Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଞ୍ଜାବ ପୋଲିସକୁ ବଡ ସଫଳତା: ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସହିତ ୩ ଆତଙ୍କବଦୀକୁ କଲା ଗିରଫ

ଚଣ୍ଡିଗଡ଼: ତରନତାରନ ଜିଲ୍ଲାରେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସହିତ ତିନି ଜଣ ଆତଙ୍କବାଦୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଏହି ତିନି ଆତଙ୍କବାଦୀ ଏକ ବଡ଼ ଘଟଣା କରି ପଞ୍ଜାବକୁ ଦୋହଲାଇବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୂଚନାନୁସାରେ, ଏହି ତିନି ଆତଙ୍କବାଦୀ ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା। ସେମାନେ ହେଲେ ରାଉଲିର ଗାଁର କୁଲବିନ୍ଦର ସିଂ, ମୋଗା ଗାଁର କମଲପ୍ରୀତ ସିଂ ମାନ, ଗୋବିନ୍ଦ ବସ୍ତିର କନୱାର ପାଲ ସିଂ ବୋଲି ଜଣାପଡିଛି।

ତରନତାରନ ଏସଏସପି ଉପିନ୍ଦରଜିତ ସିଂ ଘୁମ୍ମନ କହିଛନ୍ତି ଯେ, ପୋଲିସ ଷ୍ଟେସନ ଭିଖିୱିଣ୍ଡ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ନବଦୀପ ସିଂ ଭଟ୍ଟୀ ରାତିରେ ତାଙ୍କ ଦଳ ସହ ପାଟ୍ରୋଲିଂ କରୁଥିଲେ। ଜିଲ୍ଲାର ଭଗବାନପୁରା ଗ୍ରାମ ନିକଟରେ ସନ୍ଦେହରେ ଏକ କରି ଏକ କାରକୁ ପୋଲିସ ଟିମ୍ ଅଟକାଇଥିଲା। ଏଥିରେ ତିନି ଜଣ ଥିଲେ।

ପରେ କାରରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ସନ୍ଧାନ ବେଳେ ଏକ ୯ ମିମି ପିସ୍ତଲ, ୧୧ କାର୍ଟ୍ରିଜ୍, ଏକ ବିଦେଶୀ ହ୍ୟାଣ୍ଡ ଗ୍ରେନେଡ୍ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ଆଜି ତିନିଜଣ ଆତଙ୍କବାଦୀଙ୍କୁ କୋର୍ଟରେ ଉପସ୍ଥାପନ କରି ପୋଲିସର ରିମାଣ୍ଡରେ ନିଆଯିବ ବୋଲି ଜଣାପଡିଛି। ପଚରାଉଚରା ବେଳେ ଆତଙ୍କବାଦୀମାନେ ଏକ ବଡ଼ ଅପରାଧ କରିବାକୁ ଷଡଯନ୍ତ୍ର କରୁଥିଲେ ବୋଲି ସ୍ଵୀକାର ମଧ୍ୟ କରିଛନ୍ତି।