Categories
ଆଞ୍ଚଳିକ

ନାକଟିଦେଉଳ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଶୀତକାଳୀନ ଶିବୀର ଉଦଯାପିତ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ଉପରମୁଣ୍ଡା ଓ ବିଜାଗଡ ଗ୍ରାମ ରେ ତା ୨୮.୧୨.୨୩ ରୁ ୩.୧.୨୪ ରିଖ ପର‌୍ୟ୍ୟନ୍ତ ଶୀତକାଳୀନ ସାତ ଦିନିଆ ଏନ୍ଏସ୍ଏସ୍ ଶିବୀର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଏନ୍ଏସ୍ଏସ୍ ସଂଯୋଜକ ଶାନ୍ତନୁ କୁମାର ପ୍ରଧାନ ଙ୍କ ଦ୍ବାରା ଉଦଘାଟିତ ଏହି ଶିିବୀର ର ବିଭିନ୍ନ ଦିବସ ରେ ଯୋଗାଭ୍ୟାସ, ସଫେଇ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା।

୨ୟ ଦିବସରେ ନାକ୍ଟିଦେଉଳର ସିଡିପିଓ ଖିରାବ୍ଦୀ ପାଣ୍ଡିଆ ଯୋଗଦେଇ ବାଲ୍ୟବିବାହ ବିରୋଧ ବିଷୟ ରେ ବକ୍ତବ୍ୟ ରଖିଥିଲେ। ୩ୟ ଦିବସ ରେ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାପାଇଁ ପରାମର୍ଶ ଦେଇଥିଲେ।  ରବିବାର ଦିନ ଯୋଗ ସମ୍ପର୍କିତ ବ୍ୟାୟାମ ଅନୁଷ୍ଠିତ ହୋଇଥିଲା ଓ ସ୍ବେଛାସେବୀ ମାନେ ନାକଟିଦେଉଳ ଗସ୍ତ ରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ସୋମବାର ଦିନ ପଣ୍ଡୁଆଖୋଲ ଶିବ ମନ୍ଦିର ରେ ସଫେଇ କାର୍ଯ୍ୟ ହୋଇଥିଲା। ମଙ୍ଗଳବାର ଦିନ ନାକଟିଦେଉଳ ର ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍ ଓ ନିଆଁଲିଭା ତାଲିମ୍ ଦିଆଯାଇଥିଲା। ବିଭିନ୍ନ ଦିବସରେ ଉପରମୁଣ୍ଡା, ବିଜାଗଡ ଓ ମହୁକୁଦ ଗ୍ରାମ ରେ ପୁଚିଖେଳ ଝୋଟି ଓ ମ୍ୟୁଜିକ ଚେୟାର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ତା ୩.୧.୨୪ ରିଖ ଦିନ ଉପରମୁଣ୍ଡା ସ୍ଥିତ ବିଜାଗଡ ୟୁପି ସ୍କୁଲ୍ ଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ଓ ଅଧ୍ୟାପିକା ପୁଷ୍ପାଞ୍ଜଳୀ ରବନାଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ରେଢାଖୋଲର ସିଡିପିଓ ସୁଷମା ପାଢି ମୁଖ୍ୟବକ୍ତା ଭାବେ, ପରିଚାଳନା କମିଟିର ସଭାପତି ଡ ଦୀପେନ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ଜବାନ ଗୋବର୍ଦ୍ଧନ ସାହୁ ନାକଟିଦେଉଳ ର ସିଡିପିଓ ଖୀରାବ୍ଦି ପାଣ୍ଡିଆ, ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ସାହୁ ଓ ରଶ୍ମିତା ମହାନ୍ତି ଯୋଗ ଦେଇ ଗ୍ରାମବିକାଶ ଓ ସମାଜ ମଙ୍ଗଳ ରେ ଏନ୍ ଏସ୍ ଏସ୍ ର ଭୁମିକା ବିଷୟ ରେ ଆଲୋକପାତ କରିଥିଲେ।

ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଭଜମୋହନ ପ୍ରଧାନ ଧନ୍ୟବାଦ ଦେଇ ଥିଲେ। କଲେଜ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ ଓ ସ୍କୁଲ୍ ପିଲା ମାନଙ୍କ ପାଇଁ ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା।

କୃତ୍ତି ଛାତ୍ର ଛାତ୍ରୀ ଓ ମହିଳା ମାନଙ୍କୁ ପୁରସ୍କୁତ କରାଯାଇଥିଲା। ଏହି ଶିବୀର ରେ ସୁଦାମ ସାହୁ, ବିଭୁତି ସାହୁ, ଅଧ୍ୟାପକ ଦେବେଶ ବିଶ୍ବାଳ ଓ ବିନୋଦ ବିହାରୀ ପ୍ରଧାନ ସହଯୋଗ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏନ୍‌ଏସ୍‌ଏସ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗର ବହୁମୁଖୀ କାର୍ଯ୍ୟକ୍ରମର ଘୋଷଣା

ଭୁବନେଶ୍ୱର: ଆଜି ଗୀତଗୋବିନ୍ଦ ସଦନଠାରେ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଜାତୀୟ ସେବା ଯୋଜନାର ସେ୍ୱଚ୍ଛାସେବୀମାନଙ୍କ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ବିଭିନ୍ନ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମନୋନୀତ ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ସେ୍ୱଚ୍ଛାସେବୀମାନଙ୍କ ପାଇଁ ଯୁବ ନେତୃତ୍ୱ ପ୍ରଶିକ୍ଷଣ, ଜନଜାତି ସେ୍ୱଚ୍ଛାସେବୀ ଦକ୍ଷତା ବିକାଶ, ନିଶାମୁକ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ ସଚେତନତା, ସଡ଼କ ନିରାପତ୍ତା ସଚେତନତା, ରକ୍ତଦାନ ଆଦି କାର୍ଯ୍ୟକ୍ରମଗୁଡ଼ିକର ସଫଳତାର ସହ ଆୟୋଜନ କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା।

ଗ୍ରାମାଞ୍ଚଳ ସେ୍ୱଚ୍ଛାସେବୀମାନେ ଚାରୋଟି ଦଳରେ ଭାରତ ଦର୍ଶନ କାର୍ଯ୍ୟରେ ସାମିଲ ହେବେ। ଏଥି ସହିତ ରାଜ୍ୟ ସଂହତି ଶିବିର ଓ ପ୍ରତିଭା ଅନେ୍ୱଷଣ ଶିବିର ଆୟୋଜନ କରାଯାଇ ଜାତୀୟ ସେବା ଯୋଜନାକୁ ସୁଦୃଢ଼ କରାଯିବ ବୋଲି ରାଜ୍ୟ ସମୀକ୍ଷା ବୈଠକରେ ସଭାପତିତ୍ୱ କରି ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରଶାନ୍ତ କୁମାର ରଥ ମତବ୍ୟକ୍ତ କରିଛନ୍ତି।

ଆୟୋଜିତ ସଭାରେ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଜାତୀୟ ସେବା ଯୋଜନାକୁ ସର୍ବଭାରତୀୟ ସ୍ତରରେ ଏକ ନମ୍ବର କରିବାକୁ ଆହ୍ୱାନ ଦେଇଥିଲେ।

ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟକ୍ରମ ସଂଯୋଜକ ଓ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ବୈଠକରେ କେନ୍ଦ୍ରର ଅନୁଦାନ ଗ୍ରହଣ ପାଇଁ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପ୍ରଣାଳୀ ଉପରେ ବିଶଦ ଆଲୋଚନା କରାଯାଇଥିଲା।
ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ସହକାର୍ଯ୍ୟକ୍ରମ ଉପଦେଷ୍ଟା ଡ. କମଳ କୁମାର କର ଆଭାସୀ ମାଧ୍ୟମରେ ଯୋଗଦେଇ ଆର୍ଥିକ ସୁପରିଚାଳନାର ବିଭିନ୍ନ ଦିଗ ଉପରେ ବିଶେଷ ଆଲୋଚନା କରିଥିଲେ।

ଏଥି ସହିତ ବିଶ୍ୱବିଦ୍ୟାଳୟ ସ୍ତରରେ ପଡ଼ିରହିଥିବା ଏନ୍‌ଏସ୍‌ଏସ୍‌ ପାଣ୍ଠିର ସୁପରିଚାଳନା ପାଇଁ ସମ୍ଭାବ୍ୟ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଧିକାରୀ ତଥା ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ।