Categories
ବିଶେଷ ଖବର

ରଣପୁରରେ ରାଜନୈତିକ ଉଷ୍ମତା: ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ମୁହାଁମୁହିଁ

ରଣପୁର: ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ସବୁବେଳେ କୌଣସି ନା କୌଣସି ଘଟଣାକୁ ନେଇ ରାଜନୈତିକ କନ୍ଦଳ ଲାଗି ରହିଥିବା ଦେଖିବାକୁ ମିଳିଥାଏ। କିନ୍ତୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ରାଜନୈତିକ ଉଷ୍ମତା ଲାଗି ରହିଛି। ଚଳିତ ନିର୍ବାଚନରେ ରଣପୁର ବ୍ଲକ ଅଧ୍ୟକ୍ଷ ପଦକୁ ନେଇ କଡା ଟକ୍କର ହେଇଥିଲା।

ବିଜେଡିରୁ ପ୍ରଭାତ ଦଳ ବେହେରା ଲଢେଇ କରୁଥିଲା ବେଳେ ବେଜିପିରୁ ନିର୍ମଳା ବେହେରା ଲଢେଇ କରିଥିଲେ। କିନ୍ତୁ ବିଜେପି ପ୍ରାର୍ଥୀନୀ ନିର୍ମଳା ବେହେରା ବ୍ଲକ ଅଧ୍ୟକ୍ଷ ପଦକୁ ହାତେଇ ନେଇଥିଲେ। ପରେ ବିଜେଡି ପ୍ରାର୍ଥୀ ପ୍ରଭାତ ଦଳବେହେରା ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ବ୍ଲକ ଅଧ୍ୟକ୍ଷ ପଦ ବିଜେପି ହାତେଇ ନେଇଥିଲା ବେଳେ ଉପାଧ୍ୟକ୍ଷ ପଦ ବିଜେଡି ଅକ୍ତିଆର କରି ନେଇଥିଲା। ତେଣୁ ରଣପୁର ବ୍ଲକରେ ସବୁବେଳେ ରାଜନୈତିକ ଉଷ୍ମତା ଲାଗି ରହିଥିବା ଦେଖିବାକୁ ମିଳିଥାଏ।

ଗତକାଲି ଅର୍ଥାତ ସୋମବାର ଦିନ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା କାହାକୁ ନ ଜଣାଇ ବ୍ଲକର ଏବିଡ଼ିଓଙ୍କ କାର୍ଯ୍ୟାଳୟକୁ ନିଜେ ଅକ୍ତିଆର କରି ନେଇଥିବା ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଅଭିଯୋଗ କରିଥିଲେ। ବ୍ଲକ ଅଧ୍ୟକ୍ଷାଙ୍କ କହିବା ଅନୁଯାୟୀ ପଞ୍ଚାୟତ ସମିତିର ବିନା ଅନୁମୋଦନରେ ଓ ବିଡ଼ିଓଙ୍କ ଅଜ୍ଞାତରେ ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା ଅକ୍ତିଆର କରି ନେଇଛନ୍ତି। ଏହା ଏକ ନିନ୍ଦନୀୟ ଘଟଣା ବୋଲି ବ୍ଲକ ଅଧ୍ୟକ୍ଷା କହିଛନ୍ତି। ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଅଧ୍ୟକ୍ଷା ଦାବି କରିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ଉଷ୍ମତା ଲାଗି ରହିଛି।

ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରାଙ୍କୁ ଏ ବିଷୟରେ ପଚାରିବାରେ କୁହନ୍ତି ବ୍ଲକ ଉପାଧ୍ୟକ୍ଷ ବ୍ଲକ ସମିତି କିମ୍ବା ବିଡ଼ିଓଙ୍କୁ ନ ଜଣାଇ ଏବିଡ଼ିଓଙ୍କ ପ୍ରକୋଷ୍ଠକୁ ଅକ୍ତିଆର କରିଛନ୍ତି, ଯାହାକି ନିୟମ ବିରୋଧୀ କାର୍ଯ୍ୟ ଅଟେ। ବ୍ଲକ ଅଧ୍ୟକ୍ଷ ବିଡ଼ିଓଙ୍କୁ ପଚାରିବାରେ ମୋତେ କେହି ଅବଗତ କରି ନାହାନ୍ତି ବୋଲି ବିଡ଼ିଓ କହିଥିଲେ। ବ୍ଲକ ଉପାଧ୍ୟକ୍ଷଙ୍କୁ ପଚାରିବାରୁ ସେ କୁହନ୍ତି ଏହା ଏକ ରାଜନୈତିକ ଚକ୍ରାନ୍ତ। ବ୍ଲକ ବିଡ଼ିଓ ଜ୍ୟୋତି ପ୍ରକାଶ ସେଠିଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।