Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ସ୍ତରର ଫିଲ୍ମଉତ୍ସବରେ ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

କୃଷ୍ଣଚନ୍ଦ୍ର ସୁଆଁସିଆ
ହିଞ୍ଜିଳିକାଟୁ : ସାରା ବିଶ୍ବରେ କରୋନା ମହାମାରୀ ସଂପୂର୍ଣ୍ଣ ଜୀବନଜୀବିକାକୁ ପ୍ରଭାବିତ କରିଦେଇଛି । ଯାହା ଫଳରେ ମଣିଷର ଦୈନନ୍ଦିନ କାର୍ଯ୍ୟ ଶୈଳୀରେ ବେଶ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାକି ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ କୁମାର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚିତ୍ର ଅଭିଳାଷ ଜାତୀୟ ସ୍ତରର ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଛି । ଏହି ଚଳଚିତ୍ରଟି ପଶ୍ଚିମବଙ୍ଗର ଲକଡାଉନ ଅନଲାଇନ ଫିଲ୍ମ ଫେଷ୍ଟିଭଲ କମିଟି ଦ୍ୱାରା ମନୋନୀତ ହୋଇ ଜାତୀୟସ୍ତର ଚଳଚିତ୍ର ମହୋତ୍ସବକୁ ମନୋନୀତ ହୋଇଛି । ନୃତ୍ୟମ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସ ଏହି ଡକ୍ୟୁମେଣ୍ଟାରୀରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

କ୍ୟାମେରାମେନ ଟି. ଶ୍ରୀନିବାସ ଦାସ,ରବି ସାହୁ ଓ ଗୋପାଳ ମହାନ୍ତି ଏହି ଚଳଚିତ୍ରକୁ ଖୁବ ନିଖୁଣ ଭାବରେ ଚିତ୍ରତ୍ତୋଳନ କରି ବିଚାରକ ମଣ୍ଡଳୀକୁ ଆକୃଷ୍ଟ କରିଛନ୍ତି । ଏହି ଚଳଚିତ୍ରର ନିର୍ମାଣରେ ରଂଜନ କୁମାର ସାହୁ ସହ ନିର୍ଦ୍ଦେଶନା କରିଥିଲେ । ନିର୍ମାଣ କାର୍ଯ୍ୟରେ ସୋମନାଥ ବେହେରା, ପ୍ରଭାତ ମହାରଣା, ଚିମନ ସାହୁ, କେଶବ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।