Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ଅଲାଇଡିହ ଛକରେ ଗଣ୍ଡଗୋଳ: ମାରଣାସ୍ତ୍ରରେ କାନ କାଟିଲେ ଆକ୍ରମଣକାରି

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅଲାଇଡିହ ଛକ ଠାରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବାର ଖବର ହସ୍ତଗତ ହୋଇଛି। ଉଭୟ ବ୍ୟକ୍ତି ଅଲାଇଡିହ ଗ୍ରାମର ବୋଲି ଜଣାପଡିଛି।

ଏହି ଗଣ୍ଡଗୋଳ ଆଜି ରାତି ପାଖାପାଖି ୮ ଘଟିକା ସମୟରେ ହୋଇଥିଲା। ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ବୁଟୁ ପାଢ଼ୀ। ମାରଣାସ୍ତ୍ର ଦ୍ୱାରା ତାଙ୍କ ବାମ କାନ କଟିଯାଇଥିବା ବେଳେ ନାକ ଏବଂ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥିବାର ସୂଚନା ମିଳିଛି।

ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ଅଚେତ ଅବସ୍ଥାରେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତୁରନ୍ତ ତାଙ୍କର ଆଶୁ ଚିକିତ୍ସା କରି ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଦେଇଛନ୍ତି। ଖବର ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଞ୍ଚି ବୁଟୁଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଖୋଜିବାରେ ଲାଗିପଡ଼ିଛି।