Categories
ଆଜିର ଖବର ରାଜ୍ୟ ଖବର

ନବମ ଏବଂ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଫେବୃୟାରୀ ୮ରୁ ସ୍କୁଲ ଖୋଲିବ: ୩ଟି ପିରିୟଡରେ ପଢ଼ାଯିବ ପାଠ

ଭୁବନେଶ୍ବର: ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରେ ଏବେ ନବମ ଏବଂ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବ। ଆସନ୍ତା ଫେବୃୟାରୀ ୮ ତାରିଖରୁ ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ପାଠ ପଢିବେ।  ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ଫେବୃୟାରୀ ୮ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଭଳି ଏହି ପିଲାଙ୍କର ରବିବାର

ଦିନ ପାଠ ପଢା ହେବନି। ନବମ ଓ ଏକାଦଶ ଶ୍ରେଣୀର ପିଲାମାନେ ସକାଳ ୮ଟା ୩୦ ମିନିଟରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢିବେ। ଏହି ଦୁଇ ଘଣ୍ଟାରେ ପିଲାଙ୍କୁ ମାତ୍ର ୩ଟି ପିରିୟଡରେ ପାଠ ପଢ଼ାଯିବ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲାଙ୍କ ଗୋଟିଏ ୟୁନିଟ ଟେଷ୍ଟ ହେବ। ଏପ୍ରିଲ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ।

ଅପରପକ୍ଷେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୭ଟି ପିରିୟଡ଼ କ୍ଲାସ କରାଯିବ। ଅପରାହ୍ନ ୧ ଟା ୪୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ବିରତି ହେବ। କିନ୍ତୁ ୯ମ ଓ ୧୧ଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ।