Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଅବସର ଘୋଷଣା: ୨୦୨୨ ହେବ ଅନ୍ତିମ ଋତୁ

ନୂଆଦିଲ୍ଲୀ: ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଅବସର ଘୋଷଣା କରିଛନ୍ତି। ୨୦୨୨ ତାଙ୍କର ଶେଷ ଋତୁ ହେବ ଏବଂ ଏହା ପରେ ସେ ଅବସର ନେବେ। ବାର୍ତ୍ତମାନ ସାନିଆ ଅଷ୍ଟ୍ରେଲିୟ ଓପନରେ ଭାଗ ନେବାକୁ ଯାଇଛନ୍ତି। ସେଠାରେ ସେ ଏହା ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଓପନରେ ପ୍ରଥମ ମ୍ୟାଚରେ ସାନିଆଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପରାଜୟ ପରେ ସେ କହିଛନ୍ତି ଯେ, ଏହି ଋତୁ ପରେ ସେ ଅବସର ପାଇଁ ଯୋଜନା କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଋତୁରେ ଖେଳିବାକୁ ସକ୍ଷମ ହେବେ କି ନାହିଁ, ମୁଁ କହିପାରିବି ନାହିଁ।

ସାନିଆ କହିଛନ୍ତି ଯେ, ମୁଁ ଟେନିସ୍ କୋର୍ଟକୁ ଫେରିବା, ଫିଟ୍ ହେବା, ଓଜନ ହ୍ରାସ କରିବା ଏବଂ ମାତା, ନୂତନ ମାତାମାନଙ୍କ ପାଇଁ ଯଥାସମ୍ଭବ ସେମାନଙ୍କ ସ୍ୱପ୍ନକୁ ଅନୁସରଣ କରିବା ପାଇଁ ଏକ ଉତ୍ତମ ଉଦାହରଣ ସୃଷ୍ଟି କରିବାକୁ ମୁଁ ବହୁତ ପରିଶ୍ରମ କରିଛି।

ଉଲ୍ଲେଖ ଯୋଗ୍ୟ ଯେ, ସାନିଆ ତାଙ୍କ କ୍ୟାରିୟରରେ ୬ ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ସାନିଆ ମିର୍ଜା ମଧ୍ୟ ୨୦୧୬ରେ ଅଷ୍ଟ୍ରେଲିୟ ଓପନର ମହିଳା ଡବଲ୍ସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଏହା ବ୍ୟତୀତ ମିଶ୍ରିତ ଡବଲ୍ସରେ ସାନିଆ ୨୦୦୯ ରେ ଅଷ୍ଟ୍ରେଲିୟ ଓପନ୍, ୨୦୧୨ ରେ ଫ୍ରେଞ୍ଚ ଓପନ୍ ଏବଂ ୨୦୧୪ ରେ ୟୁଏସ୍ ଓପନ୍ ଜିତିଛନ୍ତି। ଅବଶ୍ୟ ସାନିଆଙ୍କ ଅବସର ଟେନିସର ଏକ ଯୁଗର ସମାପ୍ତ ହେବ।