Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ୍‌ ଫତ୍ତାହ ଏଲ-ସିସି ଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି।

ଉଭୟ ନେତା ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହି ଅଞ୍ଚଳ ତଥା ବିଶ୍ୱ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।

ଉଭୟ ନେତା ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ୍ ବାସୀଙ୍କ ପାଇଁ ଭାରତର ବିକାଶ ଭାଗିଦାରୀ ଏବଂ ମାନବୀୟ ସହାୟତା ଉପରେ ଆଲୋକପାତ କରିଥିଲେ।

ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏବଂ ମାନବିକ ସହାୟତା ଯୋଗାଇ ଦେବା ଉପରେ ଉଭୟ ନେତା ସହମତ ହୋଇଥିଲେ।