Categories
ଆଞ୍ଚଳିକ

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଇକୋଶ୍ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ଓ ମହୁଡା ଫାର୍ମାସିଷ୍ଟ ମହାବିଦ୍ୟାଳୟ ଆନୁକୁଲ୍ୟରେ ପଞ୍ଚାୟତ କାର୍ଯ୍ୟାଳୟ ସାମନାରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ନିକଟସ୍ଥ ୫ ଖଣ୍ଡ ଗ୍ରାମରୁ ସହସ୍ରାଧିକ ଦୃଷ୍ଟି ବାଧିତ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ଯୋଗ ଦେଇ ଥିବା ସମସ୍ତଙ୍କର ଚକ୍ଷୁ ପରୀକ୍ଷା କରାଯାଇ କିଛି ଲୋକଙ୍କ ପରଳ ଓ ମୋତିଆବିନ୍ଦୁ ଚିକିତ୍ସା ଆଗାମୀ କିଛି ଦିନ ମଧ୍ୟରେ କରିବା ପାଇଁ ନିଷ୍ପତ୍ତି ହେଇଥିଲା ଶିବିର ରେ ଯୋଗ ଦେଇ ଥିବା ସମସ୍ତ ଙ୍କୁ ମାଗଣା ଚିକିତ୍ସା ସହ ଖାଇବା ଓ ରହିବାର ବ୍ୟବସ୍ଥା ସହିତ ନିଜ ଘରେ ପହଞ୍ଚାଇବା ର ବ୍ୟବସ୍ଥା କରାଯାଇଛି।

ଉକ୍ତ ସେବା କାର୍ଯକ୍ରମରେ ଇକୋଶ୍ ଚକ୍ଷୁ ଚିକିତ୍ସା ଅନୁଷ୍ଠାନ ର ଚକ୍ଷୁ ବିଶେଷଜ୍ଞ ଡଃ ଅଶୋକ କୁମାର ସାହୁ ଓ ଦୁଇ ଜଣ ସହଯୋଗୀଙ୍କ ସହ ଦୁଇଟି ଅତ୍ୟାଧୁନିକ ଯନ୍ତ୍ର ଖଞିତ ଏକ ଶୀତତାପ ନିୟନ୍ତ୍ରିତ ଯାନ ସହିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଦ୍ରୁଷ୍ଟି ବାଧିତ ବ୍ୟକ୍ତି ବିଶେଷଙ୍କୁ ମାଗଣା ଚିକିତ୍ସା ଓ ପରାମର୍ଶ ପ୍ରଦାନ କରିଥିଲେ।