Categories
ବିଶେଷ ଖବର ରାଜ୍ୟ ଖବର

ନୂଆବର୍ଷ ଉପଲକ୍ଷେ ଆଇପିଏସଙ୍କୁ ରାଜ୍ୟ ସରକାରଙ୍କ ଉପହାର, ୧୯ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର: ନୂତନ ବର୍ଷ ୨୦୨୪ ପୂର୍ବରୁ ରାଜ୍ୟ ସରକାର ଆଜି ଓଡିଶା କ୍ୟାଡରର ୧୯ ଆଇପିଏସ୍ ଅଧିକାରୀଙ୍କୁ ବିଭିନ୍ନ ପଦବୀରେ ପଦୋନ୍ନତି ଦେଇଛନ୍ତି। ସାଧାରଣ ପ୍ରଶାସନ  ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁଯାୟୀ, ୧୯୯୯ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଯିଏ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି, ତାଙ୍କୁ ଜାନୁଆରୀ ୧, ୨୦୨୪ ଠାରୁ ଏଡିଜି ପୋଲିସ୍ ଗ୍ରେଡ୍ ପଦୋନ୍ନତି ପାଇବାକୁ ଅନୁମତି ଦିଆଯାଇଛି। ଶ୍ରୀ ଉପାଧ୍ୟାୟଙ୍କୁ ପ୍ରୋ-ଫର୍ମା ପଦୋନ୍ନତି ଦିଆଯାଇଛି।

୨୦୦୬ ବ୍ୟାଚ୍ ର ପାଞ୍ଚ ଜଣ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ପଦବୀକୁ ଉନ୍ନୀତ କରାଯାଇଛି। ସେମାନେ ହେଲେ ଅନୁପ କୁମାର ସାହୁ ଡିଜି ଇଣ୍ଟେଲିଜେନ୍ସକୁ ଆଇଜିପି ରାଙ୍କରେ ପଦୋନ୍ନତି ଦିଆଯାଇ ଥିବା ବେଳେ ଅମୃତା ଦାଶ, ଅନିରୁଦ୍ଧ କୁମାର ସିଂ, ଅନୁପ କୃଷ୍ଣ ଏବଂ ସୁଧା ସିଂଙ୍କୁ ଡେପୁଟେସନରେ ଥିବାରୁ ତାଙ୍କୁ ପ୍ରୋ-ପ୍ରୋମୋ ପଦୋନ୍ନତି ଦିଆଯାଇଛି।

ସେହିଭଳି ୨୦୧୦ ଜଣ ବ୍ୟାଚ୍ ଆଇପିଏସ୍ ଅଧିକାରୀଙ୍କୁ ପୋଲିସର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଡିଆଇଜି) ଗ୍ରେଡ୍ ପଦୋନ୍ନତି ଦିଆଯାଇଛି। ସେମାନେ ହେଲେ ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କାନୱାର ବିଶାଲ ସିଂ, ଆଶିଷ କୁମାର ସିଂ, ପାରୁଲ ଗୁପ୍ତା ଏବଂ କେ ଶିବ ସୁବ୍ରମଣି।

ବର୍ତ୍ତମାନ ଆଶିଷ କୁମାର, ପାରୁଲ ଗୁପ୍ତା ଏବଂ କେ ଶିବ ସୁବ୍ରମଣ୍ୟମ କେନ୍ଦ୍ରୀୟ ଡେପୁଟେସନରେ ଥିବାରୁ ସେମାନଙ୍କୁ ପ୍ରୋ-ଫର୍ମା ପଦୋନ୍ନତି ଦିଆଯାଇଛି। ସେହିପରି ୨୦୧୫ ବ୍ୟାଚ୍ ର ଅନ୍ୟ ଚାରିଜଣ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀ ରାହୁଲ ଜୈନ, ସର୍ଭାନା ବିବେକ ଏମ, କୁସାଲକର ନିତିନ ଡାଗଡୁ ଏବଂ ପ୍ରତ୍ୟୁଷ ଦିୱାକରଙ୍କୁ ଲେବୁଲ -୧୨ ପେ ସ୍କେଲକୁ ପଦୋନ୍ନତି ଦିଆଯାଇଛି।

୨୦୧୧ ମସିହା ବ୍ୟାଚର ତିନିଜଣ ଆଇପିଏସ୍ ଅଧିକାରୀ ପିନାକ ମିଶ୍ର, ବାନୋଥ ଜୁଗାଲ କିଶୋର କୁମାର, ବତ୍ତୁଲା ଗଙ୍ଗାଧରଙ୍କୁ ପେ ମ୍ୟାଟ୍ରିକ୍ସର ସ୍ତର ୧୩ କୁ ପଦୋନ୍ନତି ଦିଆଯାଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି।