Categories
ଆଜିର ଖବର ଜାତୀୟ ଖବର

ଆସାମ ନିର୍ବାଚନ ଅପଡେଟ: ଜେଲରେ ଥାଇ ବିଜେପି ପ୍ରାର୍ଥୀଙ୍କୁ ହରାଇଲେ ଅଖିଳ ଗୋଗୋଇ

ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ବିଜେପି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆସାମର ମୋଟ ୧୨୬ ଟି ଆସନ ମଧ୍ୟରୁ ବିଜେପି ୭୮ ଟି ଆସନରେ ଆଗରେ ଥିବା ବେଳେ କଂଗ୍ରେସ ୪୬ ଟି ଆସନ ଏବଂ ଅନ୍ୟ ଦଳ ୨ ଟି ଆସନରେ ଆଗୁଆ ଅଛି। ହେଲେ କିଛି ଆସନରେ ଭୋଟ ଗଣତି ଏବେ ବି ଚାଲିଥିବା ବେଳେ କିଛି ଆସନର ଫଳାଫଳ ମଧ୍ୟ ଘୋଷଣା ହୋଇସାରିଛି।

ତେବେ ଏହା ଭିତରେ ରାୟଜୋର ଦଳର ମୁଖ୍ୟ ତଥା ଆରଟିଆଇ କାର୍ଯ୍ୟକର୍ତ୍ତା ଅଖିଳ ଗୋଗୋଇ ଶିବସାଗର ଆସନରୁ ବିଜୟ ଲାଭ କରିଛନ୍ତି। ନାଗରିକତା ଆଇନ ବିରୋଧ ବେଳେ ହିଂସା କରିଥିବା ଅଭିଯୋଗରେ ଗୋଗୋଇଙ୍କୁ ଡ଼ିସେମ୍ବର ୨୦୧୯ ଠାରୁ ଗିରଫ କରାଯାଇଛି।

ବର୍ତ୍ତମାନ ସେ ଜେଲରେ ଅଛନ୍ତି। ତାଙ୍କୁ ୟୁଏପିଏ ମାମଲା ଅନୁଯାୟୀ ଗିରଫ କରାଯାଇଛି। ହେଲେ ସେ ଜେଲରେ ରହି ନିର୍ବାଚନ ଲଢୁଥିବା ବେଳେ ବିଜେପିର ସୁରଭୀ ରାଜକୁଂବରଙ୍କୁ ପରାସ୍ତ କରିଛନ୍ତି।