Categories
ଆଜିର ଖବର ରାଜ୍ୟ ଖବର

କଞ୍ଚା ଲଙ୍କାର ନୂଆ ୱେବ୍ ସିରିଜ “ଅନେଶ୍ବତ ରାଣୀ ରାଜା”

ଭୁବନେଶ୍ବର: ଲୋକପ୍ରିୟ ଓଡ଼ିଆ ଓଟିଟି ‘କଞ୍ଚା ଲଙ୍କା’ ରେ ‘ଅନେଶ୍ବତ ରାଣୀ ରାଜା’ ପମ୍ ପମ୍ ପମ୍ ସିରିଜ୍ ଡିସେମ୍ବର ୨ ରୁ ଆରମ୍ଭ ହୋଇଯାଇଛି।

ଏହି କାହାଣୀଟି ଏକ ଯୁବକର। ଯେ ସୋସିଆଲ ମିଡିଆ ଜରିଆରେ ଝିଅମାନଙ୍କ ସହ ବନ୍ଧୁତା ସ୍ଥାପନ କରି, ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କ ସହିତ ଶାରିରିକ ସମ୍ପର୍କ ଓ ତାଙ୍କ ପାଖରୁ ଟଙ୍କା ନେବାକୁ ଚେଷ୍ଟା କରେ। ଦୁଇଜଣ ଝିଅ ଏବଂ ଜଣେ ବିବାହିତା ମହିଳାଙ୍କୁ ନେଇ ସେ ଯାହା ସବୁ ଅସୁବିଧାର ସମ୍ମୁଖୀନ ହୁଏ ତାହା କାହାଣୀର ବିଷୟବସ୍ତୁ। କଞ୍ଚା ଲଙ୍କାର ଏହି ୱେବ୍ ସିରିଜରେ ପପୁ ପମ୍ ପମ୍, ଅଙ୍କିତା, ପାୟଲ ଓ ଶୁଶ୍ରୀ ସହିତ ଅନେକ କଳାକାର ଅଭିନୟ କରିଛନ୍ତି।

ପ୍ରଯୋଜକ ସଙ୍ଗୀତା ଶତପଥୀ ଓ ସହ ପ୍ରଯୋଜକ ଭାବରେ ପ୍ରଦୀପ କୁମାର ସ୍ୱାଇଁ ଏହି ୱେବ୍ ସିରିଜରେ ରମେଶ ରାଉତ ନିର୍ଦ୍ଦେଶନା ଦେଇଛନ୍ତି। ପପୁ ପମପମଙ୍କ କାହାଣୀ ଓ ପରିକଳ୍ପନା ସହ ରୂପସାଗର ଏହାର ସଂଳାପ ଲେଖିଛନ୍ତି। ରଞ୍ଜନ ଖଟେଇ ଏହାର ସମ୍ପାଦନା କରିଛନ୍ତି।

ପୂର୍ବରୁ ରିଲିଜ ହୋଇଥିବା ଅନେକ ୱେବ୍ ସିରିଜ ପରି ଏହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି କଞ୍ଚାଲଙ୍କାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ କହିଛନ୍ତି।