Categories
ଆଞ୍ଚଳିକ

୨୪ ତମ ମା ଅଁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ଅରାଙ୍ଗ ଓ କଲ୍ୟାଣ ପୁର ବିଜୟୀ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଟାଙ୍ଗିଆପଡା ପଞ୍ଚାୟତ ଅନ୍ତର୍ଗତ ଉଇଲକିଶନ ନଗର ଗ୍ରାମରେ ୨୪ ତମ ମା ଅଁଳାଇ କର୍କ ବଲ କ୍ରିକେଟ ତୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ୪ ଟି ଦଳକୁ ନେଇ ଦୁଇଟି ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ପ୍ରଥମେ କୁମାରବସ୍ତ ବ୍ୟାଟିଂ କରି ୧୫ ଓଭରରେ ୯ ଉଇକେଟ ବିନିମୟରେ ୨୦୬ ରନ ସଂଗ୍ରହ କରିଥିଲା। କୁମାରବସ୍ତ ଦଳ ପକ୍ଷରୁ ଶ୍ରଦ୍ଧାକର ପାତ୍ର ୧୯ ବଲରୁ ୬୦ ରନ ସଂଗ୍ରହ କରିଥିଲେ ଏବଂ ଅରାଙ୍ଗ ଦଳ ପକ୍ଷରୁ ଶୁଭ୍ରଜିତ ମହାଭୋଇ ୩ ଓଭର ବୋଲିଂ କରି ୨୭ ରନ ଦେଇ ଗୋଟିଏ ଉଇକେଟ ପାଇଥିଲେ।

ଜବାବରେ ଅରାଙ୍ଗ ଦଳ ୨୦୭ ରନର ବିଜୟ ଲକ୍ଷ କୁ ନେଇ ୧୩.୪ ଓଭର ରେ ୬ ଉଇକେଟ ହରାଇ ବିଜୟ ହାସଲ କରିନେଇଥିଲେ। ଅରାଙ୍ଗ ପକ୍ଷରୁ ତୋଫାନ ବେହେରା ୩୪ ବଲରୁ ଅପରାଜିତ ୮୪ ରନ ଏବଂ ଆଶୁତୋଷ ବେହେରା ୧୩ ବଲରୁ ଅପରାଜିତ ୫୧ ରନ କରି ଦଳକୁ ବିଜୟୀ କରାଇଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ କଲ୍ୟାଣପୁର ଓ ଗୁଡୁମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗୁଡୁମ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୮ ଉଇକେଟ ହରାଇ ୧୬୪ ରନ କରିଥିଲେ।

ଜବାବରେ କଲ୍ୟାଣପୁର ଦଳ ୯.୫ ଓଭର ଖେଳି ଆବଶ୍ୟକ ୧୬୫ ରନ କରି ବିଜୟୀ ହୋଇଥିଲେ।

ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମକୁ ପୂର୍ବତନ ୱାର୍ଡ ସଭ୍ୟ ତଥା ସମାଜସେବୀ ତୁଷାରକାନ୍ତ ବିଶ୍ଵାଳ, ପୂର୍ବତନ ନାଏବ ସରପଞ୍ଚ ଆକାଶ କୁମାର ବିଶ୍ଵାଳ, ହିମାଂଶୁ ବରାଳ, ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।

ସେହିପରି ଭାଷ୍ୟକାର ଭାବେ କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ନାଟୁଆ ଦାୟିତ୍ୱ ତୁଲାଇଥିବା ବେଳେ ଜିତେନ୍ଦ୍ର ସ୍ୱାଇଁ, ସୁଶାନ୍ତ ନାଟୁଆ ଅତିଥି ରୁପେ ଯୋଗ ଦେଇଥିଲେ।

ଆଜିର ଖେଳକୁ ଚନ୍ଦ୍ରକାନ୍ତ ବିଶ୍ଵାଳ ଏବଂ ତୁଷାରକାନ୍ତ ସୁନ୍ଦରାୟ ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ୱରେ ଥିଲେ ଜିତେନ୍ଦ୍ର ବିଶ୍ଵାଳ।

ଅନ୍ୟ ମାନଙ୍କ ମଧ୍ୟରେ ଏହି ଟୁର୍ଣ୍ଣାମେଣ୍ଟକୁ ସାଗର ବଳିୟାରସିଂ, ସୂର୍ଯ୍ୟକାନ୍ତ ସାମନ୍ତରାୟ, ଆଲୋକ ପ୍ରଧାନ, କବି ପ୍ରଧାନ, ଧର୍ମେନ୍ଦ୍ର ବିଶ୍ଵାଳ, ସୁମିତ ବିଶ୍ଵାଳ, ବବୁଲ ପ୍ରଧାନ,ରାଜୀବ ବିଶ୍ଵାଳ, ଅରୁଣ ପ୍ରଧାନ, ଶୁଭ୍ରାଂଶୁ ଶେଖର ସୁନ୍ଦରାୟ, ପ୍ରୀତମ ପ୍ରଧାନ, ଆଶିଷ କୁମାର ବିଶ୍ଵାଳ, ଆଦିତ୍ୟ ବିଶ୍ଵାଳ, ସନ୍ଦୀପ ବରାଳ ,ଦିପେଶ ବେହେରା,ପ୍ରମୁଖ ସହଯୋଗ କରିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବାବେଳେ ଚାରି ଜଣ ଦୁର୍ବୁତ୍ତଙ୍କୁ ବାନ୍ଧିଲା ବାଲୁଗାଁ ବନ ବିଭାଗ

ସୀତାରାମ ଅଗ୍ରୱାଲ

ଚିଲିକା: ସରଂକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିବା ବେଳେ ଚାରି ଜଣ ଦୁର୍ବୃତ୍ତ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ଗତକାଲି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନଖଣ୍ଡ ଅଧିନସ୍ଥ ଅରାଙ୍ଗ ସରଂକ୍ଷିତ ଜଙ୍ଗଲରେ ଚାରି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଶିକାର କରିବା ପାଇଁ ଉଦ୍ୟତ ହେଉଥିଲେ। ଖବର ପାଇ ତୁରନ୍ତ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସଦଳବଳେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ କାବୁ କରି ଗିରଫ କରିବାରେ ସଫଳ ହୋଇଥିଲେ।

ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣ ପ୍ରଧାନ(୨୪), ଆଲୋକ ସାହୁ(୩୫), ମିଥୁନ ନାୟକ(୨୪) ଏବଂ ଟୁଲୁ ବେହେରା(୪୨)।  ସେମାନଙ୍କ ନିକଟରୁ ଦୁଇ ଗୋଟି ଦେଶୀ ବନ୍ଧୁକ ଏବଂ ୫୦ ଗୋଟି ଜୀବନ୍ତ ଗୁଳି ମଧ୍ୟ ବନ ବିଭାଗ ଜବତ କରିଛି। ସମସ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନାଞ୍ଚଳ ଆଇନ ଅନୁଯାୟୀ କେସ ନମ୍ବର ୩୩(ଖ) ୨୦/୨୧ ରେ ମାମଲା ରୁଜ୍ଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏନେଇ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ସୂଚନା ଦେଇଛନ୍ତି।

ଉକ୍ତ ଚଢ଼ାଉରେ ବନପାଳ ଦୁଃଶାସନ ନାୟକ, ବନରକ୍ଷୀ ସନ୍ତୋଷ ପଟ୍ଟନାୟକ, ଇତିଶ୍ରୀ ଲେଙ୍କା, ସର୍ବେଶ୍ୱର ପ୍ରଧାନ, ସ୍ଥାନୀୟ ଗ୍ରାମବାସୀ ଏବଂ ଅର୍ଦ୍ଧ ସାମରିକ ଯବାନମାନେ ଆଦି ସାମିଲ ଥିଲେ।

ତେବେ ଏଭଳି ଘଟଣା ବାଲୁଗାଁ ବନଖଣ୍ଡ ଅଞ୍ଚଳରେ ବଢୁଥିବା ବେଳେ ଶିକାରୀମାନେ ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ପ୍ରମାଣିତ ହେଉଛି। ତେଣୁ ଏହାକୁ ଗୁରୁତର ସହ ନେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ବିହିତ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି।