ନାକଟିଦେଉଳ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ ଶୀତକାଳୀନ ଶିବୀର ଉଦଯାପିତ

Published: Jan 3, 2024, 8:46 pm IST

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶାଖା ଆନୁକୁଲ୍ୟରେ ଉପରମୁଣ୍ଡା ଓ ବିଜାଗଡ ଗ୍ରାମ ରେ ତା ୨୮.୧୨.୨୩ ରୁ ୩.୧.୨୪ ରିଖ ପର‌୍ୟ୍ୟନ୍ତ ଶୀତକାଳୀନ ସାତ ଦିନିଆ ଏନ୍ଏସ୍ଏସ୍ ଶିବୀର ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଏନ୍ଏସ୍ଏସ୍ ସଂଯୋଜକ ଶାନ୍ତନୁ କୁମାର ପ୍ରଧାନ ଙ୍କ ଦ୍ବାରା ଉଦଘାଟିତ ଏହି ଶିିବୀର ର ବିଭିନ୍ନ ଦିବସ ରେ ଯୋଗାଭ୍ୟାସ, ସଫେଇ ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା।

୨ୟ ଦିବସରେ ନାକ୍ଟିଦେଉଳର ସିଡିପିଓ ଖିରାବ୍ଦୀ ପାଣ୍ଡିଆ ଯୋଗଦେଇ ବାଲ୍ୟବିବାହ ବିରୋଧ ବିଷୟ ରେ ବକ୍ତବ୍ୟ ରଖିଥିଲେ। ୩ୟ ଦିବସ ରେ ଡାକ୍ତର ଅମୁଲ୍ୟ ରତ୍ନ ମହନ୍ତ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାପାଇଁ ପରାମର୍ଶ ଦେଇଥିଲେ।  ରବିବାର ଦିନ ଯୋଗ ସମ୍ପର୍କିତ ବ୍ୟାୟାମ ଅନୁଷ୍ଠିତ ହୋଇଥିଲା ଓ ସ୍ବେଛାସେବୀ ମାନେ ନାକଟିଦେଉଳ ଗସ୍ତ ରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

ସୋମବାର ଦିନ ପଣ୍ଡୁଆଖୋଲ ଶିବ ମନ୍ଦିର ରେ ସଫେଇ କାର୍ଯ୍ୟ ହୋଇଥିଲା। ମଙ୍ଗଳବାର ଦିନ ନାକଟିଦେଉଳ ର ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍ ଓ ନିଆଁଲିଭା ତାଲିମ୍ ଦିଆଯାଇଥିଲା। ବିଭିନ୍ନ ଦିବସରେ ଉପରମୁଣ୍ଡା, ବିଜାଗଡ ଓ ମହୁକୁଦ ଗ୍ରାମ ରେ ପୁଚିଖେଳ ଝୋଟି ଓ ମ୍ୟୁଜିକ ଚେୟାର୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ତା ୩.୧.୨୪ ରିଖ ଦିନ ଉପରମୁଣ୍ଡା ସ୍ଥିତ ବିଜାଗଡ ୟୁପି ସ୍କୁଲ୍ ଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ଓ ଅଧ୍ୟାପିକା ପୁଷ୍ପାଞ୍ଜଳୀ ରବନାଙ୍କ ପରିଚାଳନା ରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ରେଢାଖୋଲର ସିଡିପିଓ ସୁଷମା ପାଢି ମୁଖ୍ୟବକ୍ତା ଭାବେ, ପରିଚାଳନା କମିଟିର ସଭାପତି ଡ ଦୀପେନ କୁମାର ପଟ୍ଟନାୟକ ସମ୍ମାନୀତ ଅତିଥି, ଅବସରପ୍ରାପ୍ତ ଜବାନ ଗୋବର୍ଦ୍ଧନ ସାହୁ ନାକଟିଦେଉଳ ର ସିଡିପିଓ ଖୀରାବ୍ଦି ପାଣ୍ଡିଆ, ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣୀ ସାହୁ ଓ ରଶ୍ମିତା ମହାନ୍ତି ଯୋଗ ଦେଇ ଗ୍ରାମବିକାଶ ଓ ସମାଜ ମଙ୍ଗଳ ରେ ଏନ୍ ଏସ୍ ଏସ୍ ର ଭୁମିକା ବିଷୟ ରେ ଆଲୋକପାତ କରିଥିଲେ।

ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଭଜମୋହନ ପ୍ରଧାନ ଧନ୍ୟବାଦ ଦେଇ ଥିଲେ। କଲେଜ ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ ଓ ସ୍କୁଲ୍ ପିଲା ମାନଙ୍କ ପାଇଁ ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା।

କୃତ୍ତି ଛାତ୍ର ଛାତ୍ରୀ ଓ ମହିଳା ମାନଙ୍କୁ ପୁରସ୍କୁତ କରାଯାଇଥିଲା। ଏହି ଶିବୀର ରେ ସୁଦାମ ସାହୁ, ବିଭୁତି ସାହୁ, ଅଧ୍ୟାପକ ଦେବେଶ ବିଶ୍ବାଳ ଓ ବିନୋଦ ବିହାରୀ ପ୍ରଧାନ ସହଯୋଗ କରିଥିଲେ।

Related posts