Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତି ପଦବୀ ପାଇଁ ଓଡିଶାରେ ସରିଲା ମତଦାନ, ଜାଣନ୍ତୁ କେତେ ଜଣ ଦେଲେ ଭୋଟ

ଭୁବନେଶ୍ୱର: ଅଖିଳ ଭାରତ ଜାତୀୟ କଂଗ୍ରେସର ସଭାପତି ନିର୍ବାଚନ ପାଇଁ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟ ଦିଆଯାଇଥିଲା।  ପ୍ରଦେଶ କଂଗ୍ରେସର ୪୨୭ ପିସିସି ମେମ୍ବରଙ୍କ ମଧ୍ୟରୁ ୪୧୨ ଜଣ ଭୋଟ ଦେଇଥିଲେ । ଏହା ସହିତ ଓଡ଼ିଶା ପାଇଁ ନିଯୁକ୍ତ ପିଆରଓ ଏବଂ ଏପିଆରଓ ମଧ୍ୟ ତାଙ୍କର ଭୋଟ ଏଠି ଦେଇଥିଲେ । ଭୋଟଗ୍ରହଣ ସଂପୂର୍ଣ୍ଣ ଶାନ୍ତପୂର୍ଣ୍ଣ ଓ ସୁରୁଖରରେ ହୋଇଥିଲା ।

ପିଆରଓ ଶ୍ରୀଯୁକ୍ତ ନିରୋଜ ଡାଙ୍ଗି ସେଥିପାଇଁ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ଓ ନିର୍ବାଚନରେ ସହଯୋଗ କରିଥିବା ସମସ୍ତ ନେତୃବର୍ଗଙ୍କୁ ଧନ୍ୟବାଦ ଦେଇଥିଲେ ।  ଭୋଟଗ୍ରହଣ ସମୟ ସରିବା ପରେ ପିଆରଓ, ଏପିଆରଓ ଉଭୟ ପ୍ରତିଦ୍ୱନ୍ଦିଙ୍କର ନିର୍ବାଚନ ପ୍ରତିନିଧିଙ୍କ ଉପସ୍ଥିତିରେ ଭୋଟବାକ୍ସକୁ ସିଲ କରାଗଲା ଏବଂ ଏହା  କେନ୍ଦ୍ରୀୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି।