Categories
ଆଞ୍ଚଳିକ

ବିପଦ ଶଙ୍କୁଳ ଅବସ୍ଥାରେ ଋଷିକୂଲ୍ୟା ସେତୁ: ଶୀଘ୍ର ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଦାବି

ମାନସ ପୂର୍ଣ୍ଣ ଆଚାର୍ଯ୍ୟ

ଆସିକା: ଋଷିକୂଲ୍ୟା ସେତୁ ହେଉଛି ଆସିକାକୁ ସଂଯୋଗ କରିବାର ମୁଖ୍ୟ ରାଜପଥ। କିନ୍ତୁ ବହୁ ବର୍ଷ ଧରି ଏହି ସେତୁର ଅବସ୍ଥା ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଅଛି। ଏହି ସେତୁ ଦେଇ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନତା ଯାତାୟତ କରୁଛନ୍ତି। ତେଣୁ ଏଭଳି ଅବସ୍ଥାରେ ଏହି ସେତୁ ଉପରେ ଯାତାୟାତ କରିବା ବିପଦ ସୃଷ୍ଟି କରିଛି।

ତେଣୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ୟକ ଲୋକ ଏବଂ ଆସିକା ବଣିକ ସଂଘ ପକ୍ଷରୁ ଏହି ସେତୁର ପୁନଃ ନିର୍ମାଣ ପାଇଁ ଦାବି କରାଯାଉଛି। ସେଥିପାଇଁ ବିଭିନ୍ନ ପ୍ରତିବାଦ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ କିଛି ଫଳପ୍ରଦ ନ ହେବା ଅଞ୍ଚଳ ବାସୀଙ୍କୁ ଉପେକ୍ଷିତ ହେଉଥିବା ଅଭିଯୋଗ ହେଉଛି।

ଏଥି ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସରକାରଙ୍କ କୌଣସି ଆନ୍ତରିକତା ନ ଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାର ସଠିକ୍ ଭାବେ ସରକାରଙ୍କ ଦ୍ଵାରା ନିର୍ମାଣ କାର୍ଯ୍ୟ କରାନଗଲେ ଜନ ସାଧାଣଙ୍କ ଦ୍ଵାରା ଆନ୍ଦୋଳନ ଧମକ ଦିଆଯାଇଥିବା ସୁଚନା ମିଳିଛି।