Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ଆରଏମସି ଦୋଦାମରେ ନିଆଁ ଲାଗି ଅନ୍ୟୁନ ୪୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

 ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି:  କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ନୂଆ ମାର୍କେଟୟାର୍ଡ ଭିତରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। କୌଣସି କାରଣ ବଶତଃ ଉକ୍ତ ଗୋଦାମରେ ନିଆଁ ଲାଗିଯିବା ଫଳରେ ପ୍ରାୟ ୪୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜଣାପଡିଛି।

ସୂଚନା ଯୋଗ୍ୟ ଯେ, ଜୁନାଗଡ ସହରର ନୂଆ ମାର୍କେଟୟାର୍ଡରେ ଥିବା ଆରଏମସି ଗୋଦାମକୁ ଭଡା ନେଇ ଜଣେ ଅଣଓଡିଆ ଶିବା ରାଓ ଅଖା ବସ୍ତା ଗଚ୍ଛିତ ରଖି ବ୍ୟବସାୟ କରିଆସୁଥିଲା। ଷ୍ଟାଡିୟମ ପାଶ୍ୱର୍ରେ ଥିବା ଏହି ଗୋଦାମରେ ଗତ ବୁଧବାର ଦିନ ସଂଧ୍ୟାରେ ସାତଟା ସମୟରେ କାମସାରି ସଟର ବନ୍ଦ କରି ନିଜ ଘରକୁ ଯାଇଥିବା ବେଳେ ସେହି ଗୋଦାମରେ ନିଆଁ ଲାଗି ଯାଇଥିବା ଖବର ପାଇଥିବା ଶିବା ରାଓ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି।

ଏ ସଂପର୍କରେ ଜୁନାଗଡ ପୋଲିସ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ସହ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ଯୋଜନା କରିଥିଲେ। ଗୋଦାମ ଭିତରେ ବସ୍ତା ଗୁଡିକରେ ନିଆଁ ଏତେ ପ୍ରଖର ଥିଲା ଯେ, ନିକଟସ୍ଥ କୋକସରା, ଭବାନୀପାଟଣା ଦମକଳ ବାହିନୀର ସହାୟତା ନେବାକୁ ପଡିଥିଲା। ତଥାପି ନିଆଁ ଆୟତ ନହେବାରୁ ଗୋଦାମର ଦକ୍ଷିଣ ପାଶ୍ୱର୍ସ୍ଥ କାନ୍ଥକୁ ଜେସିବି ମେସିନ ଦ୍ୱାରା ଭଙ୍ଗାଯାଇ ଗୋଦାମ ଭିତରକୁ ପାଣି ବର୍ଷା କରାଯାଇ ନିଆଁ ଲିଭାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ପ୍ରାୟ ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଗୋଦାମ ମାଲିକଙ୍କ ସୂତ୍ରରୁ ଜଣାପଡିଛି।