Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତକାଲି ରାତିରେ କିଛି ମଦ୍ୟପ ଓ ଅସାମାଜିକ ଯୁବକ ଧାରୁଆ ଅସ୍ତ୍ର ଧରି ରେଳଷ୍ଟେସନ ରାସ୍ତାରେ ଜଣେ ଯୁବକକୁ ଧମକ ଦେବା ସହ ହଟ୍ଟଗୋଳ କରିଥିଲେ। ଯ’ଦ୍ଵାରା ଜନଗହଳି ପୂର୍ଣ୍ଣ ରାସ୍ତାରେ ଯାଉଥିବା ସାଧାରଣ ଲୋକ ଭୟଭୀତ ହୋଇ ଏଣେ ତେଣେ ଦଉଡୁ ଥିଲେ। ଯାହାକି ସାଧାରଣ ଗଣ ମାଧ୍ୟମରେ ଭିଡିଓ ଭାଇରଲ୍ ହେଉଛି।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଉକ୍ତ ଯୁବକ ମାନେ ସେଠାରୁ ପଳାୟନ କରିଥିଲେ ଓ ଘଟଣାସ୍ଥଳରେ ସଂଯୋଗ ହୋଇଥିବା କିଛି ବ୍ୟବସାୟ ଅନୁଷ୍ଠାନର ସିସିଟିଭି ଫୁଟେଜରୁ ତଥ୍ୟ ଆଧାର କରି ପୋଲିସ ଅନୁସନ୍ଧାନ କରୁଛନ୍ତି।

ଅନ୍ୟ ପକ୍ଷରେ କିଛି ବର୍ଷର ବ୍ୟବଧାନ ପରେ ରେଶମ ନଗରୀ ବ୍ରହ୍ମପୁର ସହରରେ ପୁଣି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ଯୁବତୀଙ୍କୁ କମେଣ୍ଟ ମାରି ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମ ଛକରେ ପ୍ରତିଦିନ ସନ୍ଧ୍ୟାରେ କେତେଜଣ ଅସାମାଜିକ ଯୁବକ ମଦ୍ୟପାନ କରି ଯୁବତୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏ ନେଇ ବାଲୁଗାଁ ଆଇଆଇସି ଏବଂ ନାଭାଲ ଫାଣ୍ଡି ଅଧିକାରୀ ବିଗତ ଦିନରେ ସମ୍ପୃକ୍ତ ଯୁବକମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ତାଗିଦ କରିଥିବା ବେଳେ ସମ୍ପୃକ୍ତ ଯୁବକମାନେ ପୋଲିସ ସହ ଯୁକ୍ତି କରିବାକୁ ପଛାଇନଥିଲେ।

ତେବେ ଗତ ରବିବାର ଦିନ ପୁନଶ୍ଚ ଉକ୍ତ ଅସାମାଜିକ ଯୁବକମାନେ ଅଠରବାଟିଆ ଗ୍ରାମର କିଛି ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ଯୁବତୀମାନେ ଏ ନେଇ ନାଭାଲ ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ କେସ ନମ୍ବର ୨୦୧/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାର ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ମାରଧାର କରି ଲୁଟ୍: କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ବାନ୍ଧିଲା ଚାନ୍ଦପୁର ପୋଲିସ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅନେକ ଅସାମାଜିକ ଯୁବକଙ୍କ ପାଦୁର୍ଭାବ ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ଲୁଟ, ଡକାୟତ ଭଳି ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ସେସବୁକୁ ବ୍ରେକ ଲଗାଇବା ପାଇଁ ଚାନ୍ଦପୁର ପୋଲିସ ପ୍ରୟାସ ଜାରି ରଖିଛି। ତେବେ ଗତକାଲି ମଧ୍ୟ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଠାରୁ ଲୁଟପାଟ ଘଟଣା ଦେଖିବାକୁ ମିଳିଛି। କିନ୍ତୁ ପୋଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଉକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଜଣଙ୍କ ନିଜର ଟଙ୍କା ଫେରିପାଇବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଚାନ୍ଦପୁର ଥାନା ଅନ୍ତର୍ଗତ ଉପେନ୍ଦ୍ରପୁର ଗ୍ରାମର ସୁରସେନ ନାୟକ ନାମକ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ନିଜ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ହେଲେ କବିରାଜ ପଲେଇ ନାମକ ଜଣେ ଅସାମାଜିକ ବ୍ୟକ୍ତି ସୁରସେନଙ୍କ ବାଟ ଓଗାଳିବା ସହ ତାଙ୍କୁ ମାରଧାର କରିଥିଲେ। ଏବଂ ତାଙ୍କ ପକେଟରୁ ୪ ହଜାର ୫ ଶହ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏ ନେଇ ସୁରସେନ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ୧୦ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଲୁଟ ଟଙ୍କା ଜବତ କରିଛି। ପରେ ଏହି ଟଙ୍କାକୁ ପୋଲିସ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛି। ତେବେ ଅଭିଯୁକ୍ତ କବିରାଜଙ୍କ ବିରୋଧରେ ଚାନ୍ଦପୁର ଥାନାରେ କେସ ନମ୍ବର ୧୬୨/୨୧ ରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉ କି ବିଗତ ଦିନ ମଧ୍ୟରେ ଚାନ୍ଦପୁର ଥାନା ଅଞ୍ଚଳର ପାଖାପାଖି ୮୦ ଜଣ ଦୁର୍ବୁତ୍ତ ପୋଲିସ ଦ୍ୱାରା ଗିରଫ ହୋଇ ବର୍ତ୍ତମାନ ରଣପୁର ସବ ଜେଲରେ ଅଛନ୍ତି।