Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଦ୍ଵିତୀୟ ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ: ପଦାର୍ପଣ କରିବେ ଏହି ଦୁଇ ଖେଳାଳି

ମେଲବର୍ଣ୍ଣ: ପ୍ରଥମ ଟେଷ୍ଟରେ ଭାରତର ପରାଜୟ ପରେ ମେଲବର୍ଣ୍ଣରେ ହେବାକୁ ଦ୍ଵିତୀୟ ଟେଷ୍ଟ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଆଡିଲେଡ ଟେଷ୍ଟ ପରେ ଭାରତୀୟ ଅଧିନାୟକ ବିରାଟ କୋହିଲି ସ୍ଵଦେଶ ଫେରି ଆସିଥିବା ବେଳେ ଅଜିଙ୍କ୍ୟ ରାହେଣେ ଏହି ଟେଷ୍ଟରେ ଦଳର ଅଧିନାୟିକତ୍ଵ କରିବେ। ଉପ-ଅଧିନାୟକ ଭୂମିକାରେ ଚେତେଶ୍ଵର ପୂଜାରା ପଡିଆକୁ ଓହ୍ଲାଇବେ।

ତେବେ ଭାରତୀୟ ଦଳ ଆସନ୍ତାକାଲିର ଟେଷ୍ଟ ପାଇଁ ପ୍ଲେଇଙ୍ଗ ଏକାଦଶ ଘୋଷଣା କରାଯାଇଛି। ଶୁଭମନ ଗିଲ୍ ଏବଂ ମହମ୍ମଦ ସିରାଜ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ୱିକେଟ କିପର ଦାୟିତ୍ଵ ଋଷଭ ପନ୍ତ ସମ୍ବାଳିବେ। ସେହିପରି ଆହତ ହୋଇ ପ୍ରଥମ ଟେଷ୍ଟରେ ବିଶ୍ରାମ ନେଇଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଏହି ଟେଷ୍ଟ ଖେଳିବାକୁ ସୁଯୋଗ ପାଇବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ଟେଷ୍ଟର ପରାଜୟ ପରେ ଭାରତୀୟ ଦଳ ଏହି ଶୃଙ୍ଖଳରେ ଅଷ୍ଟ୍ରେଲିଆ ଠାରୁ ୧-୦ ରେ ପଛରେ ଅଛି। ଶୃଙ୍ଖଳକୁ ଫେରିବାକୁ ହେଲେ ଏହି ମ୍ୟାଚରେ ଅଜିଙ୍କ୍ୟ ନେତୃତ୍ଵାଧୀନ ଭାରତୀୟ ଦଳକୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ଦ୍ବିତୀୟ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଏକାଦଶ:

ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଚେତେଶ୍ବର ପୂଜାରା (ଉପ ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ,  ହନୁମନ ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ଆର ଅଶ୍ବିନ, ଉମେଶ ଯାଦବ, ଜସପ୍ରୀତ ବୁମରାହ, ମହମ୍ମଦ ସିରାଜ।