Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆସନ୍ତା ୬ ରୁ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ସେପ୍ଟେମ୍ବର ୦୬-୦୭, ୨୦୨୩ରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସିଆନର ବର୍ତ୍ତମାନର ଅଧ୍ୟକ୍ଷ ଭାବରେ ଇଣ୍ଡୋନେସିଆ ଦ୍ୱାରା ଆୟୋଜନ କରାଯାଉଥିବା ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବେ।

୨୦୨୨ରେ ଭାରତ-ଆସିଆନ୍ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରାଯିବା ପରେ ଆଗାମୀ ଆସିଆନ୍-ଭାରତ ଶିଖର ସମ୍ମିଳନୀ ହେଉଛି ପ୍ରଥମ ଶିଖର ସମ୍ମିଳନୀ। ଏହି ଶିଖର ସମ୍ମିଳନୀରେ ଭାରତ-ଆସିଆନ୍ ସମ୍ପର୍କର ଅଗ୍ରଗତି ର ସମୀକ୍ଷା କରାଯିବା ସହ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରାଯିବ।

ପୂର୍ବ ଏସିଆ ଶିଖର ସମ୍ମିଳନୀ ଆସିଆନ ରାଷ୍ଟ୍ର ଏବଂ ଭାରତ ସମେତ ଏହାର ଆଠଟି ଆଲୋଚନା ସହଯୋଗୀମାନଙ୍କୁ ଆଞ୍ଚଳିକ ଏବଂ ବୈଶ୍ୱିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲି: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଉଭୟ ଦେଶର ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଭାଗିଦାରୀତାକୁ ଅଧିକ ମଜଭୂତ୍ କରିବା ଦିଗରେ ଆଲୋଚନା କରିଛନ୍ତି। ଉଭୟ ରାଷ୍ଟ୍ର ସହ ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି।

ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ନାଦିମ୍ ଅନୁଓ୍ୱର ମକାରିନଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ, ଭାଗିଦାରୀତାକୁ ବିକଶିତ କରିବା ସହ ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ, ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି, ଛାତ୍ରଛାତ୍ରୀ ବିନିମୟ ଏବଂ ଗବେଷଣା ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା ହୋଇଛି। ଭାରତର ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ର ସହ ସହଯୋଗୀ ହେବା ପାଇଁ ଇଣ୍ଡୋନେସିଆ ଇଚ୍ଛାପ୍ରକାଶ କରିଛି। ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀଙ୍କୁ ଭାରତ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ନିମନ୍ତ୍ରଣ ଦେଇଛନ୍ତି।

ଏହାବ୍ୟତିତ ଅଷ୍ଟ୍ରେଲିଆର ଶିଶୁ ଶିକ୍ଷା ଓ ଯୁବ ମନ୍ତ୍ରୀ ଡା. ଆନି ଏଲିଙ୍କ ସହ ପ୍ରାରମ୍ଭିକ ଶୈଶବ ଏବଂ ସ୍କୁଲ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ୍ କରିବା ଦିଗରେ ଆଲୋଚନା ହୋଇଛି। ଶିଶୁର ବିକାଶରେ ବାଲ୍ୟାବସ୍ଥା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏ ଦୃଷ୍ଟିରୁ ଶିଶୁଙ୍କ ବାଲ୍ୟବସ୍ଥା ଶିକ୍ଷାକୁ ଉନ୍ନତମାନର କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଉଚ୍ଚ ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ଅଷ୍ଟ୍ରେଲିଆର ଉତ୍ତମ ବୁଝାମଣା ରହିଛି। ପ୍ରାରମ୍ଭିକ ଶୈଶବାବସ୍ଥା ଓ ସ୍କୁଲ ଶିକ୍ଷାରେ ଉଭୟ ଦେଶ ପରସ୍ପର ସହଯୋଗୀ ହେଲେ ଭାରତ ଅଷ୍ଟ୍ରେଲିଆରେ ଥିବା ଛୋଟ ପିଲାମାନଙ୍କୁ ବିଭିନ୍ନ ପଦ୍ଧତିରେ ଶିକ୍ଷା ପ୍ରଦାନ କରିବାର ଏକ ମୂଳଦୁଆ ପଡ଼ିପାରିବ। ଭାରତ ଅଷ୍ଟ୍ରେଲିଆର ଦୀର୍ଘକାଳୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଜ୍ଞାନ ମାଧ୍ୟମରେ ଅଧିକ ମଜଭୂତ କରିବା ଦିଗରେ ଆଲୋଚନା ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ବାଲି ଠାରେ ୟୁନେସ୍କୋର ଏଡ଼ିଜି ଷ୍ଟେଫିନିଆ ଗ୍ୟାନିନୀଙ୍କ ସହ ଶିକ୍ଷା ୨୦୩୦ ଏଜେଣ୍ଡା ଉପରେ ଆଲୋଚନା କରିଥିଲେ। ଭାଷା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ଆଗାମୀ ଦିନରେ ଭାରତ ଅଧ୍ୟକ୍ଷତାରେ ଅୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ସମର୍ଥନ କରିବା ଉପରେ ବିଚାମବିମର୍ଷ ହୋଇଥିଲା।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରୁ ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି।