତ୍ର ଖୋଲିବା ସମେତ ଏହି ସଂସ୍କାରଗୁଡ଼ିକ ଭାରତ ପାଇଁ ଏକ ସ୍ଥାୟୀ, ସୁଲଭ ଏବଂ ସୁରକ୍ଷିତ ଶକ୍ତି ଭବିଷ୍ୟତ ସୃଷ୍ଟି କରିବାର ଲକ୍ଷ୍ୟ ବୋଲି ଶ୍ରୀ ପୁରୀ କହିଛନ୍ତି। ତୈଳ କ୍ଷେତ୍ର ନିୟନ୍ତ୍ରଣ ଓ ବିକାଶ (ଓଆରଡି) ଆଇନରେ ସଂଶୋଧନ ଏବଂ ବିଶୋଧନାଗାର କ୍ଷମତା ବୃଦ୍ଧି ଓ ପେଟ୍ରୋଲରେ ଇଥାନଲ ମିଶ୍ରଣ ବୃଦ୍ଧି ପାଇଁ ପ୍ରୟାସ ଉପରେ ମନ୍ତ୍ରୀ ଆଲୋକପାତ କରିଥିଲେ।

“ଡିଜିଟାଲ ଆଡଭାନ୍ସଡ କମ୍ପାନୀ ଅଫ ଦି ଇୟର”, “ସଷ୍ଟେନବ୍ଲି ଗ୍ରୋଇଙ୍ଗ କର୍ପୋରେଟ ଅଫ ଦି ଇୟର”, “ଇନୋଭେଟର ଅଫ ଦି ଇୟର” ଏବଂ “ବେଷ୍ଟ ଷ୍ଟାର୍ଟଅପ୍ ଇନ ଦ ଏନର୍ଜି ସେକ୍ଟର” ସମେତ ୨୦ରୁ ଅଧିକ ପୁରସ୍କାର ବର୍ଗରେ ଉତ୍କର୍ଷତା, ଉଦ୍ଭାବନ ଏବଂ ନେତୃତ୍ୱକୁ ସମ୍ମାନିତ କରୁଥିବା ଏଫ୍ଆଇପିଆଇ ତୈଳ ଏବଂ ଗ୍ୟାସ ପୁରସ୍କାର ସମାରୋହକୁ ସମ୍ବୋଧିତ କରି ମନ୍ତ୍ରୀ ଏହା କହିଛନ୍ତି।

ଉଭୟ ପୁରୁଷ ଓ ମହିଳା ବର୍ଗରେ ‘ୟଙ୍ଗ ଆଚିଭର୍ସ ଅଫ୍ ଦି ଇୟର’ ଭଳି ଉଲ୍ଲେଖନୀୟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି କାର‌୍ୟ୍ୟକ୍ରମରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ପର‌୍ୟ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଗୋପୀ, ଏମଓପିଏନଜି ସଚିବ ଶ୍ରୀ ପଙ୍କଜ ଜୈନ ଏବଂ ବିଭିନ୍ନ ତୈଳ/ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସିଏମଡିମାନେ ଉପସ୍ଥିତ ଥିଲେ ।

ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ସମ୍ପର୍କରେ ଶ୍ରୀ ପୁରୀ କହିଥିଲେ ଯେ ତିନି ବର୍ଷର ରେଫରେନ୍ସ ଅବଧି ମଧ୍ୟରେ ତୈଳ ଦର ହ୍ରାସ ଭଳି ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିରେ ଏହା ସ୍ପଷ୍ଟ ହୋଇଛି ଏବଂ ଏହା ହାସଲ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ ହୋଇପାରିଛି । ଭାରତରେ ଏଲପିଜି ସିଲିଣ୍ଡର ମୂଲ୍ୟ ସମଗ୍ର ବିଶ୍ୱରେ ସର୍ବନିମ୍ନ, ପିଏମୟୁୱାଇ ପରିବାର ପାଇଁ ଦିନକୁ ୬ ଟଙ୍କା ଏବଂ ଅଣ-ପିଏମୟୁୱାଇ ପରିବାର ପାଇଁ ଦିନକୁ ୧୪ ଟଙ୍କା ପର‌୍ୟ୍ୟନ୍ତ ଖର୍ଚ୍ଚ ହେଉଛି ।

୨୦୧୪ରେ ୨୧୫ ଏମଏମଟିପିଏ ଥିବା ବିଶୋଧନାଗାର କ୍ଷମତାକୁ ୨୦୨୪ରେ ୨୫୬.୮ ଏମଏମଟିପିଏକୁ ବୃଦ୍ଧି କରାଯିବା ସହ ୨୦୨୮ ସୁଦ୍ଧା ୩୧୦ ଏମଏମଟିପିଏ ଲକ୍ଷ୍ୟ ରଖାଯାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଏହାବ୍ୟତୀତ ଭାରତ ୨୦୩୦ ସୁଦ୍ଧା ଏହାର ଅନୁସନ୍ଧାନ କ୍ଷେତ୍ରକୁ ୧ ନିୟୁତ ବର୍ଗ କିଲୋମିଟରକୁ ବୃଦ୍ଧି କରିବା ଦିଗରେ ଗତି କରୁଛି ଏବଂ ୨୦୨୫ ସୁଦ୍ଧା ଏହା ୧୬% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ପେଟ୍ରୋଲରେ ଇଥାନଲ ମିଶ୍ରଣ କୁ ୨୦୧୪ରେ ୧.୫୩% ରୁ ୨୦୨୪ରେ ୧୬% କୁ ବୃଦ୍ଧି କରିବାରେ ସରକାରଙ୍କ ସଫଳତା ଉପରେ ଶ୍ରୀ ପୁରୀ ଆଲୋକପାତ କରିଥିଲେ ଏବଂ ଆସନ୍ତା ବର୍ଷ ଏହା ୨୦% ରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଉପଲବ୍ଧି ବ୍ରାଜିଲ ପରେ ଜୈବ ଇନ୍ଧନ ମିଶ୍ରଣକ୍ଷେତ୍ରରେ ଭାରତକୁ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ କରିଛି । ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ (ସିଜିଡି) କଭରେଜର ସମ୍ପ୍ରସାରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା, ୨୦୨୪ରେ ୧୦୦% ସିଜିଡି ଅଞ୍ଚଳ କଭରେଜ୍ ଆଶା କରାଯାଉଥିଲା, ଯାହା ୨୦୧୪ରେ ମାତ୍ର ୫.୫% ଥିଲା ।

ସରକାରୀ ପଦକ୍ଷେପ ଏବଂ ନିବେଶକଙ୍କ ଆତ୍ମବିଶ୍ୱାସ ଯୋଗୁଁ ଡିପଟେକ୍ ଷ୍ଟାର୍ଟ-ଅପ୍ ଗୁଡ଼ିକର ବୃଦ୍ଧି ସହିତ ଭାରତର ଶକ୍ତି କ୍ଷେତ୍ର ଦ୍ରୁତ ଗତିରେ ବିକଶିତ ହେଉଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ। ଭାରତୀୟ ଉଦ୍ୟୋଗୀମାନେ ଗତ ପାଞ୍ଚ ବର୍ଷ ମଧ୍ୟରେ ଡିପଟେକ୍ ରେ ୧,୪୦୦ରୁ ଅଧିକ ପେଟେଣ୍ଟ ଦାଖଲ କରିଛନ୍ତି ଏବଂ ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ବର୍ତ୍ତମାନ ୧ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ଏବଂ ପାଖାପାଖି ୧୨୦ ୟୁନିକର୍ନ ସହିତ ବିଶ୍ୱର ତୃତୀୟ ବୃହତ୍ତମ ସଂସ୍ଥା ଭାବରେ ସ୍ଥାନ ପାଇଛି ।

ଏହି ଅବସରରେ ଶ୍ରୀ ପୁରୀ ଇଣ୍ଡିଆ ଏନର୍ଜି ୱିକ୍ (ଆଇଇଡବ୍ଲ୍ୟୁ) ୨୦୨୪ର ଦ୍ଵିତୀୟ ସଂସ୍କରଣକୁ ସଫଳ କରିଥିବାରୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ ଇଣ୍ଡିଆ ଏନର୍ଜି ୱିକ୍ (ଆଇଇଡବ୍ଲ୍ୟୁ) ୨୦୨୪-୨୫ର ପରବର୍ତ୍ତୀ ସଂସ୍କରଣ ଆସନ୍ତା ଫେବ୍ରୁଆରି ୧୧ରୁ ୧୪ ତାରିଖ ପର‌୍ୟ୍ୟନ୍ତ ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଯଶୋଭୂମିଠାରେ ଅନୁଷ୍ଠିତ ହେବ।

ଶ୍ରୀ ପୁରୀ ଆଲୋକପାତ କରିଥିଲେ ଯେ ଆଇଇଡବ୍ଲୁ ଦ୍ରୁତ ଗତିରେ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଶକ୍ତି ପ୍ଲାଟଫର୍ମରେ ପରିଣତ ହୋଇଛି, ଯାହା ବ୍ୟବସାୟରେ ଲକ୍ଷ ଲକ୍ଷ ଡଲାର ଆକୃଷ୍ଟ କରିଛି ଏବଂ ବିଶ୍ୱବ୍ୟାପୀ ଶକ୍ତି ପେସାଦାରମାନଙ୍କ ପାଇଁ ନିଜକୁ ନୂତନ ମିଟିଂ ପଏଣ୍ଟ ଭାବରେ ପ୍ରତିଷ୍ଠିତ କରିଛି ।

ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଉପଭୋକ୍ତା ଭିତ୍ତିଭୂମି ବୃଦ୍ଧି ଏବଂ ଅନୁକୂଳ ନିବେଶ ପରିବେଶ ଯୋଗୁଁ ମାତ୍ର ଦୁଇ ବର୍ଷ ମଧ୍ୟରେ ଭାରତୀୟ ଶକ୍ତି ସପ୍ତାହ ବିଶ୍ୱ ଶକ୍ତି କ୍ୟାଲେଣ୍ଡରରେ ନିଜର ସ୍ଥାନ ସୁଦୃଢ଼ କରିଛି। ଶ୍ରୀ ପୁରୀ ଦର୍ଶାଇଥିଲେ ଯେ ଭାରତର ଶକ୍ତି କ୍ଷେତ୍ର ଏହାର ଉଦ୍ଭାବନ ଏବଂ ସମ୍ଭାବନା ପାଇଁ କ୍ରମଶଃ ସ୍ୱୀକୃତି ପ୍ରାପ୍ତ ହେଉଛି ।

ଆଗାମୀ ଆଇଇଡବ୍ଲ୍ୟୁ ୨୦୨୫ର ମୁଖ୍ୟ ଆକର୍ଷଣ ବିଷୟରେ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଏଥିରେ ୭୦୦ରୁ ଅଧିକ ପ୍ରଦର୍ଶକ, ୧୦୫ ଟି ସମ୍ମିଳନୀ ଏବଂ ୭୦,୦୦୦ରୁ ଅଧିକ ପ୍ରତିନିଧିଙ୍କୁ ଆକୃଷ୍ଟ କରାଯିବ।୨୦୨୪ ସଂସ୍କରଣରେ ୬୦୦ରୁ ଅଧିକ ପ୍ରଦର୍ଶକ ଏବଂ ୪୫ଟି ରଣନୈତିକ ଓ ୪୬ଟି ବୈଷୟିକ ସମ୍ମିଳନୀ ଅଂଶଗ୍ରହଣ କରିଥିଲେ।

ଆଇଇଡବ୍ଲ୍ୟୁ ୨୦୨୫ ମଧ୍ୟ ୧୦+ ଦେଶର ପ୍ୟାଭିଲିୟନ ଆୟୋଜନ ପାଇଁ ବିସ୍ତାର କରିବ, ଯାହା ଭାରତର ଶକ୍ତି ଇକୋସିଷ୍ଟମର ବିଶ୍ୱସ୍ତରୀୟ ମହତ୍ତ୍ୱକୁ ଆହୁରି ପ୍ରଦର୍ଶିତ କରିବ। ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଆହ୍ୱାନ ଦେଇଥିଲେ ଯେ ଆଇଇଡବ୍ଲୁ ୨୦୨୫କୁ କେବଳ ଏକ ସମ୍ମିଳନୀ ନୁହେଁ, ବରଂ ଏକ ସବୁଜ, ସ୍ମାର୍ଟ ଏବଂ ଅଧିକ ସହନଶୀଳ ଶକ୍ତି ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ଏକ ଅଭିଯାନ ଭାବରେ ଗ୍ରହଣ କରନ୍ତୁ ।

ଶକ୍ତି ଆତ୍ମନିର୍ଭରଶୀଳତା ଦିଗରେ ଭାରତର ଅଗ୍ରଗତିକୁ ସୁଦୃଢ଼ କରୁଥିବା ଉଲ୍ଲେଖନୀୟ ଅବଦାନ ପାଇଁ ମନ୍ତ୍ରୀ ପୁରସ୍କାର ବିଜେତା ଏବଂ ମନୋନୀତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର

“ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ବିଶ୍ୱର ସର୍ବବୃହତ ସ୍ୱେଚ୍ଛାକୃତ ଉଦ୍ୟମ ହୋଇପାରିବ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: “ଏକ ତାରିଖ, ଏକ ଘଣ୍ଟା, ଏକ ସାଥ୍” ଆହ୍ୱାନ ସ୍ୱତନ୍ତ୍ର ଭାବେ କଠୋର ସଫେଇ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ସ୍ୱେଚ୍ଛାକୃତଭାବେ ସଫେଇ ବା ପରିଚ୍ଛନ୍ନତା କାମ କରିବାକୁ ଏହା ଏକ ଆହ୍ୱାନ। ଏହା ଶପଥ ନେବା, ରଙ୍ଗୋଲି ପ୍ରତିଯୋଗିତା, ପ୍ଲଗ ରନ୍, ୱାଲ ପେଣ୍ଟିଂ ନୁକ୍କଡ ନାଟକ ମଧ୍ୟ ନୁହେଁ। ଦେଶର ସଫେଇ କାମ ପାଇଁ କେବଳ ନିରୋଳା ଶ୍ରମଦାନ କରିବାକୁ ଏହା ଉଦ୍ଦିଷ୍ଟ” ବୋଲି କେନ୍ଦ୍ର ଆବାସ, ସହରାଞ୍ଚଳ ବିକାଶ, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୦୫ତମ “ମନ୍ କି ବାତ୍” ଅଧ୍ୟାୟରେ ଏକ ତାରିଖରେ ଏକ ଘଣ୍ଟା ପାଇଁ ମିଳିତଭାବେ ସଫେଇ ନିମନ୍ତେ ଶ୍ରମ ଦାନ କରିବାକୁ ଆହ୍ୱାନ ଜଣାଇଥିଲେ। ଆସନ୍ତା ଅକ୍ଟୋବର ଏକ ତାରିଖରେ ଦେଶର ସବୁ ଲୋକ ନିର୍ଦ୍ଧାରିତ ସମୟରେ ମିଳିତଭାବେ ଏକଘଣ୍ଟା ସଫେଇ ପାଇଁ ଶ୍ରମଦାନ କରିବାକୁ ସେ ଅନୁରୋଧ କରିଥିଲେ। ଅକ୍ଟୋବର ଦୁଇ ତାରିଖ ବାପୁଙ୍କ ଜୟନ୍ତୀ। ତାହାର ଅବ୍ୟବହିତ ପୂର୍ବରୁ ସମ୍ମିଳିତ ସ୍ୱେଚ୍ଛାକୃତ ଶ୍ରମଦାନ କରି ବାପୁଜୀଙ୍କ ପ୍ରତି ସ୍ୱଚ୍ଛାଞ୍ଜଳି ଅର୍ପଣ କରିବାକୁ ପ୍ରଧାନମନ୍ତ୍ରୀ “ମନ କି ବାତ୍’ରେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଦେଶର ବିଭିନ୍ନ ବର୍ଗର ଲୋକ ଏକାଠି ହୋଇ ବଜାର, ରେଳପଥ, ଜଳାଶୟ, ପର୍ଯ୍ୟଟନସ୍ଥଳ, ଉପାସନା ପୀଠ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥଳରେ ପ୍ରକୃତ ସଫେଇ କାମ କରିବାକୁ ଏହି ବୃହତ ସ୍ୱଚ୍ଛତା ଅଭିଯାନ ଉଦ୍ଦିଷ୍ଟ।

‘ସ୍ୱଚ୍ଛତା ହିଁ ସେବା’ ସମ୍ପର୍କରେ ଆଜି ଗଣମାଧ୍ୟମ ସହିତ ଆଲୋଚନା କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ଦେଶର ଉଭୟ ସହର ଓ ଗ୍ରାମାଞ୍ଚଳରେ ୬.୪ ଲକ୍ଷ ସ୍ଥାନକୁ ସାମୁହିକ ଶ୍ରମଦାନ ପାଇଁ ପୋଷ୍ୟଭାବେ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରେଳପଥ, ରେଳଷ୍ଟେସନ, ବିମାନବନ୍ଦର, ମାର୍କେଟସ୍ଥଳ, ଜାତୀୟ ଓ ରାଜ୍ୟ ରାଜପଥ, ଜଳାଶୟ, ନଦୀ, ଗାଧୁଆ ତୁଠ, ବସ୍ତି, ଗଳାପୋଲ, ସାହିବସ୍ତିର ଗଳି, ପର୍ଯ୍ୟଟନ ସ୍ଥଳୀ, ଉପାସନା ପୀଠ, ବସ୍ଷ୍ଟାଣ୍ଡ, ଟୋଲ ପ୍ଲାଜା, ଚିଡିଆଖାନା, ଗୋଶାଳା, ବଣ୍ୟପ୍ରାଣୀ ରହୁଥିବା ସ୍ଥାନ, ସମୁଦ୍ରକୂଳ, ବେଳାଭୂମି, ବନ୍ଦର, ଆବାସିକ ଅଞ୍ଚଳ, ଅଙ୍ଗନବାଡି, ସ୍କୁଲ ଓ କଲେଜ ଏବଂ ଏହାର ଚତୁପାଶ୍ୱର୍କୁ ଅଳିଆ ଆବର୍ଜନାରୁ ମୁକ୍ତ କରାଯିବ।

ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ପୌରସଂସ୍ଥା, ସହର, ଗ୍ରାମପଞ୍ଚାୟତ, ମନ୍ତ୍ରଣାଳୟ, ମନ୍ତ୍ରିମଣ୍ଡଳ ଆଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ଅକ୍ଟୋବର ୧ତାରିଖରେ ଲୋକେ ଏକାଠି ହୋଇ ସେହିଦିନ ପୂର୍ବାହ୍ନ ୧୦ଘଟିକା ସମୟରେ ମିଳିତ ଶ୍ରମଦାନ ମାଧ୍ୟମରେ ଏସବୁ ସଫେଇ କାମ କରିବେ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସ୍ୱଚ୍ଛତା ହିଁ ସେବା-ସିଟିଜେନ ପୋର୍ଟାଲ https://swachhatahiseva.com/.ରେ ସବିଶେଷ ସୂଚନା ଉପଲବ୍ଧ। ଏହି ପୋର୍ଟାଲକୁ ଦେଖି ନାଗରିକ ନିକଟବର୍ତ୍ତୀ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ସେମାନେ ମଧ୍ୟ ଶ୍ରମଦାନକାଳୀନ ଫଟୋ ଉଠାଇ ପୋର୍ଟାଲରେ ଅପ୍ଲୋଡ କରି ସ୍ୱଚ୍ଛତାଦୂତ ଭାବେ କାମ କରିପାରିବେ। ମନ୍ତ୍ରୀ ଶ୍ରୀ ପୁରୀ ଗଣମାଧ୍ୟମକୁ ଆହୁରି କହିଛନ୍ତି ଯେ ଅନେକ ଆବାସିକ କଲ୍ୟାଣ ସଂଘ ଅକ୍ଟୋବର ପହିଲାରେ ସ୍ୱେଚ୍ଛାକୃତ ଶ୍ରମଦାନ କରିବାକୁ ନିଜ ନିଜର ସମ୍ମତି ଜଣାଇଛନ୍ତି। ସେମାନଙ୍କର ସଂଖ୍ୟା ପ୍ରାୟ ଏକ ଲକ୍ଷ।

ସେହିଭଳି ଗ୍ରାମାଞ୍ଚଳରେ ଲୋକମାନେ ୩୫ହଜାର ଅଙ୍ଗନବାଡି କେନ୍ଦ୍ରକୁ ସ୍ୱଚ୍ଛତା କ୍ଷେତ୍ରରେ ପୋଷ୍ୟ କରିବାକୁ ଆଗେଇ ଆସିଛନ୍ତି। ଏହା ବ୍ୟତୀତ ଏନ୍ଜିଓ, ବ୍ୟବସାୟୀ ଓ ବଜାର ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ବାଣିଜ୍ୟିକ ସଂଘ, ଘରୋଇ କ୍ଷେତ୍ର ସେଦିନ ୨୨ହଜାର ବଜାର, ୧୦ହଜାର ଜଳାଶୟ, ପ୍ରାୟ୭୦୦୦ ବସ୍ଷ୍ଟାଣ୍ଡ/ ଟେଲ ପ୍ଲାଜା, ପ୍ରାୟ ୧୦୦୦ ଗୋଶାଳା, ପାଖାପାଖି ୩୦୦ ପ୍ରାଣୀ ଉଦ୍ୟାନ ଓ ଅନ୍ୟାନ୍ୟ ସ୍ଥାନରେ ମିଳିତ ସଫେଇ ପାଇଁ ଶ୍ରମଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଫଳରେ ଅକ୍ଟୋବର ପହିଲାରେ ଦେଶର ଉଭୟ ସହରାଞ୍ଚଳରେ ଏକ ବୃହତ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ତିନିବାହିନୀର ଯବାନମାନେ ବେସାମରିକ ଲୋକଙ୍କ ସହିତ ମିଶି ସଫେଇ ଅଭିଯାନ କରିବେ ବୋଲି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି। ସେମାନେ ରେଳପଥ, ଷ୍ଟେସନ, ଐତିହ୍ୟ ଭବନ, ଦୁର୍ଗ, ପାହାଚଯୁକ୍ତ କୂଅ, ଜାତୀୟ ରାଜପଥର ବିିଭିନ୍ନ ଅଂଶ ଯାହା ଅପରିଷ୍କାର ପ୍ରବଣ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରି ତାହାର ସଫାସୁତୁରା ଦାୟିତ୍ୱ ବୁଝିବେ। ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଓ ଅନ୍ୟାନ୍ୟ ସ୍ଥାନୀୟ କମିଟି ତଥା ସଂଗଠନ ମଧ୍ୟ ଏହି ସଫେଇ ଅଭିଯାନରେ ସାମିଲ ହେବାକୁସମ୍ମତି ପ୍ରଦାନ କରିଛନ୍ତି। ସୁଦର୍ଶନ ପଟ୍ଟନାୟକ ଓ ଆଫରୋଜ ଶାହାଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ନେତୃତ୍ୱରେ ବେଳାଭୂମି ଅଞ୍ଚଳରେ ସଫେଇ କାମ କରାଯିବ। ଅକ୍ଟୋବର ପହିଲାରେ ଗୋଷ୍ଠୀ ଓ ସର୍ବସାଧାରଣ ଶୌଚାଳୟଗୁଡିକରେ ସଫେଇ କାମ କରିବାକୁ ସୁଲଭ ଇଣ୍ଟର ନେଶନାଲ ସମ୍ମତି ପ୍ରଦାନ କରିଛି।

ମନ୍ତ୍ରୀ ହରଦୀପ ସିଂହ ପୁରୀ ଆହୁରି କହିଛନ୍ତି ଯେ ଦେଶର ସଂଗ୍ରହାଳୟ, କୀର୍ତ୍ତିରାଜି ଓ ଦୁର୍ଗଗୁଡିକରେ ପରିଚ୍ଛନ୍ନତା ପାଇଁ ଅନେକ ସଂଗଠନ ଆଗେଇ ଆସିଛନ୍ତି। ସ୍କୁଲ ଓ କଲେଜରେ ସ୍ୱଚ୍ଛତା ଅଭିଯାନ ପାଇଁ ସେଦିନ ମାତା ଅମୃତାନନ୍ଦମୟୀଙ୍କ ଆମ୍ମା ଫାଉଣ୍ଡେସନ ସ୍ୱେଚ୍ଛାକୃତ ଶ୍ରମଦାନ କରିବ। ପ୍ରଦୀପ ସଙ୍ଗୱାନଙ୍କ ହିଲିଂ ହିମାଳୟଜ୍ ସଂସ୍ଥା ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ସଫେଇରେ ଭାଗ ନେବ। ସେହିଭଳି ଇସକାନ ଓ ରାମକୃଷ୍ଣ ମଠ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜର ମଠ, ମନ୍ଦିର ଓ ଅନ୍ୟାନ୍ୟ ଦେବସ୍ଥାନରେ ସଫେଇ କରିବେ। ଏହି ଦୁଇ ସଂସ୍ଥା କେତେକ ଧର୍ମପୀଠର ସ୍ଥାୟୀ ସଫେଇ ଦାୟିତ୍ୱ ହାତକୁ ନେବ। ଏହା ବ୍ୟତୀତ ଫିକି. ସିଆଇଆଇ, କ୍ରେଡାଇ, ଶ୍ରୀ ସତ୍ୟସାଇ ଲୋକସେବା,ଲାୟନ୍ସ କ୍ଲବ, ରୋଟାରୀ କ୍ଲବ, ୟୁନିସେଫ, ଆଗା ଖାଁ ଫାଉଣ୍ଡେସନ ଆଦି ସଂସ୍ଥା ଅକ୍ଟୋବର ପହିଲା ସଫେଇ ଶ୍ରମଦାନରେ ସାମିଲ ହେଉଛନ୍ତି।

ରାଜ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଏକ ଲକ୍ଷ ସ୍ଥାନର ସଫେଇ ଦାୟିତ୍ୱ ହାତକୁ ନେଇଛି। ମହାରାଷ୍ଟ୍ର ସରକାର ୬୨ହଜାର, ମଧ୍ୟପ୍ରଦେଶ ୫୭ହଜାର, ଆନ୍ଧ୍ରପ୍ରଦେଶ ୪୦ହଜାର, ଗୁଜରାଟ ୩୫ହଜାର ସ୍ଥାନକୁ ସଫେଇ ପାଇଁ ଗ୍ରହଣ କରିଥିବା ଜଣାପଡିଛି। ଏହି ବୃହତ୍ ସ୍ୱଚ୍ଛତା ଅଭିଯାନରେ କେନ୍ଦ୍ରର କ୍ୟାବିନେଟ ମନ୍ତ୍ରୀଗଣ, ସାଂସଦ, ଅନେକ ମୁଖ୍ୟମନ୍ତ୍ରୀ, ମେୟର, ସହରାଞ୍ଚଳ ପରିଷଦ ଓ ରାଜନୀତିକ ନେତା ସାମିଲ ହେଉଛନ୍ତି।

ନୂଆଦିଲ୍ଲୀରେ ଏହି ସଫେଇ କାମ ଏନ୍ଏମ୍ଡିସି, ଆର୍ଟ ଅଫ ଲିଭିଂ ସଂସ୍ଥା ଓ ଚିନ୍ତନ ସଂସ୍ଥା କରିବେ । ସେମାନେ ରାଜଧାନୀର ବସ୍ତି ଅଞ୍ଚଳ ସମେତ ୫୦୦ସ୍ଥାନକୁ ସଫେଇ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିବେ।

୨୦୧୪ରେ, ନ’ବର୍ଷ ତଳେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ସମ୍ପର୍କରେ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକେ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନରେ ଅନୁପ୍ରାଣିତ ହୋଇ ପ୍ରଚଣ୍ଡ ଆଗ୍ରହ ଦେଖାଇ ସ୍ୱଚ୍ଛ ଭାରତକୁ ସଫଳ କରିଥିଲେ। ଏହା ଫଳରେ ସ୍ୱଚ୍ଛତା ଏକ ଜାତୀୟ ଚରିତ୍ର ଓ ସ୍ୱଚ୍ଛ ଭାରତ ମିଶନ ଏକ ପରିଚିତ ନାମରେ ପରିଣତ ହୋଇଥିଲା। ସେ କହିଛନ୍ତି ଯେ ଏବେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ “ଏକ ତାରିଖ, ଏକ ଘଣ୍ଟା ,ଏକ ସାଥ୍”ର ଯେଉଁ ଆହ୍ୱାନ ଦେଇଛନ୍ତି ତାହା ସଫେଇ ବା ସ୍ୱଚ୍ଛତା କ୍ଷେତ୍ରରେ ଦେଶର ନାଗରିକମାନଙ୍କୁ ସ୍ୱେଚ୍ଛାକୃତ ଶ୍ରମଦାନ ପାଇଁ ଅଦ୍ୱିତୀୟ ସୁଯୋଗ ଯୋଗାଇବ। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଏକ ସ୍ୱଚ୍ଛତର ଭାରତ ଗଠନରେ ବିଶ୍ୱରେ ସ୍ୱେଚ୍ଛାକୃତ ଶ୍ରମଦାନର ସର୍ବବୃହତ୍ ଉଦ୍ୟମ ହୋଇପାରେ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସ୍ୱଚ୍ଛତା ପଖୱାଡା- ସ୍ୱଚ୍ଛତା ହିଁ ସେବା (ଏସ୍ଏଚ୍ଏସ୍) ୨୦୨୩ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ପାନୀୟଜଳ ଓ ସ୍ୱଚ୍ଛତା ବିଭାଗ ପକ୍ଷରୁ ଆୟୋଜିତ ହେଉଛି, ଏଥିରେ ଅନ୍ୟାନ୍ୟ ମନ୍ତ୍ରଣାଳୟ ସାହାଯ୍ୟ ସହଯୋଗ ଯୋଗାଉଛନ୍ତି। ଏହି ପଖୱାଡା ବା ସପ୍ତାହ ସେପ୍ଟେମ୍ବର ୧୫ରେ ପଂଚା
ତ ରାଜ ଓ ଗ୍ରାମ ଉନ୍ନ୍ୟନ ମନ୍ତ୍ରୀ ଗିରିରାଜ ସିଂହ, ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ସହରାଞ୍ଚଳ ଓ ଆବାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ମିଳିତ ଭାବେ ଉଦ୍ଘାଟିତ ହୋଇଥିଲା। ଆଭାସୀ ବ୍ୟବସ୍ଥାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବୁ ଜିଲ୍ଲାର ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଅନ୍ୟାନ୍ୟ ଅଧିକାରୀମାନେ ଭାଗ ନେଇଥିଲେ।

୨୦୨୩ ସ୍ୱଚ୍ଛତା ପଖୱାଡାର ବିଷୟବସ୍ତୁ (ଥିମ୍) ହେଲା “ଆବର୍ଜନା ମୁକ୍ତ ଭାରତ ।” ଏହି ପଖୱାଡାରେ ଏଯାଏ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶର ୩୧କୋଟିରୁ ଅଧିକ ଲୋକ ସାମିଲ ହୋଇସାରିଲେଣି। ଏହା ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଲୋକେ ବିଭିନ୍ନ ସଫେଇ କାର୍ଯର୍୍ୟକ୍ରମରେ ସାମିଲ ହେବା ସହିତ ସ୍ୱଚ୍ଛ ସଚେତନତାର ବାର୍ତ୍ତା ପ୍ରଚାର କରୁଛନ୍ତି। ଏଥିରେ ର୍ୟାଲି, ନୁକ୍କଡ, ରଙ୍ଗୋଲି ପ୍ରତିଯୋଗିତା, ୱାର୍ଲ ଆର୍ଟ୍ସ, ବେଳାଭୂମି ସଫେଇ, ପର୍ଯ୍ୟଟନସ୍ଥଳର ପରିଷ୍କରଣ, ଜଳାଶୟ ସଫେଇ ଆଦି କାର୍ଯ୍ୟ କରାଯାଉଛି। ଏହି ସପ୍ତାହ ମଧ୍ୟରେ ଦେଶର ୫୦୦୦ ସର୍ବସାଧାରଣ ସ୍ଥଳ, ୧୦୦୦ ଅଳିଆ ପ୍ରବଣ ସ୍ଥାନ, ୫୦୦ରୁ ଅଧିକ ବେଳାଭୂମି, ୬୦୦ ଜଳାଶ୍ରୟ, ୩୦୦ରୁ ଅଧିକ ପର୍ଯ୍ୟଟନସ୍ଥଳୀକୁ ସଫା କରାଯାଇସାରିଲାଣି।

Categories
ଜାତୀୟ ଖବର ବିଶେଷ ଖବର

ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନ ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍ ଏବଂ ପାଞ୍ଚଟି ଭୂତଳ ରାସ୍ତା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସମନ୍ୱିତ ଟ୍ରାଞ୍ଜିଟ୍ କରିଡର ପ୍ରକଳ୍ପ ହେଉଛି ପ୍ରଗତି ମଇଦାନ ପୁନଃ ବିକାଶ ପ୍ରକଳ୍ପର ଏକ ଅଂଶବିଶେଷ । ଏହି କାର‌୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, ଶ୍ରୀ ହରଦୀପ ସିଂହ ପୁରୀ, ଶ୍ରୀ ସୋମ ପ୍ରକାଶ, ଶ୍ରୀମତୀ ଅନୁପ୍ରିୟା ପଟେଲ ଏବଂ ଶ୍ରୀ କୌଶଲ କିଶୋର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପକୁ କେନ୍ଦ୍ର ସରକାରଙ୍କ ଦିଲ୍ଲୀବାସୀଙ୍କୁ ଏକ ବଡ ଉପହାର ବୋଲି କହିଛନ୍ତି । ଟ୍ରାଫିକ୍ ସମସ୍ୟା ଏବଂ ମହାମାରୀ ଯୋଗୁଁ ପ୍ରକଳ୍ପ ସଂପୂର୍ଣ୍ଣ କରିବାରେ ଆହ୍ୱାନକୁ ସେ ସ୍ମରଣ କରିଥିଲେ । ସେ ଏହି କାର‌୍ୟ୍ୟ ସମାପ୍ତ କରିବା ପାଇଁ ନୂତନ ଭାରତର ନୂତନ କାର‌୍ୟ୍ୟ ସଂସ୍କୃତି ଏବଂ ଶ୍ରମିକ ଏବଂ ଯନ୍ତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ହେଉଛି ଏକ ନୂତନ ଭାରତ ଯାହା ସମସ୍ୟାର ସମାଧାନ କରିଥାଏ, ନୂତନ ପ୍ରତିଶ୍ରୁତି ଦେଇଥାଏ ଏବଂ ସେହି

ପ୍ରଗତି ମଇଦାନ କେନ୍ଦ୍ର ସରକାରଙ୍କ ଦ୍ୱାରା ବିକଶିତ ଆଧୁନିକ ଭିତ୍ତିଭୂମି ଦିଲ୍ଲୀର ଚିତ୍ର ବଦଳାଇ ଏହାକୁ ଆଧୁନିକୀକରଣ କରୁଛି । ଚିତ୍ରରେ ଏହି ପରିବୟର୍ତ୍ତନ ଭାଗ୍ୟ ପରିବର୍ତ୍ତନ କରିବାର ଏକ ମାଧ୍ୟମ ବୋଲି ସେ କହିଛନ୍ତି । ସାଧାରଣ ଲୋକଙ୍କ ପାଇଁ ସହଜ ଜୀବନ ଯାପନ ସକାଶେ ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଧ୍ୟାନ ଦିଆଯାଉଛି । ପରିବେଶ ସମ୍ବେଦନଶୀଳ ତଥା ଜଳବାୟୁ ସଚେତନ ଭିତ୍ତିଭୂମି ବିକାଶର ଆବଶ୍ୟକତାକୁ ସେ ଦୋହରାଇଛନ୍ତି ।

ଗତ ୮ ବର୍ଷ ମଧ୍ୟରେ ଦିଲ୍ଲୀ-ଏନସିଆରରେ ମେଟ୍ରୋ ସେବା ୧୯୩ କିଲୋମିଟରରୁ ୪୦୦ କିଲୋମିଟରକୁ ବୃଦ୍ଧି ପାଇଛି ଯାହାକି ଦୁଇ ଗୁଣରୁ ଅଧିକ । ମେଟ୍ରୋ ଏବଂ ସାଧାରଣ ପରିବହନ ବ୍ୟବହାର କରିବାର ଅଭ୍ୟାସ ବଢାଇବାକୁ ମୋଦୀ ଲୋକଙ୍କୁ କହିଛନ୍ତି । ସେହିଭଳି ପୂର୍ବ ଏବଂ ପଶ୍ଚିମ ପେରିଫେରାଲ୍ ଏକ୍ସପ୍ରେସୱେ, ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଦିଲ୍ଲୀର ନାଗରିକମାନଙ୍କୁ ବହୁତ ସାହାଯ୍ୟ କରିଛି । କାଶୀ ରେଳ ଷ୍ଟେସନରେ ନାଗରିକ ତଥା ଅନ୍ୟ ହିତାଧିକାରୀଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ମାନସିକତାରେ ଏକ ବଡ଼ ପରିବର୍ତ୍ତନ ଆସିଛି ଏବଂ ସେହି ପରିବର୍ତ୍ତନ ଅନୁଯାୟୀ କାର‌୍ୟ୍ୟ ଜାରି ରଖିବାକୁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି ।

ସେ ଦର୍ଶାଇଛନ୍ତି ଯେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ, ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ, ଦିଲ୍ଲୀ-ଅମୃତସର ଏକ୍ସପ୍ରେସୱେ, ଦିଲ୍ଲୀ-ଚଣ୍ଡିଗଡ଼ ଏକ୍ସପ୍ରେସୱେ ଏବଂ ଦିଲ୍ଲୀ-ଜୟପୁର ଏକ୍ସପ୍ରେସୱେ ଦିଲ୍ଲୀକୁ ବିଶ୍ୱର ସର୍ବୋତ୍ତମ ସଂଯୋଗକାରୀ ରାଜଧାନୀ ଭାବେ ପରିଣତ କରୁଛି । ସେ ମଧ୍ୟ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦିଲ୍ଲୀର ମିରଟ୍ ଦ୍ରୁତ ରେଳ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିବା ସହିତ ଦିଲ୍ଲୀର ପରିଚୟକୁ ଭାରତର ରାଜଧାନୀ ଭାବରେ ପରିଣତ କରୁଥିବା ଏବଂ ଏହା ଦ୍ୱାରା ବୃତ୍ତିଧାରୀ, ସାଧାରଣ ଲୋକ, ଛାତ୍ର, ଯୁବକ, ବିଦ୍ୟାଳୟ ଏବଂ ଅଫିସ୍ ଯାଉଥିବା ଲୋକେ, ଟ୍ୟାକ୍ସି ଅଟୋ ଡ୍ରାଇଭର ଏବଂ ବ୍ୟବସାୟୀ ଗୋଷ୍ଠି ଉପକୃତ ହେବେ ବୋଲି କହିଥିଲେ ।

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ସରକାର ଏତେ ବୃହତ ପରିମାଣରେ ସହରାଞ୍ଚଳ ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ସହରୀ ଗରିବ ଠାରୁ ଆରମ୍ଭ କରି ସହରୀ ମଧ୍ୟବିତ୍ତଙ୍କ ପର‌୍ୟ୍ୟନ୍ତ ସମସ୍ତଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ କାର‌୍ୟ୍ୟ କରାଯାଉଛି । ଗତ ୮ ବର୍ଷ ମଧ୍ୟରେ ସହରାଞ୍ଚଳର ୧ କୋଟିରୁ ୭୦ ଲକ୍ଷ ଗରିବ ଲୋକଙ୍କୁ ପକ୍କା ଘର ସୁନିଶ୍ଚିତ କରାଯାଇଛି ।

ମଧ୍ୟବିତ୍ତ ପରିବାରର ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ ସେମାନଙ୍କ ଘର ର୍ନିମାଣ ପାଇଁ ସହାୟତା ଦିଆଯାଇଛି । ଯଦି ସହରଗୁଡିକରେ ଆଧୁନିକ ସାଧାରଣ ପରିବହନ ଉପରେ ଧ୍ୟାନ ଦିଆଯାଏ, ତେବେ ସିଏନଜି ଆଧାରିତ ଗମନାଗମନ ଏବଂ ବୈଦ୍ୟୁତିକ ପରିବହନ ଭିତ୍ତିଭୂମିକୁ ମଧ୍ୟ ଅଗ୍ରାଧିକାର ମିଳିବ । କେନ୍ଦ୍ର ସରକାରଙ୍କ ଏଫଏଏମ୍‍ଇ ଯୋଜନା ଏହାର ଏକ ଉତ୍ତମ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗାଡିରୁ ଓହ୍ଲାଇ ଟନେଲରେ ଚାଲୁଥିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟନେଲରେ ଥିବା କଳାକୌଶଳ ଯୋଜନାବଦ୍ଧ କାର‌୍ୟ୍ୟଠାରୁ ଅଧିକ ମୂଲ୍ୟ ଯୋଗ କରିଛି ଏବଂ ଏହା ଏକ ଭରତ ଶ୍ରେଷ୍ଠ ଭାରତର ଏକ ମହାନ ଅଧ୍ୟୟନ କେନ୍ଦ୍ର ଅଟେ । ସେ କହିଛନ୍ତି, ବୋଧହୁଏ, ଏହା ଦୁନିଆର ସବୁଠୁ ଦୀର୍ଘ ଆର୍ଟ ଗ୍ୟାଲେରୀ ମଧ୍ୟରେ ଅଛି । ସେ ପରାମର୍ଶ ଦେଇଛନ୍ତି ଯେ ରବିବାର ଦିନ କିଛି ସମୟ ପାଇଁ ଏହି ଟନେଲକୁ କେବଳ ସ୍କୁଲ ପିଲା ଏବଂ ପଥଚାରୀଙ୍କ ପାଇଁ ଖୋଲା ରଖାଯିବା ଉଚିତ ଯାହାଦ୍ୱାରା କି କଳାକୌଶଳ ଏବଂ ଆବେଗକୁ ପ୍ରଶଂସା କରାଯାଇ ପାରିବ ।