Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ଏଚଆଇଭି ସଚେତନ ଉଦ୍ଦେଶ୍ୟରେ ଗଣଦୌଡ

ଖୋର୍ଦ୍ଧା: ଯୁବ ମହୋତ୍ସବ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ CDM & PHO ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉକ୍ତ ଗଣ ଦୌଡ଼ ଟିକୁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସକାଳ ସମୟ 7.30 ମିନିଟିରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ରେଡ ରିବନ କ୍ଲବ (RRC), ୟୁଥ ରେଡ କ୍ରସ (YRC), ନେହେରୁ ଯୁବ କେନ୍ଦ୍ର (NYK), ରିଲିଆନ୍ସ ଫାଉଣ୍ଡେସନ ଓ ଭୁବନେଶ୍ୱର ଏବଂ ଖୋର୍ଦ୍ଧା କଲେଜର ପ୍ରାୟ 100 ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।

ଏଚଆଇଭି ର ବହୁଳ ପ୍ରସାର ଓ ପ୍ରଚାର ଉଉଦ୍ଦେଶ୍ୟରେ ଯୁବ ଗୋଷ୍ଠୀ ମନେ ଉକ୍ତ ଗଣ ଦୌଡରେ ସାମିଲ ହୋଇଥିଲେ। ମହର୍ଷି କଲେଜ, ରାଜଧାନୀ କଲେଜ, ଚନ୍ଦକା ଡିଗ୍ରୀ କଲେଜ, କୀଟ ବିଶ୍ୱବିଦ୍ୟାଳୟ, ଗୋଦାବରୀଶ ମହାବିଦ୍ୟାଳୟ, ବାଲୁଗାଁ ଡିଗ୍ରୀ କଲେଜ, ରମାଦେବି ବିଶ୍ୱବିଦ୍ୟାଳୟ, କେରଙ୍ଗ କଲେଜ, ପି. ଏନ ସ୍ୱୟଂ ଶାସିତ ମହାବିଦ୍ୟାଳୟ, କବି ପ୍ରସନ ପାଟଶାଣି କଲେଜ, ନେହେରୁ ଯୁବ କେନ୍ଦ୍ର (NYK), ରିଲିଆନ୍ସ ଫାଉଣ୍ଡେସନ ର ଛାତ୍ର ଛାତ୍ରୀ ମାନେ ତଥା ସମ୍ପୃକ୍ତ ମହାବିଦ୍ୟାଳୟ YRC ସଂଯୋଜକ ତଥା ଅଧ୍ୟାପକ ମାନେ ଯୋଗ ଦେଇ ଆଜିର ଉଦ୍ଦେଶ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଏହି ଅବସରରେ CDM & PHO ଙ୍କ ସଭା କାର୍ଯ୍ୟ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ CDM & PHO, YRC ସଂଯୋଜକ, ତଥା ଛାତ୍ର ଛାତ୍ରୀ ମାନେ ଏଚ ଆଇ ଭି /ଏ ଡ଼ ସ ର ସଚେତନତା ବାର୍ତା ସହିତ NACO ଦ୍ୱାରା ଜାରିକରାଯାଇଥିବା ନିଃଶୁଳ୍କ ନମ୍ବର 1097 ଅଧିକା ମାତ୍ରରେ ଡାଏଲ କରିବାକୁ ଆଲୋଚନା କରିଥିଲେ। ଏହି ଗଣ ଦୌଡ଼ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରଥମ, ଦ୍ୱିତୀୟ, ତୃତୀୟ ତଥା ଆଉ 7ଜଣଙ୍କୁ ସାନ୍ତ୍ୱନା ମୂଳକ ଆର୍ଥିକ ପୁରସ୍କାର CDM & PHO ଙ୍କ ହସ୍ତରୁ ପ୍ରଦାନ କରାଯାଇଥିଲା। ସମସ୍ତ 10ଜଣ କୃତି ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

ଏହି ଗଣ ଦୌଡ଼କୁ YRC ସଂଯୋଜକ ଶ୍ରୀଯୁକ୍ତ ସୁରେଶ ମହାନ୍ତି ଚନ୍ଦକା ଡିଗ୍ରୀ କଲେଜ ଓ ଡ଼. ରେବତୀକାନ୍ତ ମହାରଣା ପରିଚାଳନା କରିଥିଲେ, ତଥା DAPCU ର ସମସ୍ତ ଷ୍ଟାଫସ, TI, CSC ଓ LWS KNP+ ର ସମସ୍ତ କର୍ମୀ ସହଯୋଗ କରିଥଲେ, ଶେଷରେ DPM, DAPCU ବିଧାନ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇ ସଭା ସମାପ୍ତ କରାଯାଇଥିଲା।