Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇଂଲଣ୍ଡ କ୍ରିକେଟ ଅଧିନାୟକଙ୍କ ଚିତ୍ରକଳା ପ୍ରତିଯୋଗିତା ପାଇଁ ବାଣପୁର ଝିଅ ସମୀକ୍ଷାଙ୍କୁ ଆମନ୍ତ୍ରଣ: ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ସୀତାରାମ ଅଗ୍ରୱାଲ

ବାଣପୁର: ଆଉ ଏକ ଓଡିଆ ଝିଅଙ୍କୁ ବଡ ସଫଳତା ମିଳିଛି। ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟଙ୍କ ଦ୍ୱାରା ଇନଷ୍ଟାଗ୍ରାମରେ ଆୟୋଜିତ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଆ ଝିଅ ସମୀକ୍ଷା ପଣ୍ଡା ସଫଳତା ହାସଲ କରିଛନ୍ତି। ୧୦ ଟି ଦେଶର ୩୦୦ ପ୍ରତିଯୋଗୀଙ୍କୁ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ଭାରତର ଏକମାତ୍ର ପ୍ରତିଯୋଗୀ ସଫଳତା ଅର୍ଜ୍ଜନ କରିଛନ୍ତି। ସମୀକ୍ଷା ପଣ୍ଡା ବିଶ୍ୱର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅଲାଇଡିହ ଗ୍ରାମର ମନୋଜ କୁମାର ପଣ୍ଡା ଓ ରାଜସ୍ମିତା ଆଚାର୍ଯ୍ୟଙ୍କ ଏକମାତ୍ର କନ୍ୟା ହେଉଛନ୍ତି ସମୀକ୍ଷା। ତାଙ୍କର ବୟସ ମାତ୍ର ୧୩ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଏସଡିଏ ସ୍କୁଲର ସେ ଅଷ୍ଟମ ଶ୍ରେଣୀରେ ଛାତ୍ରୀ। ସୁଶ୍ରୀ ସମୀକ୍ଷା ପଣ୍ଡାଙ୍କ ଏହି ସଫଳତା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ ଖାନ, ସଲମନ ଖାନ ଓ କ୍ରିକେଟ ତାରକା ବିରାଟ କୋହଲି, ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା, ବ୍ରୋଞ୍ଜ ବିଜେତା ପିଭି ସିନ୍ଧୁଙ୍କ ଭଳି ଅନେକ ସେଲିବ୍ରିଟ ଅଭିନନ୍ଦନ ଜଣାଇଛନ୍ତି।

ଗତକାଲି ଅନଲାଇନ ଯୋଗେ ଚିତ୍ରକଳା ପ୍ରଦର୍ଶନୀ ହୋଇଥିଲା। ଆଜି ଫାଇନାଲ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୨ୟ ସ୍ଥାନ ଅଧିକାର କରି ଦେଶ ଓ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।