Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚିକେନ ଦୋକାନୀକୁ ଆକ୍ରମଣ ଅଭିଯୋଗରେ ଦୁଇ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ବାଲିପଡା ଛକରେ ଚିକେନ ଦୋକାନ କରିଥିବା କାଳିଆ ଗୌଡ଼କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ସାହୁ ଓ ସୌମ୍ୟରଞ୍ଜନ ସାମନ୍ତରାୟ ନାମକ ଦୁଇ ଯୁବକଙ୍କୁ ଗିରଫ କରି ସଦର ଥାନା ପୋଲିସ କୋର୍ଟ ଚାଲାଣ କରିଛି।

ସୁଚନା ଥାଉକି ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ଜଣେ କୁକୁଡ଼ା ଫାର୍ମ ମାଲିକ ଓ ଆହତ କାଳିଆ ଗୌଡ଼ ତା ପାଖରେ ଅଟୋ ଚାଳକ ଭାବେ କାମ କରୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କାଳିଆ ଅଟୋ ଚାଳକ କାମ ଛାଡି ନିଜ ଗାଁ ରେ ଗୋଟେ ଚିକେନ ଦୋକାନ ଖୋଲିଥିଲ। ସେହି ସମୟରୁ କାଳିଆ ସହ ସୁର୍ଯ୍ୟ ନାରାୟଣର ଶତ୍ରୁତା ଆରମ୍ଭ ହୋଇଥିଲା।

ଗତ ମଙ୍ଗଳବାର ଦିନ କାଳିଆକୁ ବିଭିନ୍ନ ବାହାନା ଦେଖାଇ ସୁର୍ଯ୍ୟ କୁକୁଡ଼ା ଫାର୍ମକୁ ଡାକି ଅତର୍କିତ ଭାବେ ସେ ଓ ସାଙ୍ଗ ସୌମ୍ୟରଞ୍ଜନ କାତିରେ ଆକ୍ରମଣ କରିଥିଲେ।

ଗୁରୁତର ଅବସ୍ଥାରେ କାଳିଆ ସେଠାରୁ ଘରକୁ ଯାଇ ପରିବାର ଲୋକଙ୍କ ସହଯୋଗରେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସଦର ଥାନାରେ ଅଭିଯୋଗ କରିଥିଲା ଓ ଅଭିଯୋଗକୁ ଭିତ୍ତି କରି ପୋଲିସ ୫୮୪/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ମହିଳା ବିଜେପି କର୍ପୋରେଟରଙ୍କୁ ଆକ୍ରମଣ ଅଭିଯୋଗରେ ଥାନାରେ ଏତଲା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ପୌର ନିଗମ ଅନ୍ତର୍ଗତ ୩୭ ଓ ୩୮ ନଂ ୱ।ର୍ଡ ପରିସୀମାକୁ ନେଇ ଲାଗିଥିବା ଦ୍ଵନ୍ଦର ସମାଧାନ ପାଇଁ ପୌର କମିଶନର ଜେ ଶନାଲ୍, ଷ୍ଟାଣ୍ଡିଙ୍ଗ୍ କମିଟି ସଦସ୍ୟ ଓ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିବା ସମୟରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି ହୋଇଥିଲା। ପରିସ୍ଥିତି ଏହି ଭଳି ହେଲା ବିଜେପି କର୍ପୋରେଟର ବନିତା ସାହୁଙ୍କୁ ଅପରପକ୍ଷ କର୍ପୋରେଟର ସ୍ବର୍ଣ୍ଣ ଲତା ସାବତଙ୍କ ସପକ୍ଷରେ ଆସିଥିବା କିରଣ ସାହୁ ନାମକ ଜଣେ ଠିକାଦାର ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଯାହା ଫଳରେ କମିଶନର ଜେ ଶନାଲ୍ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରବର୍ତ୍ତୀ ସମୟରେ ବିଜେପି ଦଳ ପକ୍ଷରୁ ଏକ ଟିମ୍ ମହିଳା କର୍ପୋରେଟର ବନିତା ସାହୁଙ୍କୁ ସାଙ୍ଗରେ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

କ୍ରିକେଟର ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ ଅଭିଯୋଗ: ୮ ଲୋକଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: କ୍ରିକେଟର ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କ ସହ ପ୍ରଶଂସକଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଝଗଡା ସମ୍ପର୍କରେ ଓଶିୱରା ପୋଲିସ ଏକ ମାମଲା ରୁଜୁ କରିଛି। ପୃଥ୍ବୀ ଶ’ଙ୍କ ବନ୍ଧୁଙ୍କ ଅଭିଯୋଗରେ ୮ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣା ଗତକାଲି ରାତିର ଅଟେ ଏବଂ ଏହି ଘଟଣା ସାହାରା ଷ୍ଟାର ହୋଟେଲରେ ଘଟିଥିଲା। ପୃଥ୍ବୀ ଶ ଏବଂ ତାଙ୍କ ସାଙ୍ଗ ରାତ୍ରୀ ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ଏହି ସମୟରେ ପୃଥ୍ବୀ ଶ’ଙ୍କ ପ୍ରଶଂସକମାନେ ତାଙ୍କ ଟେବୁଲକୁ ଆସି ଫଟୋ କ୍ଲିକ୍ କରିବା ଆରମ୍ଭ କରିଥିଲେ।

କିଛି ଫଟୋ କ୍ଲିକ୍ କରିବା ପରେ ମଧ୍ୟ ପ୍ରଶଂସକମାନେ ଭିଡିଓ ଏବଂ ଫଟୋ ଉଠାଇବା ବନ୍ଦ କରିନଥିଲେ, ତା’ପରେ ପୃଥ୍ବୀ ଶ’ ତାଙ୍କ ବନ୍ଧୁ ଏବଂ ହୋଟେଲ ମାଲିକଙ୍କୁ ଡାକି ପ୍ରଶଂସକଙ୍କୁ ହଟାଇବାକୁ କହିଥିଲେ। ରେଷ୍ଟୁରାଣ୍ଟର ମ୍ୟାନେଜର ପ୍ରଶଂସକମାନଙ୍କୁ ରେଷ୍ଟୁରାଣ୍ଟରୁ ବାହାର କରିଦେଲେ। ଏଥିରୁ ଜଣେ ବ୍ୟକ୍ତି ପୃଥ୍ବୀ ଶ’ ଏବଂ ତାଙ୍କ ସାଙ୍ଗ ଯିବା ପର୍ଯ୍ୟନ୍ତ ତାଙ୍କ ସାଥୀମାନଙ୍କ ସହିତ ରେଷ୍ଟୁରାଣ୍ଟ ବାହାରେ ଅପେକ୍ଷା କରି ରହିଲେ।

ବେସବଲ୍ ବାଡି ସାହାଯ୍ୟରେ ଅଭିଯୁକ୍ତମାନେ କାରକୁ ଘେରି ରହି ପୃଥ୍ବୀ ଶ’ ଏବଂ ତାଙ୍କ ବନ୍ଧୁଙ୍କୁ ସିଗନାଲରେ ଅଟକାଇ କାରର କାଚ ଭାଙ୍ଗି ମାରପିଟ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ସେ ପୃଥ୍ବୀ ଶ’ଙ୍କ ବନ୍ଧୁଙ୍କଠାରୁ ୫୦ ହଜାର ଟଙ୍କା ମଧ୍ୟ ମାଗିଥିଲେ। ପୃଥ୍ବୀ ଶ’ଙ୍କୁ ଅନ୍ୟ ଏକ କାରରେ ପଠାଗଲା। ଓସିୱରା ପୋଲିସ ଆଇପିସିର ଧାରା ୧୪୩, ୧୪୮, ୧୪୯, ୩୮୪, ୪୩୭, ୫୦୪, ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ମୋଟ ୮ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

Categories
ଆଜିର ଖବର ଜାତୀୟ ଖବର

ଭାଇରାଲ ହେଉଛି ୟୁପି ମନ୍ତ୍ରୀ ସ୍ଵାତି ସିଂଙ୍କ ଅଡିଓ, ସ୍ୱାମୀ ଦୟାଶଙ୍କରଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ମନ୍ତ୍ରୀ ସ୍ଵାତି ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ସମୟର ସ୍ଵାତି ସିଂ ଏକ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସ୍ଵାତି ସିଂ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ଅଭିଯୋଗ ହୋଇଛି, ଯେଉଁଥିରେ ତାଙ୍କ ସ୍ୱାମୀ ଦିୟାଶଙ୍କର ସିଂ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ଏବଂ ଜମି ଜବତ ହେବାର ମଧ୍ୟ ମାମଲା ରହିଛି।

ବାର୍ତ୍ତାଳାପ ସମୟରେ ସ୍ଵାତି ସିଂଙ୍କ ସ୍ୱାମୀ ଦିୟାଶଙ୍କର ସିଂଙ୍କୁ ଅସଦାଚରଣ କରିବା ସହ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଦିନଶଙ୍କର ସିଂ ତାଙ୍କୁ ପିଟୁଛନ୍ତି। ଏହି ସମୟରେ ଅଡିଓ କ୍ଲିପ ବିଷୟରେ ସ୍ଵାତୀ ସିଂଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ଵାତି ସିଂ ସରୋଜିନୀ ନଗର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଯାହା ସେ ୨୦୧୭ ରେ ଜିତିଥିଲେ। ଦିୟାଶଙ୍କର ସିଂ ମଧ୍ୟ ଏହି ଆସନ ଦାବି କରୁଛନ୍ତି ଏବଂ ଟିକେଟ୍ ପାଇଁ ଲବି କରୁଥିବା କୁହାଯାଉଛି। ସ୍ଵାତି ସିଂ ୨୦୧୬ରେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଦିୟାଶଙ୍କର ସିଂ ବିଏସପି ମୁଖ୍ୟ ମାୟାବତୀଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ନସିମୁଦ୍ଦିନ ସିଦ୍ଦିକିଙ୍କ ନେତୃତ୍ୱରେ ବିଏସପି କର୍ମୀମାନେ ଲକ୍ଷ୍ନୌରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯେଉଁଠାରେ ସେମାନେ ସ୍ଵାତି ସିଂ ଏବଂ ତାଙ୍କ ଝିଅଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ।

ସ୍ଵାତି ହଜରତଗଞ୍ଜ ପୋଲିସ ଷ୍ଟେସନରେ ମାୟାବତୀଙ୍କ ସମେତ ବିଏସପି ନେତାଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଦିୟାଶଙ୍କର ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା ଏବଂ ସ୍ଵାତିଙ୍କୁ ମହିଳା ୱିଙ୍ଗର ମୁଖ୍ୟ କରାଯାଇଥିଲା। ପରେ ସେ ସରୋଜିନୀ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଦିୟାଶଙ୍କର ସିଂଙ୍କୁ ବହିଷ୍କାର ପ୍ରତ୍ୟାହାର କରାଯାଇଥିଲା। ସେ ବର୍ତ୍ତମାନ ଦଳର ରାଜ୍ୟ ୟୁନିଟର ଉପ-ସଭାପତି ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ନିର୍ବାଚନୀ ହଁସା: ସୌମେନ୍ଦୁ ଅଧିକାରୀଙ୍କ କାର ଉପରକୁ ଆକ୍ରମଣ ଅଭିଯୋଗ

କଲିକତା: ପ୍ରଥମରୁ କିଛି ଘଣ୍ଟା ଶାନ୍ତି ଶୃଙ୍ଖଳା ମତଦାନ ପରେ ପଶ୍ଚିମବଙ୍ଗର କେତୋଟି ସ୍ଥାନରେ ନିର୍ବାଚନୀ ହଁସା ଦେଖିବାକୁ ମିଳିଛି। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ କାର ଉପରକୁ ଆକ୍ରମଣ ହୋଇଛି। ଯାହାଫଳରେ ସୌମେନ୍ଦୁଙ୍କ କାର କ୍ଷତିଗ୍ରସ୍ତ ହୋଇଛି। ତୃଣମୂଳ କଂଗ୍ରେସ ଏହି ଆକ୍ରମଣ କରିଛି ବୋଲି ସୌମେନ୍ଦୁ ଅଭିଯୋଗ କରିଛନ୍ତି।

ସୌମେନ୍ଦୁଙ୍କ ଅଭିଯୋଗ ମୁତାବକ, ଟିଏମସିର ବ୍ଲକ ଅଧ୍ୟକ୍ଷ ଏବଂ ତାଙ୍କ ପତ୍ନୀଙ୍କ ଦ୍ଵାରା ତିନୋଟି ମତଦାନ କେନ୍ଦ୍ରରେ କିଛି ଠକେଇ ହେଉଥିଲା। ଏହା ଶୁଣି ଯେତେବେଳେ ସେଠାରେ ସେ ପହଞ୍ଚିଲେ, ସେତେବେଳେ ତାଙ୍କୁ ମନମାନି କରିବାରେ ଅସୁବିଧା ସୃଷ୍ଟି ହେଲା। ଫଳରେ ସେମାନେ ମୋ କାର ଉପରକୁ ଆକ୍ରମଣ କଲେ ବୋଲି ସୌମେନ୍ଦୁ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ କାର ଚାଳକ ଆହାତ ହୋଇଥିବା ବେଳେ ପୋଲିସ ନିରୀକ୍ଷକଙ୍କ ନିକଟରେ ସୌମେନ୍ଦୁ ଅଭିଯୋଗ କରିଛନ୍ତି।